କର ଆଲୋକିତ ପଥ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଆଲୋକିତ କର ଏ ରାତିକିଆଣି ଦିବ୍ୟାଲୋକୁ ଜ୍ୟୋତିବଞ୍ଚାଅ ଏ ମୁମୂର୍ଷୁ ଜାତିକି ।ଅଥର୍ବରେ ଦିଅ ବଳ,ଘୁଞ୍ଚିଯାଉ କୁଳର କଳଙ୍କମୁଖରେ ଦିଅ ହେ ଭାଷା,ଶୁଭୁ ଆଜି ସ୍ୱର୍ଗଲୋକେ ଡାକ ।ଦିଅ ଅଜ୍ଞାନରେ ଜ୍ଞାନ,ଅପସରୁ ସମସ୍ତ କାଳିମାହେଉ ଉଦ୍ଭାସିତ ଦେବ !ଏ ଜାତିର ଦିଗ୍ବଳୟ ସୀମା ।କାର୍ତ୍ତିକର ଅମାବାସ୍ୟାଅନ୍ଧକାରେ ଦୀପଦାନବେଳେତୁମରି ଦାୟାଦ ଆଜିଏ ଦୁର୍ଦ୍ଦିନେ ଡାକି ଦୀପ ଜାଳେ ।[ଅକ୍ଟୋବର୍୧୯୫୯]ମାଣ୍ଡିଆ*ମାଣ୍ଡିଆ ଘୋର ଗୋ ମାଣ୍ଡିଆ ଘୋରଯେତେ ଯହିଁ ଅଛ କାମିନୀକୁଳ ।ଘୋର ଗୋ ମାଣ୍ଡିଆ, କର ଗୋ ତମ୍ପାଅୟି ରମା, ଶ୍ୟାମା, ମାଳତୀ, ଚମ୍ପା !ଏ ସାଲ ଫସଲ ଗଲାଣି ପୋଡ଼ିଚଳ ଗୋ ଏଥର ମାଣ୍ଡିଆ ଘୋରି ।ଛାଡ଼ ପାହୁରାଣି, ଛାଡ଼ ଗୋ ଢିଙ୍କିସାହା ଏତେବେଳେ ଘୋରଣା ଚକି ।ଘୋରଣା ଚକିରେ ଲାଗିଚି କଳକିଳା ପୋତାଠାରେ ବାହୁର ବଳ ।ଘିରି ଘିରି ଘିରି ବୁଲାଅ ଧରିପାଣିରେ ହୋଇବ ମାଣ୍ଡିଆ ଖିରି ।ମାଣ୍ଡିଆ ଜାଉର ବହୁତ ଗୁଣଲୋଡ଼ା ଖାଲି ତହିଁ ଦହି ଓ ଲୁଣ ।ନ ମିଳୁ ଚିନି ବା ନ ମିଳୁ ଗୁଡ଼ବସି ବସି ଖାଲି ମାଣ୍ଡିଆ ଘୋରକର ଗପ ବସି ମାଣ୍ଡିଆ ଘୋରିକିଶୋରୀ, ଯୁବତୀ, ପ୍ରୌଢ଼ା, ବୁଢ଼ୀ ।କସିକାସି ଲୁଗା ଅଣ୍ଟାରେ ଭିଡ଼ଘୋରଣା ପାଖରେ ଓଢ଼ଣା ଛାଡ଼ ।ହାତେ ବାଜୁଥାଉ କାଚ ଓ ଖଡ଼ୁଝୁମୁରୁ ଝୁମୁରୁ ମାଣ୍ଡିଆ ଘୋରୁଁ ।ମାଣ୍ଡିଆ ଖାଇଲେ କାକର ପେଟଖାଆନ୍ତି ମାଣ୍ଡିଆ ମନ୍ତ୍ରୀ ଲାଟ ![ଜୁଲାଇ-୧୯୪୯]ଜିଭ ଓ ଦାନ୍ତ*ଏକାଘରେ ଚଳାଚଳ ପ୍ରୀତି ଅନୁରାଗେକେ ଆସିଲା ପଛେ, ଆଉ କେ ଆସିଲା ଆଗେ ।ଜଣେ ସୁକୋମଳ ପୁଣି ଜଣେ ଭୀମକାନ୍ତଜଣେ ସେ ଘରର ଜିଭ, ଜଣକ ନାଁ ଦାନ୍ତ ।ଘର ନାଆଁ ପାଟି, ଜିଭ ଆସିଥିଲା ଏକାଧୀରେ ଧୀରେ ତା ପାଖରେ ଦାନ୍ତ ଦେଲା ଦେଖା ।ହସିଦେଲେ ଦାନ୍ତ କଲା ଶୋଭା ବରଧନ,ହଲି ହଲି ଜିଭ ଦେଲା ଅମୃତବଚନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଦାନ୍ତ ଦେଖି ଜିଭ ଦିନେ କହିଲା ତା କଥା -
ତୋ ଆଗରୁ ଜନ୍ମ ମତେ ଦେଇଛି ବିଧାତା ।
ସାବଧାନ, ମୋ ଆଡ଼କୁ ନ ଆସିବୁ ମାଡ଼ି
ବୟସରେ ବଡ଼ ମୁହିଁ ଗୁରଜନ ପରି ।
ଉତ୍ତରିଲା ଦାନ୍ତ - ଆହେ ଶୁଣ ବଡ଼ଭାଇ
ତୁମକୁ ଜଗିବାପାଇଁ ଆସିଅଛି ମୁହିଁ ।
ପାଳିବାକୁ ହେବ ନୀତି ‘ପଞ୍ଚଶୀଳ’
ଅଯଥାରେ ହେବ ନାଇଁ ତୁମେ ହଲଚଲ ।
ଜିଭ କହେ - ଦାନ୍ତ ! ତୁମେ ଟାଣ ବୋଲି କହି
ଏଣୁତେଣୁ ଯାହା ଇଚ୍ଛା କାମୁଡ଼ିବ ନାହିଁ ।
ମୋର ବୋଲ ନ ମାନିଲେ ଗିଳିବନି କିଛି
ଅଧିକରେ ଲୋକନିନ୍ଦା କରିଦେବି ଛି ଛି ।
ଗଲା ବହୁ କାଳ, ଜିଭ ଦାନ୍ତ କଲେ ଘର
ଦାନ୍ତ ଯାହା କଲା ଜିଭ ବୁହାଇଲା ଲାଳ ।
ଜିଭ ମନାକଲେ ଦାନ୍ତ ଚୋବାଇଲା ବସି
ଦୁହିଁଙ୍କର ହେଲା ଦିନେ ବଳ କଷାକଷି ।
ଯେଝା ସୀମାରେଖା ଡେଇଁ କଲେ ଗଣ୍ଡଗୋଳ
ସମଗ୍ର ଶରୀରଗୋଟା ହେଲା ଥରହର ।
ଛକିଥିଲା ଯୁବା ଦାନ୍ତ ବୁଢ଼ା ଜିଭ ପାଖେ
ଲଗାଇଲା ଏକ ଚୋଟ ସମ୍ମୁଖ ସଳଖେ ।
ଦନ୍ତାହତ ଜିଭ ଏବେ କହେ ରହି ରହି
କେଡ଼େ କଥା କଲୁ ମୋର ପଛେ ଆସି ତୁହି !
ମୁଁ ହେଲି ଅଚଳ; ତୁହି ଯିବୁ ଦିନେ ଝଡ଼ି
ଏ ଶରୀର ଅଛି ଏବେ ମାଟିପିଣ୍ଡ ପରି !
[ଜାନୁଆରୀ-୧୯୬୨]
ଟାଉନ୍ହଲ*
ଜୀବନ-ମୃତ୍ୟୁ-ଗୀତିକା କେତେ ଯେ
ତୁମରି କୋଳରେ ହୋଇଛି ବୋଲା
ସ୍ମୃତିର ସାଗର ହେ ଟାଉନହଲ୍ !
ଦୁଃଖ-ସୁଖର ମିଳିତ ଦୋଳା ।
ପାରିବ କି କହି ଆଜି ଏତେବେଳେ
ଯେତେ କଥା ତୁମେ ଆସିଛ ଦେଖି
ତୁମରି ଛାତିରେ ପଥର-ଇଟାରେ
ରଖିଚ ଯେ ବାଣୀ ଭିତରେ ଲେଖି ?
ସ୍ୱପ୍ନମଗନ ନଗର ଜୀବନ
ଏ କାଳସାଗର ଲହରୀ ତଳେ
ହୋଇ ଛଳଛଳ ଅଶ୍ରୁ ଉଥଳ
ତୁମରି ଭିତରେ ଉଠଇ ବଳେ ।
ଏ ଜାତି ଜୀବନ-ଯାତ୍ରା-ପଥରେ
ବନ୍ୟା ମରୁଡ଼ି ହୋଇଲେ ଉଭା
ଏଇ ଚାରିକୋଣ କାନ୍ଥ ଭିତରେ
ବସିଛି କେତେ ତ ଜନତା ସଭା !
ଅତି ଅବିଧିରେ ଶାସନ ବିଧିରେ
କୀଟ କାଟି ଯେବେ ଚାଲିଚି ନାଟ
ବସି ଏ ଭିତରେ ଶୁଦ୍ଧ ଚିତ୍ତରେ
ସାଧୁ ଜନେ ପରା ଖୋଜିଲେ ବାଟ !
ଜୟ ପରାଜୟ ସଙ୍କଟ ବେଳେ
ଜଳିଲା ଅନଳ ତୁମରି ବୁକେ
ହୋଇଲା ସଚଳ ଅଚଳ ଜୀବନ
ପାଲଟିଲେ କେତେ ମୁଖର, ମୂକେ ।
ଉଡ଼ାଇ ଗର୍ବେ ବିଜୟ-କେତନ
ଶିବ, ସୁନ୍ଦର, ସତ୍ୟ ପାଇଁ
ହଜିବା ଧନରେ ଖୋଜିଆଣିବାକୁ
ଅତି ଅକାତରେ ଗଲେ କେ ଧାଇଁ ।
ନବ ଯଉବନ କିଶୋର ଜୀବନ
ଦେଇ ଧୂଳିମାଟି କରିଲେ କେତେ ।
ପାଲଟାଇ ଦେଲେ ଉଷର ଭୂଇଁକି
ପ୍ରାଣ ଛନଛନ ସବୁଜ କ୍ଷେତେ !
ଜୟ-ଚନ୍ଦନ ଟିକା ନେଇ ଭାଲେ
ମାଲ୍ୟ ଘେନିଲେ ଗଳାରେ ଏଥି
ସ୍ୱନାମଧନ୍ୟ, ଚିର-ବରେଣ୍ୟ
କେତେ ଏ ଜାତିର ବିଜୟୀ ରଥୀ ।
ଆବର ଏ ଥାନେ ସ୍ୱାର୍ଥ ସାଧନେ
ରୂପ ବଦଳାଇ କୁଳାଙ୍ଗାର
ସତରେ ଦଳିଲେ ସଙ୍କଟବେଳେ
ଶିଖି-ମନାଇର ବଂଶଧର ।
କେତେ ଭୁଜଙ୍ଗ ଲୁଚାଇ ରଙ୍ଗ
ମାଇଲେ ସାଧୁରେ ପଛରୁ ଚୋଟ
ଏ ଘର ଧୂଳିରେ ଛପିଅଛି ପରା
ସବୁ ଇତିହାସ ବଡ଼ ଓ ଛୋଟ ।
ତେଣୁ କହେ ଆଜି ଟାଉନ୍ହଲ୍ ହେ !
ଦୁଃଖ ସୁଖର ମିଳିତ ଦୋଳା
ଦଳ-ଦର୍ପିତ କାଲିର ମଣିଷ
ଆଜି ଦେଖ ଦୀନ ବେଶରେ ଛିଡ଼ା !
[ମେ-୧୯୬୨]
ଦି’ଟଙ୍କା ଦରମା*
ଏ ଜାତିରେ ସୁନାପୁଅ ଥିଲା ସେ ଧରମା
ଗଢ଼ିଥିଲା କୋଣାରକ ନ ଖାଇ ଦରମା !
କାଳର ଚରଣାଘାତେ କୋଣାର୍କର ଶିଳା
ପଡ଼ିଲାଣି ଢ଼ଳି ଏବେ, କି ହେଲା, କି ଥିଲା !
ପ୍ରତ୍ନତତ୍ତ୍ୱ ଗବେଷକ ଗଣୁଛନ୍ତି ବସି
ଶତାବ୍ଦୀର ସଂସ୍କୃତିକୁ ନିକଷରେ କଷି ।
ଦେଇଛି ସେ ଇତିହାସ ରାଜାରେ ସମ୍ମାନ
ଲେଖିଛି ସେ ସମ୍ରାଜ୍ୟର ଉତ୍ଥାନ ପତନ ।
ରାଜାରେ କରିଛି ସାନ, ଧରମାରେ ବଡ଼-
ବିନା ଦରମାରେ ଥିଲା ବଡ଼ କାରିଗର ।
ଲାଗିଛି ଏ ରାଜ୍ୟେ ଏବେ ଦରମାର ଲୀଳା
କହୁଛନ୍ତି ତେର ମନ୍ତ୍ରୀ ଉତ୍କୃଷ୍ଟ ଏ ‘କଳା’ ।
ହଜାର ହଜାର ଟଙ୍କା ଦରମାରେ ଯାଇ
ତା’ତହୁଁ ଦ୍ୱିଗୁଣ ଯାଏ ଗସ୍ତ-ଖର୍ଚ୍ଚ ପାଇଁ ।
ନୃତ୍ୟ ଗୀତ ସଙ୍ଗୀତରେ ଇଙ୍ଗିତ ମାତ୍ରକେ
ଶହ ଶହ ବହିଯାଏ ଏକଇ ରାତ୍ରକେ ।
କଳା ଶିଳ୍ପୀ, ଅଫିସର, ମୁଖ୍ୟ-ସେକ୍ରେଟାରୀ
ଦରମାର ମାନଦଣ୍ଡେ ଦେଶସେବାକାରୀ !
ଭୂଦାନର ପୁଣ୍ୟ ପୀଠେ ଋଷି, ମହାଋଷି-
ମହାଯାତ୍ରାପଥେ ’ ଛନ୍ତି ଯେତେକ ତପସ୍ୱୀ,
ନୁହନ୍ତି ସେ ଅଜ୍ଞ ଅବା ନୁହନ୍ତି ବାଚାଳ
ସର୍ବେ କିନ୍ତୁ ଧରିଛନ୍ତି ଦରମାର ହାର !
ଦରମାର ମାନଦଣ୍ଡେ ବଡ଼ ସାନ ଭାବ
ରଖି, ଗରିବଙ୍କ ନାମେ କାନ୍ଦେ ଯାର ଜୀବ
ମାସିକ ବାରଶ’ ଟଙ୍କା ନିଅନ୍ତି ଦରମା
ମନେ ନ ପଡ଼ଇ ଲବେ ଏ ଜାତି ଧରମା ।
ଆସିକାର ହେ ସାବିତ୍ରୀ ନାୟିକାଣୀ ଦେବୀ
ଦି’ ଟଙ୍କା ଦରମା ତୁମ ମାସକର ଦାବି ।
ରାଜସ୍ୱ ବିଭାଗେ ତୁମେ ଲେଖାଇଲ ନାମ
‘ସମସ୍ତେ ସମାନ’ କହେ ଆମ ସଂବିଧାନ !
ଭାଜି ଯିବ ରାଜଧାନୀ ଦୋ’ ମହଲା ପକା
ଆସୁଥିବେ କେତେ କରି ମନ୍ତ୍ରୀତ୍ୱ ଜୀବିକା ।
ନ ଥିବେ ଏ ସଦାଶିବ, ରଥ, ଚଉଧୁରୀ,
ନ ଥିବେ ଏ ପ୍ରସ୍ଫୁଟିତା ବସନ୍ତମଞ୍ଜରୀ,
ନ ଥିବେ ରାଉତସୁତ ଅନାଗତ ଧର୍ମୀ
ନ କରିବେ ତୀର୍ଥବାସ ଧର୍ମ ଅର୍ଥ-କାମୀ ।
ହେ ସାବିତ୍ରୀ, ତୁମ ନାମ ହେବ ଚିରନ୍ତନ
ଆସିକା ‘ବିଶ୍ରାମଗାରେ’ ଦେଇଛ ଜୀବନ ।
ଦେଶର ଦାୟାଦ ଦିନେ ଭୁଲିଯାଇ ମନ୍ତ୍ରୀ
ତୁମକୁ ରଖିବେ ମନେ ହେ ସୀତା ସାବିତ୍ରୀ ।
[ମେ-୧୯୫୫]
ହିମାଳୟ
ଅଜ୍ଞେୟ ହେ ହିମାଚଳ, ହେ ଦୁର୍ଜ୍ଜୟ, ଅନବଲୋକିତ
କାଳର ଅନନ୍ତ ସୀମା ତୁମ କୋଳେ ସୀମିତ, ଶଂକିତ ।
ନ ଜାଣନ୍ତି ରବି ଶଶୀ ସେ ବିଚିତ୍ର ଗୋପନ କାହାଣୀ
କହ ତୁମେ ତୁମ କଥା, ତୁମେ ଛଡ଼ା କେ ପାରିବ ଜାଣି ?
ତୁଷାର-କିରୀଟ-ଦୀପ୍ତ ଦେବତାତ୍ମା ହେ ନଗାଧିରାଜ,
ଧରଣୀର ମାନଦଣ୍ଡ, ଶୁଣୁଛ କି କାହାର ଆବାଜ ?
କୋଟି ବର୍ଷ କୋଟି ଯୁଗ ଗଲା ବହି କାଳ-ପାରାବାରେ
ଲଭିଥିଲ କେବେ ଜନ୍ମ, ଇତିହାସ ନାହିଁ କହିପାରେ ।
ପ୍ରଳୟ-ପ୍ଳାବନତଳେ ସୃଷ୍ଟି ଯେବେ ଭଜିଲା ବିଲୟ
ନ ଥିଲା ଏ ଜୀବସତ୍ତା, ଥିଲା ଖାଲି ସବୁ ଜଳମୟ,
ସେଦିନ କି ଶୁଭଲଗ୍ନେ ଥିଲ ଟେକି ତୁଙ୍ଗ ଶିର ତବ
ନାହିଁ ତାର ଆଦି ଅନ୍ତ, ଲଭିନାହିଁ ପରାଭବ ଲବ ।
ତୁମରି ଏ ଦୃପ୍ତବୁକେ ଧୂର୍ଜଟୀର ତାଣ୍ଡବ ନର୍ତ୍ତନ
ସେଦିନ ଆଣିଲା କି ହେ ଏ ଧରଣୀ ନବ ବିବର୍ତ୍ତନ ?
ସତ୍ୟର ସନ୍ଧାନ ଲାଗି ତୁମ କୋଳେ ଯୋଗାସନ ସାଧି
କେତେ ଋଷି, ଯୋଗୀ, ମୁନି ଲଭିଛନ୍ତି ଦୁରନ୍ତ ସମାଧି !
ଉର୍ଦ୍ଧ୍ୱେ ଆଜି ଚନ୍ଦ୍ର କାନ୍ଦେ, ସେ ମଙ୍ଗଳେ ପଡ଼ିଚି ଚହଳ,
କେତେ କାଳ ଅଚଞ୍ଚଳ ଥିବ ତୁମେ କହ ହିମାଚଳ ?
ମହାକାଶେ ମହାସଭା, ପଞ୍ଚଭୂତ ପଡ଼ୁଛି ଉଛୁଳି
ବିଚ୍ଛୁରିତ ଚାରିଆଡ଼େ ବିଜ୍ଞାନର ବଜ୍ର ଓ ବିଜୁଳି ।
ଫେରି ରଣାଙ୍ଗନୁ ପରା ଧର୍ମରାଜ ଯୁଧିଷ୍ଠିର ଥରେ
ଯାଇଥିଲେ ଶାନ୍ତି ଖୋଜି ତୁମରି ସେ ନିଗୂଢ଼ ଗହ୍ୱରେ ?
ଫେରି ତ ଅଇଲେ ନାଇଁ ହିମାଦ୍ରି ହେ, ଶାନ୍ତିବାର୍ତ୍ତା ଘେନି
ଅଶାନ୍ତ ଏ ବିଶ୍ୱବୁକେ କିଏ ଦେବ ଆଶ୍ୱାସନା ବାଣୀ ?
ଏ ପାଖେ କୃଷ୍ଣାଭ ସୃଷ୍ଟି, ସେ ପାଖରେ ପୀତାଭ ଧରଣୀ
ମଧ୍ୟେ ତୁମେ ମହାମେରୁ ବିସ୍ତାରିତ ଶୁଭ୍ର ଶୃଙ୍ଗଶ୍ରେଣୀ!
ତୁମ ତୁଙ୍ଗ ଶିଖେ ଡ଼ାକି କହେ ତେଣୁ ସେ ମାଓସେତୁଙ୍ଗ
ତୁଷାର କିରୀଟରାଜି ଚୂରିଦେବ କରି ଲାଲ ରଙ୍ଗ ।
ବିଶ୍ୱ-ପରିତ୍ରାଣ ପାଇଁ ଆଜି କି ହେ ଆସି ଆଉ ଥରେ
କିଏ ହେବ ଅବତୀର୍ଣ୍ଣ ତୁମର ଏ ପବିତ୍ର ବକ୍ଷରେ ?
ଶଙ୍କର କି ଦେବେ ଦେଖା ଓହ୍ଲାଇ ସେ କୈଳାସ ପର୍ବତୁ
ଅବା ଉମା ହୈମବତୀ ତାରିବେ ଏ ଦୁର୍ଗତିର ପଥୁ ?
ଦିନେ ତବ ପଦତଳେ ପ୍ରତିଧ୍ୱନି ଉଠିଲା ଉଜାଣି -
ସତ୍ୟ, ଶାନ୍ତି ସାମ୍ୟ,ମୈତ୍ରୀ,ଅହିଂସାର ପୂତ ମନ୍ତ୍ରବାଣୀ ।
ଲଙ୍ଘି ଏ ତୁଷାର ସୀମା ଆରପାରେ ବାଜିଲା ଗୌରବେ
ନ ଥିଲା ସୀମାର ବାଦ, ଶାକ୍ୟ ମୁନି ଗାଉଥିଲେ ଯେବେ ।
ସତତ ଶଙ୍କିତ ଏଇ ଜାତିସ୍ମର ବଡ଼ ଭାଗ୍ୟବାଦୀ,
ଜାଗୁ ତୁମ ପକ୍ଷ ପୁଣି ଥିଲେ ଯାହା ଦିନେ ଶକ୍ର ଛେଦି ।
ରୋଷ ବିଗଳିତ ସ୍ରୋତେ ଦିଅ ତୁମେ ସକଳେ ଭସାଇ
ଲାଲ ପୀତ କୃଷ୍ଣ ରେଖା ଲଢ଼େଇରେ ଆଗଭର ହୋଇ ।
[ଅକ୍ଟୋବର-୧୯୫୯]
କଛା*
ତୁମକୁ ପଛରେ ରଖି ଚିରକାଳ, କଛା
କୁଞ୍ଚ ଯାଏ ଆଗେ ଆଗେ ହଲି
ଯେ ଦିନୁ ବସନ ହେଲା ସୃଷ୍ଟି, ଜଗତେ
ପଛେ ଅଛ ସେଇ ଦିନ ପଡ଼ି ।
ଏକଇ ବସନେ ତୁମେ କଛା ଆଉ କୁଞ୍ଚ
ଏକ ଅଙ୍ଗେ ଦୁଇ ସହୋଦର
ଏକଇ ଡ଼େମ୍ଫରେ ଥାଇ ଦୁଇଟି କୁସୁମ
ରୂପ ଭିନ୍ନ ତୁମ କାରବାର ।
ସଭ୍ୟତାର ଜୟଯାତ୍ରା ମଙ୍ଗଳ ଲଗନେ
ମାନବର ଲଜ୍ଜା, ଅଭିମାନ,
ଗୌରବ, ବିଭବ ଯେବେ ଦେଇଅଛି ଦେଖା
ଦୁହେଁ ତାର ସାକ୍ଷୀ ବିଦ୍ୟମାନ ।
କ୍ଷମତାର ମୋହ-ମଦେ ବସି ସିଂହାସନେ
ରାଜା ଦେଲେ କୁଞ୍ଚେ ଅଧିକାର
କୃଚ୍ଛ ତୋଷମୋଦୀ ଦଳ ଧଇଲେ ତା’ ଟେକି,
ସେ’ ଟା ହେଲା ରାଜ-କାରବାର !
ସେ’ଟା ହେଲା ଗୌରବର ସାମନ୍ତ-ସଙ୍କେତ
କାନକୁହା ଅନୁଗତ ଦଳେ,
ତୁମେ ଥାଇ ପଛେ ତାର ମୌନ ଚିରକାଳ
ପୋଷାକର ଗୁଢ଼ ଅନ୍ତରାରେ ।
ଆଦିମ ପ୍ରସ୍ତର ଯୁଗୁ ସଭ୍ୟତାରେ ମିଶି
ତୁମେ ଆସିଅଛ ବିଲକ୍ଷଣ
ଆଦୀବାସୀ ‘ଲେଙ୍ଗୁଟି’ ରୁ ଏ ‘ଆଟମ୍’ ଯୁଗେ
ତୁମେ ପୁଣି ନମ୍ବୁଦ୍ରୀ ବ୍ରାହ୍ମଣ !
ମହାରାଷ୍ଟ୍ର ବୀରଙ୍ଗନା, ଗୁର୍ଜ୍ଜର ରମଣୀ,
ମାଗଧୀ ଓ ତାମିଲୀ, ଦ୍ରାବିଡ଼ୀ,
ଉତ୍କଳର ପଞ୍ଚକୋଶୀ ଶ୍ରୀକ୍ଷେତ୍ର ବିହାରେ
ତୁମେ ବିରାଜିତ ସର୍ବେ ଧରି ।
କେତେବେଳେ ଏକ ତୁମେ, କେବେ ବା ଦି’କଛ,
ବେଳେବେଳେ ତ୍ରିକଛ ପାଲଟି
ଆଗରୁ କୁଞ୍ଚକୁ ପୁଣି କର ଆକ୍ରମଣ,
କି ରକ୍ଷଣଶୀଳ ପରିପାଟୀ !
ଏ ଭାରତ ସଂସ୍କୃତିର ତୁମେ ଆଦିରୂପ -
‘କଉପୀନ’ ମୁନିଋଷି ପୀଠେ
ରଖିନାହିଁ ଇତିହାସ ତାର ଇତିହାସ
ସେ ଦିନର ଦୃଶଦ୍ବତୀ ତଟେ ।
କୌପୀନର ପୁତ୍ର ତୁମେ, ପ୍ରାଚୀନ ସଂସ୍କୃତି
ପରିଧାନେ ସଂଯମର ରୂପ
କୁଞ୍ଚର ପଛରେ ଥାଇ କୁସ୍ତି କସରତେ
ହୁଅ ‘କଛା’ ବିକ୍ରମ ସ୍ୱରୂପ ।
[ଜାନୁଆରୀ-୧୯୬୨]
ଶକୁନ୍ତଳା
ତୁମକୁ ଦେଖିଛି ମୁହିଁ ସେଦିନର ଷ୍ଟାଡ଼ିଏମ୍ଖେଳେ
ଫୁଲସଞ୍ଜବେଳେ
ଜନତାର ଉଚ୍ଛ୍ୱସିତ ଘନ କଳରୋଳେ
ହସୁଥିଲ ଉଡ଼ନ୍ତା ଅଞ୍ଚଳେ ।
କେତେ ଥର କଲେଜର ସେଇ ଯେଉଁ ସଦର ଫାଟକେ
ବିସ୍ମୟେ ଅଟକେ,
ଚାରିଟା ବାଜିଲେ କେତେ ତନୁ ମନ ଥକେ,
ଆସୁଥିଲ ସେଇଠି ମୁଁ ଦେଖେ !
ସେଇ ଦିନ ବାଲିଯାତ୍ରା ପଡ଼ିଆର ଉତ୍ସବ ରାତିରେ
ଅମନ୍ଦ ଗତିରେ
ଥିଲେ ଏତେ ଲୋକ, କିନ୍ତୁ କାହାର ସାଥିରେ
ଦେଖିଛି ମୁଁ ଇଲେକ୍ଟ୍ରିକ୍ ବତିରେ ।
ଗୁରୁଗରଜନ ଦିନେ ହେଉଥିଲା ଗଗନ ବିଦାରି,
ଅବାରିତ ବାରି
ଲଙ୍ଘୁଥିଲା ରାଜପଥ ଦୁଇ କୂଳ ଧରି
ଥିଲେ କିଏ ତୁମରି ନାଉରି ?
କ୍ଷୀଣଚନ୍ଦ୍ର ଛାୟାଲୋକେ ସିନେମାରେ ବୈଜୟନ୍ତୀମାଳା
ଆସି ଯେବେ ଗଲା
ଶୁଣିଛି, ବାଟରେ କାନେ କିଏ କହୁଥିଲା
ତୁମେ ତାର ସଜୀବ ପିତୁଳା !
ଡାକେ ଏବେ କୁଆଁ କୁଆଁ କୋଳେ ତବ ସଦ୍ୟଜାତ ଶିଶୁ
ଅନନ୍ତ ଆକାଶୁ
ଝରୁଅଛି ବାରି, ତୁମ ଯୁଗନେତ୍ରୁ ଅଶ୍ରୁ,
କାହିଁ ଗଲେ ବନ୍ଧୁ ତୁମ ପାଶୁ ?
ସାରା ବିଶ୍ୱ ମେଘାଚ୍ଛନ୍ନ, ହୃଦ ତବ ଅନ୍ଧାକାରମୟ,
ଅସମ୍ଭବ ଭୟ,
ବାଟ ଭୁଲିସାରିଛ ତ କାହିଁ ଯିବ କହି
ଭାବୁଛ କି ହେଲା ପରାଜୟ ?
ନତନେତ୍ରା ‘ଶକୁନ୍ତଳା’ କଣ୍ଠୁ ବାଣୀ ସ୍ଫୁରିଲା ନିମିଷେ
ଚାହିଁ ନିର୍ନିମେଷେ
‘ଭରତ’ ର ପରାଜୟ ନାଇଁ ଏଇ ଦେଶେ
ପରାଜୟ ଖାଲି କାପୁରୁଷେ !
[ମାର୍ଚ୍ଚ-୧୯୬୨]
ଜୀବନଟା ମୋର ନାରୀମୟ !
ମନେ ନାହିଁ, ଥିଲି ଯେବେ ବାଳୁତ କୁମର
ଶୁଣେ, କୋଳେ ଧରି ମାଆ କରୁଥିଲେ ଗେଲ ।
ନୟନପଥରୁ ଲବେ ନ ରଖନ୍ତି ଦୂରେ
ଏ ନୟନେ ଲୁହ ଦେଖି ସେ ନୟନ ଥରେ ।
ବୟସ ନ ପୂରୁ ତିନି, କାହିଁ ଆସି ଧାଈ
ହସି ଖେଳି ଦେଖାଇଲା ଏ ବିଚିତ୍ର ମହୀ ।
ଚଲାଇଲା ହାତ ଧରି, କଲା ଧୂଳିଘର,
ମନେକଲା ସତେ ଅବା ମୁଁ ତା’ ଆପଣାର !
ଭଗିନୀ ସେ ସ୍ନେହମୟୀ ବୟସ ସାତରେ
ପାଖ ନ ଛାଡ଼ିଲା ମୋର ଭାଇ ବୋଲି ଥରେ ।
ଏକାଥାନେ ହସ ଖେଳ, ଏକାଗୀତ ଗାଇ
କ୍ଷଣେ ନ ଦେଖିଲେ ବସି ଡ଼ାକେ ଭାଇ ! ଭାଇ !
ସେ କିଶୋର ଲୀଳା କେତେ ବାର-ତେର ବେଳେ
ପ୍ରତିବେଶୀ ସୁହାସିନୀ କିଶୋରୀ ମହଲେ ।
ଫୁଲତୋଳା, ବେଣୀପକା, ଗୀତବୋଲା ଖେଳ
ଅଧେ ଲୁଚି, ଅଧେ ଦେଖି ଚାଲିଗଲା ବେଳ ।
ପରଶିଲା ଯଉବନ, ଜାଣିଲି ମୁଁ ତହିଁ
କିଏ ସେହି ପ୍ରଣୟିନୀ ପାଖେ ପାଖେ ଥାଇ
କଲେ ମୋର ଗତି ସ୍ଥିର, ହେଲି ମୁହିଁ ବନ୍ଦୀ
ଚରଣ-ଯୁଗଳ ହେଲା ପ୍ରଣୟରେ ଛନ୍ଦି ।
ଖସିଲା ବୟସ ଯେବେ, ମୋ କୁଟୀର-ରାଣୀ
କଲେ ମୋତେ ଆତଯାତ ନେତ୍ରବାଣ ହାଣି,
ଗୃହ ପରିବାର ଏ ଯେ ବିରାଟ ସଂସାର
ଗୃହିଣୀ ଗର୍ଜନେ ହେଲା ସବୁ ଥରହର !!
ଜରା ଯେବେ ଘୋଟିଗଲା, ପୁତ୍ରବଧୂ, ସୁତା
ଶୁଣାଇଲେ ବସି ଖାଲି ଭାଗବତ, ଗୀତା,
ମୁକ୍ତି ଖୋଜି ବସିଲି ମୁଁ ଏ ବିଚିତ୍ର ଭବୁଁ
ଜନମରୁ ମୃତ୍ୟୁଯାଏଁ ନାରୀମୟ ସବୁ !!!
[୧୯୩୮]
ପୂଜା*
ଗରଜୁଁ ବଜ୍ର ବିଦାରି ଗଗନ
ହୁଙ୍କାରି ଉଠୁ ସିନ୍ଧୁ
ଘୋଟୁ ପଛେ ଘୋର ଅନାହାର, ଦୁଃଖ
ତୋ’ କର ଚରଣ ଛନ୍ଦୁ,
ମଣନା ତୁ ଆଜି ଚିର ଦୁର୍ବଳ
ଆସିବରେ ଦିନ ଉଜ୍ଜ୍ୱଳତର
ଭବ-ଭୟହାରୀ ଖର କରବାଳ
ଶୋଭିବ ତୋ’ କରେ ବନ୍ଧୁ !
ସେ ପାରେ ଅନାଏ ଦାନବ ସେ କିଏ
ବର୍ମାରେ ପିଏ ରକ୍ତ,
ଏତେବେଳେ ଥରେ ଧକ୍କା ଦିଅ ରେ
ହେ ମୋ ବିଜୟିନୀ-ଭକ୍ତ !
ଶୁଭ ଉତ୍ସବ ଲାଗିବ ଏ ଭବେ
ଖୋଜିବୁଲ ଆଜି ସମର ଦାନବେ,
ତଡ଼ ମହାମାରୀ, ମଡ଼କ, ମରୁଡ଼ି,
ହେ ଜନନୀ-ଅନୁରକ୍ତ ।
[ସେପ୍ଟେମ୍ବର-୧୯୪୦]
କିଚିରି ବରଗଛ*
କାଟ ନାଇଁ କାଠୁରିଆ ।
ଏ ଗଛଟା ଜାଣେ କେତେ କଥା,
ଅତୀତର ଅନ୍ଧକାର
ଏ ଜାତିର ବିଜୟ-ବାରତା
ଜମାଟ ବାନ୍ଧିଛି ଏଥି,
ଡ଼ାଳ ପତ୍ର ବଳ୍କଳ ଭିତରେ
କେତେ ଯେ ରହିଛି କଥା
ରଖିବ କେ ଧରି ତା’ ଚିତ୍ତରେ ?
ସେଦିନ ଶତାବ୍ଦୀ ତଳେ
ରାତ୍ରି ଶେଷେ ରକ୍ତାକ୍ତ ଖୋରଧା
କଙ୍କରିଳ ଏ ଭୂଇଁରେ
ବାନ୍ଧିଥିଲା ସ୍ୱାଧୀନତା ଧ୍ୱଜା ।
ସେଇ ରକ୍ତ, ମେଦ, ମାଂସେ
ଉର୍ବର ଏ କଙ୍କରିଳ ଭୁଇଁ,
ଦେଖିଥିଲା ଏଇଠାରେ
କେତେ କଥା ରାଜଗୁରୁ ଜୟୀ ।
ବାଟ ନାଇଁ ଜାଣିବାକୁ
ରୂପକଥା ଅତୀତ ବିଭବୁ,
କାଟ ନାଇଁ ଗଛଟାକୁ
ଏ ଗଛଟା ଦେଖିଅଛି ସବୁ ।
ଏ ଦେଖିଚି ଗୋଟି ଗୋଟି
ଅସୁରର ନଗ୍ନ ବିଭୀଷିକା
ନମକାହାରାମ ଦଳ
ଏ ଭୂଇଁକି ନେଲେ ଯେବେ ଠିକା ।
ଏ ଦେଖିଛି ବନ-ବାସୀ
ଜାତି-ପ୍ରାଣ ଦଳବେହେରାରେ
ଶିର ଯାଚିଥିଲା ଯିଏ
ପରପାଇଁ ଏଇ ରାଜଦ୍ୱାରେ ।
ଏ ଜାଣିଛି ପାପୀ, ତାପୀ,
ଦୁଃଖୀ ଜନ କରୁଣ କାହାଣୀ
ଏ ଦେଖିଚି ଅନ୍ଧକାର,
ଏ ଶୁଣିଚି ଆଲୋକର ବାଣୀ !
କାଟିଦେଲ ଗଛଟାକୁ ?
କେ କହିବ ସେଦିନରେ କଥା ?
ବସିଥିଲେ ଗୋପବନ୍ଧୁ
ୟା’ ମୂଳରେ ଉଚ୍ଚେ ଟେକି ମଥା ।
ପତନ ଓ ଅଭ୍ୟୁତ୍ଥାନ
ଦେଖିଥିଲା ଏ ବିରାଟ ତରୁ
ଚନ୍ଦନ ହୋଇଚି ମାଟି,
ଏ ଚନ୍ଦନ ନେଉଚି ମୁଁ ତଳୁ ।
[ଜୁନ୍-୧୯୬୨]
ଇସ୍ତଫା
ଚାରିଆଡ଼େ ଆଜି ଇସ୍ତଫା ଚାଲେ ଘନଘନ
ସହି, ଦେବା ଚାଲ ଇସ୍ତଫା,
ଭଲ ଲାଗେନାହିଁ ବିବାହ ବେଳର ବନ୍ଧନ,
କରିବାକୁ ହେବ ମନ ସଫା ।
ତୁମେ ଯିବ ତୁମ ଗୃହବନ୍ଧନ ଆରପାରେ
ମୁଁ ଯିବି ଏପାଖେ ବୁଲିବାଲି
ଏ ଯେ ପରିବାର ଯୋଜନା ଭିତରେ ଆଉ ଥରେ
କେବେ ହେବ ଦେଖା ଭାବେ ଖାଲି ।
ପଢ଼ା ଛାଡ଼ି କହେ ଛାତ୍ର - ଦେବି ମୁଁ ଇସ୍ତଫା
ହାସଲ କରିବି ଦାବି ମୋର,
ପାଠ ପଢ଼ିବାରେ ଦେଖୁନାହିଁ ମୁଁ ତ ତିଳେ ଲଫା,
ଚାରିଆଡ଼େ ଖାଲି ଟାଉଟର !
ଦପ୍ତର ପାଖେ ଇସ୍ତଫା ଦିଏ ଚାକିରିଆ
ଦରମା ଯୋଜନା ତଳେ ତଳେ
ବଜାର-ଦରରୁ ହୁଏ ତିନିଗୁଣ ଦିଆନିଆ
ଧାନ,ମୁଗ ବିରି କାରବାରେ !
ଚାଉଳ ଭିତରେ ମହାନଦୀ ବାଲି ପାଏ ଥାନ,
ସମାନ ଆସନେ ଘିଅ, ତେଲ,
ସମାନ ତାଳରେ ଜାଗେ ଚାରିଆଡ଼େ ସମ୍ମାନ
ସୁନା ଓ ପିତଳ ଭଲ ଭେଲ !
ଦଳ ଅଦଳର ଅଦଳ ବଦଳ ଦିନରାତି
ଇସ୍ତଫା ତା’ର ପଛେ ପଛେ
ସବୁ ସମତଳ ବାରଗୋଲା ଆଉ ତେର ଜାତି
ଧାଇଁ ବୁଲେ ମନ କାର୍ପଛେ ।
[ଅପ୍ରେଲ-୧୯୫୯]
ନାକ ଓ ସିଙ୍ଘାଣି କଳି
ନାକ ଓ ସିଙ୍ଘାଣି ଦିନେ ଲାଗିଗଲେ କଳି-
ନାକ କହେ ସିଙ୍ଘାଣି ତୁ ଅଟୁ ଖାଲି ମଳି ।
ତୋହ ତୁଲେ କେବେ ସାଥୀ ହେବି ନାହିଁ ଆଉ
ବେଳକାଳ ନାହିଁ ଖାଲି ସଡ଼ସଡ଼ ହେଉ !
କହିଲା ସିଙ୍ଘାଣି ଡ଼ାକି କାନରେ ତା’ କଥା -
ନାମ ସିନା ତୋର ନାକ, ମୋର ସେ ଯେ ରାସ୍ତା !
କରିବୁ ତୁ ଯେବେ ମୋର ରାସ୍ତା ଅବରୋଧ
ଲୋକେ ଯେ କହିବେ ତୋତେ ନିପଟ ନିର୍ବୋଧ !
ନାକ କହେ - ସେ ଆଇନ ନାହିଁ ଆଉ ଦେଶେ
ଯେ ଯାହାକୁ ରୋଧିପାରେ କିବା ଯାଏ-ଆସେ ?
କହୁଚି ମୁଁ ଆଜିଠାରୁ ଶୁଣ ରେ ସିଙ୍ଘାଣି
ଯିବୁ ନାହିଁ ମୋ ଭିତରେ ଆଉ ଜାଣି ଜାଣି ।
ସିଙ୍ଘାଣି କହିଲା ଣୁଣ - ଆରେ ନାକ ଭାଇ
ମୁଁ ତୋହର, ତୁ ମୋହର ଯୁଗ ଯୁଗ ରହି ।
ନବଦ୍ୱାରୁ ଦ୍ୱାର ଏକ ମୁହିଁ ଏ ତନୁର
କରିପାରିବୁନି କେବେ ତୋ ପାଶରୁ ଦୂର ।
ନାକ କହେ - ସ୍ୱାଧୀନତା ମିଳିଲାଣି ଜାଣ
ହେବି ମୁହିଁ ଏଠି ତାର ନିପଟ ପ୍ରମାଣ ।
ତୋର ଅଧିକାର ନାହିଁ ମୋ ଭିତରେ ଆଉ
ତୋର ମୋର ସଂପରକ ଆଜି ଛିଡ଼ିଯାଉ ।
ସଂଙ୍ଘାଣି ବଖାଣେ ଧୀରେ - ଆରେ, ଆରେ, ନାକ
ତୁ କି ମନେକରୁ ରାଜଧାନୀ ଏ କଟକ ?
ନର୍ଦ୍ଦମା ଯେ ନାହିଁ, ନଳାପାଣି ଯିବା ପାଇଁ
ନର୍ଦ୍ଦମାର ପାଣି ଏବେ ସଡ଼କେ ଭାସଇ !
ରୋଷେ ନାକ ବଖାଣିଲା ସିଙ୍ଘାଣିରେ ଡ଼ାକି,
ଦୁଇ ପୁଡ଼ା ରାସ୍ତା ତାର ରୁମାଲରେ ଜାକି ।
ବେଳୁ ବେଳ ହେଲା କଳି, ପଡ଼ିଲା ଚହଳ
କମ୍ପିଲା ସେ ତନୁ-ରାଜ୍ୟ-ଗୋଡ଼, ହାତ, ଶିର ।
ଶରୀର ଆସିଲା ଜର ଥଣ୍ଡାହେଲା ବେଶି
ଛିଡ଼ିଗଲା ଗଳାନାଳୀ ଖାଲି କାଶି କାଶି ।
ହେଲା ମୁଣ୍ଡବ୍ୟଥା, ପୁଣି ଆଖି ହେଲା ନାଲି
ଶରୀର-ସଂସାରେ ହାହାକାର ଗଲା ପଡ଼ି ।
କେ ଛାଡ଼ିବ ସିଂଙ୍ଘାଣିକି ବାଟ କହ କହ
ବିଚାରିଲେ ଆଖି ତୁଲେ ନବଦ୍ୱାର ମୁହଁ -
ଶରୀର-ସଫେଇ ଲାଗି ଅଛି ନବଦ୍ୱାର
କେହି ରୋଧି ନ ପାରନ୍ତି କାହା ଅଧିକାର ।
ମୁହଁ ସଭାପତି ଥାଇ କହିଲା - ହେ ଭାଇ,
ସର୍ବ-ସ୍ୱାଧୀନତା ପାଇଁ ସର୍ବେ ହେବା ଦାୟୀ ।
କାନ ଯେବେ ନ ଶୁଣିବ ବାଟ କରି ବନ୍ଦ
ଆଖି ଯେବେ ମୁଦି ହେବ ହୋଇବାକୁ ଅନ୍ଧ,
ଶୋଷ କଲେ ଗଳା ଯେବେ ନ ଛାଡ଼ିବ ପାଣି,
ମଳ ମୂତ୍ର ଅଟକିବ ଯେବେ ଜାଣି ଜାଣି,
ଜଡ଼ ହେବ ଏ ରାଇଜ, ମୃତ୍ୟୁ ହେବ ସାର
ନାକରେ ରହିଚି ସିଙ୍ଘାଣିର ଅଧିକାର ।
ନର୍ଦ୍ଦମାର ପାଣି ଯେବେ ନ ପାଇବ ବାଟ
ମଶା ମାଲେରିଆ ସିନା ହୋଇବେ ପ୍ରକଟ ।
କଟକ ସହରୁ ଆମେ ଶିଖିଅଛୁ ଭାଇ-
ଯେଝା ଦାବି ବନ୍ଦ କଲେ ସାର ମରିବାହିଁ ।
ସଭାଶେଷେ ବୁଝିଗଲା ନାକ ସାରକଥା -
ସ୍ୱାଧୀନତା ନୁହେଁ ପର ଦାବି ହରିବାଟା ।
[ସେପ୍ଟେମ୍ବର-୧୯୫୪]
ବେତାର-ସଙ୍ଗୀତ*
ମାର୍ନାହିଁ ମୋତେ, ମାର୍ନାହିଁ ମୋତେ, ମାର୍ନାହିଁ
ଘର୍ନାହିଁ ମୋର୍, ଦ୍ୱାର୍ନାହିଁ ମୋର, କାର୍ନାହିଁ,
ମୁଁ ତ, କା’ର ନାହିଁ
ମୋର, ବେତାର୍ ନାହିଁ କି ତାର୍ ନାହିଁ
ମାର୍ନାହିଁ ମୋତେ, ମାର୍ ନାହିଁ ମୋତେ, ମାର୍ ନାହିଁ ।
ଈଶ୍ୱର ! ତୁମ ଦରବାର ପାଖେ ଚାହିଁ ଚାହିଁ
କେତେ ମାସ, କେତେ ବରଷ କଟିଲା ଜାଣ ନାହିଁ,
ଏଇ ଥାନେ ଜଗି ରହି ରହି
ଦିବସ ରଜନୀ କେତେ ମୁଁ ଭୋଗିଲି ତୁମ ପାଇଁ,
ମାର୍ନାହିଁ ମୋତେ, ମାର୍ନାହିଁ ମୋତେ, ମୋର୍ନାହିଁ ।
ଅଫିସିରେ ମୁହିଁ ଶୋଇନାହିଁ ଅବା ଖାଇନାହିଁ
ରାତିରେ କେ ବାବୁ ଖୋଲିଲେ ଦୁଆର କାହିଁପାଇଁ,
ଈଶ୍ୱର ! ତୁମେ ଜାଣ ନାହିଁ
ବନ୍ଦୀ ମୁଁ ହେଲି ସାରା ରାତି, ଆଉ ଦିନ ପାଇଁ,
ମାର୍ ନାହିଁ ମୋତେ, ମାର୍ନାହିଁ ମୋତେ, ମାର୍ନାହିଁ ।
ଓଜନ ମୋହର ମରିବା ପାଇଁକି ଠିକ୍ନାହିଁ
ଧରାହୋଇ ଯାଇ ଡ଼ାକ୍ତରଠାରୁ ଛାଡ଼ ପାଇ
ଘରକୁ ଫେରିଚି ଧାଇଁଧାଇଁ
ଆତତାୟୀ ମୋତେ ମାରିନାହିଁ, ତୁମେ ଈଶ୍ୱର
ମୋତେ ମାରନାହିଁ,
ମାର୍ନାହିଁ ମୋତେ, ମାର୍ ନାହିଁ ମୋତେ, ମାର୍ ନାହିଁ ।
ଯେ ଦିନ କଟକେ ବେତାର ବସିଲା ଜାଣ ନାହିଁ
ଚୋର ଡ଼କାୟତେ ଘଉଡ଼ିଚି କେତେ ଏଇଠାଇଁ,
ଆହୁରି ’ଛନ୍ତି ଜାଣନାହିଁ,
ବୁଝିବ କି ତୁମେ ଈଶ୍ୱର ବାବୁ, ଅଫିସି ଖୋଲିଲା
କାହାପାଇଁ ?
ମାର୍ନାହିଁ ମୋତେ, ମାର୍ନାହିଁ ମୋତେ, ମାର୍ନାହିଁ ।
[ସେପ୍ଟେମ୍ବର-୧୯୫୩]
ଜୟ ତୁ ରାଉରକେଲା
ଏ କି ବେଳ ହେଲା ?
ବକ୍ଷ ଚିରି ଦେଲାଣି ଡାକ କାଲିର ରାଉରକେଲା ।
ସଭ୍ୟତାର ହାତୁଡ଼ି ମାଡ଼େ
ପାଷାଣ ମାଟି ଭୁଶୁଡ଼ି ପଡ଼େ
ନିବିଡ଼ ତାର ଗହନ ତଳେ ଝଞ୍ଜା ଦିଏ ଠେଲା,
ଏଇ କି ବେଳ ହେଲା ?
ଯୁଗ-ଯୁଗର ଅନ୍ଧକାରେ
ରତ୍ନଦୀପ ଭିତରେ ଜଳେ
ରୁଦ୍ଧ ତାର ଅନ୍ତରର ଆହ୍ୱାନ ଏ ପରା !
ଏଇ ଯେ ରାଉରକେଲା !
କେଉଁଠି ଲୁହା ସେ କେଉଁଝରେ
ମଣାଇନେବ ବଣାଇ ତଳେ
ଉତ୍କଳର ଜୈତ୍ରପଥେ ମୈତ୍ରବନେ ମେଳା,
ଜୟ ତୁ ରାଉରକେଲା !
ଦେ’ ଜୀବନ ଭିନ୍ନ କରି
ଜୀର୍ଣ୍ଣ ତୋର ବସନ ଛାଡ଼ି
ଭସାଇ ଦେ’ ତୁ କାମନା ତରୀ, ଏଇ ତ ବେଳ ହେଲା,
ବନ୍ଦେ ରାଉରକେଲା !
କେତେ ଯେ ଗଲେ, କେତେ ଯେ ମଲେ
ଏଇ ପାହାଡ଼ ପାଷାଣ ତଳେ
ଆଜି କି ତାର ସନ୍ଧାନରେ ଯିବାକୁ ବେଳ ହେଲା ?
କାନ୍ଦେ ରାଉରକେଲା !
ଶୁଣ ଏ ‘ନିଆଁଖୁଣ୍ଟା’ ବାଣୀ
ସୃଷ୍ଟି ହେଲା ଲୈାହ ଖଣି,
ପୁଂଜିପତି-ସଂଜୀବନୀ, -ଲାଗିବ ନୂଆ ପାଲା,
ଜାଗିଲା ରାଉରକେଲା !
ଜାଗିବ କାଲି ଦୀନ ଦୁନିଆ
ଜଳୁଚି ପରା ଜଠର ନିଆଁ
ଉତ୍କଳର ଭାଗ୍ୟଦେବୀ ବନ୍ଧନ ଫିଟିଲା,
ଏଇ ଯେ ରାଉରକେଲା !
ବନ୍ଦେ ରାଉରକେଲା,
ଜାଗିଲା ରାଉରକେଲା,
ଜୟ ତୁ ରାଉରକେଲା !
[ଫେବୃୟାରୀ-୧୯୫୪]
ଶଳା
ସେଇ ତୁମେ ଅଛ, ଯୁଗ-ଯୁଗାନ୍ତର ଗଲା
ଲଘୁ ପରିହାସମୟ ହେ ପ୍ରିୟ, ହେ ଶଳା !
ହେ କାନ୍ତ କୋମଳପଦ, ଚପଳ ମୋହନ,
ପୂରିଅଛି ତୁମ ନାମେ ମାନ ଅପମାନ ।
ଲାଗିଲେ ପ୍ରଣୟାଞ୍ଜନ ଲୋଚନଯୁଗଳେ ।
ସ୍ୱପ୍ନେ ଦେଖାଦିଅ ତୁମେ କିବା କଉଶଳେ,
ପ୍ରିୟା ପ୍ରିୟ ମଝିରେ ହେ ତୁମେ ଡ଼ାକଘର
ଅତି ଆପଣାର ସଖା ପ୍ରଣୟୀ ଜନର ।
ହେ ଶଳା, ତୁମରି ନାମେ ମିଳନ ବିରୋଧ,
ତୁମ ନାମେ ରଖେ କିଏ କେତେ ଅନୁରୋଧ,
ବନ୍ଧୁଜନ ପରିସରେ ତୁମ ଥାନ, ଶଳା,
ନିରାପଦ ଭୂମିକାରେ କିଏ ସେ ସର୍ଜିଲା ?
ଉଠୁଛି ବଡ଼ବାନଳ, ଭୂକମ୍ପେ ବସୁଧା
କାହିଁ ଲୁଚିଅଛି, କାହିଁ ହୋଇଅଛି ଦ୍ୱିଧା,
ରାଜାପରେ ରାଜାଗଲେ, ବିପୁଳ କୀରତି
କାଳ-ପାରାବାରେ କେତେ ଲୟ ଭଜିଛନ୍ତି,
ଓଲଟିଛି ଗ୍ରହଗତି, ଲଞ୍ଜା ଅଛି ପଡ଼ି,
ତୁମେ ‘ଶଳା’ ଅଛ କିନ୍ତୁ ସେଇ ଏକାଭଳି ।
ଆଜି ଏ ରାଇଜେ ଯାହା ଲାଗିଚି ବିରୋଧ,
ହେ ‘ଶଳା’ ତୁମକୁ କବି କରେ ଅନୁରୋଧ
ଖଟାଇ ଆପଣା ବଳ ବନ୍ଧୁତା ପ୍ରସାରେ
ରଖ ଆପଣାର କରି ପାଖେ ଅବା ଦୂରେ ।
[ମେ-୧୯୪୭]
ଅଭିନନ୍ଦନ*
(୧)
ଏଇ ତ ସେଦିନ ତୁମେ ଯାଇଥିଲଜହରଲାଲ୍ ହେ ଜହରଲାଲ୍,ଲାଲ୍ଚାଇନାକୁ, ଲାଲ୍ରୁଷିଆକୁଜାଣିବାକୁ ସବୁ ଅସଲ ହାଲ୍ ।ପାଇଥିଲ ସେଠି ଅଭିନନ୍ଦନ,କେତେ ଗୀତ କେତେ ସ୍ତୁତିବନ୍ଦନ,କେତେ ଫୁଲମାଳ, ପ୍ରୀତିବନ୍ଧନ,କେତେ ଉତ୍ଥଳ ପ୍ରାଣ-ସ୍ପନ୍ଦନ,ପାଇଚି କି କେହି ବିଶ୍ୱରେ,ଆକାଶ-ବାଣୀରେ ସବୁ ଶୁଣିଥିଲୁଦେଖିନାହୁଁ ସିନା ଦୃଶ୍ୟରେ ।
(୨)
ଆଜି ତୁମେ ପରା ଚରଣ ଦେଉଚଆମ ଉତ୍କଳ ଅଙ୍କରେବନ୍ୟା-ପୀଡ଼ିତ ବିଲ ବନ ବୁକେପଥହୀନ ଏଇ ପଙ୍କରେ ।ଆମେ ଦେବୁ କିବା ଅଭିନନ୍ଦନ ?ମରଣରେ ଏଠି ମହାକ୍ରନ୍ଦନ !ନାହିଁ ଗ୍ରାମ, ନାହିଁ ଗୃହବନ୍ଧନ,ନାହିଁ ତଣ୍ଡୁଳ, ନାହିଁ ରନ୍ଧନ,ବସିଅଛୁ ଏକ ବସ୍ତ୍ରରେ,ଭଗବାନ ରଖ, ଭଗବାନ ରଖ -ଡ଼ାକୁଅଛୁ ଯୋଡ଼ହସ୍ତରେ ।
(୩)
ତୁମେ ଆସିଅଛ ଧ୍ୱସ୍ତ ଏ ଦେଶଆମର ପ୍ରଧାନମନ୍ତ୍ରୀ ହେତୁମରି ଆଗରେ କରୁଣ ରାଗରେଥରୁଚି ଜୀବନ ତନ୍ତ୍ରୀ ଏ !ଭଲ କରି ଦେଖ ଆସିଅଛ ଯେବେକି ଥିଲା ଏ ଦେଶ କି ହୋଇଚି ଏବେଏ’ ଲାଗେ ଆମର କିବା ଦରକାରକଅଣ କରୁଚି ଆମ ସରକାରଦେଖି ନିଅ ନିଜ ଦୃଷ୍ଟିରେ,ରହିଛୁ କି ଆମେ ଦୁସ୍ଥ ଓଡ଼ିଆ,ରହିବୁ କି ଆଉ ସୃଷ୍ଟିରେ ?
(୪)
ତୁମେ ଭାବୁଥିବ କାହିଁକି କହୁଚୁ,ଗଣବାଦୀ ତୁମ ରାଜ୍ୟରେଖବରକାଗଜେ ଯେ ଘୋଷଣା ହୁଏହେଉଛି କି ତାହା କାର୍ଯ୍ୟରେ ?ଆମ ସରକାର ଉପରେ ଉଡ଼ୁଚିବୁଡ଼ିଲା ଏ ଦେଶ ଆହୁରି ବୁଡ଼ୁଚି,ଅନାହାରେ ଆଜି ମଣିଷ ସଢୁଛିଆର୍ତ୍ତ କାତର ବୋବାଳି ଛାଡ଼ୁଛିପଡ଼ୁଛି କି କାହା କର୍ଣ୍ଣରେ ?ଲୁଚିଯାଉଅଛି ସକଳ ଗୁହାରିଟ୍ରକ୍-ମୋଟର-ହର୍ଣ୍ଣରେ !!
(୫)
ବନ୍ୟା-ପୀଡ଼ିତ ଏଇ ଦେଶ ପାଇଁଦାନ ଆସୁଅଛି ଲକ୍ଷରେଆର୍ତ୍ତ-ସେବାରେ ନ ଲାଗି, ଉପରେଉଡ଼ୁଚି ମୁକ୍ତ ପକ୍ଷରେ !ଆଉ ଯିଏ ପଛେ ହେଉ ମୁର୍ଦ୍ଦାରନେତା କରେ ନିଜ ଘର ଉଦ୍ଧାର,ଚୋରା କାରବାରେ ଚୋର ସର୍ଦ୍ଦାରସୃଷ୍ଟି କରୁଚି ଖାଲି ଅନ୍ଧାର,ନାବକେଳି ଚାଲେ ଲଞ୍ଚରେବେଳ ବୁଡ଼ୁଅଛି, ରାତି ପାହୁଅଛିକେବଳ ଡ଼ିନର୍-ଲଞ୍ଚରେ !!
(୬)
ବହୁତ ବହୁତ ଚୁଡ଼ା ଚାଉଳ ତଆସୁଛି ବହୁତ ସଂସ୍ଥାରୁଲକ୍ଷ ଲକ୍ଷ ଟଙ୍କା ଆସୁଚିବହୁତ ବହୁତ ପନ୍ଥାରୁ ।ନ ଯାଇ ଏ ଧନ ଦୁସ୍ଥ କରକୁଯାଉଚି କର୍ମୀ-ଦଲାଲ ଘରକୁ,ଖାତିରି ନ କରି ଶାସନ ଡରକୁଚାଲିଚି ଏ ଲୀଳା ଥରକୁ ଥରକୁଟଙ୍କା ଲୁଚଇ ବଙ୍କାରେ‘ହରି’ ଶବ୍ଦର ସନ୍ଧାନ ଯଥାମିଳୁ ନ ଥିଲା ସେ ଲଙ୍କାରେ !!
(୭)
ରୁଷିଆ ଦେଶର ପଥେ ପଥେ ଆହେଶାନ୍ତିର ଦୂତ ଫେରିଥିଲଶାନ୍ତିର ବାଣୀ ଶୁଣାଇ ଶୁଣାଇନୂତନ ଜୀବନ ଭରିଥିଲ ।ପ୍ରଳୟେ ଯାଉଚି ତୁମର ଏ ଦେଶ,ନୂଆ ସୃଜନର ଦିଅ ସନ୍ଦେଶସରକାରେ ଦିଅ ତୁମ ନିର୍ଦ୍ଦେଶଜୋର୍ କରି ଦିଅ ତବ ନିର୍ଦ୍ଦେଶଶାନ୍ତିରେ ଆଜି ବଞ୍ଚାଅଦୁର୍ନୀତିଭରା ଯେତେ ସରକାରଆଜି ଏ ଦେଶରୁ ଘୁଞ୍ଚାଅ !!![ସେପ୍ଟେମ୍ବର-୧୯୫୫]ପୋତା ପୋଖରୀର ସ୍ୱପ୍ନ*ସେଦିନ ଯାବକ-ରଞ୍ଜିତ ପଦଅତି ସଯତନେ ଏଇ ତଳେମୋ ବୁକୁ ଚପଳ ଚଳ-ଜଳେବେଳ ଅବେଳରେ ଚମକାଇଥିଲାମନେ ପଡ଼େ ଆଜି ଥରେ ଥରେ ।ଅବଗୁଣ୍ଠନ ଆଡ଼େଇ ଆଡ଼େଇଦୁଇ ଚାରି ଜଣ କୁଳବାଳାଲବଣିପିତୁଳା ଚାରୁଶୀଳାମୋ ତୋଠ ପଥରେ ଚରଣ ଥୋଇଲେକି ପୁଲକ ମନେ ଜାଗିଥିଲା !ବାତ-କମ୍ପିତ କମଳ କୋରକହସି ଆସୁଥିଲା କରକରଝରିପଡ଼ୁଥିଲା ରବିକରଫେରିଯିବା ପାଇଁ ହେଉଥିଲେ ବାଳାହସ ଖିଆଲରେ ତର ତର ।ଏତିକି କେବଳ ମନେ ଅଛି ମୋରଖସିଗଲା କା’ର ଗଳାମାଳି,ଖୋଜିଲେ ହୋଇ ସେ ଧରାଧରିତହିଁ ଆର ଦିନ ଶୁଭିଲା ମୋ କୂଳେ -ଘରେ ସେ ଖାଇଲେ କେତେ ଗାଳି !କେତେ ଗଲେ ରବି, ଚନ୍ଦ୍ର, ତାରକାଏଇ ମୋ ବୁକୁରେ କର ଢ଼ାଳିଏ ଜଳ-ମୁକୁରେ ଭାଳି ଭାଳିଏଇ ମୋ ପଙ୍କେ କୋମଳ ଅଙ୍କେଲୁଚାଇଥିଲି ମୁଁ ସେଇ ମାଳି ।କାଳ ମହାକାଳ ଅତି ଦୁସ୍ତର,ଲୋକଲୋଚନର ଆଢ଼ୁଆଳେପୋତିହେଲି ଅନାବନା ଦଳେସେଇ ଗଳାମାଳି ସ୍ୱପ୍ନ ମୋହରିଖୋଳିନିଅ କିଏ ଏତେବେଳେ ?[ଅଗଷ୍ଟ-୧୯୬୨]ବିଦାୟବେଳର ମୂଲ୍ୟଲାଗିଲା ବିଦାୟ ସଭା, ପଡ଼ିଲା ଚହଳକିଏ ଦେବ ଅଧ୍ୟାପକ ଗଲେ ଫୁଲମାଳ ?ପୁଲକିତ ଗୀତାମୋଦେ ଅଧ୍ୟାପନା ପୁରୀ,ଶତ ନେତ୍ରେ ଭକ୍ତି-ଅଶ୍ରୁ ପଡ଼ଇ ଉଛୁଳିଉଚ୍ଛ୍ୱସିତ ଭାବାବେଗେ, ମରମେ ମରମେଫୁଟା ପଦ୍ମପାଖୁଡ଼ାରେ ସଉରଭ ଜମେ !କହିଲା କେ ସୁହାସିନୀ - ଯିବେ ଗୁରୁଦେବକିଏ ଜାଣିଥିଲା ଏଡ଼େବେଗେ ଏହା ହେବ ?ଆରକ୍ତ ଅଧରେ କେହୁ କହିଲା କା’ କାନେ -ମନ ମୋର ଯାହା ହୁଏ ମୁହିଁ ସିନା ଜାଣେ ?ବିଦାୟ-ସଙ୍ଗୀତୁ କେ ବା ଗାଇ ଦୁଇ ପଦକହିଲା, ୟେ ହେଲା ଜାଣ ଜୀବନ ସଂପଦ !ଯେତେ ଦୂର ଥିଲେ ଦେବ, ନଦେବ ବିସୋରିତୁମ ସ୍ମୃତିପଟୁ ଏ ଯେ କିଶୋର କିଶୋରୀ ?ଶ୍ୟାମ ବପୁ, ସୁଶୋଭିତ ଶୁଭ୍ର ପରିଚ୍ଛଦେକହିଲେ ସେ ଗୁରୁଦେବ ରହି ପଦେ ପଦେ -ତନୁ ଯାଏ ଦୂରେ, ମନ ଏଇ ନିକେତନେଏଇ ସମୀରଣେ ମିଶି ରହିଲା ଗୋପନେ !ଏଇ ବାଣୀ ଶୁଣାଇବ କା’ରେ ସିନା ଭାବମିଶିଥିବ ସେ ଭାବରେ ତୁମରି ଅଭାବ ।ତୁମରି ସହାସ୍ୟ ମୁଖ, ତୁମ ଉଦ୍ଦୀପନା,ତୁମରି କୈାତୁକ ହାସ, ସଭକ୍ତି ବନ୍ଦନାଖଣ୍ଡଗିରି ଶିଳାବୁକେ ଲେଖାହେଲା ଜାଣଯୁଗ-ଯୁଗଧରି ତାହା କରିବ ପ୍ରମାଣ -ଥିଲେ ଏଠି ଅଧ୍ୟାପକ, କିଶୋର କିଶୋରୀ,ପୂଜୁଥିଲେ ଅନ୍ତେବାସୀ ବାଣୀ ବାଗୀଶ୍ୱରୀ ।ବିଦାୟର ମାଲ୍ୟ କେହୁ ଦେବ ଗୁରୁଗଳେ ?ଏକୁ ଆନେ ଚାହାଁଚାହିଁ ହେଲେ ସେ ଗହଳେ !ସୁବାସିତ କର୍ପୂରର ମାଲ୍ୟ ମନୋହରମିଶିଛି ତା ତୁଲେ ମଲ୍ଲୀ କୋରକ ରୁଚିର ।କନକିତ ଜରିଦାମେ ଗୁନ୍ଥା କଉଶଳେକିଏ ଦେବ ସେ ମାଳଟି ଅଧ୍ୟାପକ ଗଳେ ?କିଏ ଭାଗ୍ୟବାନ ଅବା କିଏ ଭାଗ୍ୟବତୀଜଣାଇବ ଗୁରୁପଦେ ଗୈାରବେ ପ୍ରଣତି !ଏକାଳେ ଉଠିଲେ ଧୀରେ କିଶୋରୀ ନୀଳିମାଛୁଇଁଛି କବରୀଦାମ ବ୍ୟାପି ପୃଷ୍ଠସୀମା ।ଆୟତ-ଲୋଚନଯୁଗେ ଲଜ୍ଜା ଅଛି ମିଶି,ନ କହିଲେ କଥା ତହୁଁ ବୁଝାପଡ଼େ ବେଶି ।ନ ହସିଲେ ହସିବାର ବାରିହୁଏ ରେଖାକିଶୋରୀ-ମହଲେ ଡ଼ାକନାମ ଚିତ୍ରଲେଖା ।ଧଇଲା ସେ ଫୁଲମାଳ ଫୁଲ ଗଲା ଲସି,ଦଶଟି ଅଙ୍ଗୁଳି ଚମ୍ପା କୋରକକୁ ହସିସେ ମାଳର ହେଲେ ମାଳା, ପାଦ ଚାଳି ଧୀରେଉଭାହେଲା ଅଧ୍ୟାପକ ଗଳା ପ୍ରତୀକ୍ଷାରେ ।କରତାଳି ତାଳେ ହେଲା ମୁଖରିତ ପୁରଅର୍ଦ୍ଧାନତ ଗଳେ ଚିତ୍ରଲେଖା ଦେଇ ମାଳନ ହସି ସେ ହସି, କଥା ନ କହି ସେ କହିପାଦେ ଘୁଞ୍ଚି ପ୍ରଣମିଲା ପଦାଙ୍ଗୁଳେ ଚାହିଁ ।ଫେରି ବାସେ ଚିତ୍ରଲେଖା ଶୁଣିଲା, କେ ହସିକହିଲା ମଧୁର ଭାଷେ ତା’ ଗଣ୍ଡ ପରଶି -କୁମାରୀ ତୁ, ଫୁଲମାଳା ଦେଲୁ ଆନ ଗଳେଦେଇଥିଲେ ଦେଇଥାନ୍ତୁ ସ୍ୱୟଂବର ବେଳେ ।ବୁଝି ନ ବୁଝିଲା ଭଳି ଗଲା ସେ ପଳାଇସେଦିନ ବିଦାୟ ଗୀତ ଗୁଣୁଗୁଣୁ ଗାଇ ।ଫେରିଲେ ବିଦାୟ ଘେନି ଅଧ୍ୟାପକମଣିରହିଲା ମାନସପଟେ ମାଳା ଓ ଚାହାଣି ।ବିଦାୟରେ ଲେଖିଦେଲା ମିଳନର ଆଶାମୈାନ ମୁଖୁ କଳପିଲେ କେତେମନ୍ତେ ଭାଷା ।କିଛି ଦିନ ଅନ୍ତେ - ଦିନେ ବାସର-ମିଳନେବାସି ଫୁଲମାଳା ଏକ କାଢ଼ି ସଯତନେକହିଲେ - ପଡ଼ିଛି ଏଥି ମୋ ଜୀବନ ରେଖା -ମୁହିଁ ଅଧ୍ୟାପକ, ତୁମେ ମୋର ଚିତ୍ରଲେଖା ![ମେ-୧୯୪୮]ପୂର୍ଣ୍ଣ ବୋଷ*ନାହିଁ ଯହିଁ ରୋଗ, ମୃତ୍ୟୁ, ଭୋକ, ଆଉ ଶୋଷସେ ପାଖକୁ ଚାଲିଗଲେ ବାବୁ ପୂର୍ଣ୍ଣ ବୋଷ ।ଜୀବନର ଯବନିକା ଏ ପାଖରେ ଥାଇକେତେ ଦିନ କେତେ ମାସ କେତେ ବର୍ଷପାଇଁଲଢ଼ିଲେ ସେ ଭାଗ୍ୟ ତୁଲେ ଦୁଃଖ ଅନାହାରେଉଭା ହୋଇାନାହାନ୍ତି ସେ ଧନିକ ଦୁଆରେ ।ହାତେ ଖଡ଼ି ଧରାଇ ସେ କେତେ ଅର୍ବାଚୀନେଦେଲେ ରାଜନୀତି ଶିକ୍ଷା ଜୀବନ-ଯୈାବନେ ।ଗଲେ ଟେକି ସେଇମାନେ ନିଜ ଜୟଧ୍ୱଜା,ହେଲା ନାହିଁ କେଉଁଠାରେ ପୂର୍ଣ୍ଣ ବୋଷ ଖୋଜା !ରୋଗଶଯ୍ୟା ତଳୁ ଯେବେ ରାଜପଥଧାରେପୂର୍ଣ୍ଣ ବୋଷ ବୁହାହେଲେ ମଶାଣିପଦାରେକେହି ତ କହିଲା ନାହିଁ ଆହା ବୋଲି ପଦେସର୍ବେ ମତ୍ତ ଥିଲେ ପରା କ୍ଷମତାର ମଦେ !ନିଜ ହାତେ ପାଣି ଢାଳି ରୋପିଲେ ଯେ ତରୁଝଡ଼ିଲାନି ଫୁଲଟିଏ କାହିଁ ସେ ଗଛରୁ ।ଆଜି ସେଇ ପୂର୍ଣ୍ଣ ବୋଷ ସମାଧିପୀଠରେଗାଏ ‘ନିଆଁଖୁଣ୍ଟା’ ଜୟଗାନ ଆଉ ଥରେ ।[ମାର୍ଚ୍ଚ-୧୯୫୮]ମାଟିମୋ ପାଇଁ ହେ ମାଟି ମଉନ ଥିବ କିକହିବ ନାହିଁ କି ପଦିଏ କଥା !ପାଦରେ ଦଳିଲି, ହାତରେ ଧଇଲି,ମୁହେଁ ବଖାଣିଲି ମରମ ବ୍ୟଥା ।ସେଦିନ ପୋତିଲି ମଂଜି ଗୋଟିଏତୁମରି ଭିତରୁ ଉଠିଲା ଗଜାତୁମେ ବର ଦିଅ ପୁରାଣେ ଶୁଣିଛିଗଢ଼ାହେଲେ ତୁମେ ଅଷ୍ଟଭୁଜା ।ଏଇ ତ ଚାଲିଲେ ଯାତ୍ରୀ ବେପାରୀଅଷ୍ଟରତ୍ନ ପାଇଲେ ଖୋଳିମୋ ପାଇଁକି ହେଲ ମଉନ ହେ ମାଟିକହିବନି କଥା ପଦିଏ ଖୋଲି ?ଜୀବନ ପରଦା ଅନ୍ତରାଳରେଶୋଇଲେ କେଉଁଠି କେତେ ଯେ ରଥୀକାହାପାଇଁ କେତେ ଜଳିଲା ଉଜଳିଇତିହାସ ବୁକେ କନକବତି ।ହେ ମାଟି ତୁମରି ବକ୍ଷ ଉଖାରିଖୋଜିବୁଲେ ମୁହିଁ ଏ ଦେଶସାରା,ତୁମ ବୁକୁତଳେ ଶୋଇେ କେ କାହିଁ;ଡାକିଲେ ଆଜି ସେ ଶୁଣିବେ ପରା ![ଜୁନ୍୧୯୫୯]ଗୋଟିଏ ପୁରୁଣା ସାଇନ୍ବୋର୍ଡ଼**ମୁଁ ଦେଖିଚି ଏଇ ସହରତଳିରଦୋ’ଛକି ପଥରେ ବସିସେ ଯେଉଁ ଗୃଧ୍ର କରୁଥିଲା ନିତିବେପାର ବଣିଜ କେତେ,ଦୂର ଜନପଦ ପୁରତଳବାସୀଦଳ ଦଳ ହୋଇ ଆସିକିଣି ନେଉଥିଲେ ଜୀବନ-ସଉଦାଯାହାକୁ ଦିଏ ସେ ଯେତେ ।ମୁଁ ଶୁଣିଚି ଏଇ ପଥପ୍ରାନ୍ତରେନତମସ୍ତକ ହୋଇକ୍ଲାନ୍ତ ବିକଳ ଚରଣ ଗତିରେକହିବାର ପଥଚାରୀ -ଅଧେ ବାଲି-ଗୋଡ଼ି, ଅଧକ ଚାଉଳପିଲେ ତ ଖାଇବେ ନାହିଁ,ତେଲ ବୋଲି ଯା’ରେ ବୋତଲେ ଦେଇଚିଅଧେକ ଅଗରା ଖାଲି !ମୁଁ ଜାଣିଚି ଏଇ ବରଷକ ତଳେବନ୍ୟା ମରୁଡ଼ି ଭେଦିଏହାରି ଭାଗ୍ୟେ ଜଳିଲା ଆଲୁଅଘନ ଘୋର ଅନ୍ଧାରେଅତି ଦୁରାଚାରୀ ବୃଦ୍ଧ ଶିକାରୀନ୍ୟାୟ ନୀତି ଶିର ଛେଦିଏଠି ଛକିଥିଲା, ପକାଇ ଜାଲ ସେକି ଗୋଲକଧନ୍ଦାରେ !ହେ ସାଇନ୍ବୋର୍ଡ଼ ! ସବୁ ତ ଦେଖିଚସବୁ ତ ଜାଣିଚ ତୁମେସଙ୍କେତ ଥିଲ, ଜୟଟୀକା ତୁମେଥିଲ ତା’ର ବନ୍ଧୁ ହେ,ମଳିନ ବିକଳ ବେଶେ ତୁମେ କିଆଁଏବେ ଏ ବଧ୍ୟଭୂମେ ?ତୁମପାଇଁ ଲୁହ ଝରୁନି କାହାରଲୋଚନରୁ ବିନ୍ଦୁଏ !ହେ ପରିତ୍ୟକ୍ତ ! କି ଅନାସକ୍ତବେଶରେ ରହିଛ ଚାହିଁ,ଏ ଯେଉଁ ଦିଶୁଛ ଧଳା ଗମ୍ବୁଜବିଜୁଳି ଆଲୁଅ ଜଳେତାହାରି ଭିତରେ ନର ଦୁରାଚାରୀଆଶ୍ରୟ ନେଲା ଯାଇଏ ରାଜନୀତିର ଯୋଗାଣ ରୀତିରମହାବାହୁ ଛାୟାତଳେ ।ଚିପୁଡ଼ି ଚିପୁଡ଼ି ଏଇଠୁ ନେଇଚିକେତେ ଯେ ଜୀବନରସରଚି ମୃତ୍ୟୁର ମହାସମୁଦ୍ର,କୂଳରେ ହୋଇଚି ଠିଆ,କାତଛଡ଼ା ତୁମେ ନଉକା ଗୋଟିଏ,ଗଣୁଚ ବରଷ ମାସମରା ଅତୀତର ତୁମେ ଜଗୁଆଳଜାଣେ ଖାଲି ଏ ଦୁନିଆ ।[ଜୁନ୍୧୯୬୨]କାଲେଣ୍ଡରଏଇ ମହାକାଳ ଅତଳ ସାଗର ଭିତରେ ଉଠେବୁଦ୍ବୁଦ ସମ କୋଟି ଶତାବ୍ଦୀ ନାଇଁ ତା’ ଲେଖାଜଳକଣା ସମ ବରଷ ବରଷ ନିମିଷେ ଫୁଟେ,ବାରଟି ମାସର କାଲେଣ୍ଡର ଏ ତାହାରି ଦେଖା ।ଧଳା ନାଲି କଳା ଚିତ୍ର ଲେଖାରେ କହ କି କଥା ?ଦିନ ଦିନ ଏଇ ତାରିଖ ଭିତରେ ରହିଚ ଲୁଚି,ଆଗାମୀ ଦିନର ସୁଖ ଅନାଗତ, ଗୋପନ ବ୍ୟଥାକାଲେଣ୍ଡର ହେ, ତୁମେ ତ ତାହାରି ଲିଖିତ ସୂଚୀ ।ଦିନ ଦିନ ହୋଇ ବରଷ ଗୋଟାଏ ଯିବ ତ ଚାଲିବରଷକ ଆୟୁ ସରିବ ତୁମର ସେ ଦିନ ସଖା,ଆଣିଚ କି କଥା ? ଭିତରେ ଭିତରେ ରହିଚି ଖାଲି,ଘେନିବ ବିଦାୟ ଯେଉଁଦିନ ଶେଷ ତାରିଖଦେଖା ।ଏ ମୋର କୁଟୀର ଭିତ୍ତି-ବୁକୁରେ ଲଟକି ରହିପାହିଲେ ରଜନୀ କହିଦିଅ ଦିନେ ସରିଲା ବୋଲି,ତୁମରି ବୁକୁର ମୂକ ସଂକେତେ ମୁଖର ହୋଇଆଗାମୀ ଦିନର କର୍ମପଥରେ ଧାଏଁ ମୁଁ ଖାଲି ।ନିଜନ ରାତିର ବନ୍ଧୁ ହେ ମୋର କାଲେଣ୍ଡର !ତୁମକୁ ଅନାଇଁ ଲେଖିବସେ କେତେ ନୂଆ କବିତା,ଆଜିର କଥାକୁ ତୁମ ବୁକେ ତୁମେ ପୁରୁଣା କର,ଇଙ୍ଗିତ ତବ କ୍ଷଣ ଭଙ୍ଗୁର ଜୀବନଗାଥା !ମନେ ହୁଏ ହେବି କାଲେଣ୍ଡର ମୁଁ ତୁମରି ଭଳିକେତେ ବସନ୍ତ ପଛେ ଫେରିଗଲା ପୁରୁଣା ହୋଇ,କେତେ ଯେ ବର୍ଷା ଜୀବନପଥରେ ପଡ଼ିଲା ଝରିମାଇଲା ବଜ୍ର, ଖେଳିଲା ବିଜୁଳି ଚମକ ଦେଇ ।ଶୀତ-କମ୍ପିତ ତନୁ ଜଡ଼ସଡ଼, ଶରତ ହାସଦରପଣ ପରି ପଛକୁ ଚାହିଁଲେ ଦିଶୁଚି ଖାଲିବିଗତ ହୋଇଚି ପୁରୁଣା ତାରିଖ ବରଷ ମାସ -ପୃଷ୍ଠାଏ ଅବା ଆଉ ଅଛି ମୋର ସରିବ ବୋଲି ।[ଫେବୃୟାରୀ-୧୯୬୨]ପ୍ଲାଷ୍ଟିକ୍ଫୁଲନାମ ତାର ଶେଫାଳିକା, ବୟସ ଚଉଦରୂପ ଶୁଭ୍ର ଶରତ୍ର ଅବା ସେ ବଉଦ !ଚାଲିଗଲାବେଳେ ତାର ପଣତ ଚହଲିଭାଙ୍ଗିଯାଏ ଦୁଇ ପାଖେ ଜନତାଗହଳି ।ପୃଷ୍ଠେ ବେଣୀ ଦୋହଲଇ କୃଷ୍ଣସର୍ପ ସମକାହାକୁ କରେନି କିନ୍ତୁ କେବେ ସେ ଦଂଶନ,ଦଶନ ଅଳପ ଦିଶେ ଫିଟିଲେ ଅଧରକବିର ଭାଷାରେ ତାହା ସୁଧାରସ-ଝର ।କଲେଜର ଫୁଲ ସିଏ ସବୁରି ମୁଖରେ,ଗଲେ ବା ଅଇଲାବେଳେ ପୋଥିପତ୍ର-କରେ,ତା’ ତୁଲେ କହିବା ପାଇଁ ପଦେକଥା ହସିପାଏନି ସୁବିଧା କେବେ ସହପାଠୀ କାଶୀ ।କାଶୀ ବିଚାରଇ ଦିନେ ମାସ ବଇଶାଖେଯିବ ଶେଫାଳିକା ଘରେ ଗଳି ଆରପାଖେ ।କି ବା ଦେବ ଉପହାର ସହପାଠିନୀରେଭାଳି ବଜାରକୁ ଗଲା ପାଦ ଚାଳି ଧୀରେ ।ଦେଖିଲା ରହିଚି ଫୁଲ ଦରମୁକୁଳିତଝଡ଼ିନି ପାଖୁଡ଼ା, ତାର ଚିତ୍ତ ପୁଲକିତ ।ଦେଇ ଦେଢଟଙ୍କା, ମାଳା ନେଇ ପକେଟରେଗଲା ବେଳ ଦି’ଘଡ଼ିକୁ ଶେଫାଳିକା ଘରେ ।ଶେଫାଳିକା ଘରେ ଶୁଭେ ନୃତ୍ୟ-ଗୀତସ୍ୱନପାଇବ କି ଦେଖା ? କାଶୀ ମନ ଛନଛନ ।ଘଣ୍ଟାରେ ବାଜିଲା ବାର, ନ ପାଇଲା ଦେଖାବିଚାରିଲା ଭିତରକୁ ଦେବ ଅବା ଲେଖା ।ବସିବା ଥାନରୁ ଉଠି ପୁଣି ସେ ବସିଲାପକେଟର ଫୁଲମାଳେ ହାତେ ପରଶିଲା ।ଫେରିଯିବ, ରହିବ ବା ଦ୍ୱନ୍ଦ୍ୱ ଜାଗେ ଚିତ୍ତେକି ଭଳି ଡାକିବ ପାଟିକରି ଦ୍ୱାରପଥେ !ବନ୍ଧୁବିଦାୟରେ ଆସି ଶେଫାଳିକା ଦେଖେସହପାଠୀ କାଶୀ ଉଭା ତାହାରି ସମ୍ମୁଖେ ।ଏତେବେଳେ କାହୁଁ ଆସ.....ଛିଡ଼ିପଡ଼େ ଖରା,ପଚାରନ୍ତେ, ପକେଟରୁ କାଢ଼ି ଫୁଲମାଳାକାଶୀ କହେ ଆସିଥିଲି - କହେ ଶେଫାଳିକା-ଏ ପ୍ଲାଷ୍ଟିକ୍ଫୁଲ ହୁଏ ବଜାରରେ ବିକା,ଏ ତ ନୁହେଁ ଫୁଲ; କାଶୀ କହେ ହସି ହସି-ଜାଣି ଜାଣି ଆଣିଚି ମୁଁ ଦେଇ ମୂଲ୍ୟ ବେଶି ।ତୁମ ଦେଖା ପାଇବାରେ ହେବ ବୋଲି ଡ଼େରିସଜ ଫୁଲମାଳା ଆଣିଲିନି ଜାଣିକରି ।ସଜ ଫୁଲେ ନ ଥାଆନ୍ତା ପାଖୁଡ଼ାଏ ସୁଦ୍ଧାପ୍ଲାଷ୍ଟିକ୍ଫୁଲରେ ଖାଲି ଏତିକି ସୁବିଧା ।ହସିଦେଲା ଶେଫାଳିକା, ମୁହଁ ପୋତେ କାଶୀ,ସେ ପ୍ଲାଷ୍ଟିକ୍ଫୁଲମାଳା ହାତୁ ଗଲା ଖସି ।[ଜୁଲାଇ-୧୯୬୨]ହେ କୋଡ଼ି ଶାବଳ !ହେ ମୋର ଶାବଳ, କୋଡ଼ି, ଫାଉଡ଼ା, ଗଇଁତିଏ ଜାତିର ଅସ୍ତ୍ର କାଳେ କାଳେ ।ଖାଲକୁ କରିଚ ଢିପ, ଢେପ କରି ଖାଲଚୂରିଅଛ ମହାମହୀଧରେ ।ଖୋଳିଚ କବର କେତେ, ଘୋଡ଼ାଇଚ ମାଟି,ବାନ୍ଧିଅଛ ବନ୍ଧ ଦୁର୍ନିବାରଧରଣୀର ଅନ୍ତଃସ୍ଥଳ କରି ବିଦୀରଣବୁହାଇଛ ସ୍ୱଚ୍ଛ ଜଳଧାର ।ପୋତିଛ ଅନନ୍ତ ଗର୍ଭ, କୀର୍ତ୍ତି ଅଛ ଗଢିଦେବାଳୟେ ଶିଳାଖଣ୍ଡ ଦେଇବନ୍ଧନକୁ ମୁକ୍ତ କରି ଦେଇଛ ନିମିଷେ,ଆପେ ସରିଅଛ ଘୋରିହୋଇ ।ଯହିଁ ଆବର୍ଜନା ତହିଁ ତୁମ ଆବର୍ଭାବଦେବାଲାଗି କବର ମାଟିରେତୁମରି ଡାକରା ଆଜି ଉଠେ ଅହରହଓଡ଼ିଶାର ଏ ରାଜନୀତିରେ ।ଧନଗର୍ବ, ଅହମିକା, କ୍ଷମତାବିଳାସ,ଲାଞ୍ଚ, ମିଛ, ଚୋରି କାରବାରେକବର ଦେବାକୁ ହେବ ହେ କୋଡ଼ି ଶାବଳ !ଆସିବ କି ତୁମେ ଏତେବେଳେ ?ଟାଙ୍ଗର ଭୂଇଁରେ ଦେବ କୋମଳତା ଭରିଦୁର୍ବିନୀତେ କରିବ ବିନୀତଦୂର ଜନପଦେ ଗ୍ରାମେ ଗ୍ରାମେ ଘରେ ଘରେଏ କାଳରେ ହୋଇ ଉପନୀତ ।ଓଡ଼ିଶାର ରାଜନୀତି ପୂତିଗନ୍ଧମୟକିଏ ତହିଁ ହେବ ଉପବିଷ୍ଟଖୋଳି ଗିରି, ଭାଙ୍ଗି ଦୁର୍ଗ ମାଟି କଙ୍କରିଳବନ୍ଧୁ, ତୁମେ ନ କଲେ କମ୍ପୋଷ୍ଟ ।[ଅପ୍ରେଲ-୧୯୬୧]ଗାଁ ନେତାନାଆଁ ତାର କିଣାରାମ ଗାଆଁ ପାରକଣା,ଯାହା ବିକେ ଟଙ୍କାରେ ଲାଭ ବାରଅଣା ।ଯାହା କହେ ତିନି ପାଆ ମିଛ, ପାଏ ସତ,ବାକି କେବେ ଶୁଝେନାଇଁ ହେଲେ ମାସେ ଗତ ।ସବୁବେଳେ ବୁଝୁଥାଏ ବଜାରର ଦରକଳାବଜାରକୁ ତାର ନାହିଁ ଥାଏ ଡ଼ର ।ମାଛି ମଶା ବୋଲି ଡାକେ ବେକାରକୁ ଦେଖିବାଟେ ଘାଟେ ଚାଲେ ମୁହଁ ଉପରକୁ ଟେକି ।ଲେଖିପାରେ ନାଇଁ କିଛି ଦେଖିପାରେ ସବୁସଉକ ତା’ ସବୁବେଳେ ହେବାପାଇଁ ବାବୁ ।ପାରକଣା କିଣାରାମ ସବୁଠାରେ ଜଣାନ ଡ଼ାକୁଣୁ ପର କଥା କରେ ବୁଝାମଣା ।ନ ଶୁଣିଲେ କଥା ତାର ଥୁଆ କଳିଗୋଳସବୁବେଳେ କହୁଥାଏ ‘ତୋର’ଟାକୁ ମୋର ।ନ ଜାଣେ ତା ନାଆଁ କିଏ ଦଶ ବାର ଗାଏଁଗାଁ ଚଉକିଆଠାରୁ ଏମ୍.ଏଲ୍.ଏ.ଯାଏଁ ?ରାଜନୀତି କରି କରି ଅର୍ଥନୀତି ଧରିତେଲରେ ଅଗରା ସେହୁ ଚାଉଳରେ ଗୋଡ଼ି !ହାତେ ତାର ପଞ୍ଚାୟତ ପାଦେ ତାର ନେତାମୁଖେ ତାର ଜୟଗାନ- ଜନ-ପରିତ୍ରାତା ।[ଅକ୍ଟୋବର୍୧୯୬୩]ପରିବାର-ନିୟନ୍ତ୍ରିତା ଜନନୀଯୈାବନ ମୋରସରିନାହିଁ, ମୋର ସରିନାହିଁବାଲିଶେଯ ତଳେଉଛୁଳା ଏ ଧାର ମରିନାଇଁଫୁଲଫୁଟା ଡାଳେ କାଳକୀଟ କାହିଁ ଧରିନାଇଁ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ