ହତାଶ ନାଉରି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
ଭାସିଯାଏ ନାଆଖଣ୍ଡି ମଝି ଦରିଆାରେ,ଚାରିଆଡ଼ ପୁର୍ଣ୍ଣ ତାର ନିବିଡ଼ ଅନ୍ଧାରେ ।ନେଉଛି ବତାସ ତାକୁ ଯେଉଁ ଆଡ଼େ ଟାଣି,ଧାଇଁଛି ସେ ସେହି ଆଡେ ଆଲୋଡିଣ ପାଣି ।ଦଦରା ସେ ନାବଖଣ୍ଡି ପୁଣି ଘୁଣଲଗା,ପଟାଯୋଡଯାକ ହୋଇଗଲାଣି ଅଲଗା ।ଦୋହୁଲାଏ ଢ଼େଉ ତାକୁ ପଲକେ ପଲକେ,ଫାଙ୍କାବାଟେ ପାଣି ପଶେ ଝଳକେ ଝଳକେ ।ସ୍ଥଳ କୂଳ କାହିଁ କିଛି ଯାଉ ନାହିଁ ଦେଖା,ଦିଶୁ ନାହିଁ କେଣେ ସୁଦ୍ଧା କ୍ଷୀଣାଲୋକ ରେଖା ।ନାଉରି ହତାଶ ମନେ ହେଲାଣି ଛାନିଆଁ,ବରଡା ପତର ପରି ଥରୁଛି ତା ହିଆ ।ଡାକୁଅଛି ଅନ୍ତରର ଆତୁର ଭାଷାରେ,ଜ୍ୟୋତିଧର ହରି, ରଖ ଏ ସଙ୍କଟୁ ବାରେ ।ଦେଖାଅ ତୁମ୍ଭର ଜ୍ୟୋତି ଦୟା ବହି ଘାତେ,ବାହି ନେବି ନାଆ ମୋର ତୁମ୍ଭ ପଦପ୍ରାନ୍ତେ ।ତୁମ୍ଭ ବିନା ମୋର ଆଉ କିଏ ଅଛି ସାହା,ଅକୂଳ ସାଗରଗର୍ଭେ ଦେଖାଇବ ରାହା ।ଅନନ୍ତ ତୁମ୍ଭର ଦୟା ହେ ଅନନ୍ତଯଶା,ଏହା ହିଁ ପ୍ରାଣରେ ମୋର ସାନ୍ତ୍ୱନା, ଭରସା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ