ଗୋବିନ୍ଦଚନ୍ଦ୍ର
ସନ୍ଥକବି
- ପଢ଼ିବା ସମୟ
- ୭୪ ମିନିଟ୍
- ଶବ୍ଦ
- ୧୧୮୨୬
- ସ୍ଥିତି
- ସାର୍ବଜନୀନ (Public domain)
ବନ୍ଦଇଂ ଯେ ଲମ୍ବୋଦର ଗଉରୀ ନନ୍ଦନମନୁଷ୍ୟ ଶରୀର ଯାର ଗଜେନ୍ଦ୍ର ବଦନ ।ଭଗ୍ନଦନ୍ତ ପରଶୁ ଅମୃତ ଲଡ଼ୁ କରଯୋଗେଶ୍ୱର ପୁରୁଷ ଦକ୍ଷିଣ ଦ୍ୱାରପାଳ ।କପାଳେ ଶୋଭଇ ଚିତା ଶିରେ ଏକ ଜଟାଇନ୍ଦୂର ବାହନ ନାଥ ସୁରଗଣ ଶ୍ରେଷ୍ଠା ।ଚାରିଯୁଗ ଗଲେ ଯାକୁ ନିମିଷେକ ହୋଇଇନ୍ଦ୍ର ଚନ୍ଦ୍ର ଦିବାକର ମାୟା ନ ଜାଣଇକପିଳାସବାସୀ ତୁମ୍ଭେ ପରମ ଈଶ୍ୱର ।ଅବ୍ୟକତ ପୁରୁଷ କହିବ ଲମ୍ବୋଦର ।ତୋହର ଚରଣ ତଳେ ଲୁଳୁ ମୋର ମାଥପ୍ରସନ୍ତି ଅଜ୍ଞାରେ ପଦ କରିବା ଭକତଏଥୁ ଅନନ୍ତରେ ଯେ ପରମ ସ୍ୱର୍ଗବାସୀଦୁର୍ବାସାଙ୍କ ପାଦତଳେ ମସ୍ତକ ନିବେଶି ।ଭୋ ମୁନି ଗୋବିନ୍ଦଚନ୍ଦ୍ର ରାଜା ଯେହୁ ଥିଲେକାହାକୁ ସେ ସେବାକରି ଅମର ହୋଇଲେ ।ଶୁଣିମାକୁ ଇଚ୍ଛା ମୋତେ କହିବା ବିସ୍ତାରି ।ଯୋଗ ଗ୍ୟାଂନ ଶୁଣି ତୋଷ ହୋଇବ ଶରୀରୀ ।ଦୁର୍ବାସା ବୋଇଲେ ବାବୁ ଶୁଣ ଶୁଦ୍ଧହିଆତୁ ଯେ ପଚାରିଲୁ ସାବଧାନେ ଶୁଣ ତାହା ।ଶୂରଚନ୍ଦ୍ର ବୋଲିକରି ବଙ୍ଗଦେଶ ରାୟତାରାଚନ୍ଦ୍ର ବୋଲି ହେଲା ତାହାର ତନୟ ।ଏହାର ନନ୍ଦନ ନାମ ବ୍ରହ୍ମଚନ୍ଦ୍ର ରାଜାଗୋପୀଚନ୍ଦ୍ର ନାମେ ତା’ର ହୋଇଲା ତନୁଜା ।ମେରୁଚନ୍ଦ୍ର ବୋଲିକରି ତାହାର କୁମରବିଷ୍ଣୁଚନ୍ଦ୍ର ବୋଲି ନାମ ହୋଇଲା ତାହାର ।ବିଷ୍ଣୁଚନ୍ଦ୍ରର ନନ୍ଦନ ହେଲା ରିପୁଚନ୍ଦ୍ରତାହାଠାରୁ ଉତପନ୍ନ ଶ୍ରୀ ଗୋବିନ୍ଦଚନ୍ଦ୍ର ।ମହା ପରତାପୀ ରାଜା ବଳେ ବଳୀୟାରତିନି କ୍ରୋଶ ଆୟତନ କଟକ ତାହାର ।ତିନିପୁର କାଙ୍ଗୁଲା ଯେ ପଥର ପାଚେରୀତିନି ତାଳ ଗଭୀର ବିଳାସ ଖଣା ଝରି ।ଜଗତୀ ଅଟ୍ଟାଳି ମେଢ ମଣ୍ଡପ ନବରଉପରେ ଶଙ୍ଖୁଆ ଢାଳ ଭିତରେ ହିଙ୍ଗୁଳ ।ଚନ୍ଦ୍ରଶାଳା ପୁରେ ଦିବ୍ୟ ମନ୍ଦିର ଉପମାଅଷ୍ଟରତ୍ନ ମିଶାଇ ଗଢ଼ିଲା ବିଶ୍ୱକର୍ମା ।କୂଅ ତଡ଼ାଗ ଅନେକ ବାମ୍ଫୀ ସରୋବରଗଭୀର ସୁସ୍ୱାଦୁ ଜଳ ଅତି ପରିମଳ ।ମେଢ଼ କାଠଘରମାନ ଅତି ବିତପନଶୟେ ବଖରାରେ ପୋଷା ପକ୍ଷୀଗଣମାନ ।ବସନ୍ତ କାବେରୀ ଯେ ଆବର ରାଜହଂସଚକୁଆ ଚକୋଇ ବଗ ସଂଚାଣ ସାରସ ।କୁମ୍ଭା ଦହିୟା ଯେ ମର ମୟୂର ମୟୂରୀଶାମଳା ପଲ କାମରି ତେଣ୍ଟୋଇ ତିତ୍ତିରୀ ।ଶୁଆ ଶାରୀ ସାତଭାଇ ଗୁଣ୍ଡରୀ କାପତୀ ।ରାଜବଣି ରାଜହଂସ ପାରୁଆ ଭାରତୀ ।ଚନ୍ଦ୍ରଚୂଡ଼ କୁକ୍କୁଟ ଯେ ପଙ୍କୁପତ୍ର ଖାଇଲମ୍ବା ଥଣ୍ଟ କୋଦମୁଖୀ ପକ୍ଷୀଚଟା ବାଇ ।ଗୋଖଣିଆ ପଦ୍ମକାଙ୍କ ପାଣିକୁଆ ପକ୍ଷୀଗଙ୍ଗାଇ ଡୁବାଇ କାଠହଣା ପକ୍ଷୀ ଅଛି ।ହଂସ ହଂସରାଳି କୁଜି ରାଜବଣୀ ପକ୍ଷୀକାପଉଡ଼ି ଶଙ୍ଖଚିଲ ହୁତଡେଣା ଟେକି ।ଅଗ୍ନିଗିଳା ହରିଡ଼ା କଙ୍କାଳି ଯେ ତେଣ୍ଟୁଆପାଣିକୁଆ ଗୁଣ୍ଡରିଆ ଜୁଣ ବଣଆ ।ବଡ଼ସାନ କାଙ୍କ ଯେ କୋଇଲି କୁମ୍ଭାଟୁଆଦନ୍ତବକ୍ର ସାଡ଼ଙ୍ଗା ଯେ ଗୋଳେହା ପୋଳେହା ।ବଡ଼ବଙ୍କା ତାମ୍ରଚୂଡ଼ ସମୁଦ୍ର ଘାଟୁଆ ପୁଲକବେଦୁର ବୁଡ଼ି ଅଧରୀ ଯେ କୁଆ ।ଘରଚଟା ବାଇଆ ଯେ ପାଟବାଲି ଶୁଆଅମୃତୀ ଅମୃତ ଯେ ଚିଲୋଳ ପାଟଶୁଆ ।ଏବିଧି ଅନେକ ପକ୍ଷୀ ପୋଷଇ ରାଜନଭୂମିରେ ବସଇ କେହୁ ମଞ୍ଚାରେ ବନ୍ଧନ ।ଧାଡ଼ି ଧାଡ଼ି ପଞ୍ଜରୀ ଭିତରେ ଥୋକେ ଥାନ୍ତିଯେ ଯହିଂକି ଭାଜନ ସେ ଆହାର ଭୁଞ୍ଜନ୍ତି ।ଦୁଧଭାତ ମତ୍ସ୍ୟମାଂସ ଆଧାର କେ ଖାଇବେନିଶତ ପରିବାରୀ ୟେହାଙ୍କୁ ଜଗାଇ ।ମୃଗ ସମ୍ବର ହରିଣ ଆଦି ବାହୁଟିଆବ୍ୟାଘ୍ର ଯେ ଭଲ୍ଲୁକ ରାଜା ପୋଷେ ହୋଇ ସ୍ନେହା ।ନବଲକ୍ଷ ବଙ୍ଗବଳ ତେରଲକ୍ଷ ହସ୍ତୀଷୋଳଶତ ତୁରଙ୍ଗମ ଓଟ ଶତେ ଛନ୍ତି ।ଅତି ପରିମଳ ରାଜ୍ୟ ପଟାନ୍ତର ନାହିଁବଙ୍ଗମତୀ ନଦୀତୀରେ ନବର ବସଇ ।ଅବସନ୍ତେ ବସନ୍ତ ବହଇ ନିରନ୍ତରବିଦ୍ୟାଧର ପ୍ରାୟେ ତହିଂ ପୁରୁଷେ ସୁନ୍ଦର ।ରୋଗ ଶୋକ ଚିନ୍ତା ନାହିଂ ଅଚିନ୍ତା ଭୁବନଜନ ପ୍ରଜାମାନ ଅର୍ଜି କୁବେର ସମାନ ।ବାଟିକେ ଚିନାୟେ କର ଭିଆଣ ପ୍ରମାଣକର ଶୁଝି ପ୍ରଜାୟେ ଅର୍ଜନ୍ତି କୋଟିଧନ ।ଖଣି ମରାଇ ବହୁତ ଅଟେ ଧାନ ଘର ।ଖାଇ ବୋହି ନସରଇ ଅତି ଅଗୋଚର ।ଜଣେ ନାହିଂ ଦରିଦ୍ର ଯେ ସମସ୍ତେ ପୁଂରୁଣାହରିନାମ ଗାୟନ କରନ୍ତି ବଜ୍ରଗୁଣା ।ସୁବର୍ଣ୍ଣର ଚୁଡ଼ି ହସ୍ତେ କଣ୍ଠେ କଣ୍ଠିମାଳପାଟନେତ ଆଭରଣେ ହୁଅନ୍ତି ଉଜ୍ଜ୍ୱଳ ।ଶୁକ୍ଳବସ୍ତ୍ର ମାନ ମଣ୍ଡି ହୁଅନ୍ତି କିଞ୍ଚିତଅନ୍ନଦାନ ବସ୍ତ୍ରଦାନ ଦିଅନ୍ତି ବହୁତ ।ମାଗିଲେ ଦିଅନ୍ତି ମିଥ୍ୟା ନ ଆସଇ ମୁଖେବଳବନ୍ତ ନାହିଂ ଯେଣୁ ବିହରନ୍ତି ସୁଖେ ।ୟେମନ୍ତେ ଅଚଳାଚଳ ବଙ୍ଗଦେଶ ସୀମା ।ଯୋଦ୍ଧାଙ୍କର ଅଚିନ୍ତା ଯେ ସମସ୍ତେ ବଡ଼ିମା ।ଅନ୍ନଦାନ ବସ୍ତ୍ରଦାନ ଦିଅନ୍ତି ରାଜନଦରିଦ୍ର ସାଧବ ହେଳେ ସନ୍ତୋଷ ବ୍ରାହ୍ମଣ ।ଆପଣ ରାଜ୍ୟକୁ କିଛି ଭୟଭୀତ ନାହିଂଆବର ସମର ସେ କରିବ କାହିଂ ପାଇଂ ।ରିପୁମାନେ ଶରଣ ପଶନ୍ତି ଭୟେ ଆସିନିଷ୍କଣ୍ଟକ ରାଜ୍ୟକୁ କରଇ ବଙ୍ଗବାସୀ ।ଗର୍ଭଧାରୀ ଜନନୀ ମୁକୁତା ମହାଦେଈମହା ପୁଣ୍ୟବତୀ ସେହୁ ଶୁଦ୍ଧ ତାର ଦେହି ।ଅବଧୂତ ଗୋରେଖନାଥର ସେହୁ ଚେଲୀସ୍ତ୍ରୀଜନ୍ମ ପାଇଣ ଯୋଗ ସାଧିଲା ଅବନୀ ।ୟେକ ପୁତ୍ର ଯେ ଗୋବିନ୍ଦଚନ୍ଦ୍ରହିଂ ତାହାରିଅନେଶ୍ୱତ ନାରୀ ତାର ସମସ୍ତେ ସୁନ୍ଦରୀ ।ସବୁଙ୍କର ମୋକ୍ଷସ୍ଥାନ ରୋଦମା ଗୋଦମୀରାଜାର ସେ ପାଟବଂଶୀ ଶଚୀ ପ୍ରାୟେ ସୀମା ।ଚାରିଶତ ପରିବାରୀ ୟେହାଙ୍କୁ ଖଟନ୍ତିଦୁହେଂ ଯୁବାନାରୀ ୟେକ ପ୍ରାଣ ହୋଇଥାନ୍ତି ।ପତିଭକ୍ତା ନାରୀ ସେହି ଦୁହେଂ ଚାରୁହଂସୀଦୁଃଖ ସୁଖ ନଜାଣନ୍ତି ସର୍ବଦା ହରଷୀ ।ଫଗୁଣ ଶୁକଳ ପକ୍ଷ ଦଶମୀର ଦିନବସିଛି ଗୋବିନ୍ଦଚନ୍ଦ୍ର ଜଗତୀ ଆସ୍ଥାନ ।ସିଦ୍ଧେଶ୍ୱର ନାମେ ମନ୍ତ୍ରୀ ବସିଛି ପାରୁଶେ ।ସୁବୁଦ୍ଧି କରିଣ ଆଗେ କହଇ ବିଶ୍ବାସେ ।ନିତ୍ୟକର୍ମ ସାରି ରାୟ ପଲଙ୍କରେ ବସିଜପମନ୍ତ୍ର ସାରି ଆଗେ ଶରୀର ପ୍ରଶଂସି ।ମନେ ମନେ ଭାବି ରାୟ ହୁଅନ୍ତି ଯେ ଭୋଳିଚମ୍ପାର ବରଣ ପ୍ରାୟେ ମୋହ ଦେହ ଝଳି ।ଭଲା ବିଚାରଇ ମୁଂ ଯେ ଅତ୍ୟନ୍ତ ସୁନ୍ଦରସୃଜିଲା ବିହି ରୂପ ଦେଖି ଦେଖି ମୋର ।ୟେକେତ ସୁନ୍ଦର ରୂପ ଦୁତୀୟେ ରାଜନଦେବତାଙ୍କ ସଙ୍ଗରେ ହେବି ସରିସମ ।ଯେତେ ବୋଲି ଚଞ୍ଚଳ ଦର୍ପଣ ଘେନି କରଆପଣେ ଦେଖଇ ରାଜା ବଦନ କମଳ ।ନିଷ୍କଳଙ୍କ ଶରୀର କଳଙ୍କ ନାହିଁ କିଛିମନେ ମନେ ଆନନ୍ଦ ହୋଇଲା ରାଜାବତ୍ସି ।ସିଦ୍ଧେଶ୍ୱର ବୋଲେ ସ୍ୱାମୀ ତୁମ୍ଭେ କାମଦେବଭୋଗ କଉତୁକେ ମର୍ତ୍ତ୍ୟେ ହୋଇଛି ଉଦ୍ଭବ ।ପୂର୍ଣ୍ଣିମାର ଚନ୍ଦ୍ର ପ୍ରାୟେ ବିରାଜଇ ଜ୍ୟୋତିଆପଣାକୁ ଚାହିଁ ଆପେ ପ୍ରଶଂସା କରନ୍ତି ।ସୁବୁଦ୍ଧି ସହିତେ ତହୁଂ କହିଲେ ମଣାଇତଥାପି ଦର୍ପଣେ ଚାହିଂ ଅଛି ବଙ୍ଗ ସାଇଂ ।ଏସନ ସମୟେ ଯେ ମୁକୁତା ଦେଈ ମାୟେପୁତ୍ରର ସନ୍ତି ଯାଇ କଲେକ ବିଜୟେ ।ଦେଖିଲେ ଦର୍ପଣେ ମୁହଂ ଚାହିଂଛି କୁମରକ୍ରୋଧଭରେ ମହାସତୀ ଶୋକ ଗୁରୁତର ।କିମ୍ପାଇ କୁମରମଣି ହୃଦୟ ନିରେଖୁ ।ସିଦ୍ଧପୁରୁଷଙ୍କ ସଙ୍ଗେ ଲେଖ ଆପଣାକୁ ।ଦିଗପାଳମାନେ ବାବୁ ହୋଇ ଅବତାରମାୟାଦେହ ଘେନି ସର୍ବେ ଗମନ୍ତି ସଂସାର ।ବ୍ରହ୍ମା ବିଷ୍ଣୁ ହେଉଛନ୍ତି ଦଶ ଅବତାରରଖି ନ ପାରନ୍ତି ପିଣ୍ଡ ପ୍ରାଣ ୟେକବାର ।ତୋହର ପିଅର ଥିଲା ରିପୁଚନ୍ଦ୍ର ରାୟତୋହ ତହିଂ ଶତେଗୁଣ ସୁନ୍ଦର ତା କାୟ ।ଅନ୍ଧାର ଦିଶେ ଆଲୋକ ମାଣିକ୍ୟର ତ୍ରାସସେହି କାଳେ ନ ରହି ହୋଇଲା ପ୍ରାତେ ନାଶ ।ଅଗ୍ନିରେ ଦହିଣ ପିଣ୍ଡ ହୋଇଲାକ ଧୂଳିତୁ କି କାରଣେ କୁମର ଶରୀର ନିରୋଳି ।ଯମରାଜା ଗଣନା କରୁଛି ବସି ଦିନସମୟେକ ପୁତ୍ର ତୁ ରେ ହୋଇବୁ ନିଧନ ।ୟେତେ ବୋଲି ଅଶ୍ରୁଜଳ ନୟନୁ ଗଳାଇଶୁଣିକରି ଚକିତ ହୋଇଲେ ନରସାଇଂ ।ହସ୍ତରୁ ଦର୍ପଣ ପକାଇଲା ଭୂମିଗତକି କହିଲ ମାୟେ ତୁମେ ମୋହର ଅଗ୍ରତ ।ଅନୁଦାନ ବସ୍ତଦାନ ଦେଇଅଛି ମୁହିଂଦାନେଶ୍ୱର ମୋର କୀର୍ତ୍ତି ଜଗତେ ଶୁଭଇ ।ପ୍ରଜାଙ୍କୁତ ପୀଡ଼ା ନାହିଂ ଶରଣ ରଖଇଅପ୍ରାଧ ଅର୍ଜିଲା ପ୍ରାଣୀ ଦୋଷ ମୁଂ ଛାଡ଼ଇ ।ଦେବତା ବ୍ରାହ୍ମଣେ ସେବା ମୋର ନିରନ୍ତରଲକ୍ଷେ ଚମ୍ପା ଚଢ଼ାଏ ମୁଂ ଈଶ୍ୱରଙ୍କ ଶିର ।ଶ୍ରୀବିଷ୍ଣୁ ପୁରାଣ ଶୁଣେ ପାଞ୍ଚଦଣ୍ଡ ଯାଏସୂର୍ଯ୍ୟ ଦେବତାଙ୍କୁ ମୁଇଂ ଦୁଇଦଣ୍ଡ ଧାୟେ ।ତୁମ୍ଭେ ଗର୍ଭଧାରୀ ମାତା ଅଟଗୋ ମୋହରତୁମ୍ଭ ପାଦରଜ ନିତ୍ୟ ଘେନଇଂ ଶରୀର ।ପିତୃପିତା ମାନଙ୍କର କାରଣ ନିମିତ୍ତେପିଣ୍ଡଶ୍ରାଦ୍ଧ ଦେଉଅଛି ବ୍ରାହ୍ମଣଙ୍କୁ ହସ୍ତେ ।ପାପ ବାଧା ନିମନ୍ତେ ସମର ନ କରଇଆବର ମରଣ ମୋତେ ହୋଇବ କିମ୍ପାଇଂ ।ଦେବୀଙ୍କି ଶୀତଳ ଭୋଗ ଦିଅଇ ସମସ୍ତଧର୍ମ ଥିଲେ କାଳ କିମ୍ପା ନ ଘୁଞ୍ଚିବ ମାତ ।ମାତାୟେ ବୋଇଲେ ବାବୁ ଶୁଣରେ କୁମରୟେତେ ଧର୍ମ କରୁଅଛୁ ସମସ୍ତ ନିଷ୍ଫଳ ।ପିଣ୍ଡ ମୋକ୍ଷ କରିଣ ଯେବେ ଧର୍ମ କରଚିର ଆୟୁଷ ତୋହର ହୋଇବ କୁମର ।ତୁ ମହାଗୁରୁଙ୍କୁ ସେବା କରୁନାହିଂ ବାବୁନାମବ୍ରହ୍ମ ଶୁଣିଥିଲେ କାରଣ ପାଇବୁତାରଇ ମାରଇ ଗୁରୁ ବଚନ ପ୍ରମାଣପିତା ମାତାଠାରୁ ଗୁରୁ ବଡ଼ ବୋଲି ଜାଣ ।ମନ ଦୃଢ଼ କରି ଖଟ ଶ୍ରୀଗୁରୁ ଚରଣତେବେ ସିନା ବଳା ରେ ତୁ ପାଇବୁ କାରଣ ।ଶିଷ୍ୟ ହୋଇ ଗୁରୁଠାରେ ଯେବେ ଅବିଶ୍ୱାସୀଦୁଇକୂଳ ଅଲଗା ମଧ୍ୟରେ ଭେଳା ଭାସି ।କୋଟିୟେ ହିରଣ୍ୟ ଦାନ ଦେଲେ ଧର୍ମ ଯେତେଗୁରୁ ପାଦ ରଜ ଧୂଳି ଘେନୁଥିବୁ ନିତ୍ୟେ ।ଅଷ୍ଟରତ୍ନ ଗୋଧନାଦି ଦାନ ଯେତେ ଦେବାକେବେହେ ଗୁରୁଙ୍କୁ ତିଳେ ଶୁଝି ନ ପାରିବା ।ପ୍ରାତଃ କାଳୁ ଗୁରୁପାଦ ପଖାଳିବୁ ଜଳେଥୋକାୟେ ଭକ୍ଷିଣ ଥୋକେ ପକାଇବୁ ଶିରେ ।ଗୁରୁ ଯାହା କହିବେ ଘେନିବୁ ଦୃଢ଼କରିତିରଣ ଜାଳି ହୋଇବ ଯେହ୍ନେ ମେରୁଗିରି ।ଭଲମନ୍ଦ ଦୁଇକଥା ବିଚାରି କହିବଅଜାତି ହୋଇଲେ ତାଙ୍କ ଚରଣ ଧୋଇବ ।ଦେବ ଯାହା ଦେଲି ବୋଲି ନ ବୋଲିବ ତୁଣ୍ଡେବଜ୍ରଶିଳା ଘେନି ଯମ ପିଟିବଟି ମୁଣ୍ଡ ।ଗୁରୁର ବଚନ ବାବୁ ପାଷାଣର ଗାରଗୁରୁଙ୍କୁହିଂ ସେବାକଲେ ଯମଦଣ୍ଡୁ ପାର ।ଗୁରୁ ଅକଲ୍ୟାଣେ ବଳା ନର୍କଗତି ପାଇସପତ ପୁରୁଷ ଯାୟେ ଜନମ ହୁଅଇ ।ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ମାୟେଆଗହୁଂ ନ କହିଲୁ ଯେ ୟେତେ ଦିନ ଯାୟେ ।ପିଣ୍ଡ ରହିବାକୁ ମାତା କହ ସଦବୁଦ୍ଧିକେଉଂ ଗୁରୁ ସେବାକଲେ କାୟା ହୁଏ ସିଦ୍ଧି ।ବ୍ରାହ୍ମଣ ହେଉ କି ବା ଚାଣ୍ଡାଳ ହେଉ କିନାଯେ ରଖିବ ପିଣ୍ଡ ତାକୁ କରିବ ମାନନା ।ବୋଲଇ ମୁକୁତା ଦେଈ ଶୁଣରେ ନନ୍ଦନରାଜ୍ୟ ସୁଖ କି ତେଜିବୁ କହରେ ବହନ ।ହସ୍ତୀ ଘୋଡ଼ା ଓଟ ତୋର ସମ୍ପଦ ବହୁତୟେହା ଛାଡ଼ି ପାରିବୁ କି କହ ତୁ ରେ ସତ ।ନବଲକ୍ଷ ବଳ ତୋର ଅନେଶ୍ୱତ ରାଣୀୟେହା ତେଜିଲେକ ସିଦ୍ଧ ହେବୁ ତୁ ଅବନୀ ।ଗୋବିନ୍ଦଚନ୍ଦ୍ର ବୋଇଲେ ମୁଚ୍ଛିଲି ମୁଂ ୟେହାଗୁରୁକେ ହୋଇବ ମୋତେ ବତାଅ ଗୋ ତାହା ।ସତ୍ୟ ସତ୍ୟ ମାତା ମୋର ବଚନ ପ୍ରମାଣତେଜିଲି ସମ୍ପତ୍ତି ଛୁଏଂ ତୁମ୍ଭର ଚରଣ ।ମାତାୟେ ବୋଇଲେ ବାବୁ ଶୁଣରେ ଗୋବିନ୍ଦମିଥ୍ୟା ସଂସାରେ ତୁ ପଡ଼ି ନୁହ ବନ୍ଦୀଯେବଣ ହାଡ଼ିପାରେ ଖଟଇ ବାଡ଼ିତାଟିତାକୁ ସେବା କରିବୁ ଚରଣ ତଳେ ଲୋଟି ।ଯେବେ ସେ ପ୍ରସନ୍ନ ତୋତେ ହୋଇବେ କୁମରଯମ କାଳପାଶରୁ ବଞ୍ଚିବୁ ଚିର କାଳ ।ନୃପତି ବୋଇଲେ ଯେବେ ସିଦ୍ଧ ସେ ପୁରୁଷନୀଚ୍ଚ କୁଳେ ଜାତ କିମ୍ପା କହ ସେ ସନ୍ଦେଶ ।ପୂର୍ବ କର୍ମ ବଳୁ ରହି ମୃତ୍ୟୁ ମଣ୍ଡଳରପ୍ରଭାତହୁଂ ବାଡ଼ିତାଟି ଖଟଇ ମୋହର ।ତାହାର ଚରଣେ ମାତା କେମନ୍ତ ତରିବିଅକାରଣେ ହେଳେ ପ୍ରାଣ କେମନ୍ତେ ନାଶିବ ।ମୁକୁତା ଦେଈ ବୋଇଲେ ଶୁଣ ବାପ ତୁହିଶାପ ଅନୁକ୍ରମେ ମର୍ତ୍ତ୍ୟେ ଅବତାର ସେହି ।ସତ୍ୟ ଯୁଗେ ଅତିଶୟ ତପ ଯେଣୁ କଲାଇନ୍ଦ୍ରପଦେ ବସିବାକୁ ମନ ବଳାଇଲା ।ବ୍ରହ୍ମାଙ୍କୁ ମଣାଇ ବର ମାଗିଲାକ ଯହୁଂବେଦବର ନାଥ ହେଲେ ପ୍ରସନ୍ନ ଯେ ତହୁଂ ।ବୋଇଲେ ହେ ବ୍ରହ୍ମରଷି ଘୋର ତପେ ଥିବୁଷାଠିଏ ସହସ୍ର ବର୍ଷ ଅଗ୍ନିରେ ପଶିବୁ ।ଶତେ ଧୂଳି ମାଂସ ଯେବେ କରାଇବୁ ଦେହୀବସିବୁ ଅମର ପଦେ କେ କରିବ ନାହିଂ ।ବ୍ରହ୍ମାର ବଚନେ ରଷି ଘୋର ତପ କଲାଷାଠିଏ ସହସ୍ର ବର୍ଷ ଅଗ୍ନି ଲଗାଇଲା ।ପ୍ରଥମେ ଯେ ଦୁଇପାଦ ଭରିଲା ଅନଳେଜଳିଲା ଶରୀର କ୍ଷୟେ ନୋହିଲା ବିକଳେ ।ନାଭି ମଣ୍ଡଳରେ ଯହୁଂ ଅନଳ ଲାଗିଲା ।ଆତ୍ମା ବୈକଲ୍ୟ ରଷିର ବହୁତ ହୋଇଲା ।ଆଗ୍ୟାଂଦେଲେ ବେଦବର ନିସତ ହୋଇଲୁ ॥
ତୋର ପରା ଋଷି ଅଗ୍ନି ସହି ନ ପାରିଲୁ ।ଘେନ ଘନ ଶାପ ବୋଲି ବୋଇଲେ ବିଧାତାବଙ୍ଗଦେଶେ ଧନାହାଡ଼ି ଘରେ ହୁଅ ଜାତ ।ଗୋବିନ୍ଦଚନ୍ଦ୍ର ରାଜାର ଖଟ ବାଡ଼ିତାଟିଶୁଣି ବ୍ରହ୍ମ ଋଷି ପାଦେ ପଡ଼ିଲେ ଯେ ଲୋଟି ।ମୁକ୍ତିର କାରଣ ଯେ କହିବା ମୋତେ ୟେବେବେଦବର ବୋଇଲେ ତୁ ଜାତ ହୁଅ ବେଗେ ।କାହ୍ନୁ ପା ଚେଲାଙ୍କ ହୋଇବ ମହାଗ୍ୟାଂନତୋ ବୋଲେ ମରଡ଼ାଶାଳ ଖଟିବେକ ଆନ ।ଗୋବିନ୍ଦଚନ୍ଦ୍ର ରାଜାକୁ କହିବୁ ସୁବୁଦ୍ଧିତହିଂପରେ କ୍ରମେ ତୋର ହୋଇବ ଯେ ସିଦ୍ଧି ।କେତେହେକ ଦିନ ରହି ଆସିବୁ ବହନଦେବତାଙ୍କ ସଙ୍ଗେ ନିଶ୍ଚେଂ ହେବୁ ତୁହି ସମ ।ବେଦବରଙ୍କ ବଚନେ ଜନ୍ମି ନୀଚକୁଳେତାହାର ଜନମ କଥା ମୁଂ ଜାଣଇ ଭଲେ ।ତୁ ଯେ ବୋଲୁ ଖଟଇ ମରଡ଼ାଶାଳ ମୋରତାହାର ଆଗ୍ୟାଂରେ ଆନ କରଇ ନିର୍ମଳ ।ପ୍ରତକ୍ଷରେ ଦେଖ ବାବୁ ବେନି ନୟନରଦେଖିଲେତ ପ୍ରତେ ଯିବୁ ତୁହିଟି କୁମର ।ଏତେ ବୋଲି ନବର ଭିତରେ ବିଜେକଲେଚଉରାଶି ମଢଫୁଲି ମଣୋହି ସାରିଲେ ।ଦିନଶେଷ ରଜନୀ ହୋଇଲା ଗୋବିନ୍ଦାଇରାତ୍ର ବେନି ପ୍ରହରରୁ ଉଜାଗର ହୋଇ ।ହୀରାର କଉଠି ମାଡି ମରଡା ଶାଳରପ୍ରବୃତ୍ତି ସଂସ୍କାର ସାରି ହୋଇଲା ବାହାର ।ରତ୍ନଗଡୁ ଜଳରେ ଶଉଚ କଲା କାୟେଖଣ୍ଡେ ଦୂରେ ଅନାଇଛି ଅନ୍ତର ପରାୟେ ।ୟେମନ୍ତ ସମୟେ ଯେ ରଜନୀ ପାହିଗଲାକାକରଡି ଦ୍ୟନ୍ତେ ଦିଗ ନିର୍ମଳ ଦିଶିଲା ।ହାଡିପାଏ ବାହାର ହୋଇଲେ ଧାତିକାରେପଛରେ ଗୋଡ଼ାଇ କାନ୍ଦେ ବାଳୁତ କୁମରେ ।ହାଡିପାଏ ବୋଲେ ବାବୁ କାନ୍ଦ କାହିଂ ପାଇଂଏହିକ୍ଷଣି ଆସିବି ମନ୍ଦିରେ ଥାଅ ତୁହି ।ନରହି ବାଳୁତ ଗୋଟି ଗୋଡ଼ାଇଲା ଯହୁଂମରଡ଼ା ଶାଳ ନିକଟେ ବିଜେକଲା ତହିଂ ।ଧାଡ଼ି ଧାଡ଼ି ରଙ୍ଗଲତା ବୃକ୍ଷ ତୋଟାମାନଫଳଭରା ହୋଇଣ ଯେ ରହିଅଛି ପୁଣ ।ବାୟେଣ ବରଡ଼ା ପତ୍ର ଶବଦ କରଇପଇଡ କାନ୍ଦିକି ଚାହିଂ କୁମର ବୋଲଇ ।ଭୋ ପିତା ବୃକ୍ଷରୁ ମୋତେ ପଇଡ଼ ତୋଳି ଦିଅହାଡ଼ିପା ବୋଇଲା ବାବୁ ୟେମନ୍ତ ନକହ ।ରାଜାଙ୍କର ପଇଡ଼ ଯେ ଆଣିଲେ ଅସାରତୋଟାଳିଆ ଜାଣିଲେ କରିବେ ମହାଗୋଳ ।ତଥାପି କୁମରମଣି କାନ୍ଦେ ଗଡ଼ଘାଲିଦିଅ ପିତା ପଇଡ଼ ବୃକ୍ଷରୁ ମୋତେ ତୋଳିପୁତ୍ରର ବିକଳ ଦେଖ୍ ହାଡ଼ିପା ବୋଇଲେଆସ ହୋ କତିକି ବୋଲି ବୃକ୍ଷକୁ ରାଇଲେଗୁରୁଙ୍କ ବଚନ ପାଇ ନାରିକେଳ ଗଛଆକାଶୁଂ ଖସିଣ ଆସି ହୋଇଲାକ ମଞ୍ଚ ।ଆପଣେ ହାଡ଼ିପା ଫଳ ଗୋଟିୟେ ତୋଳିଲେବାଳୁତ ହସ୍ତରେ ନେଇ ନାରିକେଳ ଦେଲେ ।କୁମର ବୋଇଲା ପିତା ଦିଅ ଆଉ ଗୋଟିନାସ୍ତି କଲେ ହାଡ଼ିପା ବହନ ଗଲା ଉଠି ।ଆକାଶେ ରହିଲା ଯାଇ ନାରିକେଳ ଗଛଫଳ ଘେନି କୁମର ଲେଉଟିଗଲା ପଛି ।କୋଦାଳ କୁଣ୍ଢୋଇକି କୋମଳେ ଆଗ୍ୟାଂଦେଲେବେଗେ ଯାଇଂ ବାଡ଼ିତାଟି ଖଟରେ ବୋଇଲେ ।ଆଗ୍ୟାଂ ପରମାଣେ ଯେ କୋଦାଳ ଚଳିଗଲାମରଡ଼ା ଶାଳେ ପଶି ସବୁ ନିର୍ଭାକଲା ।କୁଣ୍ଢୋଇରେ ପୂରାଇ ସେ ଦେଲା ତତକ୍ଷଣନଗ୍ରରୁ ବାହାର କରି ପକାଇଲା ପୁଣ ।ହାଣ୍ଡିନେଇ ଗୋମୟ ପକାଇ ପୁଣି ଗୋଳିନବୋଲୁଂ ପହଂରା ପଛେ ନେଲା ସେ ପହଂରି ।ଯେ ଯାହା ଠାବରେ ଯାଇ ରହିଲେ ତ୍ୱରିତହାଡ଼ିପାଏ ବିଜେ କଲେ ନିଜ ଗୃହପ୍ରାନ୍ତ ।ଖଣ୍ଡିୟେକ ଦୂରେ ଯେ ଗୋବିନ୍ଦଚନ୍ଦ୍ର ଥିଲେହାଡ଼ିପା ଚରିତମାନ ନୟନେ ଦେଖିଲେ ।ନଗର ଭିତରେ ଯାଇ ପଶିଲେ ବହନମାତାଙ୍କର ସନ୍ନିଧିରେ ବିଜୟ ବହନ ।ଅବଧାନେ ଶୁଣ ମାତା ଆଗ୍ୟାଂ ଦେଲେ ଯାହାମରଡ଼ାଶାଳାରେ ରହି ଦେଖୁଲି ମୁଂ ତାହା ।ହାଡ଼ିପାର ପୁତ୍ରଗୋଟା ସଂଗତରେ ଥିଲାନାରିକେଳ ଫଳରୁ ସେ ଗୋଟିୟେ ମାଗିଲା ।ତକ୍ଷଣେ ହାଡ଼ିପା ଆଜ୍ଞା ଦେଲାକ ବୃକ୍ଷକୁଆକାଶୁଂ ଓହ୍ଲାଇ ବୃକ୍ଷ ଅଇଲା ତଳକୁ ।ତହିଂରୁ ଗୋଟିଏ ଫଳ ତୋଳି ପୁତ୍ରେ ଦେଲା ।ଯା ବୋଲନ୍ତେ ବୃକ୍ଷଯାଇ ଆକାଶେ ଲାଗିଲା ।କୋଦାଳ କୁଣ୍ଢୋଇ ଯାଇଂ ଖଟେ ବାଡ଼ି ତାଟିପ୍ରତକ୍ଷ୍ୟେ ଦେଖିଲା ମାୟେ ମୋର ବେନି ଆଖୁ ।ଜନନୀ ବୋଇଲେ ବାବୁ ଦେଖିଲୁ ପ୍ରତକ୍ଷସଦଗୁରୁ ପୂଜାକଲେ ପିଣ୍ଡ ହୋୟେ ମୋକ୍ଷ ।ଜନମ ହୋଇଲେ ଦେହ କ୍ଷୟ ହୋୟେ ବାବୁନାମବ୍ରହ୍ମ ଶୁଣିଥିଲେ କାରଣ ପାଇବୁ ।ଜଉ ସଜଳସ ଯେହେ ଅଗ୍ନିପାଶେ ଜାଣିପୁରୁଷ ଦେହକୁ ଅଗ୍ନି ପରାୟେ ତରୁଣୀ ।ବ୍ରହ୍ମା ବିଷ୍ଣୁ ମହେଶ୍ୱର ନପାରନ୍ତି ଯାଇପୁନ ପୁନ ଅବତାର ହୋନ୍ତି ଦେହଛାଡ଼ି ।ଇନ୍ଦ୍ରଜାଲ ମାୟା କେହି କାହାର ନୁହନ୍ତିବିଜୁଳି ପବନ ପ୍ରାୟେ ଜୀବ ଘଟ ସ୍ଥିତି ।ସର୍ବଜ୍ଞାନ ଆଦିମୂଳ ଗୋବିନ୍ଦର ନାମଗୋବିନ୍ଦ ଚିନ୍ତିଲେ ପାଇ ପରମ କାରଣ ।ଗୋବିନ୍ଦର ନାମ ମହାମନ୍ତ୍ର ବୋଲି ଜାଣିସେହି ନାମ ଘୋଷୁଥଲେ ପାଇବୁ କାରେଣୀ ।ବରଷାରେ ପାଣିଥୋପା ଯେସନେ ଉତ୍ପନ୍ନକେଣେ ଭାସିଯାଇ ନ ଦିଶଇ ରେଖି ବର୍ଣ୍ଣ ।ସେହିମତି ଦେଖ ଯେ ଶରୀର ଗୋଟି ବାବୁକାଳକୁ ଜିଣିଲେ ଚାରିଯୁଗେ ରହିଥିବୁ ।କରେ ମଦୁରା ଲାଇ କାଇକଛା ହୃଦେସର୍ବାଙ୍ଗ ବିଭୂତି ଘଷି ରହିବ ଆନନ୍ଦେ ।ଶିଙ୍ଗା ଶକତି ତ୍ରିଶୂଳ କଣେ ଘେନିଥିବୁ ।ଥୋଲିକତ୍ସା ଲାଉଥାଳ ନିରତେ ବହିବୁ ।ଦେଉକି ନ ଦେଉ ପୁଣ ଯେ ଯାହାର ଇଚ୍ଛା !ପାଇଲେ ଆନନ୍ଦ ମୟେ ନ ପାଇଲେ ତୋଷତହିଂକି ତୋହର ମନେ ନ ଧରିବୁ ରୋଷ ।ଜାଗିଲାରେ ମାତା ବୋଲି ଶିଙ୍ଗାନାଦ ଦେବୁ ।ଭିକ୍ଷାଦେଲା କନ୍ୟାର ବଦନ ନ ଚାହିଁବୁ ।ଆସନ୍ତୋଣ ଭୂମିକୁ ତୁ ଦେଉଥବୁ ଦୃଷ୍ଟିକଦାଚିତେ ଭ୍ରମି ତୁ ନ ଚାହିଁବୁ ଲେଉଟି ।ପୁରୁଷଙ୍କୁ ବାବା ବୋଲିବୁରେ ବାପ ଭାଇସ୍ତ୍ରୀ ଜନମାନଙ୍କୁ ବୋଲିବୁ ଆଈ ମାଇଂ ।ବାଳୁତେ କାଟିବୁ ହିଂସା ଅହଂକାର ମାନକୋଟିସ୍ତେ ପୁରୁଷ ଚିରେ ଉଦ୍ଧାରିବା ପୁଣ ।ପାଞ୍ଚଠା ଭିକ୍ଷାରୁ ବାବୁ ଅଧୁକ ଘେନିଲେଦେଲେଣ ଧରମ ନାହିଁ ନ ଘେନିମ୍ନ ଥାଳେ ।ଆଣିଲେ ହେଁ କାରଣ ତୁ ନପାଇବୁ ପୁଣବିଳମ୍ବ ନକରି ପୁଣ ଲେଉଟିବ ରଣ ।କାମ କ୍ରୋଧ ନିଦ୍ରାତ୍ୟାଗ ନ କରିବୁ ଯେବେପିନ୍ଧିଲାର ବସ୍ତ୍ର ଧୋବି ଘେନିଯିବ ତେବେ ।ରତି ଉପେକ୍ଷିଣ ତୁ ଆହାର ବଞ୍ଚାଅନିଶାରେ ଜଗିବସିବୁ ମନେ ହେଜିଥାଅ ।ସେ ସିଦ୍ଧ ହୋଇଲେ ଜଳେ ନବୁଡ଼ଇ ପାଦଚଉରାଶି କାଠି ସିନ୍ଧୁ ଗଭୀର ଅଗାଧ ।ଷୋହଳ ଡମ୍ବରୁ ଶିଖେ ସରୋବର ପୂରିବନ୍ଧ ନିଭାଜିବ ମନ କରିବ ଲହରୀ ।ତେବେ ସେ ତରିବ ଗୁରୁ ହୋଇବେ ପ୍ରସନ୍ନଯେବେ ଚାଇ ଶ୍ରୀଗୁରୁଙ୍କ କରିବା ଦ୍ରଶନ ।ୟେତେ ବୋଲି ପୁତ୍ରକୁ ଘେନିଣ ମହାଦେଶନିଶାରେ ବାହାର ହେଲେ ସଙ୍ଗେ କେହି ନାହିଁ ।ପୟର ପୂଜାକୁ ଅଷ୍ଟରତ୍ନ ଚାଙ୍ଗୁଡ଼ାୟପୁଷ୍ପମାଳ ଚନ୍ଦନ ଯେ କର୍ପୂର ପୂରାୟେ ।ତୁରିତେ ମିଳିଲେ ଯାଇ ହାଡ଼ିପାଙ୍କ ଦ୍ବାରଜାଣିଣ ହାଡ଼ିପା ଘରୁ ହୋଇଲେ ବାହାର ।ମାତାଙ୍କର ଆଗ୍ୟପ୍ରାଇ ରାଜା ଗୋବିନ୍ଦାଇଅଷ୍ଟରତ୍ନ ଚାଙ୍ଗୁଡ଼ି ଥୋଇଲେ ତଳେ ନେଇ ।ହାଡ଼ିପା ଚରଣ ଧରି ଓଳଗି ଶୁତିଲେଦେଖିଣ ହାଡ଼ିପା ମନେ ତରସ୍ତ ହୋଇଲେ ।ଧାତିକୀରେ କୋଳକରି ଧଇଲେ ରାଜାଙ୍କୁକି ନିମନ୍ତେ ରାଜନ ଅଇଲୁ ମୋହଠାକୁ ।ଛତିଶ କୁଳ ପାଟକ ଚାରି ଜାତି ସାରଶୂଦ୍ର ବଶ୍ୟ କ୍ଷତ୍ରିୟ ଆବର ଦ୍ୱିଜବର ।ସର୍ବତନ୍ଦୁ ପାପୀ ହୀନ ହାଡ଼ି ଜାତି ଗୋଟିମୋହର ଚରଣ ତଳେ କିମ୍ପା ତୁରେ ଲୋଟି ।ବାଡ଼ିତାଟି ଖଟିଣ ତୁମ୍ଭଙ୍କୁ କରେ ସେବାଅପ୍ରାଧ ଉଚିତ ଜାଣି ଶାସ୍ତିମୋତେ ଦେବା ।ପ୍ରଭାତରୁ ଚାନ୍ଦିବ ଯେ ମୋହର ବଦନ ।ତାହାକୁ ଲାଗଇ ଦୋଷ ଶୁଣ ହେ ରାଜନ ।ମୁକୁତା ଦେଈଙ୍କ ମୁଖ ଚାହିଁଲେ ହାଡ଼ିପାତୁମ୍ଭେ ଜାଣୁ ଜାଣୁ ୟେହା ବିଚାରିଲ କିମ୍ପାବୋଲଇ ମୁକୁତା ଦେଶ ଶୁଣ ହେ ମହାଗୁରୁଗୋବିନ୍ଦଙ୍କୁ ମନ୍ତ୍ରଦିଅ ମାୟା ମୋହ ତରୁ ।ହାଡ଼ିପା ବୋଇଲେ ତୋର ଏକଇ ନନ୍ଦନୟେହାକୁ ତୁ ସିଦ୍ଧ ଯେବେ କରିବୁ କାରଣ ।ରାଜ୍ୟ ରାଜ୍ୟ କରିବାକୁ କେହୁ ଅଛି ତୋରକେ ପାଳିବ ବଙ୍ଗଦେଶ ଚତୁରଙ୍ଗ ବଳ ।ଅନାଥ ହୋଇବେ ଜନ ପରଜା ବିପଦେରିପୁଭୋଗ କରିବେ ଯେ ଯେଡ଼େକ ସମ୍ପଦେ ।ଅନେଶ୍ୱତ ରାଣୀ ବେନି ପାଟ ମହାଦେଶୟେହାଙ୍କ ଭାଙ୍ଗିବ ଆଶା ବିଶ୍ରାମିବେ କାହିଁ ।ୟେତେକ ସମ୍ପତ୍ତି କରିପାରିବଟି ତେଜ୍ୟମତ୍ତଗର୍ବ ବୟସରେ ହୋଇଅଛି ରାଜା ।ବଡ଼ଇ ଦୁର୍ଗମ ପଥ ତପ ସାଧୁବାରନ ବୋଲ ମୁକୁତା ଦେଈ ଯେମନ୍ତ ବେଭାର ।ମାହାଦେଈ ବୋଇଲେ ସେକଥା ଛାଡ଼ିଦିଅଯୁଗ ଯୁଗାନ୍ତରେ ସିଦ୍ଧ ହେଉ ମୋର ପୁଅ ।ରାଜ୍ୟ ଆବୋରିଣ ମୁହଁ ରାଜା ହୋଇଥିବାରାଉତ ମାହୁନ୍ତ ସର୍ବ ପ୍ରକାନ୍ତ ପାଳିବି ।ହାଡ଼ିପା ବୋଇଲେ ରାଜା ଶୁଣ ଗୋବିନ୍ଦାଇମନ ଦୃଢ଼କରି କଷ୍ଟ ପାରିବୁ କି ସହି ।ଲବଣୀଠାରୁ କୋମଳ କାୟା ଅତି ସୁଖଅରଣ୍ୟ ଡିଙ୍ଗରେ ବୁଲି ପାଇବୁ ତୁ ଦୁଃଖ ।ଭୂମିରେ ଶୋଇଣ ପୁତା ଅଭକ୍ଷ୍ୟ ଭକ୍ଷିବୁ ।ଶ୍ମଶାନ ଭୂମିରେ ପୁତା ଯେକାନ୍ତେ ବୁଲିବୁ ।ଗ୍ରାମେ ନ ଭୁଞ୍ଜିବୁ ପୁତା ଯାନେ ନ ଚଢ଼ିବୁ ।ଭୋଜନ ଶେଷକୁ ପୁତା ପାଣି ନ ଥିବୁ ।ଛପନ କୋଟି ଜୀବର ମୃତ୍ୟୁ ଅଟେ ସାରସର୍ବ ଘଟେ ନାରାୟଣ କେହି ନାହିଁ ପର ।ପବନକୁ ନିରୋଧବୁ ଦଶଦ୍ୱାର ବାଟେଶୋଷିଣ ଯେ ନିଶ୍ବାସ ତୁ ଚଳାଅ ଉଚ୍ଚାଟେ ।ଅମନ ମନ୍ଦିରେ ପଶି ମନ କର ଦୃଢ଼ଯୋଗ ସାଧୁବାର ପୁତା ଅତି ମହାଗାଢ଼ ।ନାଭିପାଶେ ନାସାଦଣ୍ଡ ଯେବେଟି ଲାଗିବତେବେ ସେ ପ୍ରାଣକୁ କେବେ ପିଣ୍ଡ ନ ଛାଡ଼ିବ ।ମୂଳ କମଳକୁ ପୁତାରେ ପାରିବୁକି ସାଧୁନସାଧୁଲେ ଅକାରଣ ହୋଇବ ଯେ ବିଧ ।ବୋଇଲେ ଗୋବିନ୍ଦଚନ୍ଦ୍ର ଶୁଣ ମହାଗୁରୁପାଇଲି କାରଣ ଆଶ୍ରେ କରି ମହାମେରୁ ।ତୁମ୍ଭ ଶ୍ରୀଚରଣରେଣୁ ପରସାଦେ ପୁଣିସାବି ଫୁ ଯୋଗଧାନ କପଥେ ଶୁଣି ।ଛାଡ଼ିବି ସଂସାର ଦୁଃଖ ଦଣ୍ଡ ସିଂହାସନ ।ରାଜ୍ୟ ଦେଶକୁ ମୋହର ନରୁଚଇ ମନ ।ମାୟାରେଣ ପଶିଲେ କାୟା ହୋୟେ କ୍ଷୟନୋହୁ ସେ ପଣ ସମ୍ପରି ରହିବା ସମୟ ।ମନ ଦୃଢ଼ କରାଇଲେ ହାଡ଼ିପା ଗୋସାଇଂଆସ କର୍ଣ ମହାମନ୍ତ୍ର ହେବି ଗୋବିନ୍ଦାଇ ।ମହାମନ୍ତ୍ର ଉଚ୍ଚାରିଲେ ଦକ୍ଷିଣ କର ଗୁରୁଆଖ୍ୟାଦେଲେ କାୟା ହେଉ ତୋ ଅଜର ।କରେ ମୁଦୁରାଦେଇ ବୋଲି ନାଦଦେଲେଅକ୍ଷୟ ହୋଇଣ ଥାଅ କଲ୍ୟାଣ ବାଥିଲେ ।ଦୀକ୍ଷାପାଇ ଆନନ୍ଦ ହୋଇଲା ରାଜା ମନପୁଣି ସେ ଗରୁଙ୍କ ପାଦେ କଲାକ ପ୍ରଣାମ)ନିର୍ମଳ କଳିରେ ପାଦ ପଖାଳି ବେଗରେଗର୍ଭକୁ କ୍ଷେପିଣ ଅର୍ବେ ପକାଇଲା ଶିରେ ।ମାତାଙ୍କୁ ଓଳଗି ହୋଇ ଉଠିଲା ତୁରିତଉଜ୍ଜଳ ଦିଶିଲା ତାକୁ ଧୁବ ପରିଯନ୍ତ ।ସମରାଜ୍ୟ ପାଶୋରିଲା ନରୁଚିଲା ମନେମନ ବଳାଇଲା ନେଇ ଶ୍ରୀଗୁରୁ ଚରଣେ ।ପୁତ୍ରକୁ ହିଂ ଯୋଗୀକରି ମୁକୁତା ଜନନୀଅସମ୍ଭାଳେ ନୟନରୁ ବହୁଅଛି ପାଣି ।କିସ ପାଇଂ ୟେକୁ ବୁଧୁ କଲି ମୁହଁ ନାରୀଏକଇର ବଳା ମୋର ହେଲା ତପଚାରୀ ।ଦଶମାସ ଗର୍ଭଧରି ହେଲି ଅପୁତ୍ରିକକୁଳ ଭାସିଗଲା ମୋର ହୋଇଲି ନିରକ୍ଷ ।ଦଇବ ପୁରୁଷ ଯେହା ବିଚାରୁଛି ପୁଣିମାତା ପୁତ୍ର ଭିନ୍ନ ଭିନ୍ନ କରାଇଲୁ ଆଣି ।ବଙ୍ଗରାଜ୍ୟ ସମ୍ପରି ମୋ କେ ଭୋଗ କରିବାମୁହଁ ସେ ଗୋବିନ୍ଦ ମନ କଲି ଉଦବେଗ ।ହାଡ଼ିପା ବୋଇଲେ ତୁମ୍ଭେ ବିକଳ କିମ୍ପାଇଅନେକ ପ୍ରକାରେ ବୁଦ୍ଧି କହିଲି ମଣାଇ ।ଆପଣୀ ଇଚ୍ଛାରେ ପୁତ୍ର ଯୋଗୀ କରାଇଲୁ ।ବାଳୁତ ସ୍ୱଭାବେ ମନ କିମ୍ପା ବଳାଇଲୁ ।ଯେବେକି ଲୋଡ଼ିଲେ ଆଉ ପାଇ ସେହୁ କଥାମିଥ୍ୟରେ ରୋଦନକରି ମନକରୁ ବ୍ୟଥା ।ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ମାୟେ ।ସାଧୁତ ମେଲିଣ ପୂର୍ବେ ବୋଇତ ଗୋଟିଏ ।ସିନ୍ଧୁର ଲହରୀ ଘୋତେ ଭାସିଲା ବୋଇତକୁଳରେ ନ ଲାଗି ସର୍ବ ଦ୍ରବ୍ୟଗଲା ହତ ।ମୋତେ ସେହିମତ କରି ମୁରୁଛି ଗୋ ମାୟୁସମୁଦ୍ରେ ଭାସିଲା ଭେଳା ଲୋଡ଼ିଲେକି ପାଏ ।ତୁମ୍ଭେ ସେ କାରଣ ମୋତେ କଲ ଗର୍ଭଧାରୀମୋହକର୍ମ ବଳେ ମୁଁ ସଂସାରୁ ଯିବି ତରି ।କୁମର ବଚନେ ମାୟେ ଗଲେ ନବରକୁଗୁରୁଆଗ୍ୟ ଦେଉଛନ୍ତି ଗୋବିନ୍ଦଚନ୍ଦ୍ରକୁ ।ନବରକୁ ନ ଯା ବାବୁ ବସ ମଣ୍ଡପରଦିନଚାରି ରହି ଫେରିଯିବୁ ଦେଶାନ୍ତର ।କୁମର ବଚନେ ମାୟେ ନବରକୁ ଚଳିମଣ୍ଡପେ ବସିଲା ରାଜା ମୃଗଛାଇ ମାଡ଼ି ।ୟେମନ୍ତ ସମୟେ ଯେ ଶୁଭିଲା ଶଙ୍ଖଧ୍ୱନିପିକରାବ ଦେଲା ଯହୁ ପାଇଲା ରଜନୀ ।ନଗ୍ର ନରନାରୀ ଯେ ବାହାର ହେଲେ ଘରୁଦେଖିଲେ ବସିଛି ରାଜା ଅନାଇଲେ ଦୁର୍ବୁ ।ସର୍ବାଙ୍ଗ ବିଭୂତି ମୟ ହୃଦେ ଶୋହେ କଛି ।ଦେଖିଣ ଆଶ୍ଚର୍ଯ୍ୟ ଯେ ପାଇଲେ ମହାବ୍ୟଥା ।ମୁଦୁସୁଲୀ ଗଣ ୟେହା ଦେଖିଲେକ ଯହୁ ।ଅନ୍ତେପୁର ପୁରକୁ ସେ ଧାଇଂଗଲେ ତହୁ ।ଯେଭ୍ୟଠାରେ ବସିଛନ୍ତି ରୋଦମୀ ପୋଦମାବାରତା କହନ୍ତି ଯାଇ ମୁଦୁସୁଲୀ ବାମା ।ଶୁଣ ପାଣ୍ଡ ଠାକୁରାଣୀ ଦେଖିଲଇଂ ଯାହାଯୋଗୀ ବେଶ ହୋଇଛନ୍ତି ତୁମ୍ଭ ପ୍ରାଣନାହା ।ମଣ୍ଡପରେ ବସିଛନ୍ତି ବିଭୂତି ଭୂଷଣକରେ ମୁଦୁରା ହୃଦେ କାଇ କନ୍ଥାମାନ ।ନଗ୍ର ନାରନାରୀମାନେ ବେଢ଼ି ଦେଖୁଛନ୍ତି ।ହାଡ଼ିପା ଯେ ଉଚ୍ଚାଟିଲା ୟେମନ୍ତ ବୋଲନ୍ତି ।ରୋଦମା ପୋଦମା ବେନି ସପତଣୀ ଶୁଣିଆତ୍ମା ବିସର୍ଜିଲେ କି ବାଳୁତ ମତି ଜାଣି ।ମୂଳରୁ ଛେଦିଲେ ଯେହ୍ନେ ତରୁ ତଳେ ପଡ଼େକେଶବାସ ଅସମ୍ଭାଳ ହୃଦୟ ଆକୁଳେ ।ଘଡ଼ିକେ ଚେତନା ପାଇ ଉଠିଲେକ ରାଣୀପ୍ରିୟସଖୁମାନେ ମୁଖେ ସିନ୍ଧୁଛନ୍ତି ପାଣି ।ନବରୁ ବାହାର କେଶ ଅସମ୍ଭାଳ ହୋଇଯେହ୍ମଠାରେ ବସିଛନ୍ତି ରାଜା ଗୋବିନ୍ଦାଇ ।ସେଠାରେ ପ୍ରବେଶ ହେଲେ ରୋଦମୀ ପୋଦମାଉର୍ବମୁଖ ହୋଇ ରଡ଼ି ଦେଲେ ଦୁଇ ବାମା ।ତାହାଙ୍କ ପଛରେ ଅନେଶ୍ୱତ ପରିବାରୀରାଜାଙ୍କର ମୁଖ ଚାହିଁ ପାଡ଼ନ୍ତି ବୋବାଳି ।ଆହା ପ୍ରାଣନାଥ କେ ତୁମ୍ଭଙ୍କୁ କଲା ବାଇକାହାଠାରୁ ହୀନବୁଦ୍ଧି ଶିଖିଲ ଗୋସାଇଂ ।ନବଲକ୍ଷ ବଳ ତୋର ଅନେଶ୍ୱତ ରାଣୀଷୋହଳଶତ ହସ୍ତୀ ମୂଳଦନ୍ତୀ ଶତ ତିନି ।ଚାରିଶତ ସିନ୍ଧୁଜାତି ଶତେକ ଖଇରବେନିଶତ ଟାଙ୍ଗଣ ଅଟଇ ନରେଶ୍ୱର ।ସେହିମତେ ଷୋହଳଶତ ତୋହର ପାରୁଶତହିଂର ଉପରେ ଦଣ୍ଡସିଂହାସନେ ବସ ।ଯେଡ଼େ ବଡ଼ ପଣଛାଡ଼ି ଯିବୁ ଦେଶାନ୍ତରବାହୁଡ଼ି ଗୋସାଇଂ ଆମ୍ଭ ବୋଇ ଶୀଘ୍ରକର ।କର୍ଷରୁ ମୁଦୁରା କାଢ଼ି କନ୍ଥା ଦୂର କର ।ବିନୟରେ କହୁଅଛୁ ବାରେ ରକ୍ଷାକର ।ହୀନ ବିଡ଼ମ୍ବଣ ରୂପ ହୋଇଇ କି ଅର୍ଥକେ ତୁମ୍ଭଙ୍କୁ ବୁଦ୍ଧିଦେଲା ନକହ ଅଗ୍ରତେ ।ରାଣୀଙ୍କୁ ନଚାହିଁ ରାଜା ଚାହିଂଲା ମେଦିନୀଶୁଣସିଗୋ ରୋଦମା ପୋଦମା ବେନିରାଣୀ ।ମାୟାମୋହ ତେଜି ଆମ୍ଭେ ଦେଶାନ୍ତର ଯିବ୍ରୁମୃଭିକା ଶରୀର ଗୋଟି ଅକ୍ଷୟ କରିବ୍ୟୁ ।କୋଟିୟ ପୁରୁଷ ମୋର ପାଇବେ କାରଣକାଳି ଲଗାଇବୁ ଆମ୍ଭେ ଯମର ମୁଖେଣ ।ଦଣ୍ଡ ସିଂହାସନେ ମୋର ନରୁଚଇ ମନମୟେ କହିଛନ୍ତି ମୋତେ ୟେହି ବ୍ରହ୍ମଗ୍ୟାନ ।ହାଡ଼ିପା ବୋଲିଣ ଗୁରୁ ଦୀକ୍ଷା ଦେଲେ ମୋତେଯେ ପାପ ଶରୀର ମୁକ୍ତି ହୋଇବ ଯେମନ୍ତେ ।ତୁମେତ ବିପୁଳ ଭୋଗ ଭୁଞ୍ଜିବ ସମୟଯେବେ ମନୁ ମୁଛି ମୋତେ ଧଉର୍ଯ୍ୟଧର କାୟେ ।ନିରାଶ ହୋଇଣ ରାଣୀ ନବରକୁ ଯାଆ ମାତାମୁକୁତା ଦେଈକି ସେବା କରୁଥାଅ ।କାନ୍ତର ବଚନ ଶୁଣି ହୋଇଲେ ବିକଳମୁଖ ଟେକି ଯାହା ପ୍ରଭୁ ନ କହିଲ ଉତ୍ତର ।କେମନ୍ତେ ବଳିବ ସତ ଆମ୍ଭଙ୍କୁ ଛାଡ଼ିବାଧର୍ମଦେବତା ତୁମ୍ଭଙ୍କ କେମନ୍ତେ ସହିବ ।ବୋଲନ୍ତି ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ରାଣୀତୁମ୍ଭଙ୍କୁ ଚାହିଁଲେ ମୋର ଯୋଗହୋୟେ ହାନି ।ମାସ ଦୁଇ ଚାରି ଫେରି ଆସିବୁ ଲେଉଟିଯେହି ବଙ୍ଗଦେଶରେ ହୋଇବା ଭେଟାଭେଟି ।କାନ୍ତର ବଚନେ ରାଣୀ ହୋଇଲେ ବିକଳମୁଖଟେକି ଚାହିଁ ପ୍ରଭୁ କହସି ଉତ୍ତର ।ପୂର୍ବେ ଈଶ୍ୱରଙ୍କୁ ଆମେ ମାଗିଥିଲୁ ବରତପ ବଳେ ତୁମ୍ଭଙ୍କୁ ପାଇଲୁ ଦଣ୍ଡଧର ।କୋଡ଼ିୟେ ବରଷର ଗୋବିନ୍ଦଚନ୍ଦ୍ର ରାଜାଷୋଳବରଷର ରୋଦମା ପୋଦମା ଭାରିଯା ।ୟେମନ୍ତ ସମୟ ରାଜା ଦେଶାନ୍ତର ଗଲେ ।ଦଇବ ପୁରୁଷ ତୋତେ ନସହିବ ଭଲେ ।ଆମ୍ଭେ ତୋ ଅଦ୍ଧ ଅଙ୍ଗ ମହାପାଟରାଣୀକଳିଙ୍ଗରାଜା ଦୁହିତା ବିରହ କାମେନୀ ।ଆଶା ଥାଇଂ ନିରାଶ କରନ୍ତି ଯେହ୍ମ ଜନମହାପାପୀ ସଙ୍ଗେ କରେ ନରକ ଗମନ ।ରୋଦମା ପୋଦମାକୁ ଯେ ବୋଲେ ମହୀଧରକାହିଂକି ଗୋ ରାଣୀ ତୁମ୍ଭେ କରୁଅଛି ଗୋଳ ।ଦଇବ ପୁରୁଷମାନେ କରନ୍ତି ବିଚ୍ଛେଦକେ ଆନ କରିବ ସୂଚୀମୁନେ ନାହିଁ ଭେଦ ।ମଦନବାଣକୁ ଯେବେ ନ ପାରିବ ସହିଚୋରିରତି କରାଇବ ସପତଣୀ ଦୁଇ ।ଅତିହିଂ ଅଗ୍ୟାନ ଯେବେ ହୋଇବାକୁ ମନଦେଉଳେ ସମ୍ପ୍ରଦା ତୁମ୍ଭେ ହୁଅ ଗୋ ବହନ ।ନିରାଶେ ବୋଲଇ ରାଜା ଛାଡ଼ିଲି ସେନେହଆମ୍ଭଙ୍କୁ ଅନାଇ କିମ୍ପା କରୁଅଛି କୋହ ।ହୋଇବଇଂ ଯୋଗୀବେଶ ସାଧୁବଇଂ ଯୋଗଆବର କିସ କରିବି ରତିରସ ଭୋଗ ।ଶୁଣି ପ୍ରତ୍ୟୁତ୍ତର ଦେଲେ ରୋଦମା ପୋଦମାପୂର୍ବ ଅପରାଧ ଆୟ କେ କରିବ କ୍ଷମା ।ଆହୋ ମହୀପତି ବଢ଼ି କହିବ୍ରୁ ଯେ କେତେମଣ୍ଡପରେ ମଠକରି ଯୋଗ ସାଧ ନିତ୍ୟେ ।ସୁବର୍ଣ ଭାଉରେ ଆସ୍ତେ ମାଗୁଥବଂ ଭିକ୍ଷାଦଳବଳ ଲୋକ ଆସ୍ତେ ଖଟିଚ୍ୟୁ ଇଚ୍ଛା ।ଅଗୁରୁ ଚନ୍ଦନ ଚୁଆ ଚନ୍ଦନର ଶ୍ରେଣୀୟେହାପରେ କରିଦେବଂ ଝିଙ୍କର ଛାଉଣୀ ।ୟେକାନ୍ତ ଶୟନେ ନିଦ୍ରା ମାଡ଼ିବ କେମନ୍ତେ ।ଗୁପତେ ଖଟାଇ ଭିକ୍ଷା ତୁମ୍ଭର ଅଗ୍ରତେ ।ଶୁଣ ହୋ ରାଜନ ତୋତେ ସଂଛେପି କହିବାବଡ଼ଯୋଗୀ ବୋଲାବନ୍ତି ଅନାଦି ମହାଦେବା ।ବିଷ୍ଣୁ ପ୍ରଳୟରେ ଯାର ନୋହେ ନିଦ୍ରାଭଙ୍ଗତାହାର ରମଣୀ ଯେ ପାର୍ବତୀ ଥାଇ ଅଙ୍ଗ ।ଚଉଷଠି ସିଦ୍ଧ ଆଦି ମୀନ ଯେ ଗୋରେଖୟେମାନେହିଁ ନ ଛାଡ଼ନ୍ତି ତରୁଣୀର ସୁଖ ।ତହୁନିକି ବଡ଼ଯୋଗୀ ହୋଇବୁ ରାଜନକାଳେ ଯେତେ ଯୋଗ ନରହିବ ଯୋଗୀପଣ ।ମଦନରାୟ ବାଣକୁ ନ ପାରୁ ଯେ ସହିନପୁଣ ହସନ୍ତି ସବୁ ନାକେ ହସ୍ତଦେଇ ।ଦନ୍ତରେ ତିରଣ ଧରି ମାଗୁଅଛୁ ଆସ୍ତେସମୟେକ ରହି ରାଜା ଭୋଗକର ତୁମ୍ଭେ ।ମନକୁ ବୋଧହୁ ସୁଖ ଛାଡ଼ିଦେଙ୍କୁ ଆସ୍ତେବଳେନିକି ସୁଖଭୋଗ କରାଇବ ତୁମ୍ଭେ ।ବୋଇଲ ହେ ମଠ ତୋଳିଦେବ ପାଟନେତସେସବୁ ବିଷୟ ନରୁବଇ ମୋର ଚିର ।ମଣ୍ଡପ କୋଣରେ ଯୁବି ଯେହୁ ମୋର ଇଚ୍ଛାତ୍ରିପୁତି ହୋଇବି ମୁଠାଏ କରିଣ ଭିକ୍ଷା ।ରୋଦମା ବୋଇଲେ କୋପେ ପ୍ରଜ୍ଜଳିତ ହୋଇଆରେ ରେ ହାଡ଼ିପା ଯେଡ଼େ କର୍ମ କଲୁ ତୁହି ।ତୋହର ମୁଣ୍ଡରେ ବଜ୍ର ପଡୁରେ ପାମର ।ଯମ ତୋତେ ଠାବଦେଉ ଗୌରବ ନର୍କର ।ନର୍କ ଆଶ୍ରେକରି ତୋ ସର୍ବଦା ଯାଉଦିନନୁହ ତୁ ମୁଚ୍ଚତ ପୃଥୀ ଥୁବ ଯେତେଦିନ ।ତୁ ତ ଜନ୍ମ ହୋଇକରି ଭେଡ଼େକ ଅଗ୍ୟାନଯେଡ଼େ ବଡ଼ ରାଜା ଯେ ହୋଇଲା ଯୋଗୀପଣ ।ରାଜାର କୁମାରୀ ଆମ୍ଭେ ଶତ ସପତଣୀସବୁରି ନିଃଶ୍ୱାସ ପଡୁ ତୋହର ମଧ୍ୱନୀ ।କୁଳଦୀପ ଲିଭାଇ ଅନ୍ଧାର କଲୁ ଘରରାଜା ଥାଉ ରାଣୀ ରାଣ୍ଡ କଲୁ ତୁ ନିକର ।ୟେତେ ବୋଲି ପାଷାଣ ଉପରେ ଯାଇଂ ପଡ଼ିହସ୍ତରୁ କାଢ଼ିଲେ ଶଙ୍ଖା ସ୍ୱର୍ଣଖଡୁ ଚୁଡ଼ି ।ଧାତିକାରେ ପରିବାରୀ ଧଇଲେକ ତୋଳିକେଶବାସ ଅସମ୍ଭାଳ ହୃଦରେ ବିକଳି ।ତୁମ୍ଭେ ଲୋ ପରର ଝିଅ ଆସ୍ତେ ପର ପୁଅସଂସାର ଆଚାରେ ତୁମ୍ଭ ଆନ୍ତରଟି ସ୍ନେହ ।ଛାଡ଼ିଲାର ଭାରିଯା ଯେ ବାପର- ବଇରିଯେତେ ଇଚ୍ଛା ଆସଙ୍କୁ ଲୋ ଦେଇଯାଅ ଗାଳି ।ରାଣୀ ବୋଲେ ଅବଧାନେ ଶୁଣିମା ଗୋସାଇଂପୂଜନୀୟ ଜନେ ଗାଳି ଦେବୁ କିସ ପାଇଂ ।ଯେବେ ଆନ୍ତର କର୍ମରେ ଅଛଇ ବିଧବାମହୁରା ଗୋଳି ପିଇବା କି ଅର୍ଥ ଜୀଇଂବା ।ନୃପତି ବୋଇଲେ ତୁମ୍ଭେ ଜୀଅ ଅବା ମର ।ନୋହିଲେ ନ ମରି ତୁମ୍ଭେ ଭିନ୍ତେ ଘର କର ।ସୁଖମନେ ତୁମ୍ଭଙ୍କୁ ଆନ୍ତର ଶୋକ ନାହିଁ ।ଇଛାହେଲେ ସମ୍ପଦ ଭଣ୍ଡାର ନିଅ ବହି ।ହାଡ଼ିଘରେ ପଶଯାଇ ଦାଣ୍ଡ କର ଘରୟେଠାରୁ ବହନ ଚଳ ନକର ଚହଳ ।ଆଜଠାରୁ ମଲାବୋଲି ଲେଖିବ ଆମ୍ବଙ୍କୁଇଚ୍ଛାହେଲେ ରହି ସେବା କରିବ ମାତାଙ୍କୁ ।ୟେହା ଶୁଣି ରୋଦନ କରନ୍ତି ଶତେବାଳୀ ।ସମସ୍ତେ ଯୁବତୀ ଜଣେ ନାହିଁ ମଧ୍ୟ ଭଳି ।ଚନ୍ଦ୍ରମାକୁ ତାରାଗଣ ଯେହ୍ନେ ବେଢ଼ିଥାନ୍ତିସେହିମତି ଗୋବିନ୍ଦଚନ୍ଦ୍ରକୁ ଶୋଭା ପାନ୍ତି ।ପୁଣିହିଁ ନିଜ ହୋଇ ବୋଲୁଛନ୍ତି ବାଳୀଦିନ ନ ସରଇ ରାଜାଙ୍କର ଗୁଣ ଭାଳି ।ଛଡ଼ ମାସ ରାଜାଙ୍କର ମଣ୍ଡପରେ ରହିଆମେ ସେ ମୁକତି ପାହଁ ବଙ୍ଗଦେଶ ସାଇଂ ।ଅମୃତ ମଣୋହି ଖଟିଥିବୁ ବେନି ବେଳଛାର ଶଯ୍ୟ ଛାଡ଼ି ଶୁଅ ପଲଙ୍କ ଉପର ।ଗୋବିନ୍ଦଚନ୍ଦ୍ର ବୋଲେ ନ କହ ବଢ଼ିକରିଭିକ୍ଷା ଭଜେ ଆନନ୍ଦ ମୋ ମନ ଶୀଘ୍ର କରି ।ମଢ଼ଫୁଲି ଅନ୍ତି ମୋତେ ଲାଗେ ବିଷ ପିତାପାଟ ନେତ ପଲଙ୍କକୁ ନାହିଁ ମୋର ଚିନ୍ତା ।ଭୂମିଗତ ଶଯ୍ୟ ରାଣୀ ସୁଖ ଯେ ଅଟଇ ।ପବନ ଆଇଟେ ଦେହ ଉଶ୍ୱାସ କରଇ ।ପଲକେ କାଟଇ ଦେହ ଶୁଣସି ଗୋ ରାଣୀଶରୀରକୁ ନିଦ୍ରା ମୋର ନମାଡ଼େ ରୟଣୀ ।ରାଣୀ ବୋଇଲେ ଯେ ତୁମ୍ଭେ ଯୋଗୀ ହୋଇଯିବାରୋଦମା ପୋଦମା ତୁମ ସଙ୍ଗେ ଘେନିଥିବ ।ପ୍ରବାସରେ ସେବା କରିଥିବୁ ମନ ଜାଣିଶଯ୍ୟ ଛାଡ଼ି ଆନଠାରେ ଶୁତିବୁ ରୟଣୀ ।ଆମ୍ଭେ ଯେ ପତିରେ ଭକ୍ତା ଅଟୁ ବେନି ବାମାଅନ୍ୟପୁରୁଷର ଛାଇ ନଦେଖୁ ଯେ ସୀମା ।ନିଜ କାନ୍ତ ବିନୁ ଆନ୍ତ ଅନ୍ୟ ଗତି ନାହିଁତେଣୁ ସେ ହୃଦୟ ଫାଟି ଯାଉଛି ଗୋସାଇଂ ।ଶୟନ ଶଯ୍ୟରେ ପିଠି ନ ଦେଉ ଆମ୍ଭଙ୍କୁୟେତେକ ବିରାଷ କିମ୍ପା କରଛି ଏବକ ।ଗୋବିନ୍ଦଚନ୍ଦ୍ର ରାଜନ ବୋଲଇ ବଟନନକହି ବୋଇଲେ କହ ସେହି କଥାମାନ ।ତୁମ୍ଭଙ୍କୁ ଘେନିଣ ଆମେ ଗଲେ ଦେଶାନ୍ତରେଯୋଗ ପଥ ଅପ୍ରାପତ ହୋଇବ ମୋହରେ ।ତୁମେ ଯେ ମଦନ ବାଣ ନପାରିବ ସହିବିଜୁଳି ପବନ କାହିଂ ହସ୍ତେ ଧରାହୋଇ ।ରାଜରାଣୀ ସୁଖ ଭୋଗ ଆଜଠାରୁ ଗଲାଦଇବ ପୁରୁଷ ୟେହା ଭିନ୍ନ ଭିନ୍ନ କଲା ।ଗୁରୁ ମନ୍ତ୍ର ଦେଲାଠାରୁ ଅଙ୍ଗେ ନାହଁ ଖେଦଦଶଦ୍ଧାରେ ମହାବନ୍ଧ ନୋହିବାକୁ ଭେଦ ।ରାଜାର ବସନ ତେଜି ବହିବୁ ଯେ କଚ୍ଛାଆଖ୍ୟା ଦେଇଛନ୍ତି ମୋ ମୁକୁତାଦେଶ ମାତା ।ରାଣୀ ବୋଲେ ଆହେ ରାଜା ତୁମ୍ଭେ ତ ମହତମହତକୁ ଆଶ୍ରେକରି ହୋଇଲୁ ଅନାଥ ।ଦୁଇକୂଳ ଛାଡ଼ି ମଧେ ଭାସିଲୁ ଜଳରମାତା ପିତା ଭାଇ ବନ୍ଧୁ ଛାଡ଼ିଲୁ ନିଜର ।ଜଳ ଶୁଖିଗଲେ କାହିଂ ମୀନ ଜୀବ ରକ୍ଷାଚନ୍ଦ୍ରମା ନଥିଲେ ତାରା ନୋହିବେ ଯେ ଲେଖା ।ପତିର ବିହୀନେ ପତ୍ନୀ କି କରି ବଞ୍ଚଇଭୋ ଦଇବ ପୁରୁଷ ବିଚାରୁ କିନା ତୁହି ।କପାଳରେ କର ମାରି ଚାହାନ୍ତି ଆକାଶରାଜାକୁ ଚାହିଂ ବୋଲନ୍ତି ନ କରି ନିରାଶ ।ଭଲା ସେ ଶାଶୁ ଅଟନ୍ତି ପୁର ଗୁରୁଜନଯୋଗୀକରି ଦେଉଛନ୍ତି ପ୍ରେକଇ ନନ୍ଦନ ।କାହା ଘେନି ରାଜ୍ୟ ସେ କରିବ ମହାଦେଶଆୟେ ଶୋକ କଲେ ତାକୁ ଚିନ୍ତା ନମାଡ଼ଇ ।ପୀମାନଙ୍କ ବେଦନା ସେ ନପାରନ୍ତି ଜାଣିସବୁଅଙ୍ଗ ୟେତ ନୁହଇ ଭିନ୍ନ ପୁଣି ।ଯେବେ ହୋ ରାଜନ ଆମ୍ଭ ବୋଇ ନ କରିବୁସମସ୍ତେ ପରିବୁ ତୋ ଉପରେ ହତ୍ୟାଦେବୁ ।ଯଗତେ ତାହାର ଭଗୀ ସମୟେ ପଡ଼ିଛି ।ବିକଳେ ଯୁବତୀମାନେ ବାତୁଳେ କହନ୍ତି ।.ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ରାଣୀମନ ମହାପ୍ରଭୁ କେତେ କଥା କରେ ଆଣି ।ଯହିଂକି ବଳାଇ ମନ ତହିଂକି ବଳଇକାହାରି ବଳରେ ଆନ କରିତ ନୁହଇ ।ୟେତେଦିନ ଯାୟେ ଲୋ ଭାରିଯା ହୋଇଥିଲଆଜଠାରୁ ଧର୍ମମାତ ନିଶ୍ଚୟ ହୋଇଲ ।ମାତାପୁତ୍ର ଭେଟ କାହିଁ ଅଛି ଗୋ ରୋଦମାଅଗାଧେ ଭାସିଲେ ଭେଳା କାହୁତ ଆଣିମା ।ଯେଣୁ ସେ ଗୋବିନ୍ଦଚନ୍ଦ୍ର କରିଲେ ନିରାଶରୋଦମା ପୋଦମାଙ୍କର ଉଡ଼ିଲା ସାହସ ।ୟେମନ୍ତ ସମୟେ ଯେ ରାଉତ ଷୋଳଣତତେରତ ଶାବେଳି ଆବର ଶତେ ଓଟ ।ନବଲକ୍ଷ ବଙ୍ଗବଳ ଆସିହେଲେ ରୁଣ୍ଡ ।ମୁଖରାବ ଶବଦରେ କମ୍ପିଲା ବ୍ରହ୍ମାଣ୍ଡ ।ବାରୁଆଳ ବୁଆଳ ଘଡ଼ଇ ଘଡ଼ିତାଳପ୍ରକୃତି ସେବକଠାରୁ ଯେତେ ବାଦ୍ୟକାର ।ସମରାଜ୍ୟରେ ପ୍ରଜାୟ ମିଳିଲେ ସକଳବେଢ଼ିଲେ ମଣ୍ଡପ ତଳେ ତିଳେ ନାହିଂ ସ୍ଥଳ ।ଶିରେକର ଦେଇ ସର୍ବେ କଲେ ନିଉଛାଳିଉଠି କରପତ୍ର ଯୋଡ଼ି ପକାନ୍ତି ବୋବାଳି ।ରାଉତେ ବୋଇଲେ ହୋ ଗୋବିନ୍ଦଚନ୍ଦ୍ର ରାୟଲକ୍ଷବଳଯାକ ଆୟେ ଅଇଲୁ ସଭିର୍ୟ୍ଯ ।ଯେତେ ସୈନ୍ୟପରେ ଯାହାଙ୍କର ଅଛି ପଣସେ ରାଜାକି ତ୍ୟାଗକରେ ଦଣ୍ଡ ସିଂହାସନ ।ଆମ୍ଭଙ୍କୁ ହୁଡ଼ିଣ ତୁମ୍ଭେ ନ ଯାଅ ଗୋସାଇଂବହୁତ ବଚନ ଭାଙ୍ଗିଲେ ତ କାର୍ଯ୍ୟ ନୋହି ।ରାଜୀହୋଇ ଦ୍ୱାରେ ଦ୍ୱାରେ ମାଗୁଥିବ ଭିକ୍ଷାପଞ୍ଚୁକୋଳି ଅନ୍ନକୁ ବଳିଲା ତୁମ୍ଭ ଇଚ୍ଛା ।ବର ଶୁଣଇକି ସେ କମ୍ବୁରସ ବାଣୀ ।ନଶୁଣଇ ରାଜା ହେଠମାଥେ ଅଛି ପୁଣି ।ପୁଣିହେଁ ମାହୁନ୍ତମାନେ ଜଣାଇଲେ ଛାମୁସାବଧାନେ ଶୁଣ ରାଜା ହୋଇ ଅବଧାନ୍ତି ।ଯୋଗୀ ହେଲେ ରାଜ୍ୟେକ କରି ବଇଭୋଗନାହିଂ ଭ୍ରାତ୍ ପୁତ୍ର ରିପୁ କଳନା କରିବ ।ଅନେଶ୍ୱତ ମହାଦେଶ ବେନି, ପାଟରାଣୀୟେହାଙ୍କୁ କେ ସମ୍ଭାଳିବ କହବୁଦ୍ଧି ପୁଣି ।ଗର୍ଭଧାରୀ ମାତା ପୁଣି ଅଛନ୍ତି ନବରକେମନ୍ତେ ଧରିବ ହିଆ ଜଳିବ ଅଚଳ ।ଆୟଙ୍କୁ ଅନାଥ ନକର ହେ ବଙ୍ଗସାଇଂକେ ଆସ୍ତଙ୍କୁ ପାଳିବ ପୋଷିବ ଅନ୍ନଦେଇ ।ବାହୁଡ଼ି ଗୋବିନ୍ଦଚନ୍ଦ୍ର ନବରକୁ ଆସ ।ହାଡ଼ିପା ଛାର ପାଗଳ କଥାରେ ବିଶ୍ୱାସ ।ମଉନ ହୋଇଣ ବସିଥିଲା ନୃପମଣିଗୁରୁଙ୍କର ନିନ୍ଦ ବାଣୀ କପଥେ ଶୁଣି ।ଆହେ ଇକ୍ଷବଳ ତୁମ୍ଭେ ତୁନି ହୋଇଯାଅନ ଜାଣି ନ ବୁଝି ଯେ ଗୁରୁଙ୍କୁ ଗାଳିଦିଅ ।ନାହିଁ ଆମ୍ଭର ଯେ ଇଚ୍ଛା ନ ଯୋଗାଇ କିଛିନ ଯୋଗାଇ ନବର କେବଣ ସୁଖ ଅଛି ।ନ ଯୋଗାଇ ରାଣୀ ପାଟ ମହାଦେଈ ମାନଯୋଗୀ ହୋଇଇଇଂ ମାତ ଆଗ୍ୟ ପରମାଣ ।ତୁମ୍ଭେ ଲକ୍ଷବଳ ହୋଇଥିଲଟି ଆନ୍ତରଆଜଠାରୁ ନିଶ୍ଚୟ ହୋଇଲ ତୁମ୍ଭେ ପର ।ଇଚ୍ଛା ହେଲେ ମାତାଙ୍କ ପଦେ ଖଟିଥାଅତୁମ୍ଭମାନଙ୍କ ଇଚ୍ଛାରେ ଅନ୍ୟ ନଗ୍ରେ ଯାଅ ।ମାତା ଯେବେ ବୁଝିବେ ତୁମ୍ଭର ହାନିଲାଭଆମ୍ଭଙ୍କୁ କିମ୍ପାଇଂ କହିଆସ ସଦଭାବ ।ଲେଛିଲାର କଥା କି ଲୋଡ଼ିଲେ ' ଆଉପାଇବ୍ରହ୍ମାବିଷ୍ଣୁ ଶିବ ବିନୁ ଅନ୍ୟ କେ ନୋହଇ ।ତହୁ ଦଳବଳମାନେ ହୋଇଲେ ନିରାଶରାଉତଙ୍କ ସେନାପତି ସେବାକାରୀ ବଂଶ ।ଶିରେ କରଦେଇ ସର୍ବେ କହନ୍ତି ବିନୟୀଯେବେ ଯୋଗୀ ହୋଇବଟି ବଙ୍ଗଦେଶ ସାଙ୍ଗ ।ତୁମ୍ଭର ନିରାଶେ ଆସ୍ତେ କାହାକୁ ଓପ୍ରୋଧଗତବାକୀ ଲେଖାକରି ଦିଅ ମହାରାଜ ।କ୍ଷତ୍ରମାନଙ୍କର ଲାଗି ଯିବା ନ ଯୋଗାଇଦଳ ଲୋକଙ୍କର ଲେଖି ନ ଦିଅ କିମ୍ପାଇଂ ।ଯେବେ ତୁମ୍ଭେ ନଗରକୁ କରିବ ଗମନ ।ନ ମାଗିବୁ ଗତ ବାକୀ ଭାତ ବରତନ ।ୟେମନ୍ତ ବଚନ ଯହୁ ରାଉତ ବୋଇଲେଶୁଣିଣ ଗୋବିନ୍ଦଚନ୍ଦ୍ର ହରଷ ହୋଇଲେ ।ବେଭାରେତ ଦେଶାନ୍ତର କରୁଅଛି ମୁଲ୍ୟଦଳଲୋକଙ୍କର ଲାଗି ଯିବ କାହିଂ ପାଇଂ ।ପଛଆଡ଼େ ନାନା ଗାଳି ଦେଉଥିବେ ମୋତେଅଧର୍ମ କାହାଣୀ କିମ୍ପା ଶୁଭିବ ଜଗତେ ।ଯେତେ ବୋଲି ଆଖ୍ୟା ଦେଲେ ମହତ ରାଜନଦଳକରଣକୁ ରାଇ ଆଣରେ ବହନ ।ତତକ୍ଷଣେ ଡଗରା ଯେ ଆଣିଲେ ହକାରିଆଗ୍ୟ ବୋଲି ଦେଲେ ଯେ ଗୋବିନ୍ଦ ଦଣ୍ଡଧାରୀ ।ତୁହୋ ଦଳକରଣ ଲେଖାରେ ଦିଅ ମନରାଉତ ମାହୁନ୍ତ ମୋର ଯେତେକଟି ସୈନ୍ୟ ।ଗତ ବାକୀ ବରତନ ଅଛି ଯାର ଯେତେସବୁ ଗୋଟା କରିଣ ବହନ କହି ମୋତେ ।ଦଇବେ ପ୍ରତାପୀ ସେ ଗୋବିନ୍ଦଚନ୍ଦ୍ର ରାୟକରଣ ବୋଇଲା ସ୍ବାମୀ କହିବି କଥାୟେ ।ଲେଖାରେ ବସିଲା ଯାଇଂ ସୁବୁଦ୍ଧି କରଣଆଗହୁ ଜଣାଏ ଯାର ଯେତେ ବରତନ ।ପଡ଼ିହତ ଚଭକତ କରଣଟି ଯେତେ ।ସବୁଙ୍କୁ ବସାଇ ଲେଖାଇଲାକ ତୁରିତେ ।ରାଉତ ମାହୁନ୍ତ ଯେ ପଦାରି ଭୃତ୍ୟଙ୍କରବ୍ରାହ୍ମଣ ଚାଣ୍ଡାଳ ଯେ ଘଡ଼ଇ ଘଡ଼ିତାଳ ।ସବୁ ୟେକ ଠାବକଲା ସୁବୁଦ୍ଧି ମହାନ୍ତିଗୋବିନ୍ଦଚନ୍ଦ୍ର ସନ୍ନିଧେ ମିଳିଲା ତଡ଼ତି ।ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂଗତ ବାକୀ ବରତନ କହିବି ବୁଝାଇ ।ସମରାଜ୍ୟ ଆୟର ଯେତେକ ଦଳବଳପ୍ରକୃତି ସେବକଠାରୁ ଯେତେ ବାଦ୍ୟକାର ।ସବୁୟେକ ଠୁଳକରି ଜଣାଉଛି ମୁହଁ ବେନିପଦ୍ମ ପନ୍ଦର ମର୍ଭୁତ ଟଙ୍କା ହୋଇ ।ଗତ ବରତନ ଯେଯେ ଟଙ୍କା ଆସ୍ତେ ଲାଗିଶୁଣି ବଡ଼ ସନ୍ତୋଷ ହୋଇଲେ ମହାଯୋଗୀ ।ଆହେ ପଟ୍ଟନାୟକ ବହନ ହୋଇ ଯାଆମାତାଙ୍କର ଛାମୁରେ ଯେ ବହନ ଜଣାଅ ।ଭଣ୍ଡାର ଘର ଫେଡ଼ି ବହନ ଟଙ୍କା ଆଣପାଇକ ରାଉତମାନେ ଯାଆନ୍ତୁ ବହନ ।ଗୋବିନ୍ଦଚନ୍ଦ୍ର ବଚନେ ଚଳିଲା କରଣମାତାଙ୍କ ଛାମୁରେ ଯାଇଂ କହିଲା ବହନ ।ଶୁଣ ମାୟେ ଆଗ୍ୟତୋଳି ଦେଲେ ମହାରାୟଲକ୍ଷ ବଳଯାକ ସବୁ ଅଛନ୍ତି ସମୂହେ ।ଯେତେ ଗତ ବାକୀ ବରତନ ଥିଲା ରହିସମସ୍ତେ ଆସ୍ଥାନ ତଳେ କହିଲେ ଗୋସାଇଂ ।ମୋତେ ରାୟେ ଲେଖାକର ବୋଲି ଆଖ୍ୟାଦେଲେଗତ ବାକୀ ବରତନ ଲେଖାକଲି ଠୁଳେ ।ବେନିପଦ୍ମ ଟଙ୍କା ଯେ ପନ୍ଦର ମରଭୃତଭଣ୍ଡାରୁ ଯେତେକ ଗଣି ଦିଅସି ତୁରିତ ।ତକ୍ଷଣେ ମୁକତା ଦେଶ ହୋଇଲେ ବାହାରବେଗରେ ମିଳିଲେ ଯେ ଭଣ୍ଡାର ସିଂହଦ୍ୱାର ।ଭଣ୍ଡାର ନାୟକକୁ ବୋଇଲେ ମହାଦେଈ ।ଭଣ୍ଡାର ବହନ ଫେଡ଼ି ଦିଅସିରେ ତୁହେଁ ।ଆଗ୍ୟପାଇ ବହନ ଫେଡ଼ିରେ ରକ୍ଷାପାଳେସିନ୍ଦୁକରୁ ଫେଡ଼ିଣ ଯେ ଦେଲେ ଧାତିବାରେ ।ବେନିପଦ୍ମ ପନ୍ଦର ମର୍ଭୁତ ଟଙ୍କା ଦେଲେଆସ୍ଥାନର ତଳେ ନେଇ ସବୁକୁଢ଼ କଲେ ।ବୋଇଲେ ଗୋବିନ୍ଦଚନ୍ଦ୍ର ଶୁଣ ଲକ୍ଷବଳସେ ଯାହା ବର୍ତ୍ତନ ବାକୀ ନିଅସି ତୁମ୍ଭର ।ୟେକକୁ ଆରେକ ଚାହିଂ ବୋଲନ୍ତି ରାଉତେରାଜାଯୋଗୀ ହୋଇଛି ଯେ ବୋଲନ୍ତି ଜଗତେ ।ଯେଣୁକରି ବିକଳ ଯେ ମାଡ଼ିଲା ସବୁନ୍ତିବିନୟେ କହନ୍ତେ ଆମ ବୋଲ କଲା ନାସ୍ତି ।ବର୍ତ୍ତନ ମାଗିଲେ ଗଣି ଦେଲା ଦଣ୍ଡଧାରୀ ।ଓପ୍ରୋଧ ଛାଡ଼ିଲା ଯିବ ଦେଶାନ୍ତର କରି ।ୟେକା ଜଣକରେ ସୁସ୍ଥ ହୋଇଥିଲା ସୀମାରାଜା ନଥିଲେ ଯେ କେହୁ କରିବ ଗଣନା ।ବାବୁୟେ ଷୋଡ଼ଶ ବର୍ଷ ସୁନ୍ଦର ମୂରତିପାଶୋର ନଯାଇ ହୃଦ ହେଉଚି କରତି ।ଏମନ୍ତ ସମୟେ ଯେ ମୁକୁତା ଦେଈ ରାଣୀପୁତ୍ରକୁହିଂ ଯୋଗାଇଲେ ଅନ୍ନଭିକ୍ଷା ଆଣି ।ସୁବର୍ଣ୍ଣ ଥାଳିରେ ଅନ୍ନ ଶାକର ମିଶାଇଭୁଞ୍ଜରେ ଗୋବନ୍ଦଚନ୍ଦ୍ର ବିହି ଯାହା ଲିହି ।ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣଗୋ ଜନନୀସୁବର୍ଣ୍ଣ ଥାଳିରେ ଅନ୍ନଦେଲ କିମ୍ପା ଆଣି ।ଗୁରୁଆଗ୍ୟାଂ ଦେଇଛନ୍ତି ଲାଉରେ ଭୁଞ୍ଜିବୁତେବେସେ ସଂସିଦ୍ଧ ଗୁଣ କାରଣ ପାଇବୁ ।ଶୋକେ ଗଦଗଦ ହୋଇଲେକ ଗର୍ଭଧାରୀସୁବର୍ଣ୍ଣ ଥାଳିରୁ ଅନ୍ନ ଲାଉଥାଳେ ଭରି ।ଭୁଞ୍ଜିଣ ଗୋବିନ୍ଦଚନ୍ଦ୍ର ମନଯେ ଆନନ୍ଦମୁଖ ବିକାଶଇ ତାର ପୂର୍ଣ୍ଣିମାର ଚନ୍ଦ୍ର ।ଲକ୍ଷବଳ ମୁଖ ଚାହିଂ ହେଠମାଥ କରିନବ ଲକ୍ଷ ବଳଯାକ ପାଡ଼ିଲେ ବୋବାଳି ।ଆହେ ମହୀପତି ତୁଯେ ଅପୁତ୍ରିକ ଜନସନ୍ତାନ ସନ୍ତତି ହଉ ଲେଉଟ ବହନ ।ଅପୁତ୍ରିକ ବଦନ ଚାହିଂବା ବଡ଼ ଦୋଷକୁଳରକ୍ଷା ହେଉ ଶୋଭା ପାଉ ବଙ୍ଗଦେଶ ।ଗୋବିନ୍ଦଚନ୍ଦ୍ର ବୋଇଲେ ପୁତ୍ର କି କରିବିମାୟା ମୋହ ଥାଇ ନିକି ଘର କରୁଥିବି ।ସଂସାରେ ବାଛନ୍ତି ସିନା ଅପୁତ୍ରିକ ଦୋଷମନରଖି ପାରିଲେ କୁମର ହେବ କିସ ।ମୂଳଥିଲେ ଡାଳ ତହୁଂ ପଲ୍ଲବଇ ସିନାମୂଳ ଗଲେ ଡାଳର ପ୍ରଳୟ ହୋୟେ କିନା ।ଆହେ ଲକ୍ଷବଳ ତୁମ୍ଭେ ତୁନି ହୋଇ ଯାଅମାତାଙ୍କ ଚରଣତଳେ ସେବା କରୁଥାଅ ।ସୁଖ ଭୋଗ କରୁଥିବ ନକରିବ ଆନୟେମନ୍ତ କହିଲେ ଯହୁଂ ଗୋବିନ୍ଦରାଜନ ।ନିରାଶ ହୋଇଣ ଦଳବଳ ଲେଉଟିଲେମାତାଙ୍କୁ ଚାହିଂଣ ରାଜା ବଚନ ବୋଇଲେ ।ରୋଦମା ପୋଦମା ଲାଗନ୍ତିଟି ତୋତେ ମାୟେମନ ମୂରୁଛଇ ଗୋ ଧଇର୍ଯ୍ୟ ଧର କାୟେ ।ଦେଶ ରାଷ୍ଟ୍ର ପାଳି ତୁମେ ରାଜ୍ୟକରୁଥିବଶୁଭ ଆଚରିଣ ମୋତେ କଲ୍ୟାଣ ବାଞ୍ଛିବ ।ବହନ ମେଲାଣି ଦିଅ ଯିବି ଦେଶାନ୍ତରମାତାୟେ ବୋଇଲେ ସିଦ୍ଧ ହୁଅରେ କୁମର ।ମିଳିଲେ ମୁକୁତା ଦେଈ ବେନିରାଣୀ କତିଅସାଷ୍ଟମ ହୋଇଣ ସେ ପଡ଼ିଛନ୍ତି ଖିତି ।କରଧରି ତୋଳିଲେ ମୁକୁତା ମହାଦେଈଉଠଗୋ ନବରେ ଯିବା ବୋଲି ଆଗ୍ୟାଂଦେଇ ।ଚାରିମାସେ ଆସିବେ ଗୋବିନ୍ଦଚନ୍ଦ୍ର ରାଜାସେ ହୋଇବେ କାନ୍ତ ତୁମ୍ଭେ ହୋଇବ ଭାରିଯା ।ପ୍ରବୋଧ କହନ୍ତେ ରାଣୀ ଉଠିଲେ ବହନଅନ୍ତଃପୁରକୁ ସେ ଶୀଘ୍ର କଲେ ଯେ ଗମନ ।ରୋଦମା ପୋଦମାକୁ ମୁକୁତାଦେଈ ନେଇବେନି ସପତଣୀ କର୍ଣ୍ଣେ ମହାମନ୍ତ୍ର କହି ।ଗ୍ୟାଂନ ପାଇ ରୋଦମା ପୋଦମା ହେଲେ ତୋଷପାଶୋରିଲେ କାମଚେଷ୍ଟା ରତିରଙ୍ଗ ରସ ।ମାତାଙ୍କ ଅଗ୍ରତେ ରାଣୀ ବୋଲନ୍ତି ବଚନଦେଶୀନ୍ତରେ ଯାଉ ରାଜା ସାକ୍ଷୀହେଉ ଧର୍ମ ।ଜଳ ସ୍ଥଳ ଅନଳେ ରଖନ୍ତୁ ମହାମାଈଦିବାନିଶି ଜଗନ୍ନାଥେ ସାହେଥିବେ ହୋଇ ।ୟେତେ ବୋଲି ଯେ ଯାହାରେ ହୋଇଲେକ ତୁନିୟେଥୁ ଅନନ୍ତରେ କଥା ଶୁଣ ଆନ ବାଣୀ ।ସୁଧର୍ମା ଯେ ପୁଚ୍ଛାକଲେ ଦୁର୍ବାସାଙ୍କୁ ଚାହିଂୟେଥୁ ଅନନ୍ତରେ କିସ ହୋଇଲା ଗୋସାଇଂ ।ଦୁର୍ବାସା ବୋଇଲେ ଶୁଣ ଗନ୍ଧର୍ବ ନନ୍ଦନପିଠିଦେଇ ମଣ୍ଡପରେ ବସିଲେ ରାଜନ ।ବାଳବୃଦ୍ଧ ତରୁଣ ସମସ୍ତେ ଦେଖୁଥିଲେଯଥା ସମୟେ ଯେ ଯାହା ଘରକୁ ସେ ଗଲେ ।ଗୁରୁଯାଇ ମିଳିଲେ ଗୋବିନ୍ଦଚନ୍ଦ୍ର କତିବହୁତ ଗ୍ୟାଂନ ଗୋଚର ବୁଝାଇ କହନ୍ତି ।ଶୁଣ ବାବୁ ଗୋବିନ୍ଦରେ ନଗ୍ର ବୁଲିଯିବାବନାନ୍ତ କନ୍ଦର ନଦୀ ସମୁଦ୍ର ଦେଖିବା ।ନୃପତି ବୋଇଲେ ଯେ ମୋହର ଇଚ୍ଛାୟେହିତୁମ୍ଭ ଆଗ୍ୟାଂ ହେବ ଯାହା ତାହା କରିବଇଂ ।ଗୁରୁ ଆଗ୍ୟାଂଦେଲେ ବାବୁ ଆମ୍ଭେ ଦେଲୁ ଦୀକ୍ଷାୟେଥକୁ କି ଦକ୍ଷିଣା ଦେବାକୁ ତୋର ଇଚ୍ଛା ।ବୋଲଇ ଗୋବିନ୍ଦଚନ୍ଦ୍ର ବଙ୍ଗଦେଶ ମୋରଦକ୍ଷିଣାକୁ ଦେଲୁ ଆମ୍ଭେ ମହୀ ଭୋଗକର ।ହାଡ଼ିପା ବୋଇଲେ ବାବୁ କି କରିବି ତାହାରାଜ୍ୟଦେଶ ମାଗୁଣି ମୋ ନାହିଂ ନରନାହା ।ଗୋବିନ୍ଦଚନ୍ଦ୍ର ବୋଲଇ ଲକ୍ଷେ ସୁନା ଦେବିଅପୂର୍ବ ନୁହଇ ଧନ କିସ ମୁଂ କରିବି ।ହାଡ଼ିପା ବୋଇଲେ ବାବୁ ଦ୍ରବ୍ୟ କି କରିବାଠୁଳ ଛଡ଼ାଇଲେ ସୁଖେ ମଣ୍ଡପେ ବସିବା ।ବୋଇଲେ ଯେ ଗୋବିନ୍ଦ ଆବର କିସ ଦେବାଜାଣି ନପାରିଲି ମନୁ ଫେଡ଼ିଲେ ଜାଣିବା ।ହାଡ଼ିପା ବୋଇଲେ ଯେବେ ତୁ ପାଇଲୁ ଦୀକ୍ଷାପଞ୍ଚଦ୍ୱାର ଫେରିଣ ତୁ ବେଗେ ଆଣ ଭିକ୍ଷା ।ନ କରିବୁ ଲାଜ ବାବୁ କର୍ମକୁ ଆଦରସୁଖ ଛାଡ଼ିକରି ଦେହେ ଦୁଃଖ ଭୋଗକର ।ପଞ୍ଚକୋଳି ଅନ୍ନ ଯେବେ ହୋଇବୁ ତୁ ଭୋଗୀକାମ କ୍ରୋଧ ନିଦ୍ରା ତେଜି ବୋଲାଇବୁ ଯୋଗୀ ।ଅଳପ ଅଳପକରି ତୁଟାଇବୁ ଅନ୍ନ ।ତୁଟାଇଲେ ଦେହ ତୋର ନଜାଳିବ କାମ ।ଚଉଷଠୀ ରୋଗ ଦେହେ ନକରିବ ପୀଡ଼ାଶ୍ମଶାନରେ ବୁଲୁଥିବୁ ଅନିଦ୍ରା ଅମଡ଼ା ।ଯେଉଂ ଲାଉ ଥାଳ ଆମ୍ଭେ ଦେଇଅଛୁଂ ତୋତେବେଢ଼ାଏ ଲେଖାଏଂ ନିତ୍ୟେ ଘୋରୁଥିବୁ ପଥେ ।ଯେତେ ସମ୍ଭାଇବ ଅନ୍ନ ତେତେକ ଖାଇବୁତିଅଣ ଲବଣଙ୍କର ପାଶକୁ ନ ଯିବୁ ।ଲାଉଆ ତୁଟିବା ଦିନ ଅନ୍ନ ନଖାଇବୁଶାକ କାଞ୍ଜି ଆମ୍ବିଳ ଆମିଷ ନଭୁଞ୍ଜିବୁ ।ୟେକମାତ୍ର ଆଧାରକୁ ଦୁଗ୍ଧଅନ୍ନ ମାଗବାଳବୃଦ୍ଧ ତରୁଣେ ହୋଇବୁ ୟେକ ଅଙ୍ଗ ।ଶୁଣି ମାନ ବିସର୍ଜିଲା ବଙ୍ଗଦେଶ ସାଇଂକେମନ୍ତ ପ୍ରକାରେ ମୁଂ ଯେ ଅନ୍ନ ମାଗିବଇ ।ମୋହର ଅଧମପଣ ଅଟେହେ ବେଭାରେଗୁରୁଆଗ୍ୟାଂ ମେଣ୍ଟିତ ନୋହଇ କେତେବେଳେ ।ୟେତେ ବୋଲି ମେଖଳି ଦେହରେ ପୂରାଇଲାବାମ କନ୍ଧେ ଦୋଳାଇଣ ଲାଉକୁ ଖଞ୍ଜିଲା ।ବିଭୂତି ବଟୁଆ ଗୋଟି ହସ୍ତରେ ଘେନିଲାମଣ୍ଡପରୁ ଓହ୍ଲାଇ ଗୁରୁଙ୍କୁ ସୁମରିଲା ।ଜାଗିଲାରେ ମାତା ବୋଲି ନଗରେ ଜଣାଇଦ୍ୱାରେ ଦ୍ୱାରେ ଜଣାଇ ଗୋ ଭିକ୍ଷାଦିଅ ମାଇ ।କାଇ ବସ୍ତ୍ର ଦେଖି ଆସି ବେଢ଼ିଲେ କୁକୁରବାଡ଼ି ଉଞ୍ଚାଇଣ ରାଜା ହୁଅଇ କାତର ।ରାଜା ଭିକ୍ଷା ମାଗିବାର ଦେଖି ନଗ୍ରଜନବାଳବୃଦ୍ଧ ରୋଦନ କରନ୍ତି ଘନ ଘନ ।ଆହୋ ମହୀପତି ୟେଡ଼େ ସୁଖ ତ୍ୟାଗ କଲୁ ।ଦୂରେ ଦୂରେ ଭିକ୍ଷା ମାଗି ୟେହା ଅରଜିଲୁ ।ୟେବେହେଂ ତୁମ୍ଭକୁ କେହି ନାହିଂ ବଳୀୟାରକର୍ଣ୍ଣରୁ ମୁଦୁରା କାଢ଼ି କନ୍ଥା ଦୂରକର ।ବେଗେ କନ୍ଥା ପକାଇ ନଗ୍ରରେ ଯାଅ ଚଳିଗୁରୁ ତୋର କି କରିବ ଶୁଣ ଦଣ୍ଡଧାରୀ ।ଛାର ୟେ ହାଡ଼ିପା ବାଡ଼ିତାଟି ଖଟୁଥିଲାକେଉଂ ଗ୍ୟାଂନ କହିଣ ତୁମ୍ଭଙ୍କୁ ବାଇକଲା ।କାହାରି କଥା ସେ କର୍ଣ୍ଣପଥେ ନ ଶୁଣଇଭିକ୍ଷାଦିଅ ମାୟେ ବୋଲି ବଚନ ବୋଲଇ ।ପଞ୍ଚଦ୍ୱାର ତଣ୍ଡୁଳେ ପୂରିଲା ଥାଳଗୋଟିବେଗବେଗ ହୋଇ ରାଜା ଆସଇ ଲେଉଟି ।ଗୁରୁଙ୍କ ଅଗ୍ରତେ ଯାଇ ମଣ୍ଡପେ ବସିଲାକି କରିବି ତଣ୍ଡୁଳ ଗୁରୁଙ୍କୁ ପଚାରିଲା ।ହାଡ଼ିପା ବୋଇଲେ ବାବୁ ଦୁଇ ଭାଗକରତଳ ବିଲୋପନ କରି ଅନ୍ତି ଦିଅ ଖର ।ତତକ୍ଷଣ ଅଗ୍ନି ଆଣିଲାକ ମଣ୍ଡପରହାଣ୍ଡି ବସାଇଣ ପୁଣ ପୂରାଇଲା ନୀର ।ଗୁରୁ ଆଗ୍ୟାଂ ଦେଲେ ବାବୁ ଶୁଣ ନୃପମଣିଅନ୍ନ ରାନ୍ଧିବାର ମନ୍ତ୍ର କର୍ଣ୍ଣେ ଥାଅ ଶୁଣି ।ବିଷ୍ଣୁ ଯୋଗାଡ଼ିଲେ ପାଣି ଅଗ୍ନି ଦେଲେ ବ୍ରହ୍ମାପାକ ସମ୍ପାଦିଲେ ତହିଂ ରୁଦ୍ରଙ୍କର ବାମା ।ବିଷ୍ଣୁ ଦେଲେ ବିଭୂତି ଆଦିତ୍ୟ ଦେବେ ଥାଳକୁମ୍ଭ ଗୋଟି ଯେ ଅନାଦି ନାଥ ଗୋରେଖର ।ଆବର ସନ୍ଦେହ କଥା ଶୁଣ ମହୀଭୋଗୀଦଶ ପନ୍ଥ ସନ୍ଥ ଶତ ପନ୍ଥ ଛନ୍ତି ଯୋଗୀ ।ଗୁରୁ ଆଗ୍ୟାଂ ପାଇ ରାଜ୍ୟ ମନ୍ତ୍ର ଉଚ୍ଚାରିଲାବେଦପତି ନାମ ଧରି ଅଗ୍ନି ଜାଳି ଦେଲା ।ତତକ୍ଷଣି ପାକସିଦ୍ଧ ହୋଇଲା ଯେ ଅନ୍ନଓହ୍ଲାଇ ଶୀତଳ କଲେ ଗୋବିନ୍ଦ ରାଜନ ।ହାଡ଼ିପା ବୋଇଲେ ବାବୁ ଖାତ ଖୋଳ ମହୀଭାତହାଣ୍ଡି ପୋତି ଆମ୍ଭେ ଯିବା ଶୀଘ୍ର ହୋଇ ।ଅକଟା ଅବଛା ଫଳ ଅଖାଦ୍ୟ ଅଭକ୍ଷ୍ୟସମୟରେ କରିବାଟି ରିପୁଚନ୍ଦ୍ର ବତ୍ସ ।ଗୋବିନ୍ଦଚନ୍ଦ୍ର ରାଜା ଯେ ଖଣତିୟେ ଘେନିଚାରିହସ୍ତ ଗଭୀରରେ ଖୋଳିଲେ ମେଦିନୀ ।ତିଅଣ ରାନ୍ଧି ଲୋଡ଼ଇ ଅତି ବ୍ୟଗ୍ରକରିମୁଖରେ ପଶଇ ଧୂଆଂ ବେନି ଚକ୍ଷୁ ମଳି ।ଅଗ୍ନି ଲିଭିଯାଏ ପୁଣ ଫୁଙ୍କଇ ଲେଉଟିହୁଅଇ ଅବସ୍ଥା ତାର ପଞ୍ଚପ୍ରାଣ ଗୋଟି ।ଅତି ଗର୍ବେଶ୍ୱର ରାଜା ସୁକୁମାର ଦେହୀଯେଉଂ ଶରୀରକୁ ସୂର୍ଯ୍ୟ ତେଜ ନ ଲାଗଇ ।ୟେଡ଼େ ବଡ଼ ପ୍ରଭୁପଣ ଛାଡ଼ିଲାକ ଯେହୁଅଣାୟତ ଗୁରୁଆଗ୍ୟାଂ ମେଣ୍ଟିବାକ କାହୁଂ ।ରାଜା ହାଣ୍ଡି ଗାତରେ ଥୋଇଲା ଧାତିକାରଉପରେ ତିଅଣ ହାଣ୍ଡି ଥୋଇଲା ନିକର ।ଢାଙ୍କୁଣି ଦେଇଣ ମାଟି ଘୋଡ଼ାଇଲା ରାୟେନ ଜାଣନ୍ତି ନରନାରୀ ରଜନୀ ସମୟେ ।ହରିତକୀ ବୃକ୍ଷମୂଳେ ଭାତହାଣ୍ଡି ପୋତିକହୁଂ କହୁଂ ତିଶିରା ପହର ହେଲା ରାତି ।ପାହାନ୍ତା ସମୟେ ଶୁଭିଲାକୁ ଶଙ୍ଖଧ୍ୱନିବିଭୂତି ବୋଳି ହୋଇଲେ ଗୁରୁଶିଷ୍ୟ ବେନି ।ସମରସ ଜାଣି ଭଇରବ ବଜାଇଲେନବରେ ମୁକୁତା ଦେଈ କର୍ଣ୍ଣରେ ଶୁଣିଲେ ।ଧାତିକାରେ ବାହାର ହୋଇଲେ ମହାସତୀଗମନ କରଇ ରାତ୍ର କେହି ନାହିଂ କତି ।ଗୋବିନ୍ଦଚନ୍ଦ୍ର ସନ୍ନିଧେ ବିଜେକଲେ ମାୟେତାହାଙ୍କୁ ଦେଖି କୁମର ଲୋଟିଲାକ ପାୟେ ।କଲ୍ୟାଣ କରନ୍ତି ଯେ ମୁକୁତା ଦେଈ ମାୟେଜଳେ ସ୍ଥଳେ ଅନଳେ ରଖନ୍ତୁ ମହାମାୟେ ।ନିରାକାର ବିଷ୍ଣୁ ତୋତେ ହୋଇଥାନ୍ତୁ ସାହାଗୁରୁ ଅନୁଗ୍ରହେ ତୋର ସିଦ୍ଧ ହେଉ କାୟା ।ସୁସେବା କରିବୁ ଗୁରୁ ବଚନ ପାଳିବୁସୁସ୍ୱାଦକୁ ନଇଚ୍ଛିବୁ ମନେ ନ ହେଜିବୁ ।ହାଡ଼ିପା ବୋଲେ ମୁକୁତା ଦେଈଙ୍କି ଯେ ଚାହିଂୟେତେ ରାତ୍ରେ ୟେଠାକୁ ଅଇଲ କିସପାଇଂ ।ପୁତ୍ରକୁ ନେବାକୁ ମନ ଅଛିକି ତୋହରକଣ୍ଠିରୁ ମୁଦୁରା କାଢ଼ କନ୍ଥା ଦୂର କର ।ପାସୋରିଲା କଥା କିମ୍ପା ସୁମରଣା କରୁତୋତେ ଦେଖି ମୋହର ମନଟି ବଡ଼ ଗରୁ ।ମାତା ପୁତ୍ରେ ଦେଖିଲେ ଯେ କ୍ରୋଧଜାତ ହୋଇଅଗ୍ରପଶ୍ଚାତ କଥାକୁ ବିଚାରୁ ତ ନାହିଂ ।ଅତି ନିରାଶ ପନ୍ଥା ତୁ ବୋଲିକି ନ ଜାଣୁଛାଡ଼ିଲା ମୁହାଂସ କିମ୍ପା ଲେଉଟାଇ ଆଣୁ ।ତୋର ଗୁରୁ ଗୋରେଖନାଥ ମୋ ଗୁରୁ କାହ୍ନୁପାସେବାରେ ସୁଦୟା କଲେ ଆମ୍ଭେ ସାର୍ଦ୍ଧ ଶାଖା ।ଜାଣୁ ଜାଣୁ କିଗୋ ବଣା ହେଉ ମହାଦେଈପୁତ୍ରକୁ ମୁର୍ଚ୍ଛିଣ ଶୋକ କରୁ କାହିଂ ପାଇଂ ।ମୁକୁତା ଦେଈ ବୋଇଲେ ଗର୍ଭଧାରୀ ମୁହିଂଏକଇର ବଳା ମୋର ଯିବ ଯୋଗୀ ହୋଇ ।ଚକ୍ଷୁ ପୂରାଇ ଆଜକ ଦେଖିଥାଏ କିନାଆଜଠାରୁ ବଙ୍ଗଦେଶ ଶୂନ୍ୟ ହେବ ସିନା ।ଛାର ୟେ ଜୀବନ ମୋର କି କାରଣେ ରହେକୁମରମୁଖକୁ ଚାହିଂ ଶୋକେ ମାତା କହେ ।ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣ ଗୋ ଜନନୀଯିବା ସମୟକୁ କିମ୍ପା ଶୋକ କରୁ ପୁଣି ।ତୁମ୍ଭେ ସିନା କହିଦେଲ ଯୋଗପଥ ବାଟୟେବେ କାହିଂ ପାଇଂ ଶୋକ କରୁ ଗରୁ କଷ୍ଟ ।ହରାଇବା ଧନ ଆଉ ଲୋଡ଼ିଲେକି ପାଇଗଲା ମଲା ଦୁଇ କଥା ଭୋଟାଭେଟି ନାହିଂ ।ନବରକୁ ଯାଅ ମାତ ଦେଇଣ ମେଲାଣିପୁତ୍ରର ବଚନ ଶୁଣି ହସିଲେକ ରାଣୀ ।ବାବୁ ଲେଉଟି ଚାହିଂଦେ ହୃଦ ହେଉ ଶାନ୍ତିଖଣ୍ଡେ ଦୂର ଅନାଇ କୁମର ପ୍ରଣମନ୍ତି ।ଲେଉଟ ମୁକୁତାଦେଈ ଆମ୍ଭେ ଯିବୁଂ ଦୂରମନରେଣ ମହାସତୀ କିଛି ନ ବିଚାର ।ହରଷେଣ ମହାସତୀ ନବରକୁ ଗଲେଗୋବିନ୍ଦଚନ୍ଦ୍ରକୁ ଚାହିଂ ଗୁରୁ ଆଗ୍ୟାଂ ଦେଲେ ।ବାବୁ ଘେନ ୟେବେ କନ୍ଥା ଲାଉ ଥାଳମାନନଗ୍ରଜନେ ନଜାଣୁ ଚଳିବା ପଥ ଗ୍ରାମ ।କଠାଉ ମାଡ଼ିଲେ ଦେବ ଘେନିଲେ ଖଣତିମାୟାଘର ପ୍ରାୟେକ ଯେ ମଣିଲେ ସବୁନ୍ତି ।କଟିରେ ଗୋବିନ୍ଦଚନ୍ଦ୍ର ମେଖଳା ଭରିଲେବିଭୂତି ବଟୁଆଗୋଟା ହସ୍ତରେ ଘେନିଲେ ।ଝୋଲିକନ୍ଥା ଘେନି ସଜ ହୋଇଲେ ରାଜନଆଗରେ କଢ଼ାଇ ଗୁରୁ ପଛରେ ଗମନ ।ନବରୁ ବାହାର ହୋଇ ଗମନ କରନ୍ତିକୁମ୍ଭ ପୂର୍ଣ୍ଣିମାର ଯାତ୍ରୀ ସେଦିନ ହୋଇଛି ।ବହୁତ ଯେ ବାଟ ରାଜା ନପାରଇ ଚାଲିବେନି ତଳିପାରୁ ସେ ରୁଧିର ଗଲା ଗଳି ।ଶୋଣିତ ଦେଶରେ ଯାଇ ପ୍ରବେଶ ହୋଇଲେଗୋବନ୍ଦିଚନ୍ଦ୍ରକୁ ଚାହିଂ ଗୁରୁ ଆଗ୍ୟାଂ ଦେଲେ ।ବାବୁ ନଗ୍ର ଫେରି ଭିକ୍ଷା ଆଣରେ ବହନଉଚ୍ଛୁର ହେଉଛି ବେଳ କରିବୁଂ ଭୋଜନ ।ଗୁରୁ ଆଗ୍ୟାଂ ନିରାଧାରେ ଶିରଗ୍ରତେ ଘେନିଗୁରୁଙ୍କୁ କହିଣ ରାଜା ଚଳିଲା ବହନି ।ଜାଗିଲାରେ ମାତାବୋଲି ଡାକିଲେକ ରାୟେଜାଣନ୍ତେ ନବର ନାରୀ ଭିକ୍ଷା ନେଇ ଦିଏ ।ଗୁରୁଙ୍କ ଅଗ୍ରତେ ନେଇ ରଖିଦେଲେ ଭିକ୍ଷାହାଡ଼ିପା ବୋଇଲେ ଭୁଞ୍ଜ ଯେ ତୋହର ଇଚ୍ଛା ।ଗୋବିନ୍ଦଚନ୍ଦ୍ର ବୋଇଲେ ତୁମେ ଭକ୍ଷ କରପଛକୁ ଯେତେକ ଥିବ ହୋଇବ ମୋହର ।ଜାଣିଲେ ଗୋବିନ୍ଦ ମନ ହାଡ଼ିପା ଗୋସାଇଂଅର୍ଦ୍ଧେକ ଥୋଇ ଅର୍ଦ୍ଧେକ ଦେଲେକ ବଢ଼ାଇ ।ଭୁଞ୍ଜଇ ଗୋବିନ୍ଦଚନ୍ଦ୍ର ଚଉଦିଗ ଚାହିଂତିଉଣ ଲବଣ ଦୁଗ୍ଧ ଭକ୍ଷିବାକୁ ନାହିଂ ।ନରୁଚଇ ଅନ୍ନ ରାଜା ମନରେ ବିରସଗୋଟି ଗୋଟି କରିଣ ଭୁଞ୍ଜଇ ଅନ୍ନରସ ।ଅର୍ଦ୍ଧେକ ପକାଇ ରାଜା ଅର୍ଦ୍ଧେକ ଭୁଞ୍ଜିଲେଆଚମନ ସାରି ରାଜା ଗୁରୁପାଶେ ଗଲେ ।ଆସନ ମାଡ଼ିଣ ଗୁରୁ କଲେକ ଶୟନପଦ ମଞ୍ଚାଳିଲେ ବସି ଗୋବିନ୍ଦ ରାଜନ ।ୟେହିମତି ଷୋଳ ଘଡ଼ି ନିଶି ଶେଷଗଲାଉଜାଗର ହୋଇ ରାଜା ଅଗ୍ରତେ ବସିଲା ।ସୂର୍ଯ୍ୟୋଦୟ ହେଲାରୁ ସେ ତହୁଂ ଉଠିଗଲେଗୌହାଟ ପାଟଣା ଦେଶେ ପ୍ରବେଶ ହୋଇଲେ ।ବେଳ ପ୍ରହରକେ ଗୁରୁ ଶୌଚ ସ୍ନାନ ସାରିଶିବ ସ୍ଥାନେ ବସିଲେ ହାଡ଼ିପା ଜପକରି ।ସେ ସ୍ଥାନେ କମଳ ପତ୍ର ପିନ୍ଧନ୍ତି ମନୁଷ୍ୟଅନ୍ନ ନ ମିଳଇ ଯହୁଂ ପିଅନ୍ତି ଗୋରସ ।ସେ ନଗ୍ରେ ରହିଣ ଭିକ୍ଷା ମାଗିଲା ରାଜନଦୁଗ୍ଧ ଭିକ୍ଷା ବାହାର ହୋଇଲା ତତକ୍ଷଣ ।ମୋହନ ମଙ୍ଗଳପୁର ଯଦୁ ରାଷ୍ଟ୍ର ଦେଶବେଳକାଳ ମଙ୍ଗଳ ବୁଲିଲେ ସେ ହରଷ ।କାହିଂ ଚୌର ତସ୍କର ବା କାହିଂ ବ୍ୟାଭ୍ରଭୟନିତ୍ୟେ ଉଜାଗର ହୋନ୍ତି ଗୁରୁଚେଲା ଦୁହେଂ ।ୟେମନ୍ତେ ଅନେକ ଦେଶ ବୁଲିଲେକ ଯହୁଂଭୃଙ୍ଗଦେଶେ ପ୍ରବେଶ ହୋଇଲେ ଯାଇଂ ତହୁଂ ।ମନେ ମନେ ଗୁରୁଦେବ ବିଚାର କରନ୍ତିଯୋଗୀକରି ଆଣିଲି ମୁଂ ବଙ୍ଗଦେଶ ପତି ।କୋଡ଼ିୟେ ବରଷ ରାଜା କାମଦେବ ବର୍ଣ୍ଣଶତେ ପାଟମହାଦେଈ ଉପରେ ରତନ ।ରତ୍ନ ଗଜପଲଙ୍କ ଉପରେ ଯେହୁ ଶଯ୍ୟା କରିଭୋଗକରି ନାହିଂ ଯେ ଅଇଲା ଦଣ୍ଡଧାରୀ ।ଆବର ସ୍ତିରୀ ମୁରୁଛି ପାରଇକି ନାହିଂଜାଣିମା ୟହାର ମନ କେମନ୍ତ ପାଳଇ ।ୟେତେ ବୋଲି ଶିଷ୍ୟକୁ ଘେନିଣ ତହୁଂ ଗଲେଗଣିକାଦ୍ୱାରରେ ଯାଇଂ ପ୍ରବେଶ ହୋଇଲେ ।ରମ୍ଭା ନାମେ ତରୁଣୀ ଯେ ଅଟେ ନବ ଯୁବାଦେଖିଲେ ଢଳିବେ ମୁନି ଚନ୍ଦଜ୍ୟୋତିପ୍ରଭା ।ହାଡ଼ିପାକୁ ଦେଖି ରମ୍ଭା ଉଠିଲେ ବହନବୋଲନ୍ତି ଗୋସାଇଂ କେଉଂ ଦେଶରୁ ଗମନ ।ଗୁରୁଆଗ୍ୟାଂ ଦେଲେ ଆମ୍ଭେ ଉତ୍ତରୁ ଅଇଲୁଂଦେଶାନ୍ତର କରିବାକୁ ମନ ବଳାଇଲୁଂ ।ଆମ୍ଭର ଯେ ଚେଲାଗୋଟି ନପାରିଲା ଚାଲିବାଳୁତ ଶିଷ୍ୟ ଗମନେ ହେଲା ଦୁଃଖ ଭାରି ।ରମ୍ଭାକନ୍ୟା ବୋଇଲା ବିଶ୍ରାମ କର ରହିଯେତେଦିନ ଯାୟେ ଯୁବ ଭିକ୍ଷା ଦେବି ମୁହିଂ ।ହାଡ଼ିପା ବୋଇଲେ ମାଗୋ ଯଦି ଦେବୁ ଭିକ୍ଷାଂୟେ ଚେଲାଗୋଟିକ ଛାଡ଼ିଯିବି ତୋର କକ୍ଷା ।ଚୁତର୍ମାସ୍ୟା ଯାୟେ ଭିକ୍ଷା ଖଟିବୁ ୟେହାକୁୟେହାକୁ ଖଟିଲେ ସେବା ଲାଗିବ ଆମ୍ଭଙ୍କୁ ।ବୋଲଇ ସୁନ୍ଦରୀ ରମ୍ଭା ରହୁ ଚେଲାଗୋଟିଯେତେକ ଲାଗଇ ଅନ୍ନ ଦେବି ନିତ୍ୟେ ଖଟି ।ଗୁରୁଆଗ୍ୟାଂ ଦେଲେ ଯେ ଗୋବିନ୍ଦଚନ୍ଦ୍ରେ ଚାହିଂରମ୍ଭାକନ୍ୟା ଘରେ ଦିନାକେତେ ଥାଅ ରହି ।ଆମେ କପିଳାସ ଯାଇଂ ଆସିବୁଂ ବହନଦିବାନିଶି ଘୋଷୁଥିବୁଂ ଆମ୍ଭର ଚରଣ ।ମନ ବିଚଳିତ କଲେ ଅକାରଣ ହେବୁଦୁଇ କୂଳ ମଧ୍ୟରେ ଅଲଗା ଭାସୁଥିବୁ ।ଗୋବିନ୍ଦଚନ୍ଦ୍ର ବୋଇଲେ ଯେ ତୁମ୍ଭର ଆଗ୍ୟାଂତୁମ୍ଭ ଶ୍ରୀଚରଣ ବିନୁ ନାହିଂ ମୋ ପ୍ରତିଗ୍ୟାଂ ।ମୁହିଂ ମନେ ମନେ ମନଦୃଢ଼ କରୁଥିବିବିଚଳିତ ହୋଇଲେ ଅନଳେ ଦହିହେବି ।ୟେହା ଶୁଣି ହାଡ଼ିପା ଯେ ଅନ୍ତରୀକ୍ଷେ ଗଲେରମ୍ଭାକନ୍ୟା ଘରେ ଯେ ଗୋବିନ୍ଦଚନ୍ଦ୍ର ଥିଲେ ।ରମ୍ଭାକନ୍ୟା ଭିକ୍ଷା ତାଙ୍କୁ ଖଟିଗଲା ଜାଣିମଉନେ ବସିଣ ରାଜା ନକହଇ ବାଣୀ ।ବେଢ଼ାୟେ ଲେଖାୟେଂ ଲାଉ ପଥରେ ଘୋରଇଦିନକୁ ଦିନ ତାହାର ଆହାର ତୁଟଇ ।ୟେହିମତି ଷୋଳଘଡ଼ି ନିଶିଶେଷ ହେଲାଉଜାଗର ହୋଇ ରାଜା ନିଶ୍ଚିନ୍ତେ ବସିଲା ।ସୂର୍ଯ୍ୟର ଜ୍ୟୋତି ପରାୟେ ବିରାଜଇ ଦେହଦେଖୁଣ କାମେନୀମାନେ ହୋଇଲେକ ମୋହ ।ନଥାଇ ଶକତି ଶୂଳ ପାଦରେ କଠାଉଭଇରବ ନାଦ ସେ ବାଏ ଯାଉଂ ଯାଉଂ ।ଆହାକି ସୁନ୍ଦର ଭାଷା ସୁନ୍ଦର ମୂରତିସ୍ୱର୍ଗ ବିଦ୍ୟାଧର ପ୍ରାୟେ ଦିଶଇ ତା’ର ଜ୍ୟୋତି ।କେ ୟେହାକୁ ଯୋଗୀ ବୋଲି ପାରିବ ସଂସାରେକେବଣ ଶାପରୁ ୟେ ବୁଲନ୍ତି ଦ୍ୱାରେ ଦ୍ୱାରେ ।ପଚାରନ୍ତି ଦ୍ୱାରୀ ହେ ଶୁଣିମା ଯୋଗବାସୀକେଉଂ ରାଜ୍ୟୁଂ ମଠ କରିଅଛ ୟେଥେ ଆସି ।ମୁଖ ଟେକି କାହାକୁ ହୋ ନକହତ କଥାମହାମନ୍ତ୍ର ବୋଲୁଅଛ ହୋଇ ହେଠମଥା ।ତିନିଦଣ୍ଡ ବୁଲି ରାଜା ଶୀଘ୍ରେ ଲେଉଟିଲାଆସନ ଉପରେ ଯାଇ ତୁରିତେ ବସିଲା ।ରାଜାମୂର୍ତ୍ତି ଚାହିଂ ବେଶ୍ୟ ହୋଇଲା ତବତଚାଲନ୍ତେ ଦେଖିଲା ତା’ର ନ ଶୁଭଇ ପାଦ ।ଉଠିଯାଇ ଭୂମିକି ଯେ ଚାହିଂଲା ନିରେଖବେନି ତଳିପାରୁ ତାଙ୍କ ପଦ୍ମ ଜନ୍ମୁ ଅଛି ।ରମ୍ଭା ବିଚାରଇ ଏତ ସାମାନ୍ୟ ନୁହଇଚାରୁ ସୁକେଶ ତାହାର ଭୂମିରେ ଲୋଟଇ ।ବେନି ବାହୁଦଣ୍ଡ ଆଣ୍ଠୁ ତଳକୁ ଲମ୍ବଇଅଙ୍କୁଶ କୁଣ୍ଡଳ କରତଳେ ଶୋଭାପାଇ ।ଲଲାଟେ ତ୍ରିଶାଖା ଶିରେ ବିରାଜଇ ଯାରପାଦତଳେ ପଦ୍ମଚିହ୍ନ ଦିଶୁଛି ଭୂମିର ।ବଡ଼ଲୋକ ହୋଇ କିମ୍ବା ଯୋଗାନ୍ତ ସାଧିଲାସୁକୁମାର ଶରୀରକୁ ଯେତେ କଷ୍ଟ ଦେଲା ।ୟେହା ଶୁଣି କହେ ରାଜା ଶୁଣସି ଗୋ ମାତନୁହଇ ମୁଂ ବଡ଼ଲୋକ ସାନ କୁଳେ ଜାତ ।ଅପାଣ୍ଡୁକ ପଣେ ମୁଂ କୁଟୁମ୍ବ ନ ପୋଷିଲିଉଦର ନିମନ୍ତେ କର୍ଣ ମୁଦୁର ଭରିଲି ।କନ୍ୟା ବୋଲେ ନାଥ ତବ ଗୁରୁନାମ କିସସ୍ୱରୂପ କହିବା ତୁମ୍ଭ ଘର କେଉଂ ଦେଶ ।ରାଜନ ବୋଇଲା ଗୁରୁ ହାଡ଼ିପା ମୋହରମୋହର ନାମ ଗୋବିନ୍ଦ ବଙ୍ଗଦେଶ ଘର ।ରମ୍ଭାକନ୍ୟା ପରତେ ନଗଲା ତାର ହୃଦେରାଜପୁତ୍ରେ ନୋହିଲେ କି ପଦ୍ମଅଛି ପାଦେ ।ୟେତେ ବୋଲି ସୁନ୍ଦରୀ ମଦନ ରସିଭରେଗୋବିନ୍ଦଚନ୍ଦ୍ରକୁ ଚାହଂ ମନେ ଲୋଭକରେ ।ମନେ ବିଚାରିଲା ମୁଂ ତ ଗଣିକା କାମେନୀବହୁତ ପୁରୁଷ ଭୋଗ କରୁଅଛି ପୁଣି ।ୟେମନ୍ତ ଲକ୍ଷଣବନ୍ତ ଦେଖିଲାତ ନାହିଂପ୍ରୀତି ବଢ଼ାଇ ୟେହାକୁ ନିଶ୍ଚେ ନେବି ମୋହି ।ଦଇବର ଯୋଗେ ସିନା ପୁରୁଷକୁ ଭେଟିୟେତେ ଦିନେ ଦଶା ମୋର ପାଲଟିଲା ସେଟି ।ଜୀବନ ସଫଳ ମୋର ମାତା ପିତା ଧନିୟେତେ ବୋଲି ମନେ ମନେ ଆନନ୍ଦ ତରୁଣୀ ।ଗୋବିନ୍ଦଚନ୍ଦ୍ରକୁ ଚାହିଂ ବୋଲଇ ସୁନ୍ଦରୀଶୁଣ ନାଥ ନିରାଧାର ବଚନ ମୋହରି ।ଗୁରୁ ଯେ ତୁମ୍ଭଙ୍କୁ ଛାଡ଼ିଗଲେ ମୋର ଠାଇଂକେଉଂଣି ଆଡ଼କୁ ତୁମେ ଫେରିଯିବ ନାହିଂ ।କାକର କୁହୁଡ଼ି ଖରା ଦୁଃଖ ନ ପାଇବଗମ୍ଭିରୀ ଭିତରେ ତୁମ୍ଭେ ସୁଖେ ବସିଥିବ ।ବେନିବେଳ ଭିକ୍ଷା ଯେ କରିବ ଦୁଧଭାତପିଠା କ୍ଷୀରୀସା ଯେ ନାନା ସୁପକ୍ୱ ପଦାର୍ଥ ।ଯେତେବେଳେ ଯାହା ଇଚ୍ଛା କରିବ ଭୋଜନମୋହ ଘରେ ଅପୂର୍ବ ଯେ ନାହିଂ ଦ୍ରବ୍ୟମାନ ।ପଲଙ୍କ ସୁପାତି ଶେଯେ ଶୟନ କରିବାଯେତେବେଳେ ଯାହା ଇଚ୍ଛା ମୋ ଆଗେ କହିବ ।ଶୁଣସି ଗୋ ମାତ ବୋଲି ବୋଇଲେ ରାଜନମୁହିଂ କିସ କରିବି ସୁପକ୍ୱ ଦ୍ରବ୍ୟମାନ ।ପଞ୍ଚୁକୋଳି ଅନ୍ନ ଯେଉଂ ଯୋଗୀ ମାଗି ଖାଇତାହାକୁ ଭୁଲାଇ ଲୋକ ମହାପାପ ପାଇ ।ଗମ୍ଭିରୀ ଭିତରେ ମୁଂ କିପାଇଂ ବସିଥିବିପଲଙ୍କ ସୁପାତି ଶେଯ କିସ ମୁଂ କରିବି ।ବାହାର ମେଲାରେ ଆମ୍ଭେ ଧୁନି ଲଗାଇବୁକାକର କୁହୁଡ଼ି ଖରା ଦେହେ ମେଣ୍ଟାଇବୁ ।କର୍ମରେ ମିଳଇ ଯାହା କରିବୁ ଭୋଜନଅନୁକ୍ଷଣେ ଧ୍ୟାଉଥବୁ ଶ୍ରୀଗୁରୁ ଚରଣ ।ବୋଲଇ ସୁନ୍ଦରୀ ତୁମ୍ଭେ ଶୁଣସି ହୋ ନାଥେଶରୀର ବହିଣ କିମ୍ପା ଅନ୍ୟ କହ ମୋତେ ।ସନତ ସନକାଦି ୟେଲୋଭ ନ ଛାଡ଼ନ୍ତିସୁଖଭୋଗ ଲାଳସାରେ ଗ୍ରାମରେ ରହନ୍ତି ।ୟେ ଦେହ ଘେନିଣ ଭୋଗ ଯେହୁ ନ କରଇମଲେ କି ଖାଇବ ବୋଲି ସତେ ନ ଜାଣଇ ।ବଦନକୁ ଚାହିଂ ମୁଂ ଯେ ହୋଇଲଇଂ ବଶତୁମ୍ଭେ ନିରପେକ୍ଷ ଦେହୀ କହିଲ ନିରାଶ ।ମନରେ ଗୋବିନ୍ଦଚନ୍ଦ୍ର ବିଚାର କରଇମୋତେ ଭୁଲାଇଂଛୁ ରମ୍ଭା ରମିବାର ପାଇଂ ।ମୁହିଂ ଯେବେ ସୁଖଭୋଗ ବିଚାର କରନ୍ତିବଙ୍ଗଦେଶ ରାଜପଣ କିମ୍ପାଇ ଛାଡ଼ନ୍ତି ।ମୋତେ କି ଅପୂର୍ବ ହୋଇଲା ଯେ ମେଦିନୀରନବଲକ୍ଷ ବଙ୍ଗଦେଶ ଛାଡ଼ିଲି ନିକର ।ଅନେଶ୍ୱତ ମହାଦେଈ ରୋଦମା ପୋଦମାୟେହାଙ୍କୁ ଛାଡ଼ିଲି ମୁଂ ଯେ ମାତାଙ୍କ ବଚନା ।ୟେଡ଼େ ବଡ଼ ସମ୍ପଦ ଛାଡ଼ିଲି ହେଲି ଯୋଗୀୟେବେ କିମ୍ପା ପଦାର୍ଥ ମୁଂ ହୋଇବଇଂ ଭୋଗୀ ।ଗୁରୁ ଯହୁଂ ମହାମନ୍ତ୍ର କହିଲେ କର୍ଣ୍ଣରଯମର ଉପରେ ଯେ ବୋଲାୟେ ଯମେଶ୍ୱର ।ଯୋଗ ସାଧି ଅଜାମ୍ରର କରିବା ଶରୀରୟେହି କଥା ମନରେ ଯେ ହୁଅଇ ମୋହର ।ଶୁଣସି ଗୋ ମାତ ବୋଲି ରାଜନ ବୋଇଲେଆବରବେଳେ ୟେକଥା ନ କହ ତୁ ମୋରେ ।ବାହାରେ ମୁଠାଏ ମୋତେ ଦେଉଥିବୁ ଭିକ୍ଷାନୋହିଲେ ମେଲାଣି ଦିଅ ଯେ ତୋହର ଇଚ୍ଛା ।ରମ୍ଭା ବୋଲେ ନାଥ ୟେ ମହୀରେ ଜାତ ହୋଇୟେଡେକ ପ୍ରତିଗ୍ୟାଂ ନାଥ କହ କାହିଂ ପାଇଂ ।ଗୁରୁ ତୁମ୍ଭଙ୍କୁ ଛାଡ଼ିଲେ ମୋହର ପାରୁଶମୋହର ମନେ ତୁମ୍ଭଙ୍କୁ ନାହିଂ ଅବିଶ୍ୱାସ ।ଉପକାରୀ ପ୍ରାଣୀକି ଯେ ନ ମାରି ବାଟରେଯାଚିଲେ ମାଣିକ ଭେଣ୍ଡି ବୋଲନ୍ତି ସଂସାରେ ।ଦିବା ନିଶି ତୁମ୍ଭ ପାଦେ କରୁଥିବି ସେବାଯାଚିଲାର ଦ୍ରବ୍ୟ କେହୁ ଆନକରେ ଅବା ।ଭିବ ଆଲିଙ୍ଗନେ ମୁଂ ଯେ ବଞ୍ଚିବଇଂ ଦିନକେଳି କୁତୂହଳେ ମୋର ପୁହାଇବି ଦିନ ।ମୁହିଂ ଯେ ସୁନ୍ଦରୀ ତୁମ୍ଭେ ସେହିମତି ଶୋଭାତୁମ୍ଭେ ଯେ ସୁବୁଦ୍ଧି ଅଟ ମୁହିଂ ନବଯୁବା ।ମୋତେ ଦେଖୁ ପୁରୁଷେ ହୁଅନ୍ତି ଅସମ୍ଭାଳକେହୁ ମୁରୁଛି ପାରିବ ମାନବଶରୀର ।ୟେତେ ବୋଲି ସଜହୋଇ ବସିଲା ତରୁଣୀବକ୍ରଭାବେ ଅନାଇଲା କୁରଙ୍ଗ ନୟନୀ ।ମରମ ବଚନ ସେ ଯେ କହିଲା ରାଜାରେକହୁ କହୁ ଉଲଗ୍ନ ହୋଇଲା ଧାତିକାରେ ।ପ୍ରେମ କୁତୂହଳେ ବାଳୀ ଉଲସି ଉଠିଲାଗୋବିନ୍ଦ ସୁମରି ରାଜା ନୟନ ବୁଜିଲା ।ପଡ଼ିଲା ମହାସଙ୍କଟ ଉଦ୍ଧାରିବା ହରିବାଘୁଣୀ ମୁଖରୁ ମୋତେ ନେବାକ ଉଦ୍ଧରି ।ଗୁରୁକୁ ସୁମରି ରାଜା ଉଠିଲାକ ଯହୁଂବେନି ଭୁଜେ କୋଳାଗ୍ରତ କଲା ବାଳୀ ତହୁଂ ।ପେଲି ପକାଇଲା ରାଜା ପଡ଼ିଲା ସୁନ୍ଦରୀଘଡ଼ିକେ ଉଠିଲା ବାଳୀ ଦେହ ତା ସମ୍ଭାଳି ।ମହା ଲାଜଭର ହୋଇ ବିରହିତ ବାଳୀବିରହ ପଞ୍ଚମ ଶରେ ଦେହ ଅସମ୍ଭାଳ ।ଚନ୍ଦନ ବୃକ୍ଷ ପ୍ରାୟେକ ମଣି ଆଶ୍ରେ କଲିନିଶ୍ଚୟେ ଶିମୁଳି ବୃକ୍ଷ ପରାୟେ ମଣିଲି ।କାଠ ହେଲେ ପଲ୍ଲବନ୍ତା ପଥର ଝଡନ୍ତାପଶୁ ହେଲେ ହସି ମୋତେ ଉତ୍ତର ଦିଅନ୍ତା ।ୟେହା ସେ କର୍ମରେ ମୋର ଲିହିଲାକ ଆଜଚାତକ ଚାହାଣୀ ଚାହିଂ ଲଘିବଇଂ କାର୍ଯ୍ୟ ।ତୁମ୍ଭେ ନାଥ ଯୋଗ ସାଧ ଯେ ତୁମ୍ଭର ଇଚ୍ଛାଉଦେ ଅସ୍ତେ ଦୁଇବେଳ କରୁଥିବ ଭିକ୍ଷା ।ନିରାଶରେ ସୁନ୍ଦରୀ ରହିଲା ତୁନିହୋଇୟେମନ୍ତେ ବହୁତ ଦିନ ଗଲା ଶେଷହୋଇ ।ୟେଥୁ ଅନନ୍ତରେ କଥା ଶୁଣ ସ୍ୱର୍ଗବାସୀକପିଳାସ ତେଜି ଗୁରୁ ବିଜେ କଲେ ଆସି ।ଦେଖି ଆସନ ତେଜିଲେ ବଙ୍ଗଦେଶ ସାଇଂଗୋବିନ୍ଦଚନ୍ଦ୍ର ସନ୍ନିଧେ ବିଜେ କଲେ ଯାଇଂ ।ଗୁରୁଙ୍କ ଚରଣତଳେ ପ୍ରଣମିତ କଲେସିଦ୍ଧ ହୁଅ ଗୋବିନ୍ଦ ବୈକୁଣ୍ଠେ ବସ ଭଲେ ।ରମ୍ଭା କନ୍ୟା ବାହାର ହୋଇଲା ଧାତିକାରେଗୃହର ଚେରେଷ୍ଟା ଛାଡ଼ି ହୋଇଲା ଛାମୁରେ ।ଗୁରୁଙ୍କ ଦର୍ଶନ ଆସି କଲା ରମ୍ଭାବାଳୀକୁଶଳ ପଚାରି ଗୁରୁ କଲ୍ୟାଣ ଯେ କରି ।ଆମ୍ଭର ଚେଲାକୁ ତୋହଠାରେ ଛାଡିଗଲୁଂଯତସତ କଥା ତାର କେମନ୍ତେ ବୁଝିଲୁ ।ରମ୍ଭା ବେଲେ ଅବଧାନେ ଶୁଣିମା ଗୋସାଇଂଭଲା ମହାମନ୍ତ୍ର ତୁମ୍ଭେ କର୍ଣ୍ଣେ ଅଛି କହି ।ସାଧୁୟେ ତୁମ୍ଭର ଚେଲା ଅଳପ ବୟସନୁହଇ ଚଞ୍ଚଳ ବୁଦ୍ଧି ଧୀର ତାର ଚିତ୍ତ ।କାହାର କୁମର ୟେ ମାନବ ଜନ୍ମ ହୋଇଅନ୍ୟାୟ ଅନୀତି ୟେହା ଦେଖିଲାତ ନାହିଂ ।ଗୁରୁ ମନେ ବିଚାରିଲା କାରଣ ହୋଇଲାଭଲା ହିଆ ଗୋବିନ୍ଦର ଧଉର୍ଯ୍ୟ ଧଇଲା ।ୟେତେ ବୋଲି ରମ୍ଭାକୁ କହିଲେ ହାଡ଼ିପାୟେଚେଲାଗୋଟି ଘେନି ଆମ୍ଭେ ଯିବୁଂ ମଠ ଯାୟେ ।ହାଡ଼ିପା ବୋଇଲେ ଆସ ହୋ ଗୋବିନ୍ଦଚନ୍ଦ୍ରୟେତେ ବୋଲି ବାହାର ହୋଇଲେ ବେଗେ ରୁଦ୍ର ।ମାଳବେଣୀ ନଗ୍ରରେ ସେ ପ୍ରବେଶ ହୋଇଲେସେ ନଗ୍ରରେ ଭଲମନ୍ଦ ସମସ୍ତ ଦେଖିଲେ ।ଧନା ଶୁଣ୍ଢି ଦ୍ୱାରେ ଯାଇଂ ହେଲେ ପରବେଶୟେକାନ୍ତ କରିଣ ତାକୁ ହକାରିଲେ ପାଶ ।ଆହେ ଧନେଶ୍ୱର ସାହୁ କହିବୁ କଥାୟେବାଟକୁ ସମ୍ବଳ ନାହିଂ ଯିବୁ ମଠ ଯାୟେ ।ୟେହି ଚେଲା ଗୋଟି ରଖି ଯାଉଅଛୁ ଆମ୍ଭେଟଙ୍କା ଗୋଟାଚାରି ବନ୍ଧା ଦେଇଥାଅ ତୁମ୍ଭେ ।ଧନାଢ଼୍ୟ ବୋଇଲେ ଯେତେ ଇଚ୍ଛା ଟଙ୍କା ନିଅରାଜାକୁ ବୋଇଲା ବାବୁ ଦିନାକେତେ ରହ ।ଅନ୍ୟାୟ କଥାକୁ ମନ କେବେହେଂ ନଦେବୁସବୁଥରେ ଗୋବିନ୍ଦରେ ସାବଧାନ ହେବୁ ।ପରସ୍ତିରୀ ମାତା ପରପୁରୁଷଟି ପିତାପର ଧନ ନ ହରିବୁ ପରରେ ଅହନ୍ତା ।ଚାରି ଟଙ୍କା ଘେନି ଗୁରୁ ଗଲେ ଦୂରଦେଶରହିଲେ ଗୋବିନ୍ଦଚନ୍ଦ୍ର ଧନା ଶୁଣ୍ଢି ପାଶ ।ଶୁଣ୍ଢି ଘରେ ନିତ୍ୟେହେଂ ମଦିରା ଉପୁଜଇଗୋବିନ୍ଦଚନ୍ଦ୍ର ରାଜନ ବସି ବିକୁଥାଇ ।ଧନିଆ ବୋଇଲା ନାଥ ତୁମ୍ଭେ ମହାଯୋଗୀଦେହକୁ ଚଞ୍ଚଳ ଯାହା ହେଉଥାଅ ଭୋଗୀ ।ଗୋବିନ୍ଦଚନ୍ଦ୍ର ବୋଇଲେ ନରୁଚଇ ତାହାମନ ଯେ ବଢ଼ିଲେ କାହୁଂ ବଢ଼ିବ ମୋ ହିଆ ।ଧନା ଶୁଣ୍ଢି ଭରିଯା ଯେ ଷୋଡଶ ସଂମ୍ପୂର୍ଣ୍ଣରାଜାକୁ ଦେଖିଣ ତା’ର ଚିତ୍ତ ଛନଛନ ।ନ ପଶଇ ଘରେ ବାଳୀ ନକରଇ କିଛିଭୋଜନକୁ ମନ ନାହିଂ ନିଦ୍ରାହିଂ ମୁରୁଛି ।ଉଜାଗର ହୋଇ ବାଳୀ ଘରେ ବସିଥାଇଚାରି ପହର ନିଶିରେ ଚାରି ବେଶ ହୋଇ ।ବିଚାରିଲେ ବଙ୍ଗରାୟେ ମୁଂ ପଡ଼ିଲି କାହିଂୟେହାର ଦାଢ଼ରୁ ମୁହିଂ କେହ୍ନେ ବଞ୍ଚିବଇଂ ।ରମ୍ଭା ତହୁଂ ଶତେ ଗୁଣେ କଟାଳିଲା ମୋତେୟେ କଷଣୁ ରକ୍ଷାକରି ମୋତେ ଜଗନ୍ନାଥେ ।ୟେହିରୂପେ ଚିନ୍ତାକଲା ମନେ ଦଣ୍ଡଧାରୀୟେକ ଦିନକରେ ନିଶି ଅମାସ୍ୟା ଅନ୍ଧାରି ।ନିଦ୍ରାର ସମୟ ଆସି ହୋଇଲାକ ଯହୁଂମଠରେ ଗୋବିନ୍ଦଚନ୍ଦ୍ର ଜାଗିଲାକ ତହୁଂ ।ଶୁଣ୍ଢିଆଣୀ ଉଭାହେଲା ଆସନ ଉପରଆହେ ନାଥ ତୁମ୍ଭ ରୂପେ ମନ ଗଲା ମୋର ।ଆଜ ଆମ୍ଭେ କେଳିରସ କରିବା ଗୋସାଇଂଅଥୟ କରୁଛି ଦେହ ତୁମ୍ଭ ମୁଖ ଚାହିଂ ।ଯତସତ ଘେନି ଯେତେ ଲୋକ ଛନ୍ତି ରହିଜନମ ହୋଇଲେ ସୁଖ କେବା ନଇଚ୍ଛଇ ।କନ୍ୟାର ବଚନେ ରାଜା ମହା କୋପ କଲାତୁ ରେ ପାମରୀ ରାଢେଣୀ ଅଟୁ ଯେ ଅବଳା ।ମୁହିଂ ମହାଯୋଗୀ ଦେଶାନ୍ତର କରିଥାଏ ।ତପ ଭଗ୍ନକରୁ ଆସି ନାହିଂ ତୋର ଭୟ ।ଶାପ ଦେଲେ ମରିବୁ ଆସନୁ ଘୁଞ୍ଚିଯାଅନାସିକା କର୍ଣ୍ଣ ଛେଦିବି ବେଗେହେଂ ପଳାଅ ।ତୁ ମୋହର ଦାତା ଯେଣୁ ଦେଉଅଛି ଅନ୍ନତେଣୁ ଦୋଷ ଉପେକ୍ଷିଲି ଛାର ସ୍ତିରୀଜନ ।ପତିପୁତ୍ରମାନେ ତୋତେ କି ବୋଲି ବୋଲିବେଜଗତ ମୁଖରେ ତୋତେ ଅପଖ୍ୟାତି ଦେବେ ।ମନରେ ଗୁରୁଙ୍କୁ ଚିନ୍ତା କଲା ନୃପମଣିବିଳମ୍ବ ନକରି ବାଳୀ ଉଠିଲା ବହନି ।ରାଜାର ଉପରେ ଯାଇ ଉଠିଲା ବହନଗୁରୁଙ୍କୁ ସୁମରି ରାଜା ବୁଜିଲା ନୟନ ।ବିବସନ କଲା ବାଳୀ ନୃପତିର ଅଙ୍ଗନିରାଶେ ଉପସ୍ଥ ଗୋପ୍ୟ ନାହିଁ ଉପବେଗ ।ଲଜ୍ୟାରେ ଅବଳା ଫେରିଗଲା ନିଜ ସ୍ଥାନେଶ୍ରୀଗୁରୁ ସୁମରି ରାଜ୍ୟ ରହିଲେ ମଉନେ ।ବେନି ବେଳ ଭିକ୍ଷା ଆଣି ଖଟେ ମନଜାଣିଚାରି ବରଷରେ ଗୁରୁ ବିଜେ କଲେ ପୁଣି ।ପାଞ୍ଚ ଟଙ୍କା ଲେଉଟାଇ ଦେଲେ ଧାତିକାରଶୁଣ୍ଢିକି ବୋଇଲେ ଆମ୍ଭେ ଯିବୁଂ ଖଣ୍ଡେଦୂର ।ଶୁଣ୍ଢିଆଣୀ ବୋଇଲା ଗୁରୁଙ୍କ ମୁଖ ଚାହିଁଧନ୍ୟ ଧନ୍ୟ ପୁରୁଷ ତା ପିତାମାତା ଦୁଇ ।ୟେତେକ ନିଷ୍ଣୁର ଦେହ ତୁମ୍ଭ ଚେଲାଗୋଟି ।ମୋ ତହୁଂ ବଳିଲା ମୋର ବଶ ନୋହିଲାଟି ।ଅକ୍ଷୟ ଅମର ହୋଇ ବଞ୍ଚୁ ଚିରକାଳପ୍ରତକ୍ଷେ ଜାଣିଲି ୟେତ ଅନାଦି ଈଶ୍ୱର ।ହାଡ଼ିପା ବୋଇଲେ ଆମ୍ଭ ବଚନ ପ୍ରମାଣଯୋଗେଶ୍ୱରୀ ତାର ମାତା କେ କରିବ ଆନ ।ସିଦ୍ଧହୁଅ ଶୀଘ୍ରରେ ଗୋବିନ୍ଦଚନ୍ଦ୍ର ଯୋଗୀମୁକ୍ତହୋଇ ସ୍ୱର୍ଗେ ବସ ଚିର ସୁଖ ସେବି ।ୟେତେ ବୋଲି ଗୁରୁ ଚେଲା ତହୁଂ ବାହାରିଲେଗୁର୍ଜ୍ଜର ଦେଶରେ ଯାଇ ପ୍ରବେଶ ହୋଇଲେ ।କନ୍ୟା ନାମେ ରାଢ଼ିଆଣୀ ଦୁଆରେ ମିଳିଲେଜଗିଲାରେ ମାତା ବୋଲି ଉଚ୍ଚସ୍ୱର କଲେ ।ରାଢ଼ିଆଣୀ ପୁଛାକଲା ଶୁଣିମା ଗୋସାଇଂକେବଣ ଦେଶରେ ମଠ କହ ମୋହଠାଇଂ ।ବିଦ୍ୟାଧରଙ୍କର ପ୍ରାୟେ ଦିଶୁଛ ଗୋସାଇଂଚାତୁର୍ମାସ୍ୟା ଯାଏ ଭିକ୍ଷା ଖଟିବି କି ମୁହିଂ ।ହାଡ଼ିପା ବୋଇଲେ ମାତ ଶୁଣସି ଗୋ ତୁହିଘରବାସ ଲୋକ ସିନା ଘର କରୁଥାଇ ।ପରବାସୀ ଲୋକଙ୍କର ନାହିଁ ଘରଦ୍ୱାରଯେଉଂଠାରେ ବିଜେକଲୁ ସେହିଠାରେ ଘର ।ଚଉଦିଗେ ବୁଲି ବୁଲି କୋଟିତୀର୍ଥ କରୁଂକପିଳାସବାସୀ ଆମ୍ଭେ ଆସିଅଛୁଂ ଦୂରୁଂ ।ତୁ ବଡ଼ ଦାତୃକ ବୋଲି ଶୁଣିଲୁ କର୍ଣ୍ଣରତେଣୁ କରି ପ୍ରବେଶିଲୁ ତୋହର ଦୁଆର ।ବୋଲୁଅଛି ରାଢ଼ିଆଣୀ ମୁହିଂ ବଡ଼ପାପୀତୁମ୍ଭ ପାଦରଜ ନିଶ୍ଚେ ପଡ଼ିଲା ଅଦ୍ୟାପି ।ଯେତେଦିନ ଥିବ ରହି ମୋହର ମନ୍ଦିରଜୀବଥିବା ଯାୟେ ଭିକ୍ଷା ଖଟିବି ତୁମ୍ଭର ।ମୁହିଂ ଅପୁତ୍ରିକ ନାରୀ ଅରଜିଛି ଧନମୁହିଂ ମଲେ ଘେନିଯିବେ ରାଜାପାତ୍ର ଗଣ ।ଧର୍ମ କରିଥିଲେ ମୋର ବାଟକୁ ସମ୍ବଳପଶୁଆ ସଞ୍ଚଇ ଧନ ଗ୍ୟାଂନୀମାନେ ଦାନେଶ୍ୱର ।ଆହୁରି ପାଞ୍ଚ ମୂରତି ସଙ୍ଗେ ଘେନି ଆସଅମୃତମଣୋହି ଖଟିଥିବି ଅନ୍ନରସ ।ହାଡ଼ିପା ବୋଇଲେ ଧର୍ମଥିଲା ପ୍ରାଣୀମାନେଆଗହୁଂ କହନ୍ତି ସତ୍ୟ ସତ୍ୟହଂ ବଚନେ ।ତୁହି ଯେ ବୋଇଲୁ ମାତା ଅନ୍ନ ଦେବି ମୁହିଂକହନ୍ତେ ଜାଣିଲି ତୋର ଅକଳଙ୍କ ଦେହୀ ।ଯେବେ ତୋର ମନେ ଅଛି ୟେଡେକ ବିଶ୍ୱାସ ।ରହିବୁଂ ତୋହର ବାସେ ପୂରୁ ତୋର ଆଶ ।ୟେକା ଆମେ ଚଳିଯିବୁଂ ଖଣ୍ଡିୟେକ ଦୂରଚେଲାଟିକୁ ଛାଡ଼ିଯିବୁଂ ତୋହର ମନ୍ଦିର ।ୟେହାକୁ ଖଟିବୁ ଭିକ୍ଷା ଥିବ ଯେତେ ଦିନଆମେ ଆସି ଘେନିଯିବୁଂ ଇଚ୍ଛା ସମୟେଣ ।ପାଞ୍ଚମୂର୍ତ୍ତି ଭିକ୍ଷାଦେଲେ ଯେ ହୋଇବ ଧର୍ମତହୁଂ ଶତଗୁଣେ ତୋତେ ହୋଇବ କାରଣ ।କନ୍ୟା ବୋଇଲାକ ନାଥ ଯେ ତୁମ୍ଭର ଇଚ୍ଛାୟେବେ ଦୁଇଜଣ ତୁମ୍ଭେ କର ଫଳଭିକ୍ଷା ।ଦଇବେ ହାଡ଼ିପା ଗୁରୁ ଅନ୍ନ ନଭକ୍ଷନ୍ତିପବନ ଅପ୍ୟାନେ ତାଙ୍କ ମନ ହୁଏ ଶାନ୍ତି ।ବୋଲନ୍ତି ହାଡ଼ିପା ଆମ୍ଭେ ଅନ୍ନତ୍ୟାଗ କଲୁଂଗୋବିନ୍ଦଚନ୍ଦ୍ରକୁ ତୁମ୍ଭ ମନ୍ଦିରେ ଛାଡ଼ିଲୁଂ ।ତୋହର ବଚନ ପ୍ରତିପାଳିଥିବ ୟେହିତୁ ଯହିଂକି ପେଷିବୁ ତା ନକରିବ ନାହିଂ ।ରାଜାଙ୍କୁ ଅନାଇ ଗୁରୁ ବୋଲନ୍ତି ବଚନକନ୍ୟାର ଉତ୍ତର କେବେ ନକରିବୁ ଆନ ।ମେରୁ ପ୍ରଦକ୍ଷିଣ କରି ଆମ୍ଭେ ବୁଲିଆସିତୁମ୍ଭଙ୍କୁ ଯେ ଘେନିଯିବୁ ହୋଇ ମନତୋଷି ।ଆଗ୍ୟାଂ ନିରାଧାର କରି ଶରଧାରେ ଘେନଶିଷ୍ୟଙ୍କୁ କହିଣ ଗୁରୁ ଚଳିଲେ ବହନ ।ରାଢ଼ିଆଣୀ ବୋଇଲା ଉଚ୍ଛୁର ହେଲାବେଳତୁମ୍ଭେ ହୋ ଗୋବିନ୍ଦନାଥ ଭିକ୍ଷା ବେଗକର ।ଅନ୍ନ ପରଷିଲା ଆଣି କଇବ୍ରତ ନାରୀଭିକ୍ଷାସାରି ଆନନ୍ଦ ହୋଇଲେ ଦଣ୍ଡଧାରୀ ।ୟେମନ୍ତେ ରହିଲେ ରାଜା କଇବ୍ରତୀ ଘରଦିନ ଶେଷ ରୟଣୀ ହୋଇଲା ଅନ୍ଧକାର ।ନିତ୍ୟେ ସେ ଭାଜଇ ଲିଆ ରାଢ଼ିଆଣୀ ନାରୀପାଗ ସଂଯୋଗ କରିଣ ଅଗ୍ନିଦେଲା ଜାଳି ।ଭାଜଇ ହାଣ୍ଡିରେ ଲିଆ ଛଡ଼ାଏ କୁଲାରବିକଇ ପସରା ନିତି ମାପଇ ଅଢ଼ାର ।ରାତ୍ର ଅର୍ଦ୍ଧଭାଗେ ସେ ରାନ୍ଧଣା କରେ ଭାତଖାଇ ସାରି ଦୁଇଦଣ୍ଡ ଶୁଅଇ ନିଅତ ।ରାତ୍ର ପାଞ୍ଚଘଡ଼ିଠାରୁ ଉଜାଗର ହୋଇଚୁଲି ଲଗାଇଣ ସେହୁ ଧାନ ଖରଡ଼ାଇ ।ସେହିମତି କରି ବିକା କିଣା କରୁଥାଇତିସରା ପହର ହେଲେ ଲୁଗା ପାଲଟଇ ।ବସିବାକୁ କ୍ଷଣେ ତାକୁ ନାହିଂ ଅବସରଧେନୁମାନେ ଛନ୍ତି ତାର ଦୁହାଂଳ ଅପର ।ଅଜା ଯେ ତିନି ସହସ୍ର ପୋଷିଛି ସେ ଘରେଷାଠିଏ ଭରଣ ଧାନ ପଡ଼ିଅଛି ଦ୍ୱାରେ ।କଇରି ମରାଇ ଘରେ ଅଛି ଘଞ୍ଚ ହୋଇତିନିଶ ଭରଣ ଧାନ ଋଣ ଦେଇଥାଇ ।ସବୁବେଳେ ମନ ତାର ଚଞ୍ଚଳ ପ୍ରକାରୟେକା ଜଣେ ସିନା ତାକୁ ନ ଥାଇ ଅସର ।ଦଣ୍ଡେ ନ ବସିଣ ବିକା କିଣା କରୁଥାଇଦିବସେ ନ ଥାଇ ଭୋକ ରାତ୍ରେ ନିଦ୍ରା ନାହିଂ ।ଦେଖିଣ ଚକିତ ହେଲେ ଶ୍ରୀ ଗୋବିନ୍ଦଚନ୍ଦ୍ରକଇବ୍ରତୀ ବୋଲେ ନାଥେ ଶୁଣ ମୋ ଉତ୍ତର ।ମୁହିଂ ଖଇ ଭାଜି ଦେଉଥିବି ତୁମ୍ଭ ଆଗେଅଢ଼ାରେ କୁଞ୍ଚାରେ ମାପି ଦେଉଥିବ ଯୋଗେ ।ଗରାଖ ଅଇଲେ ଧାନ ମାପିବ ଅଢ଼ାରେଭଲକରି ଦେଉଥିବ ଦ୍ୱିଗୁଣ ପ୍ରକାରେ ।ପାଇଟି ଉଶ୍ୱାସ ମୋତେ ହୋଇବ ଗୋସାଇଂମୋ ବୋଲ କରିବ ତୁମ୍ଭ ଗୁରୁଛନ୍ତି କହି ।ନୃପତି ବୋଇଲେ ମାତା ଧନ୍ୟ ଲୋଭ ତୋରଅଚଳାଚଳ ସମ୍ପତ୍ତି ପୂରିଛି ତୋ ଘର ।ପୁତ୍ର ପତି ନାହିଁ ୟେକା ଜଣେ ବୋଲି କହୁବସି ଭୋଗକରି କିମ୍ବା କଦର୍ଥନା ପାଉ ।ମୃତ୍ୟୁ ପରିଯନ୍ତେ ତୋତେ ଗୋଡ଼ାଇବ ଅନ୍ନତୋହ ମଲେ ଘେନିଯିବେ ରାଜାପାତ୍ର ମାନ ।କଇବ୍ରତୀ ବୋଇଲା କାହାର ଲୋଭ ନାହିଂଜୀବ ଯିବା ଯାୟେ ଧନ ମୂରୁଛି ନୁହଇ ।ନୃପତି ବୋଇଲେ ଗ୍ୟାଂନ ପାଇଲା ରମଣୀଲୋଭ ମୋହ କିଞ୍ଚିତେ ସେ ନ ଛାଡ଼େ ଅବନୀ ।ବଙ୍ଗଦେଶେ ଥିଲା ଯେ ଗୋବିନ୍ଦଚନ୍ଦ୍ର ରାଜାନବଲକ୍ଷ ବଙ୍ଗଦେଶ ଶତେକ ଭାରିଯା ।ସହସ୍ରେକ ତୁରଙ୍ଗମ ସହସ୍ରେକ ହସ୍ତୀଗୁରୁ ଆଗ୍ୟାଂରେ ଛାଡ଼ିଲା ୟେଡେକ ସମ୍ପତ୍ତି ।ଦଣ୍ଡ ସିଂହାସନ ଛାଡ଼ି ଯୋଗୀ ହୋଇଗଲାତାହାଙ୍କୁ ସେହି ସମ୍ପତ୍ତି ବଡ଼ କି ହୋଇଲା ।କଇବ୍ରତୀ ବୋଇଲା ଯେ ସୁଗ୍ୟାଂନ ଗୋଚରୀଗୃହ କରିବାକୁ କେହି ନୁହେଂ ତାଙ୍କ ସରି ।ମୋହତୁଂ ଗୋବିନ୍ଦଚନ୍ଦ୍ର ହୋଇବ କି ତପୀବୁଲି ବୁଲି ଦେହ କ୍ଷୀନ ହୋଇଲା ଅଦ୍ୟାପି ।ପର ପ୍ରତି ଆଶା ଭିକ୍ଷା ଦେବ କେ ନଦେବକୁଟୁମ୍ବ ନିଃଶ୍ୱାସ ତାର ଉପରେ ପଡ଼ିବ ।ମୁହିଂ ବହୁ ଦୁଃଖପଡ଼ି ଅରଜୁଛି ଧନଯିଏ ମାଗେ ତାହାକୁ ହିଂ ଦିୟେ ଅନ୍ନଦାନ ।ଦେବା ଯେ ମାଗିବା ଦୁଇ କଥା ସମକରଦେବା ଲୋକ ଦେହ ଅନ୍ତେ ବସେ ସ୍ୱର୍ଗପୁର ।ପୃଥୀ ବୁଲି ରାଜା ନ ପାଇବ ଫଳ ଯେତେଗୃହକର୍ମରେ କାରଣ ଲଭିବି ମୁଂ ତେତେ ।କାମ କ୍ରୋଧ ନିଦ୍ରା ତିନି ଯୋଗକୁ ଧାରଣଦିନକୁ କଳପକରି ବଞ୍ଚଇ ମୁଁ ଦିନ ।ଖଇ ଭାଜିବାକୁ ମୋର ନଅଣ୍ଟଇ ଦିନତେଣୁ କରି ନିଦ୍ରା ମୋର ନମାଡ଼େ ନୟନ ।ଦିନେକ ଭୋଜନ ମୁଂ ଯେ କରେ ୟେକାବେଳେବେଭାରେ ପୁରୁଷ ଗ୍ୟାଂନ ନାହିଂନା ମୋହରେ ।ତିନିଶ ଅଶୀ ବରଷ ଯେହିମତି ଗଲାଦିନେ ହେଂ ଅଙ୍ଗକୁ ମୋର ଅଳସ ନୋହିଲା ।କଇବ୍ରତୀ କଥା ଶୁଣି ଗୋବିନ୍ଦ ରାଜନକଥାରେ ଜିଣି ନ ପାରି ହୋଇଲା ମଉନ ।ମନେ ବିଚାରିଲା ଗୁରୁ କହିଗଲେ ମୋତେକଇବ୍ରତୀ ବୋଲି ମୁଂ ଯେ ଭାଙ୍ଗିବି କେମନ୍ତେ ।ୟେତେ ବୋଲି ଖଇ ବିକି ବସିଲା ରାଜନବାଛି ନ ଜାଣି ରାଜନ ଅଧେ ଥାଇ ଧନ ।ସାନ ଅଢ଼ା ବଡ଼ ଅଢ଼ା ବାରଣ ନ ଯାଇସାନରେ ମାପିଣ ପୁଣି ବଡ଼ରେ ଦିଅଇ ।କଇବ୍ରତୀ ବୋଲେ ନାଥ ଶୁଣ ମୋ ଉତ୍ତରଅଢ଼ା ଚିହ୍ନି ନ ପାରିଲେ ଅତି ଗର୍ବେଶ୍ୱର ।ବିସ୍ତାରି କହିଲା ତାଙ୍କୁ ରାଢ଼ଆଣୀ ନାରୀଜାଣିଲେ ଗୋବିନ୍ଦଚନ୍ଦ୍ର ସାନ ବଡ଼ ବୋଲି ।ବିକିଲେ ଅସର କ୍ଷଣେ ନ ଥାଇ ତାହାକୁୟେକାବେଳେ ଭିକ୍ଷାଯାଇ ଲଗାଇ ନିଶାକୁ ।ୟେମନ୍ତେ ଚାରିବରଷ ଦିନ ବହିଗଲାକଇବ୍ରତୀ ମୁଖକୁ ନୃପତି ନ ଚାହିଂଲା ।ଅବିଛନ୍ନେ ହେଠମାଥ ହୋଇ ବସିଥାଇତାହାଦେଖି ରାଢ଼ିଆଣୀ ବିଚାର କରଇ ।ଦିନେହେଂ ମୁଖ ନାଥ ଟେକି ନ ଚାହିଲାଜାଣିମା ସନ୍ଦେଶ ବୋଲି କତିରେ ବସିଲା ।ଦେଖିଲା ଚରଣ ତଳେ ପଦ୍ମପାଦ ଚିହ୍ନମନେ ବିଚାରିଲା ୟେତ ବଡ଼କୁଳେ ଜନ୍ମ ।ଆଜିଠାରୁ ଖଇ ତୁମ୍ଭେ ନବିକିବ ନାଥେବସିକରି ଯୋଗ ତୁମ୍ଭେ ସାଧୁଥିବ ସୁଖେ ।ଗୋବିନ୍ଦଚନ୍ଦ୍ର ଚିନ୍ତିଲେ ୟେ ମୋତେ ଚିହ୍ନିଲାସେହିଦିନୁ ଆସନ ବାହାରେ ସଜାଡ଼ିଲା ।ୟେମନ୍ତେ ଚାରିବରଷ ହୋଇଲା ସମ୍ପୂର୍ଣ୍ଣହାଡ଼ିପା ବିଜୟେ କଲେ ଚେଲା ସନ୍ନିଧାନ ।ଗୁରୁ ଦେଖି ରାଜନ ଆସନ ଉପେକ୍ଷିଲାଆଦେଶ ଆଦେଶ ବୋଲି ଚରଣେ ପଡ଼ିଲା ।କଲ୍ୟାଣ ବାଞ୍ଛିଲେ ତାଙ୍କୁ ମହତ ପୁରୁଷସିଦ୍ଧହୁଅ ଗୋବିନ୍ଦ ରେ ବଇକୁଣ୍ଠେ ବସ ।ତହୁଂ ରାଢ଼ିଆଣୀକି ଭେଟିଲେ ହାଡ଼ିପାୟେଖଣ୍ଡେ ଦୂରୁଂ ରାଢ଼ିଆଣୀ ଲୋଟିଲାକ ପାୟେ ।ଗୁରୁ ଆଗ୍ୟାଂଦେଲେ ମାଗୋ ଚେଲାଗୋଟି ନେଲୁଅନ୍ୟାଚାର କଥା ୟାର କିରୂପେ ବୁଝିଲୁ ।ରାଢ଼ିଆଣୀ ବୋଲୁଅଛି ଶୁଣିମା ଗୋସାଇଂଚାରିବରଷ ହୋଇଲା ଅଛି ମୋର ଠାଇଂ ।ପଚାରିବା କଥାକୁ ଉତ୍ତର ଦେଉଥାଇମୁଖଟେକି ଦିନେ ମୋତେ ଚାହିଁବାକୁ ନାହିଁ ।ମୋହ ଘରଠାରୁ ଦିନେ କେଣିକି ନ ଯାଇନୁହଇ ଚଞ୍ଚଳ ବୁଦ୍ଧି ଥୁଲା ତାର ଦେହୀ ।କାୟା ସିଦ୍ଧ ହୋଇଲା ହାଡିପା ବିଚାରିଲେଗୋବିନ୍ଦଚନ୍ଦ୍ରକୁ ଚାହିଁ ମନେ ବିଚାରିଲେ ।ବାଟରେ ଯେ ପଚାରନ୍ତି ହାଡ଼ିପା ଗୋସାଇଂନିଜ ରାଜ୍ୟ ଦେଖିବୁକି ରାଜା ଗୋବିନ୍ଦାଇ ।ନୃପତି ବୋଇଲେ ମୋର ତହିଂ କିସ କାର୍ଯ୍ୟମୁହିଂ କିସ କରିବଇଂ ମୋର କିସ ରାଜ୍ୟ ।ହାଡ଼ିପା ବୋଇଲେ ତୋର ଗର୍ଭଧାରୀ ଅଛିନେଇ ଭେଟାଇବା ତତେ ମୁକୁତା ଦେଈକି ।ୟେତେ ବୋଲି ଗମନ କରନ୍ତି ଗୁରୁଶିଷ୍ୟନିଶାକାଳେ ପ୍ରବେଶ ହୋଇଲେ ବଙ୍ଗଦେଶ ।ନଗର ପାରୁଶେ ସିଂହଦ୍ୱାରେ ହେଲେ ଯାଇନିଦ୍ରାଗତ ସମସ୍ତେ ଚହଳ ନଶୁଭଇ ।ହାଡ଼ିପା ବୋଇଲେ ବାବୁ ନବରକୁ ଯାଅଅନ୍ତପୁରେ ଯାଇ ମାତା ପୁତ୍ର ଭେଟ ହୁଅ ।ରାଣୀ ମହାଦେଈ ଜେମା ମୁଦୁସୁଲୀମାନେକାହାକୁ ନଦେଖା ଦେଇ ପଶିବୁ ଗୋପନେ ।ନୃପତି ବୋଲଇ ସ୍ୱାମୀ କବାଟ କିଳିଣୀକି ରୂପେ ଫିଟିବ ଦ୍ୱାର କହ ତତ୍ତ୍ୱବାଣୀ ।ହାଡ଼ିପାୟେ କବାଟରେ ଲଗାଇଲେ କରଫିଟିଲା ଯନ୍ତ୍ର କିଳିଣୀ ବାହାର ଭିତର ।ସିଂହଦ୍ୱାର ମାଡ଼ିଣ ବସିଲେ ଗୁରୁଦେବଭିତରେ ପଶିଲା ରାଜା ଗତିକରି ବେଗ ।ଯେଉଂଠାରେ ଅଛନ୍ତି ମୁକୁତା ମହାଦେଈସେସ୍ଥାନରେ ପ୍ରବେଶ ହୋଇଲେ ଗୋବିନ୍ଦାଇ ।ଦେଖିଲା କଟକ ତାର ସବୁଅଛି ପୁରିଜାଗିଲାରେ ମାତା ବୋଲି ମୁଖରେ ଉଚାରି ।ଗଜ ପଲଙ୍କରେ ମାତା ନିଦ୍ରା ଯାଇଛନ୍ତିଜାଗିଲା ଜାଗିଲା ପଦ କର୍ଣ୍ଣରେ ଶୁଣନ୍ତି ।ଧାତିକାରେ ନିଦ୍ରା ତେଜି ଉଠିଲେ ବହନପ୍ରବେଶ ହୋଇଲେ ଯାଇ କୁମର ସନ୍ନିଧାନ ।ଲୟେ ଅନୁସରିଲେ ମୁକୁତା ମହାଦେଈତୁହିକି ମୋହର ପୁତ୍ର ରାଜା ଗୋବିନ୍ଦାଇ ।ମାତାଙ୍କ ଚରଣତଳେ କୁମର ଲୋଟିଲା ।ସିଦ୍ଧଲୋକେ ବସ ବୋଲି ମାତା ପ୍ରକାଶିଲା ।ଗୁରୁ କାହିଂଛନ୍ତି ବାବୁ କହ ମୋ ଆଗର ।କୁମର ବୋଇଲା ଗୁରୁ ଛନ୍ତି ସିଂହଦ୍ୱାର ।ବସରେ କୁମର ବୋଲି ମାତା ଆଗ୍ୟାଂ ଦେଲେଆପଣେ ଭିତରୁ ଆଣି ଅନ୍ନ ପରଶିଲେ ।ଭୁଞ୍ଜରେ କୁମର ବୋଲି ମାତା ଆଗ୍ୟାଂ ଦେଲେଲବଣ ଗୋଟିୟେ ଦିଅ କୁମର ବୋଇଲେ ।ଜନନୀ ବୋଇଲେ ବାବୁ କି ଯୋଗ ସାଧିଲୁବାର ବରଷରେ ତୁ ତ ଲୁଣ ନ ଛାଡ଼ିଲୁ ।ମାୟାଚାରୀ ସଙ୍ଗେ ହୋଇଲୁକି ବାଇଭଲା ସେ ଗୁରୁ ଗୋସାଇଂ ଗ୍ୟାନ ଦେଲେ କହି ।ୟେତେ ବୋଲି ଲୁଣ ଆଣିଦେଲେ ମହାସତୀଭୁଞ୍ଜରେ ଗୋବିନ୍ଦଚନ୍ଦ୍ର ବିରସ ତା ମତି ।ୟେବେ ତୁ କୁମରମଣି ଦିଗ ଫେରିଯିବୁଅନ୍ନ ଯେବେ ଛାଡ଼ିବୁ ମୋ ବଦନ ଚାହିଂବୁ ।ୟେତେ ବୋଲି ପୁତ୍ରକୁ ଘେନିଣ ମହାଦେଈସିଂହଦ୍ୱାରେ ପ୍ରବେଶିଲେ ହାଡ଼ିପାଙ୍କ ତହିଂ ।ଆଦେଶ ଆଦେଶ ବୋଲି ଶିର ନୁଆଇଲେହାଡ଼ିପାକୁ ଚାହିଂ ମୁକ୍ତା ବଚନ ବୋଇଲେ ।ତୁମ୍ଭେ ଯେ ପୁତ୍ରକୁ ଘେନି ଦେଶାନ୍ତର ଗଲବାର ବରଷରେ କିଛି କାରଣ ନକଲ ।ଅନ୍ନଭିକ୍ଷା ପରଶନ୍ତେ ମାଗିଲା ଲବଣଲବଣ ଭୁଞ୍ଜିଲେ କାହୁଂ ପାଇବ କାରଣ ।ଲବଣ ସକାଶୁଂ ଦେହୁଂ ମାଉଂସ ମିଳାଇସର୍ବ ସ୍ୱାଦ କରେ କେହୁ ଛାଡ଼ି ନ ପାରଇ ।ୟେବେ ୟେହିକ୍ଷଣି ୟେ ପୁତ୍ରକୁ ଘେନିଯିବଲବଣ କାଟନ୍ତେ ସିନା ଅନ୍ନହିଂ ଛାଡ଼ିବ ।ଅନ୍ନ ଭୋଗ କଲା ଯାଉଅଛି ନାଶ ।ପବନ ଆହାର କଲେ ସିଦ୍ଧ ଅଙ୍ଗ ଦେଶ ।ହାଡ଼ିପା ବୋଇଲେ ଶୁଣ ମୁକୁତା ଗୋ ମାତାଆଡ଼େ ଆଡ଼େ କରି ସିନା ମାୟାକୁ ଛାଡ଼ନ୍ତା ।ତୋତେ ଭେଟାଇବା ପାଇଂ ଆଣିଲୁ କର୍ମରେପ୍ରତ୍ୟକ୍ଷେ ଜାଣିବ ଆର ଲେଉଟାଣି ବେଳେ ।ୟେହା ଶୁଣି ମହାଦେଈ ଭିତରକୁ ଗଲେଗୋବିନ୍ଦଚନ୍ଦ୍ର ଘେନି ହାଡ଼ିପା ବିଜେ କଲେ ।ୟେମନ୍ତ ସମୟେ ଯେ ରୟଣୀ ପାହିଗଲାରୋଦମାର ଆଗେ ଯାଇ ପୋଦମା କହିଲା ।ଶୁଣ ସପତଣୀ ସଖୁ ଦେଖିଲଇଂ ଯାହାସ୍ୱପନ ଦେଖିଲି ଆଜ ଆସିଥିଲେ ନାହା ।କଥାଭାଷା ହେଉଥିଲେ ମାତାଙ୍କ ପାଶରେତେତେବେଳୁ ମୁହିଂ ଥିଲି ଅଚେତ ନିଦ୍ରାରେ ।ରୋଦମା ବଚନ ଶୁଣି ପୋଦମା ବୋଲଇମୁହିଂ ଆଜ ସ୍ୱପନ ଦେଖିଲି ପ୍ରାଣସହୀ ।ପଲକେ ପହୁଡ଼ିଛନ୍ତି ମୋତେ କୋଳେ ଘେନିଆପାର ଚାଟୁ ବଚନ କହୁଥିଲେ ପୁଣି ।ମୁଖକୁ ମୁଖ ଲଗାଇ ଦେଲେ ଚୁମ୍ବଦାନକାମରସେ ତ୍ରିପୁତି ହୋଇଲା ମୋର ମନ ।ସତ ପ୍ରାୟ ମଣିଥିଲି ସ୍ୱପନ ରହସ୍ୟକାଳେ ମିଛ ହୋଇଲା ଗୋ ଶୁଣ ତୁ ବିଶ୍ୱାସ ।ପ୍ରଭୁ ମୁଖ ସୁମରି ରୋଦନ କଲେ ବାଳୀଅନେଶ୍ୱତ ରାଣୀ ଶୋକ କଲେ ଅସମ୍ଭାଳି ।ନଗରେ ଚହଳ ଶବ୍ଦ ଶୁଭିଲାକୁ ଯେଣୁଧାଇଂ ଆସି ମୁକୁତା ଯେ ମିଳିଲେକ ତେଣୁ ।ଅନିମିରେ କିମ୍ପାଇଂ ଗୋ ପାଡୁଛ ବୋବାଳିଆଉ ଅଳପ ଦିନେ ଆସିବେ ଦଣ୍ଡଧାରୀ ।ରାଣୀ ବୋଲେ ଚାରିମାସ କରିଥିଲେ କଣ୍ଟବାରବରଷରେ ସ୍ୱାମୀ ନ ପାଇଲୁ ଭେଟ ।ପ୍ରବୋଧି କହନ୍ତେ ସର୍ବେ ହୋଇଗଲେ ତୁନିଭିତରକୁ ବିଜେ କଲେ ମୁକୁତା ଜନନୀ ।ୟେଥୁ ଅନନ୍ତରେ କଥା ଶୁଣ ଆନ ବାଣୀବଙ୍ଗ ଦେଶୁଂ ବାହାର ହାଡ଼ିପା ଚେଲା ଘେନି ।ହାଡ଼ିପା ବୋଇଲେ ତୋତେ ମହାମନ୍ତ୍ର ଦେଲୁବାରବରଷରେ ତୋତେ ରାଜ୍ୟକୁ ଆଣିଲୁ ।ତୋ ମାତା ମୁକୁତାଦେଈ ବାଛିଲା ସିଦ୍ଧାନ୍ତତୁହିତ ଶୁଣିଲୁ ଗିରେ ପୁଣି ତଦଗତ ।ଗୁରୁ ସିନା କହଇ ସଂସାର ଅନୁଭବସାଧୁଲେ ହୁଅଇ ସାଧ୍ୟ ଆଉ ମାନ ସର୍ବ ।ଅନ୍ନ ତୁ ଛାଡ଼ିଣ କର ପବନ ଆହାରଫିଟିଣ ଯାଉ ଅଛିକି ବାହାର ଭିତର ।ସିଦ୍ଧ ମୂଳ ଚିହ୍ନାଇଲେ ଶ୍ରୀଗୁରୁ ଗୋସାଇଂୟେହା ଖାଅ ଅମର ହୋଇବ ତୋର ଦେହୀ ।ଯୋଗାସନ ମନ୍ତ୍ର କହି କରିଲେ କାରେଣୀଅଧରୁ ଯାଉଛି ଉଡ଼ି ପବନ ଉଜାଣି ।ବୋଲନ୍ତି ଗୋବିନ୍ଦଚନ୍ଦ୍ର ତୋର ପରସନ୍ତିଘୋରୁ ଘୋରୁ ଲାଉଟି ତୁଟିଲା କିଛିଦିନେ ।ଆବର ଅନ୍ନକୁ ଠାବ ନାହିଂ ଯେ ଗୋସାଇଂତଳଚକି ଅଛି ୟେକ ଟଙ୍କା ପ୍ରାୟ ହୋଇ ।ଜଳ ଭିତରକୁ ତାହା ଫିଙ୍ଗିଲେ ବହନୟେତେ କହି ଗୁରୁ ଶିଷ୍ୟେ କରନ୍ତି ଗମନ ।ଡାହାଣ ବ୍ରତେକ କରି ହାଡ଼ିପା କାଢ଼ନ୍ତିଅରଣ୍ୟ ଡିଙ୍ଗର ପଥେ ଗମନ କରନ୍ତି ।ଦିବସେ ବୁଲନ୍ତି ରାଜ୍ୟେ ବନେ ରାତ୍ରେ ଫେରିସେହି ଦିନୁ ଅନ୍ନତ୍ୟାଗ କଲେ ଦଣ୍ଡଧାରୀ ।ଅଷ୍ଟଦିନେ ଗୋଗୋଷ୍ଠରୁ ପାନ କରି ଦୁଧଛ’ମାସରେ ତଥାକଥା କଲାକ ନିରୋଧ ।ନଗର ତ୍ୟଜି ସମୁଦ୍ର କୂଳେ ଯାଇ ରହିକୋମଳ ପଲ୍ଲବ ତହିଂ ଫଳମୂଳ ଖାଇ ।ଗୁରୁଙ୍କୁ ପୁଛିଲା ସ୍ୱାମୀ ଶୁଣ ମୋ ଉତ୍ତରଯେଉଂ ଦିନ ବଙ୍ଗେ ହୋଇଥିଲି ନୃପବର ।ସୁଗ୍ୟାନୀ ବ୍ରାହ୍ମଣମାନେ କହୁଥାନ୍ତି ମୋତେସାତସିନ୍ଧୁ ସାତଦ୍ୱୀପ ଅଛି ମହୀଗତେ ।କର୍ଣ ଶୁଣିଥିଲି ମୋ ନଦେଖି ଥିଲା ଚକ୍ଷୁଚର୍ମିନୟନେ ଦେଖିଲି ମଣିବି ପ୍ରତ୍ୟକ୍ଷୁ ।ମହିମା ସମୁଦ୍ର ନାଥ ଦେଖିବି କେମନ୍ତେୟେତେ ବୋଲି ଚରଣେ ଲୋଟିଲେ ମହୀପତେ ।ହାଡ଼ିପା ବୋଇଲେ ଯେବେ ଇଚ୍ଛାକଲୁ ମନଦେଖାଇବା ସପ୍ତସିନ୍ଧୁ ସପ୍ତଦ୍ୱୀପମାନ ।କେମନ୍ତେ ବୁଲିବୁ ବାବୁ ଅଗାଧ ଜଳରଚୌରାଶୀ କାଠି ଗଭୀର ନାହିଂ ଥଳକୂଳ ।ଆସ ଆସ ପୁତ୍ର ତୋତେ ସନ୍ଦେଶ କହିବାପାଦୁକା ମନ୍ତ୍ର କହିଲେ ଗୁରୁ ମହାଦେବା ।ୟେ ମନ୍ତ୍ର ପଢ଼ି ବାବୁ ପଥକୁ ଚାହିଂଲେଯେଣେ ବାଞ୍ଛା କରିବୁ ଗମିବୁ ତେଣେ ଭଲେ ।ଆବର ଅଞ୍ଜନ ମନ୍ତ ଶୁଣରେ କୁମରନିଶାରେ ଶତେ ଯୋଜନ ଦିଶିବ ନିର୍ମଳ ।ପୁଣିହେଁ ସନ୍ନ୍ୟାସ ମନ୍ତ୍ର ଦେଲେ ତପୀବରୟେ ମନ୍ତ୍ର ପଢ଼ିଲେ ଉଡିଯିବୁ ସ୍ୱର୍ଗପୁର ।କୁହୁକ ମନ୍ତ୍ର ବିଧାନ କହିଲେ ଗୋସାଇଂଆସୁ ଯାଉଥିଲେ ତୋତେ ନ ଦେବେ କେହି ।ସଭା ମଧ୍ୟରେ ଅସଂଖ୍ୟ ଲୋକ ବସିଥିବେ ।ତୁ ତାଙ୍କ ସଙ୍ଗତେ ଥିବୁ କେହି ନ ଦେବେ ।ଆବରୁ ମନ୍ତ୍ରର କଥା ଶୁଣ ମହୀଦେବହାଣିଲେ ଖଡ଼ଗ ଗଦା ଉପୁଡ଼ି ପଡ଼ିବ ।ଆବର କଥାୟେ ଅଛି ଅନ୍ନପୂର୍ଣ୍ଣା ମନ୍ତ୍ରଆପଣେ ଥୋଇବୁଂ ନେଇ ତୀର୍ଥଜଳ ପାତ୍ର ।ୟେକ ଗୋଟି ତଣ୍ଡୁଳ ଜଳରେ ପକାଇବୁଚୁଲିରେ ବସାଇ ନିଆଂ ଚୁଲିରେ ଜାଳିବୁ ।ଫୁଟିବ ତଣ୍ଡୁଳ ଗୋଟି ହୋଇବ ନରମଲକ୍ଷେ ଲୋକ ଖାଇଲେଣ ବୋହିବ ନିତ୍ତନ ।ୟେମନ୍ତେ ଅନେକ ମନ୍ତ୍ର ହାଡ଼ିପା କହିଲେଶୁଣିଣ ଗୋବିନ୍ଦଚନ୍ଦ୍ର ହରଷ ହୋଇଲେ ।କୃଷ୍ଣାଜିନ ପକାଇଲେ ସିନ୍ଧୁଜଳେ ପଶିଦୁଇ ଆସନରେ ଗୁରୁ ଶିଷ୍ୟ ଯାଇ ବସି ।ଚଞ୍ଚଳ ବିଜୁଳି ଯହ୍ନେ ଅନ୍ତରୀକ୍ଷେ ହୋଇକହୁଂ କହୁଂ ପ୍ରବେଶ କାଞ୍ଚନ ଦ୍ୱୀପେ ଯାଇଂ ।ଛାଲରୁ ଉତୁରି କୂଳେ ହେଲେ ପରିବେଶୟେ କାଞ୍ଚନ ଦ୍ୱୀପ ବାବୁ ଶୁଣରେ ସନ୍ଦେଶ ।ବେନିଶତ ଯୋଜନ ୟେ ମର୍ତ୍ତ୍ୟକୁ ଦୁର୍ଲଭକହିଣ ନୁହଇ ୟେ ଯେ ଅପୂର୍ବ ସୁଲଭ ।କ୍ରୋଶ ଦୁଇ ବୋଲିଣ ଆସନେ ବିଜେକଲେତହୁଂ ଅନ୍ତରୀଣେ କୁଶଦ୍ୱୀପରେ ମିଳିଲେ ।ଚାରି କ୍ରୋଶ କୁଶସ୍ଥଳୀ ଅଛି ଦ୍ୱୀପ ଲାଗିରତ୍ନଦ୍ୱୀପେ ପ୍ରବେଶ ହୋଇଲେ ଆସି ବେଗି ।ହୀରା ନୀଳା ପୋହଳା ଯେ ଅଷ୍ଟ ରତ୍ନମାନଗଢିଛନ୍ତି କୁଢ଼ କୁଢ଼ ପର୍ବତ ସମାନ ।ଗୋବିନ୍ଦଚନ୍ଦ୍ର ବୋଇଲେ ୟେ ଦ୍ରବ୍ୟ କାହାରକୁବେର ନୃପତିର ୟେ ଅଟଇ ଭଣ୍ଡାର ।ତହୁଂ ଅନ୍ତରୀକ୍ଷେ ଚଳି ଶାକଳ ଦ୍ୱୀପରେବେଗେଣ ଗୋବିନ୍ଦ ବୀର ପରବେଶ ହେଲେ ।କୁହୁକ ମନ୍ତ୍ର ବଳେ ବେଗେ ଚଳିଗଲେରମ୍ୟକ ଦ୍ୱୀପରେ ଯାଇଂ ପ୍ରବେଶ ହୋଇଲେ ।ଦଧି ଘୃତ ସୁରା ପୁଣି ଇକ୍ଷୁ ଦୁଗ୍ଧ ମଧୁ ।ଲବଣ ସହିତ ହୋଇ ୟେ ଯେ ସପ୍ତସିନ୍ଧୁ ।ସାତ ସିନ୍ଧୁ ସାତଦ୍ବୀପ ଇଚ୍ଛାରେ ବୁଲିଲେବାହୁଡ଼ି ସମୁଦ୍ରକୂଳେ ପ୍ରବେଶ ହୋଇଲେ ।ଗୋବିନ୍ଦଚନ୍ଦ୍ର ବୋଇଲେ ନିସ୍ତାରିଲି ମୁହିଂଛାଡ଼ିଲେ ମନରୁ ଚିନ୍ତା ଭୟ କ୍ରାନ୍ତି ନାହିଂ ।ମନ ପବନରୁ ଯେ ବଳିଲା ମୋର ଗାତ୍ର ।ୟେ ଦେହେ ଦେଖିଲି ଦ୍ୱୀପ ସମୁଦ୍ର ସପତ ।ଧନ୍ୟରେ ମୁକୁତା ଦେଈ ଜନନୀ ମୋହରସେହି ମତି ବୁଦ୍ଧି ଦେଲୁ କରମ ସୁଫଳ ।ବୋଇଲେ ଗୋବିନ୍ଦଚନ୍ଦ୍ର ଶୁଣ ଗୁରୁଦେବଦଣ୍ଡ ସିଂହାସନ ଦେଶ କିସ ମୋର ହେବ ।କି କରିବି ହସ୍ତୀ ଘୋଡ଼ା କି କରିବି ବଳକି କରିବି ରୋଦମା ପୋଦମା ବେନି ମୋର ।ସମୟରେ କାୟା ମୋର ହୁଅନ୍ତୁ ବିନାଶସୁବେଳେ ପାଇଲି ଗୁରୁ ନାଶିଲି ସନ୍ଦେଶ ।ଅସାଧକୁ ସାଧ୍ୟ କଲି ମନକୁ ପାଇଲିମନ ପବନକୁ ଆଣି ଜଗୁଆଳ କଲି ।ହାଡିପା ବୋଇଲେ ବାବୁ ପାଇଲୁ କାରଣୟେବେ ଦିଗବିଜେ କରିଯିବାକ ବହନ ।ସିନ୍ଧୁ କୂଳ ବୁଲି ଯାଉଛନ୍ତି ଗୁରୁ ଚେଲାଯୋଗାନ୍ତି ସଙ୍ଗରେ ରାଜା ହୋଇଛନ୍ତି ମେଳା ।ଗଣ୍ଡୁକୀ ଗୋମତୀ ଯେ କେଦାର ଗଉତମୀକେଦାର ସଙ୍ଗମ ଚିତ୍ରୋତ୍ପଳା ବୈତରଣୀ ।ଗଙ୍ଗାସାଗର ସଙ୍ଗମ ଗୟା କୁଶଭଦ୍ରାଉତ୍ତରବାହିନୀ ସରସ୍ୱତୀ ଯେ ନରମଦା ।କପିଳାସ ଗୋହାଟ କାବେରୀ ଗଙ୍ଗା ସ୍ଥାନୟେପରି କୋଟିୟେ ତୀର୍ଥେ କଲେକ ଯେ ସ୍ନାନ }କ୍ଷଣେହେଂ ନାହିଂ ବିଶ୍ରାମ ବୁଲୁଂ ନାନା ଦେଶଶେଷ ହେଲା ଜମ୍ବୁଦ୍ୱୀପ ଦ୍ୱାଦଶ ବରଷ ।ଗୋବିନ୍ଦଚନ୍ଦ୍ରକୁ ଗୁରୁ ପଚାରନ୍ତି ବାଣୀମାତା ବୋଲ ହୃଦଗତେ ଅଛୁଟିକି ଘେନି ।ଦ୍ୱାଦଶ ବରଷ ଆସି ହୋଇଲାକ ଦିନବଙ୍ଗ ଦେଶ ଦେଖିବାକୁ ଅଛିଟିକି ମନ ।ଗୋବିନ୍ଦଚନ୍ଦ୍ର ବୋଇଲେ ମୋର ଇଚ୍ଛା ନାହିଂତୁମ୍ଭ ଅନୁଗ୍ରହ ହେଲେ ଯିବି ଶୀଘ୍ର ହୋଇ ।ତୁମ୍ଭେ ଯିବ ଯେଣେ ମୁହିଂ ଯିବି ସେଇ ବାଟେଆଗ୍ୟାଂ ଶିରାଗ୍ରତ କରି ଅଛଇ ଲଲାଟେ ।ୟେତେ ବୋଲୁଂ ହୀଡ଼ିପାୟେ ଲେଉଟାଣି ବିଜେପ୍ରବେଶ ହୋଇଲେ ଯାଇଂ ବଙ୍ଗଦେଶ ରାଜ୍ୟ ।ନଗ୍ରର ବାହାରେ ଭଙ୍ଗା ଦେଉଳ ଦେଖିଲେନିଶା ସମୟକୁ ଯାଇଂ ତହିଁ ବିଶ୍ରାମିଲେ ।ଦେଖୁଲେ କଟକ ହୋଇଅଛି ନାରଖାରଘରମାନ ଭାଜିବାରୁ ବନସ୍ତ ଆକାର ।ମୃଗ ଯେ ସମ୍ବର ଗଣ୍ଡା ବହୁତ ଅଛନ୍ତିକୂପ ବାମ୍ଫୀ ପୁଷ୍କରିଣୀ ସବୁ ଅସରନ୍ତି ।ଗୁରୁ ଆଗ୍ୟାଂ ଦେଲେ ବାବୁ କଟକ ତୋହରକୋଶେ ଆୟତନ ଯେ ଗୋଟିୟେ ନାହିଂ ଘର ।ଯାଅ ତୁ ନଗର ବୁଲି ଦେଖ ଦଣ୍ଡଧାରୀଜନଜନ୍ତୁୟେ ଅଛନ୍ତି ଆସ ଠାବକରି ।କଟକ ବୁଲି ରାଜନ ନବରେ ପଶିବୁମାତାଙ୍କୁ ଦ୍ରଶନ କରି ସନ୍ଦେଶ ବୁଝିବୁ ।ଗୁରୁଙ୍କ ବଚନ ପାଇ ରାଜା ଗୋବିନ୍ଦାଇଶୂନ୍ୟ ପଥେ ନଗରକୁ ଗମନ କରଇ ।ଦେଖିଲା କଟକ ତାର ନାରଖାର ଦିଶିପାଚେରୀ ଅଟାଳି ମେଢ଼ ଭାଜି ଯାଇଅଛି ।ସିଂହଦ୍ୱାର ପାରୁଶରେ ରାଢିଆଣୀ ଘରଜାଗିଲା ରେ ବୋଲି ମାତା ଡାକି ଦୁଇଥର ।ଘରେ ଥାଇ ସୁମନ୍ତିକା କରେ ଶୁଣିଲାହସ୍ତରେ ଭିକ୍ଷା ଧରିଣ ବାହାର ହୋଇଲା ।ଦେଖୁଲା ଅନ୍ଧାର ରାତି ସମୟେ ଯୁଗତନିରେଖୁ ଚାହିଂଲା ବାଳୀ ନୃପତିର ମୁଖ ।ତୁମ୍ଭେ ହୋ ଯୋଗାନ୍ତ ନାଥେ କେଉଂ ଦେଶେ ଥିଲୟେତେ ରାତ୍ରକାଳେ କିମ୍ପା ଭିକ୍ଷା ଜଗାଇଲ ।କିବା ତୁମ୍ଭ ମନୋରଥ କହ କିନା ମୋତେକୁଶଳ ବାରତା ଗୋଟା ପୁଛିଲା ଯୁଗତେ ।ୟେହି କଟକରେ ଯେ ଗୋବିନ୍ଦଚନ୍ଦ୍ର ଥିଲାନବଲକ୍ଷ ବଳ ଛାଡ଼ି ଯୋଗୀ ହୋଇଗଲା ।ଚବିଶ ବରଷ ଆସ୍ତେ ଅନ୍ଧୁ ଦିନ ଗଣିମାତା ତାର ୟେଥି ଅଛି ଅନେଶ୍ୱତ ରାଣୀ ।ସୁମନ୍ତ ବଚନେ ରାଜା ସମାସ୍ୟା ନ ଦେଇସତ କହ ତୁମ୍ଭେ କି ରାଜନ ଗୋବିନ୍ଦାଇ ।ସୁମନ୍ତ ବନେ ରାଜା ସମସ୍ୟା ନ ଦେଲାକହୁଂ କହୁଂ ମନ୍ତ୍ରୋଚ୍ଚାରି ଅନ୍ତର୍ଦ୍ଧାନ ହେଲା ।ସୁମନ୍ତ ବିଚାରେ ୟେତ ରାଜା ଗୋବିନ୍ଦାଇକହୁଂ କହୁଂ କେଣେ ଗଲା ଦେଖିବାକୁ ନାହିଂ ।ତୁରିତେ ପଶିଲା ଯାଇ ନବର ଭିତରଜାଗିଲାରେ ମାତ ଦେଖା ଦିଅରେ ମୋହର ।ଗଜ ପଲଙ୍କରେ ମାତା ନିଦ୍ରାଛନ୍ତି ଯାଇଶବଦ ବାରିଲେ ଯେ ମୁକୁତା ମହଦେଈ ।ବାର ବରଷରେ ମୋ ଅଇଲା ଗୋବିନ୍ଦାଇୟେତେ ବୋଲି ମାତା ପୁତ୍ରକୁହିଂ ଦେଲା ଚାହିଂ ।ପୁତ୍ରର ବଟନ ଶୁଣି ଶୋକେ ଅସମ୍ଭାଳନୟନରୁ ଲୋତକ ବହଇ ଅନର୍ଗଳ ।ମେରୁହାଡ଼ ଭିତରେ ପଶିଅଛି ଲାଭିକୁମ୍ଭନାଦ ପ୍ରାୟେକ ବଚନ ତାର ଶୁଭି ।ଖନ୍ଦାଶାଳୁଂ ଅନ୍ନ ଆଣି ପରଷିଲେ ମାୟେକି କରିବି ଅନ୍ନ ମାୟେ ସିଦ୍ଧ ମୋର କାୟେ ।ଜନନୀ ବୋଇଲେ ବାବୁ କ୍ଷୀର ପାନକରନୃପତି ବୋଇଲେ ମାତା ତାହିଂ କଲି ଦୂର ।ହରଷ ହୋଇଲେ ମାୟେ କୁମର ବଚନେୟେବେ ସେ ତରିଲୁ ବାବୁ ମୋହର ନନ୍ଦନେ ।ମୁଖରେ ଚୁମ୍ବନ ଦେଇ ହରଷ ହୋଇଲେଗୁରୁ କାହିଂଛନ୍ତି ବାବୁ ବୋଲିଣ ବୋଇଲେ ।ତକ୍ଷଣେ ମୁକୁତା ଦେଈ ବାହାର ହୋଇଲେଭଙ୍ଗା ଦେଉଳେ ଯାଇଣ ଗୁରୁଙ୍କୁ ଦେଖିଲେ ।ଆଦେଶ ଆଦେଶ ବୋଲି ଦୂରୁଂ କଲେ ସେବାମୁକୁତା ଦେଈଙ୍କୁ ଚାହିଂ ଆଗ୍ୟାଂ ଦେଲେ ଗୁରୁଦେବା ।ପୁତ୍ର ତୋର ସିଦ୍ଧେଶ୍ୱର ହୋଇଲାକ ୟେବେରାଜ୍ୟ କରୁଥାଅ ମାତା ପୁତ୍ର ୟେକା ଠାବେ ।ବୋଲନ୍ତି ମୁକୁତାଦେଈ ଗୋବିନ୍ଦଚନ୍ଦ୍ରକୁବୃକ୍ଷ ନଟୀକାଳ କାହିଂ ଆସିବ ହସ୍ତକୁ ।ତକ୍ଷଣେ ଗୋବିନ୍ଦଚନ୍ଦ୍ର ବୃକ୍ଷକୁ ରାଇଲେଆକାଶୁଂ ପଇଡ଼ ଆସି ହସ୍ତରେ ଲାଗିଲେ ।ଯାଅ ବୋଲୁଂ ନିଜ ସ୍ଥାନେ ବସିଲାକ ଯାଇଂବଚନ କାଟିଲା ଯେ ବୋଇଲେ ମହାଦେଈ ।ମୃର୍ତ୍ତିକା ମୁଠାୟେ ଘେନି ପାଞ୍ଚିଲେ ମନରବୋଇଲା ସିଦ୍ଧ ବିଭୂତି ଦେଖିଲା ଚକ୍ଷୁର ।ପଥର ଘେନି ବୋଇଲେ ହୁଅ ତୁ ସୁବର୍ଣ୍ଣଆଗ୍ୟାଂ ପ୍ରମାଣେ ହୋଇଲା ଯେ ଅଷ୍ଟରତନ ।ମର ବୋଇଲେ ଯାହାକୁ ସେଇ ସେ ମରଇଉଠସିରେ ପୁତା ବୋଲି ବୋଇଲେ ଉଠଇ ।ପରତେ ପାଇଲେ ମାୟେ ମନରେ ହରଷଚାରିଯୁଗେ ଗଲେ ବାବୁ ବଇକୁଣ୍ଠେ ବସ ।ହାଡ଼ିପାୟେ ବୋଇଲେ ଗୋବିନ୍ଦଚନ୍ଦ୍ର ଚାହିଂପୋତିଲାର ସିଦ୍ଧ ଅନ୍ନ କାଢ଼ସିରେ ଯାଇ ।ଖଣତି ଘେନିଣ ମାଟି ଖୋଳିଲା ରାଜନଢାଙ୍କୁଣୀ କାଢ଼ିଲା ଯହୁଂ ଦିଶିଲା ତିଉଣ ।ଆସ ଆସ ଗୋସାଇଂ ହାଣ୍ଡିକି ତଲେକରମନେ ବିଚାରିଲେ ଦେଖ ପୋକ ସଲସଲ ।ଅମ୍ବିଳ ବାସୁଛି ଅନ୍ନ ଭଲ ଦିଶୁଅଛିଆଗ୍ୟାଂ ହେଉଛନ୍ତି ହାଡ଼ିପାୟେ ଜାଗ ବାଛି ।ବାବୁ ସିଦ୍ଧି କି ଅସିଦ୍ଧି ପଦ ହେତୁକରପଚିବା ଅସାଧ୍ୟ ଅନ୍ନ ସାଧିବା ଆବର ।କ୍ଷୀର ଅନ୍ନ ଭୋଗ କଲେ ଦେହସିଦ୍ଧି ହୋଇତିଉଣ ଲୁଣ ଖାଇଲେ ବହନ ମରଇ ।ୟେହା ଯେ ଜାଣଇ ସେ ବଞ୍ଚଇ ଚିରଦିନୟେବେ ସିଦ୍ଧ ଅନ୍ତି ବାବୁ ଭୁଞ୍ଜିବା ବହନ ।ୟେତେ ବୋଲି ଗୁରୁଚେଲା ମୁକୁତା ଜନନୀତିନିହେଂ ଘେନିଲେ ଅନ୍ନ ସରିସମ ଘେନି ।ଚବିଶ ବରଷ ପୋତା ହୋଇଥିଲା ଅନ୍ନଭୁଞ୍ଜିଲା ବେଳକୁ ହେଲା ଅଗ୍ନିର ସମାନ ।ହାଡ଼ିପା ବୋଇଲେ ବାବୁ ହୋଇଲୁ ଅମରୟେବେ ମାୟେ ପୋୟେ ତୁମେ ଥାଅ ୟେକଠାର ।ଆମ୍ଭେ ଯାଉଅଛୁ କପିଳାସ କନ୍ଦରକୁୟେତେ ବୋଲି ସୁମରିଲେ ପାଦୁକା ଦ୍ୱୟକୁ ।ମନ ପବନ କଠାଉ ମିଳିଲାକ ଆସିତକ୍ଷଣେ ମାଡ଼ିଲେ ହାଡ଼ିପାୟେ ଯୋଗବାସୀ ।କହୁଂ କହୁଂ ଅନ୍ତରୀକ୍ଷେ ଗଲେ ଶୂନ୍ୟମାର୍ଗେକପିଳାସ ପୁରେ ଯାଇଂ ମିଳିଲେକ ବେଗେ ।ମାତା ପୁତ୍ର ଦୁହେଂ ଯେ ରହିଲେ ସିଂହଦ୍ୱାରଜନନୀ ବୋଇଲେ ବାବୁ ଶୁଣରେ କୁମର ।କୁହୁକ ଲଗାଇ ୟେହି ମଣ୍ଡପରେ ଥିବୁଚାତୁର୍ମାସ୍ୟା ପାହିଲେଣ ତୀର୍ଥ କରିଯିବୁ ।କୁମର ବୋଇଲେ ମାତା ନ କୁହ ୟେମନ୍ତମାୟାକୁ ଲଗାଇ ମୋତେ ଚିହ୍ନିବେ ସମସ୍ତ ।ନଗ୍ର ନାରୀମାନେ ଚିହ୍ନିବେ ସକଳମାୟାଚାରୀ ସର୍ବେ କାହିଂ ବସିବେ ସଭାର ।ତୁମ୍ଭେ ମୁକୁତା ଦେଈ ୟେହି ନଗ୍ରେ ଥାଅ ରହିୟେକାନ୍ତେ କୋଟିୟେ ତୀର୍ଥ କରିବଇଂ ମୁହିଂ ।ସପ୍ତଦ୍ୱୀପ ସପ୍ତସିନ୍ଧୁ ଆଦି ଯେଉଂମାନଅମର ପୁର ସହିତେ ଲଙ୍କା ଆଦିସ୍ଥାନ ।ଯାଅବୋଲି ଜନନୀ ପୁତ୍ରକୁ ଆଗ୍ୟାଂ ଦେଲେପିଠିଦେଇ ନଗର ଭିତରେ ସମ୍ବାଇଲେ ।ଚଳିଲେ ଗୋବିନ୍ଦଚନ୍ଦ୍ର ଉତ୍ତର ମୂରତିରୋଗ ଶୋକ ଚିନ୍ତା ତାଙ୍କ ନାହିଂ ଭୟଭ୍ରାନ୍ତି ।ଗୁରୁ ଦେଇଥିଲେ ଯେ ପାଦୁକା ମନ୍ତ୍ର ଗୋଟିତାହା ଚଢ଼ି ଗମନ କରଇ ଶୀଘ୍ରଗତି ।ଦିବାରାତ୍ର ଗମିଲେ ପୃଥିବୀ ଲକ୍ଷେ ଯୁଣକୋଟିୟେ ତୀର୍ଥରେ ପଶି କଲେକ ସ୍ନାହାନ ।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦେଖିଲେଜଳଧିପୁରକୁ ଯାଇ ମନ ବଳାଇଲେ ।କୃଷ୍ଣାଜିନ ଛାଲ ପକାଇଲେ ସିନ୍ଧୁଜଳେଗୁରୁଙ୍କୁ ସୁମରି ଯାଇ ବସିଲେକ ଛାଲେ ।ପବନ ଆପଦେ ମନ୍ତ୍ର କଲେ ସୁମରଣଅନ୍ତରୀକ୍ଷେ ଚଳିଲେ ସେ ପବନୁଂ ବହନ ।ସାତସିନ୍ଧୁ ସାତଦ୍ୱୀପ ବୁଲି ଯାଉ ଯାଉଲଙ୍କାଦ୍ୱୀପେ ପରବେଶ ହୋଇଲେକ ତହୁଂ ।ଚବିଶ ଅଙ୍କୁଶ ଅଛି ୟେକାଗ୍ର ନଗରମେଘଦଣ୍ଡ ପାଚେରୀ ଲାଗିଛି ଆକାଶର ।ସବୁ ହୀରାମୟ ଯେ ସବୁହିଂ ବିତପନସେହି ଠାବରୁ ରାଜନ ଚଳିଲା ବହନ ।ଲେଉଟିଲା ମହାରାଜା ଜଳାର୍ଦ୍ଧପୁରକୁଦାଣ୍ଡେ ଯାଉଂ ଦେଖିଲା ବରୁଣ ଦେବତାଙ୍କୁ ।ରତ୍ନାକର ଦେଖିଣ ଚିହ୍ନିଲା ବଙ୍ଗଦେଶୀତୁମ୍ଭେତ ଗୋବିନ୍ଦଚନ୍ଦ୍ର ୟେଥେ ଅଛ ଆସି ।ଦେହତ ତୋହର ସିଦ୍ଧ ଗୁରୁସେବା କରିଜଳାର୍ଦ୍ଧ ପୁରକୁ ତ ଅଇଲୁ ଭିକ୍ଷାକରି ।ମାନବ ଶରୀର ହୋଇ ଯୋଗାନ୍ତ ସାଧିଲୁଜଳସ୍ଥଳ ଅନଳ ସବୁହିଂ ୟେକେ କଲୁ ।ଦେବଙ୍କର ସଙ୍ଗେ ସଙ୍ଗ ହୋଇଲୁ ରାଜନରହ ଚତୁର୍ମାସ୍ୟା ମୋର ଜଳାର୍ଦ୍ଦଗ ଭୁବନ ।ଗୋବିନ୍ଦଚନ୍ଦ୍ର ବୋଇଲେ ଲେଉଟାଣି ବେଳେଅବଶ୍ୟ ରହିବି ମୁହିଂ ତୁମ୍ଭ କଟକରେ ।ସେଠାରୁ ଗୋବିନ୍ଦଚନ୍ଦ୍ର ହୋଇଲେ ବାହାରଶୂନ୍ୟାସନ ମନ୍ତ୍ର ଯେ ପଢ଼ିଲେ ଧାତିକାର ।ଅଳକା ଭୁବନେ ଯାଇ ପ୍ରବେଶ ହୋଇଲାନଗର ପଶ୍ଚିମେ ଭାଗେ ମଣ୍ଡପେ ଦେଖୁଲା ।ଶ୍ରୀକର୍ପୂର ଅକ୍ଷୟ ଭଣ୍ଡାର ତହିଂ ଅଛିସେହି ଅଷ୍ଟରତ୍ନ ପୁର ଆନ ନାହିଂ କିଛି ।ଦ୍ୱାଦଶ ମାସ ସେଠାରେ ରହିଲା ରାଜନକେହି ନ ଦେଖିଲା କେହି ନ କହେ ବଚନ ।ନଗର ବାହାର ହୋଇ କୁବେର ଦେଖିଲାତୁମ୍ଭେ ତ ଗୋବିନ୍ଦଚନ୍ଦ୍ର ବୁଲୁଛ ବୋଇଲା ।ଦେଖିଲୁ ଜନ୍ମ ମରଣ ସିଦ୍ଧ କଲୁ କାୟେମନଇଚ୍ଛା ଥିଲେ ରହ ଚାତୁର୍ମାସ୍ୟା ଯାୟେ ।ଗୋବିନ୍ଦଚନ୍ଦ୍ର ବୋଇଲେ ଦିନାକେତେ ଯାଉଦେଖଇ ଅମରପୁର ତପ ସିଦ୍ଧ ହେଉ ।ୟେତେ କହି ଅଳକା ଭୁବନୁ ଚଳିଗଲାବୈଶ୍ୱାନର ପୁରେ ଯାଇଂ ପ୍ରବେଶ ହୋଇଲା ।ବେନିମାସ ବିଶ୍ରାମିଲା ନ ଦେଖିଲେ କେହିଅମରାଦି ପୁରେ ଯାଇ ତୁରିତେ ସମ୍ଭାଇ ।ଅମର ସଭାରେ ଯାଇ ମିଳିଲେ ରାଜନଦେଖଇ ଗୋବିନ୍ଦଚନ୍ଦ୍ର ରାଜାଗଣମାନ ।ଇନ୍ଦ୍ର ପଚାରିଲେ ଆସ ବଙ୍ଗଦେଶ ସାଇଂଅମର ଭୁବନକୁ ଅଇଲୁ କିସ ପାଇଂ ।ଗୋବିନ୍ଦଚନ୍ଦ୍ର ବୋଇଲେ ଗୁରୁସେବା କଲିମହାମନ୍ତ୍ର ପ୍ରସନ୍ନରୁ ଅମର ହୋଇଲି ।ସୁସିଦ୍ଧ ହୋଇବା ପାଇଂ ଅଇଲି ଯେଥକୁପାଇଲି କାରଣ ଯେବେ ଯିବଇଂ ମଞ୍ଚକୁ ।ଇନ୍ଦ୍ର ବୋଲେ ଧନ୍ୟ ତୋର ମୁକୁତା ଜନନୀସଦବୁଦ୍ଧି ଦେଲା ଯହୁଂ ହୋଇଇ ସୁଗ୍ୟାଂନୀ ।ଦେବପୁର ଦେଖିବାକୁ ହୋଇଲୁ ଭାର୍ଜନସିଦ୍ଧଜନଙ୍କ ସଙ୍ଗତେ ହୋଇଲୁଂ ସମାନ ।ପ୍ରଶଂସା ପାଇଣ ରାଜା ଉଠିଲା ବହନଅମର ଭୁବନରେ ଦେଖୁଲା ପୁର ମାନ ।ପଞ୍ଚରାତ୍ର ରହି ତହିଂ ବାହାର ହୁଅଇ ।ସଂଯିବନୀ ପୁରେ ଯାଇ ତୁରିତେ ମିଳଇ ।ଜନ୍ତୁପତି ଦେଖିଣ ଆସ୍ଥାନ ତ୍ୟାଗ କଲାମାନବ ଶରୀରେ ରାଜା ମହାତପ କଲା ।ମମ କାଳପାଶରୁ ଯେ ରହିଲୁ ଉବୁରିନିଶ୍ଚୟ ଦେଖିଲି ୟେତ ସିଦ୍ଧ ସଙ୍ଗେ ସରି ।ବସ ବୋଲି ଠାବଦେଲା ସଭାର ମଧ୍ୟରବେନି ଦଣ୍ଡ ରହି ତହୁଂ ହୋଇଲା ବାହାର ।ଯମ ରାଜାକୁ ଚାହିଂଣ ବୋଲନ୍ତି ବଚନମୃତ୍ୟୁ ମଣ୍ଡଳକୁ ଯିବୁ ଶୁଣ ହୋ ରାଜନ ।ଜନ୍ତୁପତି ବୋଇଲା ବିଜୟ କର ଯାଇଂଖଣ୍ଡେ ଦୂର ପାଛୋଟି ଅଇଲା ଜନ୍ତୁସାଇଂ ।ମେଲାଣି ପାଇଣ ଯମ ଆସ୍ଥାନକୁ ଗଲାଶୂନ୍ୟେଣ ଗମଇଂ ଯେ ମୁକୁତା ଦେଈ ବଳା ।କହନ୍ତି ଦୁର୍ବାସା ବଳା ଶୁଣ ସିଦ୍ଧ ହିଆୟେଥୁ ଅନନ୍ତରେ ପୁଣି ଉପୁଜିଲା ଯାହା ।ଚାହିଂଲେ ଗୋବିନ୍ଦଚନ୍ଦ୍ର ପଥ ଅନୁସରିତନ୍ତୀପାୟେ ଆସୁଛନ୍ତି ଶୂନ୍ୟେ ବିଜେକରି ।ଲାଗିଛନ୍ତି ଶୂନ୍ୟେ ତନ୍ତ ବୁଣୁଛନ୍ତି ଲୁଗାପୂର୍ବେଣ ଗୋରଖନାଥ ବାଉଛନ୍ତି ଫୁଙ୍କା ।ଦୁଇଲୋକଙ୍କର ଶୂନ୍ୟେ ହୋଇଲାକ ଭେଟଚାହିଂଲେ ଗୋବିନ୍ଦଚନ୍ଦ୍ର ତନ୍ତୀପାଙ୍କ ମୁଖ ।ଶୂନ୍ୟରେ ବୁଣନ୍ତି ଲୁଗା ପବନହୁଂ ଖରଛିଡ଼ ବୋଲି ବୋଇଲେ ଗୋରେଖ ତପୀବର ।ଆଗ୍ୟାଂ ପ୍ରମାଣରେ ତନ୍ତ ମଧ୍ୟରୁ ଛିଡ଼ିଲାଦେଖିଣ ତନ୍ତୀପା ମନେ ତାପ ଉପୁଜିଲା ।ଲାଗିଲା ଲାଗିଲା ବୋଳି ଡାକ ଦେଲେ ଯହୁଂତତକ୍ଷଣେ ତନ୍ତସୂତା ଲାଗିଲାକ ତହୁଂ ।ପୁଣିହିଂ ଗୋରେଖ ବୋଲେ ଛିଡ଼ିଲାକ ପୁଣଦୁଇ ଖଣ୍ଡ ହୋଇ ତନ୍ତ ଛିଡ଼ିଲା ପ୍ରମାଣ ।ତନ୍ତୀପା ବୋଇଲା ବେଗେ ଲାଗସିରେ ସୂତାଲେଉଟି ଲାଗିଣ ସୂତା ହୋଇଲା ଜଡ଼ିତା ।ଗୋରେଖ ବୋଇଲେ ପୁଣି ଛିଡ଼ିଲା ପ୍ରମାଣଦୁଇଖଣ୍ଡ ହୋଇତନ୍ତ ଛିଡ଼ିଗଲା ପୁଣ ।ତନ୍ତୀପା ବୋଲରେ ତନ୍ତ ନୋହିଲା ଯୋଡ଼ିଣଜାଣିମାନା ଆଜ କେ ହୋଇ ବଡ଼ଜଣ ।ଦୁଇ ଲୋକ ଉଚ୍ଚବାଚେ ହୋଇଲୋକ କଳିଦେଖନ୍ତି ଗୋବିନ୍ଦଚନ୍ଦ୍ର ଦୂରେ ଥାଇକରି ।ବୋଇଲେ ହୋ ତନ୍ତୀପାୟେ ହୋଇଲୁକି ବାଇମୋହ ଆଗରେ ତୋର ପହିଜ କାହିଂ ପାଇଂ ।ଦିଗବିଜେ କରୁଅଛଂ ବୋଲିକି ନଜାଣୁତନ୍ତ ଖଣ୍ଡେ ସଙ୍ଗେ ଘେନି ପହିଜ ବଖାଣୁ ।ମୋହ ବଳେ ପ୍ରତିଗ୍ୟାଂଯେ ସହି ନ ପାରଇୟେବେ ଶୂନ୍ୟ ପଥରୁ ତୁ ଯାଅ ଆଡ଼େ ହୋଇ ।ତନ୍ତୀପା ବୋଇଲେ ନାଥେ ନ କହ ବଢ଼ାଇତୁମ୍ଭ ଶଙ୍ଖଧ୍ୱନି ଶୁଣି ହିଆ ଚମକଇ ।ମୁହିଂ ଯେ ତନ୍ତୀପା ଚାରିଯୁଗେ ଅଜାମରଦେବତାଙ୍କୁ ମଣେ ମୁହିଂ ଚରଣ ଆକାର ।ଚଉଷଠି ସିଦ୍ଧରେ ମୁଂ ବରଣ ଅଟଇମୋହ ତହୁଂ ଅଧିକ ଯେ ଜଣେ କେହି ନାହିଁ ।ମନେ ଯାହା ବସେ ମୁହିଂ ଧରେ ସେହି ରୂପସ୍ଥାବର ଜଙ୍ଗମ କୀଟ ପତଙ୍ଗ ସ୍ୱରୂପ ।ପୁଣି ପ୍ରତ୍ୟୁତ୍ତର ଦେଲେ ମତ୍ସ୍ୟୋଦର ଟେଲାକେହ୍ନେ ମୋତେ ପାରିବୁ ଦେଖିବ ବେନିତୋଳା ।ଶୂନ୍ୟୁ ଖସି ପଡ଼ିଲେ ତନ୍ତୀପା ମହାଯୋଗୀମଞ୍ଚରେ ବଳଦରୂପ ହୋଇଲେକ ବେଗି ।ଗୋରେଖ ବୋଇଲେ ଆଜ ରହ ରହ ବାବୁୟେମନ୍ତ ହୋଇଲେ ନିକି ବଡ଼ ବୋଲାଇବୁ ।ତନ୍ତୀପା ବୋଇଲେ ତୁମ୍ଭେ ପଛ ଦୃଷ୍ଟିକରକେମନ୍ତ କରିବି ଠାବ ଜାଣିମା ୟେବେଳ ।ମହାଯତି ଗୋରେଖ ପଛକୁ ଦେଲେ ଦୃଷ୍ଟିତନ୍ତୀପା ହୋଇଲେ ବୃକ୍ଷେ ଆମ୍ବଫଳ ଗୋଟି ।ଲେଉଟି ଗୋରେଖ ଗଲେ ଆମ୍ବଗଛ ଠାକୁଆମ୍ବ ଛିଣ୍ଡାଇ ବୋଇଲେ କ୍ଷେପିବ ଗର୍ଭକୁ ।ଲାଜପାଇ ତନ୍ତୀପା ହୋଇଲେ ପକ୍ଷୀଜନ୍ମଚଢୈୟା ହୋଇଲେ ଯେ ଗୋରେଖ ତପୋଧନ ।ଜଳରେ ମୀନ ଗୋଟିଏ ହୋଇଲେ ତନ୍ତୀପାଜାଇ ପାତିଣ ଗୋରେଖ ଜଳେ କଲା କ୍ଷେପା ।ଜାଣିଲେ ତନ୍ତୀପା ୟେହା ହୋଇଲେ ବାହାରଅନ୍ତରୀକ୍ଷେ ମେଘରୂପ ଆଚ୍ଛାଦି ଅମ୍ବର ।ସଂସାର ଅନ୍ଧାର ହେଲା ନ ଦିଶିଲା ଦିଗପବନ ହୋଇ ବହିଲେ ସେ ଗୋରେଖ ବେଗ ।ବାୟେଣ ଉଡ଼ିଲେ ମେଘ ଚଉଦିଗ ଦିଶିସେଠାରୁ ଗୋରେଖନାଥ କର କର ହସି ।ଶ୍ରମପାଇ ତନ୍ତୀପା କୁହୁଡ଼ି ବରଷିଲେଗୋରେଖ ଫୁଙ୍କିଲେ ଦୂରୁଂ କୁହୁଡ଼ି ଫାଟିଲେ ।ଜଳ ଭିତରେ ସେ ଗେଣ୍ଡା ଗୋଟିୟେ ହୋଇଲେଗୁପତ ପରାୟେ ସେହୁ ଗାତରେ ରହିଲେ ।ଦେଖିଲେ ତନ୍ତୀପା ଲୁଚି ଅଛଇ ଗାତରଖାଡୁଆ ହୋଇଲେ ଯେ ଗୋରେଖ ତପଧର ।ଥଣ୍ଟରେ ଗିଳିବେ ବୋଲି ଆକ୍ରୋଶିଲେ ଯହୁଂଗର୍ଭରୁ ତନ୍ତୀପା ଯେ ବାହାର ହେଲେ ତହୁଂ ।ଗୋରେଖ ବୋଇଲେ ଆଉ କି ରୂପ ଧରିବୁସ୍ୱର୍ଗ ମର୍ତ୍ତ୍ୟ ପାତାଳ ତୁ ଦୁଃସହ ନୋହିବୁ ।ମୋତେ ଦେଖିପାରୁ କି କିମିଆ କରିଥାଅତନ୍ତୀପା ବୋଇଲେ ତୁମ୍ଭେ ଯାହା ଇଚ୍ଛାହୁଅ ।ବସାଇ ଗୋରେଖନାଥ ରହିଲେ ଜଳରେପାଣି ସଙ୍ଗେ ପାଣିହୋଇ ମିଶିଲେ ତହିଂରେ ।ତନ୍ତୀପା ଖୋଜନ୍ତି ଖିଅ ଦେଇ ଜଳେ ପଶିଲୋଡ଼ି ନ ପାଇଲେ ଯେ ଜଳର କେଉଂ ପାଶି ।ଥାଳି ଘେନି ଛାଣିଣ ମାଇଲା ଗେଣ୍ଡାମାନମହୀ ବିଦାରଇ ନ ଦେଖଇ ସିଦ୍ଧପଣ ।ତନ୍ତୀପା ବୋଇଲେ ରେ ଗୋରେଖ କେଣେ ଗଲାକି ରୂପ ଧରିଲା ଯାଇଂ କାହିଂ ସମ୍ଭାଇଲା ।ମନରେ ବିରସ ଯେ ବହୃତ ହୁଏ ତନ୍ତୀଆଗେ ଉଭା ହୋଇଲେ ଗୋରେଖ ମହାଯତି ।ହେଠ ମାଥ ହୋଇଣ ତନ୍ତୀପୀ ମହାଯତିସଧୀରେ ଗୋରେଖନାଥ ବାଣୀ ପଚାରନ୍ତି ।ତୁତ ବଡ଼ ମହାତପା ଅଟୁରେ ତନ୍ତୀପାକେ ସାନ କରିବ ତୋତେ ମନେ ତାପ କିମ୍ପା ।ତନ୍ତୀପା ବୋଇଲେ ତୁମ୍ଭେ ସୁସିଦ୍ଧ ଗୋସାଇଂସିଦ୍ଧଗଣ ସଙ୍ଗେ ତୁମ୍ଭେ ଆଗ ଲେଖା ହୋଇ ।ମତ୍ସଇନ୍ଦ୍ର ଆଦିନାଥଙ୍କର ତୁମ୍ଭେ ନାତିତୁମ୍ଭେ ସବୁ କରିପାର ଶୟଳେ ବିଖ୍ୟାତି ।ଆଉ ମାନେ ଯତି ତୁମ୍ଭେ ମହାଯତି ଭଣିତୁମ୍ଭଙ୍କୁ ଭେଟିଣ ମୁଁ ଯେ ପାଇଲି କାରେଣୀ ।ତନ୍ତୀପା ବୋଇଲେ ତୁମ୍ଭେ ବିଜେକରି ଯିବାମୁହିଂ ଯିବି ସ୍ୱର୍ଗପୁର ମୋତେ ଆଗ୍ୟାଂ ଦେବା ।ୟେ ବଚନ ଶୁଣି ଗୋବିନ୍ଦଚନ୍ଦ୍ର ରାଣବେନି ଜନଙ୍କର ପାଦେ କଲା ଯେ ପ୍ରଣାମ ।ତନ୍ତୀପା ବୋଇଲେ ୟେ ରିପୁଚନ୍ଦ୍ର ବଳାଗୋରେଖ ବୋଇଲେ ୟେ ଗୁରୁ ସେବାକଲା ।ହାଡ଼ିପା ଯେ ଦେଲେ ଗ୍ୟାଂନ ମାତା ଦେଲେ ବୁଦ୍ଧିଚବିଶ ବରଷେ ସର୍ବ ହୋଇଲାକ ସିଦ୍ଧି ।ଆଦେଶ ଆଦେଶ କଲା ବଙ୍ଗଦେଶ ସାଇଂଗୋରେଖ ବୋଇଲେ ରାଜା କାହିଂଥିଲୁ ରହି ।ଗୋବିନ୍ଦ ଚନ୍ଦ୍ର ବୋଇଲେ ଦିଗ ଫେରୁଅଛିକର୍ମଫଳେ ଆଜ ଭେଟ ହେଲି ମହାଯତି ।ପାଇଲି କାରଣ ମୋର ପାପ କ୍ଷୟଗଲାଦ୍ୱିତୀୟ ଗୁରୁ ହାଡ଼ିପା ଦେଖି ବେନି ଡୋଳା ।ମାନ୍ୟ କରି କହିଲାକ ବଙ୍ଗଦେଶ ପତିଗୋରେଖ ବୋଲନ୍ତି ତୁମ୍ଭେ ଅଟ ଆମ୍ଭ ନାତି ।ତୋ ମାତା ମୁକୁତା ଦେଈ ଆମ୍ଭର ନନ୍ଦିନୀଆମ୍ଭକୁ ସେବା କରିଣ ହୋଇଲା ସେ ଗ୍ୟାଂନୀ ।ଘେନ ସିଦ୍ଧି ବିଭୂତି ବୋଇଲେ ମହାଯତିତନ୍ତୀପା ଗୋବିନ୍ଦଚନ୍ଦ୍ର ଦୁହେଂ ହାତ ପାତି ।ବ୍ରହ୍ମା କପାଳରେ ନେଇ ଘଷିଲେ ବହନବଜ୍ରାଙ୍ଗ ଶରୀରେ ହେଲେ ଗୋବିନ୍ଦରାଜନ ।ତନ୍ତୀପାଙ୍କ ତନ୍ତୁ ସୂତା ଛିଡ଼ି ଯାଇଥିଲାବିଭୂତି ଲାଗନ୍ତେ ସୂତା ଯୋଡ଼ିଣ ହୋଇଲା ।ଯାଅରେ ଭୂପତି ତୋତେ ହେଉ କଇଲାଣୟେତେ ବୋଲି ଗୋରେଖ ଯେ ହେଲେ ଅନ୍ତର୍ଦ୍ଧାନ ।ତନ୍ତୀପା ବୋଇଲେ ରାଜା ନାମ ଆଶ୍ରେକରମାୟା ମୋହ ଛାଡ଼ି ଯୋଗପଥରେ ବିହର ।ଭଲ ଇଚ୍ଛାକଲୁ ଅଜ୍ରାମର କଲୁ କାୟେଯା ଯା ଦିଗେ ବୋଲିଣ ବୋଇଲେ ତନ୍ତୀପାୟେ ।ଗୋବିନ୍ଦଚନ୍ଦ୍ର ରହିଲା ମଞ୍ଚ ମଣ୍ଡଳରେଏକା ଏକା ତପକଲା ଗଣ୍ଡୁକୀ ନଦୀରେ ।ସପତ ବରଷ ଯାୟେ ହୋଇଲା ମଉନଆଗହୁଂ ପାଞ୍ଚ ବରଷ ବଳିଥୁଲା ପୁଣ ।ୟେମନ୍ତେ ବାରବରଷ ସମ୍ପୂର୍ଣ୍ଣ ହୋଇଲାଆପଣା ରାଜ୍ୟରେ ଯାଇ ତୁରିତେ ମିଳିଲା ।ମାତାଙ୍କୁ ଦର୍ଶନ କରି କହିଲା ବିନୋୟିଦେଖୁଲି ସପତ ସିନ୍ଧୁ ସପ୍ତଦ୍ୱୀପ ମହୀ ।ଜଳଧି ଅଳକାପୁର ସଞ୍ଜିବନୀ ପୁର ।ବୈଶାନର ଭୁବନ ଦେଖିଲି ସ୍ୱର୍ଗପୁର ।ଶୂନ୍ୟେ ଆସୁ ଆସୁ ମୁଁ ଯେ ତନ୍ତୀପା ଦେଖୁଲିଗୋରେଖଙ୍କୁ ଦେଖି ବହୁ ପରଶଂସା କଲି ।କହିଲେ ୟେବେ ଗୋ ମାତା ମୋତେ ସଦ୍ବୁଦ୍ଧିବୋଇଲେ ମୁକୁତା ଦେଈ ହୋଇଲାକ ସିଦ୍ଧି ।ନୃପତି ବୋଇଲେ ମୁଂ ଯେ ଯିବି କପିଳାସଗୁରୁଙ୍କୁ ଦ୍ରଶନ ନାହିଂ ଦ୍ୱାଦଶ ବରଷ ।କହିଣ ଗୋବିନ୍ଦଚନ୍ଦ୍ର ହୋଇଲେ ବାହାରରହିଲେ ମୁକୁତା ଦେଈ ଆପଣା ରାଜ୍ୟର ।କପିଳାସ ପୁରେ ଯାଇ ପ୍ରବେଶ ହୋଇଲେଗୁରୁଙ୍କୁ ଦର୍ଶନ କରି ନିଶ୍ଚିନ୍ତେ ରହିଲେ ।ନମସ୍ତେ ହାଡ଼ିପା ସାଧ୍ୟକଲ ମୋର କାୟେଚାରିଯୁଗ ଗଲେ ତାଙ୍କୁ ଦିବସ ପରାୟେ ।ତୁମ୍ଭର ଚରଣ ତଳେ ମମ ଶିର ଲୋଟୁକିଞ୍ଚିତେ ପ୍ରସନ୍ନ ହୁଅ ଭ୍ରାନ୍ତି ମୋର ଫିଟୁ ।ନମସ୍ତେ ତନ୍ତୀପା ମୋତେ ହୁଅ ସୁପ୍ରସନ୍ନମାୟା ମୋହେ ପଡ଼ି ମୁହିଂ ଯେ ହେଲି ହିନିମାନ ।ମତ୍ସଇନ୍ଦ୍ର ଚଉରଙ୍ଗୀ ଆଦି ମୀନ ବୁଦ୍ଧତୁମ୍ଭର ଆଗ୍ୟାଂରେ ମୋର ପିଣ୍ଡ ହେଉ ସିଦ୍ଧ ।ନମସ୍ତେ ଗୋରେଖନାଥ ଯତିଙ୍କ ଠାକୁରଚଉଷଠି ସିଦ୍ଧଙ୍କ ଉପରେ ଅଧିକାର ।ଭବ ଜଳଧିରୁ ପାରିକର ମହାଯତିତୁମ୍ଭର ପ୍ରସନ୍ନେ ମୋର ହୋଇବ ମୁକତି ।ନମସ୍ତେ ଗୋବିନ୍ଦଚନ୍ଦ୍ର ରିପୁଚନ୍ଦ୍ର ବଛକିଞ୍ଚିତେ ପ୍ରସନ୍ନ ହୋଇ ମୋର ପ୍ରାଣରଖ ।ତୁ ଯେ ଯମରାଜ ଦଣ୍ଡ ନିବାରିଲୁ କାଳେନିଜ ଦେହ ଘେନିଅଛୁ ଯୁଗଯୁଗାନ୍ତରେ ।ମୁହିଂତ ମୁରୁଖ କି ଜାଣିବି ତୁମ୍ଭ ମନଲୋଡ଼ି ନ ପାରିଲି ମୁଂ ଯେ ତୁମ୍ଭର ଚରଣ ।ନ ଜାଣଇ ପାଠଶାଠ ଯତି ସନ୍ଥଗଣଚରଣାରବିନ୍ଦେ ଯେ ବଳିଲା ମୋର ମନ ।ଶୁଣ ହେ ସୁଜନ ଜନେ କଳିଯୁଗ ବାଣୀବଙ୍ଗଦେଶ ପତି ଆପେ ଯୋଗୀ ହେଲେ ପୁଣି ।ଗୋବିନ୍ଦଚନ୍ଦ୍ରଙ୍କ ପାଦେ ରହ ମୋର ଆଶଶରଣ ମାଗଇ ନିତ୍ୟ ଯଶୋବନ୍ତ ଦାସ ।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ