ଚାତକ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୮
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରାଣ ଭରି ଡାକ ପକ୍ଷି ନ ହୁଅ ମଉନ,ନେତ୍ର ଫେଡ଼ି ଚାହିଁ ନଭେ ମେଘର ଶକୁନ ।ବୁଝୁ ତୁହି ହେଉ ପଛେ ଯେ ଯେଡ଼େ ପବିତ୍ର,ପୃଥିବୀ ପରଶମାତ୍ରେ ହୁଏ କଳୁଷିତ ।ହେଲେ ସୁଦ୍ଧା ପିପାସାରେ କଣ୍ଠଗତ-ପ୍ରାଣ,ନ କରୁ ଘୃଣାରେ ତେଣୁ ଧରାଜଳ ପାନ ।ଧନ୍ୟ ତୋର ସତ୍ୟବ୍ରତ ଦୃଢ଼ ଏକାଗ୍ରତା,ସଦାଶୁନି ନିଷ୍ଠାପର ଯଥା ତୁ ଦେବତା ।ମିତ ମିତ ବୋଲି ସଦା ଆହ୍ୱାନ ତୁ ଘନେ,ଦିଏ କି ଉତ୍ତର ସେହୁ ତୋ ଡାକ ଶ୍ରବଣେ ।ମେଘପାଶେ ଉପକୃତ ସକଳେ ସର୍ବଥା,ମାତ୍ର କେ ପ୍ରକାଶେ କାହିଁ ଏତେ କୃତଜ୍ଞତା ।ବୁଝିଲି ଏବେ ରେ ପକ୍ଷୀ, ଭାଙ୍ଗିଲା ସନ୍ଦେହ,କୃତଜ୍ଞତା ଉପଦାନେ ନିର୍ମିତ ତୋ ଦେହ ।ପକ୍ଷୀ ତୁହି, ମାତ୍ର ଜାଣୁ କୃତଜ୍ଞତା ମୂଲ,ଶିଖିବେ କିଏ ସଦ୍ଗୁଣ ତୋର ନରକୁଳ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ