ଜନ୍ମଭୂମି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
ଜନ୍ମଭୂମି, ଜନୟିତ୍ରୀ ସମାନ ଉଭୟ,ପୋଷନ୍ତି ସନ୍ତାନେ କରି ନିଜ-ତନୁ-କ୍ଷୟ ।ଉଭୟ ନାମରୁ ହୁଏ ଯେ ରସ ନିଃସୃତ,କି ଛାର ଅମୃତ ? ତାହା ମର୍ତ୍ତ୍ୟେ ମହାମୃତ ।ମାତୃଭୂମି, କି ବର୍ଣ୍ଣିବି ତୋ ମହାମହିମା,ବଳଇ ତା ସିନା ଦେବି ! ବର୍ଣ୍ଣନାର ସୀମା ।କି ସ୍ଥାବର କି ଜଙ୍ଗମ ତୋ ଦେହୁଁ ଜନ୍ମିଣ,ହୋଇଯାଉଛନ୍ତି ପୁଣି ଶେଷେ ତହିଁ ଲୀନ ।ସୃଜନ ପାଳନ ନାଶ ଏହି ଦୃଶ୍ୟତ୍ରୟ,କରୁଅଛୁ ଅନୁକ୍ଷଣ ତୁହି ଅଭିନୟ ।ତୋ ସୃଷ୍ଟ ଦ୍ରବ୍ୟର ତୁହି ଯଥା ରୁପାନ୍ତର,ତଥା ପ୍ରତିରୂପ ସର୍ବେ ଅଟନ୍ତି ତୋହର ।କେବଳ ରତନ ରେଣୁ ତୋ ରେଣୁ ସମାନ,ତୁଳନାରେ କଦାଚିତ ନୁହେଁ ମୂଲ୍ୟବାନ ।ନିରନ୍ତର ସମସ୍ତଙ୍କ ଆଶ୍ରୟ ସେ ଯେଣୁ,ସରି ନୁହେଁ ତାହା ସଙ୍ଗେ କେଉଁ ତୀର୍ଥ-ରେଣୁ ।ତୋହ ଜଳ ତୋହ ବାୟୁ ଶାନ୍ତିସୁଖପ୍ରଦ,ମଣେ ମୁଁ ନ ଥିବ ସ୍ୱର୍ଗେ ସେରୂପ ସମ୍ପଦ ।ଜୀବନେ ମରଣେ ତୁହି ଜୀବର ସମ୍ବଳ,ତୋ ପଦସେବାରେ ମିଳେ ଚତୁର୍ବଗଫଳ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ