ହ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୪
- ସ୍ଥିତି
- ସାର୍ବଜନୀନ (Public domain)
ହାତୀ ଚଢ଼ି ଭିକ୍ଷା ।ହାଟମଝିରେ ହାଣ୍ଡିଭଙ୍ଗା ।ହାତ ଅଳସେ ନିଶ ବଙ୍କା ।ହାତଦେଇ ହାତୀ ଠେଲିବା ନ୍ୟାୟ ।ହାତେ ପାଞ୍ଜି ମଙ୍ଗଳବାର ।ହାତେ ଶଙ୍ଖା ଦର୍ପଣ ଦେଖା ।ହାତେ ମାପି ଚାଖଣ୍ଡେ ଚାଲିବା ।ହାତୀ ମରି ପଡ଼ିଥିଲେ ପୁରୁଷେ ।ହାତୀ କାଦୁଅରେ ପଡ଼ିଲେ ବେଙ୍ଗ ଗୋଇଠା ମାରେ ।ହାତରେ ନ ମାରି ଭାତରେ ମାରିବା ।ହାଟୁଆ ହୁଡିଲେ ହାଟପାଳିଏ, ଚଷା ହୁଡ଼ିଲେ ବରଷେ ।ହଜିଲାବଳଦ ଖୋଜିଲାଠେଇଁ ।ହବାଚନ୍ଦ୍ର ରଜାଙ୍କର ଗବାଚନ୍ଦ୍ର ମନ୍ତ୍ରୀ ।ହାକିମ ଫେରେ ତ ହୁକୁମ ଫେରେ ନାହିଁ ।ହାତୀ କହେ ମୋର ଦୁଇ ଦାନ୍ତ, ଘୁସୁରି କହେ ମୋର ଦୁଇ ଦାନ୍ତ ।ହଗିବସି ନାଁ ପକେଇବା ।ହଡ଼ା ମଲେ ଗୁହାଳ ତୁଛା ।ହଡ଼ାବେଦନା କୁଆ ନ ଜାଣେ, ଠକ ଠକ କରି ଠେଙ୍ଗିରେ ହାଣେ ।ହାତରେ ଗୁଡ଼ ତଣ୍ଟିରେ ଖୁର ।ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ।ହାଡ଼ି ଖାଇବ କଉଡ଼ି, ଢୋଲ ଖାଇବ ମାଡ଼ ।ହାତ ପଶୁ ପଶୁ ବାହା ପଶେ ।ହେଙ୍ଗୁ କରାଗରେ ପଶିବ, ନା ମହ ମହ ବାସିବ ।ହାତରୁ ଖାଇ ଘୋଡ଼ା ଆଗରେ ନାଚିବା ।ହାତୀ ଚଲେ ବଜାର, କୁତ୍ତା ଭୁକେ ହଜାର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର