ଈଶ୍ୱର ଉବାଚ
୧୮୪୮–୧୯୧୮
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୧୧୧
- ସ୍ଥିତି
- ସାର୍ବଜନୀନ (Public domain)
କମଳୈର୍ବିଲ୍ୱପତ୍ରୈଶ୍ଚ ଶତପତ୍ରୈସ୍ତଥା ପୁନଃ ।ଶଙ୍ଖୀପୁଷ୍ପୈ ସ୍ତଥା ଦେବଂ ଲକ୍ଷ୍ମୀ କାମୋ ଭବେଦ୍ଜଦା। ୯ ।
ଅର୍ଥ :- ଈଶ୍ୱର କହିଲେ ଲକ୍ଷ୍ମୀକାମନାକାରୀ ମନୁଷ୍ୟ କମଳ ବିଲ୍ୱପତ୍ର, ଶତଦଳ ପଦ୍ମ ଓ ଶଙ୍ଖୀ ପୁଷ୍ପରେ ମହାଦେବଙ୍କୁ ପୂଜାକରିବ ଶଙ୍ଖୀ ପୁଷ୍ପ ଅର୍ଥାତ୍ ଶଙ୍ଖ ଆକାର ଯେଉଁଫୁଲ ହୁଏ ତାହାର ଅପର ନାମ ଶଙ୍ଖାହୁଳୀ ॥
ଏତୈଶ୍ଚ ଲକ୍ଷସଂଖ୍ୟାକୈ ର୍ଲକ୍ଷ୍ମୀଃସ୍ୟାନ୍ମାତ୍ର ସଂଶୟଃ। ୧୦ ।
ଅର୍ଥ :- ହେ ନାରଦ ଏହି ସବୁ ପଦାର୍ଥ ମଧ୍ୟରୁ ଯେ କୌଣସି ପଦାର୍ଥ ଲକ୍ଷ ସଂଖ୍ୟାଦେଇ ପୂଜାକଲେ ନିଶ୍ଚୟ ଲକ୍ଷ୍ମୀ ପ୍ରାପ୍ତହେବ ଏଥିରେ ସନ୍ଦେହ ନାହିଁ । ୧୦ ।
ଆୟୁଃକାମୋ ଭବେଦ୍ଯୋବୈ ଦୂର୍ବାଭିଃ ପୂଜନଂ କରେତ୍। ୧୧ ।ଅର୍ଥ :- ହେ ଋଷିସତ୍ତମ ଆୟୁର୍ବୃଦ୍ଧିକାମୀ ନର ଲକ୍ଷ ପରିମିତ ଦୂର୍ବାନାଡ଼ରେ ମହାଦେବଙ୍କ ପୂଜା କରିବ । ୧୧ ।ପୁତ୍ରକାମୋ ଭିଦେ୍ଯସ୍ତୁ ଧତ୍ତୂର କୁସୁମୈର୍ନରଃ ।ରକ୍ତଦଣ୍ଡଶ୍ଚ ଧତ୍ତୂରଃ ପୂଜନେ ଶୁଭଦଃ ସ୍ମୃତଃ। ୧୨ ।
ଅର୍ଥ :- ପୁତ୍ରକାମୀ ମାନବ ଧୁତୁରାଫୁଲରେ ପୂଜା କରିବ । କିନ୍ତୁ ଯେଉଁ ଧୁତୁରାଫୁଲର ନାଡ଼ ରକ୍ତବର୍ଣ୍ଣ ହୋଇଥିବ ସେଥିରେ ପୂଜା କଲେ ଶିବ ବିଶେଷ ଶୁଭଦାୟକ ହୁଅନ୍ତି । ୧୨।
ଅଗସ୍ତି କୁସୁମୈର୍ଯଶ୍ଚ ତସ୍ୟ ବୈ ବିପୁଳଂ ଯଶଃ। ୧୩ ।ଅର୍ଥ :- ବିପୁଳଯଶକାମୀ ମନୁଷ୍ୟ ଅଗସ୍ତିକୁସୁମରେ ପୂଜା କରିବ । ୧୩ ।ଭୁକ୍ତି ମୁକ୍ତିଫଳଂ ତସ୍ୟ ତୁଳସୀ ପୂଜନଂ କରେତ୍। ୧୪ ।ଅର୍ଥ :- ଭୋଗ ଆଉ ମୋକ୍ଷ କାମୀ ବ୍ୟକ୍ତି ଲକ୍ଷ ପରିମିତ ତୁଳସୀ ପତ୍ରରେ ପୂଜାକଲେ ନିଶ୍ଚୟ ଭୁକ୍ତି ମୁକ୍ତି ଫଳ ଲାଭ କରିବ । ୧୪ ।ଅର୍କପୁଷ୍ପୈଃ ପ୍ରତାପଶ୍ଚ କୁବ୍ଜକହ୍ଲାରକୈସ୍ତଥା ।ଜବାକୁସୁମପୂଜା ତୁ ଶତ୍ରୁଣାଂ ମୃତ୍ୟୁଦାସ୍ମୃତା। ୧୫ ।
ଅର୍ଥ :- ହେ ନାରଦ ଅର୍ଖ ପୁଷ୍ପରେ ପୂଜାକଲେ ପ୍ରତାପ ବଢ଼େ । କୁବ୍ଜ-ଅର୍ଥାତ୍ ଗୋଟିଏ ସୁଗନ୍ଧ ପୁଷ୍ପ, ଚମ୍ପା, ଅଶୋକ, ବା ସେବତୀ ପୁଷ୍ପରୁ ଗୋଟିଏ ଦେଇ ପୂଜାକଲେ ମଧ୍ୟ ପ୍ରତାପ ବୃଦ୍ଧି ହୁଏ । କିମ୍ବା କହ୍ଲାର ଅର୍ଥାତ୍ ଶ୍ୱେତୋତ୍ପଳରେ ପୂଜା କଲେ ମଧ୍ୟ ବିଶେଷ ପ୍ରତାପ ବଢ଼େ । ଆଉ ଜବାପୁଷ୍ପରେ ପୂଜାକଲେ ଶତ୍ରୁନାଶ ହୁଏ । ୧୫ ।
ରୋଗୋଚ୍ଚାଟନକାମୋହି କରବୀରାଣି ବା ହରେତ୍ ।ବନ୍ଧୂକୈର୍ଭୂଷଣାବାପ୍ତି ର୍ଜାତ୍ୟା ବାହନସମ୍ଭବଃ। ୧୬ ।
ଅର୍ଥ :- ରୋଗଉଚ୍ଚାଟନକାମନାକାରୀ ମାନବ କରବୀରପୁଷ୍ପରେ ପୂଜା କରିବ । ଆଉ ବନ୍ଧୂକ ପୁଷ୍ପରେ ପୂଜା କଲେ ଅଳଙ୍କାର ମିଳେ । ଜାଇ ଓ ମାଳତୀ ପୁଷ୍ପରେ ପୂଜାକଲେ ବାହନ ମିଳେ । ୧୬ ।
ଅତସୀ କୁସୁମୈରେବ ବିଷ୍ଣୁବଲ୍ଲଭତାମିୟାତ୍ ।ଶମୀପତ୍ରୈସ୍ତଥାମୁକ୍ତିଃ ପ୍ରାପ୍ୟତେ ପୁରୁଷେଣ ଚ। ୧୭ ।
ଅର୍ଥ :- ଅତସୀ କୁସୁମରେ ଶିବପୂଜା କଲେ ବିଷ୍ଣୁଭକ୍ତି ଲାଭକରେ ଆଉ ଯେଉଁ ପୁରୁଷ ଶମୀପତ୍ରରେ ଶିବ ପୂଜାକରେ ସେ ମୁକ୍ତିଲାଭ କରେ । ୧୭ ।