କବିତା (୨)
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
କୋଟିକୀର୍ତ୍ତିମୁକ୍ତା-ମାଳିନୀକାନ୍ତି-କମଳା କଳାକୁଶଳା ଶାନ୍ତି ଶାଳିନୀ ।
(୧)
କୋଟି ସୁତ ସ୍ନେହଶୀଳାକୋଟି ତୀର୍ଥ ସ୍ୱର୍ଗଲୀଳାରତ୍ନହାରା ଚିତ୍ରୋତ୍ପଳାସିନ୍ଧୁଧୌତ ପୁଣ୍ୟବେଳାନୀଳାଚଳ-ଚିଲିକା-ପ୍ଲାବିନୀ-ଶକ୍ତି, ମୁକ୍ତି, ଭକ୍ତିଦାନେ ଭକ୍ତପାଳିନୀ
(୨)
ତାଳ ତମାଳ ତାଳୀନୀଳାଶତତଟିନୀ ପୂତ ସଲିଳାକାବ୍ୟକୁଞ୍ଜ କଳକୋକିଳାପୂଜିତ ପାଦ ଭଞ୍ଜ ସାରଳାଶୁଭଗୀତ ସୁଧା ସ୍ୟନ୍ଦିନୀବିଶ୍ୱବନ୍ଦନ ଚିତ୍ତନନ୍ଦନ ନୟନହ୍ଲାଦିନୀ ।
(୩)
ବିଶାଳ ଶୈଳ ବିପିନମାଳୀକେଦାରକାନ୍ତ ପକ୍ୱଶାଳୀକାନନ ଫୁଲ ପ୍ରସୂନାଞ୍ଜଳୀପୂର୍ଣ୍ଣ ପକ୍ଷୀ କଳକାକଳୀରତ୍ନଜ୍ୟୋତି ଉଜ୍ଜଳାନନୀଚୁଆଚନ୍ଦନ କର୍ପୂର ମୃଗମଦ ମୋହିନୀ ।
(୪)
ଅନଙ୍ଗ ଯଯାତି ଐର ଜନନୀବୀର-ରୂଧିର-ସିକ୍ତ ଅବନୀବିଦ୍ୟା ଧର୍ମ ମୋକ୍ଷ ମେଦିନୀଶୂଦ୍ର ବ୍ରାହ୍ମଣେ ସାମ୍ୟବାଦିନୀଜାତିଭେଦ ବନ୍ଧ ଭଞ୍ଜିନୀନିଖିଳ ଭାରତ ଭକତଚରଣ ରେଣୁରଞ୍ଜନୀ ।
(୫)
ଜୟ ଜୟ ବୀର ବରେଣ୍ୟଜୟ ଭକତ ଚିତ୍ତ ଶରଣ୍ୟେଜୟ ଧନ୍ୟେ ! ଜୟ ପୁଣ୍ୟ !କୋଟି ସନ୍ତାନ ଅନ୍ନପୂର୍ଣ୍ଣେ ।ସର୍ବଶୁଭ ଶାନ୍ତିଦାୟିନୀଚିତ୍ତ କାମନା କଳିତ ଲଳିତଚରଣ ନଳିନୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର