କିଏ ଜାଣିଥିଲା
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୩
- ସ୍ଥିତି
- ସାର୍ବଜନୀନ (Public domain)
ଫୁଟିଥିଲା ଫୁଲଟିଏ ରାଜା-ବଗିଚାରେଉଷାର-ବିମଳ-ଶୁଭ୍ର-ଦିବ୍ୟ ଆଲୋକରେମୋହୁଥିଲା ରାଜପୁର ସେ ଦିବ୍ୟ ସୁବାସେବଢ଼ାଇଲି ହାତ ମୁହଁ ତୋଳିବାର ଆଶେ ।କିଏ ଜାଣିଥିଲା ତା’ର ତଳେ ଥିଲା ଅହିଧରି-ନ-ଧରୁଣୁ ମୋତେ ଦେଲା ବିଷେ ଦହି ।ସେ ବିଷଜ୍ୱାଳାରେ ମୁହିଁ ପଡ଼ିଲି ଭୂତଳେଭୋଗିଲି ମୁଁ ଯୋଗ୍ୟଫଳ ଯା ଥିଲା କପାଳେ ।ଆସିଥିଲେ ରାଜପୁତ୍ରମାନେ ଉପବନେଶୁଚିମନ୍ତ ହୋଇ ରାତ୍ରୁ ପୁଷ୍ପ ଆହରଣେ ।ମୋ ରୂପ ଦେଖିଣ ତାଙ୍କ ଦୟା ହେଲା ମନେକରିଲେ ଆରୋଗ୍ୟ ମୋତେ ଅଉଷଧଦାନେ ।ସେ ଦିନୁ ପୂଜିଲି ତାଙ୍କୁ ଗୁରୁପଦେ ମୁହିଁଯେ ଆଶା ଭରସା ଥିଲା ଦେଲି ତାଙ୍କଠେଇଁ ।ପୁଷ୍ପରୀତି ସାଧୁ ଯେହୁ ବୋଲନ୍ତି ମରତେତାଙ୍କ ପରି ପାଷାଣ୍ଡ ତ ନାହିଁ ଏ ଜଗତେ ।ଛି ଛି ତା ମାନବଜନ୍ମ, ଧିକ ସାଧୁପଣବାହାର କୋମଳ ଯା’ର ଭିତରଟି ଟାଣ ।ମୁଖେ ହରି ଅନ୍ତେ ଛୁରୀ ଯେମାନେ ଧରନ୍ତିଦେଶ ଗ୍ରାମ ସମାଜର କଳଙ୍କ ରଟାନ୍ତି ।ଏପରି ଲୋକର ମୁଖ ଚାହିଁ ନ ଯୋଗାଇଛି ଛି ତା’ର ସାଧୁପଣ ଛି ଛି ତା’ ବଢ଼ାଇ ।[ରଚନାକାଳ-୧୯୧୬]ଦୋଳଛୁଟିକହିବାକୁ ଗଲେ ଭାଇ ହୃଦୟ କାହାଣୀକିଏ କହୁଥାଏ ପଛେ ‘ନାହିଁ ନାହିଁ’ ବାଣୀ -ନାହିଁ ନାହିଁ କହନା ହେ ଆନ ପାଶେ କଥାହୃଦୟବାରତା ତୋର,- ଅତୀତ ବାରତା ।ବାଧାବିଘ୍ନ ପ୍ରତିକୂଳେ ତୋଳିଛୁ ତୁ ଆଶାନୀରବେ ଗାଉଛୁ ବସି କି ବୋଧନ ଭାଷା ।ଆକୁଳେ ଭେଟିଛୁ କେତେ କୁବେରନନ୍ଦନମହୀରେ କେ ବୁଝେ କହ ଦରିଦ୍ରର ମନ ?ଗତ ନିଧି ଗୋଟି ଗୋଟି ଚିର ବିମୋହନଚିର ସ୍ମୃତିଡୋରେ ବାନ୍ଧିଅଛି ଏ ଜୀବନ ।ନ କହି ନ ପାରୁ ରହି ପୁଣି ସେ ବାରତାକି ଲାଗି କରୁଛୁ ଆଉ ସେ ଅତୀତ ଚିନ୍ତା ।ବୁଝି କି ପାରିବୁ ଭାଇ, ସେ ସମ୍ପଦ ମୋରତୋର ଲୁହ ସଙ୍ଗେ ତୁ ଯେ ମୋର ଆପଣାର ।ମୋ ହୃଦ ତୋ ହୃଦ ମିଶି ଯୁଗଳ କମ୍ପନେଯୁଗଳ କାହାଣୀ ଆଜି ଗାଇବା ଏ ବନେ ।[ରଚନାକାଳ-୧୯୧୯]ବିଦାୟ-ସଙ୍ଗୀତ
(୧)
ହେଲାଣି ମେଲାଣି ବେଳ ବସି ଆଉ ନିମିଷେଯିବ ସଖା, ଯିବ ବନ୍ଧୁ, ଯେଝା ସୁଖ ନିବାସେ । ପଦ ।ତୁମ୍ଭ ପ୍ରୀତି ଭାଳି ମନେ ରହିବୁ ଏ ପଲ୍ଲୀ-ପ୍ରାଣେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର