କବିତା (୧୪)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
ନଥାଆନ୍ତାରେ ଯଦି ଘନ ଅନ୍ଧକାରକେ ବୁଝନ୍ତା ଦିନମଣି ସନମାନ,ନଥାଆନ୍ତାରେ ଯଦି ନିଦାଘର ଖରାଧରା କି ରସନ୍ତା ବାରିଝରା ତାନ ?ବିରହ-ଦହନେ ନତାତିଲେ ତନୁମିଳନ ମାଧୁରୀ ପାସୋରନ୍ତା ମନୁ,ବଜର ନ ଥିଲେ ବରଷନ୍ତା ଘନୁସୁଧାରସଧାରା କେ କରନ୍ତା ପାନ ?ନବହନ୍ତା ଯଦି ନିରାଶାର ଲୁହନଫାଟନ୍ତା ଛାତି ନଉଠନ୍ତା କୋହ,ନ ଥିଲେ ଟି ବିଷ କୁଳିଶ ବେଦନାକୋମଳ ସାନ୍ତ୍ୱନା ଚାହାନ୍ତା କି ପ୍ରାଣ ?ପାପୀର ଅନ୍ତରେ ପୁଣ୍ୟର ଅମୃତନଥାନ୍ତାରେ ସତ୍ୟ ନଥିଲେ ଅନୃତ,ନଥାନ୍ତାରେ ଧର୍ମ ନଥାନ୍ତାରେ କର୍ମଭକ୍ତ ନଥିଲେ କି ଥାନ୍ତେ ଭଗବାନ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର