କ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୩
- ସ୍ଥିତି
- ସାର୍ବଜନୀନ (Public domain)
କଥାକେ ଦଣ୍ଡପାଟ, କଥାକେ ମୁଣ୍ଡକାଟ ।କତରା ଘୋଡ଼ି ହେଲେ କି ଯମ ଛାଡ଼େ ?କଉଡ଼ି ନ ଥାଏ ମୂଲାଉ ଥାଏ, ଦେଖି ଚାହିଁ ପେଟ ଫୁଲାଉ ଥାଏ ।କଲିକତାରେ ଭାଣ୍ଡ ଜିଅନ୍ତି, ସନ୍ତରା ବଣରେ ଧଣ୍ଡ ଜିଅନ୍ତି ।କଞ୍ଚା ଗୁଆକୁ ପଚା ପାନ ।କାହିଁପାଇଁ କଣ୍ଟାରେ ଲୁଗା ପକାଇ, ଛାଟି ହେଉଛି ।କଉଡ଼ି ବେଲି କାହାଣେ, ରଣଝଣ କରି ଗଣ୍ଡାଏ ଗଣ, ଆଠପଣ ପାଇଁ କହିଛି, ଚାରିପଣ ପାଇଁ କହୁଛି, ବାକି ଆଉ କେତେ ?କବି ତୁଣ୍ଡ, ମେଣ୍ଢା ମୁଣ୍ଡ ସମାନ ।କଙ୍କଡ଼ାକୁ ଗୋଳି ପାଣି ସୁହାଏ ।କହି ଜାଣିଲେ କଦଳିମୁଣ୍ଡା ବିକାଯାଏ, ମାଗୁର ମାଛ ଚାହୁଁ ଥାଏ ।କଥାକୁ କଥାଏ, ଭାଇଘରକୁ ଭଉଣୀ ଗଲେ ସିନ୍ଦୁର ମଥାଏ ।କଳି ନ ଥଲେ ଦି’ ମାଇପ କର, କଉଡ଼ି ନ ସରିଲେ ଦୋ’ଘର କର ।କପା,କର୍ପୂର ଏକ ଭାଉ ।କଅଁଳ ପାଇ ଲୁହା ବିରାଡ଼ି କାମୁଡ଼େ ।କହି ଦେଉଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ ।କନ୍ୟା ତୁଳମତିକ୍ରାନ୍ତା, ନିଗ୍ଶା ପିତରୋଗତାଃ ।କର୍ମଗୁଣେ କରମଙ୍ଗା ଫଳେ, ଲାଉ ଲଗାଇଲେ ଚଲଣା ଫଳେ ।କହିଲା କଥା ନ କର ରାୟ, ପଛେ ହେବ ବାମନାଭୂତପ୍ରାୟ ।କଟକ ଭଣ୍ଡାରି ଦେଶକୁ ରାଜା ।କହିବି କହାକୁ ଶୁଣିବ କିଏ, ସାନ୍ତ ଅବୁଝା ମାରିବ ଯେ ।କର୍ପୂର ଗଲାଣି କନା ଅଛି ।କଥାର ସନ୍ଧି, କାଉ ଧାନ ଖାଏ ବେହୁକୁ ବାନ୍ଧ ।କପାଳେ ନ ଥଲେ କି ଭୂପାଳେ ଦିଅନ୍ତି ?କଥା ହୁଁକୁ, ଗୀତ ମୁଁହକୁ ।କବିକି କାବ୍ୟ ପଢ଼ାଇବାର ।କଅଁଳ କହି ରାଧା, ଘରକୁ ଗଲେ କଥା ନ କହନ୍ତି ବାଟରେ ବଡ଼ ଶରଧା ।କଣା ଭାଇରେ କଣା ଭାଇ, ଆଖୁ ଖଣ୍ଡେ ଦେବୁ କି ? ନା ତୋର ଯେ ବଚନ ମଧୁର ଗୁଡ଼ ଖଣ୍ଡେ ଦେବାକୁ ଇଚ୍ଛା ହେଉଚି ।କଣ୍ଟାବାଡ଼େ ଲୁଗା ପକାଇ କଳି କରିବା ।କରତର ଘା’ ସହିବ ଯେ, ଖଣ୍ଡ ଖଣ୍ଡ ମୁଣ୍ଡା ଖାଇବ ସେ ।କଜଳପାତିଆ ଭଲଲୋକ ।କଣ୍ଟାରେ ସିନା କଣ୍ଟା କାଢ଼ନ୍ତି ।କପାଳଗୁଣେ ଗୋପାଳ ଠାକୁର ।କପାଳ ଛଡ଼ା ବାଟ ନାହିଁ ।କର୍ପୂର ଗନ୍ଧ, ଚନ୍ଦନ, ଦେଇ, ରସୁଣ ଗନ୍ଧ କି ହୁଏ ଛଡ଼ାଇ ।କଡ଼ାକେ ତରି, କଡ଼ାକେ ମରି, କଜାକେ ଘରଦୁଆର କର ।କଟକ ଚିନ୍ତା କାହିଁକି ବାଇ ମୁଣ୍ଡିକି ଲାଗିଚି ।କସାଗୁଆ, ବସାବହୁ, ସମୟରେ କାର୍ଯ୍ୟକୁ ଆସନ୍ତି ।କହିଲେ କୁଳକୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି ।କଟା ଘା’ରେ ଚୂନ ।କଉଡ଼ି ଦେଲେ ବାଘଦୁଧ ମିଳେ ।କଉଡ଼ିଥିଲେ ମା’ ବାପ ଛାଡ଼ି ସବୁ ମିଳେ ।କଥାରେ କଣି ନେବାର କଂସାଧନ ଅଧାଧନ, ଗୋରୁ ଧନ ନିଧନ ।