ହୋଟେଲ୍
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୩
- ସ୍ଥିତି
- ସାର୍ବଜନୀନ (Public domain)
ଜନତା ହୋଟେଲ ବିଜ୍ଞାପନ ଏ -ଶସ୍ତା ଭୋଜନ ମିଳେଦେଶାଇ ନୀତିରେ ସୁପରିଚାଳିତମିଶି ଖାଣ୍ଟି ଓ ଭେଲେ ।ଚାଉଳରେ ଗୋଡ଼ି, ତେଲରେ ଅଗରା,ଅଟାରେ ପଥରଗୁଣ୍ଡ‘ଚଉଦ କ୍ୟାରେଟ୍’ ନିକିତି ତଉଲେକରିଅଛୁ ସବୁ ରୁଣ୍ଡ ।ନ’ଅଣା ସିଝିଲେ ସାତ’ଣା ଧାଡ଼ିଆ,ତଥାପି ଲାଗେନା ମନ୍ଦ‘ଚଉଦ କ୍ୟାରେଟ୍’ ନୀତିକୁ ମାନିଲେଲଭିବ ପରମାନନ୍ଦ !ଜୀବନର ଝଡ଼ ଝଞ୍ଜା-ଭିତରେଶାନ୍ତି ଯେ ବାଟବଣା !ସତ୍ୟ ଭିତରେ ମିଥ୍ୟାର ଭାଗଖୋଜିଲେ ପଡ଼ିବ ଜଣା ।[ମାର୍ଚ୍ଚ-୧୯୬୩]କି ଦେବି ନାଆଁ !ପରିବାର-ନିୟନ୍ତ୍ରଣ ନ ମାନି ସେ ଘରେଜନ୍ମନେଲା ପୁତ୍ର ଯେବେ ଦଶ ମାସ ପରେକି କରିବ ଆଶୀର୍ବାଦ ପିତା ବସେ ଭାଳି,ମଧ୍ୟବିତ୍ତ ଜୀବନର ସେ କୋଳ-ସଙ୍ଖାଳି ।କହିଲା କେ ପ୍ରତିବେଶୀ ନାଆଁ ଦିଅ ‘ହରି’ହରଣର ଲୀଳା ଚାଲେ ଚତୁର୍ଦ୍ଦିଗ ଧରି !ଆନ କେ କହିଲା- ନାମ ରଖ ‘ଗୋବର୍ଦ୍ଧନ’କରିବ ‘କମ୍ପୋଷ୍ଟେ’ ଦିନେ ସୁନାମ ଅର୍ଜନ ।କେ କହିଲା ‘ହଳଧର’ ନାମ ରଖ ୟା’ରକୃଷି ଉନ୍ନୟନ କାମେ ହେବ ପାରିବାର ।‘ବିଦ୍ୟୁତ୍ଭୂଷଣ’ ନାମ ଥୋଇଲା କେ ଆଣି -କାଢ଼ିବ ବିଜୁଳି ଏହୁ ଅଟକାଇ ପାଣି ।ନାମ ‘ବ୍ୟୋମକେଶ’ କହେ କେହୁ ପ୍ରତିବେଶୀଭୂଇଁ ଛାଡ଼ି ଆକାଶରେ ବୁଲିବ ଏ ବେଶୀ ।କରି ପ୍ରତିବାଦ କେହୁ କହେ-ସବୁ ଛାଡ଼,ଦିଅ ‘କଳାକାର’, କରିବ ଏ କାରବାର ।ଏଇଭଳି ନାନା କଥା ଶୁଣି ଭାଳେ ପିତା -ମଧ୍ୟବିତ୍ତ ଜୀବନେ ଏ ଦେଲା ଗୁରୁଚିନ୍ତା,ଅଲୋଡ଼ା ଭାବରେ ଯେବେ ଅମାନିଆପଣେଆସିଲା ଏ, ମନେ ଭାବେ - ମନ୍ତ୍ରୀ ହେବ ଜଣେ !ତେଣୁ ଆଶୀର୍ବାଦ ତୁମେ କର ଭଗବାନମାନନାହିଁ ଏହୁ ପରିବାର-ନିୟନ୍ତ୍ରଣ ।ହେଉ ଚାଟୁକାର ଅବା ସ୍ୱାର୍ଥପରବଶଦିନେ ହେଲେ ମନ୍ତ୍ରୀ ହୋଇ ଚାଳିବ ଏ ଦେଶ ।[ଅପ୍ରେଲ-୧୯୬୩]ଖଣ୍ଡିଏ ଛିଣ୍ଡା ଦଉଡ଼ିଏ ଛିଣ୍ଡା ଦଉଡ଼ି, ୟା’ର ବଂଶ ପରିଚୟପାରିବ କେ କହିଜନ୍ମିଥିଲା କାହିଁ କେବେ କେନ୍ଦ୍ରାପଡ଼ା ବିଲେଛଣ ନାମ ବହି ।କେନ୍ଦୁପାଟଣାର କେଉଁ ଗୋଦାମ ଗହ୍ୱରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର