ହାଜି ମହମ୍ମଦ ମୋସୀନ୍
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୬୪
- ସ୍ଥିତି
- ସାର୍ବଜନୀନ (Public domain)
ଏହି ପରୋପକାରୀ ମହାତ୍ମା ୧୭୩୨ ଖ୍ରୀଷ୍ଟାବ୍ଦରେ ବଙ୍ଗ ପ୍ରଦେଶର ହୁଗ୍ଲି ନଗରରେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତାଙ୍କର ପିତାମହ ପାରସ୍ୟ ଦେଶରୁ କରିଥିଲେ । ତାହାଙ୍କର ପିତାମହ ପାରସ୍ୟ ଦେଶରୁ ହୁଗ୍ଲିକୁ ଆସି ସେଠାରେ ଏବଂ ମୁର୍ଶିଦାବାଦ ନଗରରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ଏବଂ ତହାଙ୍କର ପିତା ହାଜି ପୈଜୁଲ୍ଲା ମଧ୍ୟ ଉଭୟ ସ୍ଥାନରେ ବାଣିଜ୍ୟ-ବ୍ୟବସାୟ ଦ୍ୱାରା ବହୁ ସମ୍ପଦ ଉପାର୍ଜ୍ଜନ କରିଥିଲେ । କାଳକ୍ରମେ ହାଜି ପୈଜୁଲ୍ଲା ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇ ଦରିଦ୍ର ହୋଇଗଲେ ଏବଂ ସାମାନ୍ୟ ପ୍ରକାର ବାଣିଜ୍ୟ କାର୍ଯ୍ୟଦ୍ୱାରା ଜୀବିକା ଅର୍ଜନକରି ଦିନାତିପାତ କରିବାକୁ ଲାଗିଲେ ।
ଆଗା ମୋତାହର ନାମକ ଆଉ ଜଣେ ପାରସ୍ୟବାସୀ କିଛିକାଳ ସମ୍ରାଟ୍ ଆଉରଙ୍ଗଦେବଙ୍କ ଅଧୀନରେ କାର୍ଯ୍ୟ କରି ତାଙ୍କର ପ୍ରିୟପାତ୍ର ହୋଇଥିଲେ । ବାଦଶାହ ତାଙ୍କୁ ବଙ୍ଗଦେଶର ବିସ୍ତୀର୍ଣ୍ଣ ଭୂ-ସମ୍ପତ୍ତି ଜାୟଗିରି ରୂପେ ପ୍ରଦାନ କରିବାରୁ, ସେ ସମ୍ପତ୍ତିର ରକ୍ଷଣାବେକ୍ଷଣ ନିମିତ୍ତ ହୁଗ୍ଲିକୁ ଆସି ସେହିଠାରେ ବାସ କରିବାକୁ ଲାଗିଲେ । ମନ୍ନୂଜାନ୍ ନାମରେ ତାହାଙ୍କର ଏକମାତ୍ର କନ୍ୟା ଥିଲେ । ସେ ସେହି କନ୍ୟାକୁ ଅତିଶୟ ସ୍ନେହ କରୁଥିଲେ । ମୃତ୍ୟୁର କିଛିଦିନ ପୂର୍ବେ ମୋତାହର ଦୁହିତାଙ୍କୁ ଗୋଟିଏ ବୃହତ୍ ସ୍ୱର୍ଣ୍ଣପଦକ ବା ତାବିଜ ଦେଇ କହିଲେ, ମୋର ମୃତ୍ୟୁପରେ ଏହି ତାବିଜକୁ ଫିଟାଇ ଦେଖିବ; ସେଥିପୂର୍ବେ ତାହାକୁ ଫିଟାଇବ ନାହିଁ । ମୃତ୍ୟୁପରେ ତାବିଜକୁ ଫିଟାଇବାରୁ ଦେଖାଗଲା ଯେ, ସେଥିମଧ୍ୟରେ ଖଣ୍ଡେ ଦାନପତ୍ର ଅଛି ଏବଂ ଉକ୍ତ ଦାନପତ୍ରଦ୍ୱାରା ସେ ତାଙ୍କର ସମସ୍ତ ସମ୍ପତ୍ତି ପ୍ରାଣସମା ଦୁହିତାଙ୍କୁ ଦାନ କରିଅଛନ୍ତି । ତାଙ୍କର ବିଧବାପତ୍ନୀ ସମସ୍ତ ସମ୍ପତ୍ତିରୁ ବଞ୍ଚିତହୋଇ ପୂର୍ବକଥିତ ହାଜ ଫୈଜୁଲ୍ଲାଙ୍କୁ ବିବାହ କଲେ । ହାଜି ମହମ୍ମଦ ମୋସୀନ୍ ଏହି ବିବାହରୁ ଜାତ ଏକମାତ୍ର ସନ୍ତାନ ।
ମହମ୍ମଦ ମୋସୀନ୍ ଏବଂ ମନ୍ନୂଜାନ୍ ଏକ ମାତାଙ୍କ ଗର୍ଭରୁ ପ୍ରସୂତ ହୋଇଥିବାରୁ ପରସ୍ପର ସମ୍ବନ୍ଧରେ ଭାଇ-ଭଗିନୀ ଥିଲେ । ଉଭୟଙ୍କର ପରସ୍ପର ସମ୍ବନ୍ଧରେ ଭାଇ-ଭଗିନୀ ଥିଲେ-। ଉଭୟଙ୍କର ପରସ୍ପର ପ୍ରତି ପ୍ରଗାଢ ସ୍ନେହ ଥିଲା ଏବଂ ଉଭୟେ ଏକ ଶିକ୍ଷକଙ୍କ ନିକଟରେ ଆରବୀ ଓ ପାର୍ଶୀ ଭାଷା ଶିକ୍ଷା କରିଥିଲେ । ହୁଗ୍ଲିରେ କେତେକ ବର୍ଷ ଅଧ୍ୟୟନ କରି ମହମ୍ମଦ ମୋସୀନ୍ ମୁର୍ଶିଦାବାଦର ବିଖ୍ୟାତ ମଦ୍ରାସାରେ କୋରାନ୍ ଓ ଅନ୍ୟାନ୍ୟ ଶାସ୍ତ୍ର ଅଧ୍ୟୟନ କଲେ । ହୁଗ୍ଲିକୁ ପ୍ରତ୍ୟାବର୍ତ୍ତନ କରି ଦେଖିଲେ ଯେ, କେତେଗୁଡ଼ିଏ ଦୁଷ୍ଟ ଲୋକ ତାହାଙ୍କର ଭଗିନୀ ମନ୍ନୂଜାନ୍ଙ୍କର ବୁଦ୍ଧି-କୌଶଳରେ ଉକ୍ତ ଷଡ଼ଯନ୍ତ୍ର ବ୍ୟର୍ଥ ହୋଇଗଲା । ମୋସୀନ୍ ଅବିବାହିତ ଥିଲେ-। ଏହି ଘଟଣା ପରେ ତାଙ୍କ ହୃଦୟରେ ବୈରାଗ୍ୟଭାବ ଉଦିତ ହେବାରୁ ସେ ଦେଶଭ୍ରମଣାର୍ଥ ବାହାରି ପ୍ରଥମେ ଭାରତବର୍ଷର ନାନା ସ୍ଥାନ ଦର୍ଶନକରି ପରେ ଆରବ, ପାରସ୍ୟ, ତୁରସ୍କ, ମିଶର ପ୍ରଭୃତି ନାନାଦେଶରେ ଭ୍ରମଣ କରି ୨୭ ବର୍ଷ କାଳ ଅତିବାହିତ କଲେ । ସେକାଳରେ ଦେଶଭ୍ରମଣ ନିତାନ୍ତ ବିପଜ୍ଜନକ ଥିଲା ।
ସେତେବେଳେ ରେଳଗାଡ଼ି ବା ବାଷ୍ପୀୟ ତରଣୀ ନ ଥିଲା ଏବଂ ନାନାସ୍ଥାନରେ ଦସ୍ୟୁମାନେ ପର୍ଥକର ଧନାପହରଣ ଓ ପ୍ରାଣନାଶ କରୁଥିଲେ । ମୋସୀନ୍ ଅନେକ ବିପଦରୁ ଉତ୍ତୀର୍ଣ୍ଣ ହୋଇ ମକ୍କା ଓ ମଦିନା ଦେଖିଥିବାରୁ ହାଜି ଉପାଧି ପାଇ ପ୍ରାୟ ଷାଠିଏ ବର୍ଷ ବୟସରେ ଭାରତବର୍ଷକୁ ବାହୁଡ଼ି ଆସି ଲଖ୍ନୋ ନଗରରେ ତାଙ୍କର ଧର୍ମନିଷ୍ଠା ଓ ପାଣ୍ଡିତ୍ୟ ନିମିତ୍ତ ନବାବ୍ଙ୍କଠାରୁ ବହୁ ସମ୍ମାନ ଲାଭକରି ସେଠାରେ ଅବସ୍ଥାନ କରୁଥିଲେ । ମୋସୀନ୍ ବିଦେଶରେ ଭ୍ରମଣ କରୁଥିବା ସମୟରେ ମନ୍ନୁ ଜାନ୍ ବିବାହ କରିଥିଲେ; କିନ୍ତୁ ତାହାଙ୍କର ହେଲେ ଏବଂ କିଛକାଳ ନିଜେ ସମ୍ପତ୍ତିର ତତ୍ତ୍ୱାବଧାନ କରି ରୁଗ୍ଣ ହୋଇପଡ଼ିବାରୁ ମୋସୀନ୍ଙ୍କ ହସ୍ତରେ ସମ୍ପତ୍ତି ରକ୍ଷଣାବେକ୍ଷଣର ଭାର ଦେବା ନିମିତ୍ତ ତାହାଙ୍କୁ ବାରମ୍ବାର ଅନୁରୋଧ କରି ଅଣାଇଲେ । ଅଳ୍ପ କାଳ ପରେ ମନ୍ନୁ ଜାନ୍ ପରଲୋକ ଗମନ କଲେ । ମୃତ୍ୟୁ ପୂର୍ବେ ସେ ସମୁଦାୟ ସମ୍ପତ୍ତି ମୋସୀନ୍ଙ୍କୁ ଦାନ କରିଥିଲେ । ଉକ୍ତ ସମ୍ପତ୍ତିର ବାର୍ଷିକ ଆୟ ପ୍ରାୟ ୫୦,୦୦୦ ଟଙ୍କା ଥିଲା ।
ମହମ୍ମଦ ମୋସୀନ୍ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ ସତ୍ୟ; କିନ୍ତୁ ତାହାଙ୍କର କିଛି ମାତ୍ର ଭୋଗସୁଖାସକ୍ତି ନ ଥିଲା । ସେ ଯେପରି ଜ୍ଞାନୀ, ସେହିପରି ଧର୍ମ୍ମପରାୟଣ ଓ ପରାର୍ଥପର ଥିଲେ । ତେଣୁ ସେ ନିଜ ସୁଖଭୋଗରେ ସମ୍ପତ୍ତିକୁ ନ ଲଗାଇ ମୃତ୍ୟୁପୂର୍ବରେ ତାହାକୁ ନାନା ସତ୍କାର୍ଯ୍ୟରେ ବ୍ୟୟ କରିବାର ବ୍ୟବସ୍ଥା କଲେ । ତାଙ୍କରି ସମ୍ପତ୍ତିର ଆୟରୁ ହୁଗ୍ଲିର ବିଖ୍ୟାତ କଲେଜ ପ୍ରତିଷ୍ଠତ ହୋଇ ବହୁବର୍ଷ ସେହି ଅର୍ଥ-ସାହାଯ୍ୟଦ୍ୱାରା ସୁରକ୍ଷିତ ହୋଇଥିଲା । ପରେ ସେହି ଟଙ୍କାରେ ମୋସୀନ୍-ବୃତ୍ତିନାମରେ ଅନେକ ବୃତ୍ତି ସ୍ଥାପତ ହେଲା ଏବଂ ତଦ୍ଦ୍ୱାରା ଅନେକାନେକ ମୁସଲମାନ ଛାତ୍ର ବଙ୍ଗପ୍ରଦେଶର ସ୍କୁଲ ଓ କଲେଜମାନଙ୍କରେ ନିର୍ଦ୍ଦିଷ୍ଟ ବେତନର ଏକତୃତୀୟାଂଶ ମାତ୍ର ଦେଇ ବିଦ୍ୟାଧ୍ୟୟନ କରିଆସୁଅଛନ୍ତି । ଏହା ଛଡ଼ା ଢାକା ପ୍ରଭୃତି କେତେକ ପ୍ରସିଦ୍ଧ ସ୍ଥଳରେ ମୋସୀନ୍ଙ୍କ ପ୍ରଦ୍ରାସାମାନ ସ୍ଥାପିତ ହୋଇଅଛି ଏବଂ ହୁଗ୍ଲିର ପ୍ରସିଦ୍ଧ ଧର୍ମମନ୍ଦିର ଇମାମ୍ବାଡ଼ା ରକ୍ଷିତ ହେଉଅଛି । ଇମାମ୍ବାଡ଼ା ଭଜନାଳୟରେ ସହସ୍ର ସହସ୍ର ମୁସଲମାନ ନମାଜ କରନ୍ତି । ତାହାର ପ୍ରାଚୀରମାନଙ୍କରେ କୋରାନ୍ର ଶ୍ଲୋକ ଏବଂ ମୋସୀନ୍ଙ୍କର ବିପୁଳ ଦାନକୀର୍ତ୍ତିର ବିବରଣୀ ଲିଖିତ ରହିଅଛି । ମହମ୍ମଦ ମୋସୀନ୍ ଜୀବିତ ଥିବା ସମୟରେ ଅତି ଗୋପନରେ ଶତ ଶତ ଦରିଦ୍ରର ଦୁଃଖ ମୋଚନ କରିଥିଲେ । ସେ ବଦାନ୍ୟତା ଓ ଧର୍ମ୍ମପରାୟଣତାଦ୍ୱାରା ଦେଶର ଏବଂ ମୁସଲମାନ ସମ୍ପ୍ରଦାୟର ମହାକଲ୍ୟାଣ ସାଧନ କରିଯାଇଅଛନ୍ତି । ମହମ୍ମଦ ମୋସୀନ୍ ୧୪୦୬ ଖ୍ରୀଷ୍ଟାବ୍ଦରେ ପରଲୋକ ଗମନ କରିଥିଲେ । ହୁଗ୍ଲି ନଗରରେ ତାଙ୍କ ଭଗିନୀ ମନ୍ନୁ ଜାନଙ୍କର ଏବଂ ତାହାଙ୍କର ସମାଧି ବିଦ୍ୟମାନ ରହିଅଛି ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ