କବି ଶ୍ରୀ ରାଧାନାଥ ରାୟ ବାହାଦୁର
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୫
- ସ୍ଥିତି
- ସାର୍ବଜନୀନ (Public domain)
ନବଯୁଗେ ବରପୁତ୍ର ନବ ଉତ୍କଳର !ବରଦା ବାଗ୍ଦେବୀ-ବରେ ସୁକବି-ପ୍ରବର !ଉତ୍କଳ ନିସର୍ଗ-ଲକ୍ଷ୍ମୀ-ଦେବୀ ପୁରୋହିତ !ଲଲିତ-କବିତା-ଶିଳ୍ପୀ ରସଜ୍ଞପଣ୍ଡିତ !ଉତ୍କଳର ନଦନଦୀ-ହ୍ରଦ-ପ୍ରସ୍ରବଣ,ପର୍ବତ-ପ୍ରପାତ-ଶୈଳ-କନ୍ଦର-କାନନଧର୍ମ କ୍ଷେତ୍ର ଉତ୍କଳର ମନ୍ଦିର ନିଚୟବୌଦ୍ଧକୀର୍ତ୍ତି, ଶିବବିଷ୍ଣୁ ଅର୍କ ଦେବାଳୟ,ଗରିମା ମହିମା ସର୍ବ ଉତ୍କଳ ଧାମର,ନବ ବର୍ଣ୍ଣେ ବର୍ଣ୍ଣିଅଛ, କବି-ଚିତ୍ରକର ।ଉତ୍କଳର ଅଭିନବ ସାହିତ୍ୟ-ସଂସାରେପୂର୍ଣ୍ଣ କରିଅଛ କେତେ ରତ୍ନ-ଅଳଙ୍କାରେ ।କାହିଁକି ବିଳମ୍ବ ଆଉ, ସମାପ ସତ୍ୱରମହାଯାତ୍ରା-ମହାଗୀତ ଆହେ କବିବର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର