ଜଳ ରେ ଅନଳ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିକେତେ କେତେ ଶୋହା ଏ ଜୀବନେ ମୋରନିରେଖି ନାହିଁ ନୟନେ;ବ୍ୟୋମ ବସୁନ୍ଧରା ଉଛୁଳି ଉଠଇଅନନ୍ତ ବିଶ୍ୱ ବିତାନେ ।ସିନ୍ଧୁ ସଇକତେ ବିହରି ହରଷେ,ସୁଦୂର ଜଳଦ ତଳେରବି ଉଇଁବାର ପାଟଳ ସୁଷମାଖେଳଇ ଗଗନେ ନୀରେ ।ଚାରୁ ଊର୍ମିମାଳା, କନକ ପୁଲକେନଚାଇ ଶିଖର ଶିରୀ,ଚପଳ ମାଧୁରୀ ମୋହନ ବିଳାସେଆସୁଥାଏ ଢଳି ଢଳି ।ବରଷାର ଧାରା ଆକାଶ ଅବନୀସଲିଳେ ଭସାଇ ଦେଇ,ନିଜ ସିକ୍ତ ଭାଲେ ନିମିଷକେ ପୁଣିଦିଏ କିବା ନିଧି ଫେଇ ।ସେ ଅବା କି ଏକ ସୋପାନମାଳିକାମଣି ହୀରା ମାଣିକ୍ୟର,ସରଗ ଦେବତା କନକ ସରଣୀମରତେ ଓହ୍ଲାଇବାର ।ଯେତେ ଯହିଁ ଦେଖେଁ ବନ ପରବତେନିସର୍ଗ ନିମିଷ ଶୋହା,ସେ ଗୋଟି ଗୋଟିକେ ଗଢ଼ି ହୋଇଅଛିଆଜି ତ ଏ ମୋର ହିଆ ।ଜଳ, ରେ ଅନଳ, ଜଳି ଉଠେ ତେଜେ,ଉଜଳୁ ଉଜଳ ହୋଇ;ତୋ ହେମ ଆଲୋକେ ଏ ସରଗ ଛବିଦେଖିଥାଏଁ ବାରେ ମୁହିଁ ।ଏ ଅନଳ ଶିଖା ଭୀମ ଗଉରବବଦନ ସମ୍ପଦେ ବଳି,କି ପୁଲକେ ଆହା ତହିଁ ମଧ୍ୟେ, ବାବୁ,ଦେଉଛ ଜୀବନ ଢାଳି ।ଦୂର ଚକ୍ରବାଳେ ଉଇଁ ଆସେ ରବି,ମୋହନ ମୂରତି ଫେଇ,ତୁମ ବିଲୋଚନେ ଯାଏ ମଧୁଧାରାତହୁଁ ଶତ ଗୁଣ ବହି ।କିଏ କାହିଁ କେଉଁ ଦୂର ପରଦେଶୁଁଆସିଛ, ହେ ଧନମାଳି ,ବିଦେଶ ଭୂମେ କି ସେନେହ ପୀରତିପରାଣେ ଆସଇ ଝରି ?ଜନମଭୂମି ଯେ ଜନମ ଦେଇଛି ,ଜନନୀରୁ ବଳି ବଡ଼;ତହିଁ ସିନା ବହେ ଦୟା ମାୟା ପ୍ରୀତିପ୍ରାଣ ପୂରି ଢଳ ଢଳ ।ତୁମ ଜନ୍ମଭୂମି ଏ ବିଶ୍ୱ ବିତାନଅନନ୍ତ ଅପାର ପୁରୀ;-ଜଳନ୍ତ ସରାଗେ ଉଠେ ଏ ଅନଳଶିଖାରେ ସେ ଭାବ ଖେଳି ।ପରକୁ ଆପଣା କରିଅଛ, ବାବୁ,ଆପଣାରେ କରି ପର;ପରସେବା ବ୍ରତେ ଦେଇ ଏ ଜୀବନପିଲାରୁ ହୁଏ ହେ ନର ।ପରପାଇଁ ପ୍ରତି ଟିକି ହୃଦଟିରେକି ବିଶାଳ ସୁଧାଧାରା,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ବିନ୍ଦୁ ଦିନ୍ଦୁ ଯହୁଁ ଦେଇ ପ୍ଳାବୁଅଛି
ଏ ବିଶ୍ୱ ଭୁବନସାରା ।
ଥିର ହୁଅ ତୁ, ରେ ଦାରୁଣ ଅନଳ,
ନ ଉଠ ଏଭଳି ଜଳି;
ତୋ ପରଶ ଭୟେ ସେ ସୁଧାବଦନ
ପଡ଼ିବ ଅବା ଝାଉଁଳି !
ପ୍ରାଣଭରା ସୁଖେ ବିହରୁଥାଆନ୍ତି,
କୁଟୀର ଉଆସେ ରହି;
ଏ କଷଣ, ବାବୁ , କୋମଳ ପରାଣେ
କିଏ ପୁଣି ଥିଲା ଲିହି ?
ଗୋଟି ଗୋଟି ତୁମେ ବାପା ମାଆଙ୍କର
ଦୁର୍ଲ୍ଲଭ ସରଗ ଶିରୀ;
କୋଳୁଁ କି ପଲକେ ଓହ୍ଲାଇ ଦିଅନ୍ତେ
ଭୂଇଁରେ ଚାଲିବ ବୋଲି ?
ଭାଇ ଭଉଣୀଙ୍କ ସଙ୍ଗତେ, ବାବୁ ହେ,
ଖେଳୁଥାନ୍ତି ସନମାନେ;
କାନନ ସମୀରେ କୁସୁମ କଳିକା
ଢଳିବାର ଜଣେ ଜଣେ ।
କନକ ଚରଣେ ନାଚୁଥାନ୍ତି ସୁଖେ
ପିଅର ସେନେହ ଫୁଲେ;
ଏ ଦୁଃଖ କଷଣ ଅଙ୍ଗଶ୍ରମ, ବାବୁ,
କିଏ ଲେଖିଥିଲା ଭାଲେ ?
ନିଭିଯା, ଅନଳ, ନିଭ ରେ ତୁରିତେ,
ଜଳି ତୁ ଉଠୁ କିପାଇଁ ?
ଏ ବିଷମ ଛବି ନୟନ ଆଗେ ମୋ
ଆଉ କି ପାରିବି ଚାହିଁ ?
କି ଦିବ୍ୟ ଦରବେ ଗଢ଼ିଛ ଜୀବନ
ଆହା, ମୋ ହୃଦୟମଣି,
ମରତ ନର, କି ସରଗ ନନ୍ଦନ
ତିଳେ ମୁଁ ନ ପାରେ ଚିହ୍ନି ।
ପରସୁଖେ, ବାବୁ, ସୋଦର ସେନେହେ
କି ଅବା ଦେଖିଛ ଶିରୀ,
ଡହ ଡହ ଏ ଯେ ଜଳନ୍ତା ଅନଳେ
ଜୀବନ ଦେଉଛ ଢାଳି ।
ଆଜି ଯେବେ ଏଥୁ ବାହୁଡ଼ି ସକଳେ
ନିଜ ନିକୁଞ୍ଜକୁ ଯାଇ,
ଦିବସ କରମେ ଲାଗିବ ଉଷତେ
ଭେଟିବି ଦୋସର ତହିଁ ।
ସେତେବେଳେ କି ହେ ଲବ ମାତରକେ
ବଦନ ଉଜଳା ଶୋହା
ନୟନୁଁ ପାରିବି ବିସୋରି ଦେଇ ମୁଁ,
ଫୁଟି ଏଥି ଉଠେ ଯାହା ?
ଗୁରୁ ଆସନେ ମୁଁ କିଭଳି ଆବର
ବସି ସେ ବକୁଳ ବନେ;
କଠୋର ଶାସନା ଲୋଚନେ, ବାବୁ ହେ ,
ତିଆରି ପାରିବି ଦିନେ ?
ଏ ଯେ ସୁଧା ସରି ସେନେହ ପୀରତି
ରଖିଛି ହୃଦୟେ ଭରି
କଣିକାଏ ତହୁଁ ଦିଅନ୍ତି ଯେବେ, ଏ
ପରାଣ ଯାଆନ୍ତା ପୂରି ।
ତୁମଠାରୁ, ବାବୁ, ଲଭି ଏ ସମ୍ପଦ,
ଜୀବନ ଅମୂଲ୍ୟ ମଣି,
ସାର୍ଥକ କରନ୍ତି ଏ ମୋର ଜନମ,
ଧନୀରୁ ହୁଅନ୍ତି ଧନୀ ।
ଧନ ମାନେ ଶୋହି ତୁମ ମଧୁ ମେଳେ
ବିହରି ହରଷଭରେ,
ତୁମ ଭଳି ଜଣେ ଦୋସର, ବାବୁ ହେ,
ହୋଇ ମୁଁ ପାରନ୍ତି ହେଳେ ।
ସତ୍ୟବାଦୀରେ କୌଣସି ଘରପୋଡ଼ି ଳିଭାଇବାକୁ ସ୍କୁଲ ଚାତ୍ରମାନେ ଯାଇଥିଲେ । କବି ସେତେବେଳେ ସତ୍ୟବାଦୀରେ ଶିକ୍ଷକ ଥିଲେ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ