ଝାଡ଼ ଗଗନକୁ ଡେଇଁ
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ସଂକଳନ: ଚଉତିଶା ମଧୁଚକ୍ର
- ପଢ଼ିବା ସମୟ
- ୨୫ ମିନିଟ୍
- ଶବ୍ଦ
- ୪୦୦୭
- ସ୍ଥିତି
- ସାର୍ବଜନୀନ (Public domain)
ଝାସ ଦେଇ ପଶ ତ୍ରିବେଣୀ ନଈ ।ସୁମନରେ । ଝଲକି ଉଠୁ ତୋ ଦେହୀ ।୯।ନିଶବଦ ପୁରେ ପଶ ।ନୁହଇ ସ୍ତିରୀ ସେ ନୁହେ ପୁରୁଷ ।ସୁମନରେ । ନିରନ୍ତରେ ଅଛି ପାଶ ।୧୦।ଟେକି ତୁ ଉଜାଣି ଧର ।ଟାଣ ପଣ ଛାଡ଼ି ଆଶ୍ରୟ କର ।ସୁମନରେ । ଟଳି ନ ଯିବ ଶରୀର ।୧୧।ଠାବ କରି ସୁଧା ରସ ।ଠିକେ ଭୀମ ଭୋଇ କରୁଛି ଗ୍ରାସ ।ସୁମନରେ । ଠାକୁରଙ୍କୁ କରି ଆସ ।୧୨।ଡୋଳାର ଉର୍ଦ୍ଧ୍ୱରେ ଦେଖ ।ଡେଉଁଅଛି ହଂସ ଅମନ ଶିଖ ।ସୁମନରେ । ଡରି ନୁହ ଦକ ଦକ ।୧୩।ଢାଙ୍କି ମାୟା ଜାଲ ଫାନ୍ଦ ।ଢାଙ୍କୁଣୀ ଭିତରେ ଅରୂପା ନନ୍ଦ ।ସୁମନରେ । ଢାଳି ଭକ୍ଷ ମକରନ୍ଦ ।୧୪।ଅଣାକାର ବ୍ରହ୍ମରୂପ ।ଅବନା ମଣ୍ଡଳେ ଅଜପା ଜପ ।ସୁମନରେ । ଉଜ୍ୱଳ ଦିଶୁଛି ମୁଖ ।୧୫।ତରିବାକୁ କର ବୁଦ୍ଧି ।ତାଳୁକା ଦୁଆରେ ମନ ସମାଧି ।ସୁମନରେ । ତହିଁ ଛନ୍ତି ବ୍ରହ୍ମ ସିଦ୍ଧି ।୧୬।ଥଳରେ ମରୁଛି ବୁଡ଼ି ।ଥାଉଁ ନାବ ହେଉଛନ୍ତି ଉବାଡ଼ି ।ସୁମନରେ । ସ୍ଥିତି ବସ୍ତି ଫନ୍ଦା ଛାଡ଼ି ।୧୭।ଦୃଷ୍ଟିରେ କର ବିବେକ ।ଦୟାନିଧି ନାମ ହୋଇଛି ଭେକ ।ସୁମନରେ । ଦେହ ଯାକ ଜକ ଜକ ।୧୮।ଧର ନିର୍ବିକାର ଭାବ ।ଧ୍ୱନି ମନ୍ଦିରକୁ କର ତୁ ଠାବ ।ସୁମନରେ । ଧ୍ୟାନ ଯୋଗେ ସିଦ୍ଧ ହେବ ।୧୯।ନିଷ୍କାମେ ଗୁରୁଙ୍କୁ ଖଟ ।ନିଷ୍ଠା ପୁରୁଷ ସେ ଲିହିଛି ଘଟ ।ସୁମନରେ । ନିତି ନାମ ବ୍ରହ୍ମ ରଟ ।୨୦।ପଚିଶ ପ୍ରକୃତି ତେଜି ।ପରମ କଟାରି ଯତନେ ସାଜି ।ସୁମନରେ । ପକା କାଳଚକ୍ର ଭାଜି ।୨୧।ଫିଟିଛି ଶୂନ୍ୟକୁ ବାଟ ।ଫଣିମଣି ଶିଖେ ପାଇବୁ ଭେଟ ।ସୁମନରେ । ଫିଟିଯିବ ତୋ ସଙ୍କଟ ।୨୨।ବତିଶ ବେଢ଼ା ଉପର ।ବିଜେ କରିଛନ୍ତି ବଟ ପୁଟର ।ସୁମନରେ । ବଂଶୀଧ୍ୱନି ହୁଏ ଧୀର ।୨୩।ଭବତାପ ଯିବ ନାଶ ।ଭବଗ୍ରାହୀ ପାଦେ ଶରଣ ପଶ ।ସୁମନରେ । ଭଣେ ଭୀମହୀନ ଦାସ ।୨୪।ମନକୁ ଅମନେ ରଖ ।ମହାନିତ୍ୟ ଖେଳ ଶୂନ୍ୟରେ ଦେଖ ।ସୁମନରେ । ମହିମାଙ୍କ ନିଜ ରୂପ ।୨୫।ଯତନେ ନାମକୁ ଧର ।ଜୀବପରମକୁ ଓଁ କାରେ ଭର ।ସୁମନରେ । ଯୁଗେ ଯୁଗେ ଅଜାମର ।୨୬।ରଙ୍ଗ ରାଜୀବ ଚରଣ ।ରାତ୍ର ଦିବସରେ ଲଗାଅ ଧ୍ୟାନ ।ସୁମନରେ । ରହିଥାଉ ପିଣ୍ଡେ ପ୍ରାଣ ।୨୭।ଲୀଳା ଲାଗିଅଛି ଦେଖ ।ଲୋଟାଅ ଡୋଳାକୁ ଅମନଶିଖ ।ସୁମନରେ । ଲଭିବି ପରମ ସୁଖ ।୨୮।ବେନିକର୍ଣ୍ଣ ଶୂନ୍ୟେ ଡେର ।ବଂଶୀ ଧ୍ୱନି ଶୁଭୁଅଛି ମଧୁର ।ସୁମନରେ । ବାଜୁଛି ଦିବ୍ୟ ସୁସ୍ୱର ।୨୯।ସହସ୍ରଫଣା ଉପର ।ଶୋଇଛନ୍ତି ସ୍ୱାମୀ ଶୂନ୍ୟ ଶିଖର ।ସୁମନରେ । ଶୂନ୍ୟ ଅବନା ମନ୍ଦିର ।୩୦।ଶୁକ୍ଲାମ୍ୱର ବ୍ରହ୍ମରୂପ ।ଶବଦ ଶରୀରେ ହୋଇଛି ଗୋପ୍ୟ ।ସୁମନରେ । ସୁତ୍ରରେ ଫିଟେ ଅବଶ୍ୟ ।୩୧।ସହଜାନନ୍ଦ ସ୍ୱରୂପ ।ଶୂନ୍ୟରେ ନିଶୁଣି ଲଗାଇ ଦେଖ ।ସୁମନରେ । ସରିଯିବ ତୋ ସନ୍ତାପ ।୩୨।ହ୍ରଦ କାଳିନ୍ଦୀ ମଧ୍ୟରେ ।ହଂସ ଖେଳୁଅଛି ବଡ଼ ଚତୁରେ ।ସୁମନରେ । ହଂସ ପାଦ ଧର କରେ ।୩୩।କ୍ଷୀରସିନ୍ଧୁ ପରେ ବାସ ।କ୍ଷଣେ ଭଣେ ଭୀମ ଭକତ ଦାସ ।ସୁମନରେ । କ୍ଷମାକର ମୋର ଦୋଷ ।୩୪ ।
(୧୭)
କ୍ଷୀରସିନ୍ଧୁ ବାସୀ ଯେହି ।ଖିନନାଳେ ଜଗି ଅଛନ୍ତି ରହି ।ସୁମନରେ । କ୍ଷମା ମହିମାଙ୍କୁ ଧ୍ୟାଇ ।୧।ହରଶିରେ ପଡ଼େ ଝର ।ହରଷେ ଝରକୁ ପିଇ ସତ୍ୱର ।ସୁମନରେ । ହୋଇଛନ୍ତି ଅଜ୍ରାମର ।୨।ଶରଦ ଉଷୁମ ନାହିଁ ।ସଦା ସମ୍ପୂର୍ଣ୍ଣ ସେ ଅରୂପାଦେହୀ ।ସୁମନରେ । ଶୂନ୍ୟପୁରେ ଛନ୍ତି ରହି ।୩।ସକାର ମକାର ବେନି ।ଆକାର ସହିତେ ଓଁକାର ଆଣି ।ସୁମନରେ । ସର୍ଜିଲେ ଏହି ମେଦିନୀ ।୪।ସପ୍ତଦଳ ଅଛି ଫୁଟି ।ସସ୍ରଦଳେ ଗୁରୁ ଆସନ ଗୋଟି ।ସୁମନରେ । ସେହି ଅପୋଡ଼ା ଭୂମିଟି ।୫।ବଙ୍କୁନାଳ ଭେଦିଗଲେ ।ବସିବ ଯାଇଁ ଅବନା ମଣ୍ଡଳେ ।ସୁମନରେ । ବ୍ରହ୍ମଙ୍କୁ ପରତେ କଲେ ।୬।ଲାବଣ୍ୟ ନିଧିଙ୍କି ଅନା ।ଲଲାଟଚକ୍ରେ କାଉଁରି ପାଟଣା ।ସୁମନରେ । ଲାଗିଛି ନାମ ଭଜନା ।୭।ରତ୍ନପୁର ସିଂହାସନ ।ରଙ୍ଗେ ବ୍ରହ୍ମାବିଷ୍ଣୁ ସଙ୍ଗେ ରୁଦ୍ରେଣ ।ସୁମନରେ । ବସିଛନ୍ତି ଭକ୍ତଗଣ ।୮।ଜଗନ୍ନାଥ ଦାସ ସେହି ।ଜିହ୍ୱାମୂଳେ ଜ୍ଞାନଦ୍ୟନ୍ତି ବତାଇ ।ସୁମନରେ । ଜୀବଙ୍କୁ ତାରିବା ପାଇଁ ।୯।ମରଣପଥକୁ ଡରି ।ମୂଢ଼ ଭୀମ ଭୋଇ କରେ ଗୁହାରୀ ।ସୁମନରେ । ମହିମାଙ୍କୁ ଆଶ୍ରେକରି ।୧୦।ଭାଗ୍ୟରଥୀ ଯେଉଁଜନ ।ଭରଦ୍ୱାଜ ଜଗି ବସିଛି ଯମ ।ସୁମନରେ । ଭ୍ରାନ୍ତି ଯାଉ ଭଜ ବ୍ରହ୍ମ । ୧୧।ବୀର୍ଯ୍ୟରଜ ସପ୍ତରତି ।ପିତାମାତା ପଦ୍ମେ ଯତ୍ନେ ଗଢ଼ନ୍ତି ।ସୁମନରେ । ବ୍ରହ୍ମରେ ଲଗାଅ ପ୍ରୀତି ।୧୨।ଫିଟିଛି ତ୍ରିବେଣୀ ଧାର ।ଫୁଟିଥିଲେ କର୍ମବାସନା ତୋର ।ସୁମନରେ । ପୁକାବନ୍ଧେ ସ୍ନାନକର ।୧୩।ପରମକୁ ଜଗିଧର ।ପଚିଶ ପ୍ରକୃତି ହୃଦୁଁ ନିବାର ।ସୁମନରେ । ପରମ ହଂସ ଡଗର ।୧୪।ନାମକୁ ନିଶାଣି କର ।ନିତ୍ୟ ସ୍ଥଳରେ ରାହାସ ଅପାର ।ସୁମନରେ । ନାଚନ୍ତି ବ୍ରହ୍ମାଶଙ୍କର ।୧୫।ଧ୍ରୁବ ମାରକଣ୍ଡ ଆଦି ।ଧ୍ରୁବ ମଣ୍ଡଳକୁ ଥିଲେ ସେ ସାଧି ।ସୁମନରେ । ଧାମ ନିତ୍ୟ ଶୂନ୍ୟ ନଦୀ ।୧୬।ଦୁର୍ଲଭ ଜନ୍ମ ତୋ ସିଦ୍ଧି ।ଦିନଥାଉଁ ଆଜ୍ଞା ପାରିଲେ ସାଧି ।ସୁମନରେ । ଦୟା କରିବେ ଅନାଦି ।୧୭।ଥିଲୁ ନାମ ବ୍ରହ୍ମେ ରସି ।ଥୟ ନ ପାଇଲୁ ମହୀରେ ଖସି ।ସୁମନରେ । ଥୟ କର ଘୋଷି ଘୋଷି ।୧୮।ତ୍ରିଗୁଣାରି ତେଜ୍ୟା ହେଲେ ।ତ୍ରିବେଣୀ ଘାଟରେ ସ୍ନାହାନ କଲେ ।ସୁମନରେ । ତରିବ ପାଦକମଳେ ।୧୯ ।ଅନ୍ଧାର ଉଜ୍ଜ୍ୱଳ ନାହିଁ ।ଅନନ୍ତ ମହିମା ଅଛନ୍ତି ରହି ।ସୁମନରେ । ଅନ୍ତେ ଜ୍ୟୋତିରୂପ ହୋଇ ।୨୦।ଢାଙ୍କୁଣୀ ଫିଟାଇ ଧର ।ଢଳି ନପଡ଼ ତୁ ମାୟାମୋହର ।ସୁମନରେ । ଢେକ ମକରନ୍ଦ ଝର ।୨୧।ଡିଙ୍ଗର ବୁଦ୍ଧି ମୋହନ ।ଡଗର ଅଟଇ ମହିମା ନାମ ।ସୁମନରେ । ଡାକି କହେ ଭୋଇ ଭୀମ ।୨୨।ଠୁଳଶୂନ୍ୟ ଯାହା କହି ।ଠିକଣା ପୁରୁଷ ଢେଉ ଅଟଇ ।ସୁମନରେ । ଠାବକର ତାଙ୍କୁ ଯାଇ ।୨୩।ଟାଣ କରୁଅଛୁ କେତେ ।ଟିଆ କଣ୍ଟକରି ମାଗିଛୁ ହସ୍ତେ ।ସୁମନରେ । ଟେକିନେଇ ଯିବ ତୋତେ ।୨୪।ନିର୍ବିକାର ବ୍ରହ୍ମରୂପ ।ନୟନ ଗୋଚରେ ରହିଛି ଦେଖ ।ସୁମନରେ । ନିରନ୍ତରେ କର ଜପ ।୨୫।ଝରୁଅଛି ସୁଧାରସ ।ଝରମୁଣ୍ଡେ ରଖି ଲଗାଅ ଆଶ ।ସୁମନରେ । ଝଡ଼ିଯାଉ ପାପ ଦୋଷ ।୨୬।ଜୀବନ ଯାହାକୁ କହି ।ଜଳେ ଯେସନେ ନଳିନୀ ଖେଳଇ ।ସୁମନରେ । ଜୀବ ସଙ୍ଗେ ନାହିଁ ଦେହୀ ।୨୭।ଛନ୍ଦି ନିର୍ମାଣ କରିଲା ।ଛଡ଼ ଚକ୍ରେ ତୋର ପିଣ୍ଡ ସ୍ଥାପିଲା ।ସୁମନରେ । ଛଡ଼ ବେଦ ବୋଲାଇଲା ।୨୮।ଚର୍ମ ଦେହକୁ ତୁ ଅନା ।ଚନ୍ଦ୍ରସୂର୍ଯ୍ୟ ବେନି ନୟନ ସିନା ।ସୁମନରେ । ଚାହିଁଲେ ଅନ୍ଧାର ଊଣା ।୨୯।ଓଁ କାର ଅ ଅକ୍ଷର ।ଉଦେ ହେଲେ ବ୍ରହ୍ମା ବିଷ୍ଣୁ ଶଙ୍କର ।ସୁମନରେ । ଉଇଁଛି ଦେଖ ଶରୀର ।୩୦।ଘୋଟି ମାୟାମୋହ ଗୋଟି ।ଘାଣ୍ଟି ପକାଉଛି ଚର୍ମ ଦେହଟି ।ସୁମନରେ । ଘଟ ସୂତ୍ର ଦିଅ କାଟି ।୩୧।ଗରିଷ୍ଠ ଭାବରେ ତେବେ ।ଗୁରୁଙ୍କୁ ପରଚେ କରିବୁ ଯେବେ ।ସୁମନରେ । ଗରିବଙ୍କୁ ଧନ ଦେବେ ।୩୨।କ୍ଷିତିରେ କର ଭଜନ ।କ୍ଷମା ମହିମାକୁ ଘଟରେ ଅନା ।ସୁମନରେ । ଖଣ୍ଡିବେ ତୋ ଦୁର୍ବସନା ।୩୩।କହେ ଭୀମଭୋଇ ମୂଢ଼ ।କରତା ପୁରୁଷ ସଂସାରେ ବଡ଼ ।ସୁମନରେ । କାଳଦଣ୍ଡ ସ୍ୱାମୀ ଫେଡ଼ ।୩୪।
(୧୮)
କଦଳୀ ବୃକ୍ଷ ଲକ୍ଷେ ତିୟାର ହୋଇବ କାମିନୀ ଖଟିବେ ଲକ୍ଷେ ।ଦଧିମାଛ ଚୁତବୃକ୍ଷ ଲକ୍ଷେ ହେବ କେତେ ମୁଁ କହିବି ମୁଖେ ଯେ ।କରତାଙ୍କ ଶ୍ରୀଛମୁରେ ।ଅର୍ଘ୍ୟ ଦିଆଯିବ ନିରନ୍ତରେ ଯେ ।୧।ଖର୍ବ ଖର୍ବ ହୋଇ ଖଳାର ଭିତରେ ଖଟିଥିଲେ ଅଗଣିତା ।ଖଦି ଚାମର ଲକ୍ଷେକ ପକାଇବେ ତେତିଶ କୋଟି ଦେବତା ଯେ ।କ୍ଷିତି ମଣ୍ଡଳରେ ଯେତେ ।ଖେଳେ ପଶିବେ ଆସି ସମସ୍ତେ ଯେ ।୨।ଗରାକୁମ୍ଭମାନ ଲକ୍ଷେ ଗୋଟା ହେବ ଲକ୍ଷେ ସିଦ୍ଧ ଋଷିଥିବେ ।ଚାରିତୀର୍ଥ ଜଳ ଆଣିଣ ସକଳ ସପ୍ତାମୃତେ ନିଉଡ଼ିବେ ଯେ ।ଅଭିଷେକ ସୁମଙ୍ଗଳ ।ପାଟ ବାନ୍ଧିବେ ମହୀମଣ୍ଡଳଯେ ।୩।ଘଡ଼ି ଘଣ୍ଟ ପିଟା ଘଣ୍ଟିଘାଗୁଡ଼ି ଯେ ଦିଲକ୍ଷ ପର୍ଯ୍ୟନ୍ତ ହେବ ।ମହାନିତ୍ୟ ଖେଳ ହେବ ମେଦିନୀରେ ଚନ୍ଦନ ବରଷୁ ଥିବ ଯେ ।ଘନ ଘନ ଘୁ ଘୁ ନାଦ ।ବାଜୁଥିବ ଦ୍ୱନ୍ଦର୍ଭିଶବଦ ଯେ ।୪।ଆୟ ଅଳଙ୍କାର ବାଜେଣୀ ନୂପୁର ଗଢ଼ା ହେବ ତିନି ଲକ୍ଷ ।ପ୍ରଭୁଙ୍କ ଶ୍ରୀ ଆଜ୍ଞା ଯେତେବେଳେ ହେବ ବହିଆଣି ଦେବେ ଲୋକ ଯେ ।ପିନ୍ଧାଇବେ ଭକ୍ତ ବୃନ୍ଦ ।ଶୋଭା ସୁନ୍ଦର ମନ ଆନନ୍ଦ ଯେ ।୫।ଚିରାଳ ଚାମର ଦୁଇ ଲକ୍ଷ ହେବ ଢାଳୁଥିବେ ଲକ୍ଷେରାଜ ।ଅନୁଭବି ଲୋକ ଯେ ଅଛି ସଂସାରେ ଏହିପ୍ରତି ବାକ୍ୟେ ବୁଝ ଯେ ।ଚିତ୍ରପଟ ପରି ଛାୟା ।ଚିହ୍ନି ନ ପାରି ଅଲେଖ ମାୟା ଯେ ।୬।ଛତ୍ର ଛତ୍ରୀ ଏ ଯେ ଆଢ଼େଣି ତରାସ ଚାରିଲକ୍ଷ ପରିଯନ୍ତ ।ସର୍ବେ ଏକାବେଳେ ଶୂନ୍ୟକୁ ଟେକିବେ ଛାଇ ହୋଇଯିବ ମର୍ତ୍ତ୍ୟ ଯେ ।ଖେଳ ଦେଖୁଥିବେ ପୃଥ୍ୱୀ ।ମହାନିତ୍ୟ ଖେଳେ ସର୍ବେ ମାତି ଯେ ।୭।ଜୋଡ଼ି ଜୋଡ଼ି ହୋଇ କର ଛନ୍ଦାଛନ୍ଦି ଲକ୍ଷେ ଅର୍ଘ୍ୟସ୍ଥାଳି ଧରି ।ସର୍ବେ ଏକାବେଳେ ହୁଳହୁଳି ଦେବେ ସତେ ସହସ୍ର କୁମାରୀ ଯେ ।ସ୍ତିରୀ ପୁରୁଷ ଏକାନ୍ତ ।ସର୍ବେ ମଣୁଥିବେ ସମଚିତ୍ତ ।୮।ଝରା ଝୁମ୍ପାମାନ ଲକ୍ଷେ ପରିଯନ୍ତେ ସୁବର୍ଣ୍ଣେ ତିଆରି ହେବ ।ରାତ୍ର ଦିବସରେ ଅନ୍ଧାର ଉଜ୍ଜ୍ୱଳ । କିଛି କାରଣ ନୋହିବ ଯେ ।ଦିଶୁଥିବ ଜକ ଜକ ।ଚାହିଁ ଚମକି ପଡ଼ିବେ ଲୋକ ଯେ ।୯।ନିଶାଣ ଟମକ ଚାଙ୍ଗୁ ସିଙ୍ଘା ଭେରୀ । ନବଲକ୍ଷ ବାଜୁଥିବ ।ଦୁଲୁ ଦୁଲୁ ହୋଇ ନବଖଣ୍ଡ ମହୀ ତିନିପୁର ଚମକିବ ଯେ ।ମେଘ ଗରଜନ ଶୁଣି ।ଯେହ୍ନ ସିନ୍ଧୁ ଲହଡ଼ିର ପାଣି ଯେ ।୧୦।ଟିଆ ହେଲା ଯହୁଁ ଟିକେ ଟିକେ ଆସି ହୋଇଲାଣି ଅନକୂଳ ।ଉଚ୍ଚ ନୀଚ କେହି ବାରଣ ନ ଯିବେ ବାଉନ ପାଟକ ବଳ ଯେ ।ବିଚିତ୍ର ଖେଳ ଦେଖିବ ।ଯେହୁ ପିଣ୍ଡେ ପ୍ରାଣ ରଖିଥବ ଯେ ।୧୧।ଠାକୁର ବିଜୟେ କରିଥିବେ ନିଜେ ତିନିଶ ହାତ ଉପରେ ।ଲକ୍ଷେ ବୀରମଣି ପଟୁଆର ଥିବେ ତଳ ବେଢ଼ା ପାବଚ୍ଛରେ ଯେ ।ଭଣେ ଭୀମ ଅରକ୍ଷିତ ।ଏହି ବଚନ ନୁହେ ଅସତ୍ୟ ଯେ ।୧୨।ଡେଙ୍ଗା ଉଚ୍ଚ ଦରବାର । ସୁବର୍ଣ୍ଣ ଇଟା ପଥ ।ଲକ୍ଷେକ ଗାଦି ଗୁରୁଦା । ଗୁରୁଦା ହେବ ତିଆରି ଯେ ।୧୩।ଢାଙ୍କୁଣୀ କବାଟ ଲାଗି । ଲକ୍ଷେ ଦ୍ୱାରପାଳ ଜଗି ।ଚଉକି ପହରା ଦେବେ ସେ । ଦେବେ ଚଢ଼ାଇ ସଙ୍ଗୀ ଯେ ।୧୪।ଅଣତ୍ରିଶ ଲକ୍ଷ ଲୋକ । କାର୍ଯ୍ୟରେ ଲାଗିବେ ଦେଖ ।ଉଆଁସ ଚଉଁରୀମାନ, ସେମାନେ ହେବ ଦି ଲକ୍ଷ ଯେ ।୧୫।ତ୍ରିପୁରକୁ ତିନି ଲକ୍ଷ ପ୍ରଭୁ ଗହଣିଆ ଲୋକ ।ଚଉପାଶେ ଖଟିଥିବେ ସେ ଥିବେ ହୋଇ ପୁଲକ ଯେ ।୧୬।ସ୍ଥିତି ପାଇବେ ସମସ୍ତେ । ବାଞ୍ଛା କରିଥିବେ ଯେତେ ।ଥାଅ ସର୍ବେ ସଜ ହୋଇ । ସେ ହୋଇ ମଙ୍ଗଳ କୃତ୍ୟେ ଯେ ।୧୭।ଦୁଃଖ ଫିଟିବ ଏଥର । ତରଳି ଯିବ ପଥର ।ଦୟା ହେବ ସମଚିତ୍ତେ ସେ ଚିତ୍ତେ ନୁହ କାତର ଯେ ।୧୮।ଧର୍ମ ପଛେ ନିନ୍ଦା ହେଉ । ଧରଣୀ ମଣ୍ଡଳ ରହୁ ।ଶୂନ୍ୟ ଧରତ୍ରୀ ଆକାଶ ଆକାଶ ଭାସି ନ ଯାଉ ଯେ ।୧୯।ନବଲକ୍ଷ ତାରାଗଣ । ଧରିଥିବେ ହୁଳାମାନ ।ଗଛ ଦୀପମାନ ଲକ୍ଷେ ସେ ଲକ୍ଷେ ଝାଡ଼ ଜାଳିଣ ଯେ ।୨୦।ପାଟଛତ୍ରୀ ଯେ ଅନେକ । ବହିଆଣି ଦେବେ ଲୋକ ।ଲକ୍ଷରେ ହେବ ହିସାବ ହିସାବ କାରଣ ଲକ୍ଷ ଯେ ।୨୧।ଫୁଲଗଛ ଯେ ଅନେକ । ପୋତିବେ ମଣ୍ଡଳ ଯାକ ।ଫୁଟି ଝଲକି ଦିଶିବ ଦିଶିବ ଏକୁ ଆରେକ ଯେ ।୨୨।ବ୍ରାହ୍ମଣ ହୋଇବେ ଲକ୍ଷେ । ବେଦ ଉଚ୍ଚାରିବେ ମୁଖେ ।ଲକ୍ଷେ ପଣ୍ଡିତ ମଣ୍ଡଳ ମଣ୍ଡଳ ପଢ଼ିବେ ସୁଖେ ଯେ ।ଭାସି ଯାଉଥିଲା ମହୀ । ଗୁରୁ ରଖିଲେ ବଞ୍ଚାଇ ।ଭୀମ ଅରକ୍ଷିତ କହି ସେ କହି ଗୁରୁଙ୍କୁ ଧ୍ୟାଇ ଯେ ।୨୪।ମାଣିକ୍ୟ ଜାଗର ମାଣିକ୍ୟର ରୁଖା ତିନି ଲକ୍ଷ ଗଢ଼ା ହେବ ।ଆଲମ୍ୱ ବିଲମ୍ୱ ଦୁଇଲକ୍ଷ ହେବ ପ୍ରଭୁ ଛାମୁରେ ଲାଗିବ ଯେ ।୨୫।ଜଗତ କରତା ବିଜେ କରିଥିବେ ତିନିଶ ହାତ ଉପରେ ।ସାକ୍ଷୀ ରୂପେ ଥାଇ ସର୍ବ ଦେଖୁଥିବେ ନବରତ୍ନ ମନ୍ଦିରରେ ଯେ ।୨୬।ରାହାସ ହୋଇବ ମହାଖେଳ ହେବ ସାତ ଦିନ ସାତ ରାତି ।ଚନ୍ଦ୍ର ସୂର୍ଯ୍ୟ ଦୁହେଁ ଖେଳକୁ ଆସିବେ ଧରିଣ ମାନବ ମୂର୍ତ୍ତି ଯେ ।୨୭।ଲକ୍ଷ ଲକ୍ଷ ହେବ ସକଳ ସମ୍ଭବ ହଜାରେ କେ ପଚାରୁଛି ।କରତାଙ୍କ ଖେଳ ବ୍ରହ୍ମାଣ୍ଡେ ଉଠିବ ଏତେ ପରିଯନ୍ତେ ଅଛି ଯେ ।୨୮।ବେଦିମାନ ଲକ୍ଷେ ତିଆରି ହୋଇବ ଅଭିଷେକର ସଞ୍ଚାର ।ଝରା ପାଟ ଫୁଲି ଗଣ୍ଠିଆ ଶାବତା ଛାଏଣି ତେଯ ପତର ଯେ ।୨୯।ସାରଙ୍ଗି ବେହେଲା ଶିତାରା ତାବଲା ଏହି ତିନି ଲକ୍ଷ ହେବ ।ସିଙ୍ଗା କାହାଳି ମହୁରି ବାଦ୍ୟମାନ ନବ ଲକ୍ଷ ବାଜୁଥିବ ଯେ ।୩୦।ଶଙ୍ଖ ଭେରୀ ତୁରୀ କାଠିଝାଞ୍ଜ ତାଳି ଲକ୍ଷେ ପରିଯନ୍ତେ ହେବ ।ଗିନି ଖଞ୍ଜରି ପଖାଉଜ ମର୍ଦ୍ଦଳ ନବ ଲକ୍ଷ ବାଜୁଥିବ ଯେ ।୩୧।ସୁବର୍ଣ୍ଣ ଚାନ୍ଦୁଆ ସୁବର୍ଣ୍ଣର ଝରା ଲକ୍ଷେ ଖଣ୍ଡରେ ନିର୍ମାଣ ।ସୁବର୍ଣ୍ଣ କଳସ ଲକ୍ଷେ ଗୋଟାହେବ ବସି ଥିବ ମନ୍ଦିରେଣ ଯେ ।୩୨।ହୀରାନୀଳା ମୋତି ମାଣିକ୍ୟ ବୈଡୁର୍ଯ୍ୟ ବିଦୁତ୍ଝଟକ ଶୋଭିତ ।ଲକ୍ଷେ ସିଦ୍ଧ ଚଉପାଶେ ଖଟିଥିବେ ମଧ୍ୟେ ବିଜୟ ଅନନ୍ତ ଯେ ।୩୩।ଖେଳ ଉଠାଇବେ ଅତିହିଁ ନିଷ୍କାମେ ଲେଖାରେ ଲକ୍ଷେ ସଙ୍ଗୀତ ।ତେବେ ସେ ମହା ନିତ୍ୟ ପରିପୂର୍ଣ୍ଣ ଭଣେ ଭୀମ ଅରକ୍ଷିତ ଯେ ।୩୪।
(୧୯)
ଖର୍ବ ଖର୍ବ ହୋଇ ଭକ୍ତ । ଚାରି ଦିଗରୁ ବହୁତ ।ଆସିବେ ଛାମୁକୁ ଗୋ ।କ୍ଷିରସିନ୍ଧୁ ଜଳ ଆଣି । ପଖାଳିବେ ପାଦ ବେନି ।ଲଭିବେ ପ୍ରଭୁଙ୍କୁ ଗୋ ।୧।ହାରି ଗୁହାରି ବୁଝିବେ । ଦୋଷ ପାତକ ଖଣ୍ଡିବେ ।ବ୍ରହ୍ମ ଅନଳରେ ଗୋ ।ଚାରିଧର୍ମ ଆଦିକରି । ସର୍ବେ ନର ଦେହ ଧରି ।ବସିବେ ସଭାରେ ଗୋ ।୨।ସତ୍ୟ କହିବେ ସମସ୍ତେ । ଦୋଷ କରିଥିବେ ଯେତେ ।ନକରି ଗୁପତ ଗୋ ।ମିଥ୍ୟା କହିଲେ ମୁଖରେ । ଲଜ୍ୟା ପାଇବେ ସଭାରେ ।ବଜ୍ରହୁଳେ ପାତ ଗୋ । ୩।ସିଦ୍ଧାନ୍ତ ପୁରୁଷମାନେ । ବସିଥିବେ ସଭାସ୍ଥାନେ ।ଧର୍ମପାଞ୍ଜି ଘେନି ଗୋ ।ସ୍ୱର୍ଗ ଭୁବନର ସଭା । ମର୍ତ୍ତ୍ୟ ମଣ୍ଡଳରେ ହେବାଆସୁଛି ମେଦିନୀ ଗୋ । ୪।ଶ୍ରୀମତୀ ଶ୍ରୀ ମହାରାଣୀ । ଲକ୍ଷେ ଭାର ସୁନା ଘେନି ।ଆସିବ ଛାମୁକୁ ଗୋ ।ସମସ୍ତେ ପଡ଼ି ପକାଇବେ । ଉପାସେ କେହି ନଥିବେ ।ଅଣ୍ଟିବ ସବୁଙ୍କୁ ଗୋ ।୫।ବ୍ରହ୍ମାରୁଦ୍ରାଦି ଇନ୍ଦ୍ରାଦି । ବରୁଣ କୁବେର ନିଧି ।ନରଦେହ ଧରି ଗୋ ।ଜଳ ଅଗ୍ନି ପବନାଦି । ନଇରୁତ ସମୀରାଦି ।ସଭା ମଧ୍ୟେ ପୂରି ଗୋ ।୬।ଲାଗିବ ଅନନ୍ତ ସଭା । ପାପ ପୁଣ୍ୟ ବୁଝା ହେବା ।ଯେ ଥିବ ସେ କାଳେ ଗୋ ।ଅପରତେ କରୁଅଛି । ସତ୍ୟକୁ ମିଥ୍ୟା ମଣୁଛ ।ଶୁଣିଥା ସକଳେ ଗୋ । ୭।ରାମ ଉତ୍ତର ଦୁଆରେ । ଶ୍ରୀକୃଷ୍ଣଚନ୍ଦ୍ର ପୂର୍ବରେ ।ହୋଇବେ ଦୁଆରୀଗୋ ।ଦକ୍ଷିଣରେ ଜଗନ୍ନାଥ । ପଶ୍ଚିମଦ୍ୱାରେ ଅନନ୍ତ ।ହେବେ ପଡ଼ିହାରୀ ଗୋ ।୮।ଯତି ସତୀ ଦୁଇଲକ୍ଷ । ଆବର ଭକ୍ତ ଅନେକ ।ସଭା ମଣ୍ଡଳରେ ଗୋ ।ଧର୍ମକୁ ଚାହିଁ କହିବେ । ନ କହିଲେ ଦ୍ରୋହୀ ହେବେ ।ତେତିକି ବେଳରେ ଗୋ ।୯।ମହିମାଙ୍କୁ କଳିଯୁଗେ । ଆଶ୍ରିତ କଲେ ବଞ୍ଚିବେ ।ତିନିବାର ସତ୍ୟ ଗୋ ।ଧ୍ୟାଇ ଅଭୟ ଚରଣ । ଚିତ୍ତଦେଇ ଅନୁଷଣ ।ଭୀମ ଅରକ୍ଷିତ ଗୋ ।୧୦।ଭାଇ ବନ୍ଧୁମାନ ଛାଡ଼ି ।ମହାନଦୀ ପ୍ରାୟେ ଆସିବେ ମାଡ଼ି ଗୋ ।ବ୍ରହ୍ମାଣ୍ଡେ ପଡ଼ିବ ହୁରି ସୁଜନେ ଗୋ । ୧୧।ବାଉନ ପାଟକ ଜାତି । ଛତିଶପାଟକ ଯେତେ ଅଛନ୍ତି ଗୋ ।ସର୍ବେ ହେବେ ସମକ୍ଷିତି, ସୁଜନେ ଗୋ । ୧୨।ଫିଟିଲାଣି ଆସି କଥା । କହି ଦେଉଛି ଆଗତ ବାରତା ଗୋ ।ସର୍ବେ ହୋଇ ଥାଅ ଚେତା । ସୁଜନେ ଗୋ ।ପଶ୍ଚିମ ଦିଗୁ ଭକତ । ଖର୍ବ ଖର୍ବ ହୋଇ ପଦ୍ମ ଅର୍ବୁଦ ଗୋ ।ଆସିବେ ସେ ଅପ୍ରମିତ ସୁଜନେ ଗୋ ।୧୩।ନାଗାନ୍ତି ଯୋଗାନ୍ତି ଋଷି ।ବେଦାନ୍ତି ସିଦ୍ଧାନ୍ତି ଯେତେ ତପସି ଗୋ ।ଭେଟ ହେବେ ସର୍ବେ ଆସି ସୁଜନେ ଗୋ ।୧୪।ଧରିବ ନାହିଁ ବ୍ରହ୍ମାଣ୍ଡ ।ପୂରି ରହିବ ଜମ୍ୱୁଦ୍ୱୀପ ଖଣ୍ଡ ଗୋ ।ଏକାଠାରେ ହେବେ ରୁଣ୍ଡ । ସୁଜନେ ଗୋ ।୧୫।ଦକ୍ଷିଣ ଦିଗକୁ ଭକତ ।ଲେଖାରେ ହେବ ପଞ୍ଚଶତ ଗୋ ।ନ ମିଳିବ ଆଦିଅନ୍ତ ସୁଜନେ ।୧୬।ଥାଟ ମାଡ଼ି ବସିଥିବେ ।ପୃଥ୍ୱୀ ଷୋଳକୋଶ ଓସାର ଲମ୍ୱେ ଗୋ ।ଏକା ମହିମାଙ୍କ ଭାବେ; ସୁଜନେ ।୧୭।ତାରିନେବେ ଭକତଙ୍କୁ ।ଉଦେ ହୋଇଛନ୍ତି କଳିଯୁଗକୁ ଗୋସତ୍ୟଯୁଗ କରିବାକୁ, ସୁଜନେ ।୧୮।ଅଣାକାର ପ୍ରଭୁ ବିଜେ ।ଖେଳ ଉଠାଇବେ ଯୋରନ୍ଦା ପୂର୍ବେ ଗୋ ।ମହାନିତ୍ୟ ସେହି ଠାବେ, ସୁଜନେ ।୧୯।ଢୋକିଲାଣି ଆସି ବେଳ ।ଆରମ୍ଭିବେ ମହାନିତ୍ୟ ଖେଳ ଗୋ ।ସମୁଦ୍ର ପରି ଚହଳ, ସୁଜନେ ।୨୦।ଡୋଳାରେ ଦେଖିବ ନିଶ୍ଚେ ।କହେ ଭୀମଭୋଇ ପାମର ଉଚ୍ଚେ,ଗୋ ଯେଉଁ କଥା ହେବ ମଞ୍ଚେ, ସୁଜନେ ।୨୧।ଠୁଳ ହୋଇବେ ବ୍ରହ୍ମାଣ୍ଡେ ଯେତେକ ଭକତ ।ଦାସ ଦାସୀ ଘେନି ପ୍ରଭୁ ବିଜେ ମହାନିତ୍ୟ ।୨୨।ଟାକି ରହିଥାଅ ସର୍ବେ ଟିଆ ଯେ କଣ୍ଟକୁ ।କଳିଯୁଗେ ଗୁରୁସ୍ୱାମୀ ବିଜେ ଏ ମର୍ତ୍ତ୍ୟକୁ ।୨୩।ନାମ ମାତ୍ର ଖେଳ ହେବ ଏ ମହୀ ମଣ୍ଡଳେ ।ସେହି ଜନମ ହେଲେଣି ଏ ନର ଅଙ୍ଗରେ । ୨୪।ଝାବଡ଼ା ବିହନେ ଯେତେ ଝଡ଼ିବ ସକଳ ।ସାର ବ୍ରହ୍ମ ମଞ୍ଜି ଯେହୁ ରହିବ ସେ ଫଳ ।୨୫।ଯମରାଜା ଶ୍ରଛାମୁ ଆଜ୍ଞାରେ ଖଟିଥିବ ।ଯୁବାକାଳ ବୟସରେ ମରଣ ନୋହିବ ।୨୬।ଛପନ କୋଟିକି ଘେନି ପ୍ରଭୁ ସଙ୍ଗେ ଥିବେ ।ଅଲେଖ ମହିମା ସେହୁ ଭଜନ କରିବେ ।୨୭।ଚାରିଯୁଗ ଭକ୍ତ କଳିଯୁଗରେ ଜନମ ।ଜାରି କରୁଥିବେ ଏକା ମହିମାଙ୍କ ନାମ ।୨୮।ଉତ୍ତର ଦିଗରୁ ଭକ୍ତଦ୍ୱାରେ ଆସି ମିଳି ।ଉଠାଉ ଥିବେ ସେ କଥା ବାରଖଣ୍ଡ ସ୍ଥଳି ।୨୯।ଘରତେଜ୍ୟା କରି ପୂର୍ବ ବାସନାକୁ ଘେନି ।ନିଯୋଗେ ଖଟିବେ ଆସି ହସ୍ତିନୀ ପଦ୍ମିନୀ ।୩୦।ଗଡ଼କାନ୍ଥେ ଭକ୍ତ ସାତପରସ୍ତ ବେଢ଼ିବେ ।ଏକ୍ୱୈଶ କ୍ରୋଶ ଲମ୍ୱ ବଜାର ବସାଇବେ ।୩୧।କ୍ଷିତି ମଧ୍ୟେ ସତ୍ୟ ଧର୍ମ ପ୍ରକାଶ ହୋଇବ ।ପ୍ରଭୁ ମହିମା ଦେଖିବ ଯେଉଁମାନେ ଥିବ ।୩୨।କର୍ତ୍ତା ପୁରୁଷଙ୍କୁ ଧ୍ୟାଇ ଭୀମ ଅରକ୍ଷିତ ।ଗୁପ୍ତ ଲୀଳା ବ୍ରହ୍ମାଣ୍ଡରେ ହୋଇବ ବିଖ୍ୟାତ ।୩୩।
(୨୦)
କର୍ମକୁ ନ କଲେ କାମନା ସିଦ୍ଧ ହୁଅଇ ନାହିଁ ।କ୍ରିୟାହୀନ ହୋଇ ଗଲେରେ,ବଉଳ; ଏହି ନବଖଣ୍ଡ ମହୀ ।୧।କ୍ଷମା କରିବାକୁ କେହି ନାହିଁନା ସଂସାରେ ।ଖରାପ ବାଟେ ଚାଲିଲେରେ,ବଉଳ; ସର୍ବେ ଅନୀତି ଆଚାରେ ।୧।ଗୁରୁ ବୋଲି ଜ୍ଞାନକୁ ଯେ ନ ପାରିଲେ ଚିହ୍ନି ।ଗୀତା ଶାସ୍ତ୍ର ପଢ଼ୁଛନ୍ତିରେ,ବଉଳ; ସବୁଗୀତ ପ୍ରାଏ ମଣି ।୩।ଘରେ ଘରେ ପଶି ପରସ୍ତିରୀଙ୍କି ହରିଲେ ।ଘର କରି ମାତା ଝିଅରେ,ବଉଳ; ବଡ଼ଲୋକ ବୋଲାଇଲେ ।୪।ଉମରା ହୋଇ ମାତିଲେ ପରଧନ ପଣେ ।ଆରମ୍ଭ ଦେଖାଉଛନ୍ତିରେ,ବଉଳ; କଳିଯୁଗ ପ୍ରାଣୀମାନେ ।୫।ଚାଲି ନ ପାରିଲେ କେହି ବେଦାନ୍ତ ମାର୍ଗରେ ।ଚେତି ଭକତି ନୋହିଲେରେ,ବଉଳ; ନାମ ଅଲେଖ ଧର୍ମରେ ।୬।ଛପାଇ ଦେଲେଣି ଭାବ ସତ୍ୟାଦି ଧର୍ମକୁ ।ଛତା ଛାଇ କରୁଛନ୍ତିରେ,ବଉଳ; ଅଣଚାଷ ପବନକୁ ।୭।ଜାଣୁ ଜାଣୁ ଆଗ ପଛ ଜାଣି ନ ପାରିଲେ ।ଯୋଗାନ୍ତ ମାର୍ଗେ ନ ଚାଲିଲେରେ,ବଉଳ; ମନେ ବଡ଼ିମା ବହିଲେ ।୮।ଝଗଡ଼ା କରୁଅଛନ୍ତି ସତ୍ୟାଦି ଧର୍ମରେ ।ଝାଡ଼ବଣେ ପଶିଗଲେରେ,ବଉଳ; ତାଙ୍କ ଇଚ୍ଛାର ସୁଖରେ ।୯।ନୀଚ ଲୋକମାନେ ଉଚ୍ଚ କର୍ମ କଲେ ।ଉଚ୍ଚ ଲୋକମାନେ ହୋଇରେ,ବଉଳ; ନୀଚ କର୍ମ ଆଚରିଲେ ।୧୦।ଟାଣେ ଗରବ କଲେଣି ମହିମା ନାମକୁ ।ଟୋକା ପୋଇଲା କଲେଣିରେ,ବଉଳ; ବ୍ରହ୍ମ ଯୋଗୀନ୍ଦ୍ରମାନଙ୍କୁ ।୧୧।ଠାକୁର ବୋଲି ଗୁରୁଙ୍କୁ ନ ଚିହ୍ନିଲେ କେହି ।ଠିକେ କହେ ଭୀମ ଭୋଇରେ,ବଉଳ; ତିନିପୁରେ ଡାକ ଦେଇ ।୧୨।ଡୋଳେ ଦେଖି ଭେକ ବାନା ନ ପାରିଲେ ଚିହ୍ନି ।ଡକାଇତ ଚୋର ଏହିରେ,ବଉଳ; ଧରି ମାର ବୋଇଲେଣି ।୧୩।ଢାଉ ରଙ୍ଗରୂପ ଦେଖି ଢମାଳିରେ ମାତି ।ଢମ ପସରାରେ ପଡ଼ିରେ,ବଉଳ; ଛାଡ଼ିଲେଣି ଧର୍ମ ନୀତି ।୧୪।ଅଣାକାର ଦୀକ୍ଷା ବୋଲି ଜାଣି ନ ପାରିଲେ ।ଅତିଥିମାନଙ୍କୁ ଦେଖିରେ,ବଉଳ; ଦୁଃଖ କଷଣ ବିହିଲେ ।୧୫।ତରିବା ପଥକୁ କେହି ଧରି ନ ପାରିଲେ ।ତ୍ରୟଗୁଣେ ସ୍ତିରୀ ସଙ୍ଗରେ,ବଉଳ; ରାତ୍ର ଦିବସ ମାତିଲେ ।୧୬।ଥାନ ତିଥି ଭାଙ୍ଗି ସବୁ ଅନ୍ୟାୟ କଲେଣି ।ଥାନ ଥିବା ଲୋକମାନେରେ,ବଉଳ; ସେତ ଅଥାନି ହେଲେଣି ।୧୭।ଦୟା ଶାନ୍ତି ଶୀଳ କ୍ଷମ ନାହିଁ ନା କାହାରି ।ଦେଇଥିବା ପଦାର୍ଥକୁରେ,ବଉଳ; ଲେଉଟି ନେଲେଣି ଫେରି ।୧୮।ଧର୍ମ ପଥ ଛାଡ଼ି ଦେଇ ଅଧର୍ମକୁ ଗଲେ ।ଧାରଣାକୁ ଛାଡ଼ି ଦେଇରେ,ବଉଳ; ଶଠ କର୍ମରେ ଚାଲିଲେ ।୧୯।ନିନ୍ଦାକରି ସାରିଲେଣି ମହିମା ନାମକୁ ।ନାମେ ଅପରାଧୀ ହେଲେରେ,ବଉଳ; ବୁଡ଼ାଇଲେଣି ଚେତାକୁ ।୨୦।ପୁଣ୍ୟ ପଥ ଛାଡ଼ି ଦେଇ ପାପ କର୍ମ କଲେ ।ପବିତ୍ର ନୋହିଲା ଦେହରେ,ବଉଳ; ଅଶୁଦ୍ଧତା ବୋଲାଇଲେ ।୨୧।ଫେଡ଼ି କହୁଅଛୁ ଆମ୍ଭେ ଗୁପତ ନ କରି ।ଫିସାଦିଆ ହୋଇଗଲେରେ,ବଉଳ; ପରଧନ ହରି କରି ।୨୨।ବେଦ ଶାସ୍ତ୍ର ପଢ଼ା ଲୋକ ବାତୁଳ ହେଲେଣି ।ବିହିତ କର୍ମେ ନ ଚାଲିରେ,ବଉଳ; ଗଧ ଘୁଷୁଡ଼ି ହେଲେଣି ।୨୩।ଭୀମ ଅରକ୍ଷିତ କହେ ମନେ ଭାଳି ଭାଳି ।ଭବ ସାଗରକୁ ଦେଖିରେ,ବଉଳ; ଭୟ ମୋତେ ମାଡ଼ିଲାଣି ।୨୪।ମହତ କୁଳ ବୁଡ଼ାଇ ମାତିଲେଣି ସର୍ବେ ।ମାୟା ମୋହ ଘୋଟିଲାଣିରେ,ବଉଳ; ଜଣ ଜଣ କରି ଏବେ ।୨୫।ଜାତି ଗୋତ୍ର କୁଳ ଧର୍ମ ନାହିଁ ନା କାହାରି ।ନାମରେ ଯୋଗ୍ୟ ନୋହିଲେରେ,ବଉଳ; ଡେଇଁଗଲେଣି ବାହାରି ।୨୬।ଋଷି ବଚନ ମାନକୁ ଫିଙ୍ଗିଦେଇ ସବୁ ।ରଙ୍ଗ ପ୍ରତିମାକୁ ଦେଖିରେ,ବଉଳ; ବୋଲୁଛନ୍ତି ଏହି ପ୍ରଭୁ ।୨୭।ଲମ୍ପଟିଆ ହୋଇଲେଣି ସମସ୍ତେ ସଂସାରେ ।ଲୋଭ ମୋହ ଘେଟିଲାରେ,ବଉଳ; ହୀନ ହେଲେଣି କର୍ମରେ ।୨୮।ବିଷପ୍ରାୟ ମଣିଲେଣି ଶ୍ରୀଗୁରୁ ବଚନ ।ବୁଦ୍ଧି ଅବିବେକରେ,ବଉଳ; ହୋଇଲେଣି ହିନିମାନ ।୨୯।ଶୋଇ ପଡ଼ିଛନ୍ତି ଚେତା ନାହିଁ ନା କାହାରି ।ସରାପ ମଦିରାପାନେରେ,ବଉଳ; ନିଦ୍ରା ଘୋଟିଲାଣି ଘାରି ।୩୦।ସନ୍ଥ ବଚନମାନଙ୍କୁ ଫିଙ୍ଗିଲେ ସକଳ ।ସମୁଦ୍ର ପରାଏ ମିଥ୍ୟାରେ,ବଉଳ; ଘୋଟିଲାଣି ବେଳୁଁ ବେଳ ।୩୧।ସୁରାପାନ ମାତୃ ଆଦି ହରଣ ବିଶେଷ ।ସବୁ କରି ସାରିଲେଣିରେ,ବଉଳ; ଅର୍ଜିଲେଣି ପାପ ଦୋଷ ।୩୨।ହିତକର୍ମ ଛାଡ଼ି ଦେଇ କଲେ ହାଡ଼ି ବୃତ୍ତି ।ହରାଇ ପୂର୍ବ ସୁକୃତରେ,ବଉଳ; ହୋଇଲେଣି ଅଧୋଗତି ।୩୩।କ୍ଷମାଦି ସାଗର ପ୍ରଭୁ ବିଜେ କରିଛନ୍ତି ।କ୍ଷମେ ଭଣେ ଭୀମସେନାରେ,ବଉଳ; ସର୍ବ ଜୀବର ସେ ପତି ।୩୪।
(୨୧)
କ୍ଷିତି ମଧ୍ୟେ ପାପଭାର ହୋଇଲାଣି ଯେତେ ।ଖଣ୍ଡନ ହେବ କିରୂପେରେ,ବଉଳ; ହେତୁ ନାହିଁ କାର ଚିତ୍ତେ ।୧।ହାସ୍ୟବଳି କରିଲେଣି ସତ୍ୟାଦି ଧର୍ମକୁ ।ହିଂସାବାଦେ ଦିନ ନେଲେରେ,ବଉଳ; କଳିଯୁଗେ ଦେଖୁ ଦେଖୁ ।୨।ଶାନ୍ତ ଶୀଳ ଦୟା କ୍ଷମା ନାହିଁନା କାହାରି !ସଦଜ୍ଞାନ ହୁଡ଼ି ଗଲେରେ,ବଉଳ; ସର୍ବେ ହେଲେଣି ଦୋଚାରୀ ।୩।ସତୀ ସ୍ତିରୀମାନେ ସବୁ ଦୋଚାରୀ ହେଲେଣି ।ସଙ୍ଗମ ପର ପୁରୁଷରେ,ବଉଳ; ଧର୍ମକୁଳ ଡୁବିଲାଣି ।୪।ଶିରୀ ତୁଟ ହୋଇଲାଣି ନବଖଣ୍ଡ ମହୀ ।ସରିଗଲାଣି ବ୍ରହ୍ମଣ୍ଡରେ,ବଉଳ ଜାଣିବାକୁ ନାହିଁ କେହି ।୫।ବ୍ରାହ୍ମଣ ବୈଷ୍ଣବ ବେଦ ବାକ୍ୟ ନ ମାନିଲେ ।ବିହିତ କର୍ମ ଛାଡ଼ିବାରୁରେ,ବଉଳ; ମହାପାପୀ ବୋଲାଇଲେ ।୬।ଲାଗିଲାଣି ପାପ ଦୋଷ ନବଖଣ୍ଡ ମହୀ ।ଲଇଁ ପଡ଼ିଲାଣି ଯଥାରେ,ବଉଳ; ଡାକିଲାଣି କାଳ ଅହୀ ।୭।ରଜବତୀ ହୋଇ ସ୍ତିରୀ ବେଭାର ନ କଲେ ।ଗେରସ୍ତ ସେବା ନକରିରେ,ବଉଳ; ତେଣୁ ଚାଣ୍ଡାଳୁଣୀ ହେଲେ ।୮।ଯୁବତୀ ରତନ ହୋଇ ନୋହିଲେ ସୁଶୀଳ ।ଗେରସ୍ତଙ୍କୁ ଚାହିଁକରିରେ,ବଉଳ; ନ ବଞ୍ଚିଲେ ଦିନ କାଳ ।୯।ମାତା ପ୍ରାୟ ପୁରୁଷକୁ ଆଦର ନ କଲେ ।କହେ ଭୀମ ଅରକ୍ଷିତରେ,ବଉଳ; ପତି ଅପରାଧୀ ହେଲେ ।୧୦।ଭାବ ଭକତି ନ କରି ହୋଇଲେ ଅଜ୍ଞାନୀ ।ଭବକୂପେ ପଡ଼ିରେ,ବଉଳ; ସାତପୁରୁଷ ଗଲେଣି ।ବାଉନ ପାଟକ ଜାତି ଅନ୍ୟାଚାର କଲେ ।ବ୍ରହ୍ମହତ୍ୟା ଗୁରୁହତ୍ୟାରେ,ବଉଳ; ପାପମାନ ଅରଜିଲେ ।୧୨।ଫୁଲପଣ କରି ଢ଼ମ କଥାକୁ ଶିଖିଲେ ।ଫେଡ଼ି ଅଙ୍ଗରୁ ବସନରେ,ବଉଳ; ବଳେ ମହତ୍ୱକୁ ଦେଲେ ।୧୩।ପଣ୍ଡିତ ସିଦ୍ଧାନ୍ତ ପୋଥି କେହି ନ ପଢ଼ିଲେ ।ପାପ ପଙ୍କେ ବୁଡ଼ି ବୁଡ଼ିରେ,ବଉଳ; ଆତଯାତ ନ ଜାଣିଲେ ।୧୪।ନବଯୁବା ସ୍ତିରୀମାନେ କାମେ ଜର ଜର ।ଘର ଗେରସ୍ତଙ୍କୁ ଛାଡ଼ିରେ,ବଉଳ; ଲୋଡ଼ିଲେଣି ନୂଆ ବର ।୧୫।ଧରଣୀରେ ପାପ ଦୋଷ ଘୋଟିଗଲା ଯେଣୁ ।ଧର୍ମକୁଳ ଡ଼ୁବିଗଲାରେ,ବଉଳ; କଳି ଉଦେହେଲା ଦିନୁ ।୧୬।ଦରଶନ କେହି ନାହିଁକଲେ ଗୁରୁ ପାଦେ ।ଦଗଧି ହେଉଛନ୍ତିରେ,ବଉଳ; ଦୁର୍ବିପାକ ରଉରବେ ।୧୭।ସ୍ତନ ଯଉବନ ପର ପୁରୁଷକୁ ଦେଲେ ।ଘର ଗେରସ୍ତକୁ ଛାଡ଼ିରେ,ବଉଳ; ଦୋଚାରୁଣୀ ପଣକଲେ ।୧୮।ସ୍ତିରୀହତ୍ୟା ବାଳହତ୍ୟା କରି ହେଲେଦୋଷୀ ତିନିପୁର ବୁଡ଼ି ଗଲାରେ,ବଉଳ; ମାୟାସାଗରରେ ଭାସିଲେ ।୧୯।ଅଣ ଅକ୍ଷର ଅଲେଖ ନାମ ନ ଜାଣିଲେ ।ଅଣ ସୁଖ ପାଇଲେଣିରେ,ବଉଳ; ଗୁରୁ ମହିମା ବୋଇଲେ ।୨୦।ଢେଲା ଫିଙ୍ଗି ଦେଲେ ସର୍ବେ ଅତିଥି ଅଙ୍ଗକୁଢୋକିଲାଣି କାଳକୂଟରେ,ବଉଳ; ଏବେ ଆସି ଦେଖୁ ଦେଖୁ ।୨୧।ଡିଙ୍ଗର ବୋଲିଣ ଡକାଇତ ପଣ କଲେ ।ଡାକି କହେ ଭୀମସେନରେ,ବଉଳ; ନାମ ଯାଚିଲେ ନ ନେଲେ ।୨୨।ଠିକ ଠିକ ଲୋକମାନେ ଠକ ବୁଦ୍ଧି କଲେ ।ସଭା ମଧ୍ୟେ ମିଛ କହିରେ,ବଉଳ; ଧର୍ମେ ଅପରାଧି ହେଲେ ।୨୩।ଟେକି ପୋଇଲି ଭାରିଯା ସଙ୍ଗତେ ମାତିଲେ ।ବିଭା ହେଲା ଭାରିଯାକୁରେ,ବଉଳ; ଅଣ ଆଦରଣ କଲେ ।୨୪।ନିଶି ଦିବସରେ ବେଶ୍ୟା ସଙ୍ଗତରେ ମତି ।ନର ଦେହେଁ ଜନ୍ମ ପାଇରେ,ବଉଳ; ନ ଜାଣିଲେ ଜ୍ଞାନ ଗତି ।୨୫।ଝାବଡ଼ା ହୋଇ ଅଛନ୍ତି ସୁର ଯେ ଅସୁର ।ବାଞ୍ଛା ନ କରୁ ଅଛନ୍ତିରେ,ବଉଳ; ଅବଧୂତ ଅଣାକାର ।୨୬।ଜୋତାମାଡ଼ି ଜଗନ୍ନାଥ ଦେଉଳେ ପଶିଲେ ।ଦେବାଳୟେ ସ୍ଥାନେ ପଶିରେ,ବଉଳ; ପାନପିକ ପକାଇଲେ ।୨୭।ଛାଡ଼ି ଗଲେଣି ଦେବତା ନାହିଁ ନା ପଥରେ,ଛେଳି ବୋଦା ରଝ ରଝରେ,ବଉଳ; ହାଣୁ ଅଛନ୍ତି ବୃଥାରେ ।୨୮।ଚିଦାନନ୍ଦ ଚରଣରେ ନୋହିଲେ ଭକତି ।ଚୋର ଖଣ୍ଟ ବ୍ରହ୍ମାଣ୍ଡରେ,ବଉଳ; ହୋଇଲେଣି ଶିବ ହୋତ୍ରୀ ।୨୯।ଅନୁକ୍ଷଣେ ସ୍ତିରୀ ସଙ୍ଗେ ହୋଇଲେଣି ବାଇ ।ଅୟୁଷ ତୁଟି ଯାଉଛିରେ,ବଉଳ; ନାହିଁ ଜାଣିବାକୁ କେହି ।୩୦।ଘୋଡ଼ା ଗାଈ ଗଧ ଛେଳି ପରା ଏକ ହୋଇ ।ପ୍ରତିଦିନ ରତି କଲେରେ,ବଉଳ; କେତେ ଖଟିବ ତ ଦେହୀ ।୩୧।ଗାରିମା ପଣରେ ଗରବିତା ବହିଲେଣି ।ବାନାକୁ ନ ଚିହ୍ନିକରିରେ,ବଉଳ; ଦୋଷ କରି ସାରିଲେଣି ।୩୨।ଖଚୁଆ ମିଛୁଆ ସବୁ ମେଳ ହୋଇଲେଣି ।ଖଳକୂଟ ପାଞ୍ଚି କରିରେ,ବଉଳ; ଏକ ମେଳି ହୋଇଲେଣି ।୩୩।କଉତୁକ ମଣିଲେଣି ମହିମା ଧର୍ମକୁ ।କହେ ଭୀମ ଅରକ୍ଷିତରେ,ବଉଳ; ହୃଦେ ସୁମରି ଗୁରୁଙ୍କୁ ।୩୪।
(୨୨)
କଳିଯୁଗେ କରତା ବିଜୟେ ରବିତଳେ,କର୍ମେଥିଲେ କୃପା ମୋତେ ହେଉ ଏତେବେଳେ,କରଯୋଡ଼ି କହୁଅଛି ପାଦତଳେ ପଡ଼ି ।୧।କ୍ଷୀରସିନ୍ଧୁ ବାସୀ ବ୍ରହ୍ମକ୍ଷୟ ବୁଦ୍ଧି ନାହିଁ,କ୍ଷିତିଭରା ଖଣ୍ଡିବା ନିମନ୍ତେ ଭାବଗ୍ରାହୀ,କ୍ଷମା କର; ଖଳବଳ ହେଉଛି ସଂସାର ।୨।ଗରବ ଗଞ୍ଜନ ବାନା ଗରୁଡ଼ ଆସନ,ଗୁରୁରୂପେ ଜ୍ଞାନରେ ତାରିଲେ ଭକ୍ତଗଣ,ଗଡ଼ାଗଡ଼ି; ଅତିଧର୍ମଦାଣ୍ଡେ ଅଛି ପଡ଼ି ।୩।ଘୋଟିଅଛି ଘୋର ମାୟା ଜୀବନ ପର୍ଯ୍ୟନ୍ତେ,ଘନପ୍ରାୟେ ଘାଣ୍ଟି ହୋଇ ମରୁଅଛ କେତେ;ଘଡ଼ି କରେ; ଘାଏ ତୋତେ ନ ରଖିବେ ଘରେ ।୪।ଅନନ୍ତ ଅରୂପ ଧ୍ୟାୟୀ ଶ୍ରୁତିରେ ଜପ,ଅଣ ସାଧନାରେ ଚିତ୍ତ ଅନୁବ୍ରତେ ରଖ,ଅଣାକାର; ଅଲେଖ ଦର୍ଶନେ ହେବୁ ପାର ।୫।ଚାହିଁ ଦେଲେ ଚନ୍ଦ୍ରମା ପ୍ରାୟେକ ଉଦେଜ୍ଞାନ,ଚାଳୁଛି ଯନ୍ତ୍ରକୁ ସୂତ୍ରେକରଅନୁମାନ; ଚମତ୍କାର ଚମକ ପଡ଼ୁଛି ସର୍ବଠାର ।୬।ଛଡ଼ ବେଦ ପରେ ଛାୟା ରୂପେ ଛନ୍ତି ପ୍ରଭୁ,ଛାତି ଦମ୍ଭକଲେ ଛଇ ଛଟକେ ଦେଖିବୁ,ଛ ଛନ୍ଦ୍ରରେ, ଛକ୍ରୀ ବାନା ଉଡ଼ୁଛି ସେଠାରେ ।୭।ଜ୍ୟୋତିର୍ମୟ ବ୍ରହ୍ମ ଜାତି ଗୋତ୍ର ନାହିଁ ଜାଣ,ଜାଗିତୁ ପାରିଲେ ନିଶ୍ଚେ କରିବୁ ଦର୍ଶନ,ଜାଗ୍ରତରୁ; ଯୋଗକୁ ଧରିଛି ଜନ୍ମ ଘରୁ ।୮।ଝଡ଼ି ତୁ ନ ପଡ଼ ଝରମୁଣ୍ଡେ ଥାଅ ବସି,ଝିମାଇଲେ ଝଟତିରେ ଲଗାଇବେ ରସି,ଝଁ ଝଁ କାର; ବଣା ନୁହେଁ ଝାଡ଼ର ଭିତର ।୯।ନାରାୟଣ ନିଶି ଦିବସରେ କର ଲୟେ,ନାମ ଜପ ନିରନ୍ତରେ ହୋଇବୁ ଅକ୍ଷୟେ,ନାରିଦେବ, ନରଅଙ୍ଗେ ଲଗାଅ ତୁ ଭାବ ।୧୦।ଟାକିଅଛି ପିଣ୍ଡ ପ୍ରାଣ ଟିଆ ପରିଯନ୍ତେ,ଟାକି ନ ପାରିଲେ ଟାଣି ନେବେ ଯମଦୂତେ ।ଟାଳିଦେଇ; ଟେଳା ପ୍ରାୟେ ନେବେ ତୋତେ ବହି ।୧୧।ଠାକୁର ହୋଇ ଠକୁଛି ସର୍ବ ଘଟେ ରହି,ଠାବ ଛାଡ଼ି ଠିଣାକର ଅନ୍ୟଘଟେ ଯାଇ ।ଠିକେ ସତ୍ୟ; ଠାରି କହେ ଭୀମ ଅରକ୍ଷିତ ।୧୨।ଡାଳ ଉଚ୍ଚେ ଡେରି ଦେଇଛନ୍ତି କର୍ଣ୍ଣଦୁଇ ।ଡିଙ୍ଗରକୁ ଦେଖି ଡରି ମରୁଛି କିମ୍ପଇ ।ଡୋଳେ ଦେଖ; ଡାଳଛାଡ଼ି ଧର ମୂଳ ବୃକ୍ଷ ।୧୩।ଢାଉ ଢମାଳିରେ ଚିତ୍ତ କରିଅଛ ବସ,ଢାଳେହେଁ ଢୋକୁଛି ତୁ ଗରଳ ନାଗ ବିଷ ।ଢମବାଈ; ଜ୍ଞାନ ଦେଖ ଢାଙ୍କୁଣୀ ଫିଟାଇ ।୧୪।ଅଣ ସାଧନାରେ ଅନୁସରି ଦୃଢ଼େ ଧର ।ଅଣିମାଅଷ୍ଟ ନିଧିକୁ ଅନ୍ତେ ନ ସୁମର ।ଅଣରୂପ; ଆଣି ଅନୁଭବ ସୁତ୍ରେ ଜପ ।୧୫।ତାଳୁକା ଦୁଆରେ ବିଜେ ତ୍ରୈଲୋକ୍ୟ ଗୋସାଇଁ ।ତ୍ରିଭୁବନ ଯା ଆଜ୍ଞାରେ ଉଦେ ଅସ୍ତ ହୋଇ ।ତତ୍ତ୍ୱକର; ତ୍ରିଭୁବନ ତ୍ରୈଲୋକ୍ୟ ଠାକୁର ।୧୬।ଥରହର ହୋଇ ପିଣ୍ଡ ଥୟ ନ ରହୁଛି,ଥୟ ନାହିଁ ପଞ୍ଚୁ ଆତ୍ମା ସ୍ଥାନ ଲୋଡ଼ୁଅଛି ।ସ୍ଥିତିନାହିଁ; ଥିବୁ କେତେଦିନ ମର୍ତ୍ତେ ରହି ।୧୭।ଦୁଃଖମୟ ସାଗରରେ ଭାଷୁଅଛ କେତେ,ଦାଉ ଦୁରୁଦଶା ଦଣ୍ଡ ସମ୍ଭାଳୁଛ ଯେତେ ।ଦରଶନ; କଲେ ସ୍ୱାର୍ଥ ହେବ ଏ ଜୀବନ ।୧୮।ଧରିଥାଅ ପ୍ରଭୁ ପାଦ ଧ୍ୟାୟୀ ଅନ୍ତର୍ଗତେ ।ଧ୍ୟାନ ଲାଗିଅଛି ଧ୍ରୁବମଣ୍ଡଳ ପର୍ଯ୍ୟନ୍ତେ ।ଧରତୁହି; ଧାରଣା ଛାଡ଼ିଲେ ଗଲା ଦେହୀ ।୧୯।ନମ ନିଷ୍ଠା ନିରନ୍ତରେ ପିଣ୍ଡକୁ କାରଣ,ନ ଚିହ୍ନି ପାରୁଛ ସଦଗତି ବ୍ରହ୍ମଜ୍ଞାନ ।ନୟନରେ; ନବଘନ ରୂପ ଏ ଶରୀରେ ।୨୦।ପ୍ରକାଶ ହୋଇଛି ପାରିହୁଅ ଏତେବେଳେ,ପ୍ରାଣ ଛାଡ଼ିଯିବ ତୋ କାମନା ପୂର୍ଣ୍ଣ ହେଲେ ।ପ୍ରଳୟରେ; ପଡ଼ିଯିବୁ ଏ ଭବ ସାଗରେ ।୨୧।ଫଳ ଲୋଭେ ଫୁଲାପଣେ ମରୁଅଛୁ ଫୁଟି,ଫାଳ ଫାଳ ହେବ ତୋର ଫିଟିଗଲେ ଗଣ୍ଠି ।ଫନ୍ଦାଲୋଡ଼ି; ଫଳଲୋଭେ ମରୁଅଛି ବୁଡ଼ି ।୨୨।ବସାଘରେ ବାସୁଦେବ ଅଛନ୍ତି ଯେ ରହି ।ବାସନା ବସରେ ପୂର୍ବ ହେତୁକୁ ଚେତାଇ ।ବୀରବାନା; ବାରିଧି ଭୟକୁ ବଜ୍ର ସେହ୍ନା ।୨୩।ଭାବି ଭାବି ଭରଶା କରିଛି ଅନ୍ତର୍ଗତେ,ଭାବେ ଭାରା ଉଶ୍ୱାସିବେ ଅଲେଖ ଅବ୍ଧୂତେ ।ଭବାର୍ଣ୍ଣନଦୀ; ଭଣେ ଭୀମ ସଦା ଅପରାଧି ।୨୪।ମନକୁ ମୁନି ପରାଏ ଆୟତରେ ରଖ,ମନ୍ତ୍ର ମୂର୍ତ୍ତି ନାହିଁ ଯହିଁ ଅନାଦି ଅଲେଖ ।ମୂର୍ଖବାଇ; ମାନୀ ସେବା କଲେ ଜ୍ଞାନ ପାଇ ।୨୫।ଜାଣି ଯାଗି ନ ପାରୁଛ ଜଗତନାଥଙ୍କୁ,ଯୁବାଦେହେ ଯୁଇଖଣ୍ଡେ କାହିଁପାଇଁ ଯାକୁ ।ଜନ୍ମପିଣ୍ଡେ; ଯାତହେବୁ କୁମ୍ଭୀ ନର୍କ କୁଣ୍ଡେ ।୨୬।ରଙ୍ଗ ପସରାକୁ ରଙ୍କେ ମରୁରେ ପାମର,ରକତ ପଡ଼ିବ ତୋର ତପତ ଖବର ।ରାଗରିଶ; ରଜ ତମ ଗୁଣେ ଯିବୁ ନାଶ ।୨୭।ଲଭିବା ନିମନ୍ତେ ଲୋଭେ ଲଗାଉଛୁ ଭାବ ।ଲାଳସେ ଛାଡ଼ିନପାରୁ ଲବଣୀର ଭୋଗ ।ଲଘୁହେବୁ; ଲୋଭ କଲେ କିସ ବହି ନେବୁ ।୨୮।ବସିବାଞ୍ଛା କରୁଅଛୁ ଅକାଳ ମରଣ,ବୃନ୍ଦାବନ ଲତା ଦେହୁଁ ବହୁଛି ପବନବାଇବର; ବସ ମନ୍ଦିରକୁ ବୋଲୁ ମୋର ।୨୯।ସୁରସିଦ୍ଧ ମୁନି ଯାକୁ ନ ପାବନ୍ତି ଭେଟ,ସରି ଯାଉଅଛି ସୁତ୍ରେ ନ ମିଳୁଛି ବାଟ ।ସ୍ୱହତୀରେ; ସାଧି ସାଧି ଗଲେଣି ସଂସାରେ ।୩୦।ସୁଚୀଶୁକ୍ଳ ଶଶିବ୍ରହ୍ମ କେଶପ୍ରାୟ ମୋଟ ।ସୁଷୁପ୍ତି ଦୁଆରେ ସତ୍ୟ ସଙ୍ଗତରେ ଭେଟ ।ଶୋଭାକର; ସ୍ୱର୍ଗ ପୁର ନୁହେ ପଟାନ୍ତର ।୩୧।ଶୂନ୍ୟମୟ ବ୍ରହ୍ମ ବିଜେ ସକଳ ଶରୀରେ,ଶବଦ ହେଉଛି ସାକ୍ଷୀ ଶୂନ୍ୟ ମନ୍ଦିରରେ ।ସ୍ୱରସତୀ; ସୃଜି ନ ପାରିଲେ ବେଦପତି ।୩୨।ହରଷେଥାଇ ହତ୍ୟାକୁ ହେତୁରେ ମଣୁଛ ।ହେଉ ନୋହୁ ହାନି ଲାଭ ସମାନ ଗଣୁଛ,ହତ ହେଲେ; ହତ୍ୟା ଲାଗିବ ତୁମ୍ଭଙ୍କୁ ଭଲେ ।୩୩।ଖୋଜି ଖରାବେଳେ କ୍ଷୀନହେଲାଣି ଶରୀର,ଖେଳେ ପ୍ରଭୁ ପ୍ରଭୁ ଧରିଛନ୍ତି ବୃଦ୍ଧ ଅବତାର ।କ୍ଷମାନନ୍ଦ; କ୍ଷିତି ମଧ୍ୟେ ଭଣେ ଭୀମ କନ୍ଧ ।୩୪।
(୨୩)
ଖୋଲ ପୋଲ ନୁହନ୍ତି ନିଦା ବ୍ରହ୍ମମୂର୍ତ୍ତି,ଖଡ଼ଗେ ନ ଛିଡ଼ନ୍ତି, ଅଗ୍ନିରେ ନ ପୋଡ଼ନ୍ତି,କ୍ଷଏ ବୃଦ୍ଧି ନାହିଁ ହୋ ବ୍ରହ୍ମର ।ନ ଛାଡ଼ି ବାଡ଼ିବୃତ୍ତି ହୋ ।୧।ହରିହର ବ୍ରହ୍ମା ଯେ ଅଙ୍ଗରୁ ଅବତାର,ହେତୁ କର ମନରେ ସୁଜ୍ଞାନୀ ସାଧୁନର,ହୋଇଛ ନିତି, ବ୍ରହ୍ମଣ୍ଡେ,ପାଳଣ ଅଧୀକାର ।୨।ଶକତି ଉପରେ ଅଲେଖ ପ୍ରଭୁ ଥାଇ,ସମ୍ଭାଳ ବ୍ରହ୍ମାଣ୍ଡକୁ ଅଛନ୍ତି ଆଜ୍ଞାଦେଇ,ଶତ ଶାନ୍ତି ଦୟା କ୍ଷମାକୁ,ଅଙ୍ଗରେ ଛନ୍ତି ବହି ।୩।ଶେଷନୁହେ ଅଶେଷ ତାହାଙ୍କ ଗୁଣ ସୀମା,ଶେଷ କରି ପାରିଲେ ହରିହର ବ୍ରହ୍ମା,ସ୍ୱୟଂ ଅଜାତ ଯେ ଅଟନ୍ତି,ସେଠାରୁ କ୍ଷରୁଛି କଳ୍ପଣା ।୪।ସୁରନର ଗନ୍ଧର୍ବ ରାକ୍ଷସ ନାଗଗଣ,ସର୍ଜନା କରିଛନ୍ତି ଅନାଦି ନାରାୟଣ,ଶରଣ ପଶ ଯାଇ ଛାମୁରେ ।କରିବେ ପରିତ୍ରାଣ ।୫।ବନଗିରି କନ୍ଦର ମନ୍ଦର ମେରୁ ଦମ୍ଭ,ବେଦରୁ ତୋଳିନେଇ ସ୍ଥାପିଲେ ଚଉଦିଗବିଦିତ କରାଇଲେ ପୁରାଣେ,ସଂସାରେ ଚାରି ଧର୍ମ ।୬।ଲାଗିଗଲା ମାୟା ଯେ ନ ଜାଣିଲେ ତାହାଙ୍କୁ,ଲୁଚିଛି ନିଗମରେ କହୁଛି ତୁମ୍ଭଙ୍କୁ ।ଲୟକରି ଯେହୁ,ଭଜିବ ପ୍ରସନଦେବତାଙ୍କୁ ।୭।ରୂପକୁ ତିଆରିଛି ଅତ୍ୟନ୍ତ ଯତ୍ନକରି,ରଙ୍ଗିମା କଳା ଗୋରା ଶ୍ୟାମଳ ବର୍ଣ୍ଣଧରି,ନୋହିଲେ ଯେ ଯହିଁରେତାହାକୁ ସ୍ଥାପିଲେ ତିନିପୁରୀ । ୮ ।ଜୀବଜନ୍ତୁ ପତଙ୍ଗ ସ୍ଥାବର ଚାରିଖାନିଜନ୍ମ କର୍ମ ଘେନି କରାଇ ନାନାଯୋନି,ଯୁଗଜାଣି ଶୂନ୍ୟ ପୁରୁଷ,କହିଣ ହେଲେ ତୁନି ।୯।ମଉନରେ ରହିଲେ ଅଲେଖ ଗୋସାଇଁ,ମହତ ପୁରୁଷ ସେ ଅନନ୍ତ ନାମ ବହିମାନି କର ସେବା ଚରଣେ,କହଇ ଭୀମ ଭୋଇ ।୧୦।ଭାରାଭର ସମର୍ପି ଅନ୍ତର ହେଲେ ପ୍ରଭୁ,ଭାଷା ପରିବନ୍ଧରେ ପୁରାଣ କଲେ ସବୁ,ଭାବ କଉତୁକ ଜନ୍ମାଇ,ପ୍ରକୃତି ପ୍ରେମ ଯୋଗୁ ।୧୧।ବେଦର ଭିତରୁ ଭିଆଇ ବ୍ରହ୍ମାଣ୍ଡକୁ,ବୀଜ ରଜ ମିଶାଇ ସିଞ୍ଚନ କଲେ ତାଙ୍କୁ,ବସି ତିନିଜଣ ବିଚାରି,ରଚିଲେ ସଂସାରକୁ ।୧୨।ଫୁଟିଲେ ଲତା ପ୍ରାୟେ ଛପନା କୋଟି ଜୀବ,ଫଳ ପ୍ରାୟେ ଦିଶିଲେ ଶରୀର ବହି ସର୍ବ,ଫନ୍ଦାବୃତ୍ତିମାନ ଭିଆଇ,ବାଣ୍ଟିଲେ କର୍ମ ଯୋଗ ।୧୩।ପାପ ପୁଣ୍ୟ ଦୁହିଁଙ୍କୁ ଶକ୍ତିରୁ ଜାତ କଲେ,ପୂର୍ବେ ଶୂନ୍ୟ ହୋଇଣ ଏକାକୀ ଖେଳୁ ଥିଲେ,ପୃଥୀ ହେଲା ଯେତେ ଦିନରୁବ୍ୟାପିଲେ ତତକାଳେ ।୧୪।ନିରାକାର ସ୍ୱରୂପେ ଶୂନ୍ୟରେ ହୁଏ ଠୁଳ,ନୁହନ୍ତି ଗୋଳିଆ ସେ ସର୍ବଦା ନିର୍ମଳ,ନଦୀ ପ୍ରାୟେ ବହି ଯାଉଛି,କରୁଣା ସିନ୍ଧୁ ଜଳ ।୧୫।ମବଳାଙ୍ଗ ଶରୀର ଅରୁଣ ବର୍ଣ୍ଣକାନ୍ତି,ଧରିଛନ୍ତି ଆବୋରି ମଣ୍ଡଳ ନବକ୍ଷିତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ