ଗହଳ ଚହଳ କଳ କୋଳାହଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୫
- ସ୍ଥିତି
- ସାର୍ବଜନୀନ (Public domain)
ଚାରିଦିଗେ ଶୁଭେ ବୋଲି,କାଳନିଦ୍ରା ତେଜି ଆଳସ୍ୟ ବରଜିଆସ ଆସ ଦ୍ୱାର ଖୋଲି ।ଅଛି ଇତିହାସ ଅଛି ବୁଦ୍ଧି ବଳଅଛି ଅତୀତ ବିଭବ,ଆଳସ୍ୟ ତେଜିଣ ଲଭି ଜ୍ଞାନ ଧର୍ମଫେରାଅ ପୂର୍ବ ଗୌରବ ।ପିତୃ ପିତାମହ ଅକ୍ଷୟ କୀରତିରଖି ଯାଇଛନ୍ତି ଚାଲି,ତାହାର ଉନ୍ନତି ନ କରିଣ କିପାଁଭଜୁଅଛ ନାମ ଖାଲି ?ଏହି ଦେଶେ ଜନ୍ମି କବିସୂର୍ଯ୍ୟ, ଭଞ୍ଜ,ଦୀନକୃଷ୍ଣ ଆଦି କବିଚିତ୍ର ଯାଇଛନ୍ତି ଉତ୍କଳ−ମାତାଙ୍କଆହା କି ବରେଣ୍ୟ ଛବି !ଏକାମ୍ରେ, କୋଣାର୍କେ ଚନ୍ଦ୍ରଭାଗାତୀର୍ଥେତବ ପିତୃପିତାମହ,ନୀଳାଚଳେ ଯେଉଁ କୀର୍ତ୍ତି ରଖିଛନ୍ତିଦିଏ ସେ ମନେ ବିସ୍ୱୟ ।ଏହି ଦେଶେ ଜନ୍ମି ମର୍କତକେଶରୀବାନ୍ଧିଲେ ପାଷାଣ ସେତୁ,ଯଯାତି, ଲଲାଟ ତୋଳି ମନ୍ଦିରାଦିଉଡ଼ାଇଲେ କୀର୍ତ୍ତି−କେତୁ ।ଏହି ଦେଶେ ଆସି ବୃଦ୍ଧି−ଶିଷ୍ୟଗଣଉଡ଼ାଇଲେ ସାମ୍ୟଧ୍ୱଜା,କନ୍ଦରେ କନ୍ଦରେ ଲେଖିଲେ ଆଦେଶଅଶୋକ ଧାର୍ମିକ ରାଜା ।ଧଉଳି−ଲଳିତ− ଅଳିତ−ଉଦୟଖଣ୍ଡଗିରି ଆଦି ଗିରିଅତୀତ ଗୌରବ ମୂକ ସାକ୍ଷୀ ରୂପେପ୍ରଚାରନ୍ତି ପୂର୍ବ ଶିରୀ ।ପଞ୍ଚ ସଖା ଆଦି କେତେ କେତେ ସାଧୁଜନମି ଏହି ଉତ୍କଳେତେଜି ଗୃହ, ଦ୍ୱାର, ରାଜ୍ୟ, ପରିବାରମାତିଥିଲେ ଦଳେ ଦଳେ ।କପିଳେନ୍ଦ୍ର ଦେବ, ଶ୍ରୀ ପୁରୁଷୋତ୍ତମ,ପ୍ରତାପରୁଦ୍ର ନୃପତିଟେକିଲେ ତ୍ରିବେଣୀ− କାଞ୍ଚୀ ସେତୁବନ୍ଧେ-ଗଉଡ଼େ, କର୍ଣ୍ଣାଟେ ଛତି ।ଅଛି ସେହି ଦେଶ ସେହି ଗିରି ନଦୀସେହି ବିଶାଳ ଗଗନ,ଘୋର−ଅବସାଦ− ଜଡ଼ିମା−ଜଡ଼ିତକିମ୍ପାଇଁ ଓଡ଼ିଶା−ମନ ।କିବା ଦ୍ୱେଷ ଘୃଣା କିମ୍ପା ହୀନ ହିଂସାକିମ୍ପା ତୁନି ତୁନି କଥା,କିମ୍ପା ବକ୍ରଦୃଷ୍ଟି କିମ୍ପା ଦ୍ୱେଷ−ବୃଷ୍ଟିଉଠାଅ ସଳଖେ ମଥା ।ସଂକୀର୍ଣ୍ଣତା ପଙ୍କେ କିମ୍ପା ଲଟପଟଆସ ସିଧା ରାଜପଥେ,କ୍ଷୁଦ୍ର ସୀମା ବାନ୍ଧି ଅଲଗା ଅଲଗାକିମ୍ପା ଭାଇ ଭାଇ ମଧ୍ୟେ !କୃପଭେକ ପ୍ରାୟ କ୍ଷୁଦ୍ର ଆଭିଜାତ୍ୟେକିମ୍ପା ଅଛ ବୁଡ଼ି ଭାଇ !ଉଦାର ଆକାଶ ପୁରତେ ବିରାଜେଦେଖ ଦେଖ ଊର୍ଦ୍ଧ୍ୱେ ଚାହିଁ ।ବିଶ୍ୱଯାନ୍ତ୍ରିକଦଳ କରି କୋଳାହଳବିଶ୍ୱ ଗୀତ ଉଚ୍ଚେ ଗାଇପାଉଛନ୍ତି ଆହା ଉନ୍ନତି−ପଥରେ,ଚାଲ ସାଥୀ ହେବା ଭାଇ ।ତେଜ କ୍ଷୁଦ୍ର ଦ୍ୱେଷ ଲିଭା ହିଂସାନଳଭୁଲି ନୀଚ ଅଭିମାନ,ଭାଇ ଭାଇ ହୋଇ ହାତ ଧରାଧରିକରି ମହା−ଅଭିଯାନ ।ଉତ୍କଳ−ଦୁଆରେ ଶୁଭୁଛି ଶବଦଶୁଣ ଶୁଣ ଡ଼େରି କର୍ଣ୍ଣ,ନିଖିଳ ଜଗତ ପଠାଇ ଅଛନ୍ତିମହାଦରେ ନିମନ୍ତ୍ରଣ ।ନବୀନ ଶତାଦ୍ଦୀ ନବନିମନ୍ତ୍ରଣଆଣିଛି ଉତ୍କଳ ପାଇଁ,ଜଗତ−ଆହ୍ୱାନ ଶୁଭଇ ଦୁଆରେଉଠ ନିଦ୍ରା ତେଜି ଭାଇ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ