କବିତା (୫)
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୮
- ସ୍ଥିତି
- ସାର୍ବଜନୀନ (Public domain)
ଜୀବନର ସଂଜ ଅନ୍ଧାରେ ଆସି ହେ ଦେଖାଦେଲ ଯେବେ ବାରେତିନ୍ତାଇଲ ତୀବ୍ର ଦାରୁଣ ପ୍ରହାରେ ଗଣ୍ଡଯୁକ୍ତ ଅଶ୍ରୁଧାରେ ।ସାରାଦିନ ଖରା ଖାଇଲି ତୁମରି କାରଣେ ଜଗି ମୁଁ ବାଟଦାରୁଣ ହୃଦୟେ ଦୟା ନୋହିଲା କି ମାରୁଛ କୋରଡ଼ା ଛାଟ ।ତେବେ କିନ୍ତୁ ସଖା ନ ଯିବ ବାହୁଡ଼ି ଜାଣିଛି ମୁଁ ତୁମ ଛଳନାଉପର କଠୋର ବେଭାରେ ଭିତର ପ୍ରୀତିଟି କରିଛ ଛଳନା ।କଟୁ ବଚନର ଅନ୍ତରାଳେ ଲୁଚି ରହି ନ ପାରୁଚି ହସଟିମନର ପରଖ ମନ ସିନା ସଖା ସୁନାର ପରଖ କଷଟି ।କବିତା (୬)॥ ୧ ॥
କି ଭାବନା ଜାଗେ ପ୍ରାଣେ କବି ଦରଶନେପୁର୍ଣ୍ଣେନ୍ଦୁ ଅର୍ଣ୍ଣବ ହେରି ଅର୍ଣ୍ଣୋଦ ଆସନେବିସ୍ତାରି ବିଶାଳ ବାହୁ ଉର୍ମିଲୀଳାଛଳେବ୍ୟାକୁଳେ ଆକୁଳ ପ୍ରାଣ ଆନନ୍ଦେ ଉଚ୍ଛଳେ ।ପୁଟି ଆସେ ଧୀର ଯଥା ନବ ଅରବିନ୍ଦମନ୍ଦ ମଳୟ ମାରୁତ ଚୁମ୍ୱନେ ମୋହନଧାଇଁ ଆସେ ଫୁଲ୍ଲ ମଲ୍ଲିମାଳେ କି ମିଳିନ୍ଦବହଟିଯାଏ କି କାନ୍ତ କେତକୀ କାନନ ।ଉଷା ଅରୁଣିମା ତଳେ ଝଳେ ନବ ରବିଅନାଇଁ ଉଲ୍ଲାସେ ହସେ ସୁମନ ସୁନ୍ଦରୀଶ୍ୟାମଳ କୋମଳ ଦଳେ ହିମ ବିନ୍ଦୁ ଛବିଝଲକେ ଆଲୋକେ ବର୍ଣ୍ଣେ ଇନ୍ଦଧନୁ ସରି ।ନନ୍ଦିତ ନିଷ୍ପନ୍ଦ ହିଆ ବନ୍ଦି କବି ପଦେଲଭିଲି ଅକ୍ଷୟ ମହା ଗୌରବ ସମ୍ପଦେ ।॥ ୨ ॥
ତାଳ ନାରିକେଳ ମାଳ ସରସ ଶ୍ୟାମଳବିରୂପା ଲହରୀ ଲୀଳା ଲୋଳିତ ଅଞ୍ଚଳବନ ବିହଙ୍ଗ କଳିତ ଲଳିତ କାକଳିପଲ୍ଲବ-ପାଟଳପଲ୍ଲୀ କୁଶପୁର ଝଳି ।ତହିଁ ତବ ନିକେତନେ ହେ କବି ବଳେନ୍ଦ୍ରପଡ଼ିଲା ମୋ ପଦଯୁଗ କି ଯୋଗେ ମାହେନ୍ଦ୍ର ।କି ଛଳେ ବିଧାତା ଛନ୍ଦି ଆଣିଲା ସେ ଟାଣିକବି ଯେଣୁ କବି ପ୍ରିୟ ବର-ବୀଣାପାଣି ।ପର୍ଣ୍ଣ ମୋ ଚନ୍ଦନବନ ଦର୍ଶନ ବାସନାନନ୍ଦନ ମନ୍ଦାର କୁଞ୍ଜେ ଶୁଭ ଅଭ୍ୟର୍ଥନା ।ଲୋଟେ ଯହିଁ ନିର୍ଝରଣୀ ସ୍ୱର୍ଣ୍ଣଶୀଳାତଳେବସନ୍ତକୋକିଳ ଗାଏ ରସାଳ ଗହଳେ ।ନେତ୍ରମୋହୀ ପଲ୍ଲିଚିତ୍ର ପବିତ୍ର ଗରିମାଉତ୍କଳ ପ୍ରାଣର ଜନ୍ମଭୂମି ଶ୍ରୀ ମହିମାତହିଁ ଅଭିନବ ଶୋଭା ମଣି କାଞ୍ଚନରନାନାବାୟା ଶିଶୁଗୀତେ ଉଚ୍ଛୁଳେ ଅନ୍ତର ।ଯହିଁ ପୁଷ୍କରିଣୀ ତୀରେ ଜଳକୁମ୍ଭ କରେପୁଷ୍ପିତା କନକଲତା ମୃଦୁପାଦଭରେଓଢ଼ଣାର ଆଢ଼ୁଆଳେ ଶର୍ମ୍ମିଷ୍ଠା ସୁନ୍ଦରୀଶୋଭେ ନବ ନୀରଦରେ ସୌଦାମିନୀ ସରି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର