ଖଞ୍ଜନା ଲାଭ
୧୭୮୧–୧୮୬୬
- ସଂକଳନ: ତିଆସି କଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୩
- ସ୍ଥିତି
- ସାର୍ବଜନୀନ (Public domain)
ଯଦୁମଣି କିଛି ନ କହି ସୁପୁତ୍ର ପରି ଶୁଶାନ୍ତଙ୍କ ସହିତ ଆସିଥିଲେ ଏବଂ ସୂତ୍ରରାୟ ତାଙ୍କୁ ନିଜ ଘରକୁ ନେଇ ବହୁ ଅର୍ଥ ଗୋପନରେ ଦେଇ ମୁକୁନ୍ଦ ଏବଂ ଶୋଭାଙ୍କ ଜିମା ତାଙ୍କୁ ଦେଇ ନିଜ ଘରକୁ ଫେରି ଯାଇଥିଲେ । ଏମନ୍ତ କି ସେ ଦିନବାର କିଛି ନ ସମଝି ଖଞ୍ଜନାକୁ ସ୍ୱାମୀ ସଦନକୁ ମହା ଆଡ଼ମ୍ୱରରେ ଶୁଭ ବେଳାରେ ପଠାଇ ଦେଇ ଶାନ୍ତି ଲାଭ କରିଥିଲେ; କାରଣ ‘ଝିଅ ଜନମ ସିନା ପରଘରକୁ’ ବା ‘କନ୍ୟା ପରକୀୟ ଏବ’ ଏହି ପ୍ରବଚନମାନ ସ୍ମରଣ ଯୋଗ୍ୟଥିଲା ।
ଖଞ୍ଜନା ସହିତ ଦିନେ ମଧୁଶଯ୍ୟାରେ ଏକ ଶଯ୍ୟାରେ ଶୋଇ ଯଦୁମଣି ଗୃହସ୍ଥ ରହି ସମସ୍ତ ଦୁଷ୍ଟାମି ଭୁଲିଥିଲେ । ଚତୁର୍ଦ୍ଦଶୀ ଖଞ୍ଜନାର ପ୍ରେମ ଫାଶ ଅଠାରେ ଏହି ଦୁର୍ଜ୍ଜୟ ବିହଙ୍ଗମଟି ପଡ଼ିଗଲା, ଯାହା କି ଦୀର୍ଘ ଜୀବନ କାଳରେ ଏକଷଷ୍ଟିତମ ବର୍ଷଧରି ଅକ୍ଷୁର୍ଣ୍ଣ ରହିଥିଲା । ଅବଶ୍ୟ ଖଞ୍ଜନାଙ୍କ ସମ୍ୱନ୍ଧରେ ପ୍ରବାସରେ ଥିବାବେଳେ ସେ ଏକାନ୍ତ ବିରହ ଦୁଃଖରେ ଅଧୀର ହୋଇ ଯେଉଁ କବିତାଟି ଲେଖିଥିଲେ ତାହା ତାଙ୍କର ପ୍ରଥମ ରଚନା ।
ବରଷା କାଳ ହୋଇଲା ଆସିରେ
ବର ସାରସନେତ୍ରୀ ଯିବ ଭାସି ରେ ।
(ଚଉପଦୀମାଳ ଦ୍ରଷ୍ଟବ୍ୟ)
ତାହା ସେ ତାଙ୍କର ନବୀନା ଯୁବତୀକୁ ଭେଟି ଦେଇଥିଲେ । କିନ୍ତୁ ସେତେବେଳେ ଖଞ୍ଜନା ତାହା ଭଲ ସମଝି ନ ଥିଲେ । ପରେ ସମଝିପାରି ସ୍ୱାମୀଙ୍କ ପ୍ରତି ଥିବା ସନ୍ଦେହ ଭୁଲି ଯାଇଥିଲେ ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ