ଗୀତିନାଟ୍ୟ କର୍ଣ୍ଣବଧ
ବୈଷ୍ଣବ ପାଣି · ଭାଗ ୨ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଅଙ୍କ
[ପ୍ରଥମ ଦୃଶ୍ୟ](ରଣଭୂମି)[କୃଷ୍ଣାର୍ଜ୍ଜୁନ ନନ୍ଦିଘୋଷେ ପ୍ରବେଶ]କୃଷ୍ଣ– ଏହି ଦେଖ ପାର୍ଥ !ଆସେ କର୍ଣ୍ଣ ରଥ ଏଣେ ଉତ୍ତର ଦିଗରୁ ।ଅର୍ଜ୍ଜୁନ– କର୍ଣ୍ଣ ରଥୀ, ଶଲ୍ୟ ତା ସାରଥିହରି ! ଯେବେ ନ ପାରିବି କି କରିବି କହନ୍ତୁ ଆଗରୁ ।କୃଷ୍ଣ– ରେ ଅର୍ଜ୍ଜୁନ !ଦେଖିଲେ ମୁଁ ତୋତେ ହୀନବଳଚକ୍ର ପେଶି କର୍ଣ୍ଣ ଶଲ୍ୟ ଶିରକୁ ହାଣିବି ।ଅର୍ଜ୍ଜୁନ– ଯଦୁନାଥ !ଏହା କଲେ ପାଣ୍ଡବରକ୍ଷଣ ନାମ ସତ୍ୟ ମୁଁ ମଣିବି ।କୃଷ୍ଣ– ହେ କିରୀଟୀ ! ତୁମ୍ଭେ ପାଣ୍ଡବେ ମୋହର ଅଟ ପଞ୍ଚପ୍ରାଣଅର୍ଜ୍ଜୁନ– ସେ ନିମନ୍ତେ ପଡ଼ା ମାଗିଯାଇପ୍ରଭୁ ଭୋଗିଅଛ ବହୁତ କଷଣ ।କୃଷ୍ଣ– ଶୁଣ ଧନଞୟ ! କୌରବେ କି ଛାରପାଣ୍ଡବ ବିପକ୍ଷ ବ୍ରହ୍ମା ଶିବ ହେଲେ ସୁଦ୍ଧାନିଶ୍ଚେ ତାଙ୍କର ଘେନିବି ମୁଁ ଜୀବ ।ଅର୍ଜ୍ଜୁନ– ଜଗନ୍ନାଥ !ଏହି ଦେଖ ନିକଟ ହେଲାଣି କର୍ଣ୍ଣ ରଥଦେବଦତ୍ତ ଶଙ୍ଖ ନାଦ କର ସଖା ବେଗେ ।[ଦେବଦତ୍ତ ଶଙ୍ଖ ଧ୍ୱନି ][କର୍ଣ୍ଣ ରଥାରୋହଣ କରି ପ୍ରବେଶ]ଶଲ୍ୟ– କର୍ଣ୍ଣ ! ଦେଖ ତୁମ୍ଭ ରଥ କଲି ନନ୍ଦିଘୋଷ ଆଗେ ।କର୍ଣ୍ଣ– ରେ ଅର୍ଜ୍ଜୁନ ! ସମ୍ଭାଳ ଏ ବାଣ ପ୍ରାଣ ଘେନିବ ତୋ ନିଶ୍ଚୟ ।(ବାଣ ପ୍ରୟୋଗ)ଅର୍ଜ୍ଜୁନ– ଏଇ ଦେଖ ମୂର୍ଖ କର୍ଣ୍ଣ !ବାୟବାସ୍ତ୍ରେ ରଥ ତୋର ଉଡ଼ାଇବ ପାର୍ଥ ![ଅସ୍ତ୍ର ପ୍ରୟୋଗ ଓ କର୍ଣ୍ଣ ରଥ ପଛକୁ ହଟିବା]କର୍ଣ୍ଣ– ହେ ଶଲ୍ୟ ସାରଥି !କାହିଁକି ପଛକୁ ମୋର ଶଏ ବେଢ଼ା ଘୁଞ୍ଚିଗଲା ରଥ ?ଶଲ୍ୟ– ତାହା ଜାଣେ ରଥୀ, ପ୍ରତିଅସ୍ତ୍ର ନ କଲୁ କିମ୍ପାଇ ରାଧାସୁତ ?କର୍ଣ୍ଣ– ରେ ଅର୍ଜ୍ଜୁନ ! ମଣିଛୁ କି ଦ୍ରୋଣ ପରି ମୋତେ ?(ଗୀତ)[ହେ ଅବନୀପତି– ବୃତ୍ତେ]
ନିର୍ଲଜ୍ଜ ଅର୍ଜ୍ଜୁନ ତୋତେ ମାଡ଼ୁ ନାହିଁ ଲାଜ । କର୍ଣ୍ଣ ସମ୍ମୁଖରେ ପୁଣି କାଢ଼ୁଛୁ ପହିଜ । ନୁହେଁ ଦ୍ରୋଣ ମୁହିଁରେ, କୌଶଳେ ନାଶିବ ମିଛ କହି ରେ । କପଟେ କଲୁ ଯେମନ୍ତ ଜୟଦ୍ରଥ ବଧ । ଛଳେ ଶୀଖଣ୍ଡିକି ରଥେ ବସାଇ ଅବୋଧ, ଭୀଷ୍ମ ଶରଶାୟୀରେ କରାଇଲୁ କପଟେ ବିଜୟୀ ରେ ॥ ନପୁଂସକ ଦେଖି ଅସ୍ତ୍ର ଫିଙ୍ଗିଲେ ଗାଙ୍ଗେୟ । କେବଳ କୂଟ କପଟେ କଲୁ ରଣ ଜୟ । ଏ ପାମର ହରି ରେ, ସେ ମନ୍ତ୍ରଣା ସରବ ତାହାରି ରେ ॥ ରେ ବାସବ ବାଳ କାଳ ବଶେ କର୍ଣ୍ଣ ଆଗେ । ପଡ଼ିଲୁ ଗାଣ୍ଡୀବ ଧରି ଲଢ଼ ମୋର ସଙ୍ଗେ । ଜ୍ଞାନ ହଜି ଯିବ ରେ, ରସେ ଭାଷେ ବଇଷ୍ଣବ ଦ୍ୱିଜ ରେ ॥
(କଥା)– ରେ ଅର୍ଜ୍ଜୁନ ! ଏଡ଼ିକି ନିର୍ଲଜ୍ଜ ତୁହିକାହା ପାଶେ ଦେଖାଉ ଏ ବଡ଼ିମା ତୋହର,ନୁହେଁ ମୁହିଁ ଭୀଷ୍ମ, ଶିଖଣ୍ଡିକି ଆଗେ ରଖିଦେବୁ ଶରମୁଖେ ! ଦ୍ରୋଣଙ୍କୁ ଯେପରିମିଥ୍ୟା ବଚନେ ଭୁଲାଇ ବିନାଶିଲୁ ଧୃଷ୍ଟଦ୍ୟୁମ୍ନ ଦ୍ୱାରା,କପଟେ ଯେମନ୍ତେ କଲୁ ଜୟଦ୍ରଥ ନାଶ,ସେପରି ତୁ ଭାବ ନା କର୍ଣ୍ଣକୁ ।କପଟୀ ଶ୍ରୀକୃଷ୍ଣର ସମସ୍ତ କପଟଜଣାଅଛି ମୋତେ ।ଏଠାରେ ମନ୍ତ୍ରଣା ତା’ର ତିଳେ ନ ଖାଟିବ,ଆଜି ନେବି ନିଶ୍ଚେଁ ପରାଣହରି ହର ସର୍ବେ ଆସିଲେ ଏଠାକୁରଖି ନ ପାରିବେ କେହି ପରାଣ ତୋହର ।ଧର ବେଗେ ଗାଣ୍ଡୀବ କାର୍ମୁକ,ଅର୍ଜ୍ଜୁନଶୂନ୍ୟ କରିବି ଆଜି ଧରା ବକ୍ଷ !ଅର୍ଜ୍ଜୁନ– ରେ ଅଲାଜୁକ କର୍ଣ୍ଣ !ବୃଥା ବାକ୍ୟେ କାଳକ୍ଷେପ କରୁ କାହିଁ ପାଇଁଶକ୍ତିର ପରୀକ୍ଷା କ୍ଷେତ୍ର ଏହି, ଏ ସୂର୍ଯ୍ୟାବଳୀ ଶର–[ରଣବାଦ୍ୟ– ଶର ପ୍ରୟୋଗ– ଯୁଦ୍ଧ କରୁ କରୁ ପ୍ରସ୍ଥାନ](ଅପର ଦିଗୁ ଶଲ୍ୟ କର୍ଣ୍ଣ ପ୍ରବେଶ)କର୍ଣ୍ଣ– ଶୁଣ ଶଲ୍ୟ,ରଥ କିମ୍ପା ଘୁଞ୍ଚିଲା ପଛକୁ ଶତେ ହସ୍ତଟି ମୋହର ?ଶଲ୍ୟ– ମୂର୍ଖ କର୍ଣ୍ଣ ! ତୁ କାହିଁ ଜାଣିବୁ ରଥ ସଂଚାଳନ ମାର୍ଗ ।ଘୁଞ୍ଚି ନ ଥିଲେ ତୋ ରଥ ଛିଡ଼ିଯାଇଥାନ୍ତା ରଣସ୍ତମ୍ଭଏହି ଟେକିଲି ମୁଁ ନନ୍ଦିଘୋଷ ଆଗେ ।(ସହସା କୃଷ୍ଣାର୍ଜ୍ଜୁନ ପ୍ରବେଶ)କର୍ଣ୍ଣ– ରେ ଇନ୍ଦ୍ରନନ୍ଦନ ! ସମ୍ଭାଳ ମୋ ଶତେକ ନାରାଚ ।ଅର୍ଜ୍ଜୁନ– ଦେଖ ପଞ୍ଚବିଂଶ ବାଣେଛେଦିବି ତାହା ମୁଁ । (ଉଭୟେ ଯୁଦ୍ଧ କରୁ କରୁ ପ୍ରସ୍ଥାନ)(ବେଗେ ଦୁର୍ଯ୍ୟୋଧନର ପ୍ରବେଶ)ଦୁର୍ଯ୍ୟୋଧନ- (ସ୍ୱଗତଃ) ଓଃ ହୋ !ଏକି ଅଦ୍ଭୁତ କାଣ୍ଡ ହେଲା ଉପସ୍ଥିତବାୟୁଘାତେ ଧୂଳି ଉଡ଼ି ରବି ରଥ ହୋଇଲା ଅଦୃଶ୍ୟରଣଭୂମେ ନ ଦିଶନ୍ତି ଗଜ ଅଶ୍ୱ ରଥୀନାହିଁ ମେଘ ନୁହେଁ ବର୍ଷା ଋତୁଏଡ଼େ ବଡ଼ ବାୟୁ ବେଗ ଜାତ ହେଲା କେହ୍ନେ ?ଦୂତ– (ଅସ୍ତବ୍ୟସ୍ତେ ପ୍ରବେଶି)ମହାରାଜ ! ରକ୍ଷା ନାହିଁ ଆଉ ରକ୍ଷା ନାହିଁ,ସବୁ ସରିଲା, ସବୁ ସରିଲା,କର୍ଣ୍ଣ ଅର୍ଜ୍ଜୁନଙ୍କ ଯୁଦ୍ଧକାଳେଦକ୍ଷିଣ ଦିଗରୁ ଭୀମ ହୋଇଲା ପ୍ରବେଶପଥେ ଭେଟ ହୋଇଲେ କଳିଙ୍ଗ ସେନାଥାଟଭୀମାକୁ ଚିହ୍ନାଇ ଦେଲା ସହଦେବ ମନ୍ତ୍ରୀଏହି ଅଟେ କଳିଙ୍ଗ ନୃପତି, ତହିଁ ବିଶ୍ୱମୂର୍ତ୍ତି ଧରି,ବୁଲାଇଣ ବାଉନ ଭାର ଗଦା ବେନି କରେକଳିଙ୍ଗ ସେନା ବାହିନୀ ପକାଇଲା ମନ୍ଥି ।
କି କଲୁ ମନ୍ଦ ଦଇବ କି କଲୁ କିକଲୁ ରେ । ଅନ୍ଧ ନନ୍ଦନକୁ ଛନ୍ଦ ପଣେ ମରାଇଲୁ ରେ ॥ ଶତାନୋଇ ଭ୍ରାତୃବଧୂ ରାଣ୍ଡ କରାଇଲୁ ରେ । ଦାଣ୍ଡେ ମୁଣ୍ଡକୋଡ଼ି ନେତ୍ରୁ ଲୁହ ଝରାଇଲୁ ରେ । ହସ୍ତିନା କଟକେ ଯାଇ ଚାହିଁବି କା ମୁଖ ରେ । ପୂରିଥିବ ସର୍ବତୁଣ୍ଡେ ଆହା ଆହା ଡାକ ରେ । ପଡ଼ିଥିବ ସ୍ୱର୍ଣ୍ଣ ଚୂଡ଼ି ଝଡ଼ି ଚାରିପାଖ ରେ । ଅଶ୍ରୁନୀରେ ରସାଧୂଳି ହୋଇବଣି ପଙ୍କ ରେ । ଫିଟି କେଶ ବାସ କାର ଲୋଟଇ ତ ମହୀରେ । କେହୁ ବିବସନେ ଗଡ଼ୁଥିବ ଡାକି ବିହି ରେ ॥ ଛିଣ୍ଡାଇ ରୁଣ୍ଡାଇ ହାର ଫିଙ୍ଗୁଥିବ କେହି ରେ । ପଡ଼ିଥିବ ଗଜମୋତି ଗୋଟି ଗୋଟି ହୋଇ ରେ ॥ ଉଆଁସ ଅନ୍ଧାର ଘୋଟିଥିବ ଉଆସରେ ରେ । ପଶିବି ରସି ତହିଁରେ କେଉଁ ସାହସରେ । ମୋଠାରୁ ହୀନ ପାପିଷ୍ଠ ନାହିଁ କେ ସଂସାରେ ରେ । ରଖିବି ଜୀବନ ଆଉ କାହା ଭରସାରେ ରେ । ସମସ୍ତଙ୍କ ଆୟୁ ସରିଲା କି ଏକା ବେଳେ ରେ । ସାଙ୍ଗ ହୋଇ ଗଲେ ଭାଇମାନେ କାଳ ଆଳରେ, ଭୀମ ଯମ ହେଲା ଜାଣିଲି ମୁଁ ଏତେ କାଳ ରେ । କ୍ଷମା ନାହିଁ ତା’ ହୃଦରେ ବଇଷ୍ଣବ ଭାଳେ ରେ ॥
ଦୂତ–ମହାରାଜ ! ଧୈର୍ଯ୍ୟ ଧରନ୍ତୁ । ଚାଲନ୍ତୁ ଦୁଃଶାସନ କର୍ଣ୍ଣସହ ନିଜ ଜୀବନ ରକ୍ଷାର ଉପାୟ କରିବା । ଯେ ପର୍ଯ୍ୟନ୍ତ ନିଜ ଜୀବନ ରହିବାର ଠିକଣା ନାହିଁ, ଅନ୍ୟ ଲାଗି ଭାବୁଛନ୍ତି କ’ଣ ? ଚାଲନ୍ତୁ ।
(ଉଭୟେ ପ୍ରସ୍ଥାନ)[ଶ୍ରୀକୃଷ୍ଣଙ୍କ ସହ ଭୀମର ପ୍ରବେଶ]
ଶ୍ରୀକୃଷ୍ଣ– ଧନ୍ୟ ବୃକୋଦର ! ତୁମ୍ଭର ଅତୁଳ ବିକ୍ରମ ଦେଖି ମୁଁ ଆଜି ସନ୍ତୁଷ୍ଟ ହେଲି । ତୁମ୍ଭେ ଆଜି ଯୁଦ୍ଧରେ ଅୟୁତେକ ରଥ, ପାଞ୍ଚ ଅୟୁତ ହସ୍ତୀ, ତିନି କୋଟି ଅଶ୍ୱ, ସାତ ଅକ୍ଷଉଣୀ ପଦାତି ଏମାନଙ୍କୁ କର୍ଣ୍ଣର ପ୍ରଥମ ଯୁଦ୍ଧରେ ବିନାଶ କଲ । ଏମାନଙ୍କୁ ଏକାଠି କରି ଗଣନା କଲାବେଳେ ଦେଖିଛ ତ ଦୁଃଶାସନ ଶବକୁ ?
ଭୀମ– ଯାଦବେନ୍ଦ୍ର ! ମୁଁ ଗୋଟି ଗୋଟି କରି ସବୁ ଶବଯାକ ଖୋଜିଲି, କିନ୍ତୁ ଦୁଃଶାସନକୁ ତା’ ଭିତରେ ପାଇଲି ନାହିଁ ।ଶ୍ରୀକୃଷ୍ଣ– ଭୀମ ! ଆଜି ରଣରେ ଦୁର୍ଯ୍ୟୋଧନ ଦୁଃଶାସନକୁ ଘେନି ପଳାଇଗଲା । ଦୁଃଶାସନ ମରି ନାହିଁ ।
ଭୀମ– ଚକ୍ରୀ ଚୂଡ଼ାମଣି ! ତୁମ୍ଭେମାନେ ସମସ୍ତେ ଯାଅ, ମୁଁ ଆଜି ଗୃହକୁ ଯିବି ନାହିଁ । ଦ୍ରୌପଦୀ ମୁଖକୁ ଚାହିଁବାକୁ ମୋତେ ଲଜ୍ୟାବୋଧ ହେବ । ମୁଁ ଆଜି ଦୁଃଶାସନକୁ ମାରି ତା’ର ବେଣୀ ବାନ୍ଧିବାକୁ ପ୍ରତିଜ୍ଞା କରି କହି ଆସିଥିଲି । ଆଉ ତା’ର କଟୁ ବାକ୍ୟ ସହି ପାରିବି ନାହିଁ । ମୁଁ ଏ ରଣଭୂମିରେ ଏକାକୀ ରହିବି । ତୁମ୍ଭେ ସମସ୍ତେ ଯାଅ । ଦୁଃଶାସନକୁ ନ ମାରି ମୁଁ କେବେ ରଣରୁ ଫେରିବି ନାହିଁ ।
ଶ୍ରୀକୃଷ୍ଣ– ବୃକୋଦର ! ତୁମ୍ଭେ ଏପରି ପ୍ରତିଜ୍ଞା କଲ କାହିଁକି ? ମୁଁ ଜାଣେ, ତୁମ୍ଭର ଶହେ କଥାରେ ପଚାଶ ମିଛ ଥାଏ । ଆଜି ଦୁଃଶା ମରିଥିଲେ ଦ୍ରୌପଦୀର ବହୁକାଳର ଆଶା ପୂରିଥାନ୍ତା । ସେଥିପାଇଁ ଭାବ ନାହିଁ– କାଲି ସେ କାର୍ଯ୍ୟ ବଳାଇବ ନାହିଁ । ଆସ, ମୋ ସଙ୍ଗରେ ଆସ । [ଭୀମର ହସ୍ତ ଧରି ପ୍ରସ୍ଥାନ]
[ଦ୍ୱିତୀୟ ଦୃଶ୍ୟ](ଯୁଦ୍ଧଭୂମି)[ଦ୍ରୌପଦୀ ଅର୍ଘ୍ୟହସ୍ତେ ଦଣ୍ଡାୟମାନ]ଦ୍ରୌପଦୀ–(ଦୂରେ ଭୀମ, କୃଷ୍ଣ ଓ ଅର୍ଜ୍ଜୁନକୁ ଦେଖି ସ୍ୱଗତଃ)
ଜଣାଯାଉଛି ଆଜି ଯୁଦ୍ଧରେ ପାଣ୍ଡବ ପକ୍ଷର ଜୟ ହୋଇଛି । ତା’ ନ ହେଲେ ସମସ୍ତଙ୍କ ମୁଖ ହର୍ଷରେ ପୂରି ନ ଥାନ୍ତା । ତେବେ ଦେଖୁଛି ଏକା ଭୀମ ମଳିନ କାହିଁକି ! ଏହିକ୍ଷଣି ସବୁ ଜଣାପଡ଼ିବ ।
(ଭୀମ ଓ ଅର୍ଜ୍ଜୁନ କୃଷ୍ଣ ସହ ପ୍ରବେଶ)କୁହ କୃଷ୍ଣ, ଆଜି କିମ୍ପା ଏତେ କାଳ ହୋଇଲା ବିଳମ୍ୱ ? କାହାକୁ ସମରେ ଆଜି କରିଲ କି ନାଶ ? ସେହି କଥା କହି ମୋର ମନ କର ତୋଷ ।
ଶ୍ରୀକୃଷ୍ଣ– ଶୁଣ ଦ୍ରୁପଦ ନନ୍ଦିନୀ । ତୁମ୍ଭ ଉପକାର କରିଛନ୍ତି ଭୀମସେନ । ମୋତେ ନ ଦେଇଣ ଅର୍ଘ୍ୟ ତାଙ୍କୁ ଦିଅ ଗୋ ବହନ । ମାରିଛନ୍ତି ଦୁର୍ଯ୍ୟୋଧନର ଶତାନୋଇ ଭ୍ରାତ, କଳିଙ୍ଗ ସେନାର ନବଲକ୍ଷ ହସ୍ତୀ, ସାତ ଅକ୍ଷଉଣୀ ପଦାତି । କେବଳ ଅଛନ୍ତି ଦୁଃଶାସନ, ଦୁର୍ଯ୍ୟୋଧନ । ଅନ୍ଧକାର ହୋନ୍ତେ ରଣଭୂଇଁ, ଦୁହେଁ ଲୁଚି ଗଲେ ସେ ପଳାଇ । ଅଦ୍ୟ ରଣେ ପଡ଼ିଥିଲେ ଦୁଃଶାସନ ଆଗେ, ବାନ୍ଧିଥାନ୍ତେ ତବ ବେଣୀ ପାବନୀ ସରାଗେ ।
(ଦ୍ରୌପଦୀ ଗୀତ)[ଆଜି ଜଣାଉଛି ଭାଇମାନଙ୍କୁ– ବୃତ୍ତେ]
ହଟହଟା ମୋ ଫଟା କପାଳ ହେ କାଳକାଳକ ଯାଦବପାଳ ॥ ପଦ ॥ ମାଳମାଳ ସମରେ ବାଳକ, ବଞ୍ଚି କରୁଛନ୍ତି କଉତୁକ, ଏକା ଅଭିମନ୍ୟୁ ମୋ ଦୁଲାଳ ହେ, ଜୀବ ତେଜି ଗଲା କାଳ ଆଳ । ଘଟୋତ୍କଚ ଘଟୁକାଦି ରଣେ, ମଲେ ମୋ ପିତା ତୁଲେ ପରାଣେ ॥
ଧରି ଅଙ୍ଗେ ଶତସିଂହ ବଳ ହେ, ନାହିଁ ଏ ପାଞ୍ଚ ଭାଇଙ୍କର ଛଳ ॥
ମିଛେ କରୁଥାଆନ୍ତି ବଡ଼ାଇ, ଯେବେ ଟାଣ ପଡ଼ଇ ଲଢ଼ାଇ,କେଣେ ହୁଡ଼ି ଯାଏ ବାହୁ ବଳ ହେ, ଲୋଡ଼ୁଥାନ୍ତି କାହିଁ ଅଛି ବିଳ ॥
ନାଶି ନିର୍ଦ୍ଦୋଷୀଙ୍କୁ ବିନା ଦୋଷେ, କର ମାରୁଥାନ୍ତି ବସି ନିଶେ ॥
ବଇଷ୍ଣବ କଟାଳ ନ ଟଳ ହେ, ଦୁଃଶା ସିଂହ ଏମାନେ ଶୃଗାଳ ॥
(କଥା)– ଯଦୁନାଥ ! ଭୀଷ୍ମଦେବ ଅଟନ୍ତି ଆମ୍ଭର ପିତାମହଜୟଦ୍ରଥ ଭଗ୍ନୀପତି ଅଟେ ଏହାଙ୍କରଦ୍ରୋଣାଚାର୍ଯ୍ୟ ୟାଙ୍କ ଅସ୍ତ୍ରଗୁରୁ, ଦୁର୍ଯ୍ୟୋଧନ ଦୁଃଶାସନ ଭିନ୍ନ,ଆନ ଭାଇମାନେ ତା’ର ଅଟନ୍ତି ନିର୍ଦ୍ଦୋଷୀନିରୀହ ନିର୍ଦ୍ଦୋଷୀ ନିଜ ପକ୍ଷ ଲୋକ ମାରିବଡ଼ ଯଶ ଅରଜିଲେ ଏହା, ବୃଥା ପଣକରି ମାନି ଭୀମ କଥାମୁକୁଳା କରିଲି କେଶ ପନ୍ଦର ବରଷସ୍ୱାମୀଥିଲା ନାରୀର କି ଅଟେ ଏହି ଦଶାକାହିଁ ଦେଖିଅଛ ହେ ଶ୍ରୀହରି ?ଭୀମ– କୃଷ୍ଣା ! କୃଷ୍ଣା ! କହ ନାହିଁ କଟୁ ବାକ୍ୟ ଆଉହେବ ଦୁଃଶାର ଅନ୍ତିମ ଦିନ– କିନ୍ତୁପ୍ରାଣ ଭୟେ ତେଜିଣ କ୍ଷତ୍ରିୟ ନୀତିଆଜି ଲୁଚି ଗଲା ସେ ପଳାଇ ।କରିଅଛି ସତ୍ୟ ଶତେବାରକାଲି ରଣେ ତାର ଉପାଡ଼ିବି ଭୁଜଯଦି ନ ପାରିବି ସତ୍ୟ ରକ୍ଷାକରିତେବେ ମୁହିଁ ଝାସିବି ଅନଳେସାକ୍ଷୀ ରଖି କହୁଅଛି କମଳାକାନ୍ତଙ୍କୁ ।ଦୁଃଶାସନ ଉତ୍ତପ୍ତ ଶୋଣିତେ କାଲିବନ୍ଧନ କରିବି ତୋର ମୁକୁଳା ବେଣୀକୁ ।ପଛ କଥାମାନ ମନୁ ପୋଛରେ ବରାଙ୍ଗୀକାଲି ନିଶ୍ଚେଁ ମେଣ୍ଟାଇବି ମନସାଧ ତୋର ।(ଗୀତ)[ଯାଅ ଯାଅ ସଦନେ– ବୃତ୍ତେ]
ଚଳପାଙ୍ଗି ! କହନା ଆଉ ଛଳାଇ । ଦୁଃଶା ରଣରୁ ଲୁଚି ଗଲା ପଳାଇ ॥ପଦ ॥ ବାରଣଗମନା କାଲି ରଣରେ ତା’ର, ଓପାଡ଼ିବି ବେନି ଭୁଜ ସତ୍ୟ ମୋହର, ତା’ ନୋହିଲେ ମରିବି ଅଗ୍ନି ଜଳାଇ ॥ ନିୟମ କରିଲି ସାକ୍ଷୀ ରଖି ଶ୍ରୀହରି । କାଲି ବନ୍ଧନ କରିବ ବେଣୀ ତୋହରି । ମନେପଡ଼ି ହୃଦ ହେଉଅଛି ଶୂଳାଇ ॥ ଲୋଡ଼ୁ ଲୋଡ଼ୁ ପାପିଷ୍ଠକୁ ବୁଡ଼ିଲା ଦିନ । ମାଡ଼ି ଆସିଲା ସେକାଳେ ଅନ୍ଧାର ଘନ । ପଛ କଥାକୁ ମନୁ ଦିଅ ମିଳାଇ ॥ ସୁଝୀନ ବସନା ସ୍ଥିରେ ଆଜିକ ରହ । କାଲି ନ ଦେଖିବି ତୋର ବିରସ ମୁହଁ । ବଇଷ୍ଣବ ଦମ୍ଭକୁ ନ ଦେ ଟଳାଇ ॥
ଦ୍ରୌପଦୀ– ବୃକୋଦର ! ଛୁଇଁଣ ଅନଳ ସତ୍ୟ କର ତିନିବାର ।ଭୀମ– କରୁଛି ନିୟମ ସାକ୍ଷୀ ରଖି ବୈଶ୍ୱାନର ।ଦ୍ରୌପଦୀ– ଚାଲ ସର୍ବେ କରିବ ମଣୋହି ।ଭୀମ– କେଉଁପରି ନିଶି ଯାଉ ପାହି ।(ସମସ୍ତଙ୍କ ପ୍ରସ୍ଥାନ)[ତୃତୀୟ ଦୃଶ୍ୟ](ହସ୍ତିନା ରାଜପ୍ରାସାଦ)(ଶକୁନି, ଦୁଃଶାସନ, ଦୁର୍ଯ୍ୟୋଧନ ଓ କର୍ଣ୍ଣର ପ୍ରବେଶ)
ଦୁର୍ଯ୍ୟୋଧନ– ଭାଇ ଦୁଃଶାସନ ! ମାମୁ ଶକୁନି ! ସଖା କର୍ଣ୍ଣ ! ଆଜି ଜାଣିଛି କୌରବଶୂନ୍ୟ ଏ ପୃଥିବୀ ହେବ । ବିଧବା ଭ୍ରାତୃବଧୂଙ୍କ ଶୋକ ଦେଖିଲେ କାହାର ପାଷାଣ ହୃଦୟ ନ କାନ୍ଦି ରହିବ ? ହାୟ ଏତେବେଳେ ପୁଣି ମୋର ପିତାମାତା ଶୋକାଶ୍ରୁ ନୟନରେ କହୁଛନ୍ତି ପାଣ୍ଡବଙ୍କ ସଙ୍ଗେ ସନ୍ଧି ସ୍ଥାପନ କରିବାକୁ । ମାମୁଁ ! ଆଉ କି ସନ୍ଧି ! ସେ ବେଳ ଯାଇଛି । ଆଉ ଗୋଟିଏ କଥା ଶୁଣ –
(ଗୀତ)[ସତେ ବୃନ୍ଦାବନେ– ବୃତ୍ତେ]
ବାଳୀକୁଳ ମିଳି ଆକୁଳ ହୃଦୟେ ଯେତେ ଦେଉଛନ୍ତି ଗାଳି ହେ । ଆଉ ଭାସୁଛନ୍ତି ଯେ କଟୁ ଭାରତୀ ମାମୁ କେ ପାରିବ କଳି ହେ ॥ପଦ ॥ ମଳିନ ବସନେ ମଳିନ ବଦନେ ଛିଣ୍ଡାଇ ମୁକୁତା ମାଳି ହେ । ରାଣୀ ଭାନୁମତୀ ଆସି ମୋର କତି କେତେ ମତେ କଲା ଅଳି ହେ । ବୋଇଲା ପାଣ୍ଡବେ ଦିଅ ପାଞ୍ଚ ପଡ଼ା ବିପଦ ନ ପଡ଼ୁ ବଳି ହେ । ତା’ ହିତ ବଚନ ନ ଶୁଣିଲି କାନେ ବାଜେ ଯେସନେ ବାଟୁଳି ହେ । ତେସନେ କାଟିଲା ଚିତ୍ତକୁ ସେ କଥା ନ ଲାଗୁ ଏ କୁଳେ କାଳି ହେ ॥ ସଖା ତୋ ବାହାକୁ ଆଶ୍ରା କରି କୁରୁମଣି ହୋଇଲା ଏଭଳି ହେ । ବଇଷ୍ଣବ ଭାଷ ବିପକ୍ଷେ ବିନାଶ ଆଜ ତ ଆମ୍ଭରି ପାଳି ହେ ।
ଶକୁନି– ଭଣଜା ! ଭାଇ ମଲେ ବୋଲି ଭାବନା କରୁଛୁ- ଛି, ଛି, ତା’ ମନକୁ ଆଣିବୁ ନାହିଁ । ସେମାନେ ମଲେ ଭଲ ହେଲା, ଅଂଶୀଦାର କଟିଗଲେ । ପୁଣି ଦିନେ ରାଜ୍ୟପାଇଁ ଭାଇରେ ଭାଇରେ କଳହ ହୋଇଥାନ୍ତା । ତୁ ଯେ କହୁଛୁ କେବଳ ଆମେ ମରୁଛୁ ସେ ଜମା ମରୁ ନାହାନ୍ତି ତା’ ନୁହେଁ । ଆମେ ବହୁତ ବୋଲି ଜଣାପଡୁଛି । ସେ ପରା ଜମା ପାଞ୍ଚଟି ପୁଞ୍ଜି, ବାପ ! ଯେଉଁ ଦାଆରେ ଯେତେ ଦାଢ଼ ସେ ସେତେ ଘୋରି ହୁଏ । ସେ ପଛ କଥାକୁ ଭାବି ରଣ ଛାଡ଼ିବୁ ?
ଦୁର୍ଯ୍ୟୋ– ଯେପର୍ଯ୍ୟନ୍ତ ମୁଁ ଜୀବନରେ ଅଛି ସେ ପର୍ଯ୍ୟନ୍ତ କେବେ ହେଲେ ରଣ ଛାଡ଼ିବି ନାହିଁ । ହେଲେ ସେ ଭୀମକୁ ମାରିବ କିଏ ?
ଦୁଃଶା– ଜ୍ୟେଷ୍ଠ ଭ୍ରାତ ! ମୁଁ ପ୍ରତିଜ୍ଞା କରୁଛି ନିଶ୍ଚେ ଭୀମକୁ ଆଜି ଯୁଦ୍ଧରେ ମାରିବି । ଦେଖିବି କେମନ୍ତେ ତାକୁ କୃଷ୍ଣ ଅର୍ଜ୍ଜୁନ ରକ୍ଷାକରିବେ । ସେ ପୁଣି ମୋତେ ମାରିବାକୁ ପଣ କରୁଛି !
ଦୁର୍ଯ୍ୟୋ– ଭାଇ ଦୁଃଶାସନ ! ସେ କଥା ତୁଣ୍ଡରେ ଧରନା ।(ଗୀତ)[ଭାଇ ଯିବୁ କେଣିକି– ବୃତ୍ତେ]
ଭାଇ ମାନି ମୋ ଭାଷା ନ ବଳା ଆଶା ତୁ ଭୀମର ସମରେ । ତୁହି ମୋର ଭରସା, ତୋ ବିନା ଜୀବ ନେବଟି ଯମରେ ॥ପଦ ॥ ଯେ ଦିନୁ ଦୁଃଶାସନ, କରିଛୁ ବିବସନ, ଆଣି କୃଷ୍ଣାକୁ ବଳେ ମୋ ସଭାତଳେ ହୃଦୟ ତମେ ରେ । ବାମ କରେ ତା’ କେଶ ଟାଣିଛୁ ବୋଲି ରୋଷ, ବେଣୀ ନ ବାନ୍ଧେ ବାଳ କରି ମୁକୁଳା ତୋ ମୃତ୍ୟୁ ସୁମରେ । ତୋର ଶୋଣିତ ଦେଲେ ପବନସୁତ, ସତୀ ବାନ୍ଧିବ ବାଳ ମତିରେ ଭାଳ ମରଧାମରେ ॥ ଭୁଲି ନ ଯିବ ଏହା କହିଲି ଯାହା ଯାହା, ରାହା ନାହିଁ ଜଗତରେ ତୋ’ ବିନା ମୋତେ ବଇଆ ସୁମରେ ।
ଶକୁନି– ବାପ ଦୁର୍ଯ୍ୟୋଧନ ! ସେ କଥା କହନା । ଅସଲ ସାବଧାନ– ସାବଧାନର ବିନାଶ ନାହିଁ । କାହିଁ ଦେଖୁଛୁ – ସହଦେବ ତ ମୋତେ ମାରିବାକୁ ପ୍ରତିଜ୍ଞା କରିଛି, ମାରିପାରୁ ନାହିଁ । ଅସଲ ଦଉଡ଼ ଧାପଡ଼ କରି ପାରିଲେ ତ ହେଲା । ଏ ଯେତେବେଳେ ଦୁଃଶାସନ, ୟାକୁ କି ସହଜେ ଭୀମ ଶାସନ କରିବ ? ଚାଲ, ଆଜି ଯେକୌଣସିମତେ ସମସ୍ତେ ଘେରି ଭୀମକୁ ମାରିବା ।
କର୍ଣ୍ଣ– ସଖେ ! ଏହି ଶୁଣ ରଣଭେରୀ,ଜଣାଯାଏ, ରଣସ୍ଥଳେ ପ୍ରବେଶିଲା ଆସି ନନ୍ଦିଘୋଷ । (ଜୟଧ୍ୱନି)ଦୁର୍ଯ୍ୟୋଧନ– ମନ ମୋର ହୁଏ ଛନ୍ନ ସଖା,କରିଛି ପ୍ରତିଜ୍ଞା ଭୀମ କାଲିର ସମରେବିନାଶି ଦୁଃଶାସନକୁ ଶୋଣିତରେ ତା’ରପ୍ରକ୍ଷାଳିବ ଦ୍ରୌପଦୀର କେଶ ।ତେଣୁ ମୋର ବଜ୍ରସମ ଆଣ୍ଟ ଏହିଅଟଳ ହୃଦୟ ଯାଉଅଛି ଦ୍ରବି ।ଦୁଃଶାସନ ମୋର ନୟନତାକୁ ରଣେ ଛାଡ଼ିବାକୁ ନ ବଳେ ମାନସ ।କପଟୀ ଶ୍ରୀକୃଷ୍ଣ ଅଛି ପାଣ୍ଡବ ସହାୟପ୍ରକାଶି କୂଟ କପଟ ମତାଇ ଭୀମାକୁଯଦି କରେ ଦୁଃଶାକୁ ନିହତତେବେ ମୁହିଁ ବଞ୍ଚି ନ ପାରିବି ।ଦକ୍ଷିଣ ବାହୁ ସେ ମୋର ଆଖିର ପ୍ରତିମା ।ଦୁଃଶାସନ– ମନୁ ଚିନ୍ତା ତେଜ କୁରୁଈଶ !ନୁହେଁ ଦୁଗ୍ଧପୋଷ୍ୟ ଶିଶୁ ମୁହିଁ,ମହା ଶକ୍ତିଶାଳୀ ।ବୀର ରକ୍ତେ, ବୀର ମାଂସେ, ବୀରର ଅସ୍ଥିରେଗଢ଼ା ମୋ ଶରୀର ।ଛାର ଏହି ଭୀମା ପରି ଶତ ଶତ ଭୀମାଙ୍କୁମୁଁ ନ ଗଣେ ସମରେସ୍ଥିର ହୋଇ ଦେଖ ତୁମ୍ଭେ କାଲି ମୋ ସମର ।ଦୁର୍ଯ୍ୟୋଧନ– ଯେତେ ଯେ ପ୍ରବୋଧ ଦେଲେନ ମାନେ ମୋ ମନନ ଛାଡ଼ିବି ତୋତେ କାଲି ରଣେ ।ଏକମାତ୍ର ଭରସା ତୁ ମୋରତୋତେ ତେଜିଲେ ଜଗତ ଦିଶିବ ଅନ୍ଧାରଭୀମ ବୀର କ’ଣ ଛାଡ଼ିବରେ ତୋତେ ?
ଶକୁନି– ଭଣଜା ! ଶିକାର ବେଳେ କୁକୁର ଝାଡ଼ା ଫେରିଗଲା ପରି ଠିକଣା ସମୟରେ ତୁ ଯେବେ ପଛଘୁଞ୍ଚା ଦେଉ, ତେବେ ରାଣ୍ଡୀପୁଅ ପାଞ୍ଚଟା ରଥୀଙ୍କ ବହପ ବଢ଼ି ନ ଯିବ କାହିଁକି ? ଦୁଃଶାସନ କ’ଣ ପିଲାଟିଏ ହୋଇଛି ? ବୀରମାନଙ୍କ ଭିତରେ ମହାବୀର, ପୁଣି ମହାରାଜା ଦୁର୍ଯ୍ୟୋଧନଙ୍କ କନିଷ୍ଠ । ଛାର ଭୀମାଟା ତା’ର କ’ଣ କରିବ ? ପାଣି ତୋରାଣି ପିଇ ଫାଲୁଆ ଗଣ୍ଡିଟେ ବୋହିଛି ବୋଲି ଡରିଯାଉଛୁ କି ? କିଛି ନୁହେଁ କିଛି ନୁହେଁ– ଭୀମାଟା ସୁଦ୍ ପେଟୁଆଟା । ଆମ ଦୁଃଶାସନ କାଲି ତାକୁ ସାବାଡ଼ କରିଦେବ । ନୋହିଲେ ବେଳକୁ ସମସ୍ତେ ମିଶି କାଲି ତାକୁ ଅଭିମନ୍ୟୁ ଭଳିଆ ବାଟିଦେବା ।
ଦୁର୍ଯ୍ୟୋଧନ– ଯାହା କିଛି କର ହେ ମାତୁଳ !କିନ୍ତୁ ଦୁଃଶାସନ ପାଖ ନ ଛାଡ଼ିବ ।କର୍ଣ୍ଣ– ଚିନ୍ତା ନାହିଁ ସଖା !କାଲି ନିଶ୍ଚେ ଅପାଣ୍ଡବା ହୋଇବ ଧରଣୀ ।ଶତ ଶତ କୃଷ୍ଣ ଯେବେ ଆସି ରଣାଙ୍ଗନେଚେଷ୍ଟା କରିବେ ପାର୍ଥର ପ୍ରାଣ ରଖିବାକୁତେବେ ତାହା ହୋଇବ ବିଫଳ ।ଦୁଃଶାସନ ପାଇଁ ତୁମ୍ଭେ ନ ହୁଅ ଚିନ୍ତିତକର୍ଣ୍ଣ ସେନାପତି ଥାଉ ଥାଉ ବିଦ୍ୟମାନକେଶାଗ୍ର ତାହାର କେହି ସ୍ପର୍ଶି ନ ପାରିବେ ।ଦୁର୍ଯ୍ୟୋଧନ– ଯଥାର୍ଥ ଏ ବୀର ବାକ୍ୟ ତବଦୁର୍ବଳ ମୋ ହୃଦୟ କେଦାରେସୁଧା ସମ ସୁଶୀତଳ ବାରି ।ଯାଅ ସଖା, କର ଆୟୋଜନକାଲି ଅର୍ଜ୍ଜୁନ ବିନାଶେ ।ଶକୁନି– ବୋଲ ସର୍ବେ କୌରବଙ୍କ ଜୟ ।(ପରେ ପରେ ସମସ୍ତେ ପ୍ରସ୍ଥାନ)ଶବର ଶବରୁଣୀ ଡୁଏଟ୍(ଶବର– ଗୀତ)ରଣ ଝଣ ଝଣ ଅସ୍ତ୍ର ନିନାଦ ଲୋକାନ କରେ ରାଇଁଝାଇ ।ତୋ ପ୍ରେମରେ ଘାରି ହୋଇ ଲୋ ଶବରୀଅନ୍ଧାରରେ ଅଛି ଧାଇଁ ଲୋଥରେ ଅଧର ପାନ । ଦେଇ ତୋଷ କର ମୋର ମନ ଲୋ ॥
(ଶବରୀ– ଗୀତ)ତୋର ଲାଗି ମୋର ପ୍ରାଣ ଉଚ୍ଛନ୍ନ ରେଘରେ ନ ଲାଗଇ ମନ,ବାରମ୍ୱାର ଚାହିଁ ବଣ ଉହାଡ଼କୁନେତ୍ରୁ ଢାଳେ ଅଶ୍ରୁବନ ରେ,ମୋର ନବନାଗର । କେଳି ରସର ମହୁ ସାଗର ରେ ॥
(ଶବର– ଗୀତ)ଲାଗିଛି ସମର ମରନ୍ତି ଜନ ଲୋଜନ୍ଦା ପିମ୍ପୁଡ଼ିଙ୍କ ପରିବାଟେ ଦେଖି ଖାଲି କଟା ମୁଣ୍ଡ ଗଣ୍ଡିପରାଣ ଉଠୁଛି ଥରି ଲୋ,ମୋର ସୁନା ଫରୁଆ । ପ୍ରେମ ପୀରତି କୁନ୍ଦ ମରୁଆ ଲୋ ॥
(ଶବରୀ– ଗୀତ)ଯେହୁ ମଲା ଗଲା ମାଟିରେ ମିଶିଲାତା ମଉଜ ଗଲା ସରିବଞ୍ଚିଥିବାଯାଏ ଆମେ ଖେଳୁଥିବାପୀରତି ରସରେ ହୋରି ରେ,ଆସ ମାତି ପ୍ରୀତିରେ । ମନ ହରିବା ଜହ୍ନ ରାତିରେ ରେ ।(ଶବର– ଗୀତ)(ତୋ) ଉଚ୍ଚ କୁଚରେ କରପଙ୍କଜ ଚାଳିଧନ୍ୟ ହେଉ ଏ ଜୀବନଅଧର ମହୁଆ ଚାଖି ମୁଁ ନିଶାରେଆନନ୍ଦ କରିବି ମନ ଲୋ,ବଇ କହି ଗୀତରେ, କୋଳେ ଘେନି ଶୋଇବି ଶୀତରେ ଲୋ ॥
(ପ୍ରସ୍ଥାନ)