ଗୀତିନାଟ୍ୟ କର୍ଣ୍ଣବଧ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୬୯ ମିନିଟ୍
- ଶବ୍ଦ
- ୧୧୦୮୮
- ସ୍ଥିତି
- ସାର୍ବଜନୀନ (Public domain)
(ନଟୀ ଗୀତ ଗାଇ ଗାଇ ପ୍ରବେଶ)(ନମସ୍ତେ କରାଳରୂପୀ - ବୃତ୍ତେ)ଜୟ ଯାମଳାଭଞ୍ଜନ ନୀଳ ନଳିନାକ୍ଷ ।କଳପବଟ ପୁଟିଆ ନୋହିବ ବିପକ୍ଷ ॥ ପଦ ॥
ଅଳପ କଲେ କରୁଣା ପୂରିବ ଏ କଳପଣାଜଳପତି-ଜେମା ବନ୍ଧୁ ହେବ ସାହାପକ୍ଷ ।ହିରଣାକ୍ଷ୍ୟ ରକ୍ଷପତି ବକ୍ଷ ଦାରଣ ଶ୍ରୀପତିକଳପି କଳପି ପାପୀଗଣେ କରୁ ମୋକ୍ଷ ।ସତ୍ୟ ଶାନ୍ତି ଦୟା କ୍ଷମା ଏମନ୍ତ ତବ ମହିମାସେହି ଗୁଣେ ବଶ ସଦା ସୁର ନର ଯକ୍ଷ ।କୃପା କଲେ ଭାରହାରି ନିକୁଞ୍ଜ କୁଞ୍ଜବିହାରୀଲେଖିବ ଭାରତ ବଇଷ୍ଣବେ ହେବ ସାକ୍ଷ ।ନଟ-(ପ୍ରବେଶି) ମହିଳା ମୁକୁଟ ହୀରା ନଟୀ ଶିରୋମଣି !ଧାଇଁଛି ମୁଁ ତୁମ୍ଭ ବିରଚିତ ଭକ୍ତିରସ କବିତାଟିପଡ଼ନ୍ତେ ଶ୍ରବଣେ ପ୍ରାର୍ଥନା କରିଲି ନାରାୟଣେଦେଖାଇବ ଭାରତର ଚରିତକେଉଁ ଭାବେ ଏ ସଭାରେଗୋ ଶର୍ବରୀମୁଖୀ ! ସେ ବିଷୟ କେବଣ ପର୍ବର ଅନ୍ତର୍ଗତ ?ନଟୀ- ନଟବର ! ବୃଥା କିମ୍ପା ଛଳ ଲଳନାରେ ?ତୁମ୍ଭେ ମୋର ଅଟ ବୁଦ୍ଧିବଳତୁମ୍ଭରି ସାହାଯ୍ୟେ ବହୁବାର କାର୍ଯ୍ୟକ୍ଷେତ୍ରେହୋଇଛି ଉତ୍ତୀର୍ଣ୍ଣ ଏହି ଦାସୀଆଜି ସେଥିଯୋଗେ ହୋଇଣ ସାହସୀଦେଖାଇବି ରଙ୍ଗସ୍ଥଳେ କର୍ଣ୍ଣପର୍ବ ଗୀତିନାଟ୍ୟ ଖଣ୍ଡ ।ନଟ- ପ୍ରିୟେ ! କେ କହଇ ଦୁର୍ବଳା ଅବଳା ଏ ଜଗତେ ?କିନ୍ତୁ ମୁହିଁ ଜାଣେ ଯେତେଦୂରଅବଳାର ଧୈର୍ଯ୍ୟବଳ କାର୍ଯ୍ୟକ୍ଷେତ୍ରେ କରିଲେ ପରୀକ୍ଷାଦେଖାଯାଏ ନାହିଁ ଶତାଂଶରୁ ଅଂଶେ ତା’ର ପୁରୁଷଙ୍କଠାରେ ।ନଟୀ- ନଟ ଶିରୋମଣି !ମୋର ମନୋଗତ ଭାବ ତୁମ୍ଭେ ପାରିଅଛ ଜାଣିଚଳ ଶୀଘ୍ର ଅଭିନେତୃଗଣେ କରି ସୁସଜ୍ଜିତଉଭା ହେବା ରଙ୍ଗଭୂମିପରେ ।(ଉଭୟେ ପ୍ରସ୍ଥାନ)
ପ୍ରଥମ ଅଙ୍କ
[ପ୍ରଥମ ଦୃଶ୍ୟ](କୁରୁକ୍ଷେତ୍ର ଶିବିର)[କର୍ଣ୍ଣ, ଶକୁନି ସହ ରାଜା ଦୁର୍ଯ୍ୟୋଧନର ପ୍ରବେଶ]ଦୁର୍ଯ୍ୟୋଧନ- ହେ ମାମୁ ଶକୁନି ! ସଖା କର୍ଣ୍ଣ !ବୁଦ୍ଧି ଶୂନ୍ୟ ଘଟିଲାଣି ଏଣିକି ମୋହରିଦଶଦିନ ଯୁଦ୍ଧେ ଭୀଷ୍ମ କଲେ ଶରଶଯ୍ୟାତ୍ରେତାରୁ ଦ୍ୱାପର ଯାଏ ବଞ୍ଚିଥିଲେ ଯେଉଁ ଦ୍ରୋଣଗୁରୁଯାହାଙ୍କର କାର୍ମୁକ ଟଙ୍କାର ନାଦେଶଙ୍କିତ ସହସା ଦେବଗଣ, କମ୍ପିଉଠେ ସସାଗରା ଧରାଯେପରି ବୀର ଶାର୍ଦୂଳ ପର୍ଶୁରାମ ଶିଷ୍ୟନାଶ ହେଲେ ପାଞ୍ଚଦିନ ଭାରତ ସମରେଅଷ୍ଟାଦଶ ଦିନ ମଧ୍ୟୁଁ ପନ୍ଦର ଦିବସେତେଜି ଗଲେ ମତେ ମହାରଥୀ ଭୀଷ୍ମ ଦ୍ରୋଣବାକି ତିନିଦିନ ଯୁଦ୍ଧ ଚଳାଇବି କାହା ବାହୁବଳେ ସଖାତୁମ୍ଭ ବିନୁ ଏ ସ୍ଥଳେ ଭରସା ମୋର ନାହିଁ ଆନ ଜାଣଏହିକ୍ଷଣି ସେନାପତି ପଦେ ଶାଢ଼ି କରନ୍ତୁ ଗ୍ରହଣ ।କର୍ଣ୍ଣ- ସଖା ଦୁର୍ଯ୍ୟୋଧନ !ଅପାର ବିଳମ୍ବେ ତୁମ୍ଭେ ହେଲ ସଚେତନ ।ମହାବୀର କର୍ଣ୍ଣର କ୍ଷମତାଜାଣି ମଧ୍ୟ ଅଜ୍ଞତା ପଣରେଆଶ୍ରା କଲ ଦୁଇଟି ବୃଦ୍ଧଙ୍କୁବୃଦ୍ଧ ଭୀଷ୍ମ, ବୃଦ୍ଧ ଦ୍ରୋଣ ଶ୍ଳଥଚର୍ମପୁଣି ପକ୍ୱ କେଶ, ଦିବାନିଶି ପାଞ୍ଚୁଥାନ୍ତିପାଣ୍ଡବ କୁଶଳ ।ନ ବୁଝି ନ ଭାବି ତୁମ୍ଭେ ହଇରାଣ ବୁଦ୍ଧିତାଙ୍କୁ କଲ ଥାଟେ ସେନାପତି,ବୃଥାଗଲା ପନ୍ଦରଟି ଦିନ ।
ଶକୁନି – ଭଣଜା ! ମୁଁ ପରା ଆଗରୁ ଜାଣେ ସେ ବୁଢ଼ା ଯୋଡ଼ାଙ୍କୁ ବିଶ୍ୱାସ ନାହିଁ । ସେ ପରା ପୁରୁଣା ପୋକଖିଆ ଡାଳ, ଶୁଖି ଲାଖିଥିଲେ, ଟିକିଏ ପବନ ଦେବାରୁ ମଡ଼ ମଡ଼ ହୋଇ ଭାଙ୍ଗି ପଡ଼ିଲେ । ଆଉ ଗୋଟିଏ କଥା ମୁଁ ଆଖିରେ ଦେଖିଛି, ଶୁଣ ।
(ଗୀତ)[ନିଅ ନିଅ ସୁତକୁ ତୁମ୍ଭର ହେ- ବୃତ୍ତେ]ଦିନେ ଦେଖିଛି ଏ ଦୁଇ ଆଖିରେ କୁରୁନାଥ ॥ ପଦ ॥
ରଣର ପ୍ରଥମ ଦିନ କୁନ୍ତରୀ ଜ୍ୟେଷ୍ଠ ନନ୍ଦନକମଳ ଗୁଡ଼ାଏ ସୂତ୍ରେ ଯୋଖି ରେ ।ଦେଇ ସେ ସୁମନ ମାଳ ଭୀଷ୍ମ ଦ୍ରୋଣ ପଦତଳପଡ଼ିଲା ଅଛନ୍ତି ସର୍ବେ ସାକ୍ଷୀ ରେ ।ଆଶିଷ କଲେ ସେ ଦୁଇ ହୁଅ ଧର୍ମ ରଣେ ଜୟୀମରଣ ଭେଦ କହିଲେ ଡାକି ରେ ।ଯେହୁ ଶତ୍ରୁ ସହକାରୀ ତାଙ୍କୁ ସେନାପତି କରିଜାଣିଲି ଠିକିଲୁ ଏବେ ଶିଖ ରେ ।କୋଳେ ମୋ ପରେ କୋପିବୁ ତେଣୁ ନ କହିଲି ବାବୁଏବେ କର୍ଣ୍ଣେ ବରି ହୁଅ ସୁଖି ରେ ।ଗଲା ମଲା କଥା ଏତେ, ଭଣଜା ନ ପକା ଚିତ୍ତେବଇ ଭଣି ମୁଁ ତୋ ଦୁଃଖେ ଦୁଃଖୀ ରେ ।
କଥା – ବୁଝିଲୁ ଭଣଜା ! ଭୀଷ୍ମ ଦ୍ରୋଣଙ୍କୁ ତୁ ଆପଣାର ମନେକରି ସିନା ସେନାପତି କଲୁ, କିନ୍ତୁ ବୁଝିବାକୁ ଗଲେ ସେ କ’ଣ ତୋର କି ? ଦିନେ ପରା ମୁଁ ନିଜ ଆଖିରେ ଦେଖିଛି- ଯୁଧିଷ୍ଠିର ଗୁଡ଼ାଏ ପଦ୍ମଫୁଲରେ ମାଳାଗୁନ୍ଥି ଭୀଷ୍ମ, ଦ୍ରୋଣଙ୍କ ଗଳାରେ ଦେଇ ପାଦତଳେ ପଡ଼ିଗଲା । ଦି’ଟାଯାକ ବୁଢ଼ା ତାକୁ କଲ୍ୟାଣ କରି କହିଲେ, ତୋର ଯୁଦ୍ଧରେ ଜୟ ହେଉ । ତା’ପରେ ନିଜନିଜର ମରଣ ଭେଦ ବି ତୁନି ତୁନି କରି କହିଦେଲେ ।
ଦୁର୍ଯ୍ୟୋଧନ- ମାମୁ, ଜାଣେ ନାହିଁ ଏତେ ଛନ୍ଦ ଅନ୍ଧର ନନ୍ଦନଯେବେ ଜାଣିଥାନ୍ତି ନିଜ ଦେହୁ ରୋଗ ଜନ୍ମି ନିଜକୁ ମାରଇତେବେ ବେଳୁ ପାଞ୍ଚିଥାନ୍ତି ଔଷଧ ତାହାରଶତ୍ରୁ କୂଟେ ଉପ୍ରୋଧ ରଣରେ ମଜ୍ଜିଜିଣାଇଲେ ଅକୁଳା ଗୁଡ଼ାଙ୍କୁ ।ଏବେ ଗଲା କଥା ଭାବି ଫଳ କିଛି ନାହିଁକର୍ଣ୍ଣେ ଦେଲି ସେନାଭାର ମୁହିଁ ।କର୍ଣ୍ଣ- ସଖେ ଦୁର୍ଯ୍ୟୋଧନ !ମନୁ କଷ୍ଟ କରିଦିଅ ଦୂରଶକୁନିର କଥା ମିଥ୍ୟା ନୁହଇ କଦାପିଯେ ଦିନ ଯୁଧିଷ୍ଠିର ଯାଇ ଶରଣ ତାଙ୍କ ପାଦେସେହିଦିନ ମୋତେ ମଧ୍ୟ କହିଥିଲା ତାହାକିନ୍ତୁ ନ ମାନିଲି କଥା ତାର,ନ ଘେନି ତା ପୂଜା ମୁହିଁକହିଲି ପ୍ରତିଜ୍ଞା କରି ସମ୍ମୁଖେ ତାହାରମାରିବି ଅର୍ଜ୍ଜୁନେ ଯୁଦ୍ଧେ ତିଳେ ଉପ୍ରୋଧ ନ ରଖି,ତହୁଁ ପଳାଇଲା ଧର୍ମରାଜ ମନେ ହୋଇ ଦୁଃଖୀ ।ସଖେ ! ଶୁଣିଥାଅ କର୍ଣ୍ଣର ପ୍ରତିଜ୍ଞାମମ ସମକକ୍ଷ ରଥୀ ନାହିଁ କେହି ପାଣ୍ଡବ ପକ୍ଷରେଯଦି ଥାଏ କେବଳ ଅର୍ଜ୍ଜୁନସେ ନିମନ୍ତେ ଭାବନା ନ କର ଦୁର୍ଯ୍ୟୋଧନ ।(ଗୀତ)[କିମ୍ପାରେ ଅମରେ- ବୃତ୍ତେ]କାର୍ମୁକ ଟଙ୍କାର ଅସ୍ତ୍ରର ଝଙ୍କାରହୁଁକାର ନିର୍ଘୋଷ ଶୁଣି ହେ ।ଶଙ୍କର ଶଙ୍କରୀ ଫିଙ୍ଗି ପଳାଇବେଅଙ୍କ ରକ୍ତ ହେବ ପାଣି ହେ ॥ ପଦ ॥
କିଙ୍କର ପରାୟେ ପାଦରେ ଖଟିବେ,ଶଙ୍କା ଚିତ୍ତେ ଲଭି ବାସବାଦି ଦେବେ;ଡଙ୍କରାଜ ଶିରୁ ଧରଣୀ ଟଳିବ ବୀଣା ତେଜି ଯିବେ ବାଣୀ ହେ ॥
କେଶରୀ ବିକ୍ରମେ କରିଲେ ସମର,କେ ସରି ହୋଇବ ସମ୍ମୁଖରେ ମୋର,ପାସୋରି ଯିବ ତା’ ଦୂରୁ ଗୁରୁଦୀକ୍ଷା ତୁଟିବ ଛଟକେ ଆଣି ହେ ॥
ଏକମାତ୍ର ମୋର ସାରଥି ଅଭାବ,ତେଣୁ ଦକା ହୁଏ ହୃଦ ମଧ୍ୟେ ଭାବଯଦି ମଦ୍ରପତି ଶଲ୍ୟ ସାହା ହେବ ରାହା ଦେବି ଧର୍ମେ ଜିଣି ହେ ॥
ସେହି ସୁତ ହୋଇ ବାହିଲେ ମୋ ରଥ,ପୂର୍ଣ୍ଣ ହେବ ରାଜା ତବ ମନୋରଥ ।କୋଟି କୃଷ୍ଣ ପଣ୍ଡୁସୁତେ ନ ରଖିବେ ଦଣ୍ଡେମାତ୍ର ପାଣି ଭଣି ହେ ॥
(କଥା)– ଶୁଣି ମୋର କାର୍ମୁକର ଟଙ୍କାର ନିର୍ଘୋଷ ସ୍ୱୟଂ ଶିବ ଅଙ୍କରୁ ଉମାଙ୍କୁ ଫିଙ୍ଗିଦେଇ ପଳାଇବେ । ଭୟେ ଦାସ ସମ ଦିଗପାଳ ବୃନ୍ଦ ଶଙ୍କା କରି ଖଟିବେ ଚରଣେ ।
ଧରଣୀର ଭାର ବହି ନ ପାରିବ ବାସୁକୀ କଦାପିଟଳଟଳ ଟଳିବ ମେଦିନୀବାକ୍ୟଦେବୀ ତେଜିବେ ବିପଞ୍ଚିପର୍ଶୁରାମ ଶିଷ୍ୟ ମୁହିଁ, ବୀରଙ୍କ କେଶରୀପାଣ୍ଡବ ପକ୍ଷେ କେ ମୋତେ ନ ହୋଇବେ ସମ ।ଚିନ୍ତା ମାତ୍ର ସାରଥି ନିମନ୍ତେଯଦି ମଦ୍ରପତି ଶଲ୍ୟ ସାରଥି ପଣରେବାହିବେ ସ୍ୟନ୍ଦନ ମୋର ଅକୁଣ୍ଠ ହୃଦୟେତେବେ ନିଶ୍ଚେଁ ଜିଣି ପାଣ୍ଡବଙ୍କୁବିଜୟ ଚିରାଳେ ତବ ଶିବିର ମଣ୍ଡିବି ।ଦୁର୍ଯ୍ୟୋଧନ- ସଖା ! ଉତ୍ତପ୍ତ ଧରଣୀ ପୃଷ୍ଠେ ବାରିଧାରା ସମତବ ପଉରୁଷ ବାକ୍ୟ,ଏ ତାପିତ ହୃଦୟ କେଦାରେ ବରଷିଣ ଗଲା ସୁଧାବାରିମରୁଦେଶେ ମହାନଦୀ ହେଲା ପ୍ରବାହିତଗିରିଷମେ ଉଦୟ ହୋଇଲା କଳାମେଘଚାଲ ମାମୁ, ଚାଲ ସଖା ଯିବାତିନି ଜଣ ସାଙ୍ଗ ହୋଇ ଶଲ୍ୟଙ୍କ ଶିବିରେସତେ ଏକାଙ୍ଗ ଚକ୍ରବର୍ତ୍ତୀ ମୁଁ ହେବି ପୃଥିବୀରେ !(ମାୟା ବାଳକ ବା ନିୟତି ଗୀତ କଣ୍ଠେ ପ୍ରବେଶ)(ଗୀତ)ଆଶା ସିନା ଖାଲି ଆଶାରେ ରହିବମାନସ ମେଣ୍ଟିବ ନାହିଁ ।ଅନିଶା କରିଛି ମହାକାଳ ତେଣେକରାଳ ମୁଖ ମେଲାଇ ।୦।ଶୁଖିଯିବ ଆଶା ସାଗର ସଲିଳ,ତୃଷା ନ ମେଣ୍ଟିବ ହେ ବଦ୍ଧ ପାଗଳ !ବଂଶ ନାଶିବାକୁ ପୋଷିଅଛ ଗୃହେସ୍ନେହ ବଶେ କାଳ ଅହି ।ପଦ ।ଖଞ୍ଜୁଥିବ ଯେତେ ଫନ୍ଦି କଉଶଳ,ବିଧି ବଶେ ସବୁ ହୋଇବ ବିଫଳ ।ଚକ୍ରବର୍ତ୍ତୀ ଚକ୍ର ବକ୍ର ହୋଇଯିବରସେ ଭାଷେ ପାଣି ବଇ ।୨।ଦୁର୍ଯ୍ୟୋଧନ - କିଏ ତୁମ୍ଭ ଛଳାଇବା ପରି ଗାଅ ବ୍ୟଙ୍ଗ ଗୀତ କିମ୍ପା ?ନିୟତି – ଗୀତ ଗାଇବା ମୋହର ଅଟଇ ଜୀବିକା,ଛଳାଏ ନାହିଁ କାହାକୁ ନିରାଟ ଏ କଥା ।ଦୁର୍ଯ୍ୟୋଧନ- ଦୂର ହୁଅ ଏଥୁ । [ସମସ୍ତେ ପ୍ରସ୍ଥାନ][ଦ୍ୱିତୀୟ ଦୃଶ୍ୟ](ଶଲ୍ୟଙ୍କ ଶିବିର)ଶଲ୍ୟ- (ସ୍ୱର୍ଗତଃ) ହାୟ ହାୟ କି ବିକଟାଳ ଦୃଶ୍ୟ !କି ବିଭତ୍ସ କାଣ୍ଡ ! ପଞ୍ଚଦଶ ଦିବସ ହୋଇଲାନାହିଁ କର୍ମକ୍ରିୟା ଦେବ ସେବା,ମହାମନ୍ତ୍ର ହେଲା ନରହତ୍ୟାଗାୟତ୍ରୀ ସାବିତ୍ରୀ ହେଲା କୂଟ ପରାମର୍ଶହେଲା ପୁଣି ନରମୁଣ୍ଡ ସନ୍ଧ୍ୟା କମଣ୍ଡଳୁନର ରକ୍ତ ହେଲା ପୂତ ଜଳଚଣ୍ଡ ହେଲା କାର୍ମୁକ ନାରାଚ,କି ଭୟଙ୍କର ରାଜ୍ୟ ଲିପ୍ସାଦିବା ରାତ୍ର ହୋଇଅଛି ଜୀବନ ଆଶଙ୍କା ।ଏ କିଏ ଆସନ୍ତି ଦୂରେ- ଜଣାଯାଏ କର୍ଣ୍ଣସଙ୍ଗେ ଘେନି ଦୁର୍ଯ୍ୟୋଧନ ଆସେ ମୋହରି ନିକଟେ,ଏତେ ରାତ୍ରେ ଆସିବାର ଅଭିପ୍ରାୟ କ’ଣଏହିକ୍ଷଣି ତତ୍ତ୍ୱ ତାର ପଡ଼ିଯିବ ଜଣା ।(ଦୁର୍ଯ୍ୟୋଧନ ଆଭରଣ ପାତ୍ର ହସ୍ତେ କର୍ଣ୍ଣ ସହ ପ୍ରବେଶ)ଦୁର୍ଯ୍ୟୋଧନ- ହେ ମାତୁଳ,ବାରେ ମାତ୍ର ଅନ୍ଧସୁତ ପ୍ରତିସୁପ୍ରସନ୍ନ ହୁଅ ହୃଦେ ବହିଣ କରୁଣାକିଞ୍ଚିତେ ନିର୍ଦ୍ଦୟା ଯଦି କରିବ ଦାସକୁତେବେ ନିଶ୍ଚେ କୌରବ ଗୌରବ ରବିହେବ ଅସ୍ତମିତ ।(ଗୀତ)[ଆରେ ମନ୍ଦ ଦଇବ-ବୃତ୍ତେ]
ମାମୁ କର କାରଣ, ଏ ଅନାଥ କୁରୁରାଣେ ଦିଅ ପରାଣ ହେ ॥ପଦ । ବରଣ କରୁଛି ମୁହିଁ, କର୍ଣ୍ଣର ସାରଥି ହୋଇ, କୁନ୍ତୀ, କୁମର ବିନାଶେ କରନ୍ତୁ ରଣ ହେ ॥ ଅନ୍ଧ ସୁତ ଅନ୍ଧ ମୁହିଁ, ତୁମେ ଦିବ୍ୟ ଚକ୍ଷୁ ପାଇ, ଦେଖୁଛ କୌରବ ଗଉରବ ହରଣ ହେ । ତୁମ୍ଭେ ଅଟ ଗଙ୍ଗା ନୀର, ଏ ଦାସ କ୍ଷୁଦ୍ର କାସାର, ତୁମେ କେଶରୀଟି ମୁହିଁ ମୂର୍ଖ ବାରଣ ହେ । ମୋରାଣ ଦେଲି ମାତୁଳ, ବାରଣ କରନା ତିଳ, ବଇ କହି କଲେ ନାହିଁ ହେଲା ମରଣ ହେ ॥
ଶଲ୍ୟ- ବତ୍ସ ଦୁର୍ଯ୍ୟୋଧନ !ଏକଥା କହୁ କେସନେ ଚଳିଲା ରସନାରାଜପୁତ୍ର ନୋହେ କର୍ଣ୍ଣ ଅଟେ ସାରଥିର ସୁତତା’ର ସାରଥିତ୍ୱ ପଦ ବହିବ ଏ ମଦ୍ରପତି ଶଲ୍ୟ ?ଏହା ପୁଣି ଶୁଣିଲା ଏ ଶ୍ରୁତି !ଶିର ଅଳଙ୍କାର କେହୁ ଘେନଇ ପାଦରେଏ କଥାର ଦିଅ ତୁହି ପ୍ରକୃତ ଉତ୍ତର ।ଦୁର୍ଯ୍ୟୋଧନ–ମାମୁ, ଯାହା କହିଲ ଉଚିତ ସେ କଥାକିନ୍ତୁ ମନେ ଦେଖ ଭାବିସୂର୍ଯ୍ୟହୁଁ ଅରୁଣ ବଡ଼ ସହସ୍ରେ ବରଷହୋଇଲେ ସେ କେହ୍ନେ ସୂର୍ଯ୍ୟ ରଥରେ ସାରଥି ?ପର୍ଶୁଙ୍କ ରଥେ ସାରଥି ପୁଣି ଭାଗ୍ୟବରବୟସରେ ବେନି ଲକ୍ଷ ବର୍ଷ ଶ୍ରେଷ୍ଠ ସେହି,ନିଶାକର ଦେଖ ବାହୁଛନ୍ତି ଚନ୍ଦ୍ର ରଥବୟୋଽଧିକ ଚନ୍ଦ୍ରଠାରୁ ସେହି ପାଞ୍ଚ ଗୁଣ,ବାସବ ରଥେ ସାରଥି ଅଟନ୍ତି ମାତଳିଲକ୍ଷେ ବର୍ଷ ଇନ୍ଦ୍ର ତହୁଁ ବଡ଼ ସେ ଅଟନ୍ତି ।ତେଣୁ ହେ ମାତୁଳ ! ନ କରନ୍ତୁ ତୁଚ୍ଛଜ୍ଞାନ ସାରଥି ପଦକୁହୋଇ କର୍ଣ୍ଣ ରଥରେ ସାରଥି ରକ୍ଷାକର କଉରବ ବଂଶ ।ଶଲ୍ୟ- ବତ୍ସ ଦୁର୍ଯ୍ୟୋଧନ!କଲି ସୀଉକାର ହେବି ମୁହିଁ ସାରଥି କର୍ଣ୍ଣର-କିନ୍ତୁ ଅର୍ଜ୍ଜୁନ ଅଗ୍ରତେହୋଇ ସମ୍ମୁଖୀନ ରଣ କରିବଟି କର୍ଣ୍ଣ ?ପାର୍ଥ ଯେଉଁପରି ରକ୍ଷା କରିଅଛି ତା ସାରଥି ମାନତେହ୍ନେ ଏ ମୋ ମାନ ରକ୍ଷା ପାରିବ ନା କରି ?କର୍ଣ୍ଣ- ମାମୁ ଅଜଣା କି ଅଛି କର୍ଣ୍ଣ ଶକ୍ତି ତବ ପାଶେ ?ଆନ କର୍ମ କରିବାକୁ କହୁ ନାହିଁ ମୁହିଁକେବଳ ବାହିବ ମୋ ରଥଯେତେବେଳେ ନନ୍ଦିଘୋଷେ ଥିବେ ପାର୍ଥ ଜଗନ୍ନାଥ ।(ଗୀତ)[କୀର୍ତ୍ତନ ସୁର]
ଏତିକି ବିନତି ମୋର ରଖିବ ମାତୁଳ ହେ । ରଥଧ୍ୱଜେ ବିଜେ କରିଥିବ ବାୟୁ ବାଳ ହେ । ପଦ । ପାର୍ଥ କନ୍ଧେ ଥିବ ଯେ ଗାଣ୍ଡୀବ ଲକ୍ଷ ବଳ ହେ । ଶ୍ୱେତ ହୟ ଚାଲି ଛୁଟିଥିବେ ଟେକି ଗଳ ହେ । କନ୍ଧେ ଅକ୍ଷୟ ତୂଣ । ଭିଡ଼ିଥିବ ଧନଞ୍ଜୟ ଜାଣ । ସେହିକାଳେ ଦେଖିବ କର୍ଣ୍ଣର ରଣ । ମୋ ରଥକୁ ଟେକିବ ତା ଆଗେ ଜାଣ । ଟାଣ ଭାଙ୍ଗିବି, ଭାଙ୍ଗିବି, ଶକ୍ତିମତେ ପାର୍ଥ ତୁଲେ ଲାଗିବି । ବେଳ କାଳ ଜାଣି ଅସ୍ତ୍ର ଦାଗିବି, ନିଶ୍ଚେ ସଂସାରେ ପ୍ରଶଂସା ଭୋଗିବି । ବଇ ଭାବି ଦେବି ତୋତେ ବିଭବ ଅତୁଳ ହେ ।
ଶଲ୍ୟ – ରେ ଭଣ୍ଡ କର୍ଣ୍ଣ । ଜାଣେ ମୁହିଁ ତୋହର ଭଣ୍ଡାମି ।କର୍ଣ୍ଣାର୍ଜ୍ଜୁନ ଶକ୍ତି ନାହିଁ ଶଲ୍ୟକୁ ଅଜଣାଶୁଣ ତୋତେ ହାନି ଲାଭ ଦେଉଛି ବୁଝାଇ ।(ଗୀତ)[ଚକ୍ରକେଳି- ବୃତ୍ତେ]
ଅଙ୍ଗରାଣ ବୃଥା ଟାଣ କରନା । ବଣେ ବଣା ହୋଇ ରଣେ ମରନା । ତୁ ମତ୍ତକରୀ ପାର୍ଥ କେଶରୀ, ଏହା ମନରୁ ନ ପକା ପାସୋରି । ତୁହି ଅନ୍ଧକାର ସେହି ମିହିର, ଦେଖି ତମ ପଳାଇବ ତୋହର ॥ ସେହି ଗରୁଡ଼ ତୁରେ କାଳସର୍ପ, ତାକୁ ଚାହାନ୍ତେ ଟଳିଯିବ ଦର୍ପ ॥ ମୂଷା ଦେଖି ମାର୍ଜ୍ଜାରକୁ ଯେମନ୍ତ, ଭୀତ ହୋଇଣ ଲୋଡ଼େ ନିଜ ଗର୍ତ୍ତ ॥ ସେହି ପରାୟେ ହେବ ତୋର ଦଶା, ଛାଡ଼ ଅର୍ଜ୍ଜୁନ ଜିଣିବା ଭରସା ।୧। ଶୁଣନ୍ତେ ତୁ ନନ୍ଦିଘୋଷ ଗର୍ଜନ, ମୋତେ ତେଜି ପଳାଇବୁ ଦୁର୍ଜ୍ଜନ ॥ ଛୋଟ ମୁଖେ ନ ଭାଷ ମୋଟ କଥା, ନଟ ବଇଷ୍ଣବ ଲେଖେ କବିତା ॥
(କଥା)- ଅଙ୍ଗରାଟ ସୁତପୁତ୍ର କର୍ଣ୍ଣଛୋଟ ମୁଖେ କହ ନାହିଁ ବଡ଼ ବଡ଼ କଥା,ଜାଣେ ମୁହିଁ ତୋର ବୀରପଣବୃଥା କିମ୍ପା କରୁଅଛୁ ଆଣ୍ଟ ।ଅରୁଣ କିରଣ ଦୃଷ୍ଟେ ଯଥା ଅନ୍ଧକାରବୈନତେୟ ଦେଖି ଯଥା ପଳାନ୍ତି କୁଣ୍ଡଳୀମାର୍ଜ୍ଜାର ଦେଖି ଇନ୍ଦୂର, ସିଂହ ଦେଖି ମୃଗଯେସନେ ପଳାନ୍ତି ଭୟେ ସେହିପରି ତୁହିଅର୍ଜ୍ଜୁନ ମାର୍ଗଣ ଦେଖି ତୋ ମାର୍ଗଣ ଗଣସେହିପରି ପଳାଇବେ ଭୟେ ।ଛାଡ଼ ତାକୁ ଜିଣିବାର ଆଶା,ମହାରଥୀ ଶ୍ରୀକୃଷ୍ଣଙ୍କ ସଖା,ତୋହପରି ହୀନଜନ ଅଭିଶପ୍ତ କ୍ଷତ୍ରୀତାକୁ କେବେ ନ ପାରିବ ଜିଣି ।କର୍ଣ୍ଣ- ମାମୁ, ମିଛରେ ଭର୍ତ୍ସନା ଏତେ କର କାହିଁ ପାଇଁ ?ଦେଖିବ କର୍ଣ୍ଣର ଶକ୍ତି ସମ୍ମୁଖ ସମରେବୃଥାରେ କର କି ପାଇଁ ପାର୍ଥର ପ୍ରଶଂସା ?ସେ ପୌରୁଷ ବଚନ, ଶତ କୁନ୍ତଘାତ ସମ ବଜାଇ ଏ ହୃଦେଚାଲ ରଥେ ବସ ମୋର ଅଶ୍ୱକୁ ଧରିଶକ୍ତି ପରୀକ୍ଷା ସମୟ ନାହିଁ ବେଶି ଡେରିଶଲ୍ୟ – ରେ ଅଲାଜୁକ କର୍ଣ୍ଣ !ପଡ଼ିଶା ବସାଇ ଢମ ନ କହନ୍ତି କେହି ।ଯେ ନ ଜାଣିଛି ତୋର ବୀରପଣ, କହିବୁ ଯା ତାହାରି ଆଗରେ ।ଆରେ ଭଣ୍ଡ କର୍ଣ୍ଣ ! ପାଣ୍ଡବାସୁର କଥା କି ଭୁଲିଲୁ ମନରୁ ?(ଗୀତ)[ଅଟୁ ଜଳଜଳା ଝିଅ- ବୃତ୍ତେ]
ଆରେ କର୍ଣ୍ଣ ଘୋଷଯାତ୍ରା ଦିନ କଥା ମନେ ପଡ଼ୁ ନାହିଁକି । ସମ୍ପଦ ଦେଖାଇବାକୁ ଯାଇଥିଲ, ବିପଦେ ପଡ଼ିଲ ତହିଁ କାହିଁକି? । ପଦ । ଚିତ୍ରସେନ ଗନ୍ଧର୍ବ ଆସି ତୁମ୍ଭ ନାରୀ ମେଳରେ ପଶି, ବାନ୍ଧିନେଉଥିଲେ ଦୁର୍ଯ୍ୟୋଧନକୁ, ଏ ବଣରେ ଲୁଚିଲୁ ତୁହି ଯାଇଁକି ॥ ଥିଲେ ପରା ବଳ କୋଟିଏ, ସାହା କେ ନୋହିଲେ ଗୋଟିଏ, ଶରେ ପଥ ରୁନ୍ଧି ସେ ପାର୍ଥ ଆଣିଲା ମୁକୁଳାଇ କୁରୁକୁଳସାଇଁକି ॥ ପାଞ୍ଚାଳରେ ଦ୍ରୌପଦୀ ଲାଖ, ଠାରେ ପରା ଥିଲୁ ତୁ ମୂର୍ଖ, ଲକ୍ଷେ ରାଜା ଜିଣି କୃଷ୍ଣାକୁ ଆଣିଲା ଜଳକା ପରାୟେ ଥିଲୁ ଚାହିଁକି ॥ ବିରାଟ ଗୋଧନ ହରଣ, ବେଳ କଥା କର ସ୍ମରଣ, ଏକାକେ କିରୀଟୀ ତୁମ୍ଭେ କୋଟି କୋଟି ଜିଣି ଘେନିଗଲା ତା’ ର ଗାଈଙ୍କି । ସେହି କର୍ଣ୍ଣ ଆଜ ତୁ ପରା ଟାଣ ହେଲୁ ଥିଲୁ ପାପରା । ଜାଣେ ତୋର ବଳ, ରେ ରାଧା ଦୁଲାଳ, ମରିବୁ ମାରିବୁ ନାହିଁ ବଇକି ॥
କଥା- ଘୋଷଯାତ୍ରା କଥା ମନେପକାଆରେ କର୍ଣ୍ଣ,ସମ୍ପଦ ଦେଖାଇବାକୁ ଯାଇଣ ସଦର୍ପେଭୋଗ କଲୁ କିପରି ଦୁର୍ଦ୍ଦଶା ?ସେହି ପାର୍ଥ ବାହୁବଳ ହେତୁହାରିଣ ପଳାଇଗଲା ଯହୁଁ ଚିତ୍ରସେନତହୁଁ ସର୍ବେ ଆସିଲେ ମୁକୁଳିସେତେବେଳେ ତୁହି ଯାଇ ଲୁଚିଥିଲୁ ବନେ ।ପୁଣି ଗୋଧନ ହରଣ କାଳେ ବିରାଟ ରାଜ୍ୟରେକୋଟି କୋଟି ତୁମ୍ଭେ ଥିଲ ଜୁଟିଏକାକି ଅର୍ଜ୍ଜୁନ ବାଣେ ହେଲ ଛିନ୍ନଛତ୍ର ।ସେହି କର୍ଣ୍ଣ ତୁହି, ଜାଣିଛି ମୁଁ ବୀରପଣ ତୋରଏକ୍ଷଣି ଚାତର କିମ୍ପା ବଖାଣୁଛୁ ଏତେ?କର୍ଣ୍ଣ- ମାମୁ, ଅବିଚାର କଥା ତୁଣ୍ଡେ ଧର ନାହିଁ ଆଉଯେତେବେଳେ ଘଟିଥିଲା ଏସବୁ ଘଟଣାମୋ ସମ ଯୋଗ୍ୟ ସାରଥି ନଥିଲା ମୋ ରଥେତେଣୁ ବହୁ ସ୍ଥାନେ ମାମୁ ଘଟିଛି ଅଯଶ ।ବିଚାରି ଦେଖନ୍ତୁ ମଦ୍ରନାଥ !ଯେଉଁକାଳେ ଧନୁକୁ ମୁଁ କରେ ଆକର୍ଷଣସ୍ୱୟଂ ନାରାୟଣ ଶଙ୍କିତ ହୁଅନ୍ତି ବୈକୁଣ୍ଠେ ।ପ୍ରତିଜ୍ଞା କରିଛି ମାମୁ ! ସାକ୍ଷୀ ରଖି ଦିଗପାଳଗଣେ,ମାରିବି ମୁଁ ଅର୍ଜ୍ଜୁନକୁ ଅପାଣ୍ଡବା କରିବି ଅବନୀମନୁ ତେଜ ଅହଙ୍କାରସଖ୍ୟଭାବେ ବାହ ମୋର ରଥକୁରୁକ୍ଷେତ୍ର ସମର ସାଗରେ ।ଦୁର୍ଯ୍ୟୋ– ମାମୁ ଧରୁଛି ଚରଣସବୁ କଥା ମନୁ ଭୁଲି ହୁଅ କର୍ଣ୍ଣର ସାରଥିଏଡ଼ ନାହିଁ ଭଣଜା ଭାରତୀ ।ଶଲ୍ୟ – ଭଣଜା । ଚାଲିଲି ମୁଁ । କର୍ଣ୍ଣ ସାରଥି କାର୍ଯ୍ୟ କରିବି ବହନ,କିନ୍ତୁ ଏତିକି କହୁଛି, ଅସମୟ କାଳେ କର୍ଣ୍ଣ ରଖିବ ମୋ କଥାଏତିକି ବେଳୁ ମୁଁ କରୁଅଛି ସାବଧାନଶତ୍ରୁ ସମ୍ମୁଖ ସମରୁ ମୋର ନ ଫେରଇ ରଥ ।କର୍ଣ୍ଣ – ଚିନ୍ତା ନାହିଁ ମାମୁଁ ! କହିଲି ତୁମ୍ଭଙ୍କୁକର୍ଣ୍ଣର ପ୍ରତିଜ୍ଞା ଜାଣ ଅଟଇ ଅବ୍ୟର୍ଥ ।[ସମସ୍ତଙ୍କ ପ୍ରସ୍ଥାନ][ତୃତୀୟ ଦୃଶ୍ୟ](ପଦ୍ମାବତୀ ଓ ବୃଷକେତୁ ପ୍ରବେଶ)ବୃଷ– ମା ! ମା ! ମୋତେ ଆଜି ଅନୁମତି ଦିଅ,ମୁଁ ପିତାଙ୍କ ସଙ୍ଗରେ ରଣଭୂମିକୁ ଯିବି ।
ପଦ୍ମା– ବାପା ବୃଷକେତୁ ! ସେ କି କଥା ? ଆଜକୁ ପନ୍ଦର ଦିନ ହେଲା ଯୁଦ୍ଧ ଲାଗିଛି । ଦିନେ ତ ମୋତେ କହି ନାହୁଁ, ବାପାଙ୍କ ସଙ୍ଗରେ ରଣକୁ ଯିବୁ ବୋଲି । ଆଜି ତୋତେ କିପରି ମୁଁ ସେ କାଳ ରଣକୁ ପଠାଇ ଏକାକୀ ଘରେ ବସିରହିବି ?
ବୃଷ – ମା ! ବାପା ଆଜି କୁରୁପକ୍ଷର ସେନାପତି ହୋଇଛନ୍ତି । ଏହି ରାତ୍ର ପାହିଲେ ରଥ ଚଢ଼ି ରଣଭୂମିକି ଯିବେ । ମୁଁ ତାଙ୍କ ପାଖେ ରଥରେ ବସି ରଣ ଦେଖିବି । ଅସ୍ତ୍ରମାନଙ୍କୁ କେଉଁ ସମୟରେ କିପରି ମାରନ୍ତି ଶିଖିବି ।
ପଦ୍ମା – କଅଣ କହୁଛୁ ବତ୍ସ ! ପିତା ତୋର ଆଜି ସେନାପତି ପଦ ନେଲେ, କାଲି ପ୍ରଭାତରୁ ରଣକୁ ଯିବେ ? ହାୟରେ ପୋଡ଼ା କପାଳ ! ମୋତେ ପଦେ କହିବାକୁ ଆସିଲେ ନାହିଁ । ମୁଁ କି ତାଙ୍କର ଚରଣେ କିଛି ଅପରାଧ କରିଥିଲି ?
ବୃଷ – ମା ! ଏତେ ବ୍ୟସ୍ତ ହୁଅନା । ହେଇ ପରା ବାପା ଏ ଆଡ଼େ ଆସୁଛନ୍ତି । ବୋଧ ହୁଏ ତୁମ୍ଭଙ୍କୁ କହିବା ପାଇଁ ଏତେବେଳେ ଆସିଲେ ।(କର୍ଣ୍ଣର ପ୍ରବେଶ)କର୍ଣ୍ଣ – ପ୍ରିୟେ ! ମାଆ ପୁଅ ଦୁହିଁଙ୍କର ଏଠି କି କଥା ପଡ଼ିଥିଲା କି ? ମୋତେ ଦେଖି କାହିଁକି ତୁନି ହୋଇଗଲ ?ପଦ୍ମା – ନାଥ ! ତୁମ୍ଭେ କାଲି ସେନାପତି ହୋଇ ରଣ କରିବ ବୋଲି ମୁଁ ଏ କଥା ବୃଷକେତୁ ଠାରୁ ଶୁଣିଲି । ଏହା କ’ଣ ସତ ?
କର୍ଣ୍ଣ – ହଁ ପ୍ରିୟେ ! ସେ ଯୋଗେ ପରା ମୁଁ ତୁମ୍ଭଠାରୁ ମେଲାଣି ନେବାକୁ ଆସିଛି । ମୋତେ ପ୍ରଫୁଲ୍ଲ ଅନ୍ତରେ ଶୀଘ୍ର ମେଲାଣି ଦିଅ, ପ୍ରଭାତ ଆସି ଅତି ନିକଟ ।
ପଦ୍ମା – ନାଥ ! ଏ ଦାସୀର କଥା ପାଦରେ ଠେଲି ଦେବେ ନାହିଁ । ଥରେ ମନ ମଧ୍ୟରେ ଭାବି ଦେଖନ୍ତୁ – ଯେଉଁ ରଣରେ ସେନାପତି ହୋଇ ମହାରଥୀ ଭୀଷ୍ମ, ନରଶାର୍ଦ୍ଦୁଳ ଦ୍ରୋଣାଚାର୍ଯ୍ୟ ପରି ବୀର ଦୁହେଁ ପରାସ୍ତ ହେଲେ, ତୁମ୍ଭେ କେଭେ ତହିଁରେ ମନ ବଳାଅ ନାହିଁ ।
(ଗୀତ)[ବୀରବର ହର ମୋର - ବୃତ୍ତେ]
ହେ ଜୀବେଶ୍ୱର ! ଯେବେ ଯିବ ରଣେ ଜୀବ ନିଅ ମୋର, ଶିବ ଶିବ ଭାବି ଯିବ ଧରପୁର ହେ ।ପଦ । ଦେବ ଦେବ ହରି ଯାର ସାହା, ତାଙ୍କୁ କେ ରଣେ ଜିଣିବ ନାହା । ଭବ ଭୁବନେ ଯା ଶକ୍ତି ବଳିୟାର ହେ ॥ ସଙ୍ଗେ ରଣେ ମତେ ନିଅ ନାଥ, ନିରେଖିବି ନେତ୍ରେ ଜଗନ୍ନାଥ । ନନ୍ଦିଘୋଷେ ବନ୍ଦିବି ମୁଁ ପଦ ତା’ର ହେ ॥ ପାର୍ଥ ଶରେ ଯେବେ ହେବ ହତ, ତବ ତୁଲେ ତେଜି ପଞ୍ଚଭୂତ । ଗଲେ ଯଶ ଘୋଷିବ ସଚରାଚର ହେ ॥ ଏ ସୁଯୋଗ ଛାଡ଼ି ବାସେ ପଡ଼ି ଶେଷେ କିମ୍ପା ହେବି ମୁଣ୍ଡକୋଡ଼ି । ଏଡ଼ି ନଯା ନଯା ବୈଷ୍ଣବ ଗିର ହେ ॥
(କଥା)- ନାଥ ! ବିଶ୍ୱପୂଜ୍ୟ କୃଷ୍ଣଚନ୍ଦ୍ର ଯାହାର ଭରସା ତାକୁ କିଏ ଜିଣିବ ସମରେ ?ମାନ ମୋର ବାଣୀ କେବେ ନ ଯାଅ ରଣକୁଯେବେ ଯିବ ସଙ୍ଗେ ନିଅ ମୋତେନନ୍ଦୀଘୋଷେ ଥିବେ ଯେବେ ଶ୍ରୀକୃଷ୍ଣ ଅର୍ଜ୍ଜୁନ,ଅର୍ଘ୍ୟ ଘେନି ପୂଜିବି ମୁଁ ତାଙ୍କୁ ।
କର୍ଣ୍ଣ – ପ୍ରିୟେ ! ତୁମ୍ଭେ ବୀରରମଣୀ ହୋଇ ଭୀରୁ ପରି ଶୋକ କରିବା କି ତୁମ୍ଭପରି ମହିଳାର କର୍ତ୍ତବ୍ୟ ? ତୁମ୍ଭେ କି କର୍ଣ୍ଣର ଶକ୍ତି ଜାଣିନାହଁ ! ଆଉ ଯେ କହୁଛ ତାଙ୍କୁ ସ୍ୱୟଂ ନାରାୟଣ ସହାୟ ଅଛନ୍ତି, ସେହି ନାରାୟଣ ତ ସବୁ କାର୍ଯ୍ୟର କର୍ତ୍ତା– ସେ ଏକା ପାଣ୍ଡବଙ୍କର ହେବେ କାହିଁକି ? ସମୟ ଯାଉଛି ମୋତେ ବିଦାୟ ଦିଅ ।
ପଦ୍ମା – ନାଥ ! ଆସ ତେବେ ତୁମ୍ଭଙ୍କୁ ମୁଁ ବୀରବେଶେ ସଜାଇ ଦେଉଛି ।(ଗୀତ)[ଆଜି ରଜନୀରେ - ବୃତ୍ତେ]
ଶିରେ ଶିରସ୍ତ୍ରାଣ ବୀର ଶିରର ରକ୍ଷକ । କାଲି ଯେବେ ରଣ ଜିଣି ଆସିବୁ ମୋ ପାଖ । ସ୍ୱର୍ଣ୍ଣ ସିଂହାସନ ସାଧେ । ରଖି ପୂଜିବି ମୁଁ ଧୂପ ଦୀପ ନଇବେଦ୍ୟେ । ରେ କବଚ ତୁହି ଯୋଦ୍ଧା ହୃଦ ରକ୍ଷାକାରୀ । କାଲି ସ୍ୱାମୀ ରଣେ ଅରି ଜିଣିଲେ ମୋହରି, ସ୍ନାନ କରାଇ ପନୀରେ । ଗୋଳି ଚୁଆ ଚନ୍ଦନ ବୋଳିବି ରଜନୀରେ । ଯୋଦ୍ଧା କରଭୂଷା ଅସି ତୁହି କାଳେ କାଳେ । କାଲି ଶତ୍ରୁ ଶିର ଛେଦି ଆସିଲେ ମୋ କୋଳେ, ଗଢ଼ାଇଣ ସ୍ୱର୍ଣ୍ଣକୋଷ, ତହିଁରେ ଭରି ସେବିବି ତୋତେ ବାରମାସ । ଆରେ ଶରାସନ ତୁହି ଶତ୍ରୁ ପ୍ରାଣହନ୍ତା । ଭୁଲି ନ ଯିବୁ ରଣରେ ପଶି ଦାସୀ କଥା, ବଇଷ୍ଣବ ରସେ ଭାସେ । ଅରାତି ମର୍ଦ୍ଦନ କରି ଫେରିବୁ ମୋ ପାଶେ ।
କର୍ଣ୍ଣ – ପ୍ରିୟେ ଏହି ଶୁଣ, ତେଣେ ରଣବାଦ୍ୟ ବାଜିଲାଣି । ମୋର ସେନାପତି ହେବା ଜାଣି, ଯୋଦ୍ଧାଗଣେ ଶିବିରରୁ ବାହାରି ନିଜ ନିଜ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହୋଇ ବୀରନାଦରେ ଗଗନ ବିଦୀର୍ଣ୍ଣ କରୁଛନ୍ତି । ଆଜି ଭୀଷଣ ଯୁଦ୍ଧ ହେବ । ସମସ୍ତ ବୀରେ ମୋର ଅପେକ୍ଷାରେ ଠିଆହୋଇଥିବେ । ତୁମ୍ଭେ ଥାଅ, ମୁଁ ଯାଉଛି ।
(ପ୍ରସ୍ଥାନ)ପଦ୍ମା – ମା’ ମହେଶମୋହିନୀ, ମହିଷାସୁର ନାଶିନୀ, ମା’ ଚଣ୍ଡୀକେ, ମୋର ପତିଙ୍କି ରଣରେ ସହାୟ ହୁଅ । ବତ୍ସ ! ଆ ମୋ ସାଙ୍ଗରେ ଆ ।ବୃଷ – ମା ! ମୋତେ ରଣକୁ ଯିବାକୁ ବାରଣ କଲ ? ସିଂହ ଶିଶୁ ପିଞ୍ଜରାବଦ୍ଧ ପରି ମୋ ଦଶା ହେଲା । [ଉଭୟଙ୍କ ପ୍ରସ୍ଥାନ][ଚତୁର୍ଥ ଦୃଶ୍ୟ](ପାଣ୍ଡବ ଶିବିର)
ଅର୍ଜ୍ଜୁନ – ସଖା ! କାଲି ରଣେ ଦ୍ରୋଣଗୁରୁ ହୋଇଗଲେ ବିନାଶ ଆଉ କୌରବ ପକ୍ଷରେ ହେବ ସେନାପତି କେହୁ – ଜଣାଗଲା ନାହିଁ କିଛି କାରଣ ତହିଁର ।
କୃଷ୍ଣ - ହେ ଅର୍ଜ୍ଜୁନ ! ପଞ୍ଚଦଶ ଦିନ ଯୁଦ୍ଧ ହୋଇଛି ସମ୍ପୂର୍ଣ୍ଣଅଛି ଆଉ ତିନିଦିନ ବାକି, ଏହି ଶୁଣଆସନ୍ତି ନାରଦ ମୁନି କରି ବୀଣାନାଦଗାଉଛନ୍ତି ରାମ କୃଷ୍ଣ ପଦ,ଜାଣିଥିବେ କୌରବ ସମ୍ବାଦ । (ନାରଦ ବୀଣା ହସ୍ତେ ପ୍ରବେଶ)(ଗୀତ)[ଭଜରେ ମନ ବ୍ରଜରାଜ - ବୃତ୍ତେ]
ଗାଅରେ ବୀଣା ଗୋବିନ୍ଦ ଗୋକୁଳାନନ୍ଦ, ଗୋବରଧନ ଧାରଣ ନାରାୟଣ ଆଦିକନ୍ଦ ।ପଦ । ନାଗ ଗରବ ଗଞ୍ଜନ ଜୟ ଯାମଳା ଭଞ୍ଜନ ଗୋପୀ ସମ୍ପଦ, ଗରୁଡ଼ ଆସନ ଗଙ୍ଗାଧର ହୃଦୟ ଚାନ୍ଦ । ଗୁଞ୍ଜପକ୍ଷୀମାଳିଆ ବ୍ରଜବାଳକ ମେଳିଆ ପରମାନନ୍ଦ, ଇନ୍ଦ୍ରର ଦରପଦଳା ବରନ ନୀଳ ନୀରଦ । ବୃଜିନ ଦଳନକାରୀ କେକୀପୁଚ୍ଛଧାରୀ ବୃନ୍ଦାବନ ବିନୋଦ, ବୈଷ୍ଣବ ଏ ନାରଦ ଭକ୍ତିଭରେ ଭଜେ ତୋ ପଦାରବିନ୍ଦ ॥
ସୀତାରାମ ... ସୀତାରାମ ...ରାଧେ ଶ୍ରୀକୃଷ୍ଣ ରାଧେ ...କୃଷ୍ଣ– ଦେବର୍ଷେ ! ଆଜି ମମ ସୁପ୍ରଭାତସାକ୍ଷାତେ ଦେଖିଲି ନେତ୍ରେ ଭଗବତ ମୂର୍ତ୍ତି ।ହେ କଳହପ୍ରିୟ !କହନ୍ତୁ କି କାର୍ଯ୍ୟେ ଏଥେ ହେଲେ ଉପଗତ ।ଏ ତ ରଣଭୂମି, ରଣସ୍ଥଳେ ବ୍ରାହ୍ମଣର ପ୍ରୟୋଜନ କିସ ?ନାରଦ– ହେ କେଶୀନିସୁଦନ ! ମଦନମୋହନ !ଆସିଛି କହିବି ପାଣ୍ଡବଙ୍କ କୁଶଳ ବାରତା –ଦ୍ରୋଣଙ୍କ ବିୟୋଗେ କର୍ଣ୍ଣ ହେଲେ କୁରୁଥାଟେ ସେନାପତିସାରଥି ତାଙ୍କର ରଥେ ମଦ୍ରପତି ଶଲ୍ୟଏ ହେତୁ ସଂକଟ ପଡ଼ିବ ଜାଣ ପଣ୍ଡୁସୁତଗଣେପାଣ୍ଡବ ରକ୍ଷକ ନାମ ସାର୍ଥକ କରନ୍ତୁ କର୍ଣ୍ଣ ରଣେବିଦାୟ ନେଉଛି ଭୃତ୍ୟ ନ ଧରିବ ଦୋଷ ।(ପ୍ରସ୍ଥାନ)କୃଷ୍ଣ– ରେ କିରୀଟୀ ! କି କରିବା କହ ମୋତେ ନ ଦିଶଇ ପଥମହାମଲ୍ଲ ଅଟେ କର୍ଣ୍ଣବୀର, ତା ସାରଥି ମଦ୍ର ଅଧୀଶ୍ୱରଯା’ର ଧନୁ ଆମଞ୍ଚନେ ଭୀତ ହୁଏ ମୁହିଁଆଜ ଜାଣ ପରାଜୟ ଆମ୍ଭରି କପାଳେ ।କହ ପାର୍ଥ ! ତୁ କି ତୋର ସମକକ୍ଷ ରଣେ ?ଅର୍ଜ୍ଜୁନ– ଯାଦବେନ୍ଦ୍ର ! କିସ ଭାବି ଶଙ୍କା ଦେଉ ଚିତ୍ତେ ମୋରଶୁଣ ନାରାୟଣ ତେବେ କାରଣ ତହିଁର ।(ଗୀତ)[ଚୋଖି - ବୃତ୍ତେ]
ନିଜେ ତୁହି ଦୟାମୟ ଅଟୁ ଯାହାର ସହାୟ, ତାହାର କି ଭୟ ଏହି ଛାର ରଣକୁ । କୋଟି କୋଟି କର୍ଣ୍ଣ ଶଲ୍ୟ, ନୋହିବେ ମୋ ସମତୁଲ, ତୁଲ୍ୟ ନାହିଁ ତାହାଙ୍କର ଏକ ଏକ ବାଣକୁ । କ୍ଷଣକରେ କାଟିବି ଶିର, ତୁହି ରଥେ ଥିଲେ ନାହିଁ ଯମକୁ ଡର ॥ କୃପାଚାର୍ଯ୍ୟ ଅଶ୍ୱତ୍ଥମା ଭାଙ୍ଗିବି ୟାଙ୍କ ଗରିମା, ନ ରଖିବି ନାମ ଜାଣ ଧରା ଧାମରେ । ଯାହାର ଅଭୟ ପଦ, ସର୍ବଦା ଅଟେ ସମ୍ପଦ, ଆପଦ କି ଡରାଇବ ତାକୁ ସମରେ । ବିପଦକୁ କୋଳେ ପ୍ରେମରେ, ବହିବି ଶୂନ୍ୟରେ ଦେଖୁଥିବେ ଅମରେ । ସାଜ ସାଜ ନନ୍ଦିଘୋଷ, ବନ୍ଦୀ ତୋ ଚରଣେ ଦାସ, ବସିବ ଗାଣ୍ଡୀବ କନ୍ଧେ ଆନନ୍ଦେ ବହି ॥ କଉରବ ଗଉରବ ରବି ଆଜି ଅସ୍ତ ହେବ, ଛେଦିବି ସନ୍ଧି ଶାୟକ ତୋ ନାମ ଧ୍ୟାୟି । ବଇଷ୍ଣବର ତୁ ଭରସା, କର୍ଣ୍ଣ ରକ୍ତପାନେ ତୃପ୍ତ ହେଉ ଏ ରସା ॥
(କଥା)– ହେ ପାଣ୍ଡବ ସଖା, ଦୟାମୟ ହରି !ତୁମ୍ଭେ ଯାର ହୋଇଛ ସହାୟ,ସେ କିମ୍ପା କରିବ ଶଙ୍କା ଏ ଛାର ରଣକୁ ।କୋଟି କୋଟି କର୍ଣ୍ଣ ଶଲ୍ୟ ହେଲେ ଏକତ୍ରିତକିଞ୍ଚିତେ ମୁଁ ନ ଗଣେ ତାହାଙ୍କୁ ।କୃପ ଅଶ୍ୱତ୍ଥାମା ଆଦି ଛନ୍ତି ଯେତେ ବୀରକୌରବ ପକ୍ଷରେଭାଙ୍ଗିବି ମୁଁ ସବୁରି ଗରିମାମିଥ୍ୟା ନୁହେଁ କହୁଅଛି ଯାହା,ଏକା ତୁମ୍ଭ ଅଭୟ ଚରଣ ଯେହୁ କରିଛି ଭରସାତାର କାହିଁ ହେବ ପରାଜୟ ?ଛାଡ଼ ମାୟା, ସାଜ ନନ୍ଦିଘୋଷଦିଅ ପଦଧୂଳି ଦାସର ମସ୍ତକେକୌରବ ଗୌରବ ରବି ହେଉ ଅସ୍ତମିତ ।କୃଷ୍ଣ– ସାଧୁ ସାଧୁରେ ଅର୍ଜ୍ଜୁନ ! ତୋର ଅସୀମ ସାହସଆସ ଅରଜ ଅକ୍ଷୟ ଯଶ କର୍ଣ୍ଣେ କରି ନାଶ ।[ଉଭୟେ ପ୍ରସ୍ଥାନ । ଅନ୍ୟ ଦିଗରୁ ଭୀମ ଓ ଦ୍ରୌପଦୀର ପ୍ରବେଶ ।]ଭୀମ– ପ୍ରିୟେ ପାଞ୍ଚାଳନନ୍ଦିନୀ ! ଗୁପ୍ତଚର ମୁଖୁ ମୁହିଁ ପାଇଛି ସନ୍ଧାନମମ ସଙ୍ଗେ ସଂଗ୍ରାମ କରିବ ଦୁଃଶାସନଏତେ କାଳେ ପୂର୍ଣ୍ଣ ହେବ ଭୀମର କାମନା ।କୃଷ୍ଣା ! କୃଷ୍ଣା ! ଶୁଣିଲାବେଳୁ ସେ କଥାକୋପେ କମ୍ପେ ବୃକୋଦର ହୃଦଶୁଣ ପ୍ରିୟେ ଯାହା ଯାଉଅଛି କହି ନ ଭୁଲିବ ମନୁ ।(ଗୀତ)[ଯାଅ ଯାଅ ସଦନେ- ବୃତ୍ତେ]
ଆଝୁ ରସାଭୂଷା ତୋ ଦଶା ଫେରିବ । ଆଜି ସଂସାରୁ ଦୁଃଶା ଆୟୁ ପୂରିବ ॥ ପଦ । ମୂଷାକୁ ଯେସନେ ନାଶ କରେ ମାର୍ଜାରୀ ତେସନେ ତାହାର ଦଶା ହେବ ରେ ଗୋରୀ । ଭୁଜ ଉପାଡ଼ି ଭୀମ ବକ୍ଷ ଚିରିବ ॥ ଚିଉ ତୃଷା ହରିବ ତା ରକତ ପାନେ । ବାନ୍ଧିବୁ ପାଣ୍ଡବ ରାଣୀ ବେଣୀ ଯତନେ । ଅନ୍ଧ ଅନ୍ଧୁଣୀ ମୁଣ୍ଡକୋଡ଼ି ମରିବେ ॥ ପୂରିବ ଉଦର ବୃକୋଦରର ଆଜି । ତାର ଜ୍ୟେଷ୍ଠ ସହୋଦର ମରିବ ଗଞ୍ଜି । ବାଟ ଚାହିଁ ବସିଥିବୁ ହାଟକ ଦେହା । ଛଟକରେ ସୁଗଠନା ନ ଭୁଲି ଏହା । ସହଦେବ ଆସି ଯେମନ୍ତ ଠାରିବ । ତରତରେ ତରଳାକ୍ଷୀ ଯିବୁ ତା ତୁଲେ । ପାଶେ ମିଳିବ ରସେ ବଇଆ ବୋଲେ । ହରିକଟି ସରବ ଚିନ୍ତା ହରିବ ॥
(କଥା)- ଆଜି ନିଶ୍ଚେ ଉପାଡ଼ିବି ଦୁଃଶାସନ ଭୁଜ,ବକ୍ଷ ତା’ର ବିଦାରିବି ନରସିଂହ ରୂପେ ।ଧୈର୍ଯ୍ୟ ଧରି ବାସେ ଥାଅ ଗୋରୀ,ଆଜି ହେବ ତୋ ବେଣୀ ବନ୍ଧନ ।କରୁଛି ପ୍ରତିଜ୍ଞା ସାକ୍ଷୀ ରଖି ଦିନକରଦୁଃଶାସନ ରକ୍ତ ପାନେ ମେଣ୍ଟାଇବି ତୃଷା ।ତେତ୍ରିଶ କୋଟି ଦେବତା ହେଲେ ଏକତ୍ରିତଭୀମ କରୁ ପ୍ରାଣ ତା’ର ରଖି ନ ପାରିବେ ।ଜାଣିଥାଅ ସଖୀ, ସହଦେବ ଆସି ଯେବେ ଏଥେ ପ୍ରବେଶିଣଦୁଃଶାର ମୃତ୍ୟୁ ସମ୍ୱାଦ ତୋତେ ଜଣାଇବ,ସେହିକାଳେ ଯାଇ ମୋର ପାଶେ ପ୍ରବେଶିବୁ ।ଦ୍ରୌପଦୀ– ପ୍ରାଣେଶ୍ୱର ! ସତେ କି ମେଣ୍ଟିବ ଆଜି ଅଭାଗିନୀ କଷ୍ଟ ?ପରତେ ନାହିଁ ମୋ ମନେ ତିଳେମଲା ନାହିଁ ଦୁଃଶାସନସତେ କି ଗ୍ରୀଷ୍ମେ ଧାତା ଦେହେ ବୋଳିବ ଚନ୍ଦନ ।(ଗୀତ)[ଆରେ କୁମର ମୋହର – ବୃତ୍ତେ]
ଜୀବଧନ ଏ ସୁଦିନ ହେବ କି ସତେ । ସତେ ଗିରୀଷମେ ବରଷିବ ଘନ ରାବିବ କି ପୀକ ଆଷାଢ଼େ ଚୂତେ ॥ ପଦ । ଦୁରନ୍ତ ଦୁଃଶା ମରିବ, ଦୁରନ୍ତ ଦୁଃଶା । ତା ରକତ ବୋଳି କେଶେ ଖୋଷିବି ଖୋଷା । ଆଜି ଦାସୀ ତୃଷା ତୁଟିବ ସହସା, ବେଣୀ ବାନ୍ଧି ପୁଣି ଚାଲିବି ପଥେ । ଛନ୍ତି ସକଳେ ଜୀବନେ, ଛନ୍ତି ସକଳେ । ଏକାକୀ ମୋ ତାତ ଗଲେ କୃତାନ୍ତ ଆଳେ ॥ କି ପାପ କରିଲି ପୂରୁବ ଜନମେ, ଜନକ ନିଧନ ଦେଖିଲି ନେତ୍ରେ । ପାଣ୍ଡବ ରାଣୀ ହୋଇ ମୁଁ ପାଣ୍ଡବ ରାଣୀ, କୁଲକ୍ଷଣୀ ପ୍ରାୟେ ଦଣ୍ଡ ଭୋଗୁଛି ଜାଣି । ଉଭୟ କୁଳର ମୂଳ ବୁଡ଼ାଇଛି ସେବିଲି ବିରାଟ ନାରୀକି କେତେ ॥ କୀଚକ କଥା ପାପିଷ୍ଠ କୀଚକ କଥା, ମନେ ପଡ଼ିଲେ ଏକାଳେ ହଜଇ ଚେତା । ଗାନ୍ଧାରୀ ନନ୍ଦନ ନିଧନ ଦେଖିଲେ ଭୁଲିବି ତା ବଇ ଭାଷଇ ଗୀତେ ।
ଭୀମ– କୃଷ୍ଣା ! ହୃଷ୍ଟ ଚିତ୍ତେ ଥାଅ ନିଜ ବାସେ ।ଶିଖଣ୍ଡୀ ଧୃଷ୍ଟଦ୍ୟୁମ୍ନକୁ ଘେନି ସଙ୍ଗତରେବିନାଶିବି ମୁଁ ଆଜି ରଣେ କୌରବ ବାହିନୀ ।ଧରାରୁ କୌରବ ନାମ ଆଜି ହେବ ଲୋପଘୁଞ୍ଚିବ ତୋ ହୃଦୁଁ ସନ୍ତାପନିଶ୍ଚିନ୍ତ ଚିତ୍ତରେ ରହିଥିବ ଅନ୍ତଃପୁରେସହଦେବ ପଥ ଅନୁସରିଏହି ଶୁଣ ରଣସ୍ଥଳେ ଶୁଭେ କୌରବଙ୍କ ହୁରି ।(ଉଭୟେ ପ୍ରସ୍ଥାନ)କେଳା-କେଳୁଣୀ[କେଳା–ଗୀତ]କେଳା– ଝିମିଟି ଖେଳରୁ ମହାଭାରତ ଲୋହାଣ କାଟ ଗଡ଼ାଗଡ଼ି ।ଧରମ ଯାହାର ଜୟ ତାର ହେବଅଧର୍ମକୁ ଚଡ଼ଚଡ଼ି ଲୋମୋର ଚନ୍ଦ୍ରବଦନା । ଥରେ ନନ୍ଦିଘୋଷକୁ ତୁ ଅନା ॥
କେଲୁଣୀ–ବସିଛନ୍ତି ରଥେ କୃଷ୍ଣ ଅର୍ଜ୍ଜୁନ ରେବାଜେ ଶଙ୍ଖ ଦେବଦତ୍ତଗାଣ୍ଡୀବ କାର୍ମୁକ ଟଙ୍କାରେ ଅର୍ଜ୍ଜୁନଯୋଡ଼େ ଅସ୍ତ୍ର ପାଶୁପତ ରେଓଠ କାମୁଡ଼ି ଭୀମ । କରୁଅଛି କୌରବଙ୍କୁ ତମ ରେ ।କେଳା– ଯୁଦ୍ଧ ନୁହେଁ ଏତ ମରଣ ଲହରୀମେଲି କରାଳ ରସନାଧାଇଁଅଛି କାଳ ବିକଟାଳ ବେଶେଗ୍ରାସ କରିବାକୁ ସିନା ରେକର୍ଣ୍ଣାର୍ଜ୍ଜୁନ ସମର, ଅଟେ ଦେବତାଙ୍କୁ ଅଗୋଚର ଲୋ ।କେଲୁଣୀ– ଛକାଛକି ହୋଇ ଭୀମ ଦୁଃଶାଦନକାଟୁଛନ୍ତି ପଇଁତରାଭେଟାଭେଟି ମାତ୍ରେ ପିଟାପିଟି ହେବେଜ୍ଞାନ ନ ରହିବ ପରା ରେହେବ ବିଷମ ଗୋଳ, ଅଧରମର ପୂରିବ କାଳ ରେ ॥
କେଳା– ଆମେ କ୍ଷୁଦ୍ରଜୀବ ଆଲୋ ରସବତୀଯୁଦ୍ଧ ରୀତି କି ଜାଣିବାପେଟ ପୋଷିବାକୁ ବାର ଦ୍ୱାର ବୁଲିଭିକ ମୁଠିଏ ଆଣିବା ଲୋ,ଚାଲ କେଲୁଣୀ ମୋର, ବିପ୍ର ବଇଷ୍ଣବର ଏ ଗୀର ଲୋ ।(ପ୍ରସ୍ଥାନ)
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷା
ବୈଷ୍ଣବ ପାଣି
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ
ବୈଷ୍ଣବ ପାଣି
ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ
ବୈଷ୍ଣବ ପାଣି
ଭକ୍ତବୀର ସୁଧନ୍ୱା
ବୈଷ୍ଣବ ପାଣି