ହରିବଂଶ ସପ୍ତମ ଖଣ୍ଡ
ଅଚ୍ୟୁତାନନ୍ଦ ଦାସ · ଭାଗ ୨ / ୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଳ ସହସ୍ର ଗୋପାଳୁଣୀଙ୍କର ପୂର୍ବଜନ୍ମ ବିବରଣ
ଏସନକ ସ୍ତୁତି ଯହୁଁ କରେ ବେଦବରବୃନ୍ଦାବନେ ଥାଇ ତାହା ଜାଣିଲେ ଶ୍ରୀଧର ।ଗୋପୀ ମୋହନ ମୁରଲୀ ଧରିଣ ଗୋସାଇଁବ୍ରହ୍ମାର ଛାମୁରେ ଉଭା ହୋଇଲେ ସେ ଯାଇ ।ଶୂନ୍ୟପଥେ ଥାଇ ଦେଖିଲେକ ବେଦବରଆପଣାର ଶିରେ ନେଇ ଦେଲେ ବେନି କର ।ଦଶ ଦୋଷ କ୍ଷମା ମୋର କରିବା ଗୋସାଇଁଅନ୍ତର୍ଯ୍ୟାମୀ ନାଥ ମୋତେ କର ପାରିତ୍ରାହି ।ବେଦବର ମୂଖରୁ ଏସନ ବାକ୍ୟ ଶୁଣିହସିଣ ବୋଲନ୍ତି ତହୁଁ ପ୍ରଭୁ ଚକ୍ରପାଣି ।ତୁମ୍ଭେ ଦେବତାଏ ମୋତେ ମଞ୍ଚେ ଜନ୍ମାଇଲେକଂସ କେଶୀ ଦୁଷ୍ଟ ଦୈତ ସଂହାର ବୋଇଲ ।ସେଥିଯୋଗେ ମଧୁପୁରେ ହୋଇଲି ମୁଁ ଜାତକଂସଡ଼ରେ ଗୋପପୁରେ ଲୁଚାଇଲା ତାତ ।ଗୋପାଳ ପୁଅଙ୍କ ସଙ୍ଗେ ଖେଳେ ନାନାରଙ୍ଗେଯହିଁରେ ଅନ୍ତର ମୋତେ କଲ ଦେବ ବୃନ୍ଦେ ।ଗୋପାଳ ପୁଅଙ୍କୁ ଘେନି ବନ ଭୋଜି କଲିତୁମ୍ଭେ ବେଦବର ମୋର ବତ୍ସା ନେଲ ହରି ।ତେନ୍ତୁଳି ଛାଟ ଘେନି ପିଟିଲେ ମୋତେ ନନ୍ଦତ୍ରିଭଙ୍ଗିମା ଚୂଳ ମୋର କଲେ ଖଣ୍ଡ ଖଣ୍ଡ ।ତୁମ୍ଭେ ଦେବତାଏ ମିଳି ସବୁ କରିପାରନାନାଦି ପ୍ରକାରେ ଅସୁରଙ୍କୁ ଦିଅ ବର ।ମାରି ନ ପାରି ପଳାଇଯାଅ ଏଣେ ତେଣେଅସୁର ମାଇଲେ ହତ୍ୟାଦୋଷ ଦିଅ ଏଣେ ।ଗୋବିନ୍ଦଙ୍କ ମୁଖୁ ଏସନକ ବାକ୍ୟ ଶୁଣିକ୍ଷଣକାଳ ସ୍ତମ୍ଭୀଭୂତ ହେଲେ କୁଶପାଣି ।ଏତେ ଦୋଷ କଲେ ମୁହିଁ ମୋତେ କର କ୍ଷମାଅଖିଳ କୋଟି ବ୍ରହ୍ମାଣ୍ଡେ ଉଡ଼େ ତୁମ୍ଭ ବାନା ।ତୁମ୍ଭ ଶ୍ରୀଚରଣେ ମୁହିଁ ଅପ୍ରାଧ କଲଇଁମୋହର ଏ ଅପରାଧ ଫେଡ଼ ଭାବଗ୍ରାହୀ ।ବତ୍ସା ଗୋପାଳ ପୁଅଙ୍କୁ ନେଇଛି ମୁଁ ହରିସେମାନଙ୍କୁ ତୁମ୍ଭେ ଏବେ ନିଅ ଚକ୍ରଧାରୀ ।ବ୍ରହ୍ମାର ବଚନେ ପ୍ରଭୁ ସନ୍ତୋଷ ଭଜିଲେସନ୍ତୋଷରେ ବ୍ରହ୍ମାଙ୍କୁ ସେ ନିଜ ପଦ ଦେଲେ ।ଯେ ବତ୍ସା ବାଳକ ଦେହୁଁ ଜାତ କରିଥିଲେସେହି ବତ୍ସମାନଙ୍କୁ ସେ ଅଙ୍ଗେ ଲୀନ କଲେ ।ବ୍ରହ୍ମା ହରିଥିବା ବତ୍ସା ବନରେ ଛାଡ଼ିଲେନମସ୍କାର କରି ବେଦବର ଚଳିଗଲେ ।ଯଶୋମତୀପୁରେ ଯାଇ ହୋଇଣ ପ୍ରବେଶଗୋପାଳଙ୍କ ସଙ୍ଗରେ ରହିଲେ ପୀତବାସ ।ଜଗତ୍ପିତାଙ୍କୁ ଏସନ କଲେ ଦାମୋଦରସ୍ତିରୀଙ୍କର ଜନମ ବା କେତେକ ମାତର ।ଶୁଣ ପରୀକ୍ଷିତ ହରିବଂଶର ଚରିତନାନାବିଧ ପାତକ ନ ଥବ ତୁମ୍ଭ ଗାତ୍ର ।ଏଥୁଅନନ୍ତରେ ପରୀକ୍ଷିତ ନୃପବରଶୁକ ମୁନିଙ୍କ ଚରଣେ କଲେ ନମସ୍କାର ।ବୋଇଲେ ତଦନ୍ତେ କିସ ହୋଇଲା ଗୋସାଇଁସାବଧାନ ହୋଇ ମୋତେ କହିବା ବୁଝାଇ ।ଗର୍ବକଥା ଯେଣୁକରି କହିଲେ ରୁକ୍ମିଣୀଗରବଗଞ୍ଜନ ବାନା ଜାଣିଲେ ସେକ୍ଷଣି ।ରୁକ୍ମିଣୀଦେବୀଙ୍କ କଥା ଛଟକେ ମୋହିଲେଅନ୍ତର୍ଯ୍ୟାମୀ ନାଥ ତାଙ୍କ ମାୟା କରାଇଲେ ।ରୁକ୍ମିଣୀ ବୋଇଲେ ତୁମ୍ଭେ ଶୁଣ ଭାବଗ୍ରାହୀଯାହା ପଚାରିଲେ ତା ନ କହିଲ ଗୋସାଇଁ ।ତହୁଁ ଗୋବିନ୍ଦ ବୋଇଲେ ଶୁଣ ଗୋ ରୁକ୍ମିଣୀଯାହା ପଚାରିଲେ ତା କହିବୁ ଏହିକ୍ଷଣି ।ଏକ ମନ ହୋଇ ତୁମ୍ଭେ ସର୍ବନାରୀ ଶୁଣଷୋଳ ସହସ୍ର ନାୟିକା ମୂଳେ ଯେତ ଜଣ ।ସମସ୍ତଙ୍କ ସମ୍ମୁଖେ କହିବୁ ଆମ୍ଭେ ଯାହାମୋହଠାରେ କେହି ଜାଣ ନ କରିବ ମାୟା ।ମଥୁରାରେ ଜନ୍ମି ଗୋପେ ବଢ଼ିଲୁ ଯୋଗାଇକଂସଡରେ ବସୁଦେବ ନେଲାଟି ଚୋରାଇ ।ସେହି ଗୋପପୁର ମଧ୍ୟେ ନବଲକ୍ଷ ଗୃହଗୋପାଳ ଗୋପାଳୁଣୀଏ କରିଥାନ୍ତି ସ୍ନେହ ।ତହିଁରେ ଅଛନ୍ତି ଷୋଳସସ୍ର ଗୋପାଳୁଣୀପୁରୁଷମାନେ ତାଙ୍କର ନପୁଂସକ ଜାଣି ।ମୋହର ରୂପରେ ଗୋପାଳୁଣି ମୋହ ଗଲେତାଙ୍କ ପଞ୍ଚଭୂତ ଆତ୍ମା ମତେ ତହିଁ ଦେଲେ ।ତାଙ୍କ ମନ ବଚନେ ମୋତେହିଁ ଅନ୍ୟ ନାହିଁଚନ୍ଦ୍ରସେଣା ନାମେ ତହିଁ ଗୋପାଳ ଅଛଇ ।ତାହାର ଭାରିଯା ଅଟେ ରାଧିକା ସୁନ୍ଦରୀତିନି ଭୁବନରେ ନାହିଁ ତା ସମାନ ସ୍ତିରୀ ।ତାହାର ରୂପ ସମାନ ତୁମ୍ଭେ ନୁହ କେହିଚନ୍ଦ୍ରସେଣା ରାଧିକାର ଭରତା ଅଟଇ ।ନପୁଂସକ ସେ ଅଟଇ ପୁରୁଷତ୍ୱ ନାହିଁନନ୍ଦ ଲେଖାରେ ସେ ମୋର ମାତୁଳ ଅଟଇ ।ବୃଷଭାନୁର ନନ୍ଦିନୀ ଅଟଇ ରାଧିକାପଦ୍ମବନ ଭିତରୁ ସେ ଜନମିଲା ଏକା ।ତେଣୁକରି ତାହାଙ୍କୁ ଗୋ ବୋଲି କମଳିନୀଏକମନେ ଶୁଣ ଆଗୋ ଭୀଷ୍ମକ ନନ୍ଦିନୀ ।ସେହି ରାଧିକାର ସଖୀ ଦୂତିକା ଅଟଇମୋ ସଙ୍ଗତେ ରାଧିକାକୁ ଭୋଟାଇଲା ନେଇ ।ରାଧିକା ବ୍ୟତୀତ ଅନ୍ୟେ ନ ବଳଇ ମନମୂରୁଛି ନ ପାରେ ଷୋଳସସ୍ର ଗୋପୀଗଣ ।ତାହାଙ୍କ ପ୍ରେମର ଭାବ ମନରେ ପଡ଼ିଲାତେଣୁକରି ଆମ୍ଭଦେହ ଦୁର୍ବଳ ହୋଇଲା ।ଶୁଣି ଅଷ୍ଟ ପାଟବଂଶୀ ହେଲେ ସ୍ତମ୍ଭୀଭୂତକୃଷ୍ଣଙ୍କର କଥା ତାଙ୍କୁ ଲାଗେ ଆଚମ୍ବିତ ।ସମସ୍ତେ ମିଳି ଗୋବିନ୍ଦଠାରେ ଦୁଃଖ କଲେଆପଣା ହୃଦ ମଧ୍ୟରେ କଥାନ୍ତ ବାଣ୍ଟିଲେ ।ରୁକ୍ମିଣୀ ସତ୍ୟଭାମା ଯେ କରନ୍ତି ବିଚାରଆମ୍ଭଠାରୁ ରାଧିକା କି ଅଟନ୍ତି ସୁନ୍ଦର ।ଷୋଳସସ୍ର ଗୋପୀ ଏଡ଼େ ସୁନ୍ଦରୀ ହୋଇଲେମାୟାଧର ପୁରୁଷ ମୂରୁଛି ନ ପାରିଲେ ।ଧନ୍ୟ ଗୋପାଳୁଣୀ ଏ କି ଭାଗ୍ୟ କରିଥିଲେତ୍ରିଭୁବନର ନାଥଙ୍କୁ ପ୍ରେମର ମୋହିଲେ ।ଏସନକ ବିଚାରକୁ କରି ଦୁଇ ବାମାଡରେ ଉତ୍ତର ନ ଦ୍ୟନ୍ତି ଗୋବିନ୍ଦର ସୀମା ।ଏମନ୍ତ ପ୍ରକାରେ ଥୋକେ କାଳ ଗଲା ବହିଦିନେ ପଶା ଖେଳେ ସକ୍ରାଜିତର ତନୟୀ ।ପ୍ରେମରସେ ଭୋଳ ହୋଇ ପରମା ସୁନ୍ଦରୀଗୋବିନ୍ଦ ଚରଣ ଧରି ନମସ୍କାର କରି ।ବୋଇଲେ ଭୋ ନାରାୟଣ ସାବଧାନେ ଶୁଣକଥାଏଁ ପୁଛିବୁଁ ଆମ୍ଭେ ହୁଅ ସାବଧାନ ।ରାଧାହୁଁ ସୁନ୍ଦରୀ ନାହିଁ ଆମ୍ଭଙ୍କୁ ବୋଇଲଗୋପୀଙ୍କର ରୂପକୁ ଯେ ରତି ନୁହେଁ ତୁଲ୍ୟ ।ସେହୁ ରାଧିକା ତୁମ୍ଭର ଅଟେ ମଉଳାଣୀକେସନେ ତାକୁ ରମଣ କଲ ଚକ୍ରପାଣି ।ଯେଣୁ ମାୟାଧର ତୁମ୍ଭେ ଦେଲ ହୋ ଭୁଲାଇଏଣୁ ଆମ୍ଭର ମନରେ ପ୍ରତେ ହେଉ ନାହିଁ ।ଏକଥା ବିସ୍ତାରି ମୋତେ କହିବା ବୁଝାଇତେବେ ମନରେ ପ୍ରତ୍ୟୟ ହେବ ଭାବଗ୍ରାହୀଗୋବିନ୍ଦ ବୋଲନ୍ତି ତୁମ୍ଭେ ଯାଅ ଏହିକ୍ଷଣି ।ସବୁଙ୍କୁ ଡକାଇ ଆଣ କହି ଏହି ବାଣୀ ।କାଳିନ୍ଦୀ ଜମ୍ବୁବତୀକି ସଙ୍ଗେ ଘେନି ଆସତେବେ ଯେ କହିବା ଆମ୍ଭେ ସକଳ ସନ୍ଦେଶ ।ଗୋପାଳୁଣୀ କଥାମାନ ନ ଜାଣନ୍ତି କେହିପ୍ରେମରସ କଥା ସବୁ କହିବୁ ବୁଝାଇ ।ଏତେ କହି କୃଷ୍ଣ ସିଂହାସନରେ ବସିଲେସତ୍ୟଭାମା ଦେବୀ ଯାଇ ଭିତରେ ପଶିଲେ ।ରୁକ୍ମିଣୀଙ୍କ ନିକଟରେ ହେଲେ ପରବେଶଦେବକୀ ପାଶେ କହିଲେ ଶ୍ରୀକୃଷ୍ଣ ସନ୍ଦେଶ ।ଆଜ୍ଞା ଦେଇଛନ୍ତି ମୋତେ ଆସିବ ଏକ୍ଷଣିସଙ୍ଗେ ଘେନି ଆସିବ ଗୋ କାଳିନ୍ଦୀ ତରୁଣୀ ।ଏହାଙ୍କର ମୂଳେ ଯେତେ ଶ୍ରୀକୃଷ୍ଣ ଘରଣୀସମସ୍ତଙ୍କୁ ହକାରିଣ ଛନ୍ତି ବେଣୁପାଣି ।ତେଣୁ ସମସ୍ତ ତରୁଣୀ ବାହାର ହୋଇଲେଶ୍ରୀକୃଷ୍ଣଙ୍କର ଚରଣ ଦରଶନ କଲେ ।ନମସ୍କାର କରି ସର୍ବେ ଭଭା ହୋଇଛନ୍ତିମଦନମୋହନ ରୂପ ନୟନେ ଦେଖନ୍ତି ।ତହୁଁ ଗୋବିନ୍ଦ ବୋଇଲେ ବସ ସର୍ବ ସଖିତୁମ୍ଭ ପ୍ରେମ ଭାବମାନ ନ ପାରୁ ମୁରୁଛି ।ପଞ୍ଚଭୂତ ଆତ୍ମାର ଗୋ ତୁମ୍ଭେ ମୋର ସାକ୍ଷୀତୁମ୍ଭ ବ୍ୟତୀତ ମୋହର କେହି ନାହିଁ ସାକ୍ଷୀ ।ତାହାଙ୍କର ହସ୍ତ ଧରି ବସାଇଣ ପାଶେକଥାବାର୍ତ୍ତା ହୁଅନ୍ତି ସେ ପ୍ରେମର ହରଷେ ।ଗୋବିନ୍ଦ ବୋଇଲେ ତାଙ୍କୁ ବସ ସର୍ବ ସଖୀତୁମ୍ଭ ପ୍ରେମ ଭାବକୁ ସେ ନ ପାରୁ ମୂରୁଛି ।ନାରାୟଣଙ୍କ ମୁଖରୁ ଏସନକ ଶୁଣିକରପତ୍ର ଯୋଡ଼ି ତହୁଁ କହନ୍ତି ରୁକ୍ମିଣୀ ।ସାବଧାନ ହୋଇ ଶୁଣ ମଦନ ଗୋପାଳମାୟା କଥାମାନ କିଂପା କହ ଦାମୋଦର ।ଏହି ମାୟା କରି ତୁମ୍ଭେ ଗୋପୀଙ୍କି ମୋହିଲବୃନ୍ଦାବନରେ ରହିଣ ବଂଶୀ ବଜାଇଲ ।ମୋହି ଘେନି ଯାଅ ଷୋଳସସ୍ର ଗୋପନାରୀବଂଶୀସ୍ୱରେ ରାଧିକାକୁ ମୋହିଲ ଶ୍ରୀହରି ।ସେ ତୁମ୍ଭର ମଉଳାଣୀ ଲାଜ ନ ପାଇଲବୃନ୍ଦାବନରେ ମଧ୍ୟରେ ତାହାକୁ ହରିଲ ।ଏବେ ଛଦ୍ରମର କଥା କହ ଚକ୍ରଧରବୁଝାଇ କହିବା ମୋତେ ଏଥିର ବେଭାର ।ଏହି କନ୍ୟାମାନେ ଥିଲେ ପୂର୍ବେ ବ୍ରହ୍ମଋଷିସ୍ତିରୀରୂପେ ବୃନ୍ଦାବନେ ଜନମିଲେ ଆସି ।ଏହା ଶୁଣିଣ ପୁଚ୍ଛନ୍ତି ଭୀଷ୍ମକ କୁମାରୀଏହି ଚରିତ ଆମ୍ଭଙ୍କୁ କହ ଶିରୀହରି ।ରୁକ୍ମିଣୀ ପୁଚ୍ଛା କରନ୍ତି ଶ୍ରୀହରି କହନ୍ତିଏକମତ ହୋଇ ଶୁଣ ପରୀକ୍ଷ ନୃପତି ।ଏଥୁଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟ ରସଗୋବିନ୍ଦ ଲୀଳା ଆଖ୍ୟାନ ଶ୍ରୀହରିର ବଂଶ ।ପୂର୍ବେ ତ୍ରେତୟା ଯୁଗରେ ରାମ ଅବତାରେନାରାୟଣ ଅବତାର ହେଲେ ମର୍ତ୍ତ୍ୟପୁରେ ।ଯେଣୁକରି ଅସୁର ହୋଇଲେ ବଳୀୟାରଦେବତାମାନଙ୍କୁ କଷ୍ଟ ଦେଲେକ ଅପାର ।କ୍ଷୀର ସମୁଦ୍ରରେ ନାରାୟଣ ଶୋଇଥିଲେଦେବତା ଗୁହାରି କରୁଁ ଉଠିଣ ବସିଲେ ।ତୁମ୍ଭେମାନେଟି ଗୁହାରି କିଂପା ଆସି କରଦେବତା ବୋଇଲେ ଦୈତ ହେଲେ ବଳୀୟାର ।ଅସୁରଙ୍କ ଭୟେ ସ୍ୱର୍ଗେ ନ ପାରିଲୁ ରହିବେଳେ ରକ୍ଷାକର ତୁମ୍ଭେ କମଳାର ସାଇଁ ।ନାରାୟଣ ପୁଚ୍ଛାକଲେ କାହୁଁ ହେଲେ ଜାତକାହାର ବଳେ ସେମାନେ ଏଡ଼େ ବଳବନ୍ତ ।ବିଶ୍ରବା ଋଷିର କୁଳେ ଲଭିଛନ୍ତି ଜନ୍ମରାବଣ ନାମ ତାହାର ଅଟେ ଅନୁପମ ।ଜଗତର ପିତା ତାକୁ ଦେଇଛନ୍ତି ବରଛପନଗଣ୍ଡା ଯୁଗକୁ ଆୟୁଷ ତାହାର ।ଖଡ଼୍ଗେ ନ ଛିଡ଼ଇ ଅନଳରେ ନ ପୋଡ଼ଇମୁଣ୍ଡ ଛିଡ଼ିଗଲେ ପୁଣି ଆସିଣ ଲାଗଇ ।ଏସନ ପ୍ରକାର ତାର ନୁହଇ ମରଣଏଥିର ଉପାୟ ତୁମ୍ଭେ କର ନାରାୟଣ ।ଦେବତାଙ୍କର ବିକଳ ଦେଖି ଜଗନ୍ନାଥମନର ଚିନ୍ତା ବହୁତ କଲେ ଆଦିନାଥ ।ବୋଇଲେ ମର୍ତ୍ତ୍ୟପୁରରେ ଲଭିବୁ ଜନମଅସୁରଙ୍କୁ ନିଶ୍ଚେ ଆମ୍ଭେ କରିବୁ ନିଧନ ।ଦେବଗଣଙ୍କୁ ମେଲାଣି ଦେଲେ ନିରଞ୍ଚନମର୍ତ୍ତ୍ୟପୁରେ ପ୍ରଭୁ ଆସି ଲଭିଲେ ଜନମ ।ଅଯୋଧ୍ୟା କଟକେ ଦଶରଥ ରାଜା ଘରେରାମ ଲକ୍ଷ୍ମଣ ଭରତ ଶତ୍ରୂଘ୍ନ ରୂପରେ ।ଚତୁର୍ଦ୍ଧା ରୂପରେ ହରି ହେଲେ ଅବତାରବାଳକାଳେ ଯଜ୍ଞରକ୍ଷା କଲେ ଚକ୍ରଧର ।ତଦନ୍ତରେ ମିଥିଳାକୁ ବିଭାହୋଇ ଗଲେଜନକ ଗୃହରେ ଶିବଧନୁକୁ ଭାଙ୍ଗିଲେ ।ଲକ୍ଷେ ନରପତିଙ୍କର ମୁଖେ କାଳି ଦେଇସୀତା ସତୀଙ୍କି ବିବାହ ହେଲେ ଭାବଗ୍ରାହୀ ।ତହୁଁ ଆସି ପର୍ଶୁରାମେ ବାଟରେ ଜିଣିଲେବଇଷ୍ଣବା ଧନୁ ପର୍ଶୁରାମ ସମର୍ପିଲେ ।ତଦନ୍ତରେ ଅଯୋଧ୍ୟାରେ ହୋଇଲେ ପ୍ରବେଶସୀତା ଘେନି ଥୋକେ ଦିନ ରହି ରଘୁଶିଷ୍ୟ ।ଏମନ୍ତେଣ ଦଶରଥ ପାତ୍ର ମନ୍ତ୍ରୀ ଘେନିରାମେ ରାଜା କରିବାକୁ ବିଚାରିଲେ ପୁଣି ।ଜ୍ୟୋତିଷ ରାଇଣ ଶୁଭଲଗ୍ନ ଖୋଜାଇଲେଖୋଜି ଖୋଜି ଶୁଭଦିନ କେବ ନ ପାଇଲେ ।ରାମଚନ୍ଦ୍ର ରାଜା ହେବେ ଶୁଭିଲା ନଗ୍ରରେଦେବଦୂତ ମନ୍ଥରା ଥିଲାକ ରାଜପୁରେ ।କୈକେୟୀର ଅଟଇ ସେ ପ୍ରିୟ ସହଚରୀରାମ ରାଜା ହେବା କଥା ଜଣାଏ ଚତୁରୀ ।କୈକେୟୀ ଏ ବାଣୀ ଶୁଣି ଆନନ୍ଦିତ ହେଲେବଧାଇ ରୂପେ ତାହାକୁ ଧନ ରତ୍ନ ଦେଲେ ।ସତେ କଣ ରାମଚନ୍ଦ୍ର ହେବେ ନୃପବରଆହୁରି ବଧାଇ ତୋତେ ଦେବଇଁ ଅପାର ।ଏହା ଶୁଣିଣ ତାହାର ସାହସ ଉଡ଼ିଲାଦେବଙ୍କ କାର୍ଯ୍ୟ ନୋହିବ ମନେ ବିଚାରିଲା ।ବହୁତ ପ୍ରକାରେ ତାଙ୍କୁ କହିଲା ମଣାଇସେ କଥାକୁ କାନ ଦେଲେ ନାହିଁ ମହାଦେଈ ।ଯେଣୁକରି ମହାଦେଈ ସମ୍ମତ ନୋହିଲେସ୍ୱର୍ଗେ ଶଚୀପତି ଥାଇ ସେ କଥା ଜାଣିଲେ ।ସଭା ମଣ୍ଡାଇଣ ଇନ୍ଦ୍ର ବସିଲେ ସ୍ୱର୍ଗରେମନ୍ଥରାକୁ ପଠାଇଲୁ ଦଶରଥ ଘରେ ।ବହୁ ପ୍ରକାରେ ମଣାଇ କହିଲା ତରୁଣୀକେଭେ ନ ମାନଇ ଦଶରଥର ଘରଣୀ ।ଅଧର୍ମର କଥା ସେ ନ ଜାଣଇ କୈକେୟୀମନ୍ଥରାର ବୋଲ ସେହୁ କେଭେ ମାନଇ ।କିସ ଉପାୟ କରିବା ଏବେ ଦେବତାଏବିଚାର କରିଣ ବୋଲ ସକଳ ବିଷୟେ ।ଇନ୍ଦ୍ରଙ୍କର ବଚନରେ କହେ ବୃହସ୍ପତିସାବଧାନ ହୋଇ ତୁମ୍ଭେ ଶୁଣ ସୁରପତି ।ଆମ୍ଭର ପାଇଁ ମନ୍ଥରା କହିଲାକ ମିଛତା କଥାରେ ଅନ୍ତର ନ ମଣଇ ପ୍ରତ୍ୟକ୍ଷ ।ଏବେ ଖଳବଳ ତାଙ୍କଠାକୁ ଚଳିଯାନ୍ତୁକୈକେୟୀ ଦେହରେ ଦୁହେଁ ବିଶ୍ରାମ କରନ୍ତୁ ।ଦେବତାଏ ଖଳ ବଳ ଦୁହିଁଙ୍କି ରାଇଲେମଞ୍ଚପୁରେ ଯାଅ ବୋଲି ତାଙ୍କୁ ଆଜ୍ଞା ଦେଲେ ।ଆଜ୍ଞା ପାଇଣ ଚଳିଲେ ସେହି ଖଳ ବଳେଅଯୋଧ୍ୟା କଟକେ ଯାଇ ମିଳିଲେ ତତ୍କାଳେ ।କୈକେୟୀ କଣ୍ଠରେ ଖଳ ଯାଇଣ ବସିଲାବଳ ଯାଇ ଦଶରଥ ହୃଦେ ସମ୍ଭାଇଲା ।ନଗ୍ର ବୁଲି ଯାଇଥିଲା ମନ୍ଥରା ତରୁଣୀକୈକେୟୀ ଆଗରେ ଆସି ମିଳିଲା ତକ୍ଷଣି ।କୈକେୟୀ ପୁଛିଲା ମନ୍ଥରାକୁ ଥିଲୁ କାହିଁସେ ବୋଇଲା ତୋତେ ମୁହିଁ କିସ କହିବଇଁ ।ଖାଇବାର ଭାତ ତୁ ପରକୁ ଦେଉ ଯାଚିନିଜେ ପୁତ୍ରେ ଛାଡ଼ି ପୁତ୍ର କାଖାଉ ମୃଗାକ୍ଷି ।ଶ୍ରୀରାମ ଯଦ୍ୟପି ରାଜା ହେବେ ଅଯୋଧ୍ୟାରେତୋର ପୁତ୍ର ରାମଙ୍କୁ ଖଟିବ ନିରନ୍ତରେ ।ଦୋଷ ଦେଖି ରାମ ଭରତକୁ ଦଣ୍ଡ ଦେବେତୋହର ପୁତ୍ର ପାଇକ ସଙ୍ଗତରେ ଥିବେ ।ଯେଣୁ ଖଳ ପୁରୁଷ କେକେୟୀ ହୃଦେ ଥିଲାମନ୍ଥରା ବାକ୍ୟ ଅମୃତ ପରାୟେ ମଣିଲା ।ଆଜ ରାତ୍ରେ ରାଜାଙ୍କୁ ମୁଁ ସତ୍ୟ କରାଇବିଭରତକୁ ଅଯୋଧ୍ୟାରେ ରାଜପଣ ଦେବି ।ସୁମନ୍ତ୍ରକୁ ରାଇ ଦଶରଥ ଆଜ୍ଞା ଦେଲେଅଭିଷେକ ଦ୍ରବ୍ୟମାନ ଅଣାଅ ବୋଇଲେ ।ରାଜା ଆଜ୍ଞାରେ ସୁମନ୍ତ୍ର ତହୁଁ ଚଳିଗଲାଅଭିଷେକ ଦ୍ରବ୍ୟମାନ ସବୁ ଅଣାଇଲା ।କାଲି ପ୍ରଭାତର ରାମ ହେବେ ନୃପବରନଗରେ ଘୋଷଣା ଦିଆଇଲେ ତତପର ।ରାଜାର ଆଜ୍ଞାରେ ମନ୍ତ୍ରୀ ସବୁ ଭିଆଇଲାନଗର ପୁରଯାକରେ ଘୋଷଣା ଶୁଭିଲା ।ଏଥୁ ଅନନ୍ତରେ ପୁଣି ଶୁଣ ହୋ ବିଧାନକୈକେୟୀ ପୁରେ ପ୍ରବେଶ ହେଲେ ନୃପରାଣ ।ମଥାପୋତି କଇକେୟୀ ବସି କାନ୍ଦୁ ଅଛିନୃପତିକି ମଥା ଟେକି ନ କହଇ କିଛି ।ମନ୍ଥରାକୁ ଡକାଇଣ ପୁଛେ ନୃପରାୟକଇକେୟୀର ଦୁଃଖରେ ଦେହ ମୋର କାୟ ।ଦଶରଥ ପୁଚ୍ଛା କଲେ ମନ୍ଥରା ତୁ ଶୁଣଭରତ ଜନନୀ କିପାଁ କରନ୍ତି କ୍ରନ୍ଦନ ।ଶ୍ରୀରାମ ରାଜା ହୋଇବେ ଜାଣ ଆଜଦିନଉତ୍ସବ କାଳେ ବିରସ କିପାଇଁ ବଦନ ।ମନ୍ଥରା ବୋଲେ ଅନେକ ଦିନୁ କାନ୍ଦୁଅଛିଏଥିର କାରଣ ମୁଁ ତ ନ ଜାଣଇ କିଛି ।ଦଶରଥ ବୋଇଲେ ଗୋ ତାହାଙ୍କୁ ପଚାରକିପାଁ କ୍ରନ୍ଦନ କରନ୍ତି ଉତ୍ସବ ଦିନର ।ମନ୍ଥରା ବୋଇଲା କିପାଁ କାନ୍ଦୁ ମହାରାଣୀମଥା ଟେକି କଥା କିପାଁ ନ କହୁ ତରୁଣି ।ତହୁଁ କୈକେୟୀ ବୋଇଲା ପୌରୁଷ ବଚନେକେଭେଁ ପ୍ରତେ ନ କରିବ ଆପଣାର ମନେ ।ପୂର୍ବେ ତିନିବର ମୋତେ ରାଜା ଦେଇଥିଲାଏକବର ଆଜି ଯାଏ ମୋତେ ସେ ନ ଦେଲା ।ଏକଥା ଶୁଣି ନୃପତି ବୋଲନ୍ତି ବଚନଏବେ ଯାହା ମାଗିବ ତା ଦେବି ଏହିକ୍ଷଣ ।ସତ୍ୟକରି ବଚନ ମୁଁ କହିଅଛି ଯାହାକେବେହେଁ ଅନ୍ୟଥା ମୁହିଁ ନ କରିବି ତାହା ।ନରପତିଙ୍କର ରାଣୀ ନିଷ୍ଠା ବାକ୍ୟ ଶୁଣିବୋଇଲା ଭରତେ ରାଜା କର ନୃପମଣି ।ଶ୍ରୀରାମ ବନକୁ ଯିବେ ଚଉଦ ବରଷଅଯୋଧ୍ୟା କଟକେ ରାଜା ହେବ ମୋର ଶିଷ ।ଏସନକ ବର ମୋତେ ଦିଅ ନୃପବରତୋହର ବର ଦେବାର ହେବ ପୁରସ୍କାର ।ଯେବଣ ବଳ ପୁରୁଷ ହୃଦେ ବସିଥିଲାଖଳ ପୁରୁଷ ତାହାକୁ ବେଗେ ଚେତାଇଲା ।ଖଳବଳ ଦୁହେଁ ଯାକ ହେଲେ ଏକ ମେଳତେଣୁକରି କାର୍ଯ୍ୟ ସିଦ୍ଧ ହେଲା ଦେବଙ୍କର ।ରାଣୀର ବଚନେ ରଜା ସ୍ତବଧ ହୋଇଲାକ୍ଷଣକାଳ ସ୍ତମ୍ଭୀଭୂତ ହୋଇଣ ରହିଲା ।ତାଳୁରେ ପାଣି ପଶିଲେ ଯେହ୍ନେ ହୁଏ ପ୍ରାଣୀତେସନକ ପରକାରେ ହେଲେ ନୃପମଣି ।କୈକେୟୀକି ବୋଇଲେ ତୁ ମନ୍ଦକୃତ୍ୟ କଲୁରାମଚନ୍ଦ୍ର ଭରତକୁ ଭିନ୍ନ କରାଇଲୁ ।ଯାହା ହେବାର ତା ହେଲା ସତ୍ୟ କରିଛଇଁଏତେବେଳେ ତାହା ନାସ୍ତି କରି ନ ପାରଇ ।ରାମଚନ୍ଦ୍ର ଚଉଦ ବରଷ ବନେ ଯାଉଭରତ ଅଯୋଧ୍ୟାପୁରେ ନୃପତି ବୋଲାଉ ।ଏତେକ ବୋଲିଣ ରାଜା ପଲଙ୍କେ ବସିଲାକଇକେୟୀ ରାଣୀ ଯାଇ ଚରଣେ ଖଟିଲା ।ଏହି ପରକାରେ ତହୁଁ ରାତ୍ର ଗଲା ପାହିଅଭିଷେକ ଦ୍ରବ୍ୟମାନ ସୁମନ୍ତ୍ର ଅଣାଇ ।ଦେଖିଲା ସେ ନରପତି ମୌନେ ଛନ୍ତି ବସିକରପତ୍ର ଯୋଡ଼ି ମନ୍ତ୍ରୀ ବଚନ ପ୍ରକାଶି ।ଅଭିଷେକର ବେଳ ଯେ ହେଉଛି ଉଛୁରକାହିଁ ପାଇଁ ସମସ୍ୟା ନ ଦିଅ ନୃପବର ।ମନ୍ତ୍ରୀର ବଚନେ ବୋଲେ କଇକେୟୀ ରାଣୀକାଲି ତିନିବର ଦେଇଛନ୍ତି ନୃପମଣି ।ରାମଚନ୍ଦ୍ର ଚଉଦ ବରଷ ବନେ ଯିବଭରତ ଅଯୋଧ୍ୟାପୁରେ ନୃପତି ହୋଇବ ।ଉପରୋଧ କରି କଥା ନ ପାରନ୍ତି କହିମଉନ ହୋଇଣ ବସିଛନ୍ତି ନୃପସାଇଁ ।ମନ୍ତ୍ରୀକି ଚାହିଁଣ ରାଜା ଏସନ କହିଲେରାମଙ୍କୁ ହକାରିବାକୁ ମନ୍ତ୍ରୀକି ବୋଇଲେ ।ଅତିବେଗେ ମନ୍ତ୍ରୀବର ତହୁଁ ଚଳିଗଲାବଶିଷ୍ଠ ଋଷିଙ୍କି ସବୁ ଚରିତ କହିଲା ।ଶ୍ରୀରାମଚନ୍ଦ୍ରଙ୍କ ପାଶେ ପ୍ରବେଶିଲା ଯାଇରାଜାଙ୍କ ଆଦେଶ ତୁମ୍ଭେ ଚଳ ବେଗ ହୋଇ ।ଶୁଣିକରି ରାମଚନ୍ଦ୍ର ଉଠିଲେ ବହନଦଶରଥଙ୍କ ଛାମୁରେ ମିଳିଲେ ତକ୍ଷଣ ।ନୃପତିଙ୍କି ଦେଖି ରାମ ନମସ୍କାର କଲେଆପଣାର ଶିରେ ନେଇ ପାଦଗୋଟି ଦେଲେ ।ଦଶରଥ ବୋଲନ୍ତି ରେ ରାମଚନ୍ଦ୍ର ଶୁଣଚଉଦ ବରଷ ତୁହି ଯିବୁ ଘୋରବନ ।ଭରତ ଅଯୋଧ୍ୟାପୁରେ ନୃପତି ହୋଇବଯାହା ତୋହର କର୍ମରେ ଲେଖିଛି ଦଇବ ।ଏତେ କହି ନରପତି ମଉନ ହୋଇଲେଦୁଃଖଭରେ ରାମଚନ୍ଦ୍ରେ ଏରୂପେ କହିଲେ ।ଶ୍ରୀରାମଚନ୍ଦ୍ର ବୋଇଲେ ନ ଭାଳ ହୋ ରାୟେଚଉଦ ବରଷ ବନେ ଯିବଇଁ ନିଶ୍ଚୟେ ।ପିତାଙ୍କ ପୟରେ ନମି ହୋଇଲେ ବାହାରଯାଇଣ ମିଳିଲେ ବେଗେ କୌଶଲ୍ୟାର ପୁର ।ମାତାଙ୍କର ମୁଖ ଚାହିଁ ଓଳଗି ହୋଇଲେବନକୁ ଯିବାର କଥା ତାହାଙ୍କୁ ବୋଇଲେ ।ଭରତ ଅଯୋଧ୍ୟାପୁରେ ହେବ ନୃପବରକୈକେୟୀ ରାଣୀ ପିତାଙ୍କୁ ମାଗିଲେ ଏ ବର ।ଶୁଣିକରି କଉଶଲ୍ୟା ହୋଇଲେ ବିକଳକାହିଁ ପାଇଁ ବନବାସ ଯିବୁ ରେ କୁମର ।ରାମ ବୋଇଲେ ପିତାର ବାକ୍ୟ ନ ଲଙ୍ଘଇଚୌଦବରଷ ବନକୁ ଅବଶ୍ୟ ଯିବଇଁ ।ମାତାଙ୍କୁ ଓଳଗି ତହୁଁ ଶୀଘ୍ର ଚଳିଗଲେସୀତାଙ୍କ ପୁରୀରେ ଯାଇ ପ୍ରବେଶ ହୋଇଲେ ।ବୋଇଲେ ସଖି ଗୋ ଥାଅ ନିଶ୍ଚିନ୍ତରେ ରହିଚୌଦବର୍ଷ ପାଇଁ ମୁହିଁ ବନକୁ ଯିବଇଁ ।ଏମନ୍ତ ବୋଲିଣ ପିତା ଆଜ୍ଞା ଦେଲେ ମୋତେକଳି ନ କରିବ ଶାଶୁମାନଙ୍କ ସଙ୍ଗତେ ।ଏହି କଥା ଶୁଣି ସୀତା ଦୁଃଖିତ ହୋଇଲେମୁହିଁ ତୁମ୍ଭ ସଙ୍ଗେ ଯିବି ଜାଣିଥାଅ ଭଲେ ।ତୁମ୍ଭେଗଲେ ମୁହିଁ ନିଶ୍ଚେଁ ଛାଡ଼ିବି ଜୀବନମୋତେ ଛାଡ଼ିକରି ତୁମ୍ଭେ ଯାଅନାହିଁ ବନ ।ଜଳ ତେଜିଣ ମୀନ କି ବଞ୍ଚଇ ଭୋ ନାଥତୁମ୍ଭେ ଛାଡ଼ିଗଲେ ମୁହିଁ ହୋଇବି ଅନାଥ ।ସୀତାର ମୁଖରୁ ରାମ ଏସନକ ଶୁଣିତାଙ୍କ ହସ୍ତ ଧରିଣ କହନ୍ତି ରଘୁମଣି ।ଏମନ୍ତେ ସୁମିତ୍ରା ମାତା ପାଇଲେ ବାରତାବୋଇଲେ ବନକୁ ନ ଯାଅ ତୁ ରଘୁଜିତା ।ଶ୍ରୀରାମ ବୋଇଲେ ପିତା ବାକ୍ୟ ନ ଲଙ୍ଘଇଆଗୋ ମାତ ନିଶ୍ଚେଁ ମୁହିଁ ବନକୁ ଯିବଇଁ ।ବଚନ ନ ଲଙ୍ଘି ନିଶ୍ଚେଁ ଯିବି ଘୋର ବନଚଉଦ ବରଷ ମୁହିଁ ରହିବି ଅରଣ୍ୟ ।ଶ୍ରୀରାମ ବଚନ ଦୃଢ଼ କରି ରାଣୀ ଶୁଣିଭିତର ପୁରକୁ ଚଳିଗଲେ ଯୋଷାମଣି ।ଲକ୍ଷ୍ମଣଙ୍କୁ ସଜକରି ତ୍ୱରିତ ଆଣିଲେରାମ ସଙ୍ଗେ ଅରଣ୍ୟକୁ ଯିବାକୁ କହିଲେ ।ସୀତା ଲକ୍ଷ୍ମଣ ଦୁହିଁଙ୍କୁ ସଙ୍ଗତରେ ଘେନିବନକୁ ଗମନ କଲେ ପ୍ରଭୁ ରଘୁମଣି ।ସୁମନ୍ତ୍ର ସରଯୁ କୂଳେ ଛାଡ଼ିଣ ଅଇଲେତୁଚ୍ଛା ରଥ ଘେନି ଅଯୋଧ୍ୟାରେ ପ୍ରବେଶିଲେ ।ଦଶରଥ ନୃପତିଙ୍କୁ କଲେ ଦରଶନହା ହା ରାମ ବୋଲି ପ୍ରାଣ ଛାଡ଼ିଲେ ରାଜନ ।ଶୁଣ ଆଗୋ ଶଶୀମୁଖି ଭୀଷ୍ମକ ନନ୍ଦିନୀସରଯୂ ପାର ହୋଇଣ ଗଲେ ରଘୁମଣି ।ଗୁହକ ଶବରେ ଯାଇ ବାଟରେ ଭେଟିଲେତାହାର ସହିତେ ରାମ ମିତ୍ରପଣ କଲେ ।ବଟ କ୍ଷୀର ଘେନି ବାନ୍ଧିଲେକ ଜଟାଭାରତଦନ୍ତରେ ତହୁଁ ଚଳିଗଲେ ରଘୁବୀର ।ଚିତ୍ରକୁଟ ଗିରିରେ ପ୍ରବେଶ ହେଲେ ଯାଇଥୋକେଦିନ ସେଠାରେ ରହିଲେ ରଘୁସାଇଁ ।ମୃଗ ମାରିଣ ପ୍ରତ୍ୟହ କରନ୍ତି ଆହାରକନ୍ଦମୂଳ ଭକ୍ଷି ସୁସ୍ଥ ରଖନ୍ତି ଶରୀର ।ରାମ ବନଯିବା ଭରତକୁ ଜଣା ନାହିଁବେନି ସହୋଦର ଥିଲେ ଅଜାଘରେ ରହି ।ଦଶରଥ ମୃତ୍ୟୁକଥା ବଶିଷ୍ଠ ଶୁଣିଲେସୁମନ୍ତ୍ରକୁ ଡାକି ସେହୁ ବିଚାର କରିଲେ ।ତଇଳ କୁଣ୍ଡରେ ଶବ ଦେହକୁ ପକାଇଗୁପତ କରିଣ ତହିଁ ରଖିଲେ ଲୁଚାଇ ।ଭରତେ ଆଣିବା ପାଇଁ ଚାର ପଠାଇଲେତତ୍ପର ହୋଇ ବିଶିଷ୍ଠ ତାଙ୍କୁ ଅଣାଇଲେ ।ସବୁକଥା ବୁଝାଇଣ ଦୁହିଁଙ୍କୁ କହିଲେଶୁଣି ଭରତ ଶତ୍ରୁଘ୍ନ ବିକଳ ହୋଇଲେ ।ମାତାଙ୍କୁ ଝିଙ୍ଗାସି ସେହୁ ବହୁତ କହିଲେପୁଣି ମନ୍ତ୍ରରାକୁ ବହୁଦଣ୍ଡ ସେ ବିହିଲେ ।ପିତାଙ୍କ ଶବକୁ ଅନଳରେ ଦାହ କରିଦଶଦିନ କ୍ରିୟାଯାକ ବିଧିମତେ ସାରି ।ଅନେକ ଦାନ ଧ୍ୟାନ ଯେ କଲେ ଭ୍ରତବୀରବିଧି ବିଧାନରେ କ୍ରିୟା ସାରିଲେ ସକଳ ।ଏମନ୍ତେ ଚଉଦ ଦିନ ଯହୁଁ ବହିଗଲାବଶିଷ୍ଠଙ୍କୁ ଘେନିଣ ଭରତ ବିଚାରିଲା ।ବୋଇଲା ଭରତ ବୀର ରାମ ଛନ୍ତି କାହିଁଏହି କଥା ମୋତେ କହ ବଶିଷ୍ଠ ଗୋସାଇଁ ।ତହୁଁ ବଶିଷ୍ଠ ବୋଇଲେ ଶୁଣ ହୋ ଭରତଚିତ୍ରକୂଟରେ ଅଛନ୍ତି ରଘୁକୁଳନାଥ ।ଥାଟ ସଜକର ଆମ୍ଭେ ଯିବା ବେଗେ ଚଳିଲେଉଟାଇ ଆଣିବାକ ତହୁଁ ଚାପଧାରୀ ।ସାଜସଜ୍ଜା କରି ଥାଟ ନେଲେ ତତକ୍ଷଣେଚିତ୍ରକୂଟେ ଯାଇ ମିଳିଲେକ ତିନିଦିନେ ।ଶ୍ରୀରାମଚନ୍ଦ୍ରଙ୍କୁ ତହିଁ ପାଇଲେକ ଭେଟଆଗୁ ହୋଇ ତାଙ୍କଠାରେ ମିଳିଲେ ବଶିଷ୍ଠ ।ପଛରେ ଯାଇ ଭରତ ଦରଶନ କଲେଗଡ଼ଘାଲି ରାମଙ୍କର ଚରଣେ ଶୋଇଲେ ।ପିତା ମୃତ୍ୟୁବାରତା ପାଇଣ ରଘୁସାଇଁବହୁତ କ୍ରନ୍ଦନ କଲେ ଶିରେ ହସ୍ତେ ଦେଇ ।ମନ୍ଦାକିନୀ ଜଳେ ଯାଇଁ କଲେକ ସ୍ନାହାନଛତୁ ପିଣ୍ଡ ତହୁଁ ଦେଲେ ପ୍ରଭୁ ରଘୁରାଣ ।ପିଣ୍ଡ ଦେଇଣ ସେଠାରୁ ଶ୍ରୀରାମ ଅଇଲେରାଜ୍ୟ ଛାଡ଼ି କିପାଁ ଆସ ଭରତେ ପୁଛିଲେ ।ବିଶିଷ୍ଠ ବୋଇଲେ ଶୁଣ ଆହେ ରଘୁନାଥମାତାମାନେ ଆସିଛନ୍ତି ବେଗ ହୋଇ ଦେଖ ।ମାତାଙ୍କୁ ଦେଖିଣ ରାମ ଓଳଗି ଶୋଇଲେସେମାନେ ତାହାଙ୍କୁ ଦେଖି କଲ୍ୟାଣ ବାଞ୍ଛିଲେ ।ସୁମନ୍ତ୍ର ବୋଇଲେ ଶୁଣ ଆହେ ରାମ ରାଣଭରତ ଆସିଅଛନ୍ତି ଯେବଣ କାରଣ ।ଅଯୋଧ୍ୟାକୁ ଫେରି ଚାଲ ଆହେ ରାମରାଣନୃପତିପଣକୁ ତୁମ୍ଭେ ଅଟ ହେ ଭାଜନ ।ଶ୍ରୀରାମ ବୋଇଲେ ଏହା କେବେହେଁ ନୁହଇପିତାଙ୍କ ସତ୍ୟ ବଚନ ଲଙ୍ଘି ନ ପାରଇ ।ଚୌଦ ବର୍ଷ ନ ପୁରିଲେ କେଭେ ଯିବି ନାହିଁଏହି କଥା ଗୋଟି ମୋର ମନକୁ ନ ପାଇ ।ଶ୍ରୀରାମଙ୍କ ଦୃଢ଼ ବାକ୍ୟ ଶୁଣି ଭ୍ରତବୀରତାଙ୍କୁ ବୁଝାଇ କହିଲେ ଅନେକ ପ୍ରକାର ।କେବେହେଁ ସେ ରାମଚନ୍ଦ୍ର ସମ୍ମତ ନୋହିଲେଦେବକାର୍ଯ୍ୟ ପାଇଁ ସେହୁ ନିଷ୍ଠୁର ହୋଇଲେ ।ରାମ ବୋଇଲେ ଭରତ ବେଗେ ଏଥୁ ଯାଅଅଯୋଧ୍ୟା କଟକେ ଯାଇ ନୃପତି ତୁ ହୁଅ ।ଚଉଦ ବରଷ ମୁହିଁ ପିତା ସତ୍ୟ ପାଳିତଦନ୍ତରେ ନୃପତି ହୋଇବ ତପଶାଳି ।ଶ୍ରୀରାମଙ୍କ ବଚନ ଜାଣିଣ ମୁନିବରବୋଲେ ଦେବକାର୍ଯ୍ୟ ଏଥେ ହୋଇବ ଅପାର ।ଶ୍ରୀରାମ କାଷ୍ଠ ପାଦକୁ ଭରତକୁ ଦେଲେଏହା ସ୍ଥାପି ରାଜ୍ୟ ତୁମ୍ଭେ କର ଯାଇ ଭଲେ ।ସେ ପାଦୁକାକୁ ଘେନିଣ ଭରତ ଫେରିଲେନନ୍ଦି ଗ୍ରାମରେ ଯାଇଣ ପ୍ରବେଶ ହୋଇଲେ ।ଶ୍ରୀରାମଙ୍କର ପାଦୁକା ସିଂହାସନେ ଥୋଇଉଦାସ ରୂପେ ଭରତ ରାଜତ୍ୱ କରଇ ।ଚିତ୍ରକୂଟ ପର୍ବତରେ ଶ୍ରୀରାମ ରହିଲେସୀତା ଲକ୍ଷ୍ମଣଙ୍କୁ ଘେନି ତହୁଁ ଚଳିଗଲେ ।ଦଣ୍ଡକାରଣ୍ୟରେ ଯାଇ ହୋଇଲେ ପ୍ରବେଶସେ ବନରେ ଦେଖିଲେକ ବହୁ ମୃଗଶିଷ ।ନିତି ମୃଗ ଶମ୍ବରାଦି ମାରିଣ ଆଣନ୍ତିରନ୍ଧନ ଭୋଜନ କରି ଦିବସ ବଞ୍ଚନ୍ତି ।କେତେକ ଦିନ ସେଠାରେ ରହି ରଘୁରାଣଅତିସୁଖେ ଦିନ କଟାଇଲେ ତିନିଜଣ ।ତହୁଁ ରାମ ଅରଣ୍ୟରେ ବୁଲିବାକୁ ଗଲେଋଷିମାନଙ୍କ ମଢ଼ିୟା ଯାଇଣ ଦେଖିଲେ ।ଦେଖିଲେ ଋଷିଏ ତହିଁ ଆନନ୍ଦରେ ଛନ୍ତିତାହା ଦେଖି ନିକଟେ ମିଳିଲେ ରଘୁପତି ।ସେମାନଙ୍କୁ ରାମଚନ୍ଦ୍ର କଲେ ନମସ୍କାରସୀତା ଲକ୍ଷ୍ମଣଙ୍କୁ ଘେନି ବସିଲେ ପାଖର ।ଶ୍ରୀରାମଙ୍କୁ ଦେଖିକରି ସର୍ବ ମୁନିମାନେଆସନ ଛାଡ଼ିଣ ଛିଡ଼ା ହେଲେ ତତକ୍ଷଣେ ।କୃତାଞ୍ଜଳି ହୋଇ ସେହୁ କଲ୍ୟାଣ କରିଲେପୁଣି ସ୍ୱର୍ଣ୍ଣଦୀପ ଘେନି ତାହାଙ୍କୁ ବନ୍ଦିଲେ ।ଷଡ଼ର୍ଘ୍ୟ ଦେଇଣ ରାମଚନ୍ଦ୍ରଙ୍କୁ ପୁଜିଲେତାହାଙ୍କ ମସ୍ତକେ ନେଇ ଦୂର୍ବାକ୍ଷତ ଦେଲେ ।ପରଂବ୍ରହ୍ମ ଅଟନ୍ତି ସେ ପ୍ରଭୁ ନାରାୟଣଶ୍ୟାମଳ ବର୍ଣ୍ଣ ତାଙ୍କର କମଳ ଲୋଚନ ।ତାଙ୍କ ରୂପ ଦେଖିକରି ସର୍ବ ଋଷିମାନେକନ୍ଦର୍ପ ଜ୍ୱରରେ ଘାରି ହୋଇଲେ ତକ୍ଷଣେ ।ବୃକ୍ଷମାନଙ୍କ ମୂଳରେ ଆଉଜିଲେ ଯାଇକନ୍ଦର୍ପର ଜ୍ୱରରେ ବୁଡ଼ିଲା ତାଙ୍କ ଦେହୀ ।ମୁନିଙ୍କର କାମଜ୍ୱର ଜାଣିଲେ ଶ୍ରୀରାମବୋଇଲେ ମୋ ରୂପ ଦେଖି ହୋଇଲେ ଅଜ୍ଞାନ ।ଶ୍ରୀରାମ ବୋଇଲେ ତୁମ୍ଭେ ଶୁଣ ତପୀଗଣେତୁମ୍ଭର କଥା ସକଳ ଜାଣିଲୁ ସୁମନେ ।ଆମ୍ଭରୂପ ଦେଖି ମଦନରେ ବଶ ହେଲକନ୍ଦର୍ପ ରସରେ ତୁମ୍ଭେ ଚିତ୍ତ ବୁଡ଼ାଇଲ ।ଏଥିର କାରଣ ଆମ୍ଭେ କହିବା ଥୋକାଏକାମଭୋଗ ଇଚ୍ଛା ଯେବେ ହେଲା ତୁମ୍ଭ କାୟେ ।ଯୁବତୀର ରୂପ ତୁମ୍ଭେ ଧରିବ ହେ ମୁନିତହିଁର ଉପାୟ କହିଦେବା ପରିମାଣି ।ଦ୍ୱାପରଯୁଗରେ ତୁମ୍ଭେ ସ୍ତିରୀ ରୂପ ହୋଇଗୋପେ ଜନମିବେ ଗୋପାଳୁଣି ନାମ ବହି ।ଷୋଳସସ୍ର ମୁନି ତୁମ୍ଭେ ଗୋପାଳିଣୀ ହେବଗୋପନଗରରେ ତୁମ୍ଭେ ଜନମ ଲଭିବ ।ମଥୁରାରେ କଂସ ପାଇଁ ଜନମ ଲଭିବୁଁପୃଥିବୀର ମହାଭାର ଉଶ୍ୱାସ କରିବୁଁ ।କଂସ ଡରେ ବସୁଦେବ ମୋତେ ଘେନିଯିବଗୋପପୁରେ ନନ୍ଦଘରେ ଛାଡ଼ିଣ ଆସିବ ।ଅଷ୍ଟବର୍ଷ ଆମ୍ଭେ ଯାଇ ରହିବୁ ସେଠାରେଅଷ୍ଟମଲ୍ଲ ବିନାଶିବୁ ମଥୁରା ପୁରରେ ।ଗୋପରେ ତୁମ୍ଭେ ତରୁଣୀ ରୂପେ ଜନମିବନିଜ ଭର୍ତ୍ତା ଗୋପାଳଙ୍କୁ ସେଠାରେ ପାଇବ ।ସେ ଗୋପାଳମାନେ ତୁମ୍ଭ ଅଙ୍ଗ ନ ଛୁଇଁବେନପୁଂସକ ରୂପଧରି ଦିନ ନେଉଥିବେ ।ନନ୍ଦର ଗୃହରେ ଆମ୍ଭେ ବାଳରୂପ ଧରିକ୍ରୀଡ଼ା ଛଳେ ଚରାଇବୁ ଆନନ୍ଦେ ବାଛୁରୀ ।ଯମୁନା କଦମ୍ବ ମୂଳେ କରିଥିବୁ ଠଣାବୃନ୍ଦାବନେ କେଳି ଆମ୍ଭେ କରିବୁ ରଚନା ।ମୋହନ ବଂଶୀ ବଜାଇ ତୁମ୍ଭଙ୍କୁ ମୋହିବୁବୃନ୍ଦାବନେ ତୁମ୍ଭସଙ୍ଗେ କେଳି ଆରମ୍ଭିବୁ ।ପ୍ରେମାଲିଙ୍ଗନ କରିବ ତୁମ୍ଭେ ଆମ୍ଭ ତୁଲେନିଜ ଶରୀର ପାଇବ ତେବେ ଅନ୍ତଃକାଳେ ।ଏସନ ପ୍ରକାରେ ବାକ୍ୟ କହି ଭଗବାନସୀତା ଘେନି ଅରଣ୍ୟରେ ପଶିଲେ ଯାଇଣ ।ତୁମ୍ଭେ ଶୁଣିଲଟିକି ଗୋ ଦେବୀ ମହାମାୟିଏସନକ ପ୍ରକାରେ ଗୋ ଥିଲେ ମୋର ତହିଁ ।ଏଣୁକରି ଆମ୍ଭେ ତାଙ୍କୁ ନ ପାରୁ ମୁରୁଛିପ୍ରକୃତିଗତ ସେମାନେ ନ ପାରୁଁ ଉପେକ୍ଷି ।ପୂର୍ବେ ବିଶ୍ୱନାଥ ତାଙ୍କୁ ଦେଇଥିଲେ ବରତହିଁର ପୂରୁବ କଥା ଶୁଣ ତୁ ବିଚାର ।ସତ୍ୟଯୁଗର ବାରତା ଶୁଣ ସଙ୍ଗାତୁଣିଏକମନେ ଶୁଣ ତୁମ୍ଭେ ପ୍ରାଣର ମିତଣି ।ତହିଁ ଥାଆନ୍ତି ଷୋଡ଼ଶ ସସ୍ର ମୁନିମାନେଗଙ୍ଗାକୂଳେ ତପ କରୁଛନ୍ତି ଅନୁକ୍ଷଣେ ।ବାଲୁକାର ଲିଙ୍ଗ ସ୍ଥାପି ଧୂପଦୀପ ଦେଇଗଇଶ ବିଲ୍ୱ ପତର ଦୁଦୁରା ଚଢ଼ାଇ ।ଘଣ୍ଟାର ଶବଦକରି କରତାଳି ବାଇଶ୍ରୀବିଶ୍ୱନାଥଙ୍କୁ ମନମଧ୍ୟେ ଥାନ୍ତି ଧ୍ୟାୟି ।ତାହାଙ୍କର ତପସ୍ୟା ଦେଖିଣ ବିଶ୍ୱନାଥପରସନ୍ନ ହୋଇଣ ବୋଇଲେ ଉମାକାନ୍ତ ।ଏଡ଼େବଡ଼ ତପ ଗୋଟା କିପାଇଁ କରୁଛକାୟା କଦର୍ଥନ କରି ବ୍ୟଥା ପାଉଅଛ ।ଏହା ଶୁଣି ତପୀମାନେ ବୋଲନ୍ତି ବଚନଯେବେ ଆମ୍ଭଙ୍କୁ ପ୍ରସନ୍ନ ହେଲେ ତ୍ରିଲୋଚନ ।ଏକ ବର ମାଗିବୁଁ ହୋ ଯେବେ ପାର ଦେଇତେବେ ଆମ୍ଭମାନଙ୍କର କଷ୍ଟ ପାର ହୋଇ ।ଆମ୍ଭମାନଙ୍କୁ ପୁଛିଲା କିପାଁ ତପ କରସାବଧାନ ହୋଇ ଶୁଣ ତହିଁର ବିଚାର ।ଏଡ଼େ ତପ ଆମ୍ଭେମାନେ କରୁଛୁ ଯହିଁକିତପସ୍ୟା ଫଳରୁ ଆମ୍ଭେ ପାଉଁ ଯେପରିକି ।ବିଶ୍ୱନାଥ ବୋଇଲେକ ନିଶ୍ଚେଁ ଦେବୁଁ ବରପ୍ରସନ୍ନ ଚିତ୍ତରେ ତୁମ୍ଭେ ମାଗ ଆମ୍ଭଠାର ।ତପସ୍ୱୀମାନେ ତାଙ୍କର ଆଜ୍ଞାରେ କହନ୍ତିଏକମନ ହୋଇ ତୁମ୍ଭେ ଶୁଣ ପଶୁପତି ।ମୋକ୍ଷଗତି ପାଇବୁଁ ଏସନ ବର ଦେବତେବେ କୃତାର୍ଥ ହୋଇବୁ ଆହେ ମହାଦେବ ।ମୁନିଙ୍କର ମୁଖରୁ ଏସନ ବାକ୍ୟ ଶୁଣିବିସ୍ମିତ ହୋଇ ରହିଲେ ପ୍ରଭୁ ଶୂଳପାଣି ।ଯୋକ୍ଷଗତି ପାଇଁ ତୁମ୍ଭେ ଯେ ବର ମାଗିଲଆମ୍ଭଯୋଗେ ସେହି କଥା ନୋହିବ ସଫଳ ।ଯେ ନାରାୟଣ ଅଟନ୍ତି ଜଗତର ସାଇଁସେହି ସିନା ମୋକ୍ଷ ବର ସବୁଙ୍କୁ ଦିଅଇ ।ଭକତବତ୍ସଳ ସେହୁ କରୁଣା ସାଗରସମସ୍ତ ଦେବତାଙ୍କର ଅଟନ୍ତି ଠାକୁର ।ଯେଣୁକରି ମୋତେ ତୁମ୍ଭେ ସେବା କଲ ମୁନିଏଥିର କାରଣ ଶୁଣ ଆହେ ତପୋଧନୀ ।ସେବା କରିବା ତୁମ୍ଭର ବିଫଳ ନ ହେଉସେବାରେ ଫଳ ତୁମ୍ଭଙ୍କୁ ନିଶ୍ଚେଁ ପ୍ରାପ୍ତ ହେଉ ।ତ୍ରେତା ଅନ୍ତେ ଦ୍ୱାପରରେ କହ୍ନା ଅବତାରେନାରାୟଣ ଅବତାର ହେବେ ମର୍ତ୍ତ୍ୟପୁରେ ।ପୃଥିବୀର ମହାଭାର ଉଶ୍ୱାସିବା ପାଇଁମଥୁରାପୁରେ ଜନ୍ମିବେ ଦେବ ଭାବଗ୍ରାହୀ ।ବସୁଦେବଙ୍କ କୁଳରେ ହରି ହେବେ ଜାତକଂସ କେଶୀ ଅଷ୍ଟମଲ୍ଲ କରିବେ ନିପାତ ।କଂସ ଡରେ ବସୁଦେବ ଚୋରାଇଣ ନେବଗୋପେ ନନ୍ଦର ଗୃହରେ ଛାଡ଼ିଣ ଆସିବ ।ଆଠବର୍ଷ ପରିଯନ୍ତେ ସେଠାରେ ରହିବେତେବେ ସେ ଅସୁରବଳ ନିଧନ କରିବେ ।ତୁମ୍ଭେ ଷୋଳସସ୍ର ମୁନି ଏମନ୍ତ କରିବଗଉଡ଼ୁଣୀ ରୂପେ ଗୋପେ ଜନମ ଲଭିବ ।ବ୍ରଜସ୍ତିରୀ ରୂପେ ତହିଁ ହେବ ତୁମ୍ଭେ ଜାତନପୁଂସକ ହୋଇବେଟି ତୁମ୍ଭ ନିଜ କାନ୍ତ ।ତୁମ୍ଭ ଅଙ୍ଗ କେବେହେଁ ନ ଛୁଇଁବେ ଗୋପାଳନପୁଂସକ ହୋଇ ବଞ୍ଚୁଥିବେ ଦିନ କାଳ ।ତୁମ୍ଭେମାନେ ସ୍ତିରୀରୂପେ ଗୋପେ ଜାତ ହେବପ୍ରେମ ଭକତି ଭାବରେ କୃଷ୍ଣଙ୍କୁ ପାଇବ ।ସର୍ବଦା ଭଜିବ ତୁମ୍ଭେ ଗୋବିନ୍ଦଙ୍କୁ ମନେଭୋଜନ ଶୟନେ ଭଳୁଥିବ ଜନାର୍ଦ୍ଦନେ ।ପ୍ରେମଭାବେ ସେ ତୁମ୍ଭଙ୍କୁ ମୂର୍ଚ୍ଛି ନ ପାରିବେହାସ୍ୟ ପରିହାସରେ ସେ ଦିନ ବଞ୍ଚୁଥିବେ ।ବେଣୁଧ୍ୱନି କରି ମୋହୁଥିବେ ତୁମ୍ଭ ଚିତ୍ତଏକମନେ ଶୁଣ ତୁମ୍ଭେ ତହିଁର ବୃତ୍ତାନ୍ତ ।ଶୁଣ ତୁ ହୋ ପରୀକ୍ଷିତ ଏ ପୁରାଣ ଧ୍ୱନିପଞ୍ଚ ମହାପାତକ ତୁ ଖଣ୍ଡ ଏହା ଶୁଣି ।ଶ୍ରୀବାସୁଦେବ ରୁକ୍ମିଣୀ ଆଗରେ କହନ୍ତିଶୁଣିଲେ ମହାପାତକ ନ ଆସଇ କତି ।ତୁ ଯେ ପୁଛିଲୁ ମଥୁରା ମଙ୍ଗଳ ଚରିତଏକମନେ ଶୁଣ ତୁମ୍ଭେ ତହିଁର ବୃତ୍ତାନ୍ତ ।ବନ୍ଦଇ ଶ୍ରୀଜଗନ୍ନାଥ ଜଗତର ପତିଜଗତଜନଙ୍କ ହିତେ ଚତୁର୍ଦ୍ଧା ମୂରତି ।ରତନ ସିଂହାସନରେ ବିଜେ କରିଅଛଭୃତ୍ୟଜନମାନଙ୍କର ଆରତ ନାଶୁଛ ।ଅବିକାର ପୁରୁଷ ହେ ବିକାର ତୋ ନାହିଁକଇବଲ୍ୟଦାତା ତୁହି ଅଟୁ ଭାବଗ୍ରାହୀ ।ଗୋପୀଙ୍କି ଘେନିଣ ଗୋପେ କରୁ ତୁ ରାହସରାଧା ତୁମ୍ଭ ବାମପାର୍ଶ୍ୱେ ଥାନ୍ତି ପୀତବାସ ।ଶତେକ ଫଣା ଉପରେ ବିଜେ ଦେବହରିଅଷ୍ଟଦଳ ଅଷ୍ଟକନ୍ୟା ଥାଆନ୍ତି ଆବୋରି ।ସେ ସିଂହାସନ ମହିମା କେ କହି ପାରଇପଟାନ୍ତର ଦେବା ପାଇଁ ଆଉ କିଛିନାହିଁ ।କୋଟି ଯୁଗ ଧ୍ୟାୟି ଦେବେ ନ ପାଇଲେ ଯାହାମୋର କିବା ଶକ୍ୟ ଅଛି ବର୍ଣ୍ଣବାକୁ ତାହା ।ମୁଁ ଅଚ୍ୟୁତଦାସ ଅଟେ ଦୀନହୀନ ଅତିଗୋବିନ୍ଦ ଚରଣବିନୁ ନାହିଁ ଅନ୍ୟଗତି ।ରାଧିକାର ଜନ୍ମ ବୃତ୍ତାନ୍ତ ଓ ନାରଦଙ୍କର ଦେବକୀବସୁଦେବଙ୍କୁ ଆଶ୍ୱାସନା ଓ ଗୋପପୁରେ ଭ୍ରମଣଏଥୁଅନନ୍ତରେ ପରୀକ୍ଷିତ ନାମେ ରାଜାଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ।ତଦନ୍ତରେ କେଉଁ କଥା ହୋଇଲା ଗୋସାଇଁଅପୂର୍ବ କଥା ଗୋଟିଏ ପଚାରିବି ମୁହିଁ ।ତୁମ୍ଭେ ସର୍ବଜ୍ଞ ପୁରୁଷ ଅଟ ନାରାୟଣକଥାଏ ପୁଛିବି ମୁହିଁ କର ଅବଧାନ ।ରାଧିକା ତୁମ୍ଭର ଲେଖାରେ ତ ମଉଳାଣୀତାକୁ କେମନ୍ତେ ହରିଲ ଆହେ ଚକ୍ରପାଣି ।ବୃଷଭାନୁ ନୃପଙ୍କର ଅଟନ୍ତି ସେ ଜେମାଗଉଡ଼ ଚନ୍ଦ୍ରସେଣାଙ୍କୁ ବିଭା ହେଲା ବାମା ।ବିଭା ହେବାର ବୃତ୍ତାନ୍ତ କହ ଚକ୍ରପାଣିସେ କଥା ଶୁଣିଲେ ଭ୍ରାନ୍ତି ଯିବ ଏହିକ୍ଷଣି ।ପୂର୍ବର କଥା କେମନ୍ତେ ଗୋପୀଏ ଜାଣିଲେବିମ୍ବାଧରେ ମନ୍ଦ ମନ୍ଦ ହାସ୍ୟ ପ୍ରକାଶିଲେ ।ମାୟାଧର ପୁରୁଷ ତୁ ଜାଣ ସର୍ବମାୟାଅଷ୍ଟପାଟରାଣୀ ଦେହେ ଲୁଚାଇଲୁ କାୟା ।ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ସର୍ବ ନାରୀଶ୍ରୀରାଧାଙ୍କର ଚରିତ କହିବା ବିସ୍ତାରି ।ବ୍ରହ୍ମା କ୍ଷୀରାବ୍ଧି ନିକଟେ ଯାଇ ଜଣାଇଲେଅସୁର ଭୟରୁ ରକ୍ଷା କର ତୁମ୍ଭେ ଭଲେ ।ବ୍ରହ୍ମାଙ୍କର ସ୍ତୁତି ବାକ୍ୟ ଶୁଣି ଶ୍ରବଣରେଚକ୍ଷୁ ଫେଡ଼ିଣ ତାହାଙ୍କୁ ଚାହିଁଲି ସତ୍ୱରେ ।ଆମ୍ଭଙ୍କୁ ଦର୍ଶନ କରି ନମସ୍କାର କଲେତେତିଶ କୋଟି ଦେବତା ପାଦରେ ଶୋଇଲେ ।ମଥା ପୋତିଣ ବସିଲୁ ଆମ୍ଭେ ମୌନହୋଇମୌନ ଦେଖି ବ୍ରହ୍ମାଙ୍କର କମ୍ପିଲାକ ଦେହୀ ।ତହୁଁ ବହୁତ ବିକଳ ହୋଇଲେ ବେଦବରଦେବତାମାନେ ବିକଳ ହୋଇଲେ ଅପାର ।ବହୁ ସ୍ତୁତି କଲେ ସର୍ବେ ଆମ୍ଭ ମୁଖ ଚାହିଁନ ରଖିଲେ ନାଶ ଆମ୍ଭେ ଗଲୁ ଭାବଗ୍ରାହୀ ।ଦେବତାଙ୍କର ଆତଙ୍କ ମନରେ ଜାଣିଲୁଁପଞ୍ଚଭୂତ ଆତ୍ମାରେ ଯେ କଥାନ୍ତ ବଣ୍ଟିଲୁଁ ।ବୋଇଲୁ ଦେବତାଗଣ ଅଟ ଅନ୍ଦମତିଅସୁରଙ୍କୁ ବର ଦିଅ ଏସନକ ରୀତି ।ନ ନିବାରି ମୋ ପାଶରେ ଗୁହାରି ଯେ କରଏକଥା ତୁମ୍ଭର ପୁଣ କେବଣ ବେଭାର ।ଇତି ପୂର୍ବେ ତ୍ରେତାଯୁଗେ ରାମ ଅବତାରେଅମରବର ଯେ ଦେଲ ବିଶ୍ରବା କୁମରେ ।ଚଉଦଭୁବନୁ ସେହୁ ଜିଣିଲାକ ବଳେତହୁଁ ସେ ବାହିଲା ରଥ ଅମର ମଣ୍ଡଳେ ।ତୁମ୍ଭେମାନେ ବଶୀଭୂତ ହୋଇଲ ତାହାରସେବାକଲ ଯାଇ ତାକୁ ଆସ୍ଥାନ ତଳର ।ବେଦବର ତାହା ପାଶେ ବେଦ ପଢ଼ୁ ତୁହିଏହି ସୁରପତି ଦ୍ୱାରପାଳ ହୋଇଥାଇ ।ଚନ୍ଦ୍ର ଦେବତା ତା ପାଶେ ରାନ୍ଧି ପରଷଇବୈଦ୍ୟପଣେ ତାକୁ ଯମଦେବତା ଖଟଇ ।ଅଗ୍ନି ଦେବତା ତାହାର ବସ୍ତ୍ର ପଖାଳଇପବନ ଦେବତା ତାକୁ ଚାମର ବିଞ୍ଚଇ ।ଏହିରୂପେ ରାବଣକୁ ସେବାକରି ନିତ୍ୟେବୃହସ୍ପତି ଯାଇ ପାଞ୍ଜି କହଇ ନିରତେ ।ମହାବଳବନ୍ତ ସେହି ଅଟଇ ଅସୁରଦେବତାଙ୍କଠାରୁ ସେହି ଅଟେ ବଳୀୟାର ।ବିକଳେ ମୋ ପାଶେ ଯାଇ ଗୁହାରି କରିଲରାବଣ ଭୟେ ଛାଡ଼ିଲୁଁ ଆମ୍ଭେ ସ୍ୱର୍ଗପୁର ।ତୁମ୍ଭର ବିକଳେ ମୁହିଁ ମଞ୍ଚେ ଜନମିଲିଗରୁଡ଼ ନ ଚଢ଼ି ଶଙ୍ଖଚକ୍ର ନ ଧଇଲି ।ମନୁଷ୍ୟ ରୂପ ଧରିଣ ମାଇଲି ରାବଣଏଥକୁ ବିଚାର ଯେ ନ କଲ ସୁରଗଣ ।ତୁମ୍ଭ ଛଳେ ମୁହିଁ ଯାଇ ଅସୁର ନାଶିଲିତୁମ୍ଭପାଇଁ ରାବଣକୁ ସଂହାର ମୁଁ କଲି ।ସେକାଳରେ ବ୍ରହ୍ମହତ୍ୟା ଦୋଷକଲେ ମୋତେମୁଖ ନ ଚାହିଁବ ବୋଲି ବୋଇଲ ସମସ୍ତେ ।ରାମ ଅବତାରେ ମୁହିଁ ପାଇଲି ଯେ କଷ୍ଟବହୁତର କଷ୍ଟ ମୋତେ ଦେଲା ସେ ପାପିଷ୍ଠ ।ଦୁଃଖରେ ଆସିଣ ମୁହିଁ ଶୋଇଅଛି ଏଥେପୁଣି ତୁମ୍ଭେମାନେ ଆସି ଜଣାଉଛ ମୋତେ ।ମଞ୍ଚପୁରେ ମୁହିଁ ଆଉ ନୋହିବ ଜନମରାକ୍ଷସ ନ ବଧିବି ମୁଁ ଭଲରୂପେ ଜାଣ ।ଆମ୍ଭର ମୁଖରୁ ଏସନକ କଥା ଶୁଣିକରପତ୍ର ଯୋଡ଼ି କହିଲେକ କୁଶପାଣି ।ଏବେ କହ୍ନା ଅବତାର ତୁମ୍ଭର ହୋଇବମଥୁରାରେ ଜନ୍ମ ଲଭି ଗୋପରେ ବଢ଼ିବ ।ଷୋଳସସ୍ର ବ୍ରହ୍ମଋଷି ଗୋପୀ ରୂପ ଧରିଗୋପାଳୁଣୀ ରୂପେ ତହିଁ ଥିବେ ଅବତରି ।କମଳିନୀ ଜାତ ହେବ ବୃଷଭାନୁ ଘରଜନ୍ମେ ଜନ୍ମେ ତୁମ୍ଭର ସେ ଅର୍ଦ୍ଧାଙ୍ଗ ଶରୀର ।ଲକ୍ଷ୍ମୀ ଅଂଶେ ଅଷ୍ଟବଂଶୀ ଲଭିବେ ଜନମପରଂବ୍ରହ୍ମ ରୂପେ ତାଙ୍କୁ କରିବ ରମଣ ।ବିରହ ବଂଶୀଗୋଟିକ ବ୍ରହ୍ମା ମୋତେ ଦେଲେସେଥିରେ ଗୋପୀମାନଙ୍କୁ ମୋହିବ ଯେ ଭଲେ ।ଏତେକ କହିଣ ବ୍ରହ୍ମା ମଉନ ହୋଇଲେସତ୍ୟ ବଚନ କହିଣ ମୋତେ ଭଣ୍ଡାଇଲେ ।ତାଙ୍କ ବଚନରେ ମୁହିଁ ଗୋପରେ ବଢ଼ିଲିଗୋପାଳୁଣୀଙ୍କ ସଙ୍ଗତେ ପ୍ରିୟଭାବ କଲି ।ନିତ୍ୟସ୍ଥଳେ ରାଧିକାଙ୍କୁ ବାମରେ ବସାଇନିତ୍ୟ ରାହସ କରଇ କ୍ରୋଡ଼ ମଧ୍ୟେ ଥାଇ ।କ୍ଷଣକାଳ ରାଧିକାଙ୍କୁ ନ ପାରେ ମୁରୁଛିନିତ୍ୟ ରାହାସରେ ବାଧା ନ ହୁଅଇ କିଛି ।ରାଧା ନାମ ଗୋଟି ଆଗେ ପଛେ ମୋର ନାମରାଧାପତି ବୋଲି ମୋତେ କରନ୍ତି ବ୍ୟାଖ୍ୟାନ ।ତୁମ୍ଭେ ପଚାରୁଛ ମୋତେ ରାଧାରୂପ ଗୁଣପଟାନ୍ତର ରୂପ ନାହିଁ ତିନି ଭୁବନେଣ ।ତୁମ୍ଭର ରୂପ ନୁହଇ ରାଧାର ସମାନଅଯୋନିସମ୍ଭୁତା ସେହୁ ଅଟେ ପ୍ରତ୍ୟକ୍ଷେଣ ।ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣିସ୍ତମ୍ଭୀଭୂତ ହୋଇ ରହିଲାକ ବୀରମଣି ।ବୋଇଲେ ହେ ଅବଧାନ କର ଚକ୍ରଧରଅଯୋନିସମ୍ଭୁତା ତାଙ୍କୁ କହିଲ ମୁଖର ।ବୃଷଭାନୁ ନନ୍ଦିନୀ ସେ ଅଟେ କମ୍ବୁପାଣିଭୁଲାଇ ଆମ୍ଭଙ୍କୁ କହୁଅଛ ଚକ୍ରପାଣି ।ଶ୍ରୀମାୟାଧର ପୁରୁଷ ସବୁ ତୁମ୍ଭ ଜାଣମାୟା ନ କରି ଆମ୍ଭଙ୍କୁ କହ ନାରାୟଣ ।ରୁକ୍ମିଣୀ ସତ୍ୟଭାମା ଯେ ପଚାରନ୍ତି ହସିତାହାଙ୍କୁ କହନ୍ତି ମୃଦୁହାସେ ବ୍ରହ୍ମରାଶି ।ଯେତେବେଳେ ମଞ୍ଚକୁ ମୁଁ ହୋଇଲି ବାହାରଲକ୍ଷ୍ମୀଙ୍କି ପଠାଇ ଦେଲି କରି ଆଗୁଁ ସାର ।କାଳିନ୍ଦୀ ଯମୁନା ନଦୀ ଉତ୍ତର କୂଳରେବୃଷଭାନୁ ରାଜପଣ କରଇ ତହିଁରେ ।ପଦ୍ମ - ଫୁଲ ଗଛମାନ କାଳିନ୍ଦୀରେ ଥାଇଅନେକ କମଳ ପୁଷ୍ପ ତହିଁରେ ଫୁଟଇ ।କୌତୁକେ ଭ୍ରମରମାନେ କରୁଥାନ୍ତି ଖେଳାନାନାବିଧ ପକ୍ଷୀ ତହି କରୁଥାନ୍ତି ଲୀଳା ।ଏମନ୍ତ ପ୍ରକାରେ ଲକ୍ଷ୍ମୀ ମଞ୍ଚକୁ ଅଇଲେପଦ୍ମ ପତ୍ରର ଉପରେ ଶୟନ ସେ କଲେ ।ଦେଖିକରି ପବନ ଯେ ବହେ ଖରତରମଳୟ ପବନେ ଦେହ ହୋଇଲା ଶୀତଳ ।ବାଳିକାର ରୂପଗୋଟି ଧଇଲା ତରୁଣୀସାକ୍ଷାତେ ରାଧିକା ଦେବୀ ଅଟଇ ପଦ୍ମିନୀ ।ସୌରଭ ଘେନି ବହଇ ମଳୟ ସମୀରକୃଷ୍ଣପକ୍ଷ ଚନ୍ଦ୍ରବାର ଅଟେ ସେ ଦିନର ।ବାୟବ୍ୟ ନାମେ କରଣ ଅଟେ ସେ ଦିନରତହିଁ ପୁଣି ଆୟୁଷ୍ମାନ ଯୋଗଟି ଆବର ।ଦ୍ୱିଜା ନାମରେ ନକ୍ଷତ୍ର ଶେଷ ଲଗ୍ନ ବେଳେମୃଗୟାକୁ ଗଲେ ବୃଷଭାନୁ ନୃପବରେ ।ଚଳି ଯାଉଥିଲେ ସେହି କାଳିନ୍ଦୀ ତଟରେଦୃଷ୍ଟି ପଡ଼ିଲା କମଳ ବନର ଭିତରେ ।ସୁରଙ୍ଗ କୁସୁମମାନ ଦେଖି ନୃପବରଆଣିବା ନିମନ୍ତେ ଶ୍ରଦ୍ଧା ବଳିଲା ତାଙ୍କର ।ଭୃତ୍ୟମାନଙ୍କୁ ଚାହିଁଣ ବୋଲନ୍ତି ବଚନଫୁଲ ଯୋଡ଼ିଏ ତୋଳିଣ ଆଣ ଏହିକ୍ଷଣ ।ରାଜାଙ୍କର ଆଜ୍ଞା ପାଇ ଭୃତ୍ୟ ଚଳିଗଲାକାଳିନ୍ଦୀ ଭିତରେ ଯାଇ ବହନ ପଶିଲା ।ପୁଷ୍ପ ତୋଳୁ ତୋଳୁ ତାର ନୟନ ପଡ଼ିଲାପତ୍ର ଉପରେ ଦୁହିତା ଗୋଟିଏ ଦେଖିଲା ।ଦଇବର କୃତ୍ୟ ତାହା କେ କରିବ ଆନଭୃତ୍ୟ ତାକୁ ନିରେଖିଲା ହୋଇ ହର୍ଷ ମନ ।ଦେଖିଲା କନ୍ୟା ଗୋଟିଏ ଶୋଇଛି ପତ୍ରରେକୃଷ୍ଣପକ୍ଷେ ଚନ୍ଦ୍ରମା କି ଉଇଁଛି ସେଠାରେ ।କୋଟିଏ ରତି ତାହା ରୂପକୁ ନୋହେ ସରିପଟାନ୍ତର ଦେବାକୁ ଯେ ନାହିଁ ତିନିପୁରି ।ଦେଖିକରି ଭୃତ୍ୟ ତହୁଁ ଅଇଲା ବହନବେଗେ ଯାଇଁ ଜଣାଇଲା ରାଜା ସନ୍ନିଧାନ ।ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁଅପୂର୍ବ କଥାଏ ଦେଖି ଅଇଲଇଁ ମୁହିଁ ।ପଦ୍ମପତ୍ରେ ଶୋଇକରି ଦେଉଅଛି ରାବସେ କନ୍ୟାକୁ ଦେଖିବ ଚାଲ ହୋ ନୃପଦେବ ।ଚନ୍ଦ୍ରକିରଣ ପରାୟେ ତା ରୂପ ଦିଶଇନିର୍ଧୂମ ଅନଳ ଜିଣି ତେଜ ବିକାଶଇ ।ସ୍ୱଂୟ କମଳା ଦେବୀ କି ହୋଇଛନ୍ତି ଜାତକୋଟିଏ ରତି ନୁହଇ ତାହାର ସ୍ୱରୂପ ।ଭୟରେ ତାହାର ପାଶେ ନ ପାରିଲି ଯାଇଦଇବ ପୁରୁଷ ଯାହା ଅଛଇ ଭିଆଇ ।ଆପଣା ନୟନେ ବୃଷଭାନୁ ନିରେଖିଲାହୃଦ - ପଦ୍ମ ମଧ୍ୟେ ସେହୁ କଥାନ୍ତ ବାଣ୍ଟିଲା ।ରତି କିବା ସ୍ୱର୍ଗପୁରୁ ଅଇଲା ମଞ୍ଚକୁକମଳା ଆସେ କି ଲୋଭ କରିଣ ଫୁଲକୁ ।ଏହା ରୂପ ଦେଖି ମନ ମୋହି ଯାଉଅଛିବହୁ ଉପକାର ହେବ ଚିତ୍ତିରେ ଭାବୁଛି ।ଏତେକ ବିଚାର ରାଜା ମିଳିଲା ପାଶରେଭୟକରି ତାହାକୁ ସେ ନ ଧରେ କୋଳରେ ।ଦଇବର ବଶ ହୋଇ ରାଜା ଭୋଳ ହେଲାଦୁହିତା ଗୋଟିକୁ ହସ୍ତେ ଯାଇଣ ଧଇଲା ।ଦୁଇହାତ ନେଇ ଲଗାଇଲା ହୃଦୟରପଦ୍ମବନୁ ଘେନିଣ ଅଇଲା ନୃପବର ।ପୁତ୍ର କନ୍ୟା କିଛି ନାହିଁ ମୋହର କର୍ମରେଦୈବେ କନ୍ୟାଗୋଟିଏ ମୁଁ ପାଇଲି ଏଠାରେ ।ତାକୁ ଘେନି ନରପତି ଦୋଳାରେ ବସାଇଆପଣା ଗୃହକୁ ଗଲା ବେଗ ବେଗ ହୋଇ ।ନିଜର ମନ୍ଦିରେ ଯାଇ ହୋଇଲା ପ୍ରବେଶଭାର୍ଯ୍ୟା ଚଞ୍ଚଳାକୁ ବେଗେ ରାଇଲାକ ପାଶ ।ବୋଇଲା ଗୋ ରାଣୀ ମୋର କଥା ଏକ କରଏ ଦୁହିତା ଗୋଟି ନେଇ ତୁହି ପ୍ରତିପାଳ ।ଦୁହିତାର ରୂପ ଦେଖି ରାଣୀ ପଚାରଇଏମନ୍ତ ସୁନ୍ଦର ରୂପ ଦେଖିଛ କି କେହି ।ଜାଣିଥାଅ ନିଶ୍ଚୟ ଏ ଅଟେ କମଳିନୀନାରାୟଣଙ୍କ ଘରଣୀ କଷ୍ଟ ନିବାରିଣୀ ।ଏହା ଯୋଗରେ ଅପୁତ୍ର ଦୋଷ ମୋର ଯିବମୋହର କର୍ମକୁ ୟାକୁ ଦେଇଛି ଦଇବ ।ପଦ୍ମବନରୁ ଜନ୍ମିଛି ଅଟେ ବଡ଼ ଶୋଭାନାମ ଗୋଟି ଯେ ଏହାର ଦେବି ମୁହିଁ ରାଧା ।ଭିତର ପୁରକୁ ଘେନିଗଲେ ମହାଦେଈଅତି ଯତନ କରିଣ କନ୍ୟାକୁ ପାଳଇ ।ରତ୍ନ ଖଟର ଉପରେ ଶୁଆଇଲେ ନେଇଚିତ୍ର ବିଚିତ୍ର ଚାନ୍ଦୁଆ ଟାଣିଲେକ ତହିଁ ।ଉତ୍ତାନଶାୟୀ ହୋଇଣ ଶୋଇଲାକ ବାଳୀକ୍ଷୀର ନ ଛୁଅଇଁ ସେହି ଫୁଲର ଦୁଲାଳୀ ।ମଳମୂତ୍ର ତାର ନାହିଁ ନିର୍ମଳ ଶରୀରଉତ୍ତାନଶାୟୀରେ ଶୋଇଅଛି ପଲଙ୍କର ।ଚିତ୍ତବୃତ୍ତି ତାର ମୋର ଚରଣରେ ଦେଇବିଚାରି ମର୍ତ୍ତ୍ୟେ ଜନ୍ମ ହେବେ ଭାବଗ୍ରାହୀ ।ଯେତେବେଳେ କୃଷ୍ଣ ଜନ୍ମହେବେ ମର୍ତ୍ତ୍ୟପୁରକର୍ଣ୍ଣରେ ଶୁଣିଲେ ମୁହିଁ ହୋଇବି ସୁସ୍ଥିର ।କୃଷ୍ଣଚନ୍ଦ୍ର ଗୋପେ ଯେବେ ହେବେ ଅବତରତେବେ କ୍ଷୀର ଦିର ମୁହିଁ କରିବି ଆାହାର ।ଏମନ୍ତ ବିଚାରି ଦେବୀ ମଉନ ହୋଇଲେକାହାରି ସଙ୍ଗରେ କଥା ଭାଷା ନ କହିଲେ ।ବାଳୁତ ରୂପ ଗୋଟିକି ଦେବୀ ନ ଛାଡ଼ିଲାଜଡ଼ ସ୍ୱରୂପ ହୋଇଣ ମଉନେ ରହିଲା ।ଯେଉଁ ଗୃହରେ ଦେବୀଙ୍କି ଶୁଆଇଲେ ନେଇସେ ଗୃହେ ଜନ ମନୁଷ୍ୟ ନ ପଶିଲେ କେହି ।ତହୁଁ ଏମନ୍ତେ ଥୋକାଏ କାଳ ବହିଗଲାଉତ୍ତାନଶାୟୀ ଅବସ୍ଥା ଦେବୀ ନ ଛାଡ଼ିଲା ।ଶୁଣ ତୁହି ରୁକ୍ମଣୀ ଗୋ ଭୀଷ୍ମଙ୍କର ଜେମାଏକମନେ ରାଧିକାର ଜନ୍ମ ଶୁଣ କିନା ।ଶ୍ରୀକୃଷ୍ଣଙ୍କର ମୁଖରୁ ଏସନକ ଶୁଣିସନ୍ତୋଷ ଚିତ୍ତେ ବିଚାରି ଭୀଷ୍ମଙ୍କ ନନ୍ଦିନୀ ।ଏଥୁଅନ୍ତେ କିସ ହେଲା ବୋଲ ହେ ଗୋସାଇଁଆନନ୍ଦରେ ସେହି କଥା ଶୁଣିବଇଁ ମୁହିଁ ।ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ରାଜଜେମାଏଥିର ଚରିତ ଆମ୍ଭେ ବୁଝାଇ କହିବା ।ଏସନ ପ୍ରକାର କେତେ କାଳ ବହିଗଲାସଭା ମଣ୍ଡାଇ ସ୍ୱର୍ଗରେ ମଘବା ବସିଲା ।ବେନିରୁମ ପଠିଆଇ ଦେଲେ ନରହରିମଥୁରାର ଜନମ କି ହୋଇଲେ ମୁରାରି ।ଅସୁରଙ୍କ ଭୟେ ରହି ନ ପାରିଲୁ ସ୍ୱର୍ଗେଉପଦ୍ରବ କଲା କଂସ ବଇରତା ଭାବେ ।କି ବୁଦ୍ଧି କରିବା ବୋଲି ଦେବତା ଭାଳନ୍ତିଚନ୍ଦ୍ରମା ଦେବତା ବୃହସ୍ପତିଙ୍କି ପୁଛନ୍ତି ।ନାରଦଙ୍କୁ ପଠାଇଣ ଦେବା ତହୁଁ ଜବେନାରଦ ଯାଇଣ ତହୁଁ ବୁଝିବେ ସେ କଥା ।ନାରଦଙ୍କୁ ପଠାଇଣ ତହୁଁ ବୁଝିବେ ସେ କଥାତେବେ ସିନା ଫିଟିଯିବ ଆମ୍ଭ ମନ ବ୍ୟଥା ।ଏତେ ବୋଲି ବୃହସ୍ପତି ନାରଦଙ୍କୁ ରାଇସକଳ ଚରିତ ତାଙ୍କୁ କହିଲେ ବୁଝାଇ ।ଦେବତାଙ୍କ ବଚନରେ ସେ ନାରଦ ମୁନିଦଣ୍ଡ କମଣ୍ଡଳୁ ବୀଣା ସ୍ୱହସ୍ତରେ ଘେନି ।ବିଭୂତି ଶରୀରେ ଲେପି ପିନ୍ଧ କଉପୀନବେଦଧ୍ୱନି କରି ବାହିରିଲେ ତପୋଧନ ।କଳି ଧୂକୁଡ଼ି ମୁଣିକୁ ଜାକିରେ କାଖରସ୍ୱର୍ଗପୁରୁ ଓହ୍ଲାଇ ଆସନ୍ତି ମୁନିବର ।ମଥୁରାପୁରରେ ଯାଇ ହୋଇଲେ ପ୍ରବେଶଆସ୍ଥାନରେ ବସିଛନ୍ତି ଉଗ୍ରସେନ ଶିଷ୍ୟ ।ଦେଖି ନାରଦ ମୁନିଙ୍କ ତ୍ୱରିତ ଉଠିଲାଶିରେ କର ନିବେଶିଣ ନମସ୍କାର କଲା ।ସ୍ତୁତି ଉଚ୍ଚାରି କଲ୍ୟାଣ କଲେ ତପୋଧନଆରୋଗ୍ୟ ଶରୀର ତୋର ହେଉ ନୃପରାଣ ।ସୁକଲ୍ୟାଣ ବାଞ୍ଛା ଯହୁଁ କଲେ ତପୋବନ୍ତତହୁଁ ବସିବାକୁ ଆଜ୍ଞା ଦେଲେ ନୃପନାଥ ।କୁଶଳ ବାରତା ତାଙ୍କୁ ନାରଦ ପୁଛନ୍ତିସୁସ୍ଥ ଶରୀରରେ ପୁତ୍ର ପୌତ୍ର କି ଅଛନ୍ତି ।କଂସ ବୋଲଇ ଗୋସାଇଁ ତୁମ୍ଭ ଆଶୀର୍ବାଦେସମସ୍ତେ ହିଁ କୁଶଳରେ ଅଛୁଁ ଅପ୍ରମାଦେ ।ନରପତି ପଚାରିଲେ ଥିଲ ମୁନି କାହିଁନାରଦ ବୋଇଲେ ସ୍ୱର୍ଗୁ ଅଇଲୁଁ ଓହ୍ଲାଇ ।ତୋତେ ଶଙ୍ଖୁଳିବା ପାଇଁ ଅଇଲୁ ଏଥକୁଭାବିଲୁଁ କଲ୍ୟାଣ କରି ଆସିବୁ ରାଜାକୁ ।ଏବେ ଆମ୍ଭେ ଯାଉଅଛୁ ଗୋପପୁର ଯାଏଥରେ ଶଙ୍ଖୁଳି ଆସିବୁ ନନ୍ଦ ନୃପରାୟେ ।ଏତେ କହିଣ ନାରଦ ଆସ୍ଥାନୁ ଉଠିଲେବସୁଦେବଙ୍କ ମନ୍ଦିରେ ଯାଇଣ ମିଳିଲେ ।ବସୁଦେବ ତାଙ୍କୁ ଦେଖି ଓଳଗି ହୋଇଲେମୋ କଷଣ ଦେଖ ବୋଲି ତାହାଙ୍କୁ କହିଲେ ।ନାରଦ ବୋଇଲେ କିଛି ନ ଭାଳ ତୁ ବାବୁଅଳପ ଦିନରେ ତୋର ଦୁଃଖ ଯିବ ସବୁ ।ଦେବକୀ ବୋଇଲା ମୋର ଭାଇ କଂସାସୁରଅତି ନିଷ୍ଠୁର ଅଟଇ ସେହୁ ମହାବୀର ।ସାତପୁତ୍ର ସେହୁ ମୋର ନିର୍ଦ୍ଦୟେ ମାଇଲାଅଷ୍ଟମ ଗର୍ଭରେ ବେଳ ପ୍ରବେଶ ହୋଇଲା ।ଏହି ଗର୍ଭ ନାଶିବାକୁ ବିଚାରିଛି ଦେଖତୁମ୍ଭେ ଅଟ ମହାମୁନି ସର୍ବଜ୍ଞ ବିବେକ ।ପୁତ୍ର କଷ୍ଟ ବାରମ୍ବାର ଦେଲା ଭୋଜସାଇଁଗର୍ଭର କଷ୍ଟ ତ ସହି କେବେ ନ ସରଇ ।ନିର୍ମାଖି ଶରୀର ମୋର କିପାଇଁ ରହିଛିପଞ୍ଚଭୂତ ଆତ୍ମା ମୋର ବିକଳ ହେଉଛି ।ଏତେ କହି ଦେବକୀ ଯେ ବିକଳେ କାନ୍ଦିଲେହସ୍ତ ଧରିଣ ନାରଦ ତାଙ୍କୁ ପ୍ରବୋଧିଲେ ।ବୋଇଲେ ବିକଳ ତୁହି ନ ହୁଅ ଦେବକୀମୋହର ବାକ୍ୟ ଗୋଟିକ ଦୃଢ଼ ନୁହଇ କି ।ପୁଣି ବସୁଦେବେ ଚାହିଁ ନାରଦ କହିଲେମୋର କଥାଗୋଟି ଏବେ ଘେନ ତୁ ମନରେ ।ଯେତେବେଳେ ପୁତ୍ର ଗୋଟି ଗର୍ଭରୁ ଜନ୍ମିବଏଥିର ଚରିତ ତୋତେ ବୁଝାଇବା ସର୍ବ ।କୁମାର ଜନ୍ମିବାବେଳେ ଯାଗରକୁ ଥିବୁଖଟୁଲିରେ ଥୋଇଣ ତୁ ପୁତ୍ରେ ଘେନିଯିବୁ ।ନନ୍ଦଘରେ ସେ ପୁତ୍ରକୁ ଆସିବୁ ତୁ ଥୋଇଦଇବ ଘଟନା ଏହା ପୂର୍ବୁ ହୋଇଛଇଁ ।ତହିଁ ଅଷ୍ଟ ବର୍ଷ ଯାଏ ବଢ଼ିବେ ମୋହନତେବେ ପୃଥିବୀ ଉଶ୍ୱାସ ହୋଇବଟି ଜାଣ ।ଅଷ୍ଟମଲ୍ଲଙ୍କ ସହିତ କଂସ ନାଶ ଯିବତେବେ ପୃଥିବୀର ଭାରା ଉଶ୍ୱାସ ହୋଇବ ।ଅଳ୍ପଦିନ ମାତ୍ରକ ତୁ ଦୁଃଖେ ରହିଥିବୁତୋ ଘରେ ନାରାୟଣଙ୍କ ଜନମ ଦେଖିବୁ ।ପୁନରପି କଥାଏ ତୁ ହେତୁ କରିଥିବୁଆମ୍ଭର ବଚନ ହୃଦେ ଦୃଢ଼ ରଖିଥିବୁ ।ଦଇବର ଭବିଷ୍ୟତ ଅଛଇ କଥାଏସେଦିନ ନନ୍ଦର ଜନ୍ମିଥିବ ଦୁହିତାଏ ।ନନ୍ଦ ଘରେ ପୁତ୍ର ଥୋଇ ଦୁହିତା ଆଣିବୁଏହି ଗୁପ୍ତ କଥାଗୋଟି କାରେ ନ କହିବୁ ।ଏତେ କହିଣ ନାରଦ ଗଲେ ଅନ୍ତର୍ଦ୍ଧାନେଭବିଷ୍ୟତ କଥା କହିଦେଲେ ବିଦ୍ୟମାନେ ।ଯମୁନା ନଦୀକି ମୁନି ପାର ହୋଇ ଗଲେନଦୀର କୂଳରେ ଯାଇ ପ୍ରବେଶ ହୋଇଲେ ।ଦଣ୍ଡ କମଣ୍ଡଳୁ ବୀଣା କୁଶ ବିଡ଼ି ଥୋଇମନରେ ବିଚାର କଲେ ସ୍ନାନ କରିବଇଁ ।ଅତି ପବିତ୍ର ଅଟଇ ଏ ଯମୁନା ଜଳଏହା ଭାବି ତହିଁ ସ୍ନାନ କଲେ ତପୀବର ।ନିତ୍ୟକର୍ମ କରି ତହୁଁ ଗଲେକ ବାହାରିକଦମ୍ବ ତଳେ ମିଳିଲେ ଯାଇ ତପଚାରୀ ।ତାହାକୁ ଦେଖିଣ ମୁନି ଅଳପ ହସିଲେଏଥେ କୃଷ୍ଣ ରାହାସ କରିବେ ବିଚାରିଲେ ।ଏହି ବୃନ୍ଦାବନ ଏହି ଯମୁନା ବାଲିରେଶ୍ରୀକୃଷ୍ଣ ପାଦ ପଡ଼ିବ ଏଥିର ଉପରେ ।ଏହି କୁଞ୍ଜ ଲତା ମଧ୍ୟେ ଦେବ ନାରାୟଣଗୋପୀଙ୍କ ସଙ୍ଗେ କ୍ରୀଡ଼ିବେ ଆନନ୍ଦ ଭାବେଣ ।ଏହା ବିଚାରି ନାରଦ ମୁନି ଚଳିଗଲେଗୋପାଳଙ୍କ ସଙ୍ଗତରେ ଗୋଗୋଷ୍ଠେ ମିଳିଲେ ।ଗାଈ ବାଛୁରୀ ଘେନିଣ ସର୍ବ ଗୋପରାଣଚରାନ୍ତେ ବନେ ଦେଖିଲେ ଯାଇ ତପୋଧନ ।ଧନ୍ୟ ଧନ୍ୟ ଏହାଙ୍କର ଅଟଇ ଜୀବନଲୀଳା କରିବେ ଏହାଙ୍କ ସଙ୍ଗେ ଭଗବାନ ।ଏହା ଭାବି ତହୁଁ ଚଳିଗଲେ ମହାମୁନିନନ୍ଦର ନବରେ ଯାଇ ମିଳିଲେ ତକ୍ଷଣି ।ଭିତର ପୁରରେ ନନ୍ଦ ବିଜେ କରିଥିଲେନାରଦଙ୍କ ଆଗମନ ବାରତା ପାଇଲେ ।ତରତରେ ନନ୍ଦ ଘରୁ ବାହାର ହୋଇଣଭକ୍ତିଭରେ ମୁନିଙ୍କର ବନ୍ଦିଲେ ଚରଣ ।ନମସ୍କାର କରି ତାଙ୍କୁ କହଇ ବଚନକି ଭାଗ୍ୟରେ ମୁହିଁ ଆଜି ପାଇଲି ଦର୍ଶନ ।ଦୀନ ହୀନର ପୁରକୁ ବିଜେ ତପୋବନ୍ତଶୁଭକର୍ମେ ଆଜ ମୁହିଁ ହୋଇଲି ପ୍ରାପତ ।ବ୍ରହ୍ମାଙ୍କର ନନ୍ଦନ ଯେ ବିଜେ ମୋର ପୁରେଦେଖି କୃତାର୍ଥ ହୋଇଲି ଏ ପାପ ଶରୀରେ ।ଏତେବୋଲି ନରପତି ଶୁଦ୍ଧ ଜଳ ଘେନିନାରଦଙ୍କର ଚରଣ ଧୋଇଲେ ସେକ୍ଷଣି ।ଝୀନ ବସନ ଘେନିଣ ଚରଣ ପୋଛିଲେପାଦୋଦକ ଘେନି ହସ୍ତେ ଗର୍ଭକୁ କ୍ଷେପିଲେ ।ରତ୍ନ ପଲ୍ୟଙ୍କରେ ତାଙ୍କୁ ନେଇ ବସାଇଲେହସ୍ତ ଯୋଡ଼ିକରି ନନ୍ଦ ଅଗ୍ରେ ଉଭା ହେଲେ ।ନାରଦ ବୋଇଲେ ତୁମ୍ଭେ ବସ ନନ୍ଦରାଣସକଳ କୁଶଳ କହ ଆମ୍ଭର ଆଗେଣ ।ପରଜାଏ କୁଶଳରେ ଅଛନ୍ତିଟି ତୋରଏକଥା ସଂକ୍ଷେପି ମୋତେ ତୁ କହ ତୁ ସତ୍ୱର ।ଗୋରୁ ଗାଈ ଦେଉଛନ୍ତିଟିକି କ୍ଷୀର ଭଲେଇନ୍ଦ୍ରଦେବ ତୋ ରାଜ୍ୟରେ ବର୍ଷୁଛିଟି କାଳେ ।ଏହା ଶୁଣି ନନ୍ଦ ବୋଲେ ଆହୋ ତପଚାରୀତୁମ୍ଭ ଆଶୀର୍ବାଦେ ସର୍ବ କୁଶଳ ମୋହରି ।ଆବର କଥାଏ ମୁହିଁ କହୁଛି ଛାମୁରସାତଶ ପଞ୍ଚାଶ ବର୍ଷ ହୋଇଲା ମୋହର ।ଆଜି ଯାଏ ପୁତ୍ର କନ୍ୟା କିଛିହିଁ ନୋହିଲାବିଧାତା ପୁରୁଷ ମୋତେ ଏତେ କଷ୍ଟ ଦେଲା ।ପୁତ୍ର ପାଇଁ ମନ ଦୁଃଖ କହିବଇଁ କେତେଦୁହିତା ଗୋଟିଏ ସୁଦ୍ଧା ନ ମିଳିଲା ମୋତେ ।ଆହେ ମହାମୁନି ତୁମ୍ଭେ ଦୟା ମୋତେ କଲଶଙ୍ଖୁଳିବାର ନିମନ୍ତେ ମୋ ପୁରେ ଅଇଲ ।ନାରଦ ବୋଇଲେ ତୋତେ କହୁଛି କଥାଏକର୍ମରେ ତୋହର ଅଛି ମିଳିବ ତନୟେ ।ଜଗତ୍କର୍ତ୍ତା ତୋର ଗୃହେ ହେବେ ଅବତାରହରି ବଳରାମ ତୋର ହୋଇବେ କୁମର ।ଗଉଡ଼ କୁଳରେ ତୁହି ହୋଇଅଛୁ ଜାତବ୍ରହ୍ମାଣ୍ଡର ନାଥ ନିଶ୍ଚେ ହେବେ ତୋର ସୁତ ।ନିରଞ୍ଜନ ପୁରୁଷକୁ ଘେନିବୁ ଯେ ତୁହିପୂର୍ବ ଜନମର ଭାଗ୍ୟ ତୋହର ଅଛଇ ।ଅନ୍ତଃପୁରରେ ଥାଇଣ ଯଶୋଦା ଜାଣିଲେଆସି ମୁନିଙ୍କର ପାଦେ ନମସ୍କାର କଲେ ।ମୁନି ବୋଇଲେ କଲ୍ୟାଣ ହେଉ ମହାମାୟୀପୁତ୍ର ଦୁହିତା ହୋଇବେ ସନ୍ଦେହ କିପାଇଁ ।ଯଶୋଦା ବୋଇଲେ ଭାଗ୍ୟବତୀ ମୁଁ ଅଟଇଭୋ ମୁନି ତୁମ୍ଭର ଦୟା ମୋଠାରେ ଅଛଇ ।ତୁମ୍ଭର ଦୟା ଥିଲାକୁ ଶଙ୍ଖୁଳିଲ ଥରେପୂର୍ବଭାଗ୍ୟ ମୋର ଦୃଶ୍ୟ ହେଲା ମୁନିବରେ ।ତୁମ୍ଭର କଲ୍ୟାଣ ମୋତେ ହେଉ ପରାପତମହର୍ଷି ବୋଇଲେ ପୂର୍ଣ୍ଣହେଉ ମନୋରଥ ।କେଭେ ଜାଣ ଅନ୍ୟମତ ନୋହିବଟି ଏହାତୋର ଘରେ ଅବତାର ହେବେ ଚଉବାହା ।ଏତେ କହିଣ ନାରଦ ବହନ ଉଠିଲେଗୋପପୁର ଭିତରକୁ ବେଗେ ଚଳିଗଲେ ।ପ୍ରଥମେ ମିଳିଲେ ଯାଇ ଦୂତିକା ମନ୍ଦିରେତାହାର ଦୃଷ୍ଟି ପଡ଼ିଲା ନାରଦ ଉପରେ ।ଦେଖିକରି ସହଚରୀ କରି ନମସ୍କାରକିମର୍ଥେ ଏଥେ ବିଜୟ କଲ ମୁନିବର ।କୃଷ୍ଣ ଆଜିଯାଏ ଗୋପେ ନୋହିଲେ ଜନମକିସ ଦେଖିବା ନିମନ୍ତେ ଆସ ତପୋଧନ ।ନାରଦ ବୋଇଲେ ଚିନ୍ତା ନ କର ଏଥିକିଥୋକେ ଦିନ ରହ ତୁମ୍ଭେ ସକଳ ଉପେକ୍ଷି ।ଅବଶ୍ୟହିଁ ନାରାୟଣ ଆସିବେଟି ଏଥେଦଇବ ଭିଆଇଅଛି ଜାଣିଥାଅ ଚିତ୍ତେ ।ଦୂତି ବୋଲେ କେତେଦିନ ଶ୍ରୀକୃଷ୍ଣ ଆସିବେକହ ତୁମ୍ଭେ ମୁନିବର ଜାଣିବୁଟି ଆମ୍ଭେ ।ନାରଦ ବୋଇଲେ ତୁମ୍ଭେ ଶୁଣ ଗୋ ସୁମୁହିଁଦେବକୀ ଗର୍ଭୁ ମିଳିବେ ଆସି ବେନିଭାଇ ।ଏଥିରେ ତୁମ୍ଭେ ସନ୍ଦେହ ନ କର ଗୋ କିଛିଅବଶ୍ୟ ଶ୍ରୀକୃଷ୍ଣ ହେବେ ନନ୍ଦରାଜା ବତ୍ସି ।ଏତେ କହି ମୁନିବର ହୋଇଲେ ବାହାରଲଳିତା ପୁରେ ମିଳିଲେ ବ୍ରହ୍ମାଙ୍କ କୁମର ।ତହିଁ ଲଳିତା ସଙ୍ଗରେ ଛନ୍ତି ଦଶଗୋଈସେଠାରେ ନାରଦ ମୁନି ପ୍ରବେଶିଲେ ଯାଇଁ ।ଲଳିତା ଦେଖିଣ ତାଙ୍କୁ ଓଳଗି ବହନନମସ୍କାର କଲା ମୁନିବରଙ୍କ ଚରଣ ।ଚରଣ ଉଦକ ନେଇ ଗର୍ଭକୁ କ୍ଷେପିଲାନିସ୍ତରିଲି ବୋଲିଣ ସେ ଶିରେ କର ଦେଲା ।କରପତ୍ର ଯୋଡ଼ିଣ ସେ କହଇ ବଚନଦିବ୍ୟ ଆସନରେ ତାଙ୍କୁ ବସାଇ ବହନ ।ଦଶଗୋଟି ଗୋପାଳୁଣୀ ଅଛନ୍ତି ସଙ୍ଗରେସମସ୍ତେ ନମିଲେ ଆସି ମୁନିଙ୍କ ପୟରେ ।ତାହାଙ୍କୁ କଲ୍ୟାଣ କଲେ ବ୍ରହ୍ମାଙ୍କ କୁମରପ୍ରାପତ ହେଉ ତୁମ୍ଭଙ୍କୁ ଶ୍ରୀକୃଷ୍ଣ ଯେ ବର ।ନାରଦ ବଚନେ ହସିଲେକ ସର୍ବଗୋଈବୋଇଲେ ଶ୍ରୀକୃଷ୍ଣବର ଭେଇଛ ଗୋସାଇଁ ।ଗୁପ୍ତଭାବେ ପୂର୍ବଜନ୍ମ କଥା ପଚାରନ୍ତିସାବଧାନ ହୋଇ ତୁମ୍ଭେ ଶୁଣ ମହାଯତି ।ଗୋପରେ ଜନ୍ମିବେ କୃଷ୍ଣ କରିଅଛୁଁ ଆଶଏତେ ବିଳମ୍ବ କିପାଇଁ କଲେ ପୀତବାସ ।ନାରଦ ବୋଇଲେ ଥାଅ ଅଳ୍ପଦିନ ରହିଅବଶ୍ୟ ପ୍ରାପ୍ତ ତୁମ୍ଭଙ୍କୁ ହୋଇବେ ଗୋସାଇଁ ।ନାରଦଙ୍କ ବଚନରେ ସର୍ବେ ପ୍ରତେ ଗଲେକଲ୍ୟାଣ କରିଣ ତାଙ୍କୁ ନାରଦ ଉଠିଲେ ।ବିରାୟୁଧ ବୋଲି ନାମ ସେ ଗୋପାଳଦ୍ୱାରେନାରଦ ଯାଇଁ ମିଳିଲେ ତାହାଙ୍କ ପାଶରେ ।ସେ ଗୋପାଳ ମୁନିଙ୍କର ପାଇଣ ବାରତାମୁନିପାଶେ ମିଳି ଜାଣିବାକୁ ତତ୍ତ୍ୱକଥା ।ସୁବର୍ଣ୍ଣ ଝରିରେ ଯମୁନାର ଜଳ ଥୋଇମୁନିଙ୍କ ଚରଣଦ୍ୱୟ ବେଗେ ପଖାଳଇ ।ନମସ୍କାର କଲା ସେହି ମୁନିଙ୍କ ଚରଣଭକତିରେ କରପତ୍ର ଯୋଡ଼ିଲା ଶିରେଣ ।ଝୀବସନ ଘେନିଣ ଚରଣ ପୋଛିଲାରତ୍ନପଲ୍ୟଙ୍କ ଉପରେ ନେଇ ବସାଇଲା ।କୃତାଞ୍ଜଳି ହୋଇଣ ସେ ବୋଲଇ ବଚନବଡ଼ଭାଗ୍ୟ ଆଜି ମୋର ଅଟେ ତପୋଧନ ।ବ୍ରହ୍ମାଙ୍କର ପୁତ୍ର ମୋର ପୁରରେ ଆଗତପୂର୍ବଜନ୍ମ ଭାଗ୍ୟଫଳ ଫଳିଲା ଏବେତ ।ତାଙ୍କୁ ନାରଦ ବୋଲନ୍ତି ଶୁଣ ହେ ଗୋପାଳକୁଶଳ ବାରତା କହ ଆମ୍ଭର ଆଗର ।ମୁନିବର ପଚାରନ୍ତେ ଗଉଡ଼ କହଇତୁମ୍ଭର କଲ୍ୟାଣେ ସବୁ କୁଶଳ ଅଟଇ ।ଭିତରେ ଥାଇ ବିଶାଖା ସବୁ କଥା ଶୁଣିତତକ୍ଷଣେ ସେ ସ୍ଥାନକୁ ଅଇଲା ତରୁଣୀ ।ଆବର ପଚିଶ ଗୋପୀ ଥିଲେ ତାର ସଖୀପଛେ ପଛେ ଗୋଡ଼ାଇଲେ ସେ ଆସିବା ଦେଖି ।ନାରଦମୁନିଙ୍କ ପାଦେ ଓଳଗି ହୋଇଲେଅନେକ କାର୍ପଣ୍ୟ ହୋଇ ଚରଣ ବନ୍ଦିଲେ ।ବୋଇଲେ ଆହେ ଗୋସାଇଁ କର ଅବଧାନକିପାଇଁ ଏଥକୁ କରିଅଛ ଆଗମନ ।ଆଜି ଯାଏ କୃଷ୍ଣ ଗୋପେ ନୋହିଲେ ଉତ୍ପନ୍ନକେମନ୍ତେ ପ୍ରକାରେ ଆମ୍ଭେ ହୋଇବୁ କାରଣ ।ଶ୍ରୀକୃଷ୍ଣ ବିହୀନେ ଆମ୍ଭେ ହୋଇଛୁଁ ଅନାଥଅନାଥନାଥ କେମନ୍ତେ ଆସିବେଟି ଏଥ ।ନାରଦ ବୋଇଲେ ତୁମ୍ଭେ ନ ଭାଳଗୋ କେହିଅବଶ୍ୟହିଁ ଏଥକୁ ଆସିବେ ଭାବଗ୍ରାହୀ ।ଅଳ୍ପଦିନ ଆଉ ତୁମ୍ଭେ ଅପେକ୍ଷା ଗୋ କରଗୋବିନ୍ଦ ହୋଇବେ ଆସି ନନ୍ଦର କୁମର ।ତାହାଙ୍କୁ ପ୍ରବୋଧ ଦେଇ ନାରଦ ଉଠିଲେସୁଧାକାର ଗୋପାଳର ନବରେ ମିଳିଲେ ।ଗୋରସ ଦୋହନ କାର୍ଯ୍ୟେ ଲାଗିଛି ଗଉଡ଼ସ୍ୱହସ୍ତରେ ଛନ୍ଦିଅଛି ଗାଭୀକୁ ତାହାର ।ଏମନ୍ତ ସମୟେ ଯାଇ ସେ ନାରଦ ମୁନିପ୍ରବେଶ ହୋଇଣ ତହିଁ କଲେ ବୀଣାଧ୍ୱନି ।ନାରଦଙ୍କ ବୀଣାନାଦ ଶୁଣିଣ ଗୋପାଳଧାଇଁ ଆସିଣ ମିଳିଲେ ମୁନି ପାଦତଳ ।ନାରଦ ମୁନି ତାହାଙ୍କୁ ଆଶୀର୍ବାଦ କଲେଚରଣରୁ ଧୂଳି ନେଇ ଶିରେ ବୋଳି ଦେଲେ ।ପୁତ୍ର ପୌତ୍ର ଧନ ଧାନ୍ୟ ବଢ଼ିବ ତୋହରମୁନି ବୋଲନ୍ତେ ଗଉଡ଼ ଧୋଇଲା ପୟର ।ଚରଣୋଦକ ନେଇଣ ଗର୍ଭକୁ କ୍ଷେପିଲାଝୀନବସନରେ ତାଙ୍କ ଚରଣ ପୋଛିଲା ।ମସ୍ତକରେ କର ଦେଇ କୃତାଞ୍ଜଳି ହେଲାପ୍ରଣିପାତ କରିଣ ସେ ଭୂମିରେ ଶୋଇଲା ।ନାରଦ ମୁନି ତାହାକୁ କୁଶଳ ପୁଛିଲେଗୋପାଳ ବୋଇଲା ସର୍ବେ ଅଛନ୍ତି କୁଶଳେ ।ଗଉରବ ଯାଇ ବସିଲେକ ମୁନିବରଦୁଃଖ ସୁଖ କଥାମାନ କରିଲେ ବିଚାର ।ଭିତରେ ଥାଇ ସୁମେଧା ପାଇଲା ବାରତାବେଗୁ ବେଗ ହୋଇଣ ଯେ ଅଇଲା ପ୍ରମଦା ।ପଞ୍ଚଷଠୀ ବାଳୀ ତାର ଅଟନ୍ତି ଯେ ସଖୀତାହାଙ୍କୁ ଘେନି ପ୍ରବେଶ ହୋଇଲା ସୁମୁଖୀ ।ନାରଦ ମୁନିଙ୍କି ଦେଖି ହସିଲେ କାମିନୀକାହିଁପାଇଁ ଆଗମନ କହ ମହାମୁନି ।ତାହାଙ୍କୁ ଦେଖି ନାରଦ କଲ୍ୟାଣ ବାଞ୍ଛିଲେଅହ୍ୟ ସୁଲକ୍ଷଣୀ ହୋଇ ବଞ୍ଚିଥାଅ ଭଲେ ।ଶ୍ରୀକୃଷ୍ଣ ତୁମ୍ଭର ଜନ୍ମେ ଜନ୍ମେ ହେଉ ପତିଆମ୍ଭର ଏ ଆଶୀର୍ବାଦ ତୁମ୍ଭେ ହୁଅ ସତୀ ।ବିଷ୍ଣୁର ଭକତ ତୁମ୍ଭେ ଜନ୍ମେ ଜନ୍ମେ ଅଟନିକଟରେ ନାରାୟଣ ସଙ୍ଗେ ହୁଅ ଭେଟ ।ନାରଦ ବଚନେ ସର୍ବ ତରୁଣୀ ହସିଲେତୁମ୍ଭ କଥା ସିଦ୍ଧ ହେଉ ସୁମେଧା ବୋଇଲେ ।ଗୋପୀ ବୋଇଲେ ଶ୍ରୀକୃଷ୍ଣ ନୋହିଲେ ଜନମଆମ୍ଭମାନଙ୍କର କଷ୍ଟ ଦେଖ ମୁନି ବ୍ରହ୍ମ ।କେତେକାଳ କୃଷ୍ଣଚନ୍ଦ୍ର ଗୋପକୁ ଆସିବେବିଶ୍ୱାସ ଜନମୁ ନାହିଁ ଆମ୍ଭ ମନେ କେବେ ।ସୁମେଧାର ମନକଥା ନାରଦ ଜାଣିଲେପୂର୍ବ କଥାମାନ ତାଙ୍କୁ ବୁଝାଇ କହିଲେ ।ତୁମ୍ଭେମାନେ ହୃଦପଦ୍ମେ ନ କର ଗୋ ଖେଦଅଳ୍ପଦିନ ପରେ ଏଥେ ଆସିବେ ଗୋବିନ୍ଦ ।ଅଳ୍ପଦିନ ଅପେକ୍ଷା ଗୋ ତୁମ୍ଭେ କର କାଳଗୋପାଳକୁଳେ ଜନ୍ମିବେ ମଦନ ଗୋପାଳ ।ଏମନ୍ତ ପ୍ରବୋଧି ତାଙ୍କୁ ମୁନିଙ୍କ ପ୍ରବରତକ୍ଷଣେ ସେହି ଠାବରୂ ହୋଇଲେ ବାହାର ।ତିଳୋତ୍ତମା ମନ୍ଦିରକୁ କଲେକ ଗମନପ୍ରବେଶ ହୋଇଲେ ମୁନି ତାହାଙ୍କ ଦ୍ୱାରେଣ ।ଅନ୍ତଃପୁରେ ଥାଇ ଜାଣିଲେକ ତିଳୋତ୍ତମାଆମ୍ଭ ମନ୍ଦିରେ ଅଇଲେ ମୁନି ମହାତମା ।ଗଙ୍ଗାନୀର ସୁବର୍ଣ୍ଣର ପାତ୍ରରେ ପୁରାଇଗୃହର ଭିତରୁ ସେହୁ ଅଇଲାକ ଧାଇଁ ।ସହସ୍ର ବାଳିକା ଥାନ୍ତି ତିଳୋତ୍ତମା ମୂଳେସୋମାନଙ୍କୁ ଘେନି ସେହୁ ଖେଳୁଥାଇ ଭୋଳେ ।ମୁନିବରଙ୍କୁ ସମସ୍ତେ ନମସ୍କାର କଲେସଲଜ୍ଜ ଭାବେଣ ଖଣ୍ଡଦୁରରେ ରହିଲେ ।ତାହାଙ୍କ ଚରଣ ଧୋଇଲେକ ତିଳୋତ୍ତମାଚରଣୋଦକ ଗର୍ଭକୁ କ୍ଷେପିଲାକ ବାମା ।ତାଙ୍କୁ ସୁକଲ୍ୟାଣ ବାଞ୍ଛା କଲେ ମୁନିବରଶ୍ରୀକୃଷ୍ଣ ହୁଅନ୍ତୁ ତୁମ୍ଭମାନଙ୍କର ବର ।ମୁନିଙ୍କର କଲ୍ୟାଣରେ ହସି ସର୍ବ ଆଳୀଲଜ୍ଜା ଭାବ ଘେନି ମଥା ନ ଟେକନ୍ତି ବାଳୀ ।ତିଳୋତ୍ତମା ବୋଲେ କହିଲ ତ ଅସମ୍ଭବଏ ଜନ୍ମରେ ପାଇବୁଁ କି ଏଡ଼େକ ବିଭବ ।ଶ୍ରୀକୃଷ୍ଣଙ୍କ ଅଙ୍ଗସଙ୍ଗ ଆମ୍ଭେ କି ଲଭିବୁଗୋବିନ୍ଦଙ୍କ ସୁଧାରସ ମୁଖରେ ପିଇବୁଁ ।ଶ୍ରୀକୃଷ୍ଣ ଜନ୍ମ ଲଭିବେ ଆସି ଗୋପପୁରୀକେତେକାଳ ହେଲା ଆମ୍ଭେ ଅଛୁଁ ଆଶାକରି ।ଏବେ ତୁମ୍ଭର ମୁଖରୁ ପାଇଲୁ ବାରତାତେଣୁ କରି ଆମ୍ଭ ମନୁ ଗଲା ସବୁ ଚିନ୍ତା ।ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବୋଲି ସ୍ମରି ଆମ୍ଭେ ନିତ୍ୟେକୃଷ୍ଣବିନୁ ଅନ୍ୟକଥା ନ ଭାଳୁଁ ଏ ଚିତ୍ତେ ।କେତେକାଳେ କୃଷ୍ଣନାଥ ଆସିବେ ଏଥକୁତହିଁର ଚରିତ ଫେଡ଼ କହିବା ଆମ୍ଭଙ୍କୁ ।ନାରଦ ବୋଇଲେ ତୁମ୍ଭେ ନଭାଳଗୋ ଗୋଇଅଳ୍ପଦିନେ ଆସିବେଟି ଏଥେଁ ଭାବଗ୍ରାହୀ ।ତାହାଙ୍କୁ ପ୍ରବୋଧ ଦେଇ ତହୁଁ ଚଳିଗଲେବୃନ୍ଦ ବତୀ ପୁରେ ଯାଇ ପ୍ରବେଶ ହୋଇଲେ ।ଷଡ଼ର୍ଘ୍ୟ ଘେନିଣ ମୁନି ଚରଣେ ବନ୍ଦିଲାନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲା ।ଦୁଇ ସସ୍ର ଗୋପାଳୁଣୀ ତାଙ୍କ ସଙ୍ଗେ ମିଳିଜଣେ ଜଣେ ସର୍ବେ ଯାଇ କଲେ ନିଉଛାଳି ।ମୁନିବର ବୋଇଲେ ଗୋ ଉଠ ସର୍ବ ମାୟେବିଷ୍ଣୁର ଭକତ ହୋଇ ଥାଅ ସର୍ବଦାୟେ ।ଶ୍ରୀକୃଷ୍ଣ ବର ତୁମ୍ଭଙ୍କୁ ହେଉ ପରାପତଜନ୍ମେ ଜନ୍ମେ ହୁଅ ତୁମ୍ଭେ ଶ୍ରୀକୃଷ୍ଣ ଭକତ ।ନାରଦଙ୍କର ବଚନେ ସମସ୍ତେ ହସନ୍ତିମୁନିଙ୍କ ଚରଣେ ଶିର ଦେଇଣ ନମନ୍ତି ।ତୁମ୍ଭେ ମହାମୁନି ଅଟ ସର୍ବଜ୍ଞ ପୁରୁଷଆମ୍ଭମାନଙ୍କୁ କିପାଇଁ କଲ ଅବିଶ୍ୱାସ ।କେଉଁ ଜନ୍ମରେ ଶ୍ରୀକୃଷ୍ଣ ଦର୍ଶନ ପାଇବୁଁକୃଷ୍ଣଙ୍କର ବର୍ଣ୍ଣ ଚିହ୍ନ କେମନ୍ତେ ଜାଣିବୁଁ ।ଶ୍ରୀକୃଷ୍ଣ ଗୋପେ ଜନ୍ମିବେ ଏହା ବାର୍ତ୍ତା ଶୁଣିଆଶାକରି ରହିଅଛୁଁ ସବୁ ଗୋପାଳୁଣୀ ।ନିରନ୍ତର କୃଷ୍ଣନାମ କରୁଛୁଁ ଗାୟନଭୋଜନ ଶୟନ ବେଳେ ଭଜୁ କୃଷ୍ଣନାମ ।ଯେଣିକି ଚାହିଁଲେ ଏକା ଗୋବିନ୍ଦ ଦିଶଇନୀଳାବ୍ଜଦଳ ମୁରତି ମନରୁ ନ ଯାଇ ।କେତେଦିନେ କୃଷ୍ଣଚନ୍ଦ୍ର ଆସିବେ ଏଥିକିନିଶ୍ଚୟ ଦେଖିବୁ ଆମ୍ଭେ କମଳ ମୁଖ କି ।ଗୋପୀମାନଙ୍କର ମନ ଜାଣି ମୁନିବରଚିନ୍ତା ନ କର ନିକଟେ ଆସିବେ ଶ୍ରୀଧର ।ମନ ପ୍ରକୃତି ତାଙ୍କର ପାଦପଦ୍ମେ ଦେଇନିରନ୍ତର ଚିନ୍ତା କର ଜଗତ ଗୋସାଇଁ ।ଏତେ କହି ନାରଦ ଯେ ତହୁଁ ଚଳିଗଲେବୀଣା ବଜାଇ ପଶନ୍ତି ଯାଇ ପ୍ରତିଘରେ ।ଷୋଳସସ୍ର ଗୋପାଳୁଣୀଠାରୁ ପୂଜା ପାଇହରିଧ୍ୱନି ସମସ୍ତଙ୍କ ଗୃହରେ ଶୁଭଇ ।ଶ୍ରୀକୃଷ୍ଣ ବିନୁ ସେମାନେ ନ ଜାଣନ୍ତି ଆନଲୟ ଲଗାଇ ଅଛନ୍ତି ଗୋବିନ୍ଦ ଚରଣ ।ଦଧିମନ୍ଥନେ କରନ୍ତି ଗୋବିନ୍ଦର ନାମକାର୍ଯ୍ୟ କରନ୍ତି ତୁଣ୍ଡରେ ଗାଇ କୃଷ୍ଣ ରାମ ।ତାହାଙ୍କର ଭକ୍ତିଭାବ ନାରଦ ଜାଣିଲେଗୋପପୁରର ଭକତି ନାହିଁ ତିନିପୁରେ ।ଗୋବିନ୍ଦ ନାମ ସେମାନେ କ୍ଷଣେ ନ ଛାଡ଼ନ୍ତିମନ ପ୍ରକୃତିରେ କୃଷ୍ଣନାମ ଭଜୁଥାନ୍ତି ।ପ୍ରେମ ଭାବ ଭକତିରେ କୃଷ୍ଣଙ୍କୁ ପାଇବେକୃଷ୍ଣଙ୍କର ଅଙ୍ଗସଙ୍ଗ ନିଶ୍ଚୟେ ଲଭିବେ ।ଯେ ନାରାୟଣଙ୍କୁ ମୁନି ନ ପାବନ୍ତି ଭେଟମଦନର ଆରତରେ କୃଷ୍ଣ ଦେବେ ଭେଟ ।ଏହା ବିଚାରିଣ ମୁନି ହସି କର କରୟାଙ୍କପରି ଭକ୍ତ ନୁହନ୍ତି ତ ବେଦବର ।ମହର୍ଷି ନାରଦ ଅତି ହର୍ଷେ ବୀଣା ବାଇତହୁଁ ଖଣ୍ଡେଦୂର ଗଲେ ବେଗ ବେଗ ହୋଇ ।ବୃଷଭାନୁ ପୁରେ ଯାଇ ହୋଇଲେ ପ୍ରବେଶହରଷେ ତାଣ୍ଡବନୃତ୍ୟ କରି ବ୍ରହ୍ମଶିଷ୍ୟ ।ବୃଷଭାନୁ ନାରଦଙ୍କ ଆସିବା ଜାଣିଲେକରପତ୍ର ଯୋଡ଼ି ତାଙ୍କ ଛାମୁରେ ମିଳିଲେ ।ନମସ୍କାର କରି ତାଙ୍କୁ କହନ୍ତି ବଚନବଡ଼ ଭାଗ୍ୟ ଆଜି ମୋର ଆହେ ତପୋଧନ ।ଯମୁନାର ନୀର ସ୍ୱର୍ଣ୍ଣ ଝରୀରେ ପୁରାଇମୁନିଙ୍କ ଚରଣ ରାଜା ଧୋଇଲାକ ନେଇ ।ଚରଣୋଦକ ନେଇଣ ଗର୍ଭକୁ କ୍ଷେପିଲାଝୀନବସନରେ ତାଙ୍କ ଚରଣ ପୋଛିଲା ।ଆପଣା ନବର ଭିତରକୁ ଘେନିଗଲାରତନ ଖଟ ଉପରେ ନେଇ ବସାଇଲା ।ଷଡ଼ର୍ଘ୍ୟ ଦେଇଣ ମୁନିବରଙ୍କୁ ପୂଜିଲାକୃତାଞ୍ଜଳି ହୋଇଣ ସେ ଆଗେ ଉଭା ହେଲା ।ନାରଦ ମୁନି ତାଙ୍କର କଲ୍ୟାଣ ବାଞ୍ଛିଲେପୁତ୍ର ପୁତ୍ରୀ ସହ ଆନନ୍ଦରେ ରହ ଭଲେ ।କୁଶଳ ବାରତାମାନ ତାହାଙ୍କୁ ପୁଛିଲେସକଳ କୁଶଳ ମୁନି ତୁମ୍ଭ ପ୍ରସାଦରେ ।ପୁତ୍ର ପୁତ୍ରୀ ବୋଲି ଯାହା ପଚାରିଲ ମୁନିମୋତେ ଦଇବ କରିଛି ତହିଁ ହୀନମାନି ।ଶତେ ଭାରିଯାରେ ପୁତ୍ର ପୁତ୍ରୀ ନ ଜନ୍ମିଲାସଂସାର ମଧ୍ୟୁ ବିଧାତା ଅଲଗା କରିଲା ।ଲେଖିଲା କର୍ମର କଥା ପୋଛି ନ ପାରଇହୃଦୟ ବେଦନା ଆଉ କାରେ କହିବଇଁ ।ତୁମ୍ଭେ ସର୍ବଜ୍ଞ ପୁରୁଷ ନ ଜାଣ ବା କିସତୁମ୍ଭର ଛାମୁରେ ମୁଁ କି କହିବି ବିଶେଷ ।ଦଇବ ଭବିଷ୍ୟ ତୁମ୍ଭେ ଜାଣ ମୁନିବରଦିନେ ମୃଗୟାକୁ ଗଲୁ କାଳିନ୍ଦୀର ତୀର ।ପଦ୍ମପତ୍ରେ ଶୋଇଥିଲା ଦୁହିତା ଗୋଟିଏରୂପେ ପଟାନ୍ତର ତାକୁ ଭବେ କେହି ନୋହେ ।ଚମ୍ପକ ପୁଷ୍ପ ପରାୟେ ଦିଶେ ତାର କାୟମୁଖଗୋଟିକ ଦିଶଇ ଶଶଧର ପ୍ରାୟ ।ବାଳଅର୍କ ଜିଣି ତାର ଅଧର ଦିଶଇସେହିରୂପେ ବାଳ ଭାବେ ଅଛଇ ସେ ଶୋଇ ।କଥା ଭାଷା କାହାକୁହିଁ କିଛି ନ କହଇଏ କିସ ଚରିତ କହ ମୁନିବର ତୁହି ।ମହାଋଷି ବୋଇଲେକ ତହିଁ ଅଛି କଥାତୁମ୍ଭେ କହନ୍ତେ ଜାଣିଲି ମୁହିଁ ତଥ୍ୟ ବାର୍ତ୍ତା ।ବଡ଼ ବ୍ୟାଧି ଗୋଟିଏକ ତାକୁ ଆବୋରିଛିଦଇବର ବଳେ ଭଲ ହୋଇବ ମୃଗାକ୍ଷୀ ।ଏତେବୋଲି ମୃନିବର ଧ୍ୟାନରେ ବସିଲେଯୋଗବଳେ ସେହିକଥା ସବୁ ଜ୍ଞାତ ହେଲେ ।ସ୍ୱୟଂ କମଳା ଆସିଣ ଜନମିଲେ ଏଥଗୋପରେ ଜନମ ଯହୁଁ ହେବ ଗୋପୀନାଥ ।ତେଣୁକରି ଲକ୍ଷ୍ମୀ ଅଇଲେକ ଆଗହୋଇକୃଷ୍ଣଜନ୍ମ ନୋହିବାରୁ କଥା ନ କହଇ ।ନ ଭକ୍ଷଇ କନ୍ୟା ବାଳଭାବ ନ ଛାଡ଼ଇଯେଣୁକରି ଗୋପପୁରେ କୃଷ୍ଣ ଆସି ନାହିଁ ।ପଦ୍ମବନ ଭିତରେ ସେ କନ୍ୟା ଶୋଇଥିଲାଯେଣୁ କମଳ ବନରୁ ସେହୁ ଜାତ ହେଲା ।ଏତେ ବିଚାରି ନାରଦ ମହା ତପୋଧନବୋଲନ୍ତି ଶୁଣ ହୋ ବୃଷଭାନୁ ନୃପରାଣ ।ସେ ଦୁହିତା କାହିଁଅଛି ଆମ୍ଭଙ୍କୁ ଦେଖାଅଦେଖିଲେ ଆମ୍ଭ ମନରେ ନ ଥିବ ସନ୍ଦେହ ।ମୁନି କଥା ଶୁଣି ରାଜା ବହନ ଉଠିଲାତାଙ୍କ ହସ୍ତ ଧରି ପୁରମଧ୍ୟେ ଘେନିଗଲା ।ସେହି ରାଧିକା ଶୟନ ମନ୍ଦିରକୁ ନେଇମୁନିବରଙ୍କୁ ପ୍ରବେଶ କରାଇଲା ତହିଁ ।ବୋଇଲା ଆହୋ ଗୋସାଇଁ ଦେଖ ସାବଧାନେଏ କନ୍ୟା ଶୟନ କରିଥିଲା ପଦ୍ମ ବନେ ।ନାରଦ ବୋଇଲେ ତୋତେ କହିବା କଥାଏଆମ୍ଭ ବୋଲି ଯେବେ କରିବୁଟି ମହାରାୟେ ।ତେବେ ସେ ବ୍ୟାଧିରୁ ସିନା ମୁକତ କରିବାଏକାନ୍ତ ଭାବରେ ଆମ୍ଭେ ମନ୍ଦିରେ ପଶିବା ।ଦୁଇପା ଅନ୍ତରେ ଜନ କେହି ନ ରହିବଏସନକ କଥା ତୁମ୍ଭେ ଶୁଣ ରାଜଦେବ ।ଜନଶୂନ୍ୟ କରି ତୁମ୍ଭେ ଦିଅ ଏହିସ୍ଥାନକାହାରିକୁ ନ ଶୁଭିବ ଏହାଙ୍କ ବଚନ ।ଗୋପନ ଭାବରେ ଏଥେ ଆସିବଟି ଯେହୁଅଭିଶାପ ପାଇବ ଜାଣିଥା ନୃପରାହୁ ।ଦୃଢ଼ ବଚନେ ରାଜ୍ୟକୁ ସତ୍ୟ କରାଇଲେମନ୍ଦିର ଭିତରେ ମୁନି ଏକାନ୍ତେ ରହିଲେ ।କପାଟ କିଳଣ ମୁନି ଚାହାନ୍ତେ ତକ୍ଷଣଦେଖିଲେ କୋଟି ଚନ୍ଦ୍ର କି ଉଇଁଛି ମର୍ତ୍ତ୍ୟେଣ ।ଅନ୍ଧାର ଘରେ ଚନ୍ଦ୍ର କି ଉଦେ ହୋଇଛଇନିର୍ଧୂମ ଅନଳ ପ୍ରାୟ ଦେହ ବିରାଜଇ ।ଭୟକରି ମୁନିବର କତିକି ନ ଗଲେଖଣ୍ଡେଦୂର ଯାଇ ଆଡ଼ ହୋଇଣ ରହିଲେ ।କରଯୋଡ଼ି ତାଙ୍କ ପାଶେ କରନ୍ତି ଦଇନିଜୟ ଜୟ ବିମଳା ଗୋ ଜଗତ ଜନନି ।ଦାରିଦ୍ର୍ୟ ଭଞ୍ଜନି ମାଗୋ ଦୁଃଖ ବିନାଶିନୀକମଳ ଆସନି ମାଗୋ କମଳନୟନି ।କଳିକାଳ ଧ୍ୱଂସିନି ଗୋ କଷ୍ଟ ବିନାଶିନିଭୃତ୍ୟଜନର ଆରତ ଫେଡ଼ ଠାକୁରାଣୀ ।ଏମନ୍ତେ ଅନେକ ସ୍ତୁତି କଲେ ମୁନିବରକରଯୋଡ଼ି ଭଭାଛନ୍ତି ପଲଙ୍କ ତଳର ।ଯୋଗରେ ଧ୍ୟାନ କରିଣ ଦେବୀ ଥିଲେ ଶୋଇନାରଦଙ୍କର ସ୍ତୁତିରେ ଧ୍ୟାନ ଭଗ୍ନ ହୋଇ ।ଧ୍ୟାନ ଭଗ୍ନ ହୋନ୍ତେ ଦେବୀ ଉଠିଣ ବସିଲେଚକ୍ଷୂଫେଡ଼ି ନାରଦଙ୍କ ମୁଖକୁ ଚାହିଁଲେ ।ନାରଦ ବୋଇଲେ କିପାଁ ଏ ରୂପ ହୋଈଲୁକାହାରି ସହିତ କିପାଁ ସମସ୍ୟା ନ କଲୁ ।ଆହାର ତୁହି ନ ଭକ୍ଷୁ କେବଣ କାରଣନିରାହାରରେ କେମନ୍ତେ ବଞ୍ଚୁ ତୁହି ଦିନ ।ନାରଦ ବଚନ ଶୁଣି ବୋଲନ୍ତି ରାଧିକାତୁମ୍ଭେ କେମନ୍ତେ ଜାଣିଣ ଅଇଲ ହେ ଏକା ।ଶ୍ରୀକୃଷ୍ଣ ଜନ୍ମ ନୋହୁଣୁ ଏହି ଗୋପପୁରେଆଗକରି ମୋତେ ପଠାଇଲେ ଚକ୍ରଧରେ ।ବୋଇଲେ ମଞ୍ଚରେ ଆମ୍ଭେ ଜନମ ଲଭିବୁନନ୍ଦଘରେ ଯାଇ ବାଳ କାଳରେ ରହିବୁ ।ସେଠାରେ କରିବୁ ଆଠବର୍ଷ ବାଳକେଳିଆଗକରି ମୋତେ ପଠାଇବେ ବନମାଳୀ ।କେତେକାଳ ମୁହିଁ ରହିଥିବଇଁ ଏଥିରଆଜିଯାଏ କିପାଇଁ ନଈଲେ ଦାମୋଦର ।କହ ଆହେ ମୁନିବର ଏଥିର ବିଧାନତୁମ୍ଭେ କିପାଇଁ ଏଥକୁ କଲ ଆଗମନ ।ନାରଦ ବୋଇଲେ କୋପ ନ କର ଗୋ ମାୟେଏଥକୁ ଆସିବେ ନିକଟରେ ଦେବରାୟେ ।ଏଥିପାଇଁ ଚିନ୍ତା ତୁମ୍ଭେ ନ କର ଗୋ କିଛିଶ୍ରୀକୃଷ୍ଣ ନିଶ୍ଚୟ ହେବେ ନନ୍ଦରାଜା ବତ୍ସି ।ବସୁଦେବ ଦେବକାର୍ଯ୍ୟେ ତାହାଙ୍କୁ ଆଣିବଏଠାରେ ସେ ଶ୍ରୀକୃଷ୍ଣଙ୍କୁ ଲୁଚାଇଣ ଯିବ ।ଦେବକୀ ଗର୍ଭରେ ରହିଲେଣି ବାସୁଦେବଆଉ ମନେ କିଛି ତୁମ୍ଭେ ନ କର ଗୋ ଖେଦ ।ଏବେ ବାଳିକାର ଭାବ ଛାଡ଼ସି ଗୋ ମାୟେଶ୍ରୀମୁଖେ ବୃଷଭାନୁକୁ କହସି କଥାଏ ।ତେବେ ସିନା କୃତାର୍ଥ ହୋଇବ ତାର ଦେହିଅପୁତ୍ରିକ ରାଜା ସେହୁ ପୁତ୍ର ପୁତ୍ରୀ ନାହିଁ ।ତାହାର ଭାଗ୍ୟକୁ ତୁମ୍ଭେ ମିଳିଅଛ ଆସିତୁମ୍ଭଙ୍କୁ ଦେଖି ପାସୋରୁ କଷ୍ଟ ନୃପଶଶୀ ।ଉତ୍ତାନ ଶୟନ ଏବେ ଛାଡ଼ ଗୋ ଜନନୀଖଟରୁ ଓହ୍ଲାଇ ଆସ ଆଗେ ଯୋଷାମଣି ।ନାରଦ ବାକ୍ୟେ ହସିଲେ ବୃଷଭାନୁ ଜେମାଖଟୁଁ ଓହ୍ଲାଇ ତଳକୁ ଅଇଲେ ସେ ବାମା ।କପାଟ ଫେଡ଼ି ନାରଦ ହୋଇଲେ ବାହାରଡାକନ୍ତି ଆସି ହୋ ବୃଷଭାନୁ ନୃପବର ।ଆଗରେ ଚାଲୁ ଅଛନ୍ତି ବ୍ରହ୍ମାଙ୍କ କୁମରତାଙ୍କର ମହିମା କିଏ କହିବ ମୁଖର ।ଶ୍ରୀ ପୟରେ ଚାଲନ୍ତି ଯେ ଦେବୀ ଧୀରେଧୀରେମତ୍ତଗଜର ଗମନ ପଡ଼ଇ ମନରେ ।ପ୍ରତ୍ୟକ୍ଷହିଁ ଲକ୍ଷ୍ମୀ ସେହୁ ଶ୍ରୀହରି ଘରଣୀତାର ମୁଖ ଦେଖି ମୋହ ଯିବେ ସର୍ବପ୍ରାଣୀ ।ଖଣ୍ଡଦୂରେ ଥାଇ ଦେଖିଲେକ ନୃପରାଣବେନି ହସ୍ତରେ ଧରିନେଲେ ବସାଇ କାଖେଣ ।ନିସ୍ତରିଲି ବୋଲି ମନେ ଆନନ୍ଦ ଲଭିଲାକୋଟିଏ ଲକ୍ଷ୍ମୀ ତାହାକୁ ପ୍ରାପତ ହୋଇଲା ।ଆନନ୍ଦରେ ଅଶ୍ରୁଜଳ ବହଇ ରାଜାରନାରଦ ବୋଇଲେ ମୋତେ ପ୍ରତିକାର କର ।ହୁଳୁହୁଳି ଦେଇଣ ଜନନୀମାନେ ନେଲେସ୍ନା ହାନ କରାଇ ଷଡ଼ରସ ଭୁଞ୍ଜାଇଲେ ।ମହର୍ଷି ବୋଇଲେ ଯାଉଅଛୁଁ ନରସାଇଁଦୁହିତା ଗୋଟିକି ଯତ୍ନେ ପ୍ରତିପାଳ ନେଇ ।ପ୍ରତ୍ୟକ୍ଷହିଁ ଲକ୍ଷ୍ମୀ ଏହି ଅଟଇ ଅବଳାଏହାଠାରେ ରାଜା କେଭେ ନ କରିବୁ ହେଳା ।ଏହା ଯୋଗେ ଶତ ପୁତ୍ର ହେବ ପରାପତଏହି ଦୁହିତା ସକାଶୁ ହୋଇବ କୃତାର୍ଥ ।ବଡ଼ବ୍ୟାଧି ଗୋଟିଏ ଝିଅର ଅଙ୍ଗେ ଥିଲାଆମ୍ଭର କଲ୍ୟାଣେ ଦେହ ଆରୋଗ୍ୟ ହୋଇଲା ।ଏତେ କହି ମୁନି ମନଦଣ୍ଡରେ ଚଢ଼ିଲେବୃଷଭାନୁର ପୁରରୁ ଅନ୍ତର୍ଦ୍ଧାନ ହେଲେ ।ଅମର ପୁରରେ ଯାଇ ହୋଇଲେ ପ୍ରବେଶସବୁ ଚରିତ କହିଲେ ଦେବତାଙ୍କ ପାଶ ।ଗୋପରେ ଷୋଳସହସ୍ର ଗୋପାଳୁଣୀଛନ୍ତିତାଙ୍କ ଭକତି ସମାନ ନାହିଁ କାହିଁ ପୃଥ୍ୱୀ ।ଏକା ଶ୍ରୀକୃଷ୍ଣ ବ୍ୟତୀତ ନ ଜାଣନ୍ତି ଆନମନ ପ୍ରକୃତିରେ ଭଜୁଛନ୍ତି ନାରାୟଣ ।ତାଙ୍କ ଭକତିକି ଦେବତାଏ ନୁହ ସରିଗୋପୀମାନଙ୍କର ସ୍ୱାମୀ ହେବେ ନରହରି ।ଶୁଣିଣ ଦେବତାମାନେ ସନ୍ତୋଷ ଲଭିଲେନାରଦଙ୍କୁ ବହୁତ ସେ ପ୍ରଶଂସା କରିଲେ ।ଶୁଣିଲଟି କି ଗୋ ତୁମ୍ଭେ ଭୀଷ୍ମଙ୍କର ଜେମାଏସନ ପ୍ରକାରେ ରାଧା ଅଟଇ ଉତ୍ତମା ।ତୁମ୍ଭେ ଯେ ପଚାରିଥିଲ ମୋତେ ତୋଷଚିତ୍ତେଏଥିପାଇଁ ଅପ୍ରତ୍ୟୟ କରୁଥିଲ ମୋତେ ।ଶୁଣିଣ ସକଳବାଳୀ ସନ୍ତୋଷ ଲଭିଲେଗୋବିନ୍ଦଙ୍କ ବଚନରେ ମାୟାକୁ ଛାଡ଼ିଲେ ।ଏଥୁଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟରସପରୀକ୍ଷା ପୁଛା କରନ୍ତି ମୁନିଙ୍କର ପାଶ ।ଏଥୁଅନନ୍ତରେ କିସ କଲେ ନରହରିସହି କଥା ବିସ୍ତାରିଣ କହ ତପଚାରୀ ।ରାଜାର ଭକତିଭାବ ଦେଖି ମୁନିବରବୋଲନ୍ତି ଶୁଣ ହୋ ତୁମ୍ଭେ ଉତ୍ତରା କୁମର ।ତୁହି ଯେଣୁ ଭାଗ୍ୟବନ୍ତ ଅଟୁ ପୁଣ୍ୟଦେହୀଗୁପ୍ତକଥା ଶୁଣିବାକୁ ଇଚ୍ଛାକଲୁ ତୁହି ।ସେହିକଥାମାନ ମୁହିଁ କ୍ରମେ କହିବଇଁଅଚ୍ୟୁତଦାସ କୃଷ୍ଣଙ୍କୁ ଶରଣ ମାଗଇ ।ନନ୍ଦ ଯଶୋଦା ଏବଂ ବସୁଦେବ ଦେବକୀର ପୂର୍ବଜନ୍ମ ବିବରଣଏଥୁ ଅନନ୍ତରେ ପୁଣ ଶୁଣ ନରସାଇଁଉଗ୍ରସେନର ସଭାକୁ ଯାନ୍ତି ଭାବଗ୍ରାହୀ ।ସେହି ଅଷ୍ଟ ପାଟବଂଶୀ କୃଷ୍ଣ ପାଦତଳେବିନୟଭାବ ହୋଇଣ ପୁଚ୍ଛନ୍ତି ସକଳେ ।ସାବଧାନେ ହୋଇ ତୁମ୍ଭେ ଶୁଣ ଭଗବାନଘୋଡ଼ାଇ ରଖିଲ ଗୋପନୀୟ କଥାମାନ ।ରାଧିକାର ଜନ୍ମ ତୁମ୍ଭେ କହିଲ ବୁଝାଇତାଙ୍କର ବିବାହ କଥା ବୋଲ ଭାବଗ୍ରାହୀ ।ପାଟବଂଶୀଙ୍କ ମୁଖରୁ ଏସନକ ଶୁଣିଆନନ୍ଦିତ ହୋଇ ହସିଲେକ ଚକ୍ରପାଣି ।ଏକ ମନ ହୋଇ ତୁମ୍ଭେ ବସ ସର୍ବ ସହୀଯାହା ତୁମ୍ଭେ ପଚାରିଲ କହିବା ବୁଝାଇ ।ଅତି ପବିତ୍ର କଥାଏ ଅପୂର୍ବ ଆଖ୍ୟାନକହିଲେ ପ୍ରତ୍ୟୟ ନ କରିବ ତୁମ୍ଭ ମନ ।ନ କହିଲେ ଦୁଃଖ ତୁମ୍ଭେ କରିବା ଗୋ ସହିଗୋପନୀୟ କଥା ଏହା ନ ଜାଣନ୍ତି କେହି ।ତୁମ୍ଭମାନଙ୍କର ଭକ୍ତି ପ୍ରେମଭାବ ଭୋଳେସକଳ କଥା କହିବା ତୁମ୍ଭର ଆଗରେ ।ଦେବକୀ ଆମ୍ଭଙ୍କୁ ଯେତେବେଳେ ଜନ୍ମ କଲାବସୁଦେବ ଆମ୍ଭଙ୍କୁ ଯେ ଚୋରାଇଣ ନେଲା ।ନନ୍ଦରାଜାର ଗୃହରେ ଛାଡ଼ିଲାକ ନେଇକନ୍ୟାଏ ଘେନି ସେଠାରୁ ବାହୁଡ଼ି ଆସଇ ।ଦଇବେ ସେହି ଯଶୋଦା ଦୁହିତା ପ୍ରସବିଅଜ୍ଞାନ ହୋଇଣ ତହିଁ ପଡ଼ିଥିଲା ଦେବୀ ।ପୁତ୍ରର ପାଲଟ କଥା ନ ଜାଣଇ ସେହିଯେଣୁକରି ଅଜ୍ଞାନରେ ପଡ଼ିଥିଲା ଶୋଇ ।କେତେବେଳେ ଗତ ହ୍ୱନ୍ତେ ପାଇଲା ସେ ଜ୍ଞାନଚକ୍ଷୁଫେଡ଼ି ଚାହିଁଲା ସେ ଆମ୍ଭର ବଦନ ।ଚାହିଁଲା ମାତ୍ରକେ ସେହୁ ହେଲା ଭୋଳମତିକୋଟି ଲକ୍ଷ୍ମୀ ଯେସନେ କି ପାଇଲାକ ସତୀ ।ଜନ୍ମବାର୍ତ୍ତା ପାଇଣ ଅଇଲେ ସର୍ବ ଗୋଈନନ୍ଦର ଗୃହରେ ସର୍ବେ ମିଳିଲେକ ଯାଇ ।ଦେଖିଲେ ନନ୍ଦ ରାଜାର ପୁତ୍ର ଜନମିଲାସମସ୍ତ ଗୋପପୁରରେ ଉତ୍ସବ ହୋଇଲା ।ଆଗହୁଁ ଜାଣିଣ ଥିଲେ ସର୍ବ ଗୋପାଳୁଣୀନନ୍ଦର ମନ୍ଦିରେ ଜାତ ହେବେ ଯଦୁମଣି ।ଏକକୁ ଆରେକ ସର୍ବେ ନ କହି ଧାଇଁଲେପେଲା ପେଲା ହୋଇ ନନ୍ଦ ମନ୍ଦିରେ ମିଳିଲେ ।କୋଳ କରିଣ ମୋହର କାଟିଲେକ ଲାହିସୁବାସିତ ଜଳ ନେଇ ମୋତେଦେଲେ ଧୋଇ ।ଚନ୍ଦନ କାଷ୍ଠେ ଅନ୍ତୁଡ଼ି ସେହୁ ଲଗାଇଲେଫୁଲରି ମାଲପା ମୋର ଅଙ୍ଗରେ ଲେପିଲେ ।ମୁଖରେ ଲଗାଇ ଦୁଦ ଦେଲେ ଗୋପାଳୁଣୀପ୍ରେମ ଭକ୍ତିଭାବେ ମୋତେ ଘେନିଲେ ସେ ପୁଣି ।ଆଗହୁଁ ସେ ବଳରାମ ହୋଇଥିଲେ ଜାତଦୁଇ ପୁତ୍ର ପାଇ ନନ୍ଦ ହୋଇଲେ ଉସତ ।ବାଳଙ୍କର ଆନନ୍ଦ କହୁଁ ନ ସରଇମୋତେ ଦେଖିବାକୁ ପୋଏ ଅଇଲେକ ଧାଇଁ ।ମୋହର ମୁଖ ଦେଖିଣ ସବୁ ଗୋପପୋଏବୋଇଲେ ଖେଳିବା ୟାଙ୍କୁ ଘେନି ସର୍ବଦାଏ ।ଏମନ୍ତ ପ୍ରକାରେ ଥୋକେ ଦିନ ବହିଗଲାଦିନକୁ ଦିନ ଶରୀର ବର୍ଦ୍ଧିତ ହୋଇଲା ।ମାସେ ପୂରିଯାଇ ବେନି ମାସ ମୋର ହେଲାଏମନ୍ତେ ଚତୁର୍ଥ ମାସ ତହିଁ ବହିଗଲା ।ଏକ ବରଷ ସମ୍ପୂର୍ଣ୍ଣ ହେଲା ଯେତେବେଳେଚାଲିବା ନିମନ୍ତେ ମୁହିଁ ଗଲଇଁ ବାହାରେ ।ଏଥୁ ଅନନ୍ତରେ ପୁଣି ଶୁଣ ଅନ୍ୟବାଣୀଏକମନ ହୋଇ ଶୁଣ ଦେବୀ ଗୋ ରୁକ୍ମିଣୀ ।ବେନି ବରଷ ଅନ୍ତରେ ହେଲା ଯେଉଁ କଥାବୃଷଭାନୁର ନନ୍ଦିନୀ ରାଧିକା ବ୍ୟବସ୍ଥା ।ତାହାଙ୍କର ସଖୀ ଯେ ଅଟନ୍ତି ଅଷ୍ଟକନ୍ୟାସମସ୍ତେ ହିଁ ବାଳିକା ସେ ଅଟନ୍ତି ଅଙ୍ଗନା ।କୁଲା ଟୋକେଇ ଘେନିଣ ସେ ସକଳ ବାଳୀରୁଣ୍ଡ ହୋଇ ଯମୁନାକୁ ଯାନ୍ତି ବାଲି ଖେଳି ।ଏମନ୍ତ ପ୍ରକାରେ ତହିଁ ସେମାନେ ଖେଳନ୍ତିଖେଳୁ ଖେଳୁ ସମସ୍ତେ ହିଁ ହୁଳୁହୁଳି ଦ୍ୟନ୍ତି ।ଆମ୍ଭର ସଖା ଅଟନ୍ତି ଆଠୋଟି ବାଳକପୂର୍ବ ଜନ୍ମରୁ ସେମାନେ ଅଟନ୍ତି ସେବକ ।ସେମାନେ ଜନ୍ମ ଲଭିଲେ ରଙ୍ଗା ଅବତାରେଆମ୍ଭର ସଖା ହେବାରୁ ଗୋପାଳ ରୂପରେ ।ଦାମ ସୁଦାମ ଆବର ବସୁଦେବ ମୂଳେକିଙ୍କିଣୀ ସୁବଳ ପୁଣି ବଳୀସେନ ତୁଲେ ।ଏ ଆଦି ଆଠୋଟି ସଖା ଆମ୍ଭର ଅଟନ୍ତିଶୁଣ ତୁମ୍ଭେ ଏକମନେ ଭୀଷ୍ମକ ଦୁହିତୀ ।ଦଇବ ବଶେ ରାଧିକା ସର୍ବ ସଖୀ ଘେନିଯମୁନାନଦୀ କୂଳକୁ ଯାଆନ୍ତି ତରୁଣୀ ।ଯମୁନାର କୂଳେ ଯାଇ ମିଳି ସର୍ବ ଗୋଈବାଲୁକାର ଲିଙ୍ଗମାନ ତୋଳିଲେକ ତହିଁ ।ନାନାବିଧ ପରକାରେ ଘରମାନ କଲେବଖୁରି ବଖୁରି କରି ସବୁ ନିର୍ମାଣିଲେ ।ନାନାବର୍ଣ୍ଣ କରିଣ ସେ କଲେ ଗୃହମାନଏ ଘରକୁ ସେ ଘରର ଦ୍ୱାର କଲେ ପୁଣ ।ଧୂଳି ଭାତ ଧୂଳି ପିଠା କଲେକ ଭିଆଣଏ ପ୍ରକାରେ ନାନାଖେଳ ରଚିଲେକ ଜାଣ ।ସୁବର୍ଣ୍ଣର କଣ୍ଢେଇ ଯେ ସର୍ବେ କରିଥିଲେବର କନ୍ୟା କରି ତହିଁ ବିଭା କରାଇଲେ ।ଅଷ୍ଟସଖା ଘେନି କୁଞ୍ଜବନେ ଖେଳୁଥିଲୁଁହୁଳୁହୁଳି ଶବ୍ଦ ଶୁଣି ସେହିଠାକୁ ଗଲୁଁ ।ଗେଲ ଗେଲ ହୋଇଣ ମିଳିଲୁ ତହିଁ ପାଶେଶରଧା କରିଣ ଆମ୍ଭେ ଦେଖିଲୁଁ ହରଷେ ।ବାଲିର ବେଦୀରେ ବର କନ୍ୟା ବସାଇଧୂଳି ଦୂର୍ବାକ୍ଷତରେ ସେ ବନ୍ଦାନ୍ତି ତାଙ୍କୁ ହିଁ ।କୁମାରୀଏ ଏସନକ ଖେଳି ତୋଷଚିତ୍ତେଆମ୍ଭଙ୍କୁ ସେ ଦେଖିଣ ଭାଳନ୍ତି ହୃଦଗତେ ।ମିଛିକା ଘରେ ତୁମ୍ଭେ ଗୋ ସଖି ଦେଖ କିନାସତିକା କୁଣିଆ ଆସି ମିଳିଲେଟି ସିନା ।ରାଧିକା ମୁଖରେ ଯେଣୁ ଏସନକ ଭଣିଶୁଣିଣ ହସିଲେ ତହୁଁ ସର୍ବ ସଖି ଶୁଣି ।ଅଷ୍ଟସଖାଙ୍କୁ ଘେନିଣ ତାହାଙ୍କର ଘରଶ୍ରଦ୍ଧା ଭାବରେ ଭାଙ୍ଗିଲୁ ଆମ୍ଭେ ଧାତିକାର ।ଖେଳଘର ଭାଙ୍ଗନ୍ତେଣ କନ୍ୟା କୋପ କଲେନାନା କଥା କହି ସେ ଆମ୍ଭଙ୍କୁ ଗାଳିଦେଲେ ।ବୋଇଲେ ଗୋପାଳେ ତୁମ୍ଭେ ଅଟ ବଡ଼ ମନ୍ଦଅକାରଣେ ଆମ୍ଭସଙ୍ଗେ କରୁଅଛ ଦ୍ୱନ୍ଦ୍ୱ ।ପୁଣି ରାଗରେ ସେମାନେ ଦଉଡ଼ି ଆସିଲେଆମ୍ଭର କାଛାପଣନ୍ତେ ଆମ୍ଭଙ୍କୁ ବାନ୍ଧିଲେ ।ବୃଷଭାନୁ ନବରକୁ ନେଉଥିଲେ ଧରିତାହାଙ୍କର ଆମ୍ଭର ଯେ ବହୁ ହେଲା କଳି ।ରାଧିକା ବୋଲେ ଆମ୍ଭର ଘର ଦିଅ ତୋଳି ।ନୋହିଲେ ଆଜି ତୁମ୍ଭଙ୍କୁ ନେବଇଁ ଯେ ଧରି ।ପିତାଙ୍କ ଛାମୁରେ କହି ଦେବଇଁ ଗଞ୍ଜଣାକିପାଁ ତୁମ୍ଭେ ଭାଙ୍ଗିଦେଲ ଆମର ଖେଳନା ।ଏମନ୍ତେ ଯମୂନା କୂଳେ ବହୁ କଳି ହେଲାକେବେହେଁ ଆମ୍ଭଙ୍କୁ ସେହୁ ଛାଡ଼ିତ ନ ଦେଲା ।ଦଇବେ ବଶେ ନାରଦ ଶୂନ୍ୟେ ଯାଉଥିଲେଆମ୍ଭର କଳିଠାବରେ ଯାଇଣ ମିଳିଲେ ।ଆମ୍ଭଠାରୁ ସବୁକଥାମାନ ସେ ଶୁଣିଲେସଖୀମାନଙ୍କୁ ଡାକିଣ ଏମନ୍ତ କହିଲେ ।ଆମ୍ଭର ବୋଲ ଯଦ୍ୟପି କରିବ କୁମାରୀକାଛପଣନ୍ତ କୃଷ୍ଣର ହାତୁ ଦିଅ ଛାଡ଼ି ।ଯେବେ ତୁମ୍ଭ ଖେଳଘର ଭାଙ୍ଗି ଦେଲେ ପୋଏଆମ୍ଭେ ସେ ଘର ବନାଇ ଦେବାକ ଉପାୟେ ।ପୂର୍ବେ ଯେଉଁ ପରକାର ହୋଇଥିଲା ଘରସେହି ପରକାରେ ଆମ୍ଭେ ତୋଳାଇବା ପୁର ।ଏଥକୁ କଳି କିପାଇଁ କରୁଅଛ ମାୟେବାଲିଘର ପାଇଁ ଦୁଃଖ କରିବାର ନୁହେଁ ।ଏତେ କହି ନାରଦ କନ୍ୟାଙ୍କୁ ପ୍ରବୋଧିଲେନାନାବିଧ ପରକାରେ ସେ ବେଦୀ ମଣ୍ଡିଲେ ।ମୁନିବର ରାଧାଙ୍କୁ ରାଇଣ ସନ୍ନିଧାନଗୋପନ ଭାବେ ତାହାଙ୍କୁ କହନ୍ତି ବଚନ ।ଆଗୋ ରାଧା ତୁମ୍ଭ ସଙ୍ଗେ କୃଷ୍ଣେ ବିଭାଦେବାତିନିଭୁବନ ମଧ୍ୟରେ ପାଇବାକ ଶୋଭା ।ତୋହର ରୂପକୁ କୃଷ୍ଣ ଅନୁରୂପ ପତିଜନ୍ମେ ଜନ୍ମେ ତୋର ନିଜ କାନ୍ତ ଏ ଅଟନ୍ତି ।ସେ ଅଟନ୍ତି ନାରାୟଣ ତୁହି ତ କମଳାଅବତୀର୍ଣ୍ଣ ହୋଇଅଛ କରିବାକୁ ଲୀଳା ।ନାରଦ ବଚନ ପୂର୍ବ କଥା ମନେ ହେଲାହେଉ ହେଉ ବୋଲି ରାଧା ସନମତ କଲା ।ନାରଦ ବଚନେ କେହୁ ମେଣ୍ଟେ ଦେହବହିବ୍ରହ୍ମାର ନନ୍ଦନ ସବୁ ପାରନ୍ତି ଭିଆଇ ।ତହୁଁ ଆମ୍ଭଙ୍କୁ ବୋଇଲେ ଶୁଣ ଚକ୍ରଧରରାଧା ସଙ୍ଗେ କରାଇବୁ ବିଭାର ବେଭାର ।ତୁମ୍ଭ ଅଷ୍ଟ ସଖାୟେ ଅଟନ୍ତି ବର ଜାତିଏହାଙ୍କର ଅଷ୍ଟ ସଖୀ ହ୍ୱନ୍ତୁ କନ୍ୟାଜାତି ।ଏତେ ବୋଲି ନାରଦ ସମ୍ମତ କରାଇଲେବିଭାଘର ବିଦାନ ସକଳ ଭିଆଇଲେ ।ନାରଦ ବରବେଶ ଯେ ଆମ୍ଭଙ୍କୁ କରାଇଫୁଲ ମୁକୁଟ ଶିରରେ ବାନ୍ଧିଲେକ ନେଇ ।ବରକନ୍ୟା ବେଶେ ବେଦୀପରେ ବସାଇଲେଗନ୍ଧର୍ବ ବେଦ ବିଧାନେ ବାକ୍ୟ ଉଚ୍ଚାରିଲେ ।ଦେଶ କାଳ ବାକ୍ୟରେ ସେ କଲେ ବିଭାଘରରାଧାକୃଷ୍ଣଙ୍କର ବିଭା କଲେ ମୁନିବର ।ପର୍ବ ମୁଖରେ ବସିଲୁଁ ବେଦୀପରେ ଯାଇପଶ୍ଚିମକୁ ମୁଖ କରି ରାଧାଙ୍କୁ ବସାଇ ।ବରୁଣର ପୂଜା ସେହି ସାରିଲେ ତକ୍ଷଣେଦୁହିଁଙ୍କର ହସ୍ତକୁ ସେ ବାନ୍ଧିଲେ ଯତନେ ।ଗନ୍ଧର୍ବ ବିଧାନେ ମୁନି ବିଭା କରାଇଲେଅବିବାହୀ କନ୍ୟା ତହୁଁ ଗ୍ରନ୍ଥିଫେଇ ଦେଲେ ।ଧୂଳିର ଚାଉଳ ଧୂଳି ଦୁର୍ବା ଶିରେ ଦେଇଆନନ୍ଦରେ ବରକନ୍ୟା ବସାଇଲେ ନେଇ ।ସ୍ୱର୍ଗର କନ୍ୟା ସକଳ ଆନନ୍ଦେ ଦେଖନ୍ତିଦୁହିଁଙ୍କର ମସ୍ତକରେ ଅକ୍ଷତ ବର୍ଷନ୍ତି ।ଗୋପପୁର ଲୋକ ଏହା ନ ଜାଣନ୍ତି କେହିନନ୍ଦ ଯଶୋଦାକୁ ମଧ୍ୟ ଏହା ଜଣା ନାହିଁ ।ବୃଷଭାନୁ ରାଜା ତାହା କେମନ୍ତେ ଜାଣିବଦଇବ ପୁରୁଷ ଯାହା କରିଅଛି ଭାବ ।ବିବାହ କରାଇ ମୁନି ଅନ୍ତର୍ଦ୍ଧାନ ହେଲେଅମର ପୁରରେ ଯାଇ ପ୍ରବେଶ ହୋଇଲେ ।ବ୍ରହ୍ମାଙ୍କଠାରେ କହିଲେ ସମସ୍ତ ବିଧାନମଞ୍ଚେ ରାଧା କୃଷ୍ଣଙ୍କୁ ଯେ ବିଭା ଦେଲୁ ଜାଣ ।ବ୍ରହ୍ମାଦି ଦେବ ଶୁଣିଣ ସନ୍ତୋଷ ଲଭିଲେଏବେ କଂସ ରାଜା ନିଶ୍ଚେଁ ମରିବ ବୋଇଲେ ।ଅଷ୍ଟସଖୀ ଘେନି ରାଧା ଗୃହେ ପ୍ରବେଶିଲେମନ ମଧ୍ୟରେ ବିଶେଷ ଆନନ୍ଦ ଲଭିଲେ ।ନନ୍ଦ ମନ୍ଦିରକୁ ଆମ୍ଭେ ବେଗେ ଗଲୁ ଚଳିଏହି କଥା ନ ପାରିଲେ କେହି ହେଜିକରି ।ଦଇବୀ ମାୟାରେ ସର୍ବେ ମୋହିତ ହୋଇଲେରାଧାକୃଷ୍ଣ ବିଭା କଥା କେହି ନ ଜାଣିଲେକେହି ନ ଜାଣନ୍ତି ଖେଳ କଉତୁକ କଥାପିତାର ଗୃହେ ରହିଲେ ରାଧିକା ବନିତା ।ଶୁଣିଲଟିକି ଗୋ ସଖୀ ରାଧା ବିଭା ବାଣୀବିବାହ ହୋଇଲେ ବୃଷଭାନୁର ନନ୍ଦିନୀ ।ଗୋପନୀୟ କଥା ଯେ କହିଲୁ ତୁମ୍ଭ ଆଗେଦେବଗଣ ଏହି କଥା ନ ଜାଣନ୍ତି ହାଦେ ।ରୁକ୍ମିଣୀ ଶୁଣିଣ ମନେ ଆନନ୍ଦ ଲଭିଲେଗୋବିନ୍ଦଙ୍କର ମୁଖକୁ ତୋଳି ନ ଚାହିଁଲେ ।ଶୁଣିଲଟିକ ହେ ପରୀକ୍ଷିତ ନୃପବରହରିବଂଶର ଚରିତ ଅମୃତ ଆଧାର ।ରୂକ୍ମିଣୀଙ୍କ ମନ ଭାବ ଜାଣି ଭାବଗ୍ରାହୀହସିଣ କହନ୍ତି ସେହୁ ତତପର ହୋଇ ।ତୁମ୍ଭେମାନେ ମନଦୁଃଖ ନ କର ଗୋ ସହିକଥାର ପ୍ରସ୍ତାବେ ସବୁ କଥା କହିଲଇଁ ।ତୁମ୍ଭେ ପଚାରନ୍ତେ ଆମ୍ଭେ କହିଲୁ ଶ୍ରଦ୍ଧାରେଏ କଥାରେ ଦୁଃଖ କେଭେ ନ କର ହୃଦରେ ।ମାୟାଧର ପୁରୁଷ ଯେ ଉପାୟେ ରଚିଲେବିଚିତ୍ର କଥା କହିଣ ତାହାଙ୍କୁ ମୋହିଲେ ।ଏହିରୂପେ କିଛିଦିନ ତହୁଁ ବହିଗଲାସତ୍ୟଭାମା ରୁକ୍ମିଣୀଙ୍କ ଶରଧା ବଳିଲା ।ଦିନେ କୃଷ୍ଣ ବସିଛନ୍ତି ରତ୍ନ ସିଂହାସନେସତ୍ୟଭାମା ରୂକ୍ମିଣୀ ମିଳିଲେ ସନ୍ନିଧାନେ ।ଟହ ଟହ ହୋଇଣ ହସିଲେ ଚକ୍ରଧରହସ୍ତଧରି ସେମାନଙ୍କୁ ବସାନ୍ତି ପାଖର ।ହାସ୍ୟ ପରିହାସ କଲେ ନାନା କୁତୂହଳେରୁକ୍ମଣୀ ସତ୍ୟଭାମାର ପଡ଼ିଲା ମନରେ ।ସତ୍ୟଭାମା ବୋଲନ୍ତି ଶୁଣ ହେ ନାରାୟଣକଥାଏ ପୁଚ୍ଛିବୁଁ ଆମ୍ଭେ ସାବଧାନେ ଶୁଣ ।ଗୋପର ଚରିତମାନ କହିଲ ଗୋସାଇଁଶୁଣିକରି ସନ୍ତୋଷ ହୋଇଲା ଆମ୍ଭଦେହୀ ।କଥାଏ ପଚାରିବାକୁ ଅଛଇ ମନରତାହା ଶୁଣିଲେ ସନ୍ଦେହ ଯିବଟି ଆମ୍ଭର ।ବସୁଦେବ ଦେବକୀ ତ ତୁମ୍ଭ ଜନ୍ମଦାତାନନ୍ଦ ଯଶୋଦା କିପାଇଁ ହେଲେ ପିତାମାତା ।ପୂର୍ବଜନ୍ମରେ ସେ କେଉଁ ତପ କରିଥିଲେବାଳକାଳରେ ତୁମ୍ଭର ଆର୍ଦୋଳି ସହିଲେ ।ବସୁଦେବ ଦେବକୀ ଏ ପୂର୍ବେ କରି କିସଗର୍ଭରୁ ଜନମ କଲେ ଅନାଦି ପୁରୁଷ ।ଏ କଥାମାନ ବିସ୍ତାରି କହ ଦାମୋଦରଶୁଣିଲେ ସଂଶୟ ଗ୍ରନ୍ଥି ଫିଟିବ ଆମ୍ଭର ।ବସୁଦେବ ଦେବକୀର ଚରିତ କହିବସେ କଥା ଶୁଣିଲେ ମନେ ଆନନ୍ଦ ଜନ୍ମିବ ।ସେହିଦିନ ଆମ୍ଭର ତ ମନେ ନ ପଡ଼ିଲାଏବେ ସେହି ସବୁ କଥା କହ ନନ୍ଦବଳା ।ଏହା ଶୁଣିଣ ବୋଇଲେ ପ୍ରଭୁ ନାରାୟଣଅତି ଗୁପତ ଏ କଥା ପଚାରିଲ ଜାଣ ।ମୁନି ଋଷିମାନେ ଏହା ନ ଜାଣନ୍ତି କେହିକହିବା ତୁମ୍ଭଙ୍କୁ ଆମ୍ଭେ ନ କହିବ କାହିଁ ।ତ୍ରେତୟାଯୁଗରେ ପୁଣି ରାମ ଅବତାରେବିଷ୍ଣୁ ଜନମ ଲଭିଲେ ଦଶରଥ ଘରେ ।ଦଶରଥ ରାଜାଙ୍କର ହେଲେ ଚାରିପୁତ୍ରଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ।ପିତା ବୋଲେ ରାମଚନ୍ଦ୍ର ବନବାସ ଗଲେଗୋଦାବରୀ ତୀରେ ଗୃହ କରିଣ ରହିଲେ ।ପଞ୍ଚବଟୀ ବନ ଅଟେ ଅଗମ୍ୟ ଅରଣ୍ୟସେ ବନରେ ବାସ କରି ରହିଲେ ଶ୍ରୀରାମ ।ରାବଣ ସେହି ବନରୁ ସୀତା ହରି ନେଲାଲଙ୍କାଗଡ଼ରେ ଯାଇଣ ନିଶ୍ଚନ୍ତେ ରହିଲା ।ବିଚିତ୍ର ମାୟାମୃଗେକ ଯେଣୁ ସେ ଦେଖିଲେତାହାକୁ ମାରିବା ପାଇଁ ରାମଚନ୍ଦ୍ର ଗଲେ ।କନକ ମୃଗକୁ ମାରି ଆସି ରଘୁବୀରତ୍ୱରିତ ମିଳିଲେ ପର୍ଣ୍ଣକୁଟୀର ଦୁଆର ।ଦେଖିଲେ ପର୍ଣ୍ଣକୁଟୀରେ ସୀତା ଦେବୀ ନାହିଁବହୁତ ବିକଳ ତହୁଁ ହେଲେ ରଘୁସାଇଁ ।ହା ସୀତା ହା ସୀତା ବୋଲି ଅନେକ କାନ୍ଦିଲେଗୋଦାବରୀର କୂଳରୁ ବାହାର ହୋଇଲେ ।ପମ୍ପାସର କୁଳେ ମିଳିଲେକ ରାମରାହୁକ୍ଷୁଧା ଅନଳେ ବିକଳ ହେଲେ କହୁ କହୁ ।ଖଣ୍ଡେଦୂରେ ଦେଖିଲେ ସେ ଗୋଗୋଷ୍ଠେକ ଅଛିଦୁଧ ମାଗି ଆଣିବାକୁ ବୋଇଲେ ଝଟତି ।ତକ୍ଷଣେ ଲକ୍ଷ୍ମଣ ବୀର ବେଗେ ଚଳିଗଲାଗଉଡ଼ମାନଙ୍କୁ ଦୁଧ ମନ୍ଦାଏ ମାଗିଲା ।ଲକ୍ଷ୍ମଣ ମାଗୁଁ ସେମାନେ କେବେହେଁ ନ ଦ୍ୟନ୍ତିଉନମତ୍ତେ ଏଣେତେଣେ ଯାଇଣ ବୁଲନ୍ତି ।ଲକ୍ଷ୍ମଣ ବୋଇଲେ ମୋତେ ନ ଦିଅ ମାଗଣାମୁଦି ବନ୍ଧା ନେଇ ତୁମ୍ଭେ ଦୁଧ ଦିଅ କିନା ।ଲକ୍ଷ୍ମଣ ବୋଲ ସେମାନେ କେଭେ ନ ଶୁଣିଲେତାହାଙ୍କ ପଛେ ଲକ୍ଷ୍ମଣ ଗୋଡ଼ାଇ ମାଗିଲେ ।ମୂର୍ଖ ଗୋପାଳମାନେ ତ କିଛି ନ ଜାଣନ୍ତିବନରେ ଥାଇଣ ଭଲ ମନ୍ଦ ନ ଭାବନ୍ତି ।ଏମନ୍ତ ଦେଖି ଲକ୍ଷ୍ମଣ କୁପିତ ହୋଇଲେଗାଈ ଦୁଧ ରକ୍ତ ହେଉ ଅଭିଶାପ ଦେଲେ ।ଦୁହିଁଲାରୁ ଦୁଧ ସବୁ ହେଲା ରକ୍ତମୟଅଭିଶାପ ଦେଲେ ତାଙ୍କୁ ଦଶରଥ ପୁଅ ।ଶାପ ଦେଇ ସଉମିତ୍ରୀ ଆସନ୍ତେ ଲେଉଟିଦେଖିଲେ ରକତ ହୋଇଅଛି କ୍ଷୀର ପୁଟି ।ଗାଈମାନଙ୍କର ଦୁଧ ଶୋଣିତ ଦଶିଲାଦେଖିଣ ଗୋପାଳଙ୍କର ଜ୍ଞାନ ଧ୍ୱଂସ ହେଲା ।ଧାଇଁ ଧାଇଁ ଶ୍ରୀରାମଙ୍କ ଛାମୁରେ ମିଳିଲେଶିରେ କର ଦେଇ ପାଦପଦ୍ମରେ ଶୋଇଲେବୋଇଲେ ହୋ ଗୋସାଇଁ ଆମ୍ଭଙ୍କୁ ରକ୍ଷାକରଅନାଥ ହୋଇଣ ଆମ୍ଭେ ମରିବୁଁ ଏଥର ।ଅରଣ୍ୟରେ ଗଉଡ଼ ଆମ୍ଭର କିସ ବୁଦ୍ଧିତୁମ୍ଭେ ମହାପ୍ରଭୁ ଅଟ କରୁଣା ବାରିଧି ।ଅନେକ ବିକଳ ଯହୁଁ ହୋଇଲେ ଗୋପାଳେଦୟାନିଧି ଶ୍ରୀରାମ ତାହାଙ୍କୁ ଦୟା କଲେ ।ଶ୍ରୀରାମ ବୋଇଲେ ଦୁଧ ହେବ ଶ୍ୱେତବର୍ଣ୍ଣଦୁଧ ଦୁହିଁ ଗୋପାଳେ ହୋଇଲେ ହର୍ଷମନ ।ଧାଇଁ ଆସିଣ ସେମାନେ ରାମଙ୍କୁ କହିଲେତୁମ୍ଭର ଆଜ୍ଞାରେ ଗାଈ ଭଲ ଦୁଧ ଦେଲେ ।ବିନୟ ଭାବରେ ଆମ୍ଭେ କହୁଛୁଁ କଥାଏକିଛି ଦୁଧ ତୁମ୍ଭଙ୍କୁ ଯେ ଦେବୁ ମହାରାୟେ ।ବେଗ ହୋଇ ଗାଈଙ୍କର ଦୁଧ ଘେନିଗଲେଦୁଧଭାର ରାମଙ୍କର ଛାମୁରେ ଥୋଇଲେ ।ପାଦ ଧୋଇଣ ଶ୍ରୀରାମ ପାନ କଲେ ତାହାତାହାଙ୍କ ପାଖରୁ ଚଳିଗଲେ ରଘୁନାହା ।ଓଳଗି ହୋଇଣ ତହୁଁ ସର୍ବେ ବାହୁଡ଼ିଲେଆପଣା ଗୋଷ୍ଠରେ ଯାଇ ପ୍ରବେଶ ହୋଇଲେ ।ତା ମଧ୍ୟରୁ ଗୋପାଳେକ ମନେ ବିଚାରିଲାରାମଙ୍କ ପଛରେ ତହୁଁ ଗୋଡ଼ାଇ ଚଳିଲା ।ଥୋକାଏ ଦୁର ଗୋଡ଼ାଇ ଅଇଲାକ ଯହୁଁଗଉଡ଼କୁ ଚାହିଁଣ ବୋଲନ୍ତି ରାମରାହୁ ।ଆରେ ଗୋପାଳ କିପାଇଁ ଗୋଡ଼ାଇଛୁ ତୁହିପୟଦାନ କରିଣ ତୋଷିଲୁ ଆମ୍ଭ ଦେହି ।କିସ କାର୍ଯ୍ୟ ଆଉ ତୋର ଅଛି ଆମ୍ଭଠାରେନ କହିଣ କାହିଁ ପାଇଁ ଗୋଡ଼ାଉ ପଛରେ ।ସେ ବୋଇଲା କହିବାକୁ ଭୟ ଲାଗୁଅଛିନ କହି ଯିବାକୁ ମନ ନୁହଇ ମୁରୁଛି ।ଏତେ କହି ଶ୍ରୀରାମଙ୍କ ଚରଣେ ନମିଲାଅପୁତ୍ରିକ ଦୋଷୂ ମୋର ପିଣ୍ଡ ଲୋପ ହେଲା ।ତୁମ୍ଭ ବଚନେ ରୁଧିର ହେଲା ଗାଈ କ୍ଷୀରଏଣୁ ବିଚାରୁଛି ତୁମ୍ଭେ ପୁତ୍ର ଦେଇପାର ।ଏହି ବର ମୋତେ ଦେବ ଆହେ ରଘୁରାଣତେବେ କୃତାର୍ଥ ମୋହର ହେବ ପଞ୍ଚପ୍ରାଣ ।ଗୋପାଳ ମୁଖରୁ ପ୍ରଭୁ ଏସନକ ଶୁଣିମୃଦୁ ମୃଦୁ ହସିଣ କହନ୍ତି ରଘୁମଣି ।ଏ ଜନ୍ମରେ ପୁତ୍ର ପ୍ରାପ୍ତ ହେବୁ ନାହିଁ ତୁହିଦ୍ୱାପରେ ହୋଇବୁଁ ଆମ୍ଭେ ତୋହର ତନୟି ।ଆମ୍ଭର ଏ ବଚନକୁ ଦୃଢ଼ ମଣିଥିବୁଏହି ଦେହେ ଯାଇଣ ତୁ ବୈକୁଣ୍ଠେ ବସିବୁ ।ଦ୍ୱାପର ଯୁଗରେ ନନ୍ଦ ଗୋପାଳ ତୁ ହୋଇଗୋପ ନଗର ମଧ୍ୟରେ ଥିବୁ ଦେହ ବହି ।ସବୁ ଗୋପାଳମାନଙ୍କ ପରେ ହେବୁ ରାଜାସର୍ବ ଗୋପାଳେ କରିବେ ତୋର ପାଦପୂଜା ।କଂସ ପାଇଁ ମଥୁରାରେ ଆମ୍ଭେ ଜନ୍ମ ହେବୁଁଅଷ୍ଟ ବରଷ ପର୍ଯ୍ୟନ୍ତ ଗୋପରେ ବଢ଼ିବୁ ।ବସୁଦେବ ମୋତେ ନେଇ ତୋ ଘରେ ଥୋଇବପ୍ରାଣତୁଲ୍ୟ କରି ତୁମ୍ଭେ ଆମ୍ଭଙ୍କୁ ପାଳିବ ।ତେବେ ସିନା ତୁମ୍ଭ କ୍ଷୀର ଋଣକୁ ଶୁଝିବୁନୋହିଲେ ତୁମ୍ଭର ଆମ୍ଭେ ଋଣୀ ହୋଇଥିବୁଁ ।ଏତେକ କହିଣ ରାମ ତାକୁ ପ୍ରବୋଧିଲେଆପେ ଧନୁଶର ଧରି ତହୁଁ ବାହୁଡ଼ିଲେ ।ଗୋପାଳ ପ୍ରବେଶ ହେଲା ଆପଣା ଗୋଷ୍ଠରଏରୂପେ ନନ୍ଦନ ଆମ୍ଭେ ହୋଇଛୁଁ କୁମର ।ବସୁଦେବ କଥା ମୋତେ ପଚାରିଲ ତୁମ୍ଭେଏକମନ ହୋଇ ଶୁଣ ବୁଝାଇବୁ ଆମ୍ଭେ ।ପୂର୍ବେ କଶ୍ୟପ ଅଦିତି ହୋଇଥିଲେ ଜାତରାମ ଅବତାର କଉଶଲ୍ୟା ଦଶରଥ ।ସେହି ଏବେ ବସୁଦେବ ଦେବକୀ ବୋଲାନ୍ତିଜନ୍ମେ ଜନ୍ମେ ଆମ୍ଭ ପିତା ମାତା ସେ ଅଟନ୍ତି ।ପୂର୍ବେ ଘୋର ତପ କରି ଆମ୍ଭଙ୍କୁ ସେ ଦୁହେଁତୋଷିବାରୁ ପୁତ୍ରରୂପେ ପାଇଲେ ଏ ଦେହେ ।ଗୁପ୍ତ କଥାମାନ ସଖି କହିଲୁ ତୋହରେତୁମ୍ଭେମାନେ କିଛି କଥା ନ ଧର ମନରେ ।ଏହା ଶୁଣିଣ ସେମାନେ ଚରଣେ ନମିଲେଅନେକ କହିଣ ପାଦେ ବିନୟୀ ହୋଇଲେ ।ଯେତେ ଅପରାଧ କଲୁ ତୁମ୍ଭେ କର କ୍ଷମାନିରନ୍ତର ଦାସୀ ଅଟୁଁ ଆମ୍ଭେମାନେ ସିନା ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ପ୍ରାଣସହିତୁମ୍ଭଠାରେ ଆମ୍ଭର ତ ମାୟା କିଛି ନାହିଁ ।ଏତେବୋଲି ଦୁହିଁଙ୍କି ସେ କୋଳାଗ୍ରତ କଲେଅନ୍ୟ ସ୍ତିରୀଙ୍କି କୋମଳ ବଚନ କହିଲେ ।ଶୁଣିଲଟିକି ହୋ ପରୀକ୍ଷତ ନୃପରାଣଏହା ଶୁଣିବାକୁ ତୁମ୍ଭେ ଅଟ ହୋ ଭାଜନ ।ଭାଗବତ ପୁରାଣ ଏ ପୁତ ଗଙ୍ଗାଜଳକର୍ଣ୍ଣରେ ଶୁଣିଲେ ଅଙ୍ଗ ହୁଅଇ ଶୀତଳ ।କୋଟିତୀର୍ଥ ସ୍ନାନ କଲେ ଯେତେ ଫଳ ପାଇହରିବଂଶ ଶୁଣି ପ୍ରାଣୀ ସେ ଫଳ ଲଭଇ ।ଅଧମ ଅରକ୍ଷ ଅଟେ ମୁଁ ଅଚ୍ୟୁତ ଦାସଏହା ଜାଣି ଦୟାକର ଆହେ ପୀତବାସ ।