ଦୟାବତୀ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୯
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ମଙ୍ଗଳନ ବୋଲ ନ ବୋଲ, ଥିଲା ନାହିଁ ତା କରୁଣା,ଦିନେ ମୁଁ ତ ଦେଖି ନାହିଁ ସ୍ନେହ, ପ୍ରୀତି ଊଣା!କଣ୍ଟକରୁ ରକ୍ଷାପାଇଁ ମୋର ପଦତଳସହଜେ ବିସ୍ତାର କରି ଦିଏ ବକ୍ଷସ୍ଥଳ ।କୁଶଳେ ରଖିବାପାଇଁ ମୋ ଶରୀର ମନଏକାବେଳେ ଥିଲା କରି ଆତ୍ମବିସର୍ଜନ ।ଥିଲା ନାହିଁ ତାର ଲୋକଦେଖାଣି ପ୍ରକୃତି,ଆତ୍ମସୁଖେ ଥିଲା ନାହିଁ ତାହାର ପ୍ରବୃତ୍ତି ।ଜଣାଥିଲା ନାହିଁ ତାକୁ ନୀତି ସାର ମର୍ମ,ମୋ କୁଶଳେ ପ୍ରାଣ ଦେବା ମଣିଥିଲା ଧର୍ମ ।କରିଥିଲା ସେବା ବ୍ରତ ଶାସ୍ତ୍ର ଅଧ୍ୟୟନ,ସରଳତା ପବିତ୍ରତା ହୃଦୟଭୂଷଣ ।ତେବେ କିପାଁ ଗଲା ଦେଇ ଦୁଃଖରେ ଭସାଇ?ବିଧିର ବିଧାନ ଯାହା କେ ପାରେ ଖଣ୍ଡାଇ?
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି