କନ୍ଧ ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୮୪
- ସ୍ଥିତି
- ସାର୍ବଜନୀନ (Public domain)
ପଦ- କାଖି କାଖି ମା ମାଙ୍ଗରେ ବାହିଲେ ନି,ଅର୍ଥ- ଆସି ଆସି ମାମୁ ଝିଅକୁ ଝିକିନେବି ।ପଦ- ତାଙ୍ଗି ଶିଖାଇବି ଓତୋ ଇମ୍ବି ବେହାନି ।ଅର୍ଥ- ତୋର ଭାଇ ଭଉଣୀକୁ କୁହ ନାହିଁ ।ପଦ- କଇ ଉଙ୍ଗୁ ଖଟି କାଡ଼ୁ ରାତ୍ରା ହିଲେ ନାନୁ କାଢ଼ୁ ।ଅର୍ଥ- କୁକୁଡ଼ା ମାଂସ ମହୁଲ ମଦ ମୁଁ ଖାଇ ନାହିଁ ।ପଦ- ଏ ବିତି ଚେମାରୁ କାଡ଼ୁ ଇଲୁକାଣ୍ଡା ଆତେ ପାଡ଼ୁ ।ଅର୍ଥ- ସେ ମଦ ମୁଁ ଖାଇଲେ ଘର ଦ୍ୱାର ସବୁ ନଷ୍ଟ ।ପଦ- ତା ଆ ପଦା ଅଣ୍ପି ଅଣ୍ପି ଇଦା ହିଲେନି ।ଅର୍ଥ- ଯୁବତୀ ବାଳିକା କିଏ ହସି ହସି ଆସ ମତେ ନିଦ ଲାଗୁଛିପଦ- ବାଇସାରା ଡୁମ୍ବ୍ରିବପି ମାଙ୍ଗେସିନି କିନିକକି ।ଅର୍ଥ- ସେ ବାଳିକାର ନାମ ଡୁମ୍ବ୍ରି ମତେ ଦେଖି ହସୁଛି ।ପଦ- ମା ମା ମାଙ୍ଗଦାରୁ ରାଧା ରାଜି ହିଲେ ହିଲେ ପଦା ।ଅର୍ଥ- ମାମୁଁର ଝିଅ ନାଁ ରାଧା ତୋର ମୋ ଉପରେ ଆଶା ନାହିଁକିପଦ- ସାତେ ହାଜି କହି ମନ ପସୁହତାନ୍ଦି ।ଅର୍ଥ- ସତ କଥା କହ ମତେ ଏବେ ଯିବା କି ନାହିଁ ।ପଦ- ହେଣ୍ଡାତେଇ ଇମ୍ବିଦିନା କି ତାଳା ଅତେ ସିନା ।ଅର୍ଥ- କେବେ ଦେଖିଥିଲୁ ମୋତେ ପାଶୋରିଗଲୁ ।ପଦ- ହେଣ୍ଡା ତେବା ତ୍ରିପାଙ୍ଗନା ଆନ୍ତି ପହିନି ।ଅର୍ଥ- ଦେଖିବେ ମତେ ତାର ଦୁଃଖ ଯିବ ।ପଦ- ହୁବି ପାତୁ ରାଢ଼ ତେରି କୁମୁରାପୁଟୁ ଦାସ ହରି ।ଅର୍ଥ- ଏହି ଗୀତ କୁମ୍ଭପୁଟୁ ହରି ଦାସ କଲେ ।ପଦ- ସରସତି ପେନୋ ହାକି କୁବି ବେସ୍ତାନି ।ଅର୍ଥ- ସରସ୍ୱତୀ ରଚନା ଏ କନ୍ଧ ଭଣିଲା ।ବଛା କଟା ସମୟରେ କନ୍ଧ କୁମାର କୁମାରୀଙ୍କର ଗୀତକୁମାର- ହିଙ୍ଗା ଗୁଣ୍ଡା ଡୁମ୍ବର ହେ (ଘୋଷା)ସାରି ବେଲ ସାରିରେ ଯୋଡ଼ି ବେଲ ଯୋଡ଼ିରେ(ସାରି ଶୁଆ ପରି ଉପଯୁକ୍ତ ସାଙ୍ଗ ମିଳିଲା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୧।(ହଳଦି ବର୍ଣ୍ଣ ପର୍ବତରେ)ଯେ ମୁଁ ଦେଲ ସାରିରେ ଯେ ମୁଁ ଦେଲ ଯୋଡ଼ିରେ(ଆମ୍ଭେ ଆନନ୍ଦରେ ଗାନ ଆରମ୍ଭ କରିବା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୨।ମାରୁ ବାସିନା ବାରୁଲ ମାରୁଲେଲି ନାମାରୁଲ(ବାଦ କରି ଗୀତ ଗାଇବା କିଏ ଜିଣିବ)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୩।କୁମାରୀ - ହାଆଁ ଦେଲ ସାରିରେ ହାଆଁ ଦେଲ ଯୋଡ଼ିରେ(ହଁ ସଙ୍ଗାତ ସାରି ଶୁଆ ପରି ଗୀତ ଗାଇବା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୪।ବାସିନା ଗଡ଼େ ବାସିନା ଲେଲିନା ଗଡ଼େ ଲେଲିନା(ବିଳମ୍ବ ହେଲା ଏହି ସ୍ଥାନରେ ରହିବା ଆପଦ ଗୀତ ଆରମ୍ଭ କର)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୫।କୁମାର- ଏନାକି ବାସିନା ସୁଲ ଏନାକି ଲିଲିନାସୁମାଲ(ଗୀତ ସରିଲେ କାହିଁକି ରହିବା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୬।କା ମା ଆ ଆ ନାଙ୍ଗାଡ଼େ କାର ଆ ଆ ନାଙ୍ଗାଡ଼େ(ମୋତେ କାମ ନାହିଁ କି କାହିଁକି ରହିବା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୭।କୁମାରୀ- କାମାପିସା ନାଙ୍ଗାଡ଼େ କାରାପିସା ନାଙ୍ଗାମାଡ଼େ(ହଁ ସେପରି ହେଉ ଆଜ ଦିନଟିରେ ଯାହା କିଛି ଗୀତ ଗାଇବା ସବୁଦିନି କାମ ଛାଡ଼ି କେତେ ଏଠାରେ ରହିବା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୮।କୁମାର- ଏକାକୀ ବାସିନା ସୂଡ଼େ ଏକାକୀ ଲିଲିନା ସୁଡ଼େ(ଗୋଟିଏ ନିର୍ମଳ ସ୍ଥାନରେ ବସି କିଛି ସମୟ ଗୀତ ଗାଇ ଚାଲିଯିବା)ହିଙ୍ଗା ଗୁଣ୍ଡା ଡୁମ୍ବର ହେ ।୯।ବଣରେ ହଳଦି ବସନ୍ତକୁ ଦେଖି ଘରକୁ କେହି ପ୍ରିୟଲୋକ ଆସିଲେ ପରା ଭାବି ଗୀତପୁରୁଷ- ଆକୁବେଟା ହାଜାସେ ବେର୍କୁ ବେଟା ହାଜାସେପିଆପୁଟ ଡୁମ୍ବର ହେ (ଘୋଷା)(କାଠପତ୍ର ଖୋଜିବାବେଳେ ହଳଦିବସନ୍ତ ଏଣେ ତେଣେ ଉଡ଼ିବା ଦେଖି କାହିଁକି ଚଢ଼େଇଟି ପିଅପୁଟ ବୋଲି କାନ୍ଦୁଛି)ବାଡ଼ିକି ନା ସାରି ବାଡ଼ିକି ନା ଯୋଡ଼ି ।୧।(କିଏ ଆମ୍ଭର ସ୍ନେହ ଆସିଲେ କି)ମାମାମାଗା ବାଡ଼ି ବେଲ ବଣ୍ଡାମାରାଡ଼ାଡ଼ି ବେଲ ।୨।(ମାମୁଁର ଝିଅ ଆସିଥିବ ପରା)କୋଗା ମାଚେ ଗଡ଼ରେ ଗୋପ୍ନାମାରି ଗଡ଼ରେ ।୩।(ଏହି ଚଢ଼େଇ ତେଣୁ ମୋର ଚାରିଆଡ଼େ ଉଡ଼ୁଛି)ଆକୁବେଟା ହାନାଲ ବେର୍କୁ ବେଟା ହାନାଲ ।୪।(କାଠପତ୍ର ହେଲା ଘରକୁ ଯିବି)ଇଜ ଦାନୁମାଏଲ ଇଲୁ ଆନା ମାଏଲ ।୫।(ବଣରୁ ଘରକୁ ଆସିଲି)ଆୟାବେସା ମାଙ୍ଗାଡ଼େ ଆବାବେସା ମାଙ୍ଗାଡ଼େ ।୬।(ମା ଓ ବାପା ମତେ କହିଲେ)ମା ବାପା- ମାମାମାଗା ବାଡ଼େଡ଼େ ବାନୀ ଯା ମାଗା ବାଡ଼େଡ଼େ ।୭।(ତୁମ୍ଭର ମାମୁଁର ଝିଅ ଆସିଛି)ପୁ- ବାଡ଼ କିଲ ତଣେ ବାଡ଼ି କିଲ ସଇ ।୮।(ଆସିଲ କି ସଙ୍ଗାତ)ବାଡ଼ି ଗିରି ବଲାକି ଗଡ଼ି ଡୁୟୁ ବଲାକି ।୯।(ପଥ ମଧ୍ୟରେ ନିରାପଦରେ ଆସିଲ ତ)ଆକୁଳୁ ସାପୁ ମାଚେଲ ଗଲାଗାସାପୁ ମାଚେଲ ।୧୦।(ବାଟରେ କଣ୍ଟା ପଥର କେତେ କଷ୍ଟରେ ଡେଇଁ ଆସିଥିବ)ସ୍ତ୍ରୀ- ରାସ୍ତା ଜିରୁ ବାଡ଼େଡ଼ ଶଗଡ଼ ଜିରୁ ବାଡ଼େଡ଼େ ।୧୧।(ଶଗଡ଼ ଓ ଲୋକ ନେଇ ଆସିଛି ଏଣୁ କିଛି ଆପଦ ଘଟିନାହିଁ)ପୁ- ଆୟା ବଲ ମାନେକି ଆବା ବଲ ମାନେକି ।୧୨।(ଘରେ ତୁମ୍ଭ ବାପା ମା ଭଲ ଅଛନ୍ତି ତ)ସ୍ତ୍ରୀ- ଆୟାବଲ ମାନେଡ଼େ ଆବା ବଲ ମାନେଡ଼େ ।୧୩।(ସମସ୍ତେ ଭଲ ଅଛନ୍ତି)ପୁ- ମିନାୟୁବଲ ମାନେକିଲ ଲୋକ ବଲ ମାନେକି ।୧୪।(ତୁମ୍ଭର ଗ୍ରାମର ଲୋକ ଭଲ ଅଛନ୍ତି ତ)ସ୍ତ୍ରୀ- ହାଁ ଆନାୟୁ ବଲଡ଼େ ଲୋକ ସବୁ ବଲଡ଼େ ।୧୫।(ଗ୍ରାମର ଲୋକେ ଭଲ ଅଛନ୍ତି)ପୁ- ନିଆଙ୍ଗାବଲ ମାନେକି ନିଗାଗ୍ରବଲ ମାନେକି ।୧୬।(ତୁମ୍ଭ ଦେହ ବର୍ତ୍ତମାନ ସୁସ୍ଥ ତ)ସ୍ତ୍ରୀ- ଆଙ୍ଗା ନେହି ମାନେଡ଼େ ଗାଗ୍ରା କେହି ମାନେଡ଼େ ।୧୭।(ମୋ ଦେହ ବର୍ତ୍ତମାନ ସୁସ୍ଥ)ପୁ- ପିକା ହେମୁ ସାରି ଧୂଆଁ ହେମୁ ସାରି ।୧୮।(ପିକା ଧୂଆଁ ନେ ସଙ୍ଗାତ)ସ୍ତ୍ରୀ- ଆଡ଼େ ବେଲ ସାରି ଆସ୍ତେ ଦେଲ ଜଡ଼ି ।୧୯।(ବଡ଼ ସନ୍ତୋଷରେ ନେଲି)କନ୍ଧ ଲୋକମାନଙ୍କର ବିବାହ ସମୟର ଗୀତ୧- ଜେହଲ ମେହନା ବିଡ଼ି ବାଡ଼ାହେଜେଅଲ ସଙ୍ଗର ଗଡ଼ି ହେଜେଅଲ ବନ୍ଧର ପାଣି ହେ ।ଅର୍ଥ- ଆହେ ମାମୁଁ ଝିଅ ଭଉଣୀଆହେ ପଞ୍ଚାୟତ ଭାଇ ମାନେଆହେ ପଞ୍ଚାୟତ ମାନଙ୍କର ପାଣି ।୨- ଜେଇକ ବଇଲେ ତୁମର ହେଜେଇକ ବାଇଲେ ଲେମର ହେଇମ୍ବିରେ ଆଜି ଯେ ମନାତି ହେବାଇଲେ ଇମ୍ବିରେ ଆଜି ଯେ ମିନତି ହେ ।ଅର୍ଥ- ତମେ କେଣେ ଯାଇଥିଲକେଉଁଠାରୁ ଆସିଲଆଜି ଭାଇ ବୋଲି ଚିହ୍ନା ପରିଚୟ ହେଲୁ ଓ ସାକ୍ଷାତ୍ ମିଳିଲା ।୩- ସତାରେ କଲଙ୍କି ଆଜି ମାଇ ହେସତାରେ ବବଲି ଆଜି ମାଇ ହେଆତରେ ଟେଙ୍ଗା ଆସନା ହେକାକରେ ତୁମ୍ବା ଜାକାନା ହେ ।ଅର୍ଥ- ମୁଁ ହାତରେ ଠେଙ୍ଗା ଧରି ଓଡ଼ିଶା ଓ କଳିଙ୍ଗ ବୁଲି ଆସିଛିଆଉ ମଧ୍ୟ ହାତରେ ଛତା ଧରି ବୋବଲି ପ୍ରଭୃତି ଦେଖି ଆସିଛି୪- ରାଇ ରାଇ କରା ରାଇ ରାଇ ଟେକାତରଜି ନ ମାଇ ବାଇଲେବୁଲେଇଆଇଁ ମାଇନେ ବାଇଲେବୁଲେଇ ଯେ ଆନ ବାଇଲେ ।ଅର୍ଥ- ଅଧିକ ଖରାରେ ବୁଲୁଅଛିଭାଇ ଅଧିକ ଖରାରେ ବୁଲୁଅଛିଅଧିକ ଖରାରେ ମଧ୍ୟ ଭାଇ ବୁଲୁଅଛି ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ