ଚତୁର୍ଥ ଛାନ୍ଦ — କେଳି-କଳା-ନିଧି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଛାନ୍ଦ
ପୁଷ୍ପବତୀ-ଅଦ୍ଭୁତୋପମା(ରାଗ-କୌଶିକ)ବାଳା ପ୍ରିୟ ଦାସୀ ମନ୍ଦେ ମନ୍ଦେ ହସି ରସିକକୁ ଆସି କହିଲାଆଜ ତ୍ରିପୁର ଜୟକୁ ମୃତ୍ୟୁଞ୍ଜୟ-ପର ଅନୁକୂଳ ଥୋଇଲାନିଜ ବାସକୁ, ମଣ୍ଡି ତାର ରଙ୍ଗ ବାସରେନାଶିବ, ବିପୁଳ ଚାରୁ ରମ୍ଭା ତରୁ ସ୍ଥାପିଛି ଦୁଆର ବେନି ପାରୁଶରେ ।୧।ରସ ପୂର୍ଣ୍ଣ ସ୍ୱର୍ଣ୍ଣ ଘଟ ସୁଘଟନ ସକଳ ମଙ୍ଗଳ ବିଧାନମନୋହର ମୀନ ଶଙ୍ଖ ଶୋଭାବନ ରାଜ ହଂସ କରେ ଗମନନିଶ୍ଚେ ମାରକୁ, ଏପାଳି ହାରିବେ କପାଳୀପଥର ହେଲେ ସେ ଏଥର ତ ମନମଥର ଶର ଯିବ ଗଳି ।୨।ଜଗଜ୍ଜୟ ମନ କରି ସେ ସୁମନ ରହ ରହସ ସ୍ଥାନ କଳିତ୍ରିକୋଣ କୁଣ୍ଡେ ହୋମ କରେ କୋମଳ-କୁଶ ସଂଯୋଗେ ଘୃତ ଢ଼ାଳିଅଛି ରକତ-ଚନ୍ଦନହିଁ ତହିଁ ମିଶାଇଯୁବାଜନ ମନ-ଇନ୍ଧନ ଦହନ କରେ ଆହୂତି ମାନ ଦେଇ ।୩।କନକ ଆଧାରେ ଅତି ଶରଧାରେ ଗୋଳିଅଛ ଝଳି ହିଙ୍ଗୁଳମାର ଚିତ୍ରକର ଚିତ୍ର କରିବାକୁ ତରୁଣ-ଗଣ ହୃଦ-ସ୍ଥଳଜମ୍ବୁନଦ ବା, ହୋଇବାକୁ ମହା ଉଜ୍ଜ୍ୱଳଚାରୁ ଚିକ୍କଣ କୁହିରେ୧ଆଉଟିଣ ମାର ବଣିଆ ଦିଏ ଝାଳ ।୪।ଅଙ୍କ ସରରେ ଲାବଣ୍ୟ ରସ ପୂରି ବାହାରି ପଡ଼ୁଛି ଉଚ୍ଛୂଳିତ୍ରିବଳୀ ପାବଚ୍ଛ ବସିଛି ପ୍ରତ୍ୟକ୍ଷ ରୋମାଳ ଶୈବାଳ ଆବଳୀତୁମ୍ଭେ ଏଥର, ମଜ୍ଜି ତନୁ ତାପକେଳି ସ୍ରୋତେ ପଡ଼ି ଗଲାବେଳେ ବୁଡ଼ି କୁଚ କୁମ୍ଭ ଧରି ଭାସିବ ।୫।ଏ ଅତି ବିଚିତ୍ର ଦେଖିଲା ଏ ନେତ୍ର ରାତ୍ରେ ଶତପତ୍ର ଫୁଟିଲାସୁଧା ଜର ଜର ଅରୁଣ ଉପର ତହିଁ ତାରକା କରେ ଲୀଳାକୃଶ ପୃଥୁଳ, ପୃଥୁଳ ହେଲା କୃଶତରଚଞ୍ଚଳ ଧୀର ଧୀର ହୋଇ ତଞ୍ଚଳ ମୋହୁଛି ଏବେ ତିନିପୁର ।୬।କେ ବକ୍ର କୁଟୀଳଶୀଳ ହୋଇ ତିନି ଭୁବନେ ପ୍ରଶସ୍ୟ ଦେଖିଛଯେଡ଼ିକି ହିଁ ମନ୍ଦ ତେଡ଼ିକି ଆନନ୍ଦ ଦେଉଛି ନୁହଁଇ ଏ ମିଛଯେଡ଼େ କଠିନ, ସରସ ସ୍ୱଭାବେ ତେଡ଼ିକିପରମାଣୁ ପରେ ପରବତ ଥିବା ଥାଉ ଦେଖିବା ଶୁଣିଛ କି ।୭।ତନୁ ବର୍ଣ୍ଣ ଦେଖି ସ୍ତନ ମନ ସୁଖୀ ଅଧର ଦେଖି ଫୁଲେ ନେତ୍ରନାଭୀ ଚାହିଁ ଗତି ଲୋଡ଼େ କେଳିରୀତି ମୁଖ ଦେଖି ନଖ ଉନ୍ମତ୍ତଚାହିଁ କବରୀ, ବଦନ ହାସ ବିକଶିତଚିବୁକର ଚିତ୍ର ଦେଖି ଏକା ମାତ୍ର ଅଙ୍ଗୁଳି ନୋହେ ସରସିତ ।୮।ନାସିକାକୁ ଚାହିଁ ଅଧର ଡରଇ ଅଧରକୁ ଚାହିଁ କୁନ୍ତଳକୁନ୍ତଳକୁ ଦେଖି ମୁଖ ହୋଏ ଦୁଃଖୀ ମୁଖକୁ ଡରେ ପାଦତଳପୁଣି ପାଦକୁ, ଅନାଇ କର କରେ ଭୀତିକର ଦରଶନେ ସଭୟ ନୟନେ ନୟନେ ନେତ୍ରେ ଭ୍ରୂଲତା ଭୟ ମତି ।୯।ଭ୍ରୂଲତାକୁ ଚାହିଁ କର୍ଣ୍ଣ ଭୟ ପାଇ କର୍ଣ୍ଣକୁ ଡରଇ ନାସିକାଏରୂପେ ନାନା ସର୍ଜନା ବିଧି ବିହି, ବିହି ହୋଇଛି ସେ ରସିକା
ଶୁଣିଆ-ତ୍ମଭୂ, ଟେକହିଁ ତ ତାର ହୋଇଛି
ସ୍ୱଭାବେ ଚତୁର-ମୁଖ ହଂସ ଗତି ଶ୍ରୁତ ଉତ୍ସବ କରାଉଛି ।୧୦।
ତା ନେତ୍ର ଭଙ୍ଗୀରେ ଜାଣିଛି ନାଗରେ ଇନ୍ଦ୍ର ସେ ତୁମ୍ଭଙ୍କୁ କରିବ
ରମ୍ଭା ଐରାବତ ମନ୍ଦାର ଅମୃତ ଆଦି ସମ୍ପାଦି ଅଛି ସର୍ବ
ମହା ହରଷେ, ସ୍ମରିଣ ଏ ଭୋଗ କର
ତା ଶ୍ରୀମୁଖ ଦେଖି ନିମେଷ ଉପେକ୍ଷି ସୁର ସାର ହୋଇ ବିହର ।୧୧।
କର୍ଣ୍ଣକୁ ନୟନ କହେ ପୁନଃ ପୁନଃ ଅଧୀର ହୋଇ ଏହୁ ବାଣୀ
ନୀଚ କୁଚ ଉଚ୍ଚ ଟାଣ ଟେକ କିମ୍ପା କରି ଦେଉଛି ବାଳାମଣି
କଟି ମଧ୍ୟସ୍ଥ, କି ଦୋଷେ ତାକୁ କୃଶ କଲା
ସୁ ଗତି କି ମନ୍ଦ କରିଦେଇ ତାକୁ ଏବେ ତ ଦେଖି ନ ପାରିଲା ।୧୨।
ଅତନୁ ପୀଡ଼ା ଆସି ଏବେ ପଡ଼ିଲା ବୁଡ଼ିଲା ନିଶ୍ଚେ ଅଙ୍ଗଦେଶ
ଅବିବେକ ମତି ହୋଇ ବାମା ରତି ବିଷୟେ ହେଲା କି ଆବେଶ
ଋଜୁ ଭ୍ରୂଲତା, ବକ୍ରତା ନାଟ କେ ସହିବ
ସୁନାସାର ପାଇ ସୁନାସାର କାହିଁପାଇଁ ଫୁଲିହାର ନୋହିବ ।୧୩।
ତୁମ୍ଭେ ବୀରବର ସକଳ ଶାସ୍ତ୍ରର ପ୍ରୟୋଗରେ ଅଟ ନିପୁଣ
ସେ ଭୂରୁ ଚାପରେ ନେତ୍ର ଶର ସନ୍ଧି ବିନ୍ଧିଲେ ସହିବ କି ପୁଣ
ତୁମ୍ଭେ କର ଯେ, କରଜ-କୁନ୍ତେ ଟାଣମନ
କୋମଳାଙ୍ଗୀ-ହୃଦ ମଣିଛ କି ଯେବେ ବାଜି ନ ଭାଜି ଯିବ ମୁନ ।୧୪।
ମୁହିଁ ତ ନାଗର-ବର ସେ ପଦ୍ମିନୀ ବୋଲି କରିଛ କି ବିଚାର
ପ୍ରବଳ ହେଲେହେଁ କେବଳ ଯେ ଭୁଜ ମୃଣାଳେ ବନ୍ଧା ହେବ ତାର
ରସେ ବୁଡ଼ିତ, ସ୍ୱଭାବେ ସ୍ଥୟ ନୋହିଥିବ
ତା କୁଚ-କମଳ-କଳି କରେ ଧରି କୋଳ-କୂଳେ ଲାଗି ରହିବ ।୧୫।
ତୁମ୍ଭେ ବା ବୋଲିବ ମୋ ପରି ବଦାନ୍ୟ ଆଉ ନ ଥିବ ଜଗତରେ
ସେ କ୍ଷଣ କ୍ଷଣକେ ଇନ୍ଦ୍ର ପଦ ଦିଏ ବିକ୍ଷଣେ୩ ଈଷଣ ପ୍ରାନ୍ତରେ
ତୁମ୍ଭଠାରେ ଯେ, ରତିଦାନେ ହେବ କୃପଣ
ବାହ୍ୟରେ ନିରାଶ ପ୍ରକାଶ ମାନସ ସୁ ପକ୍ୱ ପନସ ତା ପୁଣ ।୧୬।
ଆମ୍ଭେମାନେ ଦାନୀ ତ୍ରିଭୁବନେ ଘେନି ଥାଅ ପରା ଏ ଗୁମାନକୁ
ଏହି କୋପେ ବାଳୀ ନିତି ଗୋଳି ଗୋଳି ସାରୁଛି ହରି ଚନ୍ଦନକୁ
ଅତି ନିର୍ବନ୍ଧେ, ବଳି କଲା ଚିରେ ବନ୍ଧନ
ଅଶେଷ ରସରେ ନେତ୍ର ତୀକ୍ଷ୍ଣ ଶରେ କର୍ଣ୍ଣକୁ ବିନ୍ଧୁଅଛି ଧନ ।୧୭।
ତିମ୍ଭେ ତ୍ରିଭୁବନ ପତି, ସର୍ବଜନମାନଙ୍କ ଅଟ ସ୍ତୁତି ପାତ୍ର
ତୁମ୍ଭଙ୍କୁ ବିନତି ଭାବରେ ଯେ ସ୍ତୁତି କରାଇବ ସେ କେଡ଼େ ଚିତ୍ର
ଏବେ ଏଥର, ଶିଖ ରଙ୍ଗ ଚାଟୁ ବଚନ
ମାନ, କ୍ରୋଧ, ରାଗ, ବିରାଗ ଯେ ଯଉଁ ସମୟରେ ହେବ ରଚନ ।୧୮।
ଦିବସ ରୟଣୀ ଅବକାଶ ଜାଣି ଏଣିକି ଯେ ଅନୁସରିବ
ଧନ ମାନ ପାନ ପିନ୍ଧିଲା ବସନ ଭାଙ୍ଗିଲେ ତ ମନ ହରିବ
ଶିଖି ଅଛ କି, ନାହିଁ ପତ୍ରାଳୀ ଚିତ୍ର ଲେଖି
ଅଳତା ବୋଳ ତା ଚରଣରେ ଦେଇ ଜାଣିବିଟିକି ଏକା ରେଖି ।୧୯।
ଛଇଳ ଛଇଳା ଦୁଇଜଣ ଭଲା କେ ହାରି ଜିଣିବ ଜାଣିବା
ଛଳ ଖେଳ ରତିରୀତି ଗତାଗତି ବଳିବା ତ ପୁଣି ଗୁଣିବା
ତୁମ୍ଭେ ସକଳ, ଶାସ୍ତ୍ରେ ପଣ୍ଡିତ ନୃପବର
ଅନ୍ତଃପୁରବର୍ତ୍ତୀ ଅବଳା ଯୁବତୀ ତୁମ୍ଭ ତାର ଏତେ ଅନ୍ତର ।୨୦।
କହୁଁ କହୁଁ ଏହା ବଢ଼ିଲା ଉତ୍ସାହା ତରଙ୍ଗିଣୀ ମହା ପ୍ରବଳେ
ହୃଦୟ ତଟରୁ ରମ୍ଭାରମ୍ଭ-ତରୁ ଉପାଡ଼ି ପକାଇଲା ହେଳେ
କାମ ଭ୍ରମୀରେ, ଚେତନା ନାବ ବୁଡ଼ିଗଲା
ସ୍ନେହ ସ୍ରୋତ ଭାସି ଯାଆନ୍ତେ ଲଭିଲା ଆଶାକୁମ୍ଭ ଆସି ଲାଗିଲା ।୨୧।
ବାଞ୍ଛା ବୀଚିବଳେ ବୁଡ଼ି ବେଳେ ବେଳେ ସଖୀ ବାଣୀ କୂଳେ ଲଗାଇ
ବିରହ କୁମ୍ଭୀର ଗିଳି ଦେଉଁ ଦେଉଁ ରଖିଲା ପ୍ରୀତି ବାଡ଼ ଦେଇ
ଧୀର ରସିକେ, ମନ ଦେଇ ଘେନ ଏ ରସ
କବି ବ୍ରଜନାଥ ବଡ଼ଜେନା ଗୀତ ରଚେ ସୁମରି ପୀତବାସ ।୨୨।
୧। କୁହି=ସୁନା ଆଉଟିବା ପାଇଁ ବଣିଆମାନେ ତିଆରି କରିଥବା ପାତ୍ର (crucible)-।
୨। ତ୍ରିବଳୀ=ମାଂସ ସଂକୁଚିତ ହୋଇ ସ୍ତ୍ରୀମାନଙ୍କର ନାଭୀର ଉପରିସ୍ଥ ବା ଉଦରର ରେଖାତ୍ରୟ ।
୩। ବୀକ୍ଷଣ=ଦେଖିବାରେ ବା ଦର୍ଶନରେ ।
୪। ଚିରେ ବନ୍ଧନ=କାନିରେ ଗଣ୍ଠି ।
୫। ରୟଣୀ=ରଜନୀ ।
୬। ନୃପବର=ଶ୍ରେଷ୍ଠ ।
୭। ରମ୍ଭାରମ୍ଭ-ତରୁ=(ରମ୍ଭା+ଆରମ୍ଭ) ଆଡ଼ମ୍ୱର ରୂପକ କଦଳୀ ଗଛ ।
୮। ଭ୍ରମୀ=ଭଉଁରୀ ।
ପଞ୍ଚମ ଛାନ୍ଦ
ମଧୁଶଯ୍ୟା-ବିରୋଧ ରୂପକରାଗ-ଚକ୍ରକେଳିକ୍ରମେ ହୁଅନ୍ତେ ଋତୁ-ଅର୍ଦ୍ଧ ଦିନ ।ରାମା ଋତୁଦିନ ହେଲା ସମ୍ପୂର୍ଣ୍ଣ ।୧।ଆର ଦିବସେ ରଜନୀ ଲଗାଇ ।ତନୁ ଅତନୁ ତୋରା କଲେ ସହୀ ।୨।ନିରସରୁ ସରସ ଅଣାଇଲେ ।ସ୍ନାନେ ନିର୍ମଳ ଅମଳାଙ୍ଗ କଲେ ।୩।ଚିର ରୁଚିର କରିଣ ପିନ୍ଧାନ୍ତି ।ବାଳ ବାଳ-ମୃଗାକ୍ଷୀର ବାନ୍ଧନ୍ତି ।୪।ଅଙ୍ଗ ବେଶେ ହୀନ ଅଙ୍ଗ ମୋହିଲେ ।ଭାଲେ ଚିତ୍ରକୁ ବିଚିତ୍ର ଲିହିଲେ ।୫।ଏକା କେଳି ବାସକୁ ନାନା ବାସେ ।ମଣ୍ଡି ବାସେ ମନୋହର କଲେ ସେ ।୬।ନୃପ କୁମାରକୁ ମାର ମାରଇ ।ଶର ଅସର କରି ପ୍ରହାରଇ ।୭।ଦିନ ନଦୀନ ହେଲା ତା ଅପାରେ ।ନାନା ବିଷୟେ ବିଷ ଏ ବିଚାରେ ।୮।ମିତ ବିପରୀତ ଘେନି ମାନସେ ।ମିତ ମିତ ବୋଲୁଛି ସେ ଅନିଶେ ।୯।କ୍ରମେ ଦିବସ ଆସି ହେଲା ଶେଷ ।ପୂର୍ବପରି ପଶ୍ଚିମେ ଶୋଭା-ହଂସ ।୧୦।ଅସୁନ୍ଦର ସେ କୁମୁଦେ କମଳେ ।ମହା ସୁନ୍ଦର କୁମୁଦେ କମଳେ ।୧୧।ଚକ୍ର ଦମ୍ପତି ଲଭିଲେ ବିରସ ।ହେଲେ ଦମ୍ପତି ଚକ୍ର ସହରସ ।୧୨।ପରବେଶ ନୃପ କେଳି ବାସରେ ।ବାଳା ଆଗମନକୁ ଅନୁସରେ ।୧୩।ବସେ ପଲ୍ୟଙ୍କେ ପଲକ-ବିହୀନେ ।ରାମାମଣି କି ଆଣି ସଖୀମାନେ ।୧୪।ଦ୍ୱାର ନିକଟକୁ ବୋଲି ଅଇଲେ ।ଅଳ୍ପ ପେଲିଦଇ ଦୂର ହୋଇଲେ ।୧୫।ବାଳୀ ଦେହଳି ବଳିବାର ଦେଖି ।ନୃପ ନନ୍ଦନ ହୋଇ ମହାସୁଖୀ ।୧୬।ନେତ୍ର ନେତ ନିଉଁଛାଳି ପକାଇ ।ମନ ରତନ ଦେଇ ଭେଟ ହୋଇ ।୧୭।କର ଧରି ଆଦରେ ଘେନିଗଲା ।ତାର ଅଙ୍ଗ ଭୁବନେ ରାଜା କଲା ।୧୮।ରତ୍ନ-ପଲଙ୍କ ସିଂହାସନ ପରେ ।ବସାଇଲା ନେଇ କୋଳ ତଳ୍ପରେ ।୧୯।ଶୋହେ ଶିରେ ଓଢ଼ଣୀ ଦିବ୍ୟଛତ୍ର ।ଚାରୁ କୁନ୍ତଳ ଚାମର ବିଚିତ୍ର ।୨୦।କର୍ଣ୍ଣ ତାଟଙ୍କ ଚନ୍ଦ୍ର-ସୂର୍ଯ୍ୟ-ତ୍ରାସ ।ଫିରି ଫିରା ପତକା ପରକାଶ ।୨୧।ଦେଖି ନୃପତି ଅଧିକାର ତାର ।ନେଇ ପାଦରେ ପକାଇଲା କର ।୨୨।ବାଳା ଶ୍ରୀଅଙ୍ଗ ହେଉଛି କମ୍ପିତ ।ବିଚାରେ ଏ ଲାଗୁଛି କାମଭୂତ ।୨୩।କାନ୍ତ ଗୁଣିଆ ଚାଟୁ ମନ୍ତ୍ର ପଢ଼ି ।ହୃଦେ କର ପକାଇ ଦିଏ ଝାଡ଼ି ।୨୪।ରସିକରେ ହେବି ପାକ-ଶାସନ ।ମନେ ମନୋରଥ କରି ଏସନ ।୨୫।କୁଚ ଶମ୍ଭୁଙ୍କୁ ଦିଗମ୍ବର ବେଶେ ।ଦରଶନ କଲା ମନ ହରଷେ ।୨୬।କାମ-ଜୟାର୍ଥେ ପାଣି ପଦ୍ମ ଦେଲା ।ଚନ୍ଦ୍ରକଳାହିଁ ପୁଣି ଚଢ଼ାଇଲା ।୨୭।ବାଳା ଓଷ୍ଠ-ପକ୍ୱବିମ୍ବ ଦେଖିଲେ ।ଦ୍ୱିଜ-ଦିଜେ ଦଂଶି ରସ ଚାଖିଲେ ।୨୮।ମାର-ଜାଙ୍ଗଳିକର ପଦ ବଳେ ।ଜିହ୍ୱା-ଫଣୀ ପଶିଲା କର୍ଣ୍ଣ-ବିଳେ ।୨୯।ହୋଇ କଜ୍ଜଳ ରଜ୍ଜୁରେ ବନ୍ଧନ ।ଚକ୍ଷୁ ଏଣୀ ଯା ଡିଏଁ ପୁନଃ ପୁନଃ ।୩୦।ଭୂରୁଲତା ତା ଆଗରେ ଦେଖାଇ ।ଚୁମ୍ବ ଛକେ ଚୁଚୁକାରୀ ଡାକଇ ।୩୧।କୁଚ-ସେନାର ଶିରୁଁ ଯାନ୍ତେ ଶାଢ଼ୀ ।ଲୁଟି ତନୁ ଦେଶ ଦେଲେ ଉଜାଡ଼ି ।୩୨।କଣ୍ଠହାର ଘେନି ବନ୍ଧା ହୋଇଲା ।ଗଣ୍ଡ-ମଣ୍ଡଳେ ଆଘାତ ପାଇଲା ।୩୩।ଟେକ ଆରମ୍ଭେ ଉରଜ କାତରେ ।ଲୁଚି ରହିଲେ ସେ ପାଣି ଭିତରେ ।୩୪।କର-ଡଗର ସର୍ବସ୍ଥାନେ ପଶି ।ଖୋଜି ଯାଉଛି ରାଜାର ଯେ ଦୋଷୀ ।୩୫।ଗୁପ୍ତ ସ୍ଥାନକୁ ଚଳନ୍ତେ ବଳାଇ ।ନାହିଁ ନାହିଁ ଶବଦ ପ୍ରକଟଇ ।୩୬।ପଡ଼େ କନ୍ଦର୍ପ-ରାଜା ଗଡ଼େ ହୁରି ।ଉରୁ-ଦୁଆରୀ ଯାଉଛନ୍ତି ଥରି ।୩୭।ନୀବୀ-ନିବିଡ଼ କବାଟ ପଡ଼ିଛି ।କର-କୋଲପହିଁ ତହିଁ ଜଡ଼ିଛି ।୩୮।ବର ବକ୍ର-ଅଙ୍ଗୁଳି-କୁଞ୍ଚି ତାଡ଼େ ।ଫିଟେ ନାହିଁ ସେ କିଳିଣି ନିବିଡ଼େ ।୩୯।ଛନ୍ଦା ଗଣ୍ଠି-ଶିଙ୍କୁଳି ଅଛି ଲାଗି ।ଜୟ ନ ପାଇ ସେ ଦୁଆରୁ ଭାଗି ।୪୦।ଆସି ଲାଗିଲେ ଯେ ଆର ଦୁଆରେ ।ଦୁଇ ଦନ୍ତୀ ଜଗିଛନ୍ତି ତହିଁରେ ।୪୧।ବାସ କାନ୍ଥରେ ଦୁର୍ଜୟ ସେ ଅତି ।ଡେଇଁ ଯାଇ ତା ଅଙ୍ଗୁଳି ପାଦାନ୍ତି ।୪୨।ଉରୁ କରୀ କି ନଖାଙ୍କୁଶେ ଭୂଷି ।ନିଜ ପୁର ସରିକି ଗଲେ ମିଶି ।୪୩।ଯହୁଁ ଭିତର ଗଡ଼ମାର ଗଲା ।ଆର ଦୁଆର ଆୟତ୍ତ ପଡ଼ିଲା ।୪୪।ଭାଜିଗଲା କୋଲପ ଗଣ୍ଠି କୂଟ ।ଅନାୟାସେ ଫିଟିଗଲା କବାଟ ।୪୫।ଅତି ଅଜୟ ଗଡ଼ ଜୟ ହେଲା ।ଏଣୁ ନୁପୂର ବାଜଣା ବାଜିଲା ।୪୬।ଲାଜ ଭୟ ବିବେକ ଦୋଷୀ କୁଳେ ।ରହି ନ ପାରିଲେ ସେହୁ ମଣ୍ଡଳେ ।୪୭।ବନ୍ଧୁଁ ଫିଟିଲା ସ୍ନେହାଳୁ କୁନ୍ତଳ ।ଗଲା ଅନ୍ତର ହୋଇ ଯେ ଦୁକୂଳ ।୪୮।କାମ ରାଜାକୁ ପଡ଼ିବ ବିପତ୍ତି ।ଏହି ଘେନି କାତର ରତି ପତି ।୪୯।ମିତ୍ରଲାଭ ସୁହୃଦ୍-ଭେଦ ବିଗ୍ରହ ।ସନ୍ଧି ଆଦି ଜାଣଇ ସେ ବିଦେହ ।୫୦।ବିଚାରଇ କାନ୍ତଠାରୁ ରାମାକୁ ।ଫିଟାଇଲେ ରଖିବି ଗାରିମାକୁ ।୫୧।କହେ ମନୋଜ ସେ ବାଳାମଣି କି ।ମୋତେ ତୁଟୁଅଛ କିସ ମଣି କି ।୫୨।କେତେକାଳ ରହିବୁ କାନ୍ତ ବଳେ ।ମୋର କରେ କି ନ ପଡ଼ିବୁ ବେଳେ ।୫୩।ଦେଖି ସମ୍ଭାଳ ବୋଲ ବିନ୍ଧେ କାଣ୍ଡ ।କଲା କୋମଳା ପିଣ୍ଡ ଖଣ୍ଡ ଖଣ୍ଡ ।୫୪।ଶର ମରମ ଭିତରେ ବାଜିଲା ।ଛନ୍ନେ ବାଳା ମନୁଜକୁ ଭଜିଲା ।୫୫।ବରଠାରୁ ଛାଡ଼ି ଦର ଓପ୍ରୋଧ ।କଲା ଅଧୀରା ହୋଇ ରତିଯୁଦ୍ଧ ।୫୬।ନଖ ଭାଲକୁ କୁଚ ଢ଼ାଲେ ଆଡ଼େ ।ଦନ୍ତ କୁନ୍ତ କାଟଇ ନାହିଁ ଛାଡ଼େ ।୫୭।ଭୂରୁ ଚାପେ ଯୋଖି ନେତ୍ର ବିଶିଖ ।ବିନ୍ଧି କାନ୍ତ ସର୍ବାଙ୍ଗ କଲା ଲାଖ ।୫୮।ଭୁଜ ପାଶେ ବାନ୍ଧି ଭିଡ଼େ ନିବିଡ଼େ ।ବେନି ଜାନୁ କଟୀରେ ଦୃଢ଼େ ଭିଡ଼େ ।୫୯।ଇଷି ଇଷି ଭାଷା ଭାଷି ମିଶଇ ।ପୁଣି ଚମକି ଉରଜେ ଠେସଇ ।୬୦।ଗଣ୍ଡ ମଣ୍ଡଳେ ମଣ୍ଡଇ ଚୁମ୍ବନ ।ବଳେ କରେ ଅଧରୁ ରସ ପାନ ।୬୧।ବାଳା ମଦନ-ମଦ ଯା ପିଇଲା ।ଜାଣୁ ଜାଣୁ ଏଣୁ ବାଇ ହୋଇଲା ।୬୨।ହାସେ ଲୁଅ ବହି ଆସେ ନୟନୁ ।କ୍ଷତ ଲାଭେ ପୁଲକ ଲଭେ ତନୁ ।୬୩।ସଖୀ ପାଶେ ଯେ ସ୍ମିତ ନ ପ୍ରକାଶେ ।ନୂଆ ପତି ଆଗରେ ସ୍ଫୁଟେ ହସେ ।୬୪।ଏହିକାଳେ ହାର ହେଲା କାକର ।କା କା ରାବ ପ୍ରକଟିଲା କାକର ।୬୫।ସୁର ପୁରରେ ଶୁଭେ ଦର ନାଦ ।ଜାର ଯା ରଟେ କୁକ୍କୁଟ ଶବଦ ।୬୬।ହରି ହରି ପରି ଧରୁଁ ବାହାର ।ଇନ୍ଦୁ ଇନ୍ଦୁର ପରିତେଜେ ତାର ।୬୭।ପାନ ପାନରେ ଲାଗିଲା ତିକତ ।ଅଙ୍ଗ ଅଙ୍ଗନାର ରଙ୍ଗେ ସ୍ଥକିତ ।୬୮।କାନ୍ତ ଏକାନ୍ତ ପୁରେ ପାଶେ ଚାହିଁ ।ବାଳୀ ବାଳିଶ ହେଲି ବିଚାରଇ ।୬୯।ଉଠି ବିମ୍ବୋଷ୍ଠୀ କାନ୍ତେ ପିଠିକଲା ।ବାସ ବେଢ଼ାଇ ଦେଇ ବାହାରିଲା ।୭୦।ପତି ଅତି ସ୍ନେହେ ଭିଡ଼ି ସଘନେ ।ଚାରୁ ସରୁ ଚୁମ୍ବ ଦେଲା ବଦନେ ।୭୧।ବାଳା ଲୀଳା ରତାନ୍ତ ବେଶ ଦେଖି ।କଲା ମେଲାଣି ହୃଦେ ଲେଖି ରଖି ।୭୨।ସଖୀ ଶିଖୀ-କୁନ୍ତଳାକୁ ଚିହିଁଲେ ।ଏ କି ଟେକି ମୁଖ କହ କହିଲେ ।୭୩।କେଶ କେ ସମ୍ଭାଳି ଧରି ଖୋଷଇ ।ସ୍ତନ ଚିହ୍ନ ଚିହ୍ନି କେହୁ ଭାଷଇ ।୭୪।ବାଳା ବାଳ କୁରଙ୍ଗୀ କରେ ଛନ୍ଦି ।କରିଥିଲା ନାଗର ନାଗବନ୍ଦୀ ।୭୫।ଭଲା ଭୁଲାଇ ପକାଇ ଅଇଲା ।ନଖ କଣ୍ଟକେ ତନୁ ଛିଣ୍ଡିଗଲା ।୭୬।ପୁଣି ମାଜଣା ବିଧିକି ବଢ଼ାଇ ।ଆଶ୍ୱାସିଲେ ପଲଙ୍କେ ପହୁଡ଼ାଇ ।୭୭।କେତେଦିନେ ଲିଭିଲା ପୁଷ୍ପକାଳ ।କାନ୍ତ କାନ୍ତା ବିଚ୍ଛେଦରୁ ଆକୁଳ ।୭୮।ଫୁଲ କୋଦଣ୍ଡ ଦଣ୍ଡେ ଦୁଃଖୀ ହୋଇ ।ନିଶି ଦିବସେ ଭିବ ସେ ଭାବଇ ।୭୯।କାଳ କାଳ ହେବାକୁ ବିମୋଚନ ।ବ୍ରଜନାଥ ଚିନ୍ତେ ପଦ୍ମଲେଚନ ।୮୦।୧। ଋତୁ ଅର୍ଦ୍ଧ ଦିନ-ଋତୁ=ଛଅ, ଅଧା ଦିନ ।୨। ରଜନୀ=ହଳଦୀ ।୩। ନଦୀନ=ସମୁଦ୍ର ।୪। ଦର=ଶଙ୍ଖ ।୫। ଧରୁଁ=ଉଦୟାଚଳରୁ ।