କାଲି — କୁନ୍ତଳା କୁମାରୀ ସାବତ · ସ୍ୱର୍ଣ୍ଣଲିପିକେତେ କାଲି କହୁ ମନ କାଲି କେବେ ଆସେ,କାଲି କି ହୁଅଇ କେବେ ତୋହରି ସକାଶେ ?କାଲି କାଲି କହି କହି ଭୁଲାଉ ତୋ ଚିତ୍ତ,କାଲି କହି ରଖି ଦେଉ ଆଜି ଯା’ ବିହିତ ।କାଲି ବୋଲି ଭୁଲେ ନିତି ମାନବର ମନ,କାଲି ହୁଏ ନାହିଁ ବୋଲି କେ କଲା ମନନ !ଆସ ହେ ତ୍ରିଦିବଧନ୍ୟା ଅମର-ନନ୍ଦିନୀବଜାଅ ହେ ବୀଣା ତବ ସୁଧା-ନିସ୍ୟନ୍ଦିନୀକଳ୍ପନା ସୁନ୍ଦରୀ ତୁହି କହି ସହଚରୀ,ଉଦ ମୋ’ ହୃଦୟେ ବିଭୁ ଆଶିଷ ବିତରି ।ସଙ୍ଗେ ଘେନି ଆସ ଆଶାସତୀ ବିନୋଦିନୀ,କାଲି ରୂପ ଧରି ମୋତେ ମେହୁ ସେ ମୋହିନୀଆଶା କେତେ ରଙ୍ଗ କରେ,କେ ବଞ୍ଚି ପାରନ୍ତା କହ ତାହା ବିହୁନରେ ।ଆଜି ହୋଇ ନାହିଁ ଯାହା ହେବ ତାହା କାଲି,ମନକୁ ଭୁଲାଇ ନର ରହିଥାଏ ଭାଳି ।ନୋହିଲେ ଶ୍ମଶାନ ଭବ ହୁଅନ୍ତା କ୍ଷଣକେ,ଶୂନ୍ୟ ହେଉ ଥାଆନ୍ତା ସବୁ ନୟନ-ପଲକେ ।ଆସ ଆଶାସଙ୍ଗେ ଘେନି କଳ୍ପନା ମୋହର,ଘରେ ଘରେ ବୁଲି ରଙ୍ଗ ଦେଖିବି ତୋହର ।କାଲି କହ ଭ୍ରାନ୍ତ ନର ଶୋଇଅଛି ଶେଯେ,କାଲି ଯେ ଆସିବ ନାହିଁ କ୍ଷଣେ ତ ନହେଜେ ।ସବୁ ଗୁଣ ମାଟି ତାର ହେଲା କାଲି କହି,କାଲି କାର୍ଯ୍ୟ ଆରମ୍ଭିକ ଆଜି ବସି ରହି ।ମସ୍ତକ ଉପରେ କାଳ ବଜ୍ରଧରି କରେକେଉଁ ଦଣ୍ଡେ ପ୍ରହାରିବ ଜାଣେ କି ମନରେ ?ଆଜି ମୁଁ ମରିବି ନାହିଁ ଅଛି ବହୁଦିନ,କାଲି ଦେଖାଯିବ ଏବେ କିପାଇଁ ଉଦ୍ବିଗ୍ନ !ଧର୍ମ୍ମ ଥାଉ କାଲିପାଇଁ ଆସୁ ହେ ବିଳାସ,ଆସୁ ରଙ୍ଗରସ ମାତ୍ର ଆଜିକ ସକାଶ ।ଧରା ପରେ ତା’ ନିବାସ ଉଠିପାରେ କ୍ଷଣେ,ଭୁଲିବା ମଜ୍ଜାଏ ଚିତ୍ତ ବିଳାସ-ବ୍ୟସନେ ।କେତେ କାର୍ଯ୍ୟ ଅବହେଳେ ପାରୁଥାନ୍ତା ସାଧି,ନାଶନ୍ତା ମନରୁ ଯଦି କାଲିରୂପୀ ବ୍ୟାଧି ।ମୃତ୍ୟୁ ନଦୀ-ତଟେ ଆସି ଦେଖେ ‘କାଲି’ କାହିଁ,‘କାଲି’ ବୋଲି କହି ଆଶା ଥିଲା କି ଭୁଲାଇ !ପୁତ୍ର ତାର ଦୂର ଦେଶେ କାନ୍ଦୁଛି ଜନନୀ,ଖଣ୍ଡେ ପତ୍ର ପାଇନାହିଁ, ତିନ୍ତୁଛି ଅବନୀ ।ଅଶ୍ରୁ-ଝରଧାରେ ତହିଁ ଆସିଲା ସହସା,‘କାଲି’ ରୂପଧରି ଆଶା, ସାନ୍ତ୍ୱନା ବରଷା ।ହୃଦମରୁ ସିଞ୍ଚି ତାର, କହେ ମଧୁସ୍ୱର,କାଲି ତ ଆସିବ ପତ୍ର ଆଜି ଧୈର୍ଯ୍ୟ ଧର ।ବହୁଦିନ ହେଲା ବାଳା ବିରହ-ବିଧୁରାଧୈର୍ଯ୍ୟ ନାଶିଲାଣି ଭେଦି ନୈରାଶ୍ୟ-ମହୁରା ।ଆକୁଳେ ଚିନ୍ତଇ ବାମା, ଘନ ବହେ ଶ୍ୱାସ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଆଜ ଆସିବେ କି ଦାୟ, ନ ହୁଏ ବିଶ୍ୱାସ ।
ଆଶା ଆସି କାନେ କାନେ କହେ, ‘‘ଲୋ ସୁନ୍ଦରି !
ଆସି ତ ପାରନ୍ତି କାଲି, ରହ ଧୈର୍ଯ୍ୟ ଧରି ।’’
ପରିପନ୍ଥୀ ପରସ୍ପର ବିବାଦ ଭିଆଇ
ହାରି ଜଣେ ଚିନ୍ତେ ମନେ, ଆଉ ଆଶା ନାହିଁ ।
ଆଶା ସେହିକ୍ଷଣି ଆସି ବେଶେ ମନୋହର
କହେ, ‘‘ମୂର୍ଖ, ଚିନ୍ତା ତୋର ବେଗେ ପରିହର ।
ପ୍ରତିହିଂସା ଆଜିସିନା ନହେଲା ପୂରଣ,
କାଲି ଦର୍ପ କରି ଚୂର୍ଣ୍ଣ ହେବୁ ହୃଷ୍ଟ ମନ ।
ପୂରିବ ତୋ ‘ଆଶା’ ଶୁଣି ମନେ ଦମ୍ଭ ବହେ,
‘ଆଜି ଯା’ ନୋହିଲା ତାହା କାଲି ହେବ’ କହେ ।
ଦୁଷ୍ଟାଚାରେ ରତ ପୁତ୍ର ନ ମାନେ ଶାସନ,
ମନେ କ୍ଷୁର୍ଣ୍ଣ ଗୁରୁଜନ କରନ୍ତି ରୋଦନ,
ନାନାଦି ଉପାୟ ଚିନ୍ତି ବିଫଳ ପ୍ରୟାସ,
ସୁମତି ହୋଇବ ତାର ନୁହଇ ବିଶ୍ୱାସ,
ନିରାଶ ହୃଦୟେ କାହୁଁ ଆଶା ଦେଲା ଦେଖା,
ସହସା ଦିଶିଲା କ୍ଷୀଣ ବିଶ୍ୱାସ-ସୁରେଖା ।
ତମୋ ଭେଦି କ୍ଷୀଣ ଆଲୋକ ପରାଏ
ଆଶା କି ସମ୍ୱୋଧି କହେ, ‘‘କିପାଁ କାନ୍ଦ ଆହେ ?
ଆଜି ସେ ଅଧମ, କାଲି ହେବ ସାଧୁଜନ,
କାଲି କଥା ଭାବି ଶାନ୍ତ କର ତବ ମନ ।’’
ଋଣଗ୍ରସ୍ତ କପର୍ଦ୍ଦକ-ସମ୍ୱଳ-ବିହିନ,
ଖାତକ ଦୁଆରେ ଆସି ଡାକେ ପ୍ରତିଦିନ,
ତର୍ଜ୍ଜନ ଗର୍ଜ୍ଜନ ଶତ କରେ ମହାଜନ,
ଲଜ୍ଜାରେ କାତର ଅତି ପୀଡ଼ିତ ମରମ ।
କି କହିବ ଭାବି ଭାବି ରହିଛି ମଉନେ
ଆଶା ଆସି କହେ କଥା, ସହସା ସେ ଶୁଣେ ।
କାଲି କଥା କହି ଆଶା ବିହିଲା ଉତ୍ତର,
‘‘କାଲି ଆସିବ ହେ ଆଜି କିପାଁ ତରତର ?’’
ଦରିଦ୍ର କୁଟୀରେ କାହିଁ ଅର୍ଦ୍ଧ ଅନଶନେ,
ଭୂମିରେ ଲୋଟନ୍ତି ଶିଶୁ ବିକଳ ରୋଦନେ,
ପାଶେ ବସି ମାତା ଛିନ୍ନ-ବାସ ଅଞ୍ଚଳରେ,
ଲୋତକ ନିବାରି ମନେ ଭାଳଇ ଅନ୍ତରେ ।
ଶିଶୁର କୋମଳ ମୁଖ ଚାହିଁ ଅଭାଗିନୀ,
କାନ୍ଦଇ ସହସା କହେ ଆଶା ମାୟାବିନୀ,
ଶୁଣ ଲୋ ଦୁଃଖିନୀ କିପାଁ ଲୋଚନ-ଆଶାରେ
ତିନ୍ତାଉ ଅବନୀ ତୁହି ଚିନ୍ତାକର ବାରେ
ଆଜି ସିନା କଷ୍ଟ ଏଡ଼େ ! ସେ କି ଚିରକାଳ !
କାଲି ସକାଳେ କାହୁଁ ତୋ ଫିଟିବ କପାଳ ?
କାହିଁ ତରୁତଳେ ଶୀତେ ତନୁ ଥର ଥର,
ଦରିଦ୍ର ଭିକାରୀ ଭାବେ ଦୁଃଖ ଅଦୃଷ୍ଟର,
ଥିଲା ଏକ ଦିନ ଆହା ସେ ରାଜପ୍ରସାଦେ
ପଡ଼ିଛି ବିପାକେ କ୍ରୁର କପାଳ ପ୍ରମାଦେ ।
ସହସା ଯୌବନେ ପାପ କୁହ କେ ପାସୋରି
କାଟିଥିଲା ଅବହେଳେ ଧର୍ମ୍ମଭୟ-ଡୋରି !
ବିଳାସ ବ୍ୟସନ ଶତ ବନ୍ଧୁ ତୋଷାମୋଦୀ
ପାଶେ ବେଢ଼ି ବିବେକ ତା’ ଥିଲେ କି ନିରୋଧି !
କ୍ରମେ ଯହୁଁ ଅନାଚାରେ ସରିଲା ସମ୍ପଦ,
ବନ୍ଧୁବର୍ଗ ତେଜି ତାକୁ ହେଲେ ନିରାପଦ ।
ସ୍ମରଇ ଆକୁଳେ ତାର ଜୀବନ-ସଙ୍ଗିନୀ
ଅତ୍ୟାଚାରେ ଉତ୍ପୀଡ଼ିତା ମରିଛି ଦୁଃଖିନୀ ।
ସ୍ତମ୍ଭ ଭଜି ହୃଦସ୍ପଦ ଚାହେଁ ସେ ଆକାଶେ,
ଅକୂଳ ଅର୍ଣ୍ଣବେ କୂଳ ନ ପାଏ ନିରାଶେ ।
ତାରାରୂପେ ସତେ ଆଶା ଦୂର ନଭଭାଲେ,
ମିଟି ମିଟି ଚାହୁଁ ତାକୁ କହେ କି ଏକାଳେ;
‘‘କରମର ଲେଖା କେହି ପାରେ କି ଏଡ଼ାଇ
ଶନିଦଶା ତୋତେ ପରା ଅଛିରେ ଗୋଡ଼ାଇ ।
ଗ୍ରହ ଦୋଷେ ଅଦୃଷ୍ଟରେ ତୋହର ଏ ଭୋଗ,
ଆସି ତ ପାରଇ କାଲି ଗ୍ରହ ଶୁଭଯୋଗ ।’’
କହୁଁ କହୁଁ ନେତ୍ର ପ୍ରାନ୍ତେ ଉଠେ କି ଝଲକି
ଶତ-ଭାବୀ-ସୁଖଛାୟା-ଆଲେଖ୍ୟ ପୁଲକି ।
ସର୍ବସ୍ୱାନ୍ତ ଛିନ୍ନକନ୍ଥା ପିନ୍ଧି କଳେବରେ,
କ୍ଷେତ୍ର ପ୍ରାନ୍ତେ ବସି ଦୁଃଖେ କାନ୍ଦୁଛି କାତରେ ;
ଦରିଦ୍ର କୃଷକ ଏକ ବଦ୍ଧ ରଣଜାଲେ,
ପାଶେ ତା’ ଦୁଃଖିନୀ ନାରୀ ମାରେ କର ଭାଲେ ।
କାହୁଁ ଭୀମ ବନ୍ୟା ଆସି ନାଶି ତା’ କେଦାର
ଦୁଃଖ ଗୁରୁଭାରେ ପୁଣି ମିଶାଇଲା ଭାର ।
ଶିଶୁଙ୍କ ବଦନ ଚାହିଁ କାନ୍ଦନ୍ତି ଦମ୍ପତ୍ତି,
ଚାହୁଁ ଚାହୁଁ ସରିଗଲା ସକଳ ସମ୍ପତ୍ତି ।
ଯାହା ଥିଲା ସବୁ ନେଲା କ୍ରୁର ମହାଜନ,
ଅର୍ଦ୍ଧାଶନେ ତଥାପି ତ ରହିଛି ଜୀବନ ।
ଅଚଳ ହେଲାଣି ଆସି ସଂସାର ତାଙ୍କର,
ସହସା ଆସି କି ଆଶା ରୂପ ମନୋହର,
ପ୍ରତିଭାତେ ହୃଦପଟେ ‘‘କାଲି କାଲି’’ ଗାଏ,
କାଲି ତ ମେଣ୍ଟିବ ଦୁଃଖ ସାଦରେ ଶୁଣାଏ ।
ଘୋର ଆଶା-ଶୂନ୍ୟ ବେନି ଚାହିଁ ପରସ୍ପରେ,
କାଲି ଭାଗ୍ୟୋଦୟ ଆଶା ପୋଷନ୍ତି ମନରେ ।
ଆଜି ଯୁଦ୍ଧେ ହାରି ନୃପ ବିରସ-ବଦନ,
ସରମେ ନୁଆଁଇ ମଥା କ୍ଷୋଭେ ନିମଗନ ।
ବିଷମ ବଇରୀ କ୍ରୁର ଆକ୍ରୋଶ ସୁମରି,
ଉଷ୍ଣ ରକ୍ତ ଶିରା ଯାଉଛି ସଞ୍ଚରି ।
ରୋଷେ କ୍ଷଣେ ଜ୍ୱଳିଉଠେ ହୃଦେ ଦାବାନଳ,
ଦାନ୍ତ କଡ଼ମଡ଼ କ୍ରୋଧେ ବିକଟ ଚଞ୍ଚଳ ।
ବାହ୍ୟଜ୍ଞାନ-ଶୂନ୍ୟ ଅଗ୍ନି-ସ୍ଫୁଲିଙ୍ଗ ଉଦ୍ଗାରି,
ରକ୍ତଜବା ନେତ୍ର ବେନି ଉଠେ କି ବିସ୍ତାରି ?
ସହସା ଉଦେ କି ଆଶା ବିଶ୍ୱବିମୋହିନୀ,
ଝଙ୍କାରି ମଧୁର ବୀଣା ପୀୟୁଷ-ସ୍ୟଦିନୀ,
ଉତ୍ସାହ ଆଲୋକ ହୃଦେ ସହସା କି ଫୁଟେ
କାଲି ଜୟ ଆଶା, ନେତ୍ରେ ନବରୂପ ଉଠେ ।
ବହୁ ଅର୍ଥ ବ୍ୟର୍ଥେ ବ୍ୟୟକରି ଅକାରଣ,
ରୋଗର ଯନ୍ତ୍ରଣା କା’ର ନ ହେଲା ବାରଣ ।
ମାସ ପରେ ମାସ ଆହା ଦିନ ପରେ ଦିନ,
ରୋଗ ଶେଯେ ପଡ଼ି ତନୁ କ୍ଳିଷ୍ଟ ଶିରୀ କ୍ଷୀଣ ।
ନିରାଶେ ଭାବୁଛି ରୋଗୀ ମରିବି ଏଥର
ଆସନ୍ନ ମୃତ୍ୟୁ ଧ୍ୟାଇଣ ପ୍ରାଣ ଥର ଥର ।
ଅନ୍ତରୀକ୍ଷେ ଦେଖି ଆଶା ତା’ ବେଦନା ରାଶି,
ଓହ୍ଳାଇ ଆସେ କି ଧୀରେ ଯାତନା ଉଶ୍ୱାସି,
ସ୍ନେହାର୍ଦ୍ର-କୋମଳ କରେ ପରଶି କପାଳ
ହୃଦୟେ ଜଗାଏ ଶତ ଭରସା ବିଶାଳ ।
ମଧୁ-ମିଷ୍ଟ-ସ୍ୱରେ ଭାଷେ, ‘‘ଦେଖାଯାଉ, କାଲି
ଭଲ ହୋଇପାରୁ, କିପାଁ କ୍ଳାନ୍ତ ଭାଳି ଭାଳି ?’’
ତ୍ରିକାଳ ଗଲାଣି ଆସି ଚତୁର୍ଥେ ପ୍ରବେଶ
ଲୋଭ ଛାଡ଼ି ନ ପାରେ କେ ବୃଦ୍ଧ ପକ୍ୱକେଶ ।
ପ୍ରତି ତାମ୍ରମୁଦ୍ରା ଅତି ଯତନେ ପରଖି,
ଅୟସ-ସିନ୍ଧୁ କେ ଦୃଢ଼ ତାଲାବଦ୍ଧ ରଖି,
ଚୌର ଭୟେ ରାତ୍ରେ ନିଦ୍ରା ନ ହୁଏ ତାହାର,
ବିବେକ ଏକାଳେ ମୃଦୁ କରଇ ପ୍ରହାର ।
‘‘କିପାଇଁ ଆୟାସ ଏତେ କିମ୍ପା ଏତେ କ୍ଳେଶ,
ଅଧେ ଉପରେ ତ ଆୟୁ ହେଲା ଆସି ଶେଷ ।
ଧର୍ମ୍ମ-ଧନ ରଖ ସଞ୍ଚି ଛାଡ଼ି ଭବ ମାୟା,
କିଏ ସେ କାହାର ବନ୍ଧୁ ସହୋଦର ଜାୟା !
ମନେ ନାହିଁ ତିଳେ ଛାଡ଼ିଯିବ ନିଜ ଦେହ
କିପାଇଁ ପାର୍ଥିବ ଧନେ ଏ ଆଦର ସ୍ନେହ ?
ସହସା ବୃଦ୍ଧର ମନେ ଉଠେ ଚିନ୍ତାଶତ
ପ୍ରାଣେ ପ୍ରାଣେ ଆସି ଆଶା କହେ ଅନ୍ୟମତ ।
କ୍ଷଣେ ରୂପରଙ୍ଗ ଫେଡ଼ି ଶତ ଇନ୍ଦ୍ରଜାଲ
ଆବରି ବୃଦ୍ଧର ଆଖି ବେଢ଼େ ମାୟାଜାଲ ।
କାନେ କାନେ କି କୋମଳେ କହେ କୁହୁକିନୀ
କହ ଦେଖି କି ସୁନ୍ଦର ରଜନ ଚାନ୍ଦିନୀ ।
ଅର୍ଥ କେ ନ ସଞ୍ଚେ ମୁର୍ଖ, ବନ୍ଧୁ ଅର୍ଥସମ
କେ ଅଛି ସଂସାରେ ତୁହି ଜାଣୁ ଆଜୀବନ ।
କେଜାଣେ ମାନବ ଆୟୁ ରହ ଏହିମତି
ଆଜି ଦିନ, କାଲି ଧର୍ମେ ଆପେ ହେବ ବ୍ରତୀ ।
‘କାଲି କାଲି, କହି ଯୁବା ବିନାଶ ଅୟନେ
ଚାଲିଯାଉଥାଏ ଦ୍ରୁତ ନ ବିଚାରି ମନେ ।
ଜୀବନ – ବସନ୍ତ ମୃଦୁ ମଳୟ ହିଲ୍ଲୋଳେ
ଭାସେ ଶତ ଶତ ମୁଖ-ଆମୋଦ କଲ୍ଲୋଳେ ।
କେବେ ଯଦି ତା’ ବିବେକ କହେ ରୁକ୍ଷବାଣୀ
ଭୁଲାଏ ତା’ ମନ ଆଶା କାଲି ରୂପ ଆଣି ।
ଲଳିତେ ମଧୁରେ କହେ ସୁକୋମଳ ଗିର,
‘ବାରେ ତ ନିରେଖି ଦେଖ ଧାରା କି ରୁଚିର !
ଆହା ମଧୁମୟ ନବ ଯଉବନ ଦିନ
ସର୍ବ ସୁଖମୟ ଚିନ୍ତା ଭାବନା-ବିହୀନ ।
ଯଉବନେ ସିନା ଭୋଗ ବିଳାସଟି ସାର,
ଧର୍ମ୍ମ କର୍ମ୍ମ ଲାଗି ଅଛି ସମୟ ଅପାର ।
ଆଜି ସୁଖ ଭୋଗ ତୁହି ନୋହି ଆନମନା,
କାଲି ତୁ ପାରିବୁ କରି ଧରମ ସାଧନା !
ପାଠଚୋର ଛାତ୍ର କେହି ପୋଥି ଧରି ହାତେ
ଅର୍ଦ୍ଧମିଳିତ ଆଖି ଶୋଇଛି ପ୍ରଭାତେ ।
ଶତ ଶତ ଅର୍ଥ ପିତା ସାରି ଅକାତରେ
ପଠାଇ ଅଛନ୍ତି ପୁତ୍ରେ ଦୂରଦେଶାନ୍ତରେ ।
ରଙ୍ଗମଞ୍ଚେ ଅଭିନୟ ଦେଖି ଉଜାଗର
ସାରା ରାତି, ପାଠେ ମନ ହୁଏ କି ତତ୍ପର !
ପରୀକ୍ଷାର କଥା ଭାବି ମନେ ଉଦେ ଶଙ୍କା,
ସେହିକ୍ଷଣି ଆସି ଆଶା ନାଶେ ମନୁ ଦକା !
ଆଳସ୍ୟ-ଅଞ୍ଜନ ବେନି ଲୋଚନେ ଲଗାଇ
କର ପରଶିଣ ମୃଦୁ ଦେଉଛି ଶୁଆଇ ।
ନିଦ୍ରାମଗ୍ନ ଛାତ୍ର ଭାଳେ, ‘‘କେ ପଢ଼ୁଛି ଆଉ,
ଯାହା ଯାହା ପାଠ ଅଛି କାଲିକି ସେ ଥାଉ ।’’
କାଲି କାଲି କହି ହୁଏ ପରୀକ୍ଷା ନିକଟ,
କାଲି ଆଶା ତହୁଁ ଜଣାପଡ଼େ କି ଉତ୍କଟ ।
ଦୁଃଖେ ଲାଜେ ରକ୍ତମୁଖ ବେଦନା-ବ୍ୟଥିତ,
ପରୀକ୍ଷାରେ ହାରି ଛାତ୍ର ହୋଇଛି ଚିନ୍ତିତ ।
ଭାସୁଅଛି ଆଜି ଦୁଃଖ-ନୀରେ ଶେଯୋପରି,
ଆଶା ଆସି ଭେଟିଲା କି କାଲିରୂପ ଧରି ।
ସୁଲଳିତ କହେ ଆଶା, ‘‘ଯୁବକ ସୁନ୍ଦର !
କାଲି କଥା ଭାବି ମନେ ନ ହୁଅ କାତର ।
ଆଜି ଏତେ ଦୁଃଖ ଲାଜ, ଆଜି ଏତେ ବ୍ୟଥା,
କେଜାଣି କି ହୋଇପାରେ କହ କାଲି ବ୍ୟଥା ।
କାଲିକା କାଲିତ ତାର ପୂରିବ ଅଭୀଷ୍ଟ,
ଥରେ ପରାଜୟେ କହ କିହେଲୋ ଅନିଷ୍ଟ ?
ଦ୍ରୁତ ଆଶା ଲଭି ପୁଣି ଉଠଇ ତରୁଣ,
କାଲି ଚିନ୍ତାମୁଗ୍ଧ ଦୁଃଖ ଭୁଲେ ନିଦାରୁଣ ।
ବାଣିଜ୍ୟେ ହାରିଣ ବାରେ କେହି ବ୍ୟବସାୟୀ,
ଭାବେ ମୋ’ କରମେ ପରା ଲକ୍ଷ୍ମୀକୃପା ନାହିଁ ।
ନିରାଶେ ଚାହେଁ ସେ ତାର ଚଉଦିଗ ଫେରି
ପ୍ରତିଦ୍ୱନ୍ଦୀ ଶତ ଶତ ରହିଛନ୍ତି ଘେରି ।
ଆଜି ତ ଦୁର୍ଦ୍ଦିନ ଜାଣି, ଆଶା କହେ, ‘‘କାଲି,
ଭାଗ୍ୟୋଦୟ ସୁନିଶ୍ଚିତ, ବୃଥା କ୍ଷୋଭ ଭାଳି !’’
ଅତୁଳ ସମ୍ପତ୍ତି ପୂର୍ବପୁରୁଷ-ସଞ୍ଚିତ;
ସର୍ବ ସୁଖ ପରିବୃତ ଅମର-ବାଞ୍ଚିତ,
ଅଳସ ବିଳାସୀ କେହି ବୃଥା ଅପବ୍ୟୟୀ,
ନିଶ୍ଚିନ୍ତେ କାଟୁଛି କାଳ କାଲି କାଲି କହି ।
କାଲି ସେ ମରିବ ଯଦି କେ ଭୋଗିବ ଧନ
ନିଶ୍ଚନ୍ତେ ରହିଛି ହେଳାକରି କାୟଶ୍ରମ ।
ବସି ବସି ଖାଇଲେ ତ ସରେ ନଦୀବାଲି
ଆଶା କାନେ କହେ ‘‘ତାହାଦେଖାଯିବ କାଲି ।’’
ସେ କେଉଁ ପ୍ରବାସୀ ଛାଡ଼ି ଦେଶ-ପରିବାର
କର୍ମ୍ମ-କ୍ଳାନ୍ତ ସନ୍ଧ୍ୟାଗମେ ସ୍ମରେ ବାରମ୍ୱାର ।
ସୁରମ୍ୟ କୁଟୀର ତାର ସୁଶୀଳା ରମଣୀ,
ସ୍ମରେ ସୁତସୁତା ବନ୍ଧୁ ଜନକ ଜନନୀ ।
ପ୍ରବଳ ଆକାଙ୍କ୍ଷା ବାରେ ଦରଶନ ଲାଗି,
ଆଲୋଡ଼େ ଅଭାଗା ହୃଦ ନାନାଚିନ୍ତା ଜାଗି ।
ଧୀରେ ଧୀରେ ମାଡ଼ିଆସେ ନଭେ ଅନ୍ଧକାର,
ଅଲକ୍ଷେ ଓହ୍ଲାଇ ଆସେ ନେତ୍ରେ ଅଶ୍ରୁଭାର ।
ଦୂର ଗଗନରୁ କ୍ଷୁଦ୍ର ତାରାଟି ଅନାଇ
ବେଦନା ପ୍ରବାସୀ ହୃଦେ ଦିଏ କି ବଢ଼ାଇ !
ଜୀବନ-ବନ୍ଦୀ ସେ ପରା ଶତ ଦୁଃଖ ଧନ୍ଦା
ନିଷ୍ଠୁର କର୍ତ୍ତବ୍ୟ କୂର ଶୃଙ୍ଖଳରେ ବନ୍ଧା ।
ସ୍ମରେ ସେ ତରୁଣକାଳ ସ୍ୱାଧିନତା ସୁଖ
ଦାସତ୍ୱ ମାୟାରୁ ମନ ବିଷାଦେ ବିମୁଖ ।
କ୍ଷୁଦ୍ର ଶିଶୁ ମୁଖ ଛବି ପଡ଼ିଯାଏ ମନେ,
ପିତା ପିତା ଡାକେ ସେ କି ଆକୁଳ ରୋଦନେ ।
କାହିଁ ପିତା ଦେଶାନ୍ତରୀ, ପିତା ବହୁଦୂର,
ବିହି କି ବିହିଲା ଏଡ଼େ ବିଚ୍ଛେଦ ନିଷ୍ଠୁର ।
ଚାହିଁ ସେ ଆକାଶ ଭାଳେ, କି ଭାଳେ ସେ ଜାଣେ,
ସହସା ଅଶେଷ ଚିନ୍ତା ପ୍ରବେଶ ପରାଣେ ।
ଦିଶେ ଗୃହଛବି ତୋରା ନୟନ ପଲକେ,
ପକ୍ଷୀଗଣ ଆକାଙ୍କ୍ଷା ସେ କରଇ କ୍ଷଣକେ ।
ଆକୁଳତା ଦେଖି ତାର ଓହ୍ଲାଇ ଅଶ୍ରୁରୁ,
ସ୍ନେହକରେ ଆଶା ଅଶ୍ରୁ ପୋଛି ନୟନରୁ,
କାନେ କାନେ କହେ କେତେ ମଧୁର ଭାରତୀ,
‘‘କାଲି ତ ଭେଟିବୁ ପ୍ରିୟ ପରିବାର କତି ।
କାଲି ତ ଆସିବ ଦିନ ସରିବ ପ୍ରବାସ,
କୁଟୁମ୍ୱ-ମୁଖେନ୍ଦୁ ଦେଖି ଲଭିବୁ ଉଲ୍ଲାସ ।’’
ଆଶା ଛଳନାରେ ମୁଗ୍ଧ ଦୁଃଖୀ କଳପନା,
ଭବିଷ୍ୟ ସୁଖ ସେ କେତେ କରେ ସରଜନା ।
ମନୋନଭେ କୁତୂହଳେ ଗଢ଼େ ଅଟ୍ଟାଳିକା,
ଫୁଟାଏ ସେ କେତେ ନଭକୁସୁମ-କଳିକା ।
ପ୍ରିୟଜନ କା’ର କେହି ଅଦୃଶ୍ୟ ବିଦେଶେ,
ଭାଳନ୍ତି କୁଟୁମ୍ୱବନ୍ଧୁ କଥା ତାର କ୍ଳେଶେ ।
ସ୍ୱାମୀ କଥା ଭାଳି କାନ୍ଦେ ବଧୁରା ବନିତା,
ପିତା ଆଗମନ ଆଶେ ଚାହିଁଛି ଦୁହିତା ।
ଚାହିଁଛି ଆକୁଳେ ପଥ ଦିବସ ରଜନୀ,
ଦେଶତ୍ୟାଗୀ ପୁତ୍ର ଲାଗି ଦୁଃଖିନୀ ଜନନୀ ।
ବହୁ ବର୍ଷ ଦେଶାନ୍ତରୀ ନ ମିଳେ ସନ୍ଧାନ,
ଆଶାରେ ଆଶାରେ ମାତ୍ର ଜୀବିତ ପରାଣ ।
କେତେ ବ୍ରତ, ଉପବାସ, କେତେ ମାନସିକ,
ହେଲାଣି ବିଫଳ କହି କରମକୁ ଧିକ ।
କାନ୍ଦନ୍ତି ଆତୁର ହିୟା ଅବଳା ସରଳା,
କ୍ଷଣେ କି ଦେଖନ୍ତି ଆଶାମୂରତି ଉଜ୍ଜଳା ।
ଆଦର ସାନ୍ତ୍ୱନା ଘେନି ଆସେ ଆଶାସତୀ,
‘‘କାଲି ସେ ଆସିବ’’ ମୃଦୁ କହେ କି ଭାରତୀ !
ତୁରିତେ ଲୋଚନ ପୋଛି ଶୁଣନ୍ତି ସରଳା,
‘କାଲି ସେ ଆସିବ’ କାନେ କିଏ କହିଗଲା ।
ଦଶମାସ କଷ୍ଟ କରି ଧରିଲା ଉଦରେ,
କନ୍ଦାଇ ଜନନୀ ପ୍ରାଣ କ୍ଷୁଦ୍ର ଶିଶୁମରେ ।
ବିଫଳ ତା ଚିତ୍ତ ବ୍ୟଥା ପ୍ରାଣ କି ବିଦରେ,
ଆକୁଳେ ଲୋଡ଼ଇ ମାତା ଶୟନ କବରେ ।
ମୃତ ଶିଶୁମୁଖ ଚାହିଁ ହେଉଛି ଆକୁଳ,
ବାଷ୍ପରୁଦ୍ଧ କଣ୍ଠ ଶୁଖେ, ନେତ୍ରେ ଅଶ୍ରୁଠୁଳ ।
ଅବଶ ନୀରସ ପ୍ରାଣେ ସହସା ଉଦୟ,
ନବୀନ ମୂରତି ଆଶା ରୂପ ମଧୁମୟ ।
କାନ୍ଦ କାନ୍ଦ ଆଜି ମାତା ଅନାଏ ଗଗନେ,
ନିରେଖେ ଅରୂପ ଆଶା ଶୋଭାଶୂନ୍ୟ ମନେ ।
ମରମେ ମରମେ ଆଶା କହେ ଶାନ୍ତିଗିର
‘ପୁଣି ତୁ ଲଭିବୁ ପୁତ୍ର କିପାଇଁ ଅଧୀର,
କାଲି ସକାଳେ ତୋ କୋଳେ ହସିବ କୁମାର
ଆଜି ଏ ବେଦନା ଅଶ୍ରୁ ସମ୍ୱର, ସମ୍ୱର ।’’
ଶତ ଅତ୍ୟାଚାର ଦୁଃଖେ ବିବଶା ବାଳିକା,
ଫୁଟି ନ ଫୁଟିବା ସତେ ତରୁଣ କଳିକା ।
କରୁଣେ କବାଟ କୋଣେ କାନ୍ଦେ କ୍ଷୀଣପ୍ରାଣେ,
ବାହୁନି ବାହୁନି କେତେ ଦୁଃଖ ସେ ବଖାଣେ ।
ଏତେ ବଡ଼ ପରିବାରେ କେହି ନ ପଚାରେ,
ଶୀର୍ଣ୍ଣଶିରୀ ଦିନୁଁ ଦିନୁଁ କ୍ରୁର ଅବିଚାରେ ।
ଉବ୍ଦନ୍ଧନେ, ନିମଜ୍ଜନେ, ଗରଳ ଭୋଜନେ,
ବଳେ କି ବାଳାର ମନ ଗୋପନେ ଗୋପନେ !
ଅଭାଗୀ ଯାତନା କଥା କେହି ନ ବୁଝିଲା,
ତହିଁ ଆଶା ମନେ ତୀବ୍ର ବ୍ୟଥା କି ବାଜିଲା ।
ସଖୀସମ ସ୍ନେହାଦରେ ଆଶା ବିନୋଦିନୀ,
ସହସା ହୃଦୟ ସରେ ନବ କୁମୁଦିନୀ-
ଦୁଃଖ ଅନ୍ଧାର ନିଶାରେ ଉଠିଲା କି ଫୁଟି,
ନବୀନ ସାନ୍ତ୍ୱନା ସୁଖ ସୁରଭି ଉକୁଟି ।
ଦୁଃଖ ଘନ ତମ ଭେଦି ଅଳ୍ପ ଅଳ୍ପ,
ହସିଲା କି ଜ୍ୟୋସ୍ନା-ଭାବି ସୁଖ ସଙ୍କଳପ ।
କାଲି ସୁଖ ଆଶା କେତେ ଆଙ୍କେ କଳପନା,
କ୍ଷଣେ କ୍ଷଣେ ବ୍ୟଥା ହରି ଢାଳେ କି ସାନ୍ତ୍ୱନା ।
କହେ ଆଶା, ‘‘ସୁନ୍ଦରୀ ତୋ ନବୀନ ବୟସ,
ଏ ବୟସେ କିପା ଏଡ଼େ ବ୍ୟାକୁଳ ବିରସ ।
ଆଜି ଦିନ ସଦାଦିନ ନଥିବ କରମେ,
କାଲି କଥା ଭାବି ଶାନ୍ତି ଲଭ ହେ ମରମେ ।
ଉପରେ ତ ଦିନ ରାତି କରୁଛନ୍ତି ଜଣେ,
ନାଶି ତ ପାରନ୍ତା ହେଳେ ଦୁଃଖ ତୋର କ୍ଷଣେ ।
ଏକାମାଘେ ଶୀତ କାର ନ ଯିବ ବାହାରି,
‘ଆଜି ଦୁଃଖ କାଲି ସୁଖ, ବୁଝୁ ହେ ବିଚାରି ।’’
ବିଦ୍ୟାଳୟ କାର୍ଯ୍ୟ ଶେଷ ଦୀର୍ଘ ଅବକାଶ,
ବ୍ୟସ୍ତଛାତ୍ର ହୃଦେ ବେନି ବିଷାଦ ଉଲ୍ଲାସ ।
ବନ୍ଧୁ ବନ୍ଧୁଠାରୁ ହର୍ଷେ ମାଗୁଛି ମେଲାଣି,
କା’ର ନେତ୍ରେ ଅଶ୍ରୁ, କା’ର କରୁଣ ଚାହାଣୀ ।
‘‘ମୋତେ ଗୋ ଭୁଲିବ ନାହିଁ’’, କହେ କେ ଆଦରେ
କାଲି ପାଇବ ମୋ ପତ, ବନ୍ଧୁ ପ୍ରତ୍ୟୁତ୍ତରେ ।
ଆଶା ପ୍ରାଣେ ପ୍ରାଣେ ଆସି କହେ ପ୍ରିୟ ବାଣୀ,
କାଲି ପ୍ରାତଃ ସରି ସର୍ବେ ଭେଟାଇବି ଆଣି ।
କେ ମରେ କେ ବଞ୍ଚେ ଭବେ କାହାକୁ ତା’ ଜଣା,
କାଲି ପତ୍ର ଆଶାକରେ ବନ୍ଧୁ କଳପନା ।
ସାରାଦିନ ଆଶା ପ୍ରିୟ ମିଳନ ସକାଶ,
ଭଗନ ବ୍ୟଥାରେ କେହି ପ୍ରେମିକ ନିରାଶ ।
ନିଭୃତେ ନିର୍ଜ୍ଜନେ କାହିଁ ମ୍ଳାନ-ସୁଖ-ଇନ୍ଦୁ,
ତରଳ ଶିଶିର ସମ ଢାଳେ ନେତ୍ର-ବିନ୍ଦୁ ।
ଆକୁଳେ ଉଦ୍ବେଳେ ହିୟା ନ ଘେନେ ସାନ୍ତ୍ୱନା,
ସେହି ଦଣ୍ଡେ ଆସେ ଆଶା କାଲି କଳପନା ।
ମଧୁର କବିତା କେତେ ଛନ୍ଦି ଆଶା-କବି,
ଆଙ୍କେ ସୁରଞ୍ଜିତ ମନୋହର କାଲି ଛବି ।
କାଲି ରୂପ ପ୍ରତିଭାତେ ମଧୁର ମିଳନେ,
କାଲି ଆଶା ଘେନେ ତ୍ୱରା ତାକୁ କି ନନ୍ଦନେ ।
ଆଶା ସ୍ୱପ୍ନସୁଖ ଶତ କାଲି-ନିଦ୍ରା ଯୋଗେ,
ମୋହିତ ପ୍ରେମିକ ଭୋଳ ଜାଗ୍ରତେ କି ଭୋଗେ ।
କୋମଳ ଲଳିତ ଚାରୁ କରୁଣ ବିଧୁର,
ବିରହେ ମିଳନ ଆଶା ଦ୍ୱିଗୁଣ ମଧୁର ।
ଏହିମତେ କାଲି ରୂପେ ଆଶାକୁହୁକିନୀ,
ମୋହୁଛି ମାନବ ମନ ନିତି ମାୟାବିନୀ ।
ମାୟାରେ ବିଭୋର ମନ ନ ପାରୁ କି ବୁଝି,
ବିଧାତା ଅଛନ୍ତି କେଉଁ କାଳେ କାଲି ସୃଜି ।
କାଲି କହି ଜଡ଼ ପରି ଅଚେତ ଅବଶ
ଶୋଇ ଶୋଇ ନ କାଟ ତୁ ଯାମିନୀ ଦିବସ ।
ଆଜି ଶୁଭଦିନ ଆଜି କର୍ମଯାଅ କରି ;
‘କର୍ମଫଳ’ ଲାଗି କାଲି ଆଶା ଥାଅ ଧରି ।
ବରଷା ପ୍ରତି
(୧)
ବରଷା ଝରଇ ଝର ଝର ସ୍ୱନେଜଗାଇ କି ଚିନ୍ତା ମୋହର ପରାଣେକେତେ କଥାମାନସ୍ମରଇ ମୋ’ ମନକେତେ କଥା ଭାଳି ଜ୍ୱଳଇ ମନ,କେତେ ସୁଖ ଦୁଃଖ ଗତ, ନୂତନଗୋଟି ଗୋଟି ପଡ଼େ ମନେ,ଝର ଝର ଅଶ୍ରୁ ବହିଯାଏ ଆଜିମୋର ଏ ଦଗ୍ଧ ନୟନେ ।
(୨)
କାହିଁକି ରେ କହ ବରଷା ଝରୁଛୁ ?ମୋ’ ପୋଡ଼ା ପରାଣ ପୋଡ଼ି ତୁ ମାରୁଛୁଶୀତଳ ତୋ ନୀରଝରେ ଝର ଝରକିନ୍ତୁ ସେ ଦହେ ଯେ ମୋ’ ପୋଡ଼ା ଅନ୍ତର,ସତେ କି ଶମିବ ତାକୁ ତୋହ ନୀର ?ହାୟରେ ହୃଦୟାନଳ !ନରକ ଅନଳହେବ କି ତୋ’ ସରିତୋ’ ପରି କେ ଭୟଙ୍କର !
(୩)
ବରଷା ଝରଇ ଯେହ୍ନେ ଝର ଝରଦିବା ନିଶି ବହେ ନୟନରୁ ନୀର ।ଧୋଇ ଦିଏ ମୋରକପୋଳ ଯୁଗଳତେବେ ସୁଦ୍ଧା ଶମେ କି ଏ ଅନ୍ତର ?ହାୟ ହାୟ ଏ କି ଯନ୍ତ୍ରଣା ଘୋର !ଏ କି ମୋ’ କପାଳ ଲେଖା,ଜନ୍ମଲିଭି ଭବେ ସୁଖ ନ ଭୁଞ୍ଜିବିଦୁଃଖ ଭୁଞ୍ଜଥିବି ଏକା ?
(୪)
ବରଷା ଶୀତଳୁ ଧରଣୀ ଶରୀରକିପାଇଁ ନ ଶମୁ ମୋର ଏ ଅନ୍ତର ?(ଜାଣେ) ଫାଟିଛି କପାଳଆଉ କିଏ ମୋରଶମିବ ସଦୟେ ବେଦନା ଭାର,(କିଏ) ଶୁଣିବ ଦୁଃଖର କାହାଣୀ ମୋର ।ମୋହର ଏବେ ଯେ ସରବେ ପରକିଏ ପୋଛିବ ମୋ’ ନୟନ ସଲିଳବହେ ଯାହା ନିରନ୍ତର ।
(୫)
ବରଷା ନିବାରୁ ଚାତକ ପିପାସା(ତେବେ) କିପାଁ ନ ନିବାରୁ ମୋ ମାନସତୃଷା,ଅତୃପ୍ତ ବାସନାମରମ ବେଦନାଦାବାନଳ ସମ ଜ୍ୱଳେ ହୃଦରେ,ନ ଲିଭାଇ କିପାଁ ଦୟାରେ ଥରେ !ଅରଣ୍ୟ ଦାବ ଦହନ,ଲିଭାଉ; କାହିଁକି ନ ଲିଭାଇ ତୁହିମୋ’ ଅନ୍ତର ହୁତାଶନ !
(୬)
ପିନ୍ଧାଉ ପାଦପେ ହରିତ ବସନତୋତେ ଲଭି ହସେ ଗହନ କାନନ ।ଆନନ୍ଦେ ଦର୍ଦ୍ଦୁରକରେ କୋଳାହଳତୋତେ ଦେଖି ସୁଖୀ ସରବ ଜନ,ଜଗତକୁ ତୁହି ଦେଉ ଜୀବନ,ତେବେ କିପାଁଇ ଏ ଦଗ୍ଧ ମନେକହରେ, ବରଷା ଆଣି ଦେଉ ନାହୁଁମୋ’ ବାଞ୍ଛିତ ଶାନ୍ତି-ଧନେ ?
(୭)
କହରେ ବରଷା, ଗାଉଛୁ କି ଗୀତ,ଯାହା ଶୁଣି ମୋର ଉତ୍ସୁକ ଚିତ୍ତ ।ଆହାକି ମାଧୁରୀତୋ’ ସ୍ୱର ଲହରୀଢାଳିଦିଏ ପ୍ରାଣେ, ଏ ସୁଧାରସକେଉଁ ଦେଶୁଁ ଆସେ ହୋଇ ହରଷଢାଳୁଛୁ ଧରଣୀ ପରେ,ମୋ’ ଅନ୍ତରମରୁ ଶୁଖିଲା କାହିଁକିଦୟା ନାହିଁ କି ମୋ’ ଠାରେ ?
(୮)
କହରେ ବରଷା, କହରେ ବାରତାକେଉଁ ଦେଶୁଁ ଆସେ ତୋ’ ମେଘ ପିତାକହ କହ ଫେଇଯାହା ଜାଣୁ ତୁହି,ସେ ଅଦୃଶ୍ୟ ଦେଶ ସର୍ବ ଉଦନ୍ତ ;ଶୁଣିଲେ ଅଥବା ଶମିବ ଚିତ୍ତନାନା ଚମତ୍କାର କଥା,ଚିତ୍ତ ରଞ୍ଜିକ୍ଷଣେ ନିବାରିବ ପରାଏ ଜଞ୍ଜାଳ ଦୁଃଖ ଚିନ୍ତା ।
(୯)
ଜାଣୁ ତୁ ବରଷା, ଦିବାନିଶି ମୋରକେତେ କର୍ମକ୍ଳାନ୍ତି ବେଦନା ଘୋର,ବନର ଦହନଦେଖଇ ନୟନକିନ୍ତୁ ମନ-ବନ ଅଗ୍ନି ଦେଖେ କେପୋଡ଼ି ଛାରଖାର ହୋଏ କ୍ଷଣକେଚିର ଜୀବନର ସୁଖ,ଅଶ୍ରୁ ଝରିପଡ଼େ ବ୍ୟାକୁଳ ନୟନୁଁବେଦନା-ବିଶୁଷ୍କ ମୁଖ ।
(୧୦)
ହାୟ ! ଧରି ବସିଅଛି ବୃଥା ଆଶାହୃଦୟେ ରଖିଛି ଘୋର ପିପାସା,ଆକୁଳ ମୋ’ ଚିତ୍ତକାହିଁ ଶାନ୍ତିବିତ୍ତଲାଗେ ମୋତେ ଘୋର ଶୂନ୍ୟ ଏ ଭବ,କ୍ରୂର ସ୍ୱାର୍ଥପର ପ୍ରାଣୀ ମାନବ(ତେଣୁ) କହୁଛୁ କି ମୋର କାନେ,ଧର ସେହି ବିଭୁ ପଦ ଅରବିନ୍ଦକାନ୍ଦ ଯାଇ ଶ୍ରୀଚରଣେ ।
(୧୧)
ହୋଇଥାନ୍ତି ଯଦି ଆହା ବିହଙ୍ଗମତେବେ କି ଭାବନା କରନ୍ତା ମନ ।ଯାଆନ୍ତି ମୁଁ ଉଡ଼ିଘରଦ୍ୱାର ଛାଡ଼ିବିଷମ ଏ ଭବବନୁଁ ବହନ,ଶମନ୍ତା ଅବା ମୋ ହୃଦ ଦହନ !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ