ଗନ୍ଧର୍ବନ ।ଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୩
- ସ୍ଥିତି
- ସାର୍ବଜନୀନ (Public domain)
ଚଷାପଡ଼ା ଘାଟପାରି,ହୋଇ କିଞ୍ଚିତେ ସଂଚାରି ।ଗଲେ ଦିଶଇ ରୁଚିର,ଚିତ୍ରେଶ୍ୱରରେ ମନ୍ଦିର ହେ ।୧।ଜାଗର ଦୋଳ ପୂର୍ଣ୍ଣିମା,ପର୍ବରେ ବଢ଼େ ଗାରିମା ।ବହୁଜନ ସମାଗମ,ଯାତ୍ରା କିବା ମନୋରମ ହେ ।୨।ମସ୍ତକେ କଳସ କଣା,ବାଟେ ପଡେ ଜଳକଣା ।ଗରଳ ଗରମ ଉଣା,ହୁଏ ବୋଲି ଅଛି ଶୁଣା ହେ ।୩।ନବାନ୍ନ ଭୋଜନେ ପ୍ରଭୁ,ସିଦ୍ଧି ରହଥାଏ ସବୁ ।ସାତପାଞ୍ଚ ଗ୍ରାମ ଲୋକେ,ମିଳିଯାନ୍ତ ଥୋକେ ଥୋକେ ହେ ।୪।ଏହିଠାରେ ନବଅନ୍ନ,ଭୋଜନେ ସର୍ବେ ଯତନ ।କରନ୍ତି ଶିବଦର୍ଶନ,ପ୍ରଫୁଲ୍ଲେ ଗୃହେ ଗମନ ହେ ।୫।ଖଞ୍ଜିଛନ୍ତି ଯଜମାନ,ବାରବାଟି ବାରମାଣ ।ବାରଗୁଣ୍ଠ ବାରବିଶ୍ୱା,ତହିଁ ସଂଗେ ଅଛି ମିଶା ହେ ।୬।ଭକ୍ତଜନ ମନୋରଥ,କରିଥାଅ ଦେବସାର୍ଥ ।ଆପଣଙ୍କୁ ମାନେ ବଡ,ରଖୁବ ମୋହର ଧଡ଼ ହେ* ।୭।* ଧଡ଼ - ଦେହକଟକ କାଳୀଠାକୁରାଣୀଗୋଟିଏ କ୍ଷୁଦ୍ର ମନ୍ଦିରେ,ରହିଅଛ ମା ଗୋ ଧୀରେ ।ମନ୍ଦିର ହେଲେ ହେଁ ଛୋଟ,କ୍ଷମତାଟି ବଡ ମୋଟ ଗୋ ।୧।ବୁଝିଛ ଯାର ମରମ,କରିଛ ତାର କରମ ।କେ କେତେ ଅନୁସରଣ,କରିନେଲେ ବଡପଣ ଗୋ ।୨।ଏବେ କାହିଁକି ଏପରି,ଭାବ ମନେ ଅଛି ଧରି ।ତବ ରାଜ୍ୟ ନାରଖାର,କରେ ଏବେ ଦୁରାଚାର ଗୋ ।୩।ଦୁର୍ଭିକ୍ଷ ରାକ୍ଷସ ଆସି,ଦିଏ ଦୁଃଖୀଜନେ ଗ୍ରାସି ।କର ଗୋ ମାତ କରୁଣା,ଖାଇବୁ ଭାତ ପୁରୁଣା ଗୋ ।୪।ନାହିଁ ଏବେ ଛେଦ ଭେଦ,ତେଣୁ ଜନ୍ମିଲା କି ଖେଦ ।ପୂର୍ବରେ ଈଶାନ ବାବୁ,କରୁଥିଲେ କାର୍ଯ୍ୟ ସବୁ ଗୋ ।୫।ତବ ସୁଖଦୁଃଖମାନ,କରି ସଦା ଅନୁମାନ ।କ୍ଷୀରି ଖେଚଡି କରାଇ,ଦିଅନ୍ତି ମନ ମଜ୍ଜାଇ ଗୋ ।୬।ଥିଲେ ସେହି ବଡ ବୋଧା,ପକାଇ ଅସଂଖ୍ୟ ବୋଦା ।ହାଣ୍ଡି ହାଣ୍ଡି ତରକାରୀ,ପନ୍ତି ଭୋଜନରେ ସାରି ଗୋ ।୭।ରଖାଇ ଥିଲେ ଯେ ଟେକ,କାହଁ ଏବେ ସେ ବିବେକ ।ମୋର ଅନୁରୋଧ ସାଧ,ଛାଡିଦିଅ ମନୁ ବାଦ ଗୋ ।୮।ସାଧ୍ୟମତେ ଚେଷ୍ଟା କରି,ବୁଝାଇବି ଲୋକ ଧରି ।ଆମ୍ଭେ ତ ତୁମ୍ଭ କିଙ୍କର,ବାଦ ନୁହେଁ ଶୋଭାକର ଗୋ ।୯।ଯାଅ ମାତ ସବୁ ସହି,ଉଦାର ଭାବକୁ ବହି ।ଆମ୍ଭକୁ କରୁଣା ଊଣା,କଲେ ନିନ୍ଦା ଯିବ ଶୁଣା ଗୋ ।୧୦।