ଗିରିଧାରୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୯
- ସ୍ଥିତି
- ସାର୍ବଜନୀନ (Public domain)
ରସିକା ରାଧିକା ଠାଣି,ଦେଖି କର ପ୍ରୀତିବାଣୀ ।ପ୍ରଜା ଯାଉଛନ୍ତି ଭାସି,ନଦେଖିଲ କୁଞ୍ଜବାସି ହେ ।୧।ବଗିଚା ଛାଡି ବହନ,ଶତ୍ରୁଙ୍କୁ କର ଦମନ ।ଉର୍ଦ୍ଧ୍ୱଗଡ ଜଗନ୍ନାଥେ,ମଦନମୋହନ ସାଥେ ହେ ।୨।ବୁଢ଼ାରଜା ବୃନ୍ଦାବନ,କରିଥିଲେ ପଦାର୍ପଣ ।ସେଠାରୁ ତୁମ୍ଭଙ୍କୁ ଆଣି,ସାଇତିଲେ ଚକ୍ରପାଣି ହେ ।୩।ବିପଦ ହେଲେ ରାଜ୍ୟର,ସାହାଯ୍ୟ ହେବ ପ୍ରଜାର ।ଖାଇ ପିଇ ଶୋଇବାକୁ,ରଖିନଥିଲେ ତୁମ୍ଭଙ୍କୁ ହେ ।୪।ତୁମ୍ଭେ ମଧ୍ୟ ନୁହ ଯୋଗୀ,ହୋଇଅଛ ବୃତ୍ତିଭୋଗୀ ।ପରଧନ ଏତେ ଖାଇ,ତୁନି ହେବା ନ୍ୟାୟ କାହିଁ ହେ ।୫।