ହତାଶ ପାନ୍ଥ ଓ ଋଷିପୁତ୍ରୀ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ଗରା - ମଙ୍ଗଳକିଏ ତୁ ମା! ତୋହ ଘର ବୋଲ କେଉଁ ଦେଶେ?ମୋ ପାଶେ କିପାଇଁ ଆସିଅଛୁ ଦେବୀ ବେଶେ?ହାତ ଧୋଇ ବସିଥିଲି ସର୍ବ କାର୍ଯ୍ୟ ସାରି,ଶୁଭ ଯାତ୍ରା ଅନୁକୂଳେ ପାନ୍ଥ ବେଶଧାରୀ ।ଏଡ଼େ ପୃଥ୍ୱୀଟାରେ ସ୍ଥାନ ହେଲା ନାହିଁ ବୋଲି,ଏପରି ତ ଲୋକ ଛନ୍ତି ଦେଉଥିଲେ ପେଲି ।ବ୍ୟାଧିର ଜଞ୍ଜାଳେ ପ୍ରାଣେ ଆଶା ଥିଲା ନାହିଁ,ସଜ ହେଉଥିଲି ନିଜ ଧାମେ ଯିବାପାଇଁ ।କି ମୁହୂର୍ତ୍ତେ ଅଇଲୁ ମା ଋଷିର ନନ୍ଦିନୀ !ତୁ କିରେ ପଢ଼ିଛୁ ମନ୍ତ୍ର ମୃତ-ସଞ୍ଜୀବନୀ?ତୋହ କର ପରଶରେ ଦେହୁଁ ବ୍ୟାଧିଗଣେଛାଡ଼ି ପଳାଇଲେ ରହି ନ ପାରିଲେ କ୍ଷଣେ ।କିବା ସ୍ୱାର୍ଥ ଅଛି ତୋର ବୋଲ ମା ମା ରାଣୀ !କିପାଇଁ ପଛକୁ ମୋତେ ଧରିଛୁ ତୁ ଟାଣି?
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି