ଯାଏ ଚାଷୀ ହଳ ଧରି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୮
- ସ୍ଥିତି
- ସାର୍ବଜନୀନ (Public domain)
ଆସେ ଫେରି ଗାଏଁ ସଞ୍ଜବେଳେ,ଧନଗର୍ବେ ଧନୀ ଥାଏଯାଏ ଦୁଃଖୀ ପାଦ ଚାଳି ଧୀରେ ।ରୋଗୀ ଡାକି ଡାକି ଯାଏକବିରାଜ ଦ୍ୱାରେ କାନ୍ଦି କାନ୍ଦି,ଋଣ ଶୁଝିବାକୁ ଯାଏଅଧମର୍ଣ୍ଣ କପାଳକୁ ନିନ୍ଦି ।ଯାଏ ଛାତ୍ର ପାଠ ପଢ଼ି,ଗାୟକ କେ ଯାଏ ଗୀତ ଗାଇ,କୁଳବଧୂ ଯାଏ ସ୍ନାନେଶିରେ ତାର ଓଢ଼ଣାକୁ ଦେଇ ।କେହି ନ କହନ୍ତି ପଦେ,ଭାଗବତ ଗୃହହୀନ ଆଜିବାଡ଼ ନାଇଁ, ଦ୍ୱାର ନାଇଁ,ଛାତ ତାର ପଡିଅଛି ଭାଜି !ଗଲେ ଦିନେ ସେଇ ପଥେଜଣକେତେ କାନ୍ଧେ ବହି ଭାରହସ ନାଇଁ, କଥା ନାଇଁ,ଛଳଛଳ ନେତ୍ରୁ ବହେ ନୀର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ