ଦ୍ୱାଦଶ ଛାନ୍ଦ — କେଳି-କଳା-ନିଧି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ଛାନ୍ଦ
ତ୍ରିଭଙ୍ଗରାଗ-କାଳୀକାନ୍ତ ପତର ସ୍ନେହ ଉତ୍ତର ପଢ଼ି ସେ ତରଳାକ୍ଷୀକାମ ଆଛନ୍ନ ବଳେ ଉଛନ୍ନ ମୃଗ ଲାଞ୍ଛନ୍ନ ମୁଖୀଦିବ୍ୟ ନୂତନ ପତ୍ର ଯତନ ରାମା ରତନ ବହିଧରିଣ ଲେଖ-ନକୁ ସୁଲେଖ ଲେଖାଇ ଲେଖ-ମୋହୀ । (୧)ହରି-ଗାମନୀ ହର-କାମିନୀ ମୁଖ ଯାମିନୀ ପତିଚିନ୍ତି ହୃଦରେ କାନ୍ତ ପାଦରେ ରଖି ଆଦରେ ମତିଆହେ ଧୀବର ବିବେକ-ବର ପାର୍ବତୀ-ବର-ବରେତୁମ୍ଭ ଚରଣ କଲି ଶରଣ ଏ ରଣରଣ ଡରେ । (୨)ମୁଁ ଅପରାଧୀ ତୁମେ ବୀରାଧି-ବୀର ଆରାଧି କରିନ ରଖି ପାଶେ ଦେଲେ କିମ୍ପା ସେ କନ୍ଦର୍ପ-ପାଶେ-ଧରିହେଳାବସେ ବା ମୁ୍ଁ କଉଁ ସେବା ନ କଲି ସେ ବାଦରେଦୟା-ବିଗ୍ରହ ଏଡ଼େ ନିଗ୍ରହ କର ଆଗ୍ରହ ଭରେ । (୩)ହୃଦେ ଶୁଅଇ ଦୁଃଖ ଦିଅଇ ନିଶି ନିଅଇ ସୁଖେସେହି ଦୋଷରେ ଦେଲ ରୋଷରେ କି କାମ-ଶର ଲାଖେମୁନ କରଜେ ଭୂଷି ମୋର ଯେ ଠେସି ଉରଜେ ଦେଇଛାଡ଼ି ଉଆସ ପରାନୁଆସ ସେହି ପ୍ରୟାସ ପାଇ । (୪)ମନେ କି ମଣି ଡାକ ରମଣୀ ମୋ ପ୍ରାଣମଣି ଆରେନୋହେ ଟାପରା ତୁମ୍ଭେ ସେ ପରା ବୋଲ ଯା’ ପରାଣରେସ୍ତୋକ-ନୀରଦ ପରି ସୁରଦ ତୁମ୍ଭେ ମୋର ଦଇବେଏକି ସ୍ୱଭାବ ଛାଡ଼ି ସେ ଭାବ କଲ ଅଭାବ ଏବେ (୫)କି ତପସ୍ୟାରେ ମନୁଷ୍ୟ-ସାରେ ଜନ୍ମି ସଂସାରେ ମୁହିଁଯେତେ ଦୁର୍ଲଭ ସେ ମୋ ସୁଲଭ ହେଲ ବହ୍ଲଭ-ଦ୍ରୋହୀମୋ ଜାଣିବାରେ ଦୋଷ ତ ବାରେ ନାହିଁ ସେବାରେ କରିକରି ପୀଡ଼ିତ ଗଲ ଛାଡ଼ି ତ ଘନ ତଡ଼ିତ ପରି । (୬)ଶଶୀ-କୁମୁଦେ ଉପମା ମୁଁ ଦେ-ବାକୁ ତ ମୁଦେ ନୋହେପଦ୍ମ-କାସାର ଚନ୍ଦ୍ର-ନିଶାର ପ୍ରୀତି କେ ସାର କହେଏ ଦୃଷ୍ଚାନ୍ତର ଦେଇ ମାତର ଅତି ଅନ୍ତର ଭାବତୁମ୍ଭ ମୋହର ପ୍ରୀତି ସ୍ନେହର ସାକ୍ଷୀ ସେ ହରଦେବ । (୭)କଉଁ ଛଇଳା ଅବା ମୋହିଲା ମନ ହୋଇଲା ବାଇପୁରୁଷାୟିତ ତାକୁ ତ ଇତ-ର ସେ ଦୟିତ ମୋହୀନିଶି ଦିବସେ ତା ଭାବ ବଶେ ଅତି ଅବଶେ ମାତିରସେ ଥିବ ତ ଭ୍ରମର ବତ ଲଭି ଯାବତ ଗତି । (୮)ମୀନ-କେତନ-ପର ପତନ ଭୂରୁ-ନର୍ତ୍ତନ ତାରଚାହିଁ ମୂରତି ପାଇ ତା ରତି ତୁମ୍ଭେ ବରତି ପାରରତି ସମାନ ଶୋଭା ମୁଁ ମାନ ସେ ତା ଗୁମାନ ବହିଜାଣଇ ହସି ଭାସି ସେ ହଂସୀ-ଗତି ସ୍ନେହ ଶିଖାଇ । (୯)ହୋଉ ପଛେ ଦ-ଣ୍ଡ ଶିରଶ୍ଥେଦ ନୋହୁ ବିଚ୍ଛେଦ ଘୋରନାରୀ ହେବାର ଧିକ ସେବାର ଯେ ପରିବାର-ବରସରୁଛି ପଦ-ଦାସୀର ପଦ ପାଇ ବିପଦ ଘୋରଘେନ ଉଚିତେ ଏଥର ଚିତ୍ତେ କୃପା କିଞ୍ଚିତେ କର । (୧୦)
ବାସ ଉଞ୍ଛାଇ ଭାଙ୍ଗି ତା ଛାଇ ସାଙ୍ଗେ ମଛାଇ ଜଗି
ହେ ସୁଖ-ଦାନୀ ମୁଁ ପିକଦାନୀ ଥିବି ସଦା ନିଯୋଗି
ଏ ବଡ଼ପଣ ଛାଡ଼ି ଦର୍ପଣ କରି ଅର୍ପଣ କରେ
ଘନ-ତମାଳ-କେଶକୁ ମାଳ ଗୁନ୍ଥିବି ମାଳ ତୀରେ । (୧୧)
ଅତି ନିର୍ଜ୍ଜନେ ସ୍ୱଦାସୀ ଜନେ ଘେନି ବ୍ୟଜନ ବିଞ୍ଚି
ମନ ମଜ୍ଜାଇ ଶେଯ ଶେଯାଇ ପାଖୁ଼ଡ଼ା ଜାଈ ସିଞ୍ଚି
ଗୋଳି ଚନ୍ଦନ ବୋଳି କୁନ୍ଦନ-ଶୋଭା-ବନ୍ଦନ-ଅଙ୍ଗେ
ସେବା ଅରହି ଥିବି ମୁଁ ରହି ପାଣି ସୋରହି ଯୋଗେ । (୧୨)
କିଛି ମ ନାହିଁ କାହିଁକି ନାହିଁ କରିବି ନାହିଁ ଭଜି
କର ହେ ଆଗ-ମନ ମୋ ଆଗ କରିବା ଆଗ ତେଜି
ପ୍ରୀତ ସମ୍ମତେ ଅବା କି ମତେ ଚିତ୍ତେ ଯେମନ୍ତେ ଥିବି
ନିଶି ବାସରେ ଦାସୀ ଆଶରେ ଅଛି ପାଶରେ ସେବି । (୧୩)
ରହିଛି ଜୀବ ତୁମ୍ଭ ରାଜିବ ପାଦ ପୂଜିବା ଲୋଭେ
ଅଛି ଈକ୍ଷଣ ପୁଣି ସେକ୍ଷଣ ଶୋଭା ବିକ୍ଷଣ ଲୋଭେ
ଲେଖି ସାରସେ-କ୍ଷଣି ସାରସେ ଲେଖ ସାର ସେ ଦେଲା
କରି ଜୀବେ ସ-ଞ୍ଚାର ଜୀବେଶ ପାଶେ ପ୍ରବେଶ ହେଲା । (୧୪)
ପଢ଼ି ରାମାର ଛାଗ କୁମାର ସନ୍ଦେଶ ମାର କାଣ୍ଡେ
ହୋଇ କାତର ପୁଣି ପତର ବର୍ଣ୍ଣେ ନେତର ମଣ୍ଡେ
ବର୍ଣ୍ଣ ବିରଳ ପଦ ସରଳ ପଢ଼ି ତରଳ-କାୟେ
ପୂର୍ବ ପାତକ କଲା ଏତକ ବୋଲି ଲୋତକ ବହେ । (୧୫)
ମନେ ଭାବଇ ମଦନ ବଇ-ରୀର ଏ ବଇକୁଲ୍ୟ
ଆଜି ଭୀଜିବ କରିବି ଜୀବଧନକୁ ଜୀବତୁଲ୍ୟ
ତେଜି ପ୍ରବାସ ଯିବି ସୁବାସ-ଅଙ୍ଗିନୀ-ବାସକୁ ସେ
ଚକ୍ର-ହାଥର ବଳ ଏଥର ବ୍ରଜନାଥର ଭାଷେ । (୧୬)
୧। ମୁଛାଇ=(ଦେଶଜ) ତୁଳନୀୟ ହୋଇ ।
ତ୍ରୟୋଦଶ ଛାନ୍ଦ
ପୁର ପ୍ରବେଶରାଗ-କୌଶିଳପରମେଶ୍ୱର ପରସନେ କୁମାର ପରବାସ ଦୂର ହୋଇଲାପୁରକୁ ଯାଇ କର୍ପୂର-ହାସୀ ଭେଟ ହେବାକୁ ଭରସା ପାଇଲାକାମ ଡଗରା ନାଗରା ହେବାକୁ ଖବରଚତୁର୍ବିଧ ସୈନ୍ୟ ଚାଲନ୍ତି ସଜରେ ସଜରେ ହୋଇ ତତପର I୧Iଅସ୍ଥୟ ହୟ ଚୟଙ୍କ ଚଳନରେ କଳି ତ ନୋହିଲା ସରଣୀତୁରଙ୍ଗ-ମାତଙ୍ଗ-ଗର୍ଜ୍ଜନେ-ଗମନେ ଡରେ ଲସିଗଲା ଧରଣୀଚାରୁ ସ୍ୟନ୍ଦନ ତୋରା ଦଶ ଦିଶ ମଣ୍ଡିଲାପଦାନ୍ତି କୁଳ ଅକଳିତ ସୁଷମା ନୟନ ପଲକ ଖଣ୍ଡିଲା I୨Iନୃପତି-କୁମାର ଦିବ୍ୟ କରିବର ଅମାରୀ ଉପରେ ବିଜୟେନବୀନ ମାର ତ୍ରିପୁର-ବିଜୟକୁ ମକର ଚଢ଼ି ଚଳେ କିଏଛତ୍ର ଚାମର ତ୍ରାସ ପତକାଦି ବିଧାନବ୍ରାହ୍ମଣ-ଗୁଣୀ-ଜ୍ୟୋତିଷ ଭାଟ-ନଟ-ନର୍ତ୍ତକୀ-ମଙ୍ଗଳ ପ୍ରଧାନ I୩Iନାନାଦି-ବାଦ୍ୟ-ବାଦନ-ନାଦେ ସ୍ତବ୍ଧ ପରାୟେ ହେଲେ କର୍ଣ୍ଣମାନେରେଣୁ ପଡ଼ି ଆକାଶରେ ପୂର୍ଣ୍ଣହେଲା ନିଶି ଭାବନା ହେଲା ଦିନେକେତେ କହିବା ଏ ପ୍ରବଳ ସୈନ୍ୟ ଉତ୍ସବକହି ବସିଲେ ବହୁତ ହେବ ରହିଯିବ ଏ ସ୍ୱଭାବର ଭାବ I୪Iରସିକ-ସୁମତି ରସିକା-ସୁରତି ଭାବନାରେ ଅତି ଉଚ୍ଛନ୍ନତୃଷାର୍ତ୍ତ-ଚାତକ ଘନାଗମ-ବିଧି ଦେଖିଲେ ଯଥା ହୋଏ ମନବଢ଼ି ଆନନ୍ଦ ସ୍ଥାନ ନ ପାଇ ହୃଦଗତେମହାଦରିଦ୍ର ଦାରିଦ୍ର୍ୟ-ଖଣ୍ଡନକୁ ରୁଦ୍ରବର ହେଲେ ଯେମନ୍ତେ I୫Iବାଳାଧ୍ୱନି ଭାବି ବଳାତ୍କାରେ ଦ୍ରବି ତନୁ ମଣ୍ଡି ହୋଏ ପୁଲକଆନ ବିଷୟମାନ ବିଷ ମଣଇଁ ବାଳା-ଆନନେ ଧ୍ୟାନ ଯାକକ୍ଷଣ କ୍ଷଣକେ କେତେ ପଥ ଅଛି ପଚାରେକ୍ଷଣଦା ନୋହୁଁ ପ୍ରବେଶ ହେବା କିଏ ସଖାଗଣେ ଏହା ଉଚ୍ଚାରେ I୬Iନୃପତି ଛାମୁରେ ଚାର ଜଣାଇଲା ବିଜେ କଲେ ଯୁବ-ରାଜନଅନ୍ତଃପୁରେ ଏ ଖବର ତତପର ହେଲା ଜାଣିଲେ ସର୍ବଜନଆଳି ଅଳିଏ ବାଳାମଣି-ପାଶେ କହନ୍ତିଆଜ ମତ୍ତ ଇଭ-ଗତି ତୋ ଭଗତି ଜାଣିଲେ ହର-ଭଗବତୀ I୭Iଜୀବେଶ ପ୍ରବାସୁଁ ଆସିବା ଖବର ଘେନି ଚାର ଆସି ମିଳିଛିବାହାରେ ରାଜା ଅବକାଶ ଲୋକର ଆନନ୍ଦ ସିନ୍ଧୁ ଉଛୁଳୁଛିକୃପା-ଅପାଙ୍ଗୀ ଶ୍ରୀଅଙ୍ଗ ସାଜ ସୁବେଶରେଚକୋର ଚିନ୍ତା ପୁଣି ଆଉ ଥାଏ କି ଶରଦ-ଋତୁ ପ୍ରବେଶରେ I୮Iଚତୁର-ଚତୁରୀ ଚାରି ଚକ୍ଷୁ ହେଲେ ରହିବ ନାହିଁ ପରା ମାନପୂର୍ଣ୍ଣ ଚନ୍ଦ୍ରୋଦୟେ ଚନ୍ଦ୍ରକାନ୍ତ ମଣି ଦେହେ ରହେ କି ତା କାଠିଣ୍ୟନିଶି-ଯାକତ ପଦ୍ମ ହୋଇଥାଏ ମୁଦ୍ରିତତରୁଣ ଅରୁଣ କିରଣରେ କେହି ପ୍ରଫୁଲ୍ଲ ହୋଇଯାଏ ମିତ I୯Iଥାଉ ଆନକଥା କହୁଁ କହୁଁ କେଡ଼େ ପ୍ରସନ୍ନ ଦିଶି ଆସେ ମୁଖଅଧରେ ଦରହାସ ବାସ କଲାଣି ଦର୍ପଣେ ଦେଖି ଦେଖ ଦେଖବଳେ ତୁ ଯେତେ ଲୁଚାଇଲେ ସେ କି ରହୁଛିଗଣ୍ଡ ମଣ୍ଡଳେ ରୁଣ୍ଡ ହୋଇ ପୁଲକ-ମଣ୍ଡନ ତ ସବୁ କହୁଛି ।୧୦।ମଣ୍ଡ କେଳି ବାସ ବୋଲି ତ ଆମ୍ଭକୁ କହୁଅଛି ଲୋଳ ଲୋଚନଏହା ଜାଣି ନ କରିବୁଁ କି ଚନ୍ଦନ-ଗୋଳା ଫୁଲମାଳା-ରଚନଏବେ ପହୁଡ଼ କରିଥା କରି ରାଜଗତିମନୋଜ ଯୋଗ-ସାଧନ ଉଜାଗରୁ ପଲକ ପଡ଼ିବ କି ରାତି ।୧୧।ପ୍ରଭୁମାନଙ୍କ ରୀତି ତ ଜାଣି ନୋହେ ଦୋଷ ହୁଏ ଦାସ-ଦାସୀରବେଣୀ-କିଙ୍କିଣୀ ସଜ ହେବା ନ ହେବା ମନ କେ ଜାଣିବ ତୋହରଆଜ ଅଳତା ଚିତ୍ର ତୋ ଚରଣେ ନ ଦେଖି,କାନ୍ତ ତୋତେ କିଛି ନ ବୋଲି ବୋଲିବେ ଅତି ମନ୍ଦ ଏ ପ୍ରିୟସଖୀ ।୧୨ ।ସ୍ମିତ ପୁଲକ ବିକାରେ ମୋଟାୟିତ ପ୍ରକଟ, ହୃଦ ଜରଜରତରଙ୍ଗ ଅପାଙ୍ଗୀ ସଖୀଙ୍କ ଭଙ୍ଗୀରେ ଗୀର ନ କହି ଲାଜଭରମାର-ରାଜାର ଅଧିକାର ଆଜି ଯାଉଛିଏହା ବିଚାରି ଚାରୁ ନେତ୍ରୀ ଗାତ୍ରରେ ଫୁଲ-ଶର ଛାଇ ଦେଉଛି ।୧୩।କହୁଁ କହୁଁ ଏହା ତୂରୀ-ଭେରୀ-ବୀରକାହାଳୀ ଶବଦ ଶୁଭିଲାତଦନ୍ତେ ନଗର ପରବେଶ, ନାରୀ ହୁଳ-ହୁଳିହିଁ ପ୍ରଭାବିଲାଆସି ରାଜାଙ୍କ ଛାମୁରେ ପ୍ରବେଶ କୁମାରନିଉଛାଳି ରଖି ଦରଶନ କରି ତଦନ୍ତେ ବିଜେ ଅନ୍ତଃପୁର ।୧୪।ନବର ଭିତର ଦୁଆର ପ୍ରବେଶେ ଆଳି-ଆଳି ଆସି ମିଳିଲେହୁଳହୁଳି ଦେଇ ଅନ୍ନ ନିଉଁଛାଇ ଦୀପାବଳୀରେ ବନ୍ଦାଇଲେପୁଣି ମଣିମା ଡାକରେ ନିଅନ୍ତି ମଣାଇରସିକ-ମନ ରସିକା-ଦରଶନ ଭାବି ଯା’ ହୋଏ କେ ଭଣଇ ।୧୫।କର୍ଣ୍ଣ ନୟନ ନାସିକା ରସନାର ବାଦ ଲାଗିଲା ପରସ୍ପରଚର୍ମ ଆଦି ଯେଝା କର୍ମ୍ମ କଉତୁକେ ଶର୍ମ୍ମେ ହୁଅନ୍ତି ତତପରବିଚାରେ ନେତ୍ର ପୁଣି ଏଥି ବଡ଼ ସୁକୃତିପରମାନନ୍ଦ-ରସ ଆଗ ପାଇଣ ହେବ ଇନ୍ଦ୍ରିୟେ ଅଧିପତି ।୧୬।ଦେହଳୀ ପ୍ରବେଶେ ପତି, ରସବତୀ ପଲଙ୍କରୁ ଧୀରେ ଉଠିଲାଦେଇ ଥିଲା ଯାହା ମଦନ ଶାଙ୍କୋଳୀ ବାଳୀ ପୟରରୁ ଫିଟିଲାଦୋଷ ବିଚାରି ତଣ୍ଡ ପରିଛନ୍ନ ହୋଇଛିଚୁମ୍ବ ଆଲିଙ୍ଗନ ଧନ ଦେବାଯାଏ ବିରହ ଚଉକୀ ଥୋଇଛି ।୧୭।ସଖୀ କର ପରେ କର ଭର ଦେଇ ଉଭା ହୋଇ ଅଛି ଶୁଭାଙ୍ଗୀଅତି କୃଶ ହେଲେ କାନ୍ତା-କାନ୍ତ-କାନ୍ତି କାନ୍ତ ଗରବ ଦେଲା ଭାଙ୍ଗିଚାହିଁ ରସିକ ଦଣ୍ଡେ ଅପଲକେ ରହିଲାଶୋକ ଆନନ୍ଦ ଦୁହିଁଙ୍କ ଅନୁରାଗ ଛାଡ଼ିବା ସମର୍ଥ ନୋହିଲା ।୧୮।ବିଚାରିଲା ଏତ ଅତି ବିପରୀତ ସୁବର୍ଣ୍ଣ ରଜତ ହୋଇଛିସୁରଙ୍ଗ ପ୍ରବାଳ ନିଜ କାନ୍ତି ଛାଡ଼ି ନୀଳ କାନ୍ତିକି ତ ବହିଛିଲୋଳ-ଖଞ୍ଜନ ସ୍ୱରୂପ ଅନ୍ତରେ ସ୍ଥକିତସ୍ୱଭାବ ଅକଳଙ୍କ ପୂର୍ଣ୍ଣ ଶଶାଙ୍କ କଳଙ୍କେ ହୋଇଛି ବିଦିତ ।୧୯।ବିଧାତା କି କଲା କି ଦଶା ମୋ ହେଲା କି ଦେଖାଗଲା ଏ ନୟନେ ।କୃଶ-ଉଦରୀ-ଆଜନ୍ମ-ସୁକୁମାରୀ-ଜୀବ ରହିଅଛି କେସନେଦିବା-ଚନ୍ଦ୍ରମା ଏକ-କଳା ପ୍ରାୟେ ଦିଶୁଛିସଖୀମାନଙ୍କ ଯତନରୁ ଜୀବନ ରହିଛି ମନକୁ ଆସୁଛି ।୨୦।କଉଁ ଆଳି ଚାହିଁ ବୋଲେ ଏବେ ହୋଇଲା କି ମନ ମହା ତୃପତିଅବଳା ବାଳା ବଧରୁ କଉଁ ଯଶ ଲଭନ୍ତ କରିଥିଲ ମତିଏତେ ବେଳରେ କରୁଅଛ କିପାଁ ଶୋଚନାଶଠ-କପଟୀ ଯେ ଧରା ନ ପଡ଼ିନ୍ତି ଧୂର୍ତ୍ତ ପଣ କରି ରଚନା I୨୧Iଆମ୍ଭ ଜାଣିବାରେ କିଛି ଦୋଷ ଏତ କରି ନ ଥିଲା ସୁକୁମାରୀକ୍ରୀଡ଼ା-କାଳେ ବ୍ରୀଡ଼ାବଶ ହୋଇ କଉଁ କଥା ନ ଥିବ ଅବା କରିଏହା ଏ ଦୋଷ-ଧରିବାର ହେଲା ଉଚିତଏବଂ-ପ୍ରୀତି ବାଳା ମନ ଜାଣି ଲୀଳୀ କରଇ ପରା ବିରଚିତ୪ I୨୨Iନିତି ପତ୍ରାଳି ତା କୁଚେ ଲେଖୁଥିବ କେତେ ଗୋଳୁଥିବ କସ୍ତୁରୀପାଦେ ଅଳତା ଲେଖାଇ କେତେ କମ ଶିଖାଇବନି ସେ ଚତୁରୀକେତେ ରଙ୍ଗରେ ବାସ ଜାଣିବନି ପିନ୍ଧାଇନ ଜାଣିବା ରୀତି କହି ଦେଉଥୁବି ନିତି ବେଣୀ ଜୁଡ଼ା ବନ୍ଧାଇ I୨୩Iକିଞ୍ଚିତ-କୁତୁକ ରଚିତ ହେବାକୁ ଏ ଚିତ୍ତ ସ୍ୱଚ୍ଛେ ନ ବଳାଇକିଙ୍କିଣୀ-କିଣି-କିଣିରେ କେଳି-ପୁର ସେ ତ ଦେଉଥିବ କମ୍ପାଇକେଳି-କୁଶଳା କାମ ଶାସ୍ତ୍ରରେ ସେ ନିପୁଣାକାଉଁରୀ-ପଦର ଯଉଁ ରୀତି ତାର ଚାହଁନ୍ତେ ଚିତ୍ତ କରେ ବଣା I୨୪Iଏ କାଳେ ବାଳା-ସଲୋତକ-ଡୋଳାପ୍ରାନ୍ତେ ଅଲକ୍ଷିତେ ଚାହିଁଲାମୁଖ ଅପ୍ରସନ୍ନ ସଜନ-ନୟନ ତାର ସର୍ବ ଶୁଭ କହିଲାଜାଣି ସୁଜାଣ ସଜନୀଏ ହେଲେ ଅନ୍ତରଅମୃତ ଯୋଗ ଶୁଭବେଳେ ଏକାନ୍ତ ଭେଟ ହେଲା କାନ୍ତା-କାନ୍ତର I୨୫Iସେ କାଳ-ଉଚ୍ଛାହା କହିବାକୁ କାହା ବଦନେ ବଚନ ଆସିବରତି ବିନା ଆଉ ଗତି କିଛି ଅଛି ରତିଏ କିପାଁ ଆଭାଷିବରାତି ଗୋଟିକ କୋଟିଏ ଯୁଗ ହୋ’ନ୍ତା ଯେବେମାତି ସେ ଦମ୍ପତି ସୁରତି-ସମ୍ପତ୍ତି ଭୋଗ କରନ୍ତେ ଅବା ତେବେ I୨୬Iସବୁ ଅଭିମାନ-ମାନ ଘେନି ମାନ ଆରମ୍ଭ କରୁଛି ମୃଗାକ୍ଷୀସ୍ରୋତ ନୀରେ ତ ସିକତା- ବନ୍ଧବତ କାମ ତ ଦେଉ ନାହିଁ ରଖିମନ ଉଚ୍ଛୁକେ ରସିକ କଲା ଆଲିଙ୍ଗନପୂର୍ଣ୍ଣ-ଚନ୍ଦ୍ର ମୁଖେ ଚୁମ୍ୱନ ମଣ୍ଡନେ ନୁଆଁଇ କରେ କମ୍ପମାନ ।୨୭।କାନ୍ତ ପାଦେ ଶିର ଲଗାଇ ସେ ବାଳା ଔଦାର୍ଯ୍ୟ ରୀତି ପ୍ରକାଶିଲାଅଙ୍କ ହୀନ ଶଶୀ-ପଙ୍କଜ-ମୁଖୀକି ଅଙ୍କ ପରେ ଘେନି ବସିଲାରଙ୍କ ରତନ ଟଙ୍କଧର-ବରେ କୁମାରକି କରମ କଲି କିଙ୍କର ଏ ବୋଲି ଏଥର ଦୋଷ କ୍ଷମା କର ।୨୮।ପେକ୍ଷିଲେ ରାୟେ ତ ମୋର ଲିତାଏ ତ ଆୟେତ ନ ଥିଲା ବିଶୋରୀଜାଣୁ ଜାଣୁ ଜାଣୁମଲି ତୋତେ ଛାଡ଼ିବାରେ ହୁଅନ୍ତି ଏତେ ସରିବିହି ବିହିତ କେହି ତ ନ କରଇ ଆନକୁନ୍ଦନ-ନିନ୍ଦନ-ଅଙ୍ଗୀ ତୋର ଏବେ ଏ ବେଶ ଦେଖିଲା ନୟନ ।୨୯।କହୁଁ କହୁଁ ଏହା ଦୁହିଙ୍କ ଉଚ୍ଛାହା ଅନୁରାଗ-ଅଶ୍ରୁ ଗଳଇଶୋକ ସେନେହ ସମାନ ବେନି ଅଙ୍ଗେ କେହି କାହାକୁ ନ ବଳଇମାନ ଏ କାଳେ ଗଳି ପଶୁଥିଲା ବଳାଇକନ୍ଦର୍ପ ନୃପ ସମସ୍ତଙ୍କୁ ଘଉଡ଼ି ଅନୁରାଗକୁ ମାତ୍ର ଥୋଇ ।୩୦।ବିରହୀ-ବିମନ ଅଭିମାନ-ଘନ ବରଷା ଯୋଗେ ମ୍ଳାନ ଥିଲାବେନି ଅଙ୍ଗ ସଙ୍ଗ ଶାରଦ ତା ନାଶି ମନ ନଦୀ କି ସ୍ୱଚ୍ଛ କଲାମାର ସାୟକ ପ୍ରବାହ ବଳହିଁ ତୁଟିଲାବ୍ରଜନାଥ ବଡ଼ଜେନା ଭାଷେ ରସ ସାରସ ସରସେ ଫୁଟିଲା ।୩୧।
ଚତୁର୍ଦ୍ଦଶ ଛାନ୍ଦ
ଆଦ୍ୟପ୍ରାନ୍ତ ଲୋମ-ବିଲୋମ(ରାଗ-ବଙ୍ଗଳାଶ୍ରୀ)ରବ ବିକଳେ ଭାଷ ନା ମୋତି-ରଦନୀ ତୁ ମୁହିଁ ତ କିଙ୍କର ।ରଜନୀ-କର ହାସ-ଭା ବିକଶୁ ରେ ହବ ଶିବ ଧୀରା ସାର ।୧।ଶୁଭାନନା କିପାଁ ରୁଷୁ ତୁ ଭଲା ମୋ ବିଷେ ସାରବାସୀ ବସି ।ସୁବନ୍ଦନ ଆସ୍ୟ ଶିରି ହର ନତ ରଚ ମାରଝାମହଂସୀ ।୨।ବହି ରମାଳୀ ମାଳା ଗଭା ଆନନ୍ଦକୁ ତୁ ଖରରେ ତୋଷଦା ।ବଲ୍ଲଭୀ ନାସୀର ସନାହର ଖେଦୁଁ ତର ଧରକ ପ୍ରମଦା ।୩।ତରୀ ତୁରେ ମାର ନଦୀର ମୋରେ ସାର ତ ରତି ରମା ସୁଖ ।ତମ ହର ତୋଷ ତୋର ତ ଏ ଦାସ ସାରସବାସୀ ଆ ରଖ ।୪।ରେବତୀଶ ହାସେ ନିୟତେ ମୋତେ ରସା ନିଅ ଯାମ ସେ ରସୁଁ ।ରେ ସର-ହର-ପରଭା ! ଦରପକ-ନାଶର ଭାଲ ବରଷୁ ।୫।ଏ ଥର କଷୁ ଆରାଧୀ ରସାତୁରେ ତ ବନ୍ଧୁ ଶିବ-ଭା-ବତ ।ଏ କିସ ଭାବି ରକତ ଚିର ମାର ସହାୟେ ରସାତୁର ତ ।୬।ତୁ ସାର ହସ ନ ମାର ଶୁକ-ନାସା ରସିକେ-ତ ମୁଁ ଜୀବନ ।ତୁ ହେମ-କାନ୍ତି ଚିତ୍ତୁ ଘେନା ବିନତି ମାନ ତ ରସୁ ରତନ ।୭।ନ ତରସୁ ରତ ନ ମାନି ନବୀନା ଘେତୁ ଚିନ୍ତି କାମହେତୁ ।ନର-ଜୀମୂତ କେଶୀ ରସା ନାକ-ସୁର-ମାନସ-ହରଷା ତୁ ।୮।ତର ତୁଷାର ଏ ହାସ ରମା ରଚିତ କର ବିଭାଷ କିଏ ।ତବ ଭାବ ସିନ୍ଧୁ ବତରେ ତୁ ସାର ଧୀର ଆଶୁ କର ଥୟେ ।୯।ଶୁର-ବଲ୍ଲଭା ରସନା କପରଦ ଭାରପର ହରଷରେ ।ସୁରସେ ମଜ୍ଜାଅ ନିଶାରତେ ମୋତେ ଅନିଶେ ହା-ସତୀବରେ ।୧୦।ଖର ଆସି ବାସ ରସା ସଦା ୟେତ ରତୋଷ ତୋର ହଁ ମତଖସୁ ମାର ତୀର ତରସାରେ ମୋର ଦୀନର ମାରେ ତୁ ରିତା ।୧୧।ଦାମ ପ୍ରକର ଧରତ ଦୁଃଖେ ରହନା ସରସୀ-ନାଭୀ ଲବ ।ଦାସ ତୋରେ ରଖ ତୁ କୁନ୍ଦନ-ଆଭା ଗଳାମାଳୀ ମାଁ’ ରହିବ ।୧୨।ସିଂହ ମଝା ରମାଚରତ ନରହରି ଶିଷ୍ୟ ଆନନ୍ଦ ବଶୁଁ ।ଶିବଶିବା ରସା ସେବି ମୋ ଲାଭ ତୁ ସୁରୂପା କିନା ନ ଭାଷୁ ।୧୩।ରସାରାଧି ବସି ବହରେ ସୁକବି ଭାଷ ହାରକ ନିଜର ।ରଙ୍କ କି ତହିଁ ମୁଁ ତୁ ନିଦ ରତି ମୋ ନାଶ ଭାବେ କବିବର ।୧୪।