ଜାତୀୟ ସଙ୍ଗୀତ (୧)
୧୯୦୦–୧୯୩୮
- ସଂକଳନ: ବିବିଧ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୪
- ସ୍ଥିତି
- ସାର୍ବଜନୀନ (Public domain)
ବିତର ବିତର ଶ୍ରୀ ମହାପ୍ରସାଦବିଶ୍ୱ ସଭା ଅଙ୍ଗନେ,ଆଣ ଆଣ ଟାଣି ବ୍ରାହ୍ମଣ ଚଣ୍ଡାଳେପବିତ୍ର ପ୍ରେମାଲିଙ୍ଗନ । ଧ୍ରୁ ।ଉତ୍କଳ ତୁ ପରା ହରି ଶିରୀକ୍ଷେତ୍ରଜାତି ଭେଦ-ଧ୍ୱଂସୀ ତୁ ମହା-ପବିତ୍ରତୋ ସ୍ନେହ-ଅଞ୍ଚଳେ ନାହିଁ ବ୍ୟବଧାନବିସ୍ତାରିତ ବିଶ୍ୱଧାରଣେ ।ହିନ୍ଦୁ ମୁସଲମାନ, ଖ୍ରୀଷ୍ଟିୟାନ, ଜୈନନାହିଁ ଭିନ୍ନଭାବ ନାହିଁ ସ୍ନେହେ ଦୈନ୍ୟସରବେ ସନ୍ତାନ ତୋ ଆଦରେ ମାତଃତୋହରି ଯତନେ ପାଳନେ ।୧।ତୋର ନଦୀ ଜଳ, ତୋର ଫୁଲ ଫଳତୋ ଶ୍ୟାମଳ କୋମଳ ସବୁରି ସମ୍ୱଳ,ତୋର ନଦୀ ନୀରେ ତୋର ସିନ୍ଧୁ ତୀରେତୋର ଗିରି ତୋର କାନନେ –ହାତ ଧରାଧରି ପ୍ରେମେ କୋଳାକୋଳିବସିବେ ତୋହରି ସନ୍ତାନ-ମଣ୍ଡଳୀଆଣି ସ୍ୱର୍ଣ୍ଣଥାଳି ଦେବୁ କି ଗୋଳ ଢାଳିମାତ, ସ୍ନେହ ଅନ୍ନବ୍ୟଞ୍ଜନେ ।୨।ବ୍ୟଜନିବ ଆସି ମଳୟ ମାରୁତଉଛୁଳିବ ବନେ ବନେ ପିକରୁତଭକ୍ତି ପ୍ରୀତି ଶୁଭ ଶରତ ବସନ୍ତଓହ୍ଳାଇବେ ତୋର ଗଗନେ,ତୋ ଗୋଲାପ ଗନ୍ଧେ ଶେଫାଳି ସୌରଭେକରମ, ଶକତି ମିଶିବ ଗୌରବେବିଶ୍ୱ ସଭାଜନେ ଦେଖି ମୁଗ୍ଧ ମନେକମିଳେ କି ପଦବନ୍ଦନେ ।୩।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ