ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୫ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଖଣ୍ଡ ଏଠାରେ ମଧୁଦାସଙ୍କୁ ପୂଜା ଦେବ ॥
ଗୀତକହିବା ଉତ୍ତମ କଥା ଗୁପତ ବଚନ ।ହେତୁ କରି ଗୁପତେ ଘେନିବା ବାରଜଣ ॥
କଳିଯୁଗେ ସମସ୍ତେ ହୋଇବେ ପୁଣ ଦାସ ।ଗୁରୁଦୀକ୍ଷା ଏଡ଼ିଣ ସେ ମୁଁ କାର ପ୍ରବେଶ ॥
ମୁଁ କାର କରିଣ ସେ ଅଳପେ ନାଶ ଯିବେ ।ପଦ୍ମେକ ଭଗତ ସେ ଯେ କଳଙ୍କୀ ସେବିବେ ॥
ପଡ଼ିକୁମୁଦ ବନେ ଯଦି ବିଜୟେ ଗୋବିନ୍ଦ ।ସହସ୍ର ଗୋପାଳ ସଙ୍ଗତେ ରହେ ॥
ତର୍କ ଡମ୍ୱରୁ ସେ ତାଳ ବଜାଏ ।ଗୁରୁଭକ୍ତି ଗୀତା ଯନ୍ତ୍ର ଶୁଣିବ ॥
ଦ୍ୱିତୀୟ ଖଣ୍ଡ ଚିତ୍ତେ ରଖିବ ।
ଏଠାରେ ଯାଦବକୁ ପୂଜା ଦେବ ॥
ଗୀତକହିବା କଥାୟେ ମନ ଦୃଢ଼ ହେତୁ କର ।ଚିତ୍ତରେ ରଞ୍ଚନା କର ତୁମ୍ଭେ ଛଡ଼ ନର ॥
ଆବର ଛଡ଼ ଜନର ନାହିଁ ବୀଜ ଲେଶ ।ନପୁଂସକ ଶରୀର ସେ ବଇରାଗ ବେଶ ॥
ରୁଞ୍ଜ ଗୁଞ୍ଜ ତରାସ ସେ ଗୃହେ ରଖିଥାଇ ।ତାହାର ତେଜରେ କାଳ ଘରେ ନ ପଶଇ ॥
କାଣ୍ଡୀର ବନରେ ଯେବେ ବିଜେ ଦାମୋଦର ।ମଧୁ ଦାସ ଫଳ ପକ୍ୱ ଭୁଞ୍ଜନ୍ତି ମୁଖର ॥
ପଡ଼ିଏକ ସହସ୍ର ଗୋପାଳ ଘେନିଣ ।ମର୍ଦଳ ତାଳବନେ ନାରଦୀ ବାଇଣ ॥
ଗୁରୁଭକ୍ତିଗୀତା ୟେ ଯନ୍ତ୍ର ବୁଝିବ ।
ପ୍ରଥମ ଖଣ୍ଡ ଅତି ଚୂଢ଼ ଅଟେ ॥
ଏଠାରେ ବାଳକ ଦାସ ପୂଜାଦେବ ।ଗୀତଶୁଣ ଆହେ ରାସ –ଗତ ବାର ହେ ଗୋପାଳ ।ରାମ ଅଷ୍ଟ ମିଶି ସେ ଯେ ଅଟେ ଚାରିସ୍ଥଳ ॥
ୟେ ବେନି ଭ୍ରଥଙ୍କ ବଂଶେ ତୁମ୍ଭେ ଥିବ ମଜ୍ଜି ।ତୁମ୍ଭ ଅଂଶେ ସମସ୍ତ ଗୋପାଳ ଥିବେ ରାଜି ॥
ବିଭା ବନ୍ଦାପନା ଯେଉଁ କାର୍ଯ୍ୟ ଅକାର୍ଯ୍ୟରେ ।ଉଦ୍ଧାର କରିବ ତୁମ୍ଭେ ରାହାସ ରସରେ ॥
ମାଛ ମାଂସ ଆପୁ ଗଞ୍ଜା ଧୂମ ଯେ ବଜର ।ଏ ଜନ ଆଗରେ ଶାସ୍ତ୍ର ନ କର ପ୍ରଚାର ॥
ପଡ଼ିପର ଧନ ପରସ୍ତିରୀ ଯେ କରେ ହରାଣ ।ମିଛୁଆ ଜନଙ୍କୁ ଏହା ନ କରି ଶ୍ରବଣ ॥