ଯୌବନ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୨
- ସ୍ଥିତି
- ସାର୍ବଜନୀନ (Public domain)
ଲକ୍ଷ ଯୁଗର ଅମର ଯାତ୍ରୀ ଯୌବନ ହେ,ସୁନ୍ଦର ତୁମେ ଚିର ଉଦ୍ଦାମ ଉନମନ ହେ,ଲକ୍ଷ୍ୟ ତୁମର କି ଦୂର ଦେଶେକିବା ପାରାବାର ତରିବା ଆଶେକାହିଁ ହିମାଚଳ ମହିମୋଜ୍ଜ୍ୱଳ ଅଳକେ ହସିବିଜୟୋତ୍ସବ ରଚିବ ହସି ?ସଚପଳ ତୁମ ପଲକ ମାତ୍ରେ ଯୌବନ ହେ,ହସିଉଠେ ମଧୁ ଫୁଲକୁସୁମେ ଗିରିବନ ଏ,ବାଜେ ବୀଣା ତବ ଚପଳାଲୋକେଚିର ଚଞ୍ଚଳ ଚାରୁ ପୁଲକେ,ହୃଦମନ୍ଦିରେ ଗମ୍ଭୀର ତୁମ ମୂରତି ଦେଖିବିଶ୍ୱ-ଜୀବନ ପଡ଼େ ଚମକି ।ମନ୍ଦ ମଧୁର ଲଳିତ ଲାସ୍ୟେ ଯୌବନ ହେ,କାନ୍ତ-କୋମଳ କୈଶୋର କର ଛନଛନ ହେ,କି ମହାମନ୍ତ୍ର ସଂଗୋପନେଉଚ୍ଛ୍ୱାସି ଖେଳେ ମର-ଜୀବନେକି ମହାଢ଼କ୍କା ବଜାଅ ବସି ହେ ଜୀବନପଥେନିତ୍ୟ ପୁଲକେ, ମୁଗ୍ଧଚିତ୍ତେ ।ଚୁମ୍ବନ ମଧୁ ପୁଣ୍ୟ ପରଶେ ଯୌବନ ହେ,ବିପ୍ଳବ ଗଢ଼ ଜୀବନେ, ଜୀବନେ ଘନ ଘନ ହେବନ୍ଧନ ବାଧା ଛିନ୍ନ କରିବିଶ୍ୱେ ନଚାଅ ପାଗଳ ସରିଦୁର୍ବଳ ମନ ନାଚି ବୁଲେ ଦୂର ଦୁର୍ଦ୍ଦିନେ ହେ,ନାଚେ ଧୂମକେତୁ ମନେ ମନେ ଏ ।ଫାଲ୍ଗୁନ ବନେ ଫୁଲ ସୌରଭ ଯୌବନ ହେ,ରୁକ୍ଷ, ଶୀତଳ ପଳିତ ନୟନ ଅଞ୍ଜନ ହେ,କହ ବ୍ରଜବନ-ବଂଶୀ ବ୍ୟଥା,ବିରହ-ବିଧୂର ଗୋପନ କଥାତୁମରି ଦୁଆରେ ତରୁଣ ତରୁଣୀ ଭିକ୍ଷା ମାଗିରତ ଅବିରତ ଯାତ୍ରା ଲାଗି ।ମୁକ୍ତି କାମନା ଧରି ତୁମ ପାଶେ ଯୌବନ ହେଭକ୍ତିବିଭୋରେ ଅର୍ପଣ କରେ ଦେହ ମନ ଏଖେଳାଇ କପୋଳେ ରକ୍ତଶିଖାକରେ ଦିଅ ହସି ବଂଶୀ ରେଖାପୁଷ୍ପ ପରାଗ ପାଖେ ପାଖେ ରଚ ହଳାହଳ ସେ -ଦିଅ, ଗଢ଼, ମୋତେ ତୁମରି ବେଶେ ।[ରଚନାକାଳ-୧୯୨୪]କଳଙ୍କିନୀଥୋଇ ମୋ କରେ କୋମଳ କରତଳକଳଙ୍କିନୀ ରହିଲା ମଥା ପୋତିଢାଳି ମୋ ଯୁଗ୍ମ ଚରଣେ ଅଶ୍ରୁଜଳରଚିଲା ଅବା ଲକ୍ଷ ଶତ ମୋତି ।କବରୀ ତାର କୋହଳ ପଡ଼ି ଫିଟିଧରଣୀ ତଳ ଚୁମ୍ବୁଥିଲା ଫୁଲବେଦନା ତାର ଚିତ୍ତପଟେ ଫୁଟିଅଧର ସୀମା କରିଲା ଥରଥର ।ବଚନ ଯାହା ପ୍ରକାଶେ ଅପାରଗନୀରବ ତାର ଚାହାଣି ଦେଲା କହିଅଧର ତଳ ନିବିଡ଼ ଅନୁରାଗମୁଦିତ ଶିଶୁ-କମଳ ସମ ରହି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର