ଈଶ୍ୱର ଉବାଚ
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୬
- ସ୍ଥିତି
- ସାର୍ବଜନୀନ (Public domain)
ଶୃଣୂ ନାରଦ ବକ୍ଷ୍ୟାମି ଶିବପୂଜାବିଧାନକଂ ।ଯସ୍ୟାନୁଷ୍ଠାନମାତ୍ରେଣ ସର୍ବସିଦ୍ଧିଂ ଲଭେନ୍ନରଃ। ୨ ।
ଅର୍ଥ :- ଈଶ୍ୱର କହିଲେ ହେ ନାରଦ ଶିବ ପୂଜାର ବିଧାନ କହୁଅଛି ଶୁଣ । ଯାହାର ଅନୁଷ୍ଠାନ ମାତ୍ରରେ ମନୁଷ୍ୟ ସକଳ ସିଦ୍ଧି ଲାଭ କରେ । ୨ ।
ଶୁଦ୍ଧଂ ମୃଦଂ ସମାନୀୟ ପୁନଃ ଶୋଧ୍ୟ ବିଶେଷତଃ ।ଲିଙ୍ଗାକାରଂ ତତଃ କୁର୍ଯ୍ୟାତ୍ ଯଥୋକ୍ତ ବିଧିନା ପୁମାନ୍। ୩ ।ଅର୍ଥ :- ଶୁଦ୍ଧମୃତ୍ତିକା ଆଣି ତାକୁ ଉତ୍ତମରୂପେ ପୋଛି ତହିଁରୁ କୁଟା କାଠି ବାହାର କରିଦେଇ ଲିଙ୍ଗ ଆକାରରେ ଗଢ଼ିବ । ୩ ।ପୂଜୟେତ୍ସୁବିଧାନେନ ଲିଙ୍ଗଂ ପାର୍ଥିବମୂତ୍ତମଂ ।ଅଖଣ୍ଡଂ କାରୟେତ୍ ଯତ୍ନାଦ୍ ବକ୍ଷ୍ୟାମାଣୈଶ୍ଚ ନାମଭିଃ। ୪ ।
ଅର୍ଥ :- ସେହି ଉତ୍ତମ ପାର୍ଥିବ ଲିଙ୍ଗକୁ ଅଖଣ୍ଡ କରି ଗଢ଼ି ଉତ୍ତମ ବିଧିରେ ପୂଜା କରିବ । ଗଢ଼ିବା ମନ୍ତ୍ର ଓ ପୂଜାମନ୍ତ୍ର ଆଗରେ କହିବୁଁ । ୪ ।
ମୃଦାହରଣଂ ସଂଘଟ୍ଟଂ ପ୍ରତିଷ୍ଠା ଧ୍ୟାନମେବ ଚ ।ସ୍ଥାପନଂ ପୂଜନଂ ଚୈବ କ୍ଷମସ୍ମେତି ବିସର୍ଜନଂ। ୫ ।ହରୋ ମହେଶ୍ୱର ଶ୍ଚୈବ ଶୂଳପାଣିଃ ପିନାକଧୃକ୍ ।ଶିବଃ ପଶୁପତିଶ୍ଚୈବ ମହାଦେବୋ ହ୍ୟନୁକ୍ରମାତ୍। ୬ ।
ଅର୍ଥ :- ହର ନାମଧରି ମୃତ୍ତିକା ଆଣିବ, ମହେଶ୍ୱର ନାମଧରି ଗଢ଼ିବ, ଶୂଳପାଣି ନାମଧରି ପ୍ରତିଷ୍ଠା କରିବ, ପିନାକଧୃକ୍ ନାମଧରି ଧ୍ୟାନ କରିବ, ଶିବ ନାମରେ ସ୍ଥାପନ, ପଶୁପତି ନାମରେ ପୂଜନ, ଓ ମହାଦେବ ନାମଧରି କ୍ଷମା ପ୍ରାର୍ଥନା କରିବ । ୫ । ୬ ।
ଏବମର୍ଚ୍ଚୟତଃ ପୁଂସଃ ପାର୍ଥିବଂ ଲିଙ୍ଗମୂତ୍ତମଂ ।ମାସତ୍ରୟେଣ ସିଦ୍ଧିଃ ସ୍ୟାନ୍ମାତ୍ର କାର୍ଯ୍ୟାବିଚାରଣା। ୭ ।
ଅର୍ଥ :- ହେ ନାରଦ ଏହିପରି ଉତ୍ତମ ପାର୍ଥିବ ଲିଙ୍ଗପୂଜା କୁରଥିବା ପୁରୁଷର ତିନିମାସରେ ଫଳସିଦ୍ଧି ହୁଏ, ଏଥିରେ କିଛିମାତ୍ର ସଂଶୟ ନାହିଁ । ୭ ।