ଗୀତ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୫
- ସ୍ଥିତି
- ସାର୍ବଜନୀନ (Public domain)
ଗାଇଥିଲି ଗୀତ ଦିନେ ଦେବି ବୀଣାପାଣି !ଦୁର୍ଲ୍ଲଭ କବିତା ଯେବେ ଦେଇଥିଲ ଆଣି ।ମଧୁର ଯୌବନେ ମମ କବିତାର ସ୍ୱନ,ଶୁଣି ତୃପ୍ତ ହେଲା ପାଖ ପଡ଼ିଶାଙ୍କ ମନ ।ଏବେ କଟାଳନ୍ତି “ଶୁଣା ଶୁଣା ପଦେ ଗୀତ,ଶୁଣି ତୃପ୍ତ ହେଉ ଯେହ୍ନେ ହୋଇଥିଲା ଚିତ୍ତ ।”କାହିଁ ସେ ସମୟ ମୋର କାହିଁ ସେ ଶକତି ?କିପରି ତୋଷିବି ତାଙ୍କୁ ଶଙ୍କା ମମ ଅତି ।କି ସ୍ୱରେ ଗାଇବି ଗୀତ ଶୁଣିବ ହେ ମିତ ?କି କବିତା ଶୁଣି ତବ ତୃପ୍ତ ହେବ ଚିତ୍ତ ?ବାଣୀ ଆରାଧନା ତେଜି ସେବିଲି ସଂସାରମନା ହୋଇଗଲା ମୋତେ ଶ୍ରୀକୋଠଭଣ୍ଡାର ।କବିତା ଲୋଡ଼ଇ ସିନା ଏକାନ୍ତ ଅନ୍ତରନୋହିଲେ କି ହେବ ଯୋଡ଼ି ଶବଦ ମାତର ।କେତେବେଳେ କି ହୋଇଲା ନ ପାରିଲି ଜାଣି;ଗୀତ ବୋଲି ଯାଉଥିଲି ଲେଖନୀକୁ ଟାଣି ।ନାହିଁ ସେ ଅଭ୍ୟାସ ଆଜି ଦେବୀ−ଅନୁଗ୍ରହ,ନାହିଁ ସେ ଆବେଶ ଅଛି ଶବଦନିବହ ।ଶ୍ରୀମନ୍ଦିର ଦ୍ୱାରେ ଥାଇଁ ଗାଇବଇଁ ଗୀତ,ଫେଡ଼ିଦିଅ ଦ୍ୱାର ପୁଣି କାରୁଣିକ ଚିତ୍ତ !ଶୁଣିଛି ଚଣ୍ଡାଳ ଘରେ ଯାନ୍ତି ବିଷ୍ଣୁପ୍ରିୟା,ତରଳିବ ବିନତିରେ ସେ କୋମଳ ହିୟା ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ