ହରିବଂଶ ସପ୍ତମ ଖଣ୍ଡ
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୮
ସମ୍ପୂର୍ଣ୍ଣ ସୂଚୀପତ୍ର
କୃଷ୍ଣଙ୍କର ଗୋପିକାଙ୍କ ରହସ୍ୟ ଦ୍ୱାରକାରେ ସ୍ଥାପନ ଓ ଅଷ୍ଟ ପାଟବଂଶୀଙ୍କୁ ମାୟା ପ୍ରଦର୍ଶନ
ଏଥୁ ଅନନ୍ତରେ ପୁଣି ପରୀକ୍ଷ ରାଜନଶୁକମୁନି ଚରଣରେ ପ୍ରଣାମ କରିଣ ।ବୋଇଲେ ସଂକ୍ଷେପି କହ ମୋତେ ମୁନିବରତହିଁପରେ କିସ କଲେ ପ୍ରଭୁ ଶିରୀଧର ।ରାଜାଙ୍କ ବିନୟ ବାକ୍ୟେ ହୋଇ ଅତି ଭୋଳପୋଥି ଫେଡ଼ିଣ କହିଲେ ବ୍ୟାସଙ୍କ ଦୁଲାଳ ।ଏଥୁଅନ୍ତରେ ରୁକ୍ମଣୀ ଆଉ ସତ୍ୟଭାମାଗୋବିନ୍ଦ ପାଦେ ନମିଲେ ହୋଇ ହର୍ଷମନା ।ଆବର କନ୍ୟାଏ ସର୍ବେ ଓଳଗି ହୋଇଲେଉଠ ଉଠ ବୋଲି କୃଷ୍ଣ ହସ୍ତ ଠାରିଦେଲେ ।ରୁକ୍ମିଣୀ ସତ୍ୟଭାମାକୁ ହସ୍ତରେ ତୋଳନ୍ତିତାହାଙ୍କୁ ଆଶ୍ୱାସ କରି ପାଖରେ ବସାନ୍ତି ।କୃଷ୍ଣ କହିଲେ କିପାଇଁ କରୁଛ ବିନୟସେଥିର କାରଣ ବୋଲ ହୋଇଣ ନିର୍ଭୟ ।ସତ୍ୟଭାମା ରୁକ୍ମିଣୀ ଯେ ବୋଲନ୍ତି ବଚନକଥାଏ କହିବୁ ଆମ୍ଭେ ଶୁଣ ନାରାୟଣ ।ଷୋଳସସ୍ର ଗୋପାଳୁଣୀ ରାଧିକା ସହିତେଏହାଙ୍କ ସ୍ୱରୂପ ପ୍ରଭୁ କହିଲଟି ଯେତେ ।ଥରେ ଯଦ୍ୟପି ତାହାଙ୍କୁ ଦେଖାଇଣ ଦେବତେବେ ଆମ୍ଭ ହୃଦୟରୁ ସନ୍ଦେହ ଫିଟିବ ।ଏ କଥା ଶୁଣି ଗୋବିନ୍ଦ ଅଳପ ହସିଲେବିମ୍ବାଧରେ ମୃଦୁ ମୃଦୁ ବଚନ ଭାଷିଲେ ।ତାଙ୍କୁ ଆଣି ଦେଖାଇବୁ ତୁମ୍ଭଙ୍କୁ ଏଠାରେଏମନ୍ତ କହିଣ ମନ ମୋହିଲେ ମାୟାରେ ।ଏହିପରି ଚାଲିଗଲା ତହୁଁ କେତେ ଦିନକୃଷ୍ଣଙ୍କର ପୁତ୍ର ନାତି ହେଲେ ବର୍ଦ୍ଧମାନ ।କିଛି ଦିନାନ୍ତେ ରୂକ୍ମିଣୀ ସତ୍ୟଭାମା ଦୁଇବୋଇଲେ କଥାଏ ଶୁଣ ଆହେ ପ୍ରାଣସାଇଁ ।ଯାହା ଆମ୍ଭେ କହିଥିଲୁଁ ତାହା କି ଭୁଲିଲରାଧାଙ୍କୁ ଆଣିବା କଥା ମନୁ ପାସୋରିଲ ।ଗୋବିନ୍ଦ ବୋଇଲେ ଆମ୍ଭେ କିଛି ଦିନାନ୍ତରେତାହାଙ୍କୁ ଆଣିବୁ ଏଥେ ଯାଇ ଧାତିକାରେ ।ରୁକ୍ମଣୀକି ପ୍ରବୋଧିଣ ପ୍ରଭୁ ନାରାୟଣମନେ ମନେ ବିଚାରନ୍ତି ଦୁଃଖିତ ହୋଇଣ ।ଗୋପୀଙ୍କି ଛାଡ଼ି ଅଇଲୁ ହେଲା ଏତେ ଦିନବିକଳ ସେ ହେଉଥିବେ ବସି ରାତିଦିନ ।ନନ୍ଦ ଯଶୋଦାଙ୍କ ଦୁଃଖ କହିଲେ ନ ସରେଆମ୍ଭଙ୍କୁ ସେ ପାଳିଥିଲେ କେତେ ଯତନରେ ।ବୃଦ୍ଧକାଳେ ତାଙ୍କୁ ଆମ୍ଭେ ପାଳିବା ଉଚିତନୋହିଲେ ଆମ୍ଭର ଧର୍ମ ହାନି ହୋଇବ ତ ।ଏମନ୍ତ ବିଚାର କରି ପ୍ରଭୁ ଭଗବାନଗୋପପୁରେ ଯିବାପାଇଁ ବଳାଇଲେ ମନ ।ଜ୍ୟେଷ୍ଠ ଶୁକଳ ଦଶମୀ ତିଥି ଗୁରୁବାରସ୍ୱାତୀ ନାମରେ ନକ୍ଷତ୍ର ଅଟେ ସେ ଦିନର ।ଶୋଭନ ଯୋଗ ଅଟଇ ବାଳବ କରଣସେହି ଅମୃତ ଯୋଗରେ ପ୍ରଭୁ ନାରାୟଣ ।ଗରୁଡ଼କୁ ସୁମରଣା କଲେ ଦୟାମୟଆସିଣ ଛାମୂରେ ଉଭା ହେଲା ବୈନତେୟ ।ମସ୍ତକରେ ହସ୍ତ ଦେଇ ବୋଲେ ପକ୍ଷୀରାଣକିମର୍ଥେ ସ୍ମରଣ ମୋତେ କଲ ନାରାୟଣ ।ଗୋବିନ୍ଦ ବୋଇଲେ ତୁହି ଶୁଣ ଖଗବରପିଠିରେ ବସାଇ ମୋତେ ନେବୁ ଖଣ୍ଡେଦୂର ।ସୁଦିବ୍ୟ ବେଶ ହୋଇଲେ ଦେବ ଜଗନ୍ନାଥଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରି ହସ୍ତ ।କର୍ଣ୍ଣରେ କୁଣ୍ଡଳ ଶିରେ ନାନା ପୁଷ୍ପ ଚୂଳମସ୍ତକେ ମୁକୁଟ କଣ୍ଠେ ଶୋହେ ବନମାଳ ।ବାହୁଟି କଙ୍କଣ ମୁଦି ରତ୍ନ ଓଢ଼ିଆଣିଦେବାଙ୍ଗ ବସନ ପିନ୍ଧ ପ୍ରଭୁ ଚକ୍ରପାଣି ।ଦିବ୍ୟ ବେଶେ ଗରୁଡ଼ର ପିଠିରେ ବସିଲେନଗର ଭ୍ରମଣ ପାଇଁ ବିଜେ କରିଗଲେ ।କୁଶସ୍ଥଳୀ ଦ୍ୱାରକାରେ ଭ୍ରମିଣ ଗୋସାଇଁସମୁଦ୍ର କୂଳେ ମିଳିଲେ ତତକ୍ଷଣେ ଯାଇ ।ବରୁଣକୁ ସୁମରଣା କଲେ ଦାମୋଦରଛାମୁରେ ପ୍ରବେଶ ହେଲା ଆସି ରତ୍ନାକର ।ପାଦରେ ପଡ଼ିଣ ସେହି ଶିରେ କର ଦେଲାଅନେକ ପ୍ରକାରେ ସ୍ତୁତିବଚନ ବୋଇଲା ।ଗୋବିନ୍ଦ ତାକୁ ବୋଇଲେ ଆହୋ ରତ୍ନାକରଆମ୍ଭର ବଚନ ତୁମ୍ଭେ ଶୁଣ ନିରାଧାର ।ସସ୍ରେ ଯୋଜନ ଦ୍ୱାରିକା ପାଖୁଁ ଛାଡ଼ିଯିବଆମ୍ଭର ବଚନ ତୁମ୍ଭେ ନିଶ୍ଚୟ ପାଳିବ ।ତହିଁ ରହିବେ ଆମ୍ଭର ପିତା ମାତା ବେନିଆବର ଗୋପପୁରର ଯେତେ ଗୋପାଳୁଣୀ ।ଦ୍ୱିତୀୟ ଦ୍ୱାରକା ସେହୁ ହୋଇବ ଆମ୍ଭରତହିଁରେ ରାଜା ହୋଇବେ ନନ୍ଦ ନୃପବର ।ବରୁଣ ବୋଇଲା ଦେବ ଆଜ୍ଞା ପରମାଣେସହସ୍ର ଯୁଣ ପର୍ଯ୍ୟନ୍ତ ଛାଡ଼ିବି ଏକ୍ଷଣେ ।ଏତେ କହି ପ୍ରଭୁ ତହୁଁ ବାହାର ହୋଇଲେବିଶ୍ୱକର୍ମାକୁ ମନରେ ସୁମରଣା କଲେ ।ସୁମରନ୍ତେ ବିଶ୍ୱକର୍ମା ଜାଣି ତା ପାରିଲାତତକ୍ଷଣେ ଆସି ପ୍ରଭୁ ଛାମୁରେ ମିଳିଲା ।ନମସ୍କାର କରିଣ ସେ କହଇ ବଚନକି ନିମନ୍ତେ ସୁମରଣା କଲ ନାରାୟଣ ।କି ନିମନ୍ତେ ଚିତ୍ତେ ମୋତେ ସୁମରିଲ ହରିସେ କଥାଗୋଟିକ ମୋତେ କହିବା ବିସ୍ତାରି ।ବିଶ୍ୱକର୍ମାର ବଚନ ଗୋବିନ୍ଦ ଶୁଣିଲେବିମ୍ବାଧରେ ମନ୍ଦହାସ କରିଣ କହିଲେ ।ବରୁଣ ଦେବତା ଆମ୍ଭ ଆଜ୍ଞା ମାନିକରିସହସ୍ରେ ଯୋଜନ ଭୂମି ଗଲା ଛାଡ଼ିକରି ।ତୁ ଏବେ ସେ ଭୂମି ପରେ ପୁରେକ ନିର୍ମାଣସମାନ ହୋଇବ ଯେହ୍ନେ ଗୋପତୁଲେ ଜାଣ ।ପୂର୍ବରୁ ତ ଗୋପନଗ୍ର ଦେଖିଅଛୁ ତୁହିଏବେ ନଗ୍ରେ କର ଯାଇଁ ସେହିରୂପେ ତହିଁ ।ଆବର ତୁ ଶୁଣ ଆମ୍ଭ କହିବାର ଗୀରଯେମନ୍ତ ପ୍ରକାରେ ହେବ ତହିଁର ପ୍ରକାର ।ନନ୍ଦ ଯଶୋଦାଙ୍କ ପାଇଁ ହେବ ଯେଉଁ ପୁରଗତୁଁ ଶତେ ଗୁଣରେ ସେ ଦିଶିବ ସୁନ୍ଦର ।ଷୋଳସସ୍ର ଗୋପୀଙ୍କର ଗୋଟିଏ ଗୋଟିଏବିଚିତ୍ର ମନ୍ଦିର ଦିଶୁଥିବ ତେଜୋମୟେ ।ସେମାନେ ଅଟନ୍ତି ଆମ୍ଭ ପ୍ରାଣର ସଙ୍ଗାତବାଳକାଳେ ଆମ୍ଭ ସଙ୍ଗେ ହୋଇଥିଲେ ମତ ।ତାହାଙ୍କର ଗୁଣମାନ ମୂରୁଛି ନୁହଇସର୍ବଦା ଆମ୍ଭର ସେବା କରୁଥାନ୍ତି ସେହି ।ଏବେ ତାଙ୍କୁ ଆଣି ଆମ୍ଭେ ସନ୍ନିଧେ ରଖିବୁଦେହ ଛାଡ଼ିଗଲା ବେଳେ ବୈକୁଣ୍ଠକୁ ନେବୁ ।ପ୍ରାଣାଧିକ କରି ମୋତେ ପାଳିଥିଲେ ନନ୍ଦନିରନ୍ତର ସୁମରନ୍ତି ଶ୍ରୀରାମ ଗୋବିନ୍ଦ ।ମୋହର ନାମଗୋଟି ନ ପାସୋରନ୍ତି ଦଣ୍ଡେଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବୋଲି ଉଚ୍ଚାରନ୍ତି ତୁଣ୍ଡେ ।ରାତ୍ରକ ଭିତରେ ତୁ ଯେ ନଗ୍ର ଭିଆଇବୁନିର୍ମାଣ କରିଣ ତହୁଁ ବେଗେ ଚଳିଯିବୁ ।ଶୁଣ ହୋ ପରୀକ୍ଷ ରାଜା ପୁଣ୍ୟତମ ଦେହୀଦ୍ୱାରକାକୁ ଚଳିଗଲେ କୃଷ୍ଣ ଏତେ କହି ।ବରୁଣ ନୃପତି କୃଷ୍ଣ ଆଜ୍ଞା ଶିରେ ଧରିସହସ୍ରେ ଯୋଜନ ଯାଏ ଗଲା ଅପସରି ।ସେହି ରାତ୍ରେ ବିଶ୍ୱକର୍ମା ସେଠାକୁ ଅଇଲାପୂର୍ବରୁ ସେ ପ୍ରଭୁଙ୍କର ଆଜ୍ଞା ପାଇଥିଲା ।ଯେଉଁରୂପେ ଆଜ୍ଞା ଦେଇଥିଲେ ଭାବଗ୍ରାହୀସେହିରୂପେ ବିଶ୍ୱକର୍ମା ନଗର ଭିଆଇ ।ନନ୍ଦରାଜା ପାଇଁ କଲା ବିଚିତ୍ର ନଗରନାନାଚିତ୍ର ପରିବନ୍ଧେ ଦିଶେ ମନୋହର ।ଷୋଳସସ୍ର ପୁର ବିଶ୍ୱକର୍ମା ନିର୍ମାଣିଲାଗୋପପୁର ନଗରହୁଁ ସୁନ୍ଦର ଦିଶିଲା ।ଚନ୍ଦ୍ରସେଣାର ନଗର ସେରୂପେ ତୋଳାଇରାତ୍ର ପାହୁଁ ବିଶ୍ୱକର୍ମା ଅନ୍ତର୍ଦ୍ଧାନ ହୋଇ ।ନିଶି ପ୍ରଭାତ ହୁଅନ୍ତେ ଗୋବିନ୍ଦ ଉଠିଲେନିତ୍ୟନୈମିତ୍ତିକ କର୍ମ ସମସ୍ତ ସାରିଲେ ।ବିଚିତ୍ର ବେଶ ଧାରଣ କରି ଚକ୍ରଧରଗରୁଡ଼ ପୃଷ୍ଠରେ ବସି ଚଳିଲେ ସତ୍ୱର ।ନବଦ୍ୱାରକାପୁରରେ ମିଳିଲେକ ଯାଇଁବୁଲିଣ ସବୁ ଦେଖିଲେ କମଳାର ସାଇଁ ।ପୁର ସକଳ ଦେଖିଣ ସନ୍ତୋଷ ଲଭିଲେକୃଷ୍ଣ ବିଶ୍ୱକର୍ମାକୁ ବହୁତ ପ୍ରଶଂସିଲେ ।ରହସ୍ୟ ଦ୍ୱାରକା ବୋଲି ନାମ ଦେଇ ତାରପୁଣି ଆସି ନିଜପୁରେ ମିଳିଲେ ସତ୍ୱର ।ବଳଦେବ ପ୍ରଭୁଙ୍କୁ ଏ କଥା ଜଣା ନାହିଁଉଗ୍ରସେନ ନୃପ ଅବା ଜାଣିବ ତା କାହିଁ ।ମାୟାଦର ପୁରୁଷ ଯା କରିଛି ଭିଆଣଅନ୍ୟ କିଏ ଜାଣିବ ତା ମନୁଷ୍ୟ ହୋଇଣ ।ଖଗେଶ୍ୱରକୁ ମେଲାଣି ଦେଇ ହୃଷୀକେଶଅନ୍ତଃପୁର ମଧ୍ୟେ ଯାଇ ହୋଇଲେ ପ୍ରବେଶ ।ରୁକ୍ମଣୀ ସ୍ୟଭାମା ଯେ ମିଳିଲେ ସନ୍ନିଧେଭକ୍ତିଭରେ ନମସ୍କାର କଲେ କୃଷ୍ଣପାଦେ ।ଗଙ୍ଗାଜଳରେ ତାଙ୍କର ପାଦ ଧୋଇଦେଲେପାଦର ଉଦକ ନେଇ ଗର୍ଭକୁ କ୍ଷେପିଲେ ।ଝୀନ ବସନେ ତାଙ୍କର ପୋଛିଲେ ଚରଣରତ୍ନ ଖଟେ ବିଜେ କଲେ ପ୍ରଭୁ ନାରାୟଣ ।ଷଡ଼ରସର ମଣୋହି କଲେକ ଶ୍ରୀହରିପାକ କରିଥିଲେ ଶକ୍ରାଜିତର କୁମାରୀ ।ଭୋଜନ ସାରିଣ ପ୍ରଭୁ ଆଚମନ କଲେକର୍ପୂରପାନ ରୁକ୍ମିଣୀଦେବୀ ନେଇ ଦେଲେ ।ଭୁଞ୍ଜିଣ ସନ୍ତୋଷ ହେଲେ ପ୍ରଭୁ ଜନାର୍ଦ୍ଦନରତନ ସିଂହାସନରେ ବସିଲେ ଆପଣ ।ବେନିପାର୍ଶ୍ୱେ ବସି ଖଟିଲେକ ବେନି ନାରୀସତ୍ୟଭାମା ଯେ ବିଞ୍ଚନ୍ତି ବିଞ୍ଚଣିକ ଧରି ।ଶ୍ରୀକୃଷ୍ଣ ମନ ମଧ୍ୟେ ହର୍ଷ ଜନ୍ମାଇଲେନାନା କଥାମାନ କୃଷ୍ଣ ତାହାଙ୍କୁ କହିଲେ ।ଏମନ୍ତ ସମୟେ ପୁଣି ରୁକ୍ମିଣୀ ବୋଇଲେକଥା ଏକ ମନେ ମୋର ପଡ଼ିଲା ଏକାଳେ ।ସେହିକଥା ଗୁପ୍ତକରି ରଖିଲ ଶ୍ରୀହରିସ୍ତିରୀ ଜନ୍ମ ଯୋଗେ ଆମ୍ଭେ ପକାଉଁ ପାସୋରି ।ତୁମ୍ଭେ ଯେ ବୋଇଲ ରାଧିକାକୁ ହେଲ ବିଭାଚନ୍ଦ୍ରସେଣା ତାହାଙ୍କୁ କେମନ୍ତେ ହେଲା ବିଭା ।ସେହି କଥା ଆମ୍ଭମାନେ ପଡ଼ିଲା ଗୋସାଇଁପ୍ରସନ୍ନ ଚିତ୍ତେ ଆମ୍ଭଙ୍କୁ କହ ଭାବଗ୍ରାହୀ ।ମନ ପ୍ରକୃତିରେ ହରି ସେ କଥା ବାଣ୍ଟିଲେମନେ ମନେ ରୁକ୍ମିଣୀକି ବହୁ ପ୍ରଶଂସିଲେ ।ସନ୍ତୋଷରେ ତାହାଙ୍କୁ ଯେ ଭଣି ନାରାୟଣସାବଧାନେ ଶୁଣ ତୁମ୍ଭେ ଏଥିର ବିଧାନ ।ବୃଷଭାନୁ ମନ୍ଦିରେ ରାଧିକା ଦେବୀ ଥିଲେକିଛିଦିନ ଅନ୍ତେ ବାଳଭାବ ତ୍ୟାଗ କଲେ ।ଯୌବନ କାଳ ପ୍ରବେଶ ହୋଇଲାକ ଯହୁଁବର ପାଇଁ ବିଚାର କଲେକ ନୃପରାହୁ ।ଚତୁର୍ଦ୍ଦିଗେ ବର ଖୋଜି ନ ପାଇଲେ କାହିଁଦଇବ ପୁରୁଷ ଯାହା ଅଛଇ ଘଟାଇ ।ସେହି କଥାମାନ କିଏ କରିବ ଅନ୍ୟଥାଗୋପରେ ଖୋଜିଲା ବୃଷଭାନୁ ମହାଜ୍ଞତା ।ଚନ୍ଦ୍ରସେଣାଙ୍କର ପିତା ଅଟଇ ସୁଷେଣତାଙ୍କ ସହିତେ ସମ୍ବନ୍ଧ କଲାକ ଘଟନ ।ବରପଣରେ ତାହାକୁ ବରି ମହାରାୟେଶୁଭଲଗ୍ନରେ ନେଇଣ ବିବାହ କରାଏ ।ନାନାବିଧ ପରକାରେ ଯଉତୁକ ଦେଲାଦୁହିତାଟିକି ତାହାର ହସ୍ତେ ସମର୍ପିଲା ।ଦୈବଯୋଗେ ଚନ୍ଦ୍ରସେଣା ଅଟେ ନପୁଂସକତହିଁକି ଦୈବ ଘଟଣା କରିଅଛି ଦେଖ ।କନ୍ୟା ଘେନି ଚନ୍ଦ୍ରସେଣା ଗଲା ନିଜ ଆଳଏ ପ୍ରକାରେ ବହିଗଲା କେତେହେଁକ କାଳ ।ନପୁଂସକ ଲକ୍ଷଣେ ସେ ନେଉଥାଇ ଦିନରାଧା ଅଙ୍ଗ ଛୁଇଁବାକୁ ନୁହଇ ଭାଜନ ।ଏମନ୍ତେ ଚନ୍ଦ୍ରସେଣାର ଅଟଇ ବନିତାମଉଳାଣୀ ଅଟେ ମୋର ବୃଷଭାନୁସୁତା ।ଯାହା ପଚାରିଲ ଆମ୍ଭେ କହିଲୁ ଫିଟାଇଯେଣୁକରି ପଞ୍ଚଭୂତ ମୋର ତୁମ୍ଭେ ସହି ।ଶୁଣିଣ ରୁକ୍ମିଣୀ ହେଲେ ଆନନ୍ଦ ଅପାରବୋଲନ୍ତି ଦୟାର ନିଧି ଅଟ ଦାମୋଦର ।ଯଦ୍ୟପି ସେ ରାଧିକାକୁ ଆଣି ଦେଖାଇବତେବେ ଆମ୍ଭର ମନର ଅପ୍ରତ୍ୟୟ ଯିବ ।ଗୋବିନ୍ଦ ବୋଇଲେ ଶୁଣ ଆଗୋ ପ୍ରାଣସହିନିଶ୍ଚେଁ ଦେଖାଇବୁ ଆଣି ଭ୍ରାନ୍ତ ଏଥେ ନାହିଁ ।ଏମନ୍ତ ପ୍ରବୋଧ ବାକ୍ୟ କହି ନାରାୟଣହୃଦ ମଧ୍ୟରେ ବିଚାର କରନ୍ତି ଆପଣ ।ଏ ଦ୍ୱାପରଯୁଗ ଶେଷ ହୋଇଲାକ ଆସିବୈକୁଣ୍ଠକୁ ଯିବା କିପାଁ ଏଥେ ଥିବା ବସି ।ଏମନ୍ତ ବିଚାର ମନେ କରି ଭାବଗ୍ରାହୀରଜନୀ ପ୍ରଭାତ ହ୍ୱନ୍ତେ ନିଦ୍ରାଭଗ୍ନ ହୋଇ ।ଗଙ୍ଗାଜଳ ଘେନି କୃଷ୍ଣ ମୁଖ ପଖାଳିଲେଦନ୍ତ ଧାବନାଦି କାର୍ଯ୍ୟ ବେଗେଣ ସାରିଲେ ।ସ୍ନାନ ନିତ୍ୟକର୍ମ ଆଦି ସାରି ଦାମୋଦରଉଦ୍ଧବ ଅକ୍ରୂରକୁ ସେ ରାଇଲେ ସତ୍ୱର ।ଗୋପନରେ ତାଙ୍କ ସଙ୍ଗେ କରନ୍ତି ବିଚାରଏହି କଥା ନ କହିବ କାହାରି ଆଗର ।ରତ ସଜ କରି ଆଣ ଯିବା ଗୋପଯାଏଆମ୍ଭ ବିହୁନେ ବିକଳ ହ୍ୱନ୍ତି ଗୋପପୋଏ ।ନନ୍ଦ ଯଶୋଦା ବିକଳ କହୁ ନ ସରଇଗୋପୀମାନେ ମୋତେ ମୂର୍ଚ୍ଛି ପାରିବେ ବା କାହିଁ ।ଚାଲ ଚାଲ ବେଗ ହୋଇ ତାହାଙ୍କୁ ଆଣିବାତେବେ ସିନା ତାହାଙ୍କର ମନକୁ ରଞ୍ଜିବା ।ଅକ୍ରୂର ବୋଲଇ ଶିରେ ଯୋଡ଼ି ବେନିକରତୁମ୍ଭଙ୍କୁ ଆଣିଲି ତହୁଁ ବସାଇ ରଥର ।ଆଉବେଳେ ଗୋପପୁରେ ଲେଉଟି ନ ଗଲତେଣୁକରି ଦୁଃଖେ ଛନ୍ତି ଗୋପୀ ଯେ ଗୋପାଳ ।ଗୋପୀମାନେ ମୋ ଉପରେ ହୋଇଛନ୍ତି କ୍ରୂଦ୍ଧଗୋପକୁ ମୁଁ ଗଲେ ନିଶ୍ଚେ କରିବେ ସେ ଦ୍ୱନ୍ଦ୍ୱ ।ଏଥିପାଇଁ ଭୟ ଜାତ ହୁଅଇ ମୋହରକରୁଣା ସାଗର ମୋତେ କହିବା ବିଚାର ।ଗୋବି ବୋଇଲେ କିପାଁ କରୁଅଛ ଭୟଆମ୍ଭସଙ୍ଗେ ଥିଲେ ଗୋପୀ ହୋଇବେ ସଦୟ ।ଏତେ କହି ଅକ୍ରୂରକୁ ପ୍ରବୋଧନା କରିବୋଇଲେ ପ୍ରଭାତୁ କାଲି ଯିବା ଗୋପପୁରୀ ।ଅକ୍ରୂର ଉଦ୍ଧବ ଶୁଣି ନିଜପୁରେ ଗଲେଅନ୍ତଃପୁର ଭୁବନକୁ କୃଷ୍ଣ ବିଜେ କଲେ ।ଏହା ଶୁଣି ବିସ୍ମୟରେ ପରୀକ୍ଷ ନୃପତିଶୁକ ପାଦେ ପୂଜାକରି ପୁଣି ପଚାରନ୍ତି ।ଚନ୍ଦ୍ରସେଣା ବିଭାକଥା କହିଲ ଗୋସାଇଁତାହା ଶୁଣି ମୋ ମନରେ ସନ୍ଦେହ ହୁଅଇ ।କହୁ କହୁ କଥା ମଧ୍ୟେ ରଖିଦେଲ ସନ୍ଧିତେଣୁ କରି ମନ ମୋର ହେଉଅଛି ଧନ୍ଦି ।ତୁମ୍ଭେତ କହିଲ ରାଧା ଲକ୍ଷ୍ମୀ ଅଂଶେ ଜାତକେମନ୍ତେ ବିଭା ହୋଇଲା ସୁଷେଣର ସୁତ ।ଚନ୍ଦ୍ରସେଣା ପୂର୍ବରେ କି ତପ କରିଥିଲାସେ ଦେବୀ କମଳା ତାର ଭାରିଯା ହୋଇଲା ।ଏହା ଅସମ୍ଭବ ମୋତେ ଲାଗିଲା ଗୋସାଇଁଏଣୁକରି ମୁଁ ତୁମ୍ଭର ଚରଣେ ପୁଛଇ ।ତୁମ୍ଭେ ସର୍ବଜ୍ଞ ପୁରୁଷ ଅଟ ମୁନିବରଚନ୍ଦ୍ରସେଣା ପୂର୍ବ ବାର୍ତ୍ତା କହ ମୋ ଆଗର ।ପରୀକ୍ଷରାଜା ମୁଖରୁ ଏସନକ ଶୁଣିଟହ ଟହ ହୋଇ ହସିଲେ ସେ ମୁନିମଣି ।ବୋଇଲେ ରାଜା ତୁ ଅଟୁ ବଡ଼ ଭାଗ୍ୟବାନତେଣୁକରି ପଚାରିଲୁ ଏହି କଥାମାନ ।ଏକମନ ହୋଇ ଶୁଣ ଆହେ ନୃପବରଚନ୍ଦ୍ରସେଣା ପୂର୍ବଜନ୍ମ କଥାର ଉତ୍ତର ।କରପତ୍ର ଯୋଡ଼ି ରାଜା ବସିଲା ଛାମୁରେବାରମ୍ବାର ନମଇ ସେ ମୁନିଙ୍କ ପୟରେ ।ପୁରାଣ ପୁସ୍ତକ ତହୁଁ ଫେଡ଼ି ମୁନିବରଧୀରେ ଧୀରେ କହନ୍ତି ସେ ରାଜାଙ୍କ ଆଗର ।ପବିତ୍ର ପୁରାଣ ଏହୁ କୃଷ୍ଣଲୀଳା ରସସାବଧାନ ହୋଇ ଶୁଣ ଅଭିମନ୍ୟୁ ଶିଷ୍ୟ ।ତ୍ରେତାଯୁଗ ଭୋଗ କାଳେ ରାମ ଅବତାରେନରରୂପେ ବିଷ୍ଣୁ ଜନମିଲେ ମଞ୍ଚପୁରେ ।ମାୟାରେ ମନୁଷ୍ୟରୂପ ଧରି ଦଇତ୍ୟାରିଦଶରଥ ରାଜାଙ୍କର ଘରେ ଅବତାରି ।ପିତାଙ୍କର ବଚନେ ସେ ବନବାସ କଲେଦାଣ୍ଡକାରଣ୍ୟରେ ଯାଇ ମଢ଼ିଆ ବାନ୍ଧିଲେ ।ଥୋକାଏକ ଦିନ ତହିଁ ବାସ କରି ହରିଉଦର ପୋଷିଲେ କନ୍ଦମୂଳ ଫଳ ଖାଇ ।ଜାନକୀ ଲକ୍ଷ୍ମଣକୁ ସେ ସଙ୍ଗରେ ଘେନିଣଅତି ଦୁଃଖେ ବଞ୍ଚି କଲେ ସମୟ ଯାପନ ।କିଛିଦିନେ ସୂର୍ପଣଖା ନାମରେ ରାକ୍ଷସୀଗୋଦାବରୀ ଜଳେ ସ୍ନାନ କରୁଥିଲା ଆସି ।ମନୁଷ୍ୟ ପାଦର ତହିଁ ସଙ୍କେତ ଦେଖିଲାପଥ ହେଜି ରାମଙ୍କର ଆଶ୍ରମେ ମିଳିଲା ।ରାବଣର ଭଗ୍ନୀ ସେହି ଅଟେ ସୂର୍ପଣଖାଦେବ ଯକ୍ଷ ଗନ୍ଧର୍ବଙ୍କୁ ନ କରଇ ଶଙ୍କା ।ଶ୍ରୀରାମଙ୍କ ମୁଖ ଦେଖି କାମେ ହେଲା ମୋହିଲକ୍ଷ୍ମର ଛେଦିଲେ ତାର ନାସା କର୍ଣ୍ଣ ଦୁଇ ।ତେଣୁ ଘୋର ଧ୍ୱନି କରି ଭୟେ ପଳାଇଲାରାବଣ ଆଗରେ ମିଳି ସମସ୍ତ କହିଲା ।ସୀତା ରୂପ ଗୁଣ ଶୁଣି ଦୁଷ୍ଟ ଦଶାନନଲଙ୍କାରୁ ଅଇଲା ଚଢ଼ି ପୁଷ୍ପକ ବିମାନ ।ଆସୁ ଆସୁ ମାରୀଚକୁ ବାଟରେ ଭେଟିଲାମାୟାରେ ସୁବର୍ଣ୍ଣ ମୃଗ କରି ତାକୁ ନେଲା ।ସେହି ମାୟା ମୃଗ ଗୋଟି ସୀତା ଦୃଷ୍ଟିପଥେଛାଡ଼ି ଦେଇ ଦଶାନନ ଲୁଚିଲା ବନସ୍ତେ ।ଅପୂର୍ବ କୁରଙ୍ଗ ଯହୁଁ ଜାନକୀ ଦେଖିଲେଧରି ଆଣି ଦିଅ ବୋଲି ରାମଙ୍କୁ ମାଗିଲେ ।ସୀତାବାକ୍ୟେ ବେନି ଭାଇ ଗଲେ ମୃଗ ମାରିକପଟ ବେଶେ ରାବଣ ସୀତା ନେଲା ହରି ।ମୃଗ ମାରି ବାହୁଡ଼ନ୍ତେ ଶ୍ରୀରାମ ଲକ୍ଷ୍ମଣସୀତାଙ୍କୁ ନ ଦେଖି ଶୋକ କଲେ ରଘୁରାଣ ।ବନଯାକ ଖୋଜି ଖୋଜି ଦୁଇଭାଇ ଗଲେଋଷ୍ୟମୂକ ପର୍ବତରେ ହନୁକୁ ଭେଟିଲେ ।ସୁଗ୍ରୀବ ସଙ୍ଗେ ମିତ୍ରତା କଲେ ରଘୁରାଣବାଣ ମାରି ବାଳିବୀରେ କଲେକ ନିଧନ ।ସୁଗ୍ରୀବକୁ କିଷ୍କିନ୍ଧ୍ୟାରେ ନୃପତି କରାଇଚତୁର୍ମାସ୍ୟା କଟାଇଲେ ମାଲ୍ୟବନ୍ତେ ରହି ।ସୁଗ୍ରୀବ ସଇନ୍ୟ ଘେନି ରାମଙ୍କୁ ଭେଟିଲେସୀତା ପାଇଁ ଚାରିଦିଗେ ଦୂତ ବରଗିଲେ ।ଖୋଜିବାର ନିମନ୍ତେ ସେ ତାଙ୍କୁ ଆଜ୍ଞାଦେଲେତିନିଦିଗୁଁ ଦୁତମାନେ ବାହୁଡ଼ି ଅଇଲେ ।ଦକ୍ଷିଣ ଦିଗକୁ ଯାଇଥିଲା ହନୁମାନଅବହେଳେ କରିଣ ସେ ସମୁଦ୍ର ଲଙ୍ଘନ ।ଦୁର୍ଜ୍ଜୟ ଲଙ୍କା ଗଡ଼ରେ ନିର୍ଭୟେ ବୁଲିଲାଅଶୋକ ବନରେ ପଶି ସୀତା ଠାବ କଲା ।ସୀତା ରୂପ ଦେଖି ମନେ ବିଚାରଇ ହନୁକିପରି ତେଜିଲେ ୟାଙ୍କୁ ଦଶରଥ ସୂନୁ ।ଏ ଯାହାକୁ ଭାର୍ଯ୍ୟା ହୋଇ ଦେବ ଅନ୍ନ ଜଳସଂସାର ମଧ୍ୟେ ତା ଜନ୍ମ ହୋଇବ ସଫଳ ।ଏମନ୍ତ ବିଚାର ଯହୁଁ ହନୁ ମନେ କଲାଅନ୍ତର୍ଯ୍ୟାମୀ ରାମଙ୍କୁ ତା ଗୋଚର ହୋଇଲା ।ସମୁଦ୍ରରେ ସେତୁ ବନ୍ଧ ବାନ୍ଧି ରଘୁସାଇଁସବଂଶରେ ରାବଣକୁ ବଧ କଲେ ଯାଇ ।ରାବଣର ସାନଭାଇ ନାମ ବିଭୀଷଣସେ ଆସି ରାମଙ୍କ ପାଦେ ପଶିଲା ଶରଣ ।ତେଣୁ ତାଙ୍କୁ ଲଙ୍କାଗଡ଼େ ରାଜା କରାଇଲେସୀତାଙ୍କୁ ଘେନିଣ ରାମ ଅଯୋଧ୍ୟାକୁ ଗଲେ ।ଅଯୋଧ୍ୟା ରାଜ୍ୟରେ ସେହି ଦଶରଥ ପୁତ୍ରଅଭିଷିକ୍ତ ହୋଇ ଶିରେ ଟେକାଇଲେ ଛତ୍ର ।ଅଭିଷେକ ଅନ୍ତେ କପିବୀରଙ୍କୁ ଡକାଇଗଉରବ କଲେ ଶାଢ଼ୀ ସୁନା ବଳା ଦେଇ ।ଗୋପନେ ହନୁମନ୍ତଙ୍କୁ ହକାରିଲେ ପାଶଗୁପତ ଭାବେ କହନ୍ତି କରିଣ ବିଶ୍ୱାସ ।ଶ୍ରୀରାମ ବୋଲନ୍ତି ଶୁଣ ଆହେ ମହାବୀରଅଶୋକ ବନକୁ ଯାଇ କଲୁ ଯା ବିଚାର ।ସେହି ଅଶୋକ ବନରେ ସୀତା ରୂପ ଦେଖିଯାହା ବିଚାରିଲୁ ଶୁଣ ପବନର ବତ୍ସି ।ବୋଇଲୁ ଏ ସ୍ତିରୀ ଅନ୍ନ ଜଳ ଯାକୁ ଦେବପୃଥ୍ୱୀରେ ତାର ଜୀବନ ସାର୍ଥକ ହୋଇବ ।ଧନ୍ୟ ଧନ୍ୟ ରାମଚନ୍ଦ୍ର ମହିମା ତୋହରଏ କଥା ମନ ମଧ୍ୟରେ କଲୁ ତୁ ବିଚାର ।ତାହା ଶୁଣି ହନୁମନ୍ତ ଚକିତ ହୋଇଲାହୃଦପଦ୍ମର ମଧ୍ୟରେ ମହାଭୟ କଲା ।ଅନ୍ତର୍ଯ୍ୟାମୀ ନାଥ ଏହୁ ରଘୁକୁଳ ରାଣଏତେ ବଡ଼ ପ୍ରଭୁଠାରେ କଲି ଦ୍ରୋଣପଣ ।ଏତେ ବୋଲି ହନୁମାନ ଚରଣେ ନମଇଁଉଠ ଉଠ ହନୁ ବୋଲି ରାମ ଆଜ୍ଞା ଦେଇ ।କରପତ୍ର ଯୋଡ଼ି ଉଭା ଅଛି ହନୁବୀରରାମ ବୋଇଲେ କୁଶଳ କହ ମୋ ଆଗର ।ଆମ୍ଭର କଲ୍ୟାଣ ବାକ୍ୟ ତୋତେ ପ୍ରାପ୍ତ ହେଉଆମ୍ଭର ବଚନେ ତୋର କାର୍ଯ୍ୟ ସିଦ୍ଧ ହେଉ ।ଏ ଜନ୍ମରେ ଯେ ବିଚାର କଲୁ ତୁ ମନେଣଦ୍ୱାପର ଯୁଗରେ ତାହା ପ୍ରାପ୍ତ ହେବୁ ପୁଣ ।ଦ୍ୱାପରେ ରଙ୍ଗାବତାର ହୋଇବ ଆମ୍ଭରଆମ୍ଭେ ଜନମ ଲଭିବୁଁ ମଥୁରା ନଗର ।ଆମ୍ଭଙ୍କୁ ଚୋରାଇ ବସୁଦେବ ଘେନିଯିବନନ୍ଦ ରାଜାର ଗୃହରେ ଛାଡ଼ିଣ ଆସିବ ।ଅଷ୍ଟବରଷ ସେଠାରେ ବିହରିବୁଁ ରହିଆମ୍ଭର ବଚନ ଚିତ୍ତେ ରଖିଥାଅ ତୁହି ।ତୁହି ଜନମ ଲଭିବୁ ସେହି ଗୋପପୁରେଚନ୍ଦ୍ରସେଣା ନାମ ହେବ ଗୋପାଳ ମଧ୍ୟରେ ।ସୁଷେଣ ଗୋପାଳର ତୁ ହୋଇବୁ କୁମରସବୁ ଗଉଡ଼ ଉପରେ ହେବୁ ତୁ ମନ୍ଦର ।ଅଂଶ ଘେନି ତୁହି ଯାଇ ଲଭିବୁ ଜନମସୀତା ଜାତ ହେବେ ବୃଷଭାନୁର ଘରେଣ ।ପୂର୍ବ ଅଭିଶାପେ ସେହୁ ରାଧିକାକୁ ଦେବମୋତେ ସେବାକଲେ ଫଳ ବିଅର୍ଥ ନୋହିବ ।ରାଧିକାର ଅଙ୍ଗ ତୁହି କେଭେ ନ ଛୁଇଁବୁଜଗିଲାର ପରକାରେ ତାଙ୍କୁ ରଖିଥିବୁ ।ମୋତେ ସେବା କଲାଫଳ ନୋହିବ ବିଅର୍ଥତୁହି ଯେଣୁ ଅଟୁ ମୋର ବିଶ୍ୱାସୀ ଭକତ ।ଯେଣୁକରି ଅପ୍ରତ୍ୟୟ ନ ଥିବ ଆମ୍ଭରଅଷ୍ଟଦଶ ଲୀଳା ଆମ୍ଭେ କରିବୁ ଗୋପର ।ହନୁମନ୍ତକୁ ଗୋପନେ ଏତେକ କହିଲେଆସ୍ଥାନର ଲୋକ କେହି ଜାଣି ନ ପାରିଲେ ।ଶୁଣିଲୁଟିକି ହୋ ପରୀକ୍ଷିତ ନୃପରାଣତୁହି ଯାହା ପଚାରିଲୁ ଚନ୍ଦ୍ରସେଣା ଜନ୍ମ ।ପୂର୍ବ ଜନ୍ମେ ଚନ୍ଦ୍ରସେଣା ଅଟେ ହନୁମନ୍ତଜନ୍ମେ ଜନ୍ମେ ସେ ଅଟଇ ନାରାୟଣ-ଭକ୍ତ ।ଗୁପତ ଚରିତ ଏହି ଅମୃତ ଆଖ୍ୟାନ୍ୟତେଣୁକରି ଗୁପ୍ତ କଥା କହିଲୁ ରାଜନ ।ଶୁଣିଣ ପରୀକ୍ଷା ରାଜା ସାନନ୍ଦ ହୋଇଲାମୁନିଙ୍କର ପାଦପଦ୍ମେ ନମସ୍କାର କଲା ।ଏଥୁଅନନ୍ତରେ କିସ କଲେ ଭାବଗ୍ରାହୀଏହା ମୋତେ ବୁଝାଇଣ କହ ପୁଣ୍ୟଦେହୀ ।ଶୁଣିଣ ସେ ଶୁକମୁନି କରନ୍ତି ଉତ୍ତରଏକ ମନ ହୋଇ ଶୁଣ ଉତ୍ତରା କୁମର ।ଉଦ୍ଧବ ଅକ୍ରୂର ଦୁହେଁ ନିଜପୁରେ ଗଲେରଜନୀ ପ୍ରଭାତ ହେଉଁ ଶଯ୍ୟାରୁ ଉଠିଲେ ।ତହୁଁ ନିତ୍ୟକର୍ମମାନ ସାରିର ବହନଦରଶନ କଲେ ଯାଇ ନନ୍ଦର ନନ୍ଦନ ।ଗୋବିନ୍ଦ ବୋଇଲେ ଯିବାଟିକି ଗୋପପୁରଶୁଣି ସ୍ୱୀକାର କରିଲେ ଉଦ୍ଧବ ଅକ୍ରୂର ।ଆଜ୍ଞା ପାଇ ଦୁଇଜଣ ବେଗେ ସଜ ହେଲେଗୋପପୁର ଯିବା କଥା କାକୁ ନ କହିଲେ ।ଯାଉଁ ଯାଉଁ ଯମୁନାରେ କଲେକ ସ୍ନାହାନଦିବ୍ୟ ବେଶ ହୋଇ ରଥେ ଯାନ୍ତି ତିନିଜଣ ।ଯମୁନା ବୋଇଲେ ନିସ୍ତରିଲି ହୋ ଗୋସାଇଁଏତେକାଳେ ତୁମ୍ଭର ଶ୍ରୀମୁଖ ଦେଖିଲଇଁ ।ରଥରେ ଚଢ଼ି ବାହାର ହେଲେ ତିନିଜଣେଚମକାଇ ରଥ ବାହି ଦାରୁକ ଆପଣେ ।କଦମ୍ବ ତଳେ ସାରଥି ରଥ କଲା ନେଇରଥୁ ଓହ୍ଲାଇ ଅଇଲେ କମଳାର ସାଇଁ ।ରତନ ସିଂହାସନରେ ମିଳିଲେ ବହନକଦମ୍ବକୁ ଚାହିଁ ନିରେଖନ୍ତି ନାରାୟଣ ।ବୃକ୍ଷ ବୋଲଇ ଆମ୍ଭଙ୍କୁ ଛାଡ଼ିକରି ଗଲଆସିବୁ ବୋଲି କହିଣ ମଥୁରା ରହିଲ ।ଯେଉଁଦିନୁ ଏହିଠାରୁ ଗଲ ଦାମୋଦରସେହି ଦିନୁ ଆମ୍ଭ ଆତ୍ମା ହୁଅଇ ଅସ୍ଥିର ।ମୋହନ ମୁରଲୀ ନାଦ କର୍ଣ୍ଣେ ଶୁଣୁଥାଇସେ ନାଦ ଶୁଣିଲେ ଅଙ୍ଗ ପୁଲକି ଉଠଇ ।ମୋହନ ଉପରେ ପଡ଼ୁଥିଲା ଶ୍ରୀପୟରପାଦରଜେ ଅଙ୍ଗ ହେଉଥିଲା ଜରଜର ।ଏଡ଼େ ଭାଗ୍ୟ ମୋହର ହୋ କେଉଁଆଡ଼େ ଗଲାଶ୍ରୀଚରଣ ଧୂଳି ମୋର ଅଙ୍ଗେ ନ ପଡ଼ିଲା ।ମୁରଲୀର ଶବଦ ନ ଶୁଣିଲି ଶ୍ରବଣେଏବେ ଦୟା କରିଣ ଅଇଲ ଏତେଦିନେ ।ସେହି କଦମ୍ବ ବୃକ୍ଷର ଭକ୍ତିଭାବ ଦେଖିକହିଲେକ ବିମ୍ବାଧରେ ହସି ପଦଆଖି ।କିଛିହିଁ ଚିନ୍ତା ନ କର ଭୋ କଦମ୍ବ ବୃକ୍ଷଜନ୍ମେ ଜନ୍ମେ ସଖା ତୁହି ଅଟୁ ଆରେ ଗଛ ।ଏତେକ କହିଣ ତହୁଁ ହୋଇଲେ ବାହାରଧୀର ଗତିରେ ଚାଲନ୍ତି ପ୍ରଭୁ ଦାମୋଦର ।ବୃନ୍ଦାବନରେ ଯେତେକ ଜୀବଜନ୍ତୁ ଥିଲେଗୋବିନ୍ଦଙ୍କର ଶ୍ରୀମୁଖ ସମସ୍ତେ ଦେଖିଲେ ।କୁଞ୍ଜବନ ମଧ୍ୟେ ପଶିଲେକ ଦେବ ଯାଇଦେଖନ୍ତି ସଙ୍କେତ ସ୍ଥାନମାନ ତୋଷ ହୋଇ ।ନିସ୍ତରିଲୁ ବୋଲିଣ କରନ୍ତି ହରିଧ୍ୱନିଶ୍ରୀମୁଖ ଦେଖି ପୁଲକ ହ୍ୱନ୍ତି ପୁଣି ପୁଣି ।ଅବସନ୍ତେ ବସନ୍ତ ଯେ ବହେ ଘନ ଘନକୋକିଳମାନେ ରାବନ୍ତି ହୋଇ ତୋଷମାନଭ୍ରମରମାନେ ପୁଷ୍ପରେ ଆନନ୍ଦେ ମାତିଲେଶ୍ରୀବୃନ୍ଦାବନଯାକରେ ବୁଲିଣ ଦେଖିଲେ ।ଉଦ୍ଧବ ଅକ୍ରୂରକୁ ଦେଖାନ୍ତି କ୍ରୀଡ଼ାସ୍ଥାନରଥ ଚଳାନ୍ତି ସେମାନେ ହୋଇ ହର୍ଷମନ ।ପୁଣି ଯାଇ ବୃନ୍ଦାବନେ ପଶି ନନ୍ଦବତ୍ସଦେଖନ୍ତି ସେ କ୍ରୀଡ଼ାସ୍ଥାନମାନଙ୍କୁ ପ୍ରତ୍ୟକ୍ଷ ।ପକ୍ଷିଏ ଦେଖି କୃଷ୍ଣଙ୍କୁ ହୁଅନ୍ତି ଉସତଏଥେ କ୍ରୀଡ଼ାରଙ୍ଗ କରିଥିଲେ ଗୋପୀନାଥ ।ରହସ୍ୟ ବୃନ୍ଦାବନରୁ ବାହାର ହୋଇଲେମଧୁବନ ବିପିନରେ ଯାଇ ପ୍ରବେଶିଲେ ।ତହିଁରେ ଦେଖନ୍ତି ଯେତେ ଥିଲା କ୍ରୀଡ଼ାସ୍ଥାନଯହିଁ ରାସକ୍ରୀଡ଼ା କରିଥିଲେ ଷୋଳଦିନ ।ସେହି କଥାମାନ ସବୁ ମନେ ମନେ ଭାଳିରଥ ଚଳାଇଣ ଯାନ୍ତି ତହୁଁ ବନମାଳୀ ।ଗୁପତ ବୃନ୍ଦାବନେ ମିଳିଲେ ଦେବ ଯାଇଉଦ୍ଧବ ଅକ୍ରୂରେ ବଦୟନ୍ତୀ ଭାବଗ୍ରାହୀ ।ଗୋପୀଙ୍କୁ ଦେଖିଣ ଲୁଚିଥିଲୁଁ ଏହି ବନେରାଧାସହ କ୍ରୀଡ଼ା କରୁଥିଲୁଁ ଏହି ସ୍ଥାନେ ।କ୍ରୀଡ଼ାସ୍ଥାନମାନ ତାଙ୍କୁ ଦେଖାଇଣ ଦେଲେଉଦ୍ଧବ ଅକ୍ରୂର ଦେଖି ଶିରେ କର ଦେଲେ ।କୁଞ୍ଜବନ ମଧ୍ୟେ ପଶିଲେକ ନାରାୟଣଦୁଇ ଜଣଙ୍କୁ ବସାଇ ଆପଣା ରଥେଣ ।ବୃନ୍ଦାବନ ଦେଖିଣ ସେମାନେ ନିସ୍ତରିଲେଗୋବିନ୍ଦଙ୍କ ବାଳକ୍ରୀଡ଼ା ସ୍ଥାନ ନିରେଖିଲେ ।ଯହିଁ ଗୋପୀଏ ଚନ୍ଦନ ଘେନି ବୋଳିଥିଲେକୁଙ୍କୁମ ନେଇଣ କୃଷ୍ଣ ଅଙ୍ଗରେ ଲେପିଲେ ।ଛଡ଼ା ମଳକୁଟି ପଡ଼ିଥିଲା ଯେଉଁ ସ୍ଥଳସେହି ସ୍ଥାନ ଦେଖାଇଲେ ମଦନ ଗୋପାଳ ।ଉଦ୍ଧବ ଅକ୍ରୂର ତାହା ମଥାରେ ଘେନିଲେନିସ୍ତରିଲୁଁ ନିସ୍ତରିଲୁଁ ବୋଲିଣ ବୋଇଲେ ।ତାହାଙ୍କର ସଙ୍ଗତରେ ଦାରୁକ ଯେ ଥିଲାସେହି ଗୋପ ବୃନ୍ଦାବନ ଦେଖି ନିସ୍ତରିଲା ।ଲେଉଟି କୃଷ୍ଣ ଚଳିଲେ କଦମ୍ବ ତଳକୁଦାରୁକେ ବୋଇଲେ ପାଣି ଦିଅ ଘୋଟକକୁ ।ଆଜ୍ଞା ପାଇଣ ଦାରୁକ ରଥ ରୁହାଇଲାଯମୁନାରେ ଘୋଟକକୁ ପାଣି ପିଆଇଲା ।ବାହୁଡ଼ାଇଣ ଅଶ୍ୱଙ୍କୁ ରଥରେ ଯୋଚିଲାଗୋବିନ୍ଦଙ୍କ ଭାବ ଜାଣି ଆନନ୍ଦିତ ହେଲା ।ଆପଣେ ଶ୍ରୀକୃଷ୍ଣ ବୃନ୍ଦାବନରେ ପଶିଲେଫଳ ତୋଳି କଦମ୍ବର ତଳକୁ ଆଣିଲେ ।ଚାରିଜଣ ଫଳମୂଳ କଲେକ ଆହାରଉଦ୍ଧବକୁ ସଙ୍ଗେ ଘେନି ଗଲେ ଦାମୋଦର ।ଗୋବର୍ଦ୍ଧନ ଗିରି ପାଶେ ମିଳିଲେକ ଯାଇଗୋଗୋଷ୍ଠରେ ପ୍ରବେଶିଲେ ତହୁଁ ଯଦୁସାଇଁ ।ଦୂରରେ ଥାଇ ଦେଖିଲେ ଗୋପାଳଙ୍କ ପୁଏଉଦ୍ଧବ ସଙ୍ଗତେ ଆସୁଛନ୍ତି ଦେବରାୟେ ।ମୋହନମୂରତି ରୂପ ତାହାଙ୍କର ଦେଖିଗୋପାଳପୋଏ ଧାଇଁଲେ ଗୋଗୋଷ୍ଠ ଉପେକ୍ଷି ।ଶତେପୁର କରିଣ ବେଢ଼ିଲେ ଶ୍ରୀକୃଷ୍ଣଙ୍କୁଅନାଥ କରିଣ ଗଲ ନନ୍ଦ ଯଶୋଦାଙ୍କୁ ।ଆମ୍ଭମାନଙ୍କୁ ତୁମ୍ଭେ ଯେ ଢାଳେ ମୁରୁଛିଲଧନୁଯାତ୍ରା ଦେଖିଯାଇ ନିର୍ଭରେ ରହିଲ ।ଆମ୍ଭର ଭାଗ୍ୟକୁ ଦୁଷ୍ଟ କଂସ ନାଶଗଲାପାପିଷ୍ଠ ଚାଣ୍ଡାଳ ଆମ୍ଭ ସଙ୍ଗ ଛଡ଼ାଇଲା ।ରାଜପୂଜା ପାଇଣ ଯେ ତହିଁ ଭଗବାନରହିଲ ଆମ୍ଭଙ୍କୁ ଏଡ଼େ କରି ହୀନିମାନ ।ନନ୍ଦ ଯଶୋଦା ବିକଳ କହୁଁ ନ ସରଇପିତାମାତାଙ୍କୁ ମୁରୁଛି ରହିଲ କିପାଇଁ ।ବୃନ୍ଦାବନେ ବଂଶୀଧ୍ୱନି ଅପୂର୍ବ ହୁଅଇତହୁଁ ସୁଦାମା ବୋଇଲା ଶୁଣ ହେ ମାଧୋଇ ।ଉଦ୍ଧବ ତ ଆସିଛନ୍ତି ଆମ୍ଭର ସଙ୍ଗତେଅକ୍ରୂରକୁ ନ ଆଣିଲେ କିପାଁ କହ ଏଥେ ।ଆମ୍ଭର ବଇରୀ ସିନା ଅଟେ ସେ ଅକ୍ରୂରଦେଖିଲେ ଘେନନ୍ତୁ ନିଶ୍ଚେଁ ପରାଣ ତାହାର ।ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋପାଳଙ୍କ ପୁଅଅକ୍ରୂରଠାରେ ତୁମ୍ଭର କିପାଁ ଏଡ଼େ କୋହ ।ଆମ୍ଭ ସଙ୍ଗତେ ଅକ୍ରୂର ଆସିଣ ଅଛଇକଦମ୍ବ ମୂଳରେ ଅଛି ମୁହିଁ ଲୁଚା ଦେଇ ।ଶୁଣି ସେମାନେ କଦମ୍ବ ମୁଳକୁ ଧାମନ୍ତେଧାଇଁ ଯାଇ ତାଙ୍କୁ ଓଗାଳନ୍ତି ଗୋପୀନାଥେ ।ତହୁଁ ମାଧବ ବୋଲନ୍ତି ଶୁଣ ବାଳବତ୍ସିଦୈବ କଳାକୃତକର୍ମ କେ ପାରିବ ଲେଛି ।କଂସରାଜା ଆମ୍ଭର ଯେ ଅଟଇ ମଉଳାଧନୁଯାତ୍ରା ଦେଖାଇବ ବୋଲି ଆଜ୍ଞା ଦେଲା ।ତୁମ୍ଭଠାରେ ସେହି ଦୁଷ୍ଟପଣ ଆଚରିଲାଆମ୍ଭଙ୍କୁ ମାରିବାକୁ ଅନେକ କୂଟ କଲା ।ହାତୀଦାନ୍ତେ ଆମ୍ଭଙ୍କୁ ଯେ ମରାଇଲା ନେଇହାତୀ ମାହୁନ୍ତକୁ ମାରି ଗଲୁ ବେଗ ହୋଇ ।ରଙ୍ଗସଭା ମଧ୍ୟରେ ହୋଇଲୁ ପରବେଶମାଲମାନଙ୍କୁ ଯୁଦ୍ଧରେ ଆମ୍ଭେ କଲୁ ନାଶ ।ତହୁଁ ଯାଇ କଂସ ସଭାତଳରେ ମିଳିଲୁବାଳ ଧରିଣ ତାହାକୁ ତଳେ କଚାଡ଼ିଲୁ ।ଆମ୍ଭର ହାତରେ କଂସ ହୋଇଲା ନିଧନପାପବୁଦ୍ଧି ଯୋଗେ ଗଲା ଯମର ଭୁବନ ।ଉଗ୍ରସେନଙ୍କୁ ନୃପତିପଣେ ବସାଇଲୁ ।ଗଉରବ ପାଇ ଆମ୍ଭେ ସେଠାରେ ରହିଲୁ ।କଂସର ଶ୍ୱଶୁର ଅଟେ ଜରାସନ୍ଧ ରାଣଜୁଆଁଇର ଛଳେ କଲା ଆମ୍ଭ ସଙ୍ଗେ ରଣ ।ତା ଭୟରେ ମଥୁରାରେ ରହି ନ ପାରିଲୁକୁଶଦ୍ୱାରକା ପୁରରେ ଯାଇଣ ରହିଲୁ ।ଏହି ପ୍ରକାରେ ଝଗଡ଼ା ହୋଇଲା ଅପାରକେବେହେଁ ତ ଆସି ନ ପାରିଲୁ ଗୋପପୁର ।ଏତେକାଳରେ ସମୟ ମିଳିଲାକ ମୋତେକେହି ମନେ ଅନ୍ତର ନ କର କଦାଚିତେ ।ମାୟାଦର ଗୋପାଳଙ୍କ ମନକୁ ମୋହିଲେକଦମ୍ବର ରତଳକୁ ଆପଣେ ବିଜେ କଲେ ।ଗୋପାଳଙ୍କ ପୁଅମାନେ କୃଷ୍ଣ ପଛେ ଥିଲେଅକ୍ରୂର ମୁଖକୁ ଚାହିଁ ସମସ୍ତେ ହସିଲେ ।ତୁହି ତ କଂସରାଜର ଦୂତ ହୋଇଥିଲୁକପଟରେ ଶ୍ରୀକୃଷ୍ଣଙ୍କୁ ଏଥୁ ଘେନିଗଲୁ ।ଏବେ ତୁହି ଆସିଅଛୁ ଶ୍ରୀକୃଷ୍ଣ ସଙ୍ଗରେନୋହିଲେ ତୋ ମୁଣ୍ଡ ପିଟିଦ୍ୟନ୍ତୁ ଏ ବାଡ଼ିରେ ।ଭୟ କରିଣ ଅକ୍ରୂର ନ ଦେଲା ଉତ୍ତରମଥା ପୋତିଣ ରହିଲା କଦମ୍ବ ମୂଳର ।ଏଥୁଅନ୍ତେ ଶୁଣ ପରୀକ୍ଷିତ ନୃପରାଣବିଷ୍ଣୁଙ୍କ ଅଙ୍ଗ କୀରତି ସାବଧାନେ ଶୁଣ ।ଗୋପାଳ ପୋଏକ ଗୋଷ୍ଠୁ ବେଗେ ଗଲା ଧାଇଁନନ୍ଦର ସିଂହଦୁଆରେ ମିଳିଲାକ ଯାଇ ।ଯଶୋଦା ଦେବୀଙ୍କି ଚାହିଁ ବୋଲନ୍ତି ବଚନସାବଧାନେ ଶୁଣ ମାତା ଅପୂର୍ବ ବିଧାନ ।ଶ୍ରୀକୃଷ୍ଣ ଆସିଅଛନ୍ତି ଦେଖସି ଗୋ ଯାଇଗୋପଠାରେ ଦେଖି ତାଙ୍କୁ ଅଇଲି ମୁଁ ଧାଇଁ ।ମୋହନ ମୁରତି ସେ ଧରିଣ ଦେବରାଜେଉଦ୍ଧବ ଅକ୍ରୂର ଘେନି ଆସି କଲେ ବିଜେ ।ଗୋପାଳ ପୁଅ ମୁଖରୁ ଏସନକ ଶୁଣିଚାତକ ପ୍ରାପ୍ତ ହେଲା କି ବରଷାର ପାଣି ।କୋଟି ଯୁଗେ ଅନ୍ଧ କିବା ପାଏ ଚକ୍ଷୁଦାନଦରିଦ୍ରଲୋକ କି ଅବା ପ୍ରାପ୍ତ ହେଲା ଧନ ।ରଙ୍କ କିବା ପ୍ରାପ୍ତ ହେଲା ଶାଳିଧାନ୍ୟ ଭାତଅପୁତ୍ରିକ ପୁତ୍ର କିବା ହୋଇଲା ପ୍ରାପତ ।ତେସନ ପରାୟେ ହୋଇଲେକ ନନ୍ଦରାଣୀସତେ ଆସିଅଛନ୍ତି କି ମୋର ବେଣୁପାଣି ।ଲବଣୀ ମେଞ୍ଚେ ଯଶୋଦା ତାର ହସ୍ତେଦେଲେକହ କହ ନିଶ୍ଚୟ କି ଶ୍ରୀକୃଷ୍ଣ ଅଇଲେ ।ବାଳକ ବୋଇଲା ମୁହିଁ ଦେଖିଲି ଏକ୍ଷଣତୁମ୍ଭ ପାଶେ କହିବାକୁ ଅଇଲି ବହନ ।ଯଶୋଦା ବୋଇଲେ ଚାଲ ନନ୍ଦ ପାଶେ ଯିବାଜଣାଇ ତାହାଙ୍କ ପାଶେ ସତ୍ୱର ଚଳିବା ।ଏତେ କହି ବାଳକର ହସ୍ତ ଧରି ନେଲେନନ୍ଦରାଜାର ଛାମୁରେ ବେଗେ ପ୍ରବେଶିଲେ ।ଦେଖି ସେ ବୋଇଲେ ୟାକୁ ଆଣିଛ କିପାଇଁଆମ୍ଭେ ଆଉ କହ୍ନାଇକି ପାଇବା ବା କାହିଁ ।ପରପୁତ୍ରେ ଦୁଃଖ ଦେବା ନୁହଇ ଉଚିତଆମ୍ଭ ପୁତ୍ର ହରି ନେଇ ନ ଦେଲା ବିଧାତା ।ଯଶୋଦା ବୋଇଲେ ପୁଛ ଏହି କୁମରକୁଶ୍ରୀକୃଷ୍ଣ ଅଇଲେ ଏହି ଗୋପନଗରକୁ ।ଶ୍ରୀକୃଷ୍ଣ ଅଇଲେ ବୋଲି ଏ କହୁଅଛଇତେଣୁକରି ଏହାକୁ ମୁଁ ଘେନି ଅଇଲଇଁ ।ନନ୍ଦ ପଚାରନ୍ତି ଶୁଣ ବାଳୁତ କୁମରନିଶ୍ଚେ ଦେଖିଅଛୁ କି ତୁ କୃଷ୍ଣ ଆସିବାର ।କୁମର ବୋଲଇ ଗୋଷ୍ଠମଧ୍ୟେ ଆସି ଥିଲେଗୋପାଳପୁଅଙ୍କ ସଙ୍ଗେ କଥାଭାଷା ହେଲେ ।ଧାଇଁ ଅଇଲି ତୁମ୍ଭଙ୍କୁ ବାର୍ତ୍ତା ଦେବାପାଇଁଉଦ୍ଧବ ଅକ୍ରୂର ଛନ୍ତି ତାଙ୍କ ସଙ୍ଗତେହିଁ ।ଶ୍ରୀକୃଷ୍ଣଙ୍କ ମୁଖଗୋଟି ଯାଇଛି ମଉଳିଗୋଗୋଷ୍ଠରେ ବସିଛନ୍ତି କୃଷ୍ଣ ବନମାଳୀ ।ନନ୍ଦ ବୋଇଲେ ମୁଁ ନିସ୍ତରିଲି ନିସ୍ତରିଲିସତେ କି ଦେଖିବି ମୁହିଁ କୃଷ୍ଣ ହଳଧାରୀ ।ଗୋପାଳ ପୁଅକୁ ନନ୍ଦ ଆଶ୍ୱାସନା କଲେଦୁଧ ସର ଲବଣୀ ତାହାକୁ ଭୁଞ୍ଜାଇଲେ ।ବାଳକର ହସ୍ତ ଧରି ହୋଇଲେ ବାହାରଗୋଗୋଷ୍ଠକୁ ନନ୍ଦ ଯାନ୍ତି ହୋଇ ତରତର ।କଦମ୍ବ ମୁଳକୁ ନନ୍ଦ ଗଲେ ବେଗ ହୋଇଧାଇଁ ଯାଇଣ ବୋଇଲେ କାହିଁ ମୋ କହ୍ନାଇ ।ଯାଇଣ କଦମ୍ବତଳେ ସତ୍ୱରେ ମିଳିଲେଏକଦୃଷ୍ଟି କରି କୃଷ୍ଣ ମୁଖକୁ ଚାହିଁଲେ ।କୋଟିଏ ଜନ୍ମର ପାପ ହୋଇଲା ଦହନନୟନରୁ ଅଶ୍ରୁଜଳ ବହେ ଘନ ଘନ ।ନନ୍ଦର ବଦନ ଯହୁଁ ଚାହିଁଲେ ଶ୍ରୀହରିନମସ୍କାର କରି ଉଭା ହେଲେ କରଯୋଡ଼ି ।ନନ୍ଦ ବୋଲେ ଦେଖିଲି ମୁଁ ଆଜ ପଦ୍ମମୁଖଭୋ କେଶବ ମୋହର ଏ ଅବସ୍ଥାକୁ ଦେଖ ।ସାତଶ ପଞ୍ଚାଶ ବର୍ଷେ ତୋତେ ପାଇଥିଲିକର୍ମର ଅବଳେ ପୁଣି ହରାଇ ବସିଲି ।କେତେଦିନ ହେଲା ମୋତେ ଗୋପେଗଲୁ ଛାଡ଼ିମୋର ନୟନରୁ ଦଣ୍ଡେ ନ ଶୁଖଇ ବାରି ।ଯଶୋଦା ତୋ ପାଇଁ ସବୁବେଳେ କାନ୍ଦୁଛଇଘାଉଆ ହରିଣୀ ଯେହ୍ନେ ବନେ ପଡ଼ିଥାଇ ।ଯେଉଁଦିନୁ ତୁମ୍ଭେ ଗଲ କୃଷ୍ଣ ହଳଧାରୀଅନ୍ଧାର ଦିଶିଲା ସବୁ ଗୋପପୁର ଶିରୀ ।ଦଇବ ଲେଖନକୁ ବା କେ କରିବ ଆନଏବେ କର୍ମକୁ ମିଳିଲୁ ଆରେ ଜନାର୍ଦ୍ଦନ ।ନନ୍ଦର ବିକଳ ଦେଖି ପ୍ରଭୁ ନାରାୟଣମନେ ମନେ ବିଚାରନ୍ତି ଶ୍ରୀମଧୁସୂଦନ ।ପିତାଙ୍କର କୋଳେ ବସିଲେକ ଦେବ ଯାଇଶ୍ରଦ୍ଧାକରି ନନ୍ଦ କୋଳେ କୃଷ୍ଣଙ୍କୁ ବସାଇ ।ବୋଲେ ଚାଲ ନଗରକୁ ଯିବା ଚକ୍ରଧରତୁମ୍ଭଙ୍କୁ ନ ଦେଖି ସର୍ବେ ହୁଅନ୍ତି ବିକଳ ।ପିତାଙ୍କର କୋଳରୂ ସେ ଓହ୍ଲାଇଣ ବେଗେଉଦ୍ଧବ ଅକ୍ରୂରକୁ ଯେ ଚାହିଁଲେ ସରାଗେ ।ନଗରକୁ ଯିବା ଚାଲ ଏଥେ କିସ କାର୍ଯ୍ୟଦାରୁକକୁ ଆଜ୍ଞାଦେଲେ ପ୍ରଭୁ ଦେବରାଜ ।ଆଜ୍ଞା ପ୍ରମାଣେ ଦାରୁକ ସଜାଇଲେ ରଥପିତାଙ୍କୁ ଘେନି ବିଜୟ କଲେ ଗୋପୀନାଥ ।ସାବଧାନେ ଶୁଣ ପରୀକ୍ଷିତ ନୃପବରରଥରେ ଆରୋହି ବିଜେକଲେ ଦାମୋଦର ।ଶୁଣ ଆହେ ଦିବ୍ୟ ରସ ଏଥି ଉତ୍ତାରେଣଗୋପରେ ଶୁଭିଲା ବିଜେ କଲେ ନାରାୟଣ ।ଯେ ଯାହା କାର୍ଯ୍ୟରେ ସର୍ବ ଗୋପୀମାନେ ଥିଲେଶ୍ରୀକୃଷ୍ଣ ଅଇଲେ ବୋଲି ବାରତା ପାଇଲେ ।ଏକ ସଖିଙ୍କ ଆଗରେ ଆରେକ କହନ୍ତିନିଶ୍ଚେ ଆମ୍ଭେମାନେ ଆଜ ଦେଖିବା ଶ୍ରୀପତି ।ଏସନକ କଥାବାର୍ତ୍ତା ହୋଇ ସର୍ବ ଗୋଈଗୋବିନ୍ଦ ଗୋବିନ୍ଦ ବୋଲି ଅଇଲେକ ଧାଇଁ ।ବସ୍ତ୍ର ଅସମ୍ଭାଳ ଆଉ ବାଳ ନ ବାନ୍ଧିଣଉନମତ୍ତ ହୋଇକରି ଧାମନ୍ତି ବହନ ।ଶତେପୁର କରି ଗୋପୀ ବଢ଼ିଲେକ ଯାଇହା କୃଷ୍ଣ ବୋଲି ରୋଦନ କଲେ ସର୍ବେ ତହିଁ ।ଏ କଳା ବଦନଗୋଟି ପରିମୂଣ୍ଡା ଯାଇଆଜିଯାଏ ଲୁଚିକରି ରହିଥିଲୁ କାହିଁ ।ତୋହର ବିହୀନେ ଆମ୍ଭେ ଅନାଥା ହୋଇଲୁକର୍ମ ଶୁଭଯୋଗେ ଆଜ ଶ୍ରୀମୁଖ ଦେଖିଲୁଁ ।ପିଣ୍ଡମାତ୍ର ରଖି ପ୍ରାଣ ନେଇଥିଲ ହରିଆମ୍ଭର କଷ୍ଟ ନୟନେ ଦେଖ ଦଇତ୍ୟାରି ।କେତେ କେତେ ଅରିଷ୍ଟ ଏ ଗୋପରେ ପଡ଼ିଲାତୋହର ଅରିଷ୍ଟ କିପାଁ ଆମ୍ଭଙ୍କୁ ନୋହିଲା ।କେବଣ ଗୋପୀ କୃଷ୍ଣର ଅଧର ଧରଇକେବଣ ଗୋପୀ ଶ୍ରୀମୁଖ ଚୁମ୍ବନ କରଇ ।କେବଣ ଗୋପୀ ବସ୍ତ୍ରରେ ଶ୍ରୀମୁଖ ପୋଛଇକେବଣ ଗୋପୀ ବୋଇଲେ ପରିମୁଣ୍ଡା ଯାଇ ।କେବଣ ଗୋପୀ ଧରଇ ଶ୍ରୀକୃଷ୍ଣର ଭୁଜକେବଣ ଗୋପୀ କୋଳରେ ଧରି ଦେବରାଜ ।ଲାଜ ସଙ୍କୋଚ ସମସ୍ତ ଗୋପୀଏ ଛାଡ଼ିଲେପଞ୍ଚପ୍ରାଣ ନେଇ କୃଷ୍ଣପାଦେ ଖଟାଇଲେ ।ଦେଖିଲେ ଯଶୋଦା ପଛେ ଆସୁଛନ୍ତି ଧାଇଁଚନ୍ଦନ କୁଙ୍କୁମ ସ୍ୱର୍ଣ୍ଣ ଭାଣ୍ଡରେ ପୁରାଇ ।ଖରାରେ ତ ମୋ ପୁଅର ମୁଖ ଶୁଖିଥିବଚନ୍ଦନ କର୍ପୂର ଲେପୁଁ ଶୀତଳ ହୋଇବ ।ସ୍ୱର୍ଣ୍ଣପାତ୍ରରେ ଲବଣୀଖଣ୍ଡ ମିଶ୍ରିଧରିଧାଇଁଛନ୍ତି ବେଗୁ ବେଗ ନନ୍ଦଙ୍କର ନାରୀ ।ଏମନ୍ତେଣ ଖଣ୍ଡେଦୂର ଗଲେ ଯଶୋମତୀଆସିଣ ବେଢ଼ିଲେ ଗୋପପୁରର ଯୁବତୀ ।ହା ହା କୃଷ୍ଣ ବୋଲି ରଥ ସନ୍ନିଧେ ମିଳିଲେଯଶୋବନ୍ତୀଙ୍କର ମୁଖ ଗୋବିନ୍ଦ ଚାହିଁଲେ ।ରଥରୁ ତଳକୁ ବେଗେ ଓହ୍ଲାଇ ଅଇଲେମାତାଙ୍କ ଚରଣ ତଳେ ବେଗେଣ ମିଳିଲେ ।ଉଠ ଉଠ ବୋଲି କହି ବେଗେ ଉଠାଇଲେଚାହିଁଥିଲି ବାବୁ ତୋତେ ଆସ ଏତେକାଳେ ।ଲୁଚାଇଣ ରଖିଥିଲୁ ବଦନ ତୋହରଏତେକାଳେ ଦେଖିଲି ମୁଁ ଶ୍ରୀରଙ୍ଗାଅଧର ।ଏତେ ବୋଲି ତାହାଙ୍କର ଶ୍ରୀହସ୍ତ ଧଇଲେକୋଳାଗ୍ରତ କରି ତାଙ୍କ ମୁଖେ ଚୁମ୍ବ ଦେଲେ ।ଯେତେକ ସର ଲବଣୀ ହସ୍ତେ ଧରିଥିଲେସେହି ସବୁ ନେଇ ତାହାଙ୍କର ମୁଖେ ଦେଲେ ।ବିମ୍ବ ଅଧରେ ମେଞ୍ଚିଏ ମେଞ୍ଚିଏ ଖୁଆନ୍ତିସୁଖେ ମାୟାଧର ତାକୁ ମଣୋହି କରନ୍ତି ।ଅକ୍ରୂରକୁ ଚାହିଁକରି କହୁଛନ୍ତି ମାଏକଂସବୋଲେ ଘେନିଗଲୁ ମୋହର ତନୟେ ।ପୁତ୍ରର ବିହୀନେ ମୁହିଁ ହୋଇଲି ଅନାଥଅନ୍ଧକାରମୟ ମୋତେ ଦିଶଇ ଜଗତ ।ଚନ୍ଦ୍ର ପକ୍ଷ ରାତ୍ରେ ମୋତେ ଅନ୍ଧାର ଦିଶଇଦିନର ସୂର୍ଯ୍ୟ ଥିଲେହେଁ ମୋତେ ନ ଦିଶଇ ।ଅନ୍ଧ ଅନ୍ଧୁଣୀ ପରାୟେ ଥାଉଁ ବେନି ପ୍ରାଣୀଅନୁକ୍ଷଣେ ନୟନରୁ ବହେ ଅଶ୍ରୁପାଣି ।ତୁମ୍ଭେ ତ ଅଇଲ ବାବୁ ରାମ ମୋର କାହିଁକିପାଇଁ ଛାଡ଼ି ଅଇଲୁ କହରେ କହ୍ନାଇ ।ଗୋବିନ୍ଦ କହନ୍ତି ତହୁଁ ମାତାଙ୍କ ବଚନେପଛରେ ଆସୁଅଛନ୍ତି ଦେବ ବଳରାମେ ।ରଙ୍ଗ କୁତୂହଳେ ରହୁବର ଚଳିଯାଇନନ୍ଦର ସିଂହଦୁଆରେ ତ୍ୱରିତେ ମିଳଇ ।ଜନନୀଙ୍କର ପାଖରେ କୃଷ୍ଣ ବସିଥିଲେନବର ଭିତରେ ଯାଇଁ ଦୁହେଁ ଓହ୍ଲାଇଲେ ।ଚନ୍ଦ୍ରଶାଳାପୁରେ ମିଳିଲେକ ଦେବ ଯାଇରତ୍ନ ପଲଙ୍କରେ ମାତ ବସାଇଲେ ନେଇ ।କେବଣ ଗୋପୀ ମୁଖରେ ଚୁମ୍ବନ ଦିଅନ୍ତିଶ୍ରୀକୃଷ୍ଣ ମୁଖକୁ ଚାହିଁ ଅଙ୍ଗ ପୁଲକାନ୍ତି ।ମଦନେ ଆରତ ହେଉଁ ହୋଇ ରସ ଭୋଳକେହବେହେଁ ସେ ନ ଛାଡ଼ନ୍ତି ମଦନ ଗୋପାଳ ।ଚନ୍ଦନ କର୍ପୂର ସ୍ୱର୍ଣ୍ଣପାତ୍ରେ ଥିଲେ ନେଇକୃଷ୍ଣ ଅଙ୍ଗରେ ଲେପନ୍ତି ଆନନ୍ଦିତ ହୋଇ ।ଗୋପୀଏ ଆନନ୍ଦମନେ ଶରୀର ଘଷନ୍ତିକେଉଁ ଗୋପୀ ଆନନ୍ଦରେ ଦେହ ଆଉଁଷନ୍ତି ।କେବଣ ଗୋପିକା ମୁଖେ ତାମ୍ବୁଳ ଭୁଞ୍ଜାନ୍ତିକେବଣ ଗୋପିକା ଆସି ପାଦ ମଞ୍ଚାଳନ୍ତି ।ଉଦ୍ଧବ ଅକ୍ରୂରେ ନନ୍ଦ ଗଉରବ କଲେମାନ୍ୟ କରିଣ ଆସନେ ନେଇ ବସାଇଲେ ।ସ୍ନାନ ନିତ୍ୟକର୍ମମାନ ସେମାନେ ସାରିଲେଗଡ଼ରସ ଦ୍ରବ୍ୟମାନ ମଣୋହି କରିଲେ ।ଅମୃତମଣୋହି କୃଷ୍ଣ କରନ୍ତି ଆନନ୍ଦେବେଢ଼ି ବସିଛନ୍ତି ତହିଁ ସର୍ବ ଗୋପୀବୃନ୍ଦେ ।ସଙ୍ଗରେ ଗୋପାଳପୁଏ ମିଳିଲେକ ଆସିବୋଲନ୍ତି ଭୋଜନ କର ଆହେ ବ୍ରହ୍ମରାଶି ।କେବଣ ଗୋପାଳପୁଅ ବୋଲନ୍ତି କହ୍ନାଇଆମ୍ଭର ସଙ୍ଗେ ବିହରୁଥିଲୁ ଭାବଗ୍ରାହୀ ।ସେ ବୃନ୍ଦାବନ ଆମ୍ଭଙ୍କୁ ଅପୂର୍ବ ହୋଇଲାଦିନେ ଦେଖିବାକୁ ତୁମ୍ଭ ଚିତ୍ତ ନ ବଳିଲା ।ଛାଡ଼ିଗଲା ଦିନୁ ଖେଳ କୌତୁକ ନ ଜାଣୁକୃଷ୍ଣ କୃଷ୍ଣ ବୋଲି ଭାଳୁଥାଉଁ ଦିନୁ ଦିନୁ ।ଗୋପାଳପୁଅଙ୍କ ମୁଖୁ ଏସନକ ଶୁଣିମାୟାରେ ମୋହିଲେ ତାଙ୍କୁ ଦେବ ଚକ୍ରପାଣି ।ଯେଉଁରୂପେ କୃଷ୍ଣ ସଙ୍ଗେ ପୂର୍ବେ ଖେଳୁଥିଲେତେସନକ ପରକାରେ ସମସ୍ତେ ମଣିଲେ ।ପୁଅଙ୍କର ଆନନ୍ଦ ସେ କହୁ ନ ସରଇଗୋପୀମାନଙ୍କର ଅଙ୍ଗ ପୁଲକି ଉଠଇ ।ନନ୍ଦ ଯଶୋଦା ଆନନ୍ଦ କହିଲେ ନ ସରେହଜିଲା ପଦାର୍ଥ କିବା ପ୍ରାପ୍ତ ହେଲା କରେ ।ତେସନ ପ୍ରକାରେ ଗୋପୀ ଗୋପାଳ ସଭିଏଁଆନନ୍ଦରେ କୃଷ୍ଣଙ୍କୁ ନ ଛାଡ଼ନ୍ତି କ୍ଷଣେହେଁ ।ପୂର୍ବେ କୃଷ୍ଣ ସଙ୍ଗେ ହୋଇଥିଲାକ ଯେସନଗୋପପୁରେ ସେ ରୂପରେ ଧ୍ୱନି ବିଦ୍ୟମାନ ।ଏମନ୍ତେ ପାଞ୍ଚ ଦିବସ ରହି ନାରାୟଣଗୋପୀ ଗୋପାଳ ଛାଡ଼ନ୍ତି ନାହିଁ ଏକକ୍ଷଣ ।ଏକଦିନକରେ ମିଳି ସର୍ବ ଗୋପାଳୁଣୀଯମୁନା ସ୍ନାନକୁ ଯାଇଥିଲେକ ତରୁଣୀ ।ଦୈବଯୋଗେ ସେହିଦିନ ରାଧିକା ସୁନ୍ଦରୀଯମୁନା ଯାଇଅଛନ୍ତି ସେହୁ ସ୍ନାନ କରି ।ଯମୁନା ତଟେ ହୋଇଲା ତାଙ୍କ ସଙ୍ଗେ ଭେଟବୋଲନ୍ତି ତୁମ୍ଭର କିପାଁ ବହୁତ ଉଚ୍ଚାଟ ।ଶ୍ରୀକୃଷ୍ଣ ଗଲା ଦିନରୁ ନ ଦେଖୁ ଏଠାରେଦହି ବିକିବାକୁ ଯାଅ କେବଣ ବାଟରେ ।ଏବେ ତୁମ୍ଭମାନଙ୍କର ହର୍ଷମୁଖ ଦିଶେଶତଦଳ ପଦ୍ମ ପ୍ରାୟ ବଦନ ପ୍ରକାଶେ ।ହସି ହସି ଗୋପୀମାନେ ବୋଲନ୍ତି ବଚନଉଦ୍ଧବଙ୍କୁ ଘେନି ଆସିଛନ୍ତି ନନ୍ଦନାନ ।ପରିହାସ ମଣି ବୃଷଭାନୁର ନନ୍ଦିନୀଆପଣାର ମନେ ମନେ ଭାଳି ପୁଣି ପୁଣି ।ବୋଲନ୍ତି ଯେବେ ଅଇଲେ ଜଗତ ଈଶ୍ୱରକେଭେ ପ୍ରତେ ହେଉନାହିଁ ମନରେ ମୋହର ।ଭକତବତ୍ସଳ ଯେବେ ଗୋପକୁ ଅଇଲାଜାଣିଲଇଁ ନିଶ୍ଚେଁ ଆସି ଯୁଗ ଶେଷ ହେଲା ।ନିଜ ଧାମକୁ ଚଳିବେ ଦେବ ନାରାୟଣନେବାକୁ ଆସିଅଛନ୍ତି ଗୋପାଳୁଣୀମାନ ।ଦ୍ୱାରକାପୁରେ ଏହାଙ୍କୁ ରଖିବେ ସେ ନେଇଯଦୁବଂଶ ନାଶ କରାଇବେ ଭାବଗ୍ରାହୀ ।ପୂର୍ବର କଥା ସମସ୍ତ ହୃଦରେ ସ୍ମରିଲେଯାହା ବିଚାରିଲେ ତାହା ହୃଦରେ ରଖିଲେ ।ରାଧିକା ବୋଲନ୍ତି ଶୁଣ ଆଗୋ ଗୋପାଳୁଣୀସତେହେଁ କି ଗୋପେ ଆସିଛନ୍ତି କମ୍ବୁପାଣି ।ଗୋପୀ ବୋଇଲେ ଅଇଲେ ପାଞ୍ଚଦିନ ହେଲାତୁମ୍ଭଙ୍କୁ ଏ କଥା କେହ୍ନେ ଜଣା ନ ପଡ଼ିଲା ।ଏହା ଶୁଣି ରାଧିକା ବହନେ ଚଳିଗଲେଆପଣା ମନ୍ଦିରେ ଯାଇ ପ୍ରବେଶ ହୋଇଲେ ।ଦୂରିତ ସଖୀକି ରାଧା ରାଇଲେ ଏକାନ୍ତେବୋଇଲେ ଗୋପକୁ ଆସିଛନ୍ତି ଗୋପୀନାଥେ ।ଗୋପୀକାମାନେ କହିଲେ ମୋତେ ଏହିକ୍ଷଣିଚାଲ ଚାଲ ସଖି ଦେଖିବା ଗୋ ଚକ୍ରପାଣି ।ଦୂତିକା ବୋଇଲେ ସଖି କିପାଁ କହୁ ମିଛକେଭେ ଗୋପକୁ ତ ନ ଆସନ୍ତି ନନ୍ଦବତ୍ସ ।ରାଧିକ ବୋଇଲେ କେଭେ ଏ ମିଥ୍ୟା ନୁହଇଯମୁନାଘାଟେ କହିଲେ ମୋତେ ସର୍ବ ଗୋଈ ।ନନ୍ଦର ମନ୍ଦିରେ ବିଜେ କରିଛନ୍ତି ହରିକଷ୍ଟ ପାସୋରନ୍ତି ତାଙ୍କୁ ଦେଖି ଗୋପନାରୀ ।ଏମନ୍ତେ ହୋଇଲା ଷଡ଼ ଦିବସର କଥାଏକମନେ ଶୁଣ ପରୀକ୍ଷିତ ମହାରଥା ।ଦୂତିକାକୁ ଘେନି ସଙ୍ଗେ ରାଧିକା ସୁନ୍ଦରୀବେଗେଣ ଯାଇ ମିଳିଲେ ନନ୍ଦରାଜା ପୁରୀ ।ଦେଖିଲେ ସିଂହାସନରେ ବିଜେ ନାରାୟଣତାଙ୍କ ଯୋଗେ ଶୋଭା ପାଉଅଛି ତ୍ରିଭୁବନ ।ମନେ ମନେ କୋଟି କୋଟି ପ୍ରଣାମ ସେ କଲାକରପତ୍ର ଯୋଡ଼ିଣ ଛାମୁରେ ଉଭା ହେଲା ।ଶ୍ରୀକୃଷ୍ଣଙ୍କୁ ଚାହିଁ ରାଧା ଭାଷେ ମୃଦୁବାଣୀଏସନକ ଭଣ୍ଡ ତୁମ୍ଭେ ଅଟ ଚକ୍ରପାଣି ।ଆମଙ୍କୁ ଛାଡ଼ି ମଥୁରା ଗଲୁ ଦାମୋଦରଲୁଚାଇଥିଲୁ ତୋହର ଶ୍ରୀବିମ୍ବ ଅଧର ।ଏତେକାଳରେ ସୁଦୟା ହେଲା ଆମ୍ଭଠାରେତୁମ୍ଭଙ୍କୁ ଦେଖିଲୁ ଆମ୍ଭେ ଚର୍ମନୟନରେ ।ଏଡ଼େ ନିରାଶ କରିବା ନୁହଇ ଉଚିତନାମ ତୁହି ବୋଲାଇ ତ ଅଛୁ ଗୋପୀନାଥ ।କମଠ ଡିମ୍ବ ପଡ଼ିଲା ପ୍ରାୟ ତୁହି କରିଛାଡ଼ିଣ ମଥୁରାପୁରେ ରହିଲୁ ଶ୍ରୀହରି ।ଏତେ କହିଣ ମଉନ ହେଲେ ଠାକୁରାଣୀକୋମଳ ବଚନେ ବଦୟନ୍ତି ଯଦୁମଣି ।କଂସ ଘେନାଇ ଗଲାକୁ ଆମ୍ଭେ ସିନା ଗଲୁଆମ୍ଭର ଇଚ୍ଛା ଏ ତ ତୁମ୍ଭଙ୍କୁ ନ ଛାଡ଼ିଲୁ ।ଆମ୍ଭଙ୍କୁ ମାରିବା ପାଇଁ ଘେନାଇ ସେ ଗଲାଦେଖିବା ମାତ୍ରକେ ସେହୁ ପ୍ରାଣତ୍ୟାଗ କଲା ।ସମସ୍ତଙ୍କର ଭାଗ୍ୟକୁ କଂସ ଗଲା କ୍ଷୟେଏହିଯୋଗେ ଗତ ହେଲା ଏତେଦିନ ଯାଏ ।ରହି ନ ପାରିଲ ଜରାଭୟେ ମଥୁରାରେପଳାଇ ଯାଇ ପଶିଲୁ ସମୁଦ୍ର ଭିତରେ ।ଦ୍ୱାରାବତୀ ପୁରେ ଲୁଚି ନିଶ୍ଚିନ୍ତରେ ଥାଉଜରାସନ୍ଧ ଡରେ ଆସି ନ ପାରିଲୁ ତହୁଁ ।ଏସନକ ଛଦ୍ମବାଣୀ କହନ୍ତେ ମାଧୋଇଶୁଣି ମନେ ହସ ହସି ଦୂତିକା ବୋଲଇ ।ମାୟାଧର ପ୍ରଭୁ ତୁମ୍ଭେ ଜରାସନ୍ଧ ଡରେକହୁଛ ଲୁଚିଲୁଁ ଯାଇ ସମୁଦ୍ର ଭିତରେ ।ଦୈତ୍ୟନାଶନ ତୋହର ନାମ ଦଇତ୍ୟାରିସମୁଦ୍ରରେ ପଶି ମାରୁ ଦୈତ୍ୟ ମହାବଳୀ ।କାଳେ କାଳେ ତୁମ୍ଭେ ସିନା ଦୈତ୍ୟ ଭୟହରଦୈତ୍ୟ ବିନାଶନେ ବାରମ୍ବାର ଅବତାର ।କପଟ କରି ଆମ୍ଭଙ୍କୁ କହୁ ନାରାୟଣଯୁଗ ପ୍ରଳୟ କାରଣେ କଲୁଣି ତୁ ମନ ।ଯଦୁବଂଶ ମରାଇ ଆପଣେ ସ୍ୱର୍ଗେ ଯିବୁଏଠାକୁ ଆସିଛୁ ସଙ୍ଗେ ଆମ୍ଭଙ୍କୁ ତୁ ନେବୁ ।ଦ୍ୱାରକାପୁରେ ଥୋକାଏ ଦିବସ ରହିବୁକାଳାନ୍ତରେ ତୁହି ନିଶ୍ଚେଁ ପ୍ରଳେ କରାଇବୁ ।ଆଗତ ଭବିଷ୍ୟ ଯହୁଁ ଦୂତିକା କହିଲାଅନ୍ତର୍ଯ୍ୟାମୀଙ୍କ ମନକୁ ସେ କଥା ରୁଚିଲା ।ତହୁଁ ରାଧିକା ବୋଲନ୍ତି ଶୁଣ ହେ କହ୍ନାଇପଦ୍ମବନ ପ୍ରାୟେ ତୋର କୁଟୁମ୍ବ ବଢ଼ଇ ।ସୁଖଭୋଗ ବହୁତ କରିଲ ମଞ୍ଚପୁରେସ୍ୱର୍ଗକୁ ନ ଯାଇ କିମ୍ପା ଅଛ ଅବନୀରେ ।ଦେବସଭା ନ ଶୋଭଇ ତୁମ୍ଭେ ନ ଥିବାକୁବେଗୁଁ ବେଗ ନାଶ କର ଯାଦବବଂଶକୁ ।ରାଧିକାଙ୍କର ବଚନେ ଶ୍ରୀକୃଷ୍ଣ ହସିଲେଗୁପତ କଥା ପ୍ରକାଶ ନ କର ବୋଇଲେ ।ମୁହିଁ ନାରାପୁଣ ତୁମ୍ଭେ ଅଟ ପରଂ ଲକ୍ଷ୍ମୀକେବେହେଁ ତୁମ୍ଭଙ୍କୁ ଆମ୍ଭେ ନ ପାରୁ ମୁରୁଛି ।ଅବତାରେ ଅବତାରେ ସଙ୍ଗେ ଘେନିଥାଇତୁମ୍ଭଙ୍କୁ ଘେନିଣ ମୁହିଁ ଦୈତ୍ୟ ସଂହରଇ ।ଏବେତ ଯୁଗ ଶେଷ ଗୋ ହେଉଅଛି ସହିଯିବି ମୁହିଁ ନିଜସ୍ଥାନେ ନ ପାରିବି ରହି ।ପୃଥିବୀର ମହାଭାର ଉଶ୍ୱାସ ହୋଇଲାମୋତେ ନେବାପାଇଁ ଦେବଦୂତ ଆସିଥିଲା ।ନିକଟ ତ ହୋଇଲାଣି ଯିବି ସ୍ୱର୍ଗପୁରପୁତ୍ର ନାତି ଯେତେକ ବା ଅଛନ୍ତି ମୋହର ।ସେମାନଙ୍କୁ ତ ସଂହାର କରାଇବି ମୁହିଁଶବର ବାଣରେ ନାଶ ହେବ ମୋର ଦେହି ।ଏହି ଗୁପତ ଚରିତ ନ ଜାଣିବେ କେହିଏଣୁକରି ତୁମ୍ଭଙ୍କୁ ଗୋ କହିଲି ମୁଁ ସହି ।ଗୋପାଳୁଣୀମାନେ ଏହା କେହି ନ ଜାଣିଲେନନ୍ଦ ଯଶୋଦା ଜାଣିବେ ଏହା କାହୁଁ ଭଲେ ।କଥାର କୌତୁକେ ତାଙ୍କ ମନକୁ ମୋହିଲେମାୟାଧର ପୁରୁଷ ତ ସବୁ ମାୟା କଲେ ।ନନ୍ଦଙ୍କୁ ଚାହିଁଣ କୃଷ୍ଣ କହନ୍ତି ଏସନଯିବୁ ଦ୍ୱାରକାପୁରକୁ କର ଅବଧାନ ।ନନ୍ଦ ବୋଇଲେ ଆମ୍ଭେ ନ ପାରୁ ମୁରୁଛିଥାଅ ଦିନାକେତେ ଆଉ ନ ଯାଅ ଶ୍ରୀବତ୍ସି ।ଛାଡ଼ି ଗଲେ ନିଶ୍ଚେଁ ଆମ୍ଭେ ହରାଇବୁ ପ୍ରାଣଆମ୍ଭମାନଙ୍କୁ ସଙ୍ଗତେ ନିଅ ନାରାୟଣ ।ଗୋବିନ୍ଦ ବୋଇଲେ ଆମ୍ଭେ ସଙ୍ଗତରେ ନେବୁଦ୍ୱାରକା ପୁରରେ ନେଇ ତୁମ୍ଭଙ୍କୁ ଥୋଇବୁ ।ଶ୍ରୀକୃଷ୍ଣଙ୍କ ମୁଖୁଁ ଏହା ଶୁଣି ଗୋପନାରୀତତକ୍ଷଣେ ବେଢ଼ିଗଲେ ଶତେପୁର କରି ।ବୋଲନ୍ତି ଆମ୍ଭଙ୍କୁ ଛାଡ଼ି ଯିବୁ ଗୋପୀନାଥକଦାଚିତ ତୋତେ ଛାଡ଼ି ନ ଦେବୁ ଅଚ୍ୟୁତ ।ଦରିଦ୍ରକୁ ଧନ ଆସି ପ୍ରାପତ ହୋଇଛିତାହାକୁ ଆମ୍ଭେ କି ଥରେ ପାରିବୁ ମୁରୁଛି ।ଅନ୍ଧକୁ ନୟନ ସିନା ହୋଇଛି ପ୍ରପତଯେଣୁକରି ଅନାଥ ଯେ ପାଇଅଛି ନାଥ ।ଥୋଇବା ପଦାର୍ଥ ଦୈବ ନେଇଥଲା ହରିସେ ପଦାର୍ଥ କର୍ମବଳେ ମିଳିଛି ଆମ୍ଭରି ।କେମନ୍ତ ପ୍ରକାରେ ହସ୍ତୁଁ ଛାଡ଼ିଦେବୁ ତାହାହସ୍ତରୁ ଖସି ପଡ଼ିଲେ ନ ମିଳଇ ଯାହା ।ଏହି ଅକ୍ରୂର ଆସି ତ ଛଡ଼ାଇଣ ନେଲାବେଳକ ଆସି ଉଦ୍ଧବ ପ୍ରବୋଧିଣ ଗଲା ।ସେହିଦିନୁ ଆମ୍ଭେମାନେ ମୂର୍ଚ୍ଛିଥିଲୁଁ ତୋତେଏବେ ଆସି ହସ୍ତେ ପଡ଼ିଅଛ ଜଗନ୍ନାଥେ ।କେମନ୍ତ ପ୍ରକାରେ ଯିବ ଦ୍ୱାରାବତୀ ପୁରଯେବେ ଯିବ ଘେନିଯାଅ ଆମ୍ଭଙ୍କୁ ସଙ୍ଗର ।ଯେବେ ତୁ ଆମ୍ଭଙ୍କୁ ଛାଡ଼ି ଯିବୁରେ କହ୍ନାଇନିଶ୍ଚୟ ମରିବୁ ବିଷ ଖାଇ ସର୍ବ ଗୋଈ ।ହତ୍ୟା ଗୋଟିକ ବସିବ କନ୍ଧରେ ତୋହରସ୍ତିରୀହତ୍ୟା ଦୋଷ କେଭେ ନ ଯିବଟି ପାର ।ଏମନ୍ତ କଠୋର ବାକ୍ୟ ଗୋପୀଙ୍କର ଶୁଣିମନେ ମନେ ବିଚାରିଣ ପ୍ରଭୁ ଚକ୍ରପାଣି ।ଆଶ୍ୱାସନା ଦେଇ ତାଙ୍କୁ କହନ୍ତି ମଧୁରସମସ୍ତଙ୍କୁ ଘେନିଯିବା ଦ୍ୱାରାବତୀପୁର ।ତୁମ୍ଭଙ୍କୁ ନେବା ନିମନ୍ତେ ଆସିଛି ଏଥକୁନ ନେଲେ ସିନା ଦୋଷ ଯେ ଲାଗିବ ଆମ୍ଭଙ୍କୁ ।ନନ୍ଦ ଆବର ଯଶୋଦା ରାଧିକା ସହିତେଏ ସମସ୍ତଙ୍କୁ ପିଠିରେ ବସାଅ ତ୍ୱରିତେ ।ଆଉ ଯେତେ ଗୋପାଳୁଣୀଥିବେ ଗୋପପୁରେଗୋରୁଙ୍କୁ ଚରାଉଥିବେ ଆନନ୍ଦ ମନରେ ।ଏତେକ କହିଣ ସର୍ବ ଗୋପୀଙ୍କି ବୋଧିଲେବିନତାର ନନ୍ଦନକୁ ମନେ ସୁମରିଲେ ।ରମ୍ୟକ ଦ୍ୱାପରେ ଥାଇ ଜାଣି ଖଗେଶ୍ୱରବିଚାରିଲେ ସୁମରନ୍ତି ଗୋପେ ଚକ୍ରଧର ।କାଳିୟଗଞ୍ଜନ କାଳେ ଦେଖଇଥିଲି ପୂର୍ବେପ୍ରଭୁଙ୍କର ପ୍ରିୟ ଭକ୍ତ ଗୋପ ଗୋପୀ ସର୍ବେ ।ସେମାନେ ତ ଶ୍ରୀକୃଷ୍ଣର ସେବକ ଅଟନ୍ତିଶ୍ରୀକୃଷ୍ଣ ତାଙ୍କର ଅଙ୍ଗସ୍ପର୍ଶ କରିଛନ୍ତି ।ତାହାଙ୍କର ମୁଖ ଦେଖି ନିସ୍ତାର ପାଇବାଗୋପାଙ୍କ ଭକତି ସରି ନୋହେ ସୁରଦେବା ।ଏତେକ ବିଚାର କରି ବାହାର ହୋଇଲାଏକା ନିଃଶ୍ୱାସକେ ବୃନ୍ଦାବନରେ ମିଳିଲା ।ବୃନ୍ଦାବନ ଶୋଭା ଦେଖି ମନେ ବିଚାରଇଏଥେ ବଳାଲୀଳା କରିଥିଲେ ଭାବଗ୍ରାହୀ ।ଏ କଦମ୍ବ ବୃକ୍ଷଡାଳେ ବସି ଭଗବାନଶ୍ରୀବିମ୍ବ ଅଧରେ କରୁଥିଲେ ବେଣୁଶ୍ୱନ ।ଏତେ ଚିନ୍ତି ସେ ବୃକ୍ଷକୁ ନମସ୍କାର କଲାବୃନ୍ଦାବନକୁ ନିରେଖି ବାହାର ହୋଇଲା ।ଗୋପ ନଗରକୁ ଚଳିଯାଏ ଖରତରସର୍ବେ ବୋଇଲେ କିପାଇଁ ଆସେ ଖଗବର ।ଧୀରେ ଧୀରେ ଯାଇଣ ସେ ମିଳେ ସିଂହଦ୍ୱାରବିଶ୍ୱମୂର୍ତ୍ତି ଛାଡ଼ି ହେଲା ମନୁଷ୍ୟ ଶରୀର ।ଅନ୍ତଃପୁରେ ବାରତା ପାଇଣ ନନ୍ଦରାଣବିଚାରେ କିପାଁ ଅଇଲା ବିନତା ନନ୍ଦନ ।ରମ୍ୟକ ଦ୍ୱୀପରେ ଏହୁ କରିଥାଇ ବାସଅନନ୍ତ ଶଯ୍ୟାରେ ଜଗି ନାରାୟଣ ପାଶ ।ଏହି ମଞ୍ଚ ପୁରକୁ ସେ କିପାଇଁ ଅଇଲାଏହି କଥା ଗୋଟି ମନେ ସନ୍ଦେହ ଲାଗିଲା ।ମଞ୍ଚରେ ମାନବ ମୁହିଁ ଅଟଇ ଦଇବେଶ୍ରୀବିଷ୍ଣୁର ସେବକ ଏ ଅଟଇ ସ୍ୱଭାବେ ।ଏତେକ ବିଚାରି ନନ୍ଦ ହୋଇଲା ବାହାରନମସ୍କାର କଲା ଯାଇ ଗରୁଡ଼ ପୟର ।କଲ୍ୟାଣ କଲେ ତାହାତୁ ବିନତାର ବତ୍ସଆରୋଗ୍ୟ ଶରୀର ହେଉ ତୁମ୍ଭର ପ୍ରତ୍ୟକ୍ଷ ।ବୃଦ୍ଧ ତନୁ ତେଜି ତୁମ୍ଭେ ଯୁବା ତନୁଧରରାମ କୃଷ୍ଣ ହେତୁ ତୁମ୍ଭେ ପ୍ରିୟାପାତ୍ର ମୋର ।ଏତେକ କଲ୍ୟାଣ ତାଙ୍କୁ କଲେ ଖଗେଶ୍ୱରଆସନରେ ବସାଇଲେ ନନ୍ଦ ନୃପବର ।ଯହୁଁ ଶ୍ରୀକୃଷ୍ଣ ଜାଣିଲେ ଗରୁଡ଼ ଅଇଲାଭିତର ପୁରୁ ବାହାର ହେଲେ ନନ୍ଦବଳା ।ଗରୁଡ଼ ତାହାଙ୍କୁ ତହୁଁ ଦରଶନ କଲାହୃଦୟ ମଧ୍ୟରେ କୋଟି ନମସ୍କାର କଲା ।ଯାଇଣ ଭେଟିଲା ସେହୁ ଶ୍ରୀଚରଣ ତଳଆଶ୍ୱାସ କରି ବୋଇଲେ ଦେବ ଦାମୋଦର ।ଶ୍ରୀକୃଷ୍ଣ ମୁଖକୁ ଚାହିଁ କହେ କରଯୋଡ଼ିକାହିଁପାଇଁ ମୋତେ ସୁମରିଲ ନରହରି ।କୃପାକରି କହ ମୋତେ କମଳାର ସାଇଁଗୋବିନ୍ଦ ବୋଲନ୍ତି ଶୁଣ ବିନତା ତନୟି ।ବିଶ୍ୱାସ କରିଣ ତୋତେ କହିବା କଥାନ୍ତଏକମନ ହୋଇ ଶୁଣ ବିନତାର ସୁତ ।ଦ୍ୱାପର ଯୁଗ ତ ଶେଷ ହେଉଛନ୍ତି ଏବେଗୋପାଳୁଣୀଙ୍କୁ ପିଠିରେ ବସାଅ ତୁ ଜବେ ।ନନ୍ଦ ଆବର ଯଶୋଦା ରାଧିକା ସହିତେଏ ସମସ୍ତଙ୍କୁ ପିଠିରେ ବସାଅ ତ୍ୱରିତେ ।ରହସ୍ୟ ଦ୍ୱାରକାପୁରେ ରଖିବାକୁ ନେଇଥୋକେ କାଳ ବଞ୍ଚି ତହିଁ ରହିଥାନ୍ତୁ ଯାଇ ।ଯେତେବେଳେ ଏହି ଯୁଗ ପ୍ରଳୟ ହୋଇବଲବଣ ସମୁଦ୍ର ମଧ୍ୟେ ଦ୍ୱାରକା ଭାସିବ ।ସେହି ପ୍ରଳୟ କାଳରେ ସମସ୍ତେ ମରିବେତେବେ ଏ ପୃଥିବୀ ସିନା ଉଶ୍ୱାସ ଲଭିବେ ।ଶ୍ରୀକୃଷ୍ଣ ମୁଖୁ ଗରୁଡ଼ ଏସନକ ଶୁଣିମହା ଆନନ୍ଦିତ ହେଲା ଖଗ ନୃପମଣି ।ଖଗବର ତହୁଁ ସ୍ନାନ ଭୋଜନାଦି କଲେସେ ଦିନ ଖଗ ଈଶ୍ୱର ସେଠାରେ ରହିଲେ ।ନାରାୟଣ ମନମଧ୍ୟେ କରିଣ ବିଚାରନନ୍ଦ ଯଶୋଦାଙ୍କୁ ତହୁଁ ରାଇ ଦାମୋଦର ।ଏଠାରେ ଥାଇଣ ଦୁଃଖ ପାଉଅଛ ତୁମ୍ଭେଦ୍ୱାରକା ପୁରକୁ ତେଣୁ ଯାଉଅଛୁ ଆମ୍ଭେ ।ନନ୍ଦ ଯଶୋଦା ବୋଲନ୍ତି ଶୁଣ ତୁମ୍ଭେ ହରିତୁମ୍ଭବିନୁ ଆନ ଆଶ୍ରା ନାହିଁ ଯେ ଆମ୍ଭରି ।ପୋଷିଲେ ପୋଷ ନତୁବା ନାଶ କର କିନାତୁହି କି ନ ଜାଣୁ ବାବୁ ଆମ୍ଭର ବେଦନା ।ଗୋବିନ୍ଦ ବୋଇଲେ ତୁମ୍ଭେ ବେଗ ହୁଅ ସଜଗରୁଡ଼ ପୃଷ୍ଠରେ ବସି ଚଳିଯିବା ଆଜ ।ଶୁଣି ଆନନ୍ଦିତ ହେଲେ ନନ୍ଦ ଯଶୋବନ୍ତୀଚନ୍ଦ୍ର ଦେଖିଣ କୁମୁଦ ଯେହ୍ନେ ବିକଶନ୍ତି ।ରାଧିକାକୁ ଚାହିଁ ବୋଲୁଛନ୍ତି ମଧୁହାରୀଆମ୍ଭର ସଙ୍ଗେ ଦ୍ୱାରକା ଯିବ ପ୍ରାଣେଶ୍ୱରୀ ।ରାଧିକା ବୋଇଲେ ଯେବେ କରିବ ବିଧାନତେବେ ସେ ସଙ୍ଗତେ ମୋତେ ନେବ ଭଗବାନ ।ଶ୍ରୀକୃଷ୍ଣ ବୋଇଲେ ଆଉ ନ ବିଚାର କିଛିତୁମ୍ଭେ କି ନ ଜାଣ ଯୁଗ ଶେଷ ହେଉଅଛି ।ଚନ୍ଦ୍ରସେଣାର ସଙ୍ଗତେ ସଜ ହୋଇ ଚାଲଗରୁଡ଼ ପିଠି ଉପରେ ବସ ଧାତିକାର ।ଏସନକ ଆଜ୍ଞା ଦେବ ରାଧିକାକୁ ଦେଲେଗୋପାଳୁଣୀମାନଙ୍କୁ ସେ ଚାହିଁ ପଚାରିଲେ ।ତୁମ୍ଭେ ତ ଷୋଳସହସ୍ର ନାରୀ ଏଥେ ଅଛଗୁପତ କଥା ତୁମ୍ଭଙ୍କୁ କହିବା ପ୍ରତ୍ୟକ୍ଷ ।ଆମ୍ଭେ ଏବେ ଯାଉଅଛୁ ଦ୍ୱାରାବତୀ ପୁରତୁମ୍ଭେମାନେ କିଛିଦିନ ଥାଅ ଗୋ ଏଥିର ।ଥୋକେ ଦିନ ଗତ ହେଲେ ଘେନିଯିବୁ ଆମ୍ଭେଏଥିପାଇଁ ମନେ ଚିନ୍ତା ନ କର ଗୋ ତୁମ୍ଭେ ।ଶ୍ରୀକୃଷ୍ଣ ମୁଖରୁ ଏସନକ ବାକ୍ୟ ଶୁଣିବିକଳେ ବୋଇଲେ ତାଙ୍କୁ ସର୍ବ ଗୋପାଳୁଣୀ ।ଆମ୍ଭଠାରେ ଏଡ଼େ ସ୍ନେହ କରିଥିଲ ହରିନିର୍ଦ୍ଦୟ ହୋଇଣ ଏବେ ଯିବ କେଉଁପରି ।ଏଡ଼େ ନିର୍ଦ୍ଦୟା ଯଦ୍ୟପି ଥିଲା ଆମ୍ଭଠାରେକିମ୍ପା ଏଥକୁ ଅଇଲ କହ ଦାମୋଦରେ ।ନିରାଶ କରି ଆମ୍ଭଙ୍କୁ ଯେବେ ଯିବ ଛାଡ଼ିନିଶ୍ଚେଁ ପ୍ରାଣ ହରାଇବୁଁ ଯମୁନାରେ ବୁଡ଼ି ।ଗୋବିନ୍ଦ ବୋଇଲେ ସର୍ବେ ସଜ ହୋଇ ଆସଗରୁଡ଼ ପୃଷ୍ଠେ ବସାଇ ନେବଇଁ ଅବଶ୍ୟ ।ଏସନକ ଶୁଣି ଗୋପାଳୁଣୀଏ ଧାଇଁଲେଯେ ଯାହାର ମତେ ସଜ ହୋଇଣ ରହିଲେ ।ଚହଳ ଗହଳ ହୋଇ ହୋଇଲେ ବାହାରସମସ୍ତେ ମିଳିଲେ ଆସି ନନ୍ଦ ସିଂହଦ୍ୱାର ।ରାଧିକା ଦୂତିକା ସହିତରେ ସର୍ବ ଗୋଈନନ୍ଦ ମନ୍ଦିରେ ତ୍ୱରିତେ ମିଳିଲେକ ଯାଇ ।ଏମନ୍ତେ ରଜନୀ ଆସି ହେଲା ପ୍ରହରେକବିଚାର କରନ୍ତି ତହୁଁ ଜଗତ ନାୟକ ।ଗରୁଡ଼ ମୁଖକୁ ଚାହିଁ କୃଷ୍ଣ ଆଜ୍ଞା ଦେଲେବିଶ୍ୱରୂପ ଧରି ପିଠି ବିସ୍ତାର ବୋଇଲେ ।ଆଜ୍ଞା ପାଇଣ ଗରୁଡ଼ ବେଗେ ଉଠିଗଲାଗୋବିନ୍ଦକୁ ସୁମରିଣ ପିଠି ବିସ୍ତାରିଲା ।ଶ୍ରୀକୃଷ୍ଣ ବୋଲନ୍ତି ପିତା ମାତାଙ୍କୁ ଅନାଇଗରୁଡ଼ ପିଠିରେ ତୁମ୍ଭେମାନେ ବସ ଯାଇଁ ।ଗୋବିନ୍ଦଙ୍କର ବଚନେ ନନ୍ଦ ଯଶୋଦାଏହୃଦଗତେ ବିଚାର କରନ୍ତି ବାପମାୟେ ।ଆନନ୍ଦିତ ହୋଇ ବସିଲେକ ବେନିଜନଗୋପୀମାନେ ବସିଲେ ଯେ ତାଙ୍କ ସନ୍ନିଧାନ ।ଚନ୍ଦ୍ରସେଣା ରାଧା ଆଉ ଦୂତିକା ସଙ୍ଗରେସଜହୋଇ ବିଜେ କଲେ ଗରୁଡ଼ ପିଠିରେ ।କୃଷ୍ଣ ବସିଲେ ଉଦ୍ଧବ ଅକ୍ରୂରକୁ ଘେନିଦାରୁକ ସହ ବିଜୟେ ଦେବ ଚକ୍ରପାଣି ।ତହୁ ଗରୁଡ଼କୁ ଆଜ୍ଞା ଦେଲେ ବାସୁଦେବଦ୍ୱାରାବତୀରେ ପ୍ରବେଶ କର ତୁହି ଜବ ।ଆଜ୍ଞା ପାଇଣ ଗରୁଡ଼ ସେଠାରୁ ଚଳିଲାଦୁଇ ଦଣ୍ଡର ମଧ୍ୟରେ ତହିଁ ପ୍ରବେଶିଲା ।ଗୋବିନ୍ଦ ବୋଇଲେ ଶୁଣ ଆରେ ଖଗେଶ୍ୱରରହସ୍ୟ ଦ୍ୱାରକାପୁରେ ଚଳ ଧାତିକାର ।ଜଗନ୍ନାଥ ଆଜ୍ଞାପାଈ ଖଗେଶ୍ୱର ସାଈଁରହସ୍ୟ ଦ୍ୱାରକାପୁରେ ବେଗେଣ ମିଳଇତହୁଁ ଗରୁଡ଼କୁ ଆଜ୍ଞା ଦେଲେ ନାରାୟଣଏହିଠାରେ ରହ ତୁହି ବିନତା ନନ୍ଦନ ।ଆଜ୍ଞା ପାଇଣ ଗରୁଡ଼ ସେଠାରେ ରହିଲେବୈନତେୟର ପିଠିରୁ ସର୍ବେ ଓହ୍ଲାଇଲେ ।ନନ୍ଦ ଯଶୋଦାଙ୍କୁ ଚାହିଁ ଶ୍ରୀକୃଷ୍ଣ ବୋଲନ୍ତିନଗର ମଧ୍ୟରେ ବିଜେ କର ହୋ ତଡ଼ତି ।ନନ୍ଦ ପାଇଁ ବିଶ୍ୱକର୍ମା ଯା ନିର୍ମାଣି ଥିଲେପିତାମାତ ଘେନି କୃଷ୍ଣ ଆପେ ବିଜେ କଲେ ।ବୋଇଲେ ନଗରେ ତୁମ୍ଭେ ସୁଖେ ବାସ କରଶୋଭା ପାଉଅଛଇ କି ଶତ ସ୍ୱର୍ଗପୁର ।ଗୋପ ନଗରହୁଁ ବଳି ହୋଇଅଛି ସଜଆପେ ଯାହା ଭିଆଇଅଛନ୍ତି ଦେବରାଜ ।କୋଟିଏ ଲକ୍ଷ୍ମୀ ଘେନିଣ ବିଜେ କମଳିନୀଅଳକା ପରାୟେ ଶୋଭା ପାଉଅଛୁ ପୁଣି ।ପୁର ଦେଖି ନନ୍ଦରାଜା ମୋହିତ ହୋଇଲେଗୋପପୁର ନଗରକୁ ମନୁ ପାସୋରିଲେ ।ନିଶ୍ଚନ୍ତେ ରହିଲେ ସେହି ଦ୍ୱାରକା ନଗରଯାହାର ପୁତ୍ର ଅଟନ୍ତି ଦେବ ଚକ୍ରଧର ।ଚନ୍ଦ୍ରସେଣା ରାଧିକାକୁ ଘେନି ମଧୁହାରୀନଗର ଗୋଟିଏ ଦେଖାବନ୍ତି ଠାବ କରି ।ତହିଁରେ ଯାଇ ବିଜୟ କଲେ ଚନ୍ଦ୍ରସେଣାଦେବଙ୍କ ଦୁର୍ଲ୍ଲଭ ପୁରୀ ହୋଇଛି ଘଟଣା ।ଧନ ରତ୍ନମାନ ଅଛି କୁଢ଼ କୁଢ଼ ହୋଇବଖରା ବଖରା ଭିନ୍ନ ଭିନ୍ନ ଯେ ଦିଶଇ ।ଅଷ୍ଟ ରତ୍ନେ ପୁର ଗଢ଼ିଛନ୍ତି ବିଶ୍ୱକର୍ମାଯହିଁରେ ବିଜେ କରିବେ ଶ୍ରୀକୃଷ୍ଣଙ୍କ ବାମା ।ଦେଖି ଚନ୍ଦ୍ରସେଣା ମହା ସନ୍ତୋଷ ଲଭିଲାଗୋପରେ ଗାଈ ରଖିବା କଥା ପାସୋରିଲା ।ଶ୍ରୀକୃଷ୍ଣଙ୍କର ମହିମା ଦେବେ ଅଗୋଚରଚନ୍ଦ୍ରସେଣାକୁ ସେ କଥା ହେବ କି ଗୋଚର ।ଚନ୍ଦ୍ରସେଣାକୁ ସେଠାରେ ରଖି ଜଗନ୍ନାଥେଆବର ଗୋପୀମାନଙ୍କୁ ଘେନିଣ ସଙ୍ଗତେ ।ଗୋଟି ଗୋଟି କରି ପୁର ତାଙ୍କୁ ଦେଖାଇଲେଗୋଟି ଗୋଟି କରି ସମସ୍ତଙ୍କୁ ଠାବ ଦେଲେ ।ପୁରଦେଖି ଗୋପୀମାନେ ହୋଇଲେ ସନ୍ତୋଷମନେ ମନେ ପ୍ରଶଂସନ୍ତି ଧନ୍ୟ ନନ୍ଦଶିଷ୍ୟ ।ଅଷ୍ଟରତ୍ନେ ପୁରମାନ ହୋଇଅଛି ନିର୍ଭାମନୋଗତ ଗଢ଼ିଅଛି ଯାହା ଶିଳ୍ପି ଦେବା ।ଦେବ ଭୁବନ ପରାୟେ ସୁନ୍ଦର ଦିଶଇଦେଖି ଗୋପାଳୁଣୀଙ୍କର ମନ ହେଲା ମୋହି ।ଏ ପ୍ରକାରେ ଆଜ୍ଞା ଦେଇ ଅଛନ୍ତି ମୁରାରିଘରେ ଘରେ ଚରଚଇ ସିନ୍ଧୁର କୁମାରୀ ।ଗୋପ ସମୃଦ୍ଧିକୁ ପାସୋରିଲେ ବ୍ରଜନାରୀଯାଇ ରହିଲେ ରହସ୍ୟ ଦ୍ୱାରକା ନଗରୀ ।ନିଶ୍ଚିନ୍ତେ ରୁହାଇ ସମସ୍ତଙ୍କୁ ଭଗବାନରହସ୍ୟ ଦ୍ୱାରକାପୁରୁ ବାହାରିଲେ ପୁଣ ।ଶୁଣ ଆହେ ପରୀକ୍ଷିତ ହରିବଂଶ ଧ୍ୱନିପାପ ନାଶ ଏ ମଥୁରା ମଙ୍ଗଳକୁ ଶୁଣି ।ମୁନିବରଙ୍କ ମୁଖରୁ ଶୁଣି ଏ ପ୍ରକାରକରପତ୍ର ଯୋଡ଼ି ପୁଛାକଲେ ନୃପବର ।ଏଥିର ଉତ୍ତାରେ କିସ ହୋଇଲା ଗୋସାଇଁସାବଧାନେ କହ ତାହା ଶୁଣିବଇଁ ମୁହିଁ ।ମୁନି ବୋଲନ୍ତି ସେଠାରୁ ଯାଇ ଜଗନ୍ନାଥଉଦ୍ଧବ ଅକ୍ରୂର ପାଶେ ମିଳିଲେ ତ୍ୱରିତ ।ଗରୁଡ଼ ପିଠିରେ ବିଜେ କଲେ ଦାମୋଦରସନ୍ନିଧିକୁ ହକାରିଲେ ଉଦ୍ଧବ ଅକ୍ରୂର ।ବୋଇଲେ ତୁମ୍ଭେମାନେ ହେ ଯାଅ ଯେଝାପୁରେଉଦ୍ଧବ ଅକ୍ରୂର ଗଲେ ଯେ ଯାହା ନଗରେ ।ଯେ ଯାହାର ଭୁବନକୁ ମେଲାଣି ସେ ଦେଲେମେଲାଣି ପାଇ ଦାରୁକ ସେଠାରୁ ଚଳିଲେ ।ଆପଣେ ଶ୍ରୀ ନାରାୟଣ ଶଙ୍ଖ ଚକ୍ର ବହିବାହାର ପ୍ରାଙ୍ଗଣେ ବିଜେକଲେ ଭାବଗ୍ରାହୀ ।ଦାସୀ ପରିବାରୀମାନେ ପ୍ରଭୁଙ୍କୁ ଦେଖିଲେଭିତରପୁରକୁ ତହୁଁ ବେଗେ ଧାଇଁ ଗଲେ ।ରୁକ୍ମିଣୀ ସତ୍ୟଭାମାଙ୍କୁ ବାରତା କହନ୍ତେଧାଇଁ ଆସିଲେ ସେ ଦୁହେଁ ଦେଖିବା ନିମନ୍ତେ ।ସେକାଳେ ଶ୍ରୀକୃଷ୍ଣ ଆଜ୍ଞାଦେଲେ ଗରୁଡ଼କୁସୁଖେ ଯାଅ ଖଗପତି ରମ୍ୟକ ଦ୍ୱୀପକୁ ।ଆଜ୍ଞା ପ୍ରମାଣେ ଗରୁଡ଼ ଚଳିଣ ଆକାଶେରମ୍ୟକ ଦ୍ୱୀପେ ମିଳିଲେ ଏକଇ ନିଃଶ୍ୱାସେ ।ଭିତର ପୁରକୁ ନେଇ ଅତି ସମାଦରେପାଦଧୌତ କରିଦେଲେ ସୁବର୍ଣ୍ଣ ଝରୀରେ ।ତହୁଁ ଭୋଜନ ଚରଚା ବିଧିମତେ କଲେଭଳି ଭଳି ମିଷ୍ଟ ଦ୍ରବ୍ୟମାନ ଭିଆଇଲେ ।ସୁବର୍ଣ୍ଣ ପଲମ ମଧ୍ୟେ ଭରିଆ ପୂରାଇସୁବାସିତ ଘୃତ ଆଣି ତହିଁ ନିଉଡ଼ାଇ ।ଚୌରାଶୀ ବ୍ୟଞ୍ଜନ ମଢ଼ଫୁଲି ସେ ରାନ୍ଧିଲେସତ୍ୟଭାମା ନେଇକରି ସର୍ବ ପରଷିଲେ ।ଯାହାକୁ ରାନ୍ଧିଅଛନ୍ତି ସିନ୍ଧୁର ଦୁହିତାଏକକୁ ଆରେକ ସର୍ବେ ସୁଆଦରେ ଜେତା ।ଭୋଜନ କରି ଗୋବିନ୍ଦ ଲିଭିଲେ ସନ୍ତୋଷବାସ ପାଣିରେ ଶ୍ରୀମୁଖ ଧୋଇ ପୀତବାସ ।ଦାନ୍ତଖୁଣ୍ଟା ଆଣି ତହିଁ ରୁକ୍ମଣୀ ଅର୍ପିଲେସନ୍ତୋଷ ଲଭି ଗୋବିନ୍ଦ ଶ୍ରୀଦନ୍ତ ଖୁଣ୍ଟିଲେ ।ସହସ୍ର ବେଳ ପର୍ଯ୍ୟନ୍ତ କୁଳୁକୁଞ୍ଚା କଲେମୁଖ ହସ୍ତ ପୋଛି ପ୍ରଭୁ ନିଶ୍ଚିନ୍ତେ ବସିଲେ ।କର୍ପୂର ତାମ୍ବୁଳ ଦ୍ୟନ୍ତି ଭୀଷ୍ମଙ୍କ କୁମାରୀହରଷେ ଚୋବାଇ ତାହା ବୈକୁଣ୍ଠ ବିହାରୀ ।ଶିରରେ ଗଭା ବାନ୍ଧିଲେ ଦିବ୍ୟଫୁଲ ମଲ୍ଲୀସୁବାସିତ ଚନ୍ଦନକୁ ଦେହେ ହ୍ୱନ୍ତି ବୋଳି ।ନାନା ଅଳଙ୍କାର ରତ୍ନଖଟେ ବିଜେ କଲେଜାମ୍ବବ - କନ୍ୟା ସୁବର୍ଣ୍ଣ ବିଞ୍ଚଣୀ ବିଞ୍ଚିଲେ ।ଯେ ଯାହା ସେବାରେ ଲାଗିଲେକ ନାରୀଗଣଏମନ୍ତ ପ୍ରକାରେ ଗଲା କେତେହେଁକ ଦିନ ।ଦିନେ ସତ୍ୟଭାମା ସଙ୍ଗେ ଖେଳୁଥିଲେ ହରିପଶା ଖେଳରେ ହାରିଲେ ଦେବ ଦଇତ୍ୟାରି ।ସତ୍ୟଭାମା ବୋଲେ ତୁମ୍ଭେ ହାରିଲ ମାଧୋଇଗୋବିନ୍ଦ ବୋଇଲେ ମୋର ସାର ଯେ ପଡ଼ଇ ।କଉତୁକେ ଭୁଲାଇଣ କହନ୍ତି ଗୋବିନ୍ଦମୋର ଦାନ ପଡ଼ିଅଛି ତୁମ୍ଭେ କର ଛନ୍ଦ ।ସତ୍ୟା ବୋଇଲେ ହେ ପ୍ରଭୁ ତୁମ୍ଭେ ମାୟାଧରତୁମ୍ଭର ମହିମା ସିନା ତୁମ୍ଭଙ୍କୁ ଗୋଚର ।ତୁମ୍ଭେ ତ ହାରିଲ ଆମ୍ଭେ ଦେଖିଲୁ ନୟନେମୋହର ଦାନ ପଡ଼ିଲା ବୋଲୁଛ କେସନେ ।ପ୍ରିୟବତୀ ସତ୍ୟଭାମା ମୃଖୁଁ ଏହା ଶୁଣିଆନନ୍ଦରେ ମନ୍ଦହାସ କଲେ ଚକ୍ରପାଣି ।ଏମନ୍ତ ସମୟେ ତହୁଁ ରୁକ୍ମଣୀ ମିଳିଲେଗୋବିନ୍ଦଙ୍କ ଶ୍ରୀଚରଣେ ଓଳଗି ହୋଇଲେ ।ତଦନ୍ତେ ପ୍ରଭୁଙ୍କୁ ଚାହିଁ ପୁଛିଲେ ଏ ବାଣୀଏତେ ଦିନଯାଏ କାହିଁଥିଲେ ଚକ୍ରପାଣି ।ଶ୍ରୀକୃଷ୍ଣ ବୋଇଲେ ଆମ୍ଭେ ଥିଲୁଁ ଗୋପପୁରେସାତହିନ ରହିଲୁଟି ଯାଇ ସେହିଠାରେ ।ସତ୍ୟଭାମା ରୁକ୍ମିଣୀ ଯେ ପୁଛନ୍ତି ହରଷେକଥା ଏକ ପୁଛିବୁଁ ହେ ଶୁଣ ପୀତବାସେ ।ରାଧାଙ୍କୁ ଆମ୍ଭଙ୍କୁ ଦେଖାଇବ ବୋଲିଥିଲସେହି କଥାଗୋଟି ପ୍ରଭୁ ଗୁପତେ ରଖିଲ ।ଗୋବିନ୍ଦ ବୋଇଲେ ସଜହୁଅ ଚାଲ ଯିବାଗୋପାଳୁଣିମାନଙ୍କୁ ଯେ ନେଇ ଦେଖାଇବା ।ଶ୍ରୀକୃଷ୍ଣ ମୁଖରୁ ଯହୁଁ ଏମନ୍ତ ଶୁଣିଲେଗୋପୀଙ୍କି ଦେଖିବା ପାଇଁ ଦିବ୍ୟବେଶ ହେଲେ ।ଶ୍ରୀକୃଷ୍ଣଙ୍କର ଛାମୁରେ ଆସିଣ କହିଲେସଜ ହୋଇଣ ଅଇଲୁ ତୁମ୍ଭର ଆଜ୍ଞାରେ ।ତହୁଁ କରପତ୍ର ଯୋଡ଼ି କହନ୍ତି ତରୁଣୀଗୋପୀଙ୍କି ଦେଖାଅ ନେଇ ଆହେ ଚକ୍ରପାଣି ।ଦାରୁକକୁ ରାଇ ଆଜ୍ଞା ଦେଲେ ଜଗନ୍ନାଥରହସ୍ୟ ଦ୍ୱାରକା ଯିବା ସଜକର ରଥ ।ଆଜ୍ଞା ପାଇଣ ଦାରୁକ ତହୁଁ ଚଳିଗଲାଅପୂର୍ବ ପ୍ରକାର କରି ରଥକୁ ମଣ୍ଡିଲା ।ଅଷ୍ଟ କନ୍ୟାଙ୍କୁ ଘେନିଣ ପ୍ରଭୁ ନାରାୟଣସତ୍ୟଭାମା ହସ୍ତେ ଧରି ବିଜେ କଲେ ପୁଣ ।ଅଶ୍ୱ ଚମକାଇ ତହୁଁ ରଥ ଚଳାଇଲେରହସ୍ୟ ଦ୍ୱାରକା ପୁରେ ନେଇ ପ୍ରବେଶିଲେ ।ପ୍ରଥମେ ଲଳିତା ପୁରେ ବିଜେ କଲେ ହରିରତ୍ନଖଟେ ବିଜେ କରି ଅଛନ୍ତି ସୁନ୍ଦରୀ ।ତାଙ୍କ ପାଶରେ ବାଳକ ସ୍ୱରୁପକୁ ଧରିପଲଙ୍କ ଉପରେ ବିଜେ କରିଛନ୍ତି ହରି ।ତହିଁ ଯାଇ ବିଜେ କଲେ ପ୍ରଭୁ ଭଗବାନଦାରୂକ ସାରଥି ରଥ ରଖି ସେହିସ୍ଥାନ ।ରୁକ୍ମିଣୀର ସହିତରେ ଅଷ୍ଟ ପାଟବଂଶୀଲଳିତାଙ୍କର ମୁହଁକୁ ଚାହାନ୍ତି ବିଶେଷି ।କୋଟିଏ ଶଶୀ ଉଇଁଲା ପରାୟେ ଦିଶଇସୁନ୍ଦର ପଣରେ ରତି ସମାନ ନୁହଇ ।ରୂପ ଦେଖିଣ ସେମାନେ ହୋଇଗଲେ ମୋହିବାଳରୂପ ଧରି ତହିଁ ବିଜୟ ମାଧୋଇ ।ଲଜ୍ଜିତା ହେଲେ ରୁକ୍ମିଣୀ ଆଉ ସତ୍ୟଭାମାଲଜ୍ଜାପାଇ ମସ୍ତକକୁ ପୋତି ଅଷ୍ଟବାମା ।ବିଶାଖା ପୁରକୁ ତହୁଁ ତ୍ୱରିତ ଚଳିଲେସତ୍ୟଭାମା ହସ୍ତ ଧରି ଭିତରକୁ ନେଲେ ।ବିଚିତ୍ର ଆସନ ଗୋଟି ସଜାଡ଼ି ତରୁଣୀତହିଁ ବିଜେ କରାଇଣ ଛନ୍ତି ଚକ୍ରପାଣିଶତଦଳ ପଦ୍ମପ୍ରାୟ ଦିଶେ ତାଙ୍କ ମୁଖପଟାନ୍ତର ନାହିଁ ତିନି ଭୁବନେ ପ୍ରତ୍ୟକ୍ଷ ।ଏସନ ରୂପ ତାଙ୍କର ଦେଖିଣ ତରୁଣୀସତ୍ୟଭାମା ରୂପ ଦେଖି କହନ୍ତି ରୁକ୍ମିଣୀ ।ବୋଲନ୍ତି ସଖି ଗୋ ତୁମ୍ଭେ ସାବଧାନେ ଶୁଣଅପୂର୍ବ ରହସ୍ୟ ଏହୁ ବିଚିତ୍ର ଆଖ୍ୟାନ ।ଆମ୍ଭମାନଙ୍କ ସଙ୍ଗତେ ଅଛନ୍ତି ମାଧୋଇଗୋପୀଙ୍କ ସଙ୍ଗେ ମୁରତି ଗୋଟିଏକ ହୋଇ ।ବାଳ ମୁକୁନ୍ଦ ସ୍ୱରୂପେ ବସିଛନ୍ତି ଦେଖଆମ୍ଭେ ଗୋପୀଙ୍କ ସମାନ ନୋହୁଁ ଯେ ପ୍ରତ୍ୟକ୍ଷ ।କହୁଁ କହୁଁ ଦେବ ତହୁଁ ଚଳାଇଣ ଗଲେସୁମେଧା ଭୁବନେ ଯାଇ ପ୍ରବେଶ ହୋଇଲେ ।ତାହାର ପୁର ଗୋଟିକ ମଣ୍ଡିଣ ସୁନ୍ଦରୀଶେଯେ ଗୋଟିଏ ବିଚିତ୍ର ରୂପରେ ସଜାଡ଼ି ।ସୁବାସ ପୁଷ୍ପ ଗୋଟିଏ ଶେଯରେ ପକାଇତହିଁ ଉପରେ ବିଜୟ ଛନ୍ତି ଭାବଗ୍ରାହୀ ।କର୍ପୂର ବିଡ଼ିଆ ପାନ ଅଧରେ ଦିଅଇସେହି ତମ୍ବୁଳ ଭୁଞ୍ଜନ୍ତି ତ୍ରୈଲୋକ୍ୟ ଗୋସାଇଁଅଷ୍ଟବଂଶୀ ସହିତରେ ମିଳି ନାରାୟଣକନ୍ୟାଏ ଗୋପୀମାନଙ୍କୁ ଚାହିଁ ପୁଣ ପୁଣ ।ସହସ୍ରେ ଗୋପୀ ଯେ ବେଢ଼ି ଅଛନ୍ତି କୃଷ୍ଣଙ୍କୁଆନନ୍ଦେ ସେମାନେ ନିରେଖନ୍ତି ଶ୍ରୀମୁଖକୁ ।ଖଦି ଚାମର ଆଲଟ ଘେନିଣ ବିଞ୍ଚନ୍ତିକେବଣ ସୁନ୍ଦରୀ ବସି ପାଦ ମଞ୍ଚାଳନ୍ତି ।ସତ୍ୟଭାମା ରୁକ୍ମିଣୀ ତା ଦେଖିଲେ ନୟନେସୁମେଧା ରୂପେ ସମାନ ନୋହୁ ଆମ୍ଭେମାନେ ।ଲଜ୍ଜାପାଇ ମଥାପୋତି ନ ଚାହାନ୍ତି ବାଳୀମନେ ମନେ ବିଚାରନ୍ତି ପ୍ରଭୁ ବନମାଳୀ ।ବୃନ୍ଦାବତୀର ପୁରକୁ ଶୀଘ୍ର ଚଳିଗଲେରୁକ୍ମିଣୀ ସତ୍ୟଭାମାକୁ ଧରି ଦାମୋଦରେ ।କୁଞ୍ଜବନ ପ୍ରାୟେ ପୁର ସଜାଡ଼ିଣ ବାଳୀମଥା ଗୋଟିକି ପୋତିଣ ବସିଛି ସୁନ୍ଦରୀ ।ମୋହନ ମୂରତି ଧରି ଦେବ ନାରାୟଣଓଷ୍ଠ ଧରି ଚାଟୁ କହି ନନ୍ଦର ନନ୍ଦନ ।ସତ୍ୟଭାମା ରୁକ୍ମଣୀ ଯା ଚାହାନ୍ତି ତା ମୁଖସହସ୍ରେ ଚନ୍ଦ୍ରମାଠାରୁ ଅଟଇ ଅଧିକ ।ଲଜ୍ଜାରେ ତରୁଣୀମାନେ ନ କହନ୍ତି କଥାଏକ ସଖୀର ଆଗରେ ଅନ୍ୟ କହେ ବାର୍ତ୍ତା ।ଦେଖ ଆଗୋ ପ୍ରାଣସଖି ଗୋପୀଙ୍କ ସଙ୍ଗତେବିଜେ କରିଛନ୍ତି କେହ୍ନେ ଆମ୍ଭ ନିଜକାନ୍ତେ ।ରୁଷିକରି ବସିଅଛି ସେ ତରୁଣୀମଣିସଲଜ୍ଜ ଭାବରେ ବାମା କରଇ ଭାଳେଣି ।ସେ ସ୍ଥାନରୁ ଚଳିଗଲେ ପ୍ରଭୁ ଦାମୋଦରଏରୂପେ ବୁଲି ଦେଖାନ୍ତି ଗୋପୀଙ୍କ ନବର ।ବାଳଗୋପାଳଙ୍କ ରୂପ ଧରି ନନ୍ଦବାଳସମସ୍ତଙ୍କ ପୁରେ ବିଜେ ମଦନ ଗୋପାଳ ।କେବଣ ଗୋପୀର ପୁରେ ବେଣୁଗୋଟି ଧରିହାସ୍ୟ ପରିହାସେ ଲାଗିଛନ୍ତି ଦଇତ୍ୟାରି ।କେବଣ ଗୋପୀର ପୁରେ ଯାଇ ବସିଛନ୍ତିଚୋର ପରକାରେ ସର ଲବଣୀ ଭୁଞ୍ଜନ୍ତି ।କେବଣ ଗୋପୀଙ୍କି ଅବା ମାଗୁଛନ୍ତି ଘୃତକେବଣ ଗୋପୀଙ୍କି କୋଳେ ଧରନ୍ତି ଅନନ୍ତ ।କେବଣ ଗୋପୀର ଦଧିହାଣ୍ଡି ଭାଙ୍ଗି କରିକପଟରେ ଦେହୁଁ ଜାତ କରିଛି ମଞ୍ଜାରୀ ।ସାତ ପାଞ୍ଚ ମଞ୍ଜାରୀଏ ବସି ଦହି ଖାଇବିକଳରେ ଗୋପାଳୁଣୀ ବସିଣ ରୋକଇ ।କେବଣ ଗୋପାଳୁଣୀ ଯେ କୃଷ୍ଣେ କୋଳେଧରିଦୁଧ ପେଇ ଗୀତ ଗାଉଅଛନ୍ତି ସୁନ୍ଦରୀ ।ଏକ ଗୋପୀର ଗୃହରେ ଛନ୍ତି ଚକ୍ରପାଣିପାଣି ଘେନି ବେଗେ ଆସି ବସିଛି ତରୁଣୀ ।ଦହି ଦୁଧ ସରମାନ ଖାଉଛନ୍ତି ବସିମୋହନ ମୂରତି ରୂପ ଧରି ହୃଷୀକେଶୀ ।ଏସନକ ପରକାରେ ଦେଖି ଗୋପନାରୀପାଣି ଥୋଇ କୃଷ୍ଣ ହସ୍ତ ଧରିଛି ସୁନ୍ଦରୀ ।ଏବେ କାହିଁ ଯିବୁ ବୋଲି କରୁଅଛି ଗୋଳସତ୍ୟଭାମାଙ୍କୁ ଦେଖାଇ ଦ୍ୟନ୍ତି ନନ୍ଦବାଳ ।ଦେଖି କନ୍ୟାମାନେ ବଡ଼ ଲଜ୍ଜିତ ହୋଇଲେରହସ୍ୟ ଦ୍ୱାରକାପୁରେ ଚାହାନ୍ତି ହର୍ଷରେ ।ଏକ ଗୋପୀର ଦୁଆରେ ଯାଇଣ ମିଳିଲେସତ୍ୟଭାମା ରୁକ୍ମିଣୀଙ୍କି ଧରି ଦାମୋଦରେ ।ସେ ଗୋପାଳୁଣୀକି କୃଷ୍ଣ କୋଳରେ ଧରିଣରତ୍ନ ପଲଙ୍କରେ ଶୋଇଛନ୍ତି ନିଶ୍ଚିନ୍ତେଣ ।ତାହା ଦେଖାଇ ଶ୍ରୀକୃଷ୍ଣ ତହୁଁ ବାହୁଡ଼ିଲେଆରେକ ଗୋପୀ ଦୁଆରେ ପ୍ରବେଶ ହୋଇଲେ ।କୁଙ୍କୁମ ହଳଦି ତୈଳ ତାଙ୍କ ଅଙ୍ଗେ ଦେଇଉରଜ ଉପରେ ପ୍ରେମେ କୃଷ୍ଣଙ୍କୁ ଶୁଆଇ ।ନାନାବିଧ ପରକାରେ ଗାଉଛନ୍ତି ଗୀତଅନନ୍ତ ଅଚ୍ୟୁତ ବୋଲି ସୁମରନ୍ତି ଚିତ୍ତ ।ଏସନକ କୃତ୍ୟମାନ ଦେଖିଣ କାମିନୀମନେ ମନେ ପ୍ରଶଂସନ୍ତି ସର୍ବ ଗୋପାଳୁଣୀ ।ଧନ୍ୟ ଧନ୍ୟ ଗୋପୀ କେଉଁ ତପ କରିଥିଲେବାଳଗୋପାଳ ମୁରତି କୋଳରେ ଧଇଲେଏତେକ ପ୍ରଶଂସା ଯହୁଁ କଲେ ସର୍ବ ନାରୀଭାର୍ଯ୍ୟାଙ୍କର ମନ ଜାଣିଲେକ ଚକ୍ରଧାରୀ ।ସେଠାରୁ କାମିନୀମାନେ ବାହାର ହୋଇଲେସୁଲକ୍ଷଣା ଗୋପାଳୁଣୀ ଦୁଆରେ ମିଳିଲେ ।ନିର୍ଭୟ ଚିତ୍ତେ ତାହାର ଗୃହେ ଗଲେ ପଶିଦେଖିଲେ ଖଟ ଉପରେ କୃଷ୍ଣ ଛନ୍ତି ବସି ।ସୁଲକ୍ଷଣା ବସିଛନ୍ତି କୃଷ୍ଣ ପାଦଧରିପ୍ରୀତି ମାଗୁଅଛନ୍ତି ସେ ପ୍ରେମ ଭାବକରି ।ତାହାର ସ୍ତନରେ ହାତ ଦେଇ ନାରାୟଣବିଜୟ କରିଅଛନ୍ତି ରତନ ଖଟେଣ ।ଦେଖି ଅଷ୍ଟ ପାଟବଂଶୀ ପାଛୋଟିଣ ଗଲେଗୋବିନ୍ଦର ମାୟାମୋହେ ଭୋଳ ସେ ହୋଇଲେ ।ପୁରେ ପୁରେ ପଶିକରି ଦେଖାନ୍ତି ମୋହନସମସ୍ତ ପୁରେ ଦେଖିଲେ ବିଜେ ନାରାୟଣ ।ନ ଥିଲା ହୋଇ କୃଷ୍ଣଙ୍କୁ ନ ଦେଖିଲେ କାହିଁସବୁଠାରେ ବିଜେ କରିଛନ୍ତି ଭାବଗ୍ରାହୀ ।କାହିଁ ରସକେଳି କାହିଁ ହୁଏ ବାଳକେଳିକାହିଁ ଗୋପୀ ସଙ୍ଗେ ପଶା ଖେଳି ବନମାଳୀ ।କେଉଁଠାରେ ଘୃତ ସର କରନ୍ତି ଭୋଜନଗୋପୀଙ୍କି ଲୁଚନ୍ତି କେଉଁଠାରେ ଭଗବାନ ।ନାନା କଉତୁକ କରୁଅଛନ୍ତି ମାଧୋଇରହସ୍ୟ ଦ୍ୱାରକା ପୁରେ ଥାଇ ଭାବଗ୍ରାହୀ ।ଗୋପରେ ଥାଇ ଯେମନ୍ତ କରୁଥିଲେ ହରିରହସ୍ୟ ଦ୍ୱାରିକା ପୂରେ କଲେ ତା ମୁରାରି ।ରୁକ୍ମିଣୀ ସତ୍ୟଭାମାକୁ ଦେବ ମାୟା କଲେଅଷ୍ଟ ପାଟବଂଶୀଙ୍କର ଗରବ ଗଞ୍ଜିଲେ ।ଗୋପୀଙ୍କ ସହିତ ବାଳ କ୍ରୀଡ଼ାର ଚରିତରହସ୍ୟ ଦ୍ୱାରକା ପୁରେ ରଚି ପଦ୍ମକ୍ଷେତ୍ର ।ଗୋପୀମାନଙ୍କର କ୍ରୀଡ଼ା ରହସ୍ୟ ଦେଖାଇନନ୍ଦର ମନ୍ଦିରେ ବିଜେ କଲେ ଭାବଗ୍ରାହୀ ।ଭିତରେ ଥାଇ ବାରତା ପାଇ ନନ୍ଦରାଣୀସୁବର୍ଣ୍ଣ ଝରୀରେ ଆଣି ଦେଲେ ଗଙ୍ଗାପାଣି ।ପାଦ ଧୋଇ ଭିତରକୁ ଗଲେ ଗୋପୀନାଥମାତାଙ୍କୁ ସେ ନମସ୍କାର କରନ୍ତି ଅଚ୍ୟୁତ ।ଅଷ୍ଟପାଟବଂଶୀ ଯଶୋଦାଙ୍କୁ ଓଳଗିଲେକଲ୍ୟାଣ କରି ଶରୀରେ ହାତ ବୁଲାଇଲେ ।ତାଙ୍କ ହସ୍ତ ଧରି ଘେନିଗଲେ ଯଶୋଦାଏବରୁଣ ଭାର୍ଯ୍ୟା ନେଲା କି ଲକ୍ଷ୍ମୀ ମହାମାୟେ ।ଅମୃତ ରସ ମଣୋହି କରନ୍ତି କନ୍ୟାଏଏମନ୍ତେଣ ମୋହପ୍ରାପ୍ତ ହୋଇଲେ ଦେବୀଏ ।ପୁତ୍ରକୁ ଦେଖି ଯଶୋଦା ରାଣୀ ମହାଦେଈତାହାଙ୍କର ଆନନ୍ଦ ଯେ କହୁଁ ନ ସରଇ ।ସ୍ୱୟଂ କମଳିନୀ ବିଜେ କଲେକ ଯହିଁରେସେଥିର ଉପମା କିବା ଦେବି ନୃପବରେ ।ନନ୍ଦଙ୍କୁ ଶ୍ରୀନାରାୟଣ ନମସ୍କାର କଲେଶ୍ରୀକୃଷ୍ଣଙ୍କ ହସ୍ତ ଧରି ଭିତରକୁ ନେଲେ ।ଅମୃତ ରସ ଭୋଜନ କଲେ ନାରାୟଣଦିନା ଚାରି ପାଞ୍ଚ ବିଜେ କଲେ ଜନାର୍ଦ୍ଦନ ।ରୁକ୍ମିଣୀ ସତ୍ୟଭାମାଙ୍କୁ ଘେନି ଚକ୍ରଧରପ୍ରବେଶ ହୋଇଲେ ଯାଇ ଚନ୍ଦସେଣା ପୁର ।ମାୟାରେ ଚନ୍ଦ୍ରସେଣାକୁ ମୋହ କରାଇଲେକୃଷ୍ଣ ବିଜେ କରିବା ସେ ଜାଣି ନ ପାରିଲେ ।ଚନ୍ଦ୍ରସେଣାର ନଗର କଳନା ନ ଯାଇତହିଁ ବିଜେ କରିଛନ୍ତି ରାଧିକା ମାଧୋଇ ।ଶତେକ ବଖରା ତହିଁ ଅନ୍ତ କରି ନୋହିରାହାସ କ୍ରୀଡ଼ା ବିନୋଦ କରନ୍ତି କହ୍ନାଇ ।ଅଷ୍ଟ କନ୍ୟାକୁ ଘେନିଣ ଭିତରେ ପଶିଲେଚନ୍ଦ୍ରସେଣା ନଗରରେ ଯାଇଁ ବିଜେ କଲେ ।ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇରତନ ଖଟ ଉପରେ ବିଜେ ଭାବଗ୍ରାହୀ ।ଯେଉଁ ଖଟେ ବିଜେ କରିଛନ୍ତି ଦେବ ହରିସେହି ଖଟର ମହିମା କହି ତ କେ ପାରି ।ଚାରିପାଶେ ତାର ପଦ୍ମ ପୁଷ୍ପ ଫୁଟିଅଛିତାର ମଧ୍ୟରେ କେଶର ଗୋଟିଏ ହୋଇଛି ।କେଶର ମଧ୍ୟରେ ବସି ଅଛନ୍ତି କହ୍ନାଇମଦନମୋହନ ମୂର୍ତ୍ତି ଧରି ନନ୍ଦପୋଇ ।ରାଧିକାକୁ ବାମଅଙ୍ଗେ ଧରିଛନ୍ତି ହରିସେ ଶୋଭାର ମହିମା କେ କହି ଅବା ପାରି ।ଅଧରେ ଅଧର ଲଗାଇଣ ବନମାଳିପ୍ରେମାଳାପ କରୁଛନ୍ତି ହୋଇ କୁତୁହଳୀ ।ଝାଞ୍ଜ କଂସାଳ ବଜାଉଛନ୍ତି ଅଷ୍ଟସୁଖୀନିତ୍ୟ ରାହାସ କ୍ରୀଡ଼ାରେ ବିଜେ ପଦ୍ମଆଖି ।ମାୟା କ୍ରୀଡ଼ା ରାସମାନ ଭିଆଣ ସେ କଲେରୁକ୍ମିଣୀ ସତ୍ୟଭାମାଙ୍କୁ ମାୟାରେ ମୋହିଲେ ।ଘେନିଣ କନ୍ୟାମାନଙ୍କୁ ମିଳିଲେକ ତହିଁନିତ୍ୟ ସ୍ଥଳ ରାସ ଦେଖାଇଣ ଭାବଗ୍ରାହୀ ।ଦେଖି ମୋହ ଗଲେ ସତ୍ୟଭାମା ଯେ ରୁକ୍ମିଣୀଅନେକ ପ୍ରଶଂସା କରୁଛନ୍ତି ପୁଣ ପୁଣି ।ରାଧାର ସ୍ୱରୂପ ଦେଖି ହେଲେ ମୋହମାନଶତଦଳ ପଦ୍ମ ପ୍ରାୟ ବିରାଜେ ବଦନ ।କୋଟି ଚନ୍ଦ୍ର ପରାୟେକ ଦିଶେ ସୁଶୋଭନରାଧାକୃଷ୍ଣ ବେନି ମୂର୍ତ୍ତି ଦିଶି ଆନୁ ଆନ ।କୋଟିଏ ପାର୍ବତୀରୁ କି ଏକ ଅଟେ ଏହିକମଳର ଭିତରେ କି କମଳା ଅଛଇ ।ପଟାନ୍ତର ଦେବା ପାଇଁ ନାହିଁ ତିନିପୁରେବାମାଙ୍ଗେ ରାଧାକୁ ଧରିଛନ୍ତି ଦାମୋଦରେ ।ଏମନ୍ତ ଦେଖିଣ ଶ୍ରୀକୃଷ୍ଣଙ୍କ ନାରୀମାନେହୃଦରେ ଚିନ୍ତା କରନ୍ତି ଦେବ ଭଗବାନେ ।ନିର୍ଧୂମ ଅନଳ ପ୍ରାୟ ବିରାଜୁଛି ତେଜସିଂହାସନେ ଡେରି ବସିଛନ୍ତି ଦେବରାଜ ।ନୀଳ ମେଘେ ଇନ୍ଦ୍ରଧନୁ ପ୍ରାୟେକ ଦିଶଇଦେଖି ଅଷ୍ଟପାଟବଂଶୀ ମୋହମାନ ହୋଇ ।ଶ୍ରୀକୃଷ୍ଣଙ୍କୁ ଭୟ କରି ନ ପାରନ୍ତି କହିଅତ୍ୟଦ୍ଭୁତ ରୂପ ଧରି ଅଛନ୍ତି ମାଧୋଇ ।ମାନବେ ଜନମି ଦେଖିଲେକ ନିତ୍ୟସ୍ଥଳମାନବ ବିଷ୍ଣୁ ଅଟନ୍ତି ପ୍ରଭୁ ଆଦିମୂଳ ।ଅଷ୍ଟଭାର୍ଯ୍ୟା ଘେନି ହରି ବାହାର ହୋଇଲେତହୁଁ ଦ୍ୱାରକାପୁରକୁ ବିଜେ କରିଗଲେ ।ଅନ୍ତଃପୁର ଭିତରକୁ ଗଲେ ସର୍ବନାରୀବାହାର ଅବକାଶରେ ରହିଲେ ଶ୍ରୀହରି ।ରୁକ୍ମିଣୀ ବୋଲନ୍ତି ଆଗୋ ସତ୍ୟଭାମା ଶୁଣଗୋପ କ୍ରୀଡ଼ା ବିନୋଦର ଅପୂର୍ବ ବିଧାନ ।ଷୋଳସସ୍ର କନ୍ୟାପୁରେ ଅଛନ୍ତି ମାଧୋଇଏକ ଶରୀରେ ଆରେକ ସ୍ୱରୂପ ସେ ହୋଇ ।ଦଇବ ଗଠନ ପ୍ରାୟ ସମସ୍ତେ ଦିଶନ୍ତିଗୋପୀଙ୍କ ରୂପକୁ ସରି ନୁହନ୍ତି ପାର୍ବତୀ ।ତାହାଙ୍କର ରୂପକୁ ଯେ ପଟାନ୍ତର ନାହିଁନୋହିଲେ କି ସେହିମାନେ କୃଷ୍ଣେଛନ୍ତି ମୋହି ।କ୍ଷଣେହେଁ ତାହାଙ୍କୁ କୃଷ୍ଣ ମୂର୍ଚ୍ଛି ନ ପାରନ୍ତିତେଣୁକରି ଗୋପୀନାଥ ନାମ ବୋଲାଅନ୍ତି ।ଗୋପୀଙ୍କ ପ୍ରେମଭକ୍ତି କି ବ୍ରହ୍ମା ସରି ନୋହିକୃଷ୍ଣ ବ୍ୟତୀତ ଆନକୁ ନ ଭଜନ୍ତି ସେହି ।ଏସନକ ଭାବ କିପାଁ ଗୋବିନ୍ଦ ମୂର୍ଚ୍ଛିବେଗୋପ କ୍ରୀଡ଼ାପାଇଁ ମଞ୍ଚେ ଅବତାର ଏବେ ।ଆମ୍ଭେ ରାଧାର ରୂପକୁ ସର୍ବେ ଲୋଡ଼ିବାରୁଗରବଗଞ୍ଜନ ବାନା ଗଞ୍ଜିଲେ ଆଗରୁ ।ଏମନ୍ତ ବିଚାର ମାନକରିଣ ତରୁଣୀଯେ ଯାହା ପୁରକୁ ଗଲେ କୃଷ୍ଣ ପାଟରାଣୀ ।ଅମୃତମଣୋହି ସଞ୍ଚା ହୋଇଲା ତିଆରଆପେ ମଣୋହିଁକି ବିଜେ କଲେ ଚକ୍ରଧର ।ସୁବର୍ଣ୍ଣ ଥାଳୀରେ ଅନ୍ନ ପରଷନ୍ତି ଆଣିଘୃତ ପରଷନ୍ତି ଶକ୍ରାଜିତର ନନ୍ଦିନୀ ।ତୋଷେ ଭୋଜନ କରନ୍ତି ଦେବ ଚକ୍ରପାଣିଭୋଜନ ଶେଷ କରିଣ ଉଠିଲେ ତକ୍ଷଣି ।ବାସ ପାଣି ଘେନି କୃଷ୍ଣ ଆଚମନ କଲେରତନ ଖଟ ଉପରେ ଯାଇଣ ବସିଲେ ।କର୍ପୂର ବିଡ଼ିଆ ପାନ କରନ୍ତି ମଣୋହିଁପାନ ଭାଙ୍ଗିଦ୍ୟନ୍ତି ଶକ୍ରାଜିତର ତନୟୀ ।ଅଗୁରୁ ଚନ୍ଦନ ଅଙ୍ଗେ ବୋଳନ୍ତି ତରୁଣୀଗଭା ବନ୍ଧନ କରନ୍ତି ନାନା ପୁଷ୍ପ ଆଣି ।ଆଲଟ ଘେନି ବିଞ୍ଚନ୍ତି ଦେବୀ ଜାମ୍ବବତୀଖଦି ଘେନିଣ ବିଞ୍ଚଇ କାଳିନ୍ଦୀ ସୁଦନ୍ତୀ ।ରହସ୍ୟ ପୁରରେ ନନ୍ଦ ଯଶୋଦା ରହିଲେଗରୁଡ଼ କୃପାରେ ବୃଦ୍ଧ ତନୁ ତ୍ୟାଗ କଲେ ।ଦୁଇ ଜଣଙ୍କର ଯୁବା ଶରୀର ହୋଇଲାରତିକାମ ପରାୟେକ ତାଙ୍କ ଶୋଭା ହେଲା ।କିଛି ଦିନେ ଯଶୋମତୀ ହେଲେ ଗର୍ଭବାସପୁତ୍ର ଗୋଟିଏ ଜନ୍ମିଲା କନ୍ଦର୍ପ ସଦୃଶ ।ଅତି ସୁନ୍ଦର ହୋଇଲା ଯେଣୁ ପୁତ୍ରମୂର୍ତ୍ତିସାତ୍ୟକି ନାମ ତା ଦେଲେ ନନ୍ଦ ନରପତି ।ପୁତ୍ରବାର୍ତ୍ତା ଶୁଣି କୃଷ୍ଣ ଆନନ୍ଦିତ ହେଲେଦେବ ଭବିଷ୍ୟ କେ ଆନ କରିପାରେ ଭଲେ ।ଦେଖନ୍ତି ପୁତ୍ରର ତିନି ବରଷ ହୋଇଲାଦିନକୁ ଦିନ ଚନ୍ଦ୍ରମା ପରାୟେ ଦିଶିଲା ।ତିନି ବରଷର ଅନ୍ତେ ଯଶୋମତୀ ପୁଣିଆରବେଳେ ଗର୍ଭବତୀ ହୋଇଲେ ତରୁଣୀ ।ଦଶ ମାସର ଅନ୍ତରେ କନ୍ୟା ପ୍ରସବିଲେସୁଭଦ୍ରା ବୋଲିଣ ସେହି ତାର ନାମଦେଲେ ।ଅତି ଶୁଭବେଳେ ଯେଣୁ ଲଭିଲେ ଜନମସୁଭଦ୍ରା ବୋଲିଣ ଦେଲେ ଦୁହିତାର ନାମ ।ପୁତ୍ର କନ୍ୟା ଦୁଇଗୋଟି ହୋଇଲେ ସଂଜାତଅତ୍ୟନ୍ତ ଆନନ୍ଦ ଯେ ଲଭିଲେ ନୃପନାଥ ।ବାଳକ କାଳରୁ ଯେହୁ ଦିନ ବଞ୍ଚୁଥାନ୍ତିଶ୍ରୀକୃଷ୍ଣଙ୍କ ଚରଣରେ ଦେଇ ଚିତ୍ତ ବୃତ୍ତି ।ବନ୍ଦଇ କୌଶଲ୍ୟାସୁତ ଦଶରଥ ନାନଛେନ୍ଦିଲ ଜାନକୀ ପାଇଁ ଦୈତ୍ୟ ଦଶାନନ ।ବାରବରଷେ ତାଡ଼କାସୁରୀ ନିବାରିଲବିଶ୍ୱାମିତ୍ର ଯାଗ କାର୍ଯ୍ୟ ହେଲେଣ ରଖିଲ ।ଶିବଧନୁ ଭଗ୍ନକଲ ମିଥିଳା ନଗରେଜାନକୀକୁ ବିଭା ହେଲ ଆନନ୍ଦ ମନରେ ।ବାଟରେ ଭେଟନ୍ତେ ପର୍ଶୁରାମଙ୍କୁ ଜିଣିଲତାଙ୍କଠୁ ବୈଷ୍ଣବାଧନୁ ଛଡ଼ାଇ ଆଣିଲ ।ସୀତା ଘେନି ବନବାସେ ଗଲ ରଘୁନାଥସୁଗ୍ରୀବର ସହିତରେ ହୋଇଲ ମଇତ୍ର ।ମଇତ୍ର ନିମନ୍ତେ ତୁମ୍ଭେ ବାଳିକି ମାଇଲକିସ୍କିନ୍ଧ୍ୟା ନଗ୍ରରେ ସୁଗ୍ରୀବକୁ ରଜା କଲ ।ରାବଣକୁ ମାରି ବିଭୀଷଣ ରାଜା କରିତେଣୁକରି ତୁମ୍ଭନାମ ହେଲା ରାବଣାରି ।ରାମ ନାମ ଗୋଟିକ ଯେ ସାମବେଦ ସାରବଧିଜନେ ଘୋଷୁଛନ୍ତି ରାମ ନିରନ୍ତର ।ଶ୍ରୀରାମଙ୍କ ଚରଣକୁ ମୋର ନିତ୍ୟ ଆଶଅଚ୍ୟୁତ ଦାସକୁ ରଖ ଆହେ ପୀତବାସ ।