ଏକାମ୍ରକାନନ (ଭୁବନେଶ୍ୱର)
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୩
- ସ୍ଥିତି
- ସାର୍ବଜନୀନ (Public domain)
(୧)ଏହି କି ଭୁବନେଶ୍ୱର ଭୁବନ-ବିଦିତଏକାମ୍ରକାନନ-ତୀର୍ଥ ପୁରାଣ-କୀର୍ତ୍ତିତ?ଦେବପ୍ରିୟ ପ୍ରିୟଦର୍ଶୀ ଅଶୋକ-ବନ୍ଦିତାବୌଦ୍ଧଧର୍ମ ରଙ୍ଗଭୂମି, ଉଲ୍ଲାସେ ଉଥିତାସମୁଦ୍ର-ମନ୍ଥନେ ଯଥା ଇନ୍ଦିରା ସୁନ୍ଦରୀ,ଏହି କି ସେ ମହାପୁଣ୍ୟମୟୀ ତୀର୍ଥେଶ୍ୱରୀ ?ମର୍ତ୍ତ୍ୟଧାମେ ବୈଜୟନ୍ତସମ ବିରାଜିତଏହି କି ସେ ରାଜଧାନୀ ରାଜଶ୍ରୀମଣ୍ଡିତବିପୁଳ ଗୌରବମୟ କେଶରୀ ବଂଶର,ବିକ୍ରମ ବିଭବ ବୀର୍ଯ୍ୟ ବିଳାସେ ଭାସ୍ୱରରୂପଋଦ୍ଧି ପରିପୂର୍ଣ୍ଣ ଶିଳ୍ପ-ରତ୍ନାକର,ଲଲାଟେନ୍ଦୁ-ରାଜଧାନୀ ପବିତ୍ର ସୁନ୍ଦର ?ମୟ-ବିରଚିତେ ମାୟା-ନଗରୀ-ସମାନଏହି ସେ ଉତ୍କଳର ଗୌରବ-ନିଧାନ ।ଏକାମ୍ରକାନନ (ଭୁବନେଶ୍ୱର)(୨)ଆଜି ଏହି ଖଣ୍ଡଗିରି ଶିଖରେ ନିର୍ଜନେଦେଖଇ ମୁଁ କଳ୍ପନାର ବିମୁଗ୍ଧ ନୟନେ ,ଦିଗନ୍ତ-ବିସ୍ତାରି ସେହି ଏକାମ୍ରକାନନ,ଯୁଗଯୁଗାନ୍ତର ସ୍ମୃତି-ଜଡ଼ିତ ଭୁବନ,ସ୍ୱର୍ଗ ପାରିଜାତ ପ୍ରାୟେ ଅମଳ ଉଦାର,ଧର୍ମେ ପ୍ରେମେ କର୍ମେ ଭାବେ ସଜ୍ଜୀବସ ସାର,ତପସ୍ୟା-ଗମ୍ଭୀର ଗୁମ୍ଫା-ଗୁମ୍ପିତ ଭୂଧର,ପ୍ରଶାନ୍ତ ସମାଧିକ୍ଷେତ୍ର ଯୋଗୀ ଜନକଙ୍କର,ନରଶ୍ଚୁମୀ ଶତଶତ ତୁଙ୍ଗ ଦେବାଳୟମହାପୁଣ୍ୟ-ମହିମାରେ ଶୁଭ୍ର ତେଜୋମୟ,ତଥିମଧ୍ୟେ ରାଜଧାନୀ କ୍ଷତ୍ତ୍ର ମହିମାର,ଉତ୍ସବ-ଉଲ୍ଲାସେ ପୂର୍ଣ୍ଣ ପ୍ରଜା-ପରିବାରକି ଉଦାର କି ମନୋଜ୍ଞ ପୁରାଣ ମହିମାପ୍ରକାଶେ କଳ୍ପନା ଆଜି କି ପୂଣ୍ୟ ପ୍ରତିମାଏକାମ୍ରକାନନ (ଭୁବନେଶ୍ୱର)(୩)ହେ କଳ୍ପନେ, କେତେକ୍ଷଣ ସେ ପୂର୍ବ ଗୌରବ,ଦେଖଇବୁ ସେ ସୁଷମା, ସେ ତେଜ ବିଭବ ?କ୍ଷଣକେ ଗଲାଣି ଅପସରି ତୋ କୁହକ,କି ଦେଖଇଁ ନ ପଡୁଣୁ ନୟନ-ପଲକ ?ସମ୍ମୁଖରେ ଧ୍ୱଂସ ସ୍ତୁପ, ଭଗ୍ନ ଦେବାଳୟ ;ମାନବ-କୀର୍ତ୍ତିର ଆହା କି ଘୋର ପ୍ରଳୟଜୀର୍ଣ୍ଣ ସୌଧାରଣ୍ୟ ତରୁ-ଗୁଳ୍ମ-ବିଜଡ଼ିତ,ନର ନାରୀ, କ୍ଷୁଦ୍ର-ନୀଚ-ସ୍ୱାର୍ଥ-କଳୁଷିତ ।ଚୌଦିଗେ ସମସ୍ତ ଆହା ମ୍ଳାନ ମ୍ରିୟମାଣଦେଖଇଁ କେବଳ ପୂର୍ବ ସୁଷମା-ଶ୍ମଶାନ ।ଏ ପ୍ରଳୟ କାଣ ମଧ୍ୟେ ହେ ଏକାମ୍ରବନବିଷାଦସାଗରେ ମୋର ପରାଣ ମଗନ,ମାଗଇ କାତରେ ବିଭୁ-ପାଦ-ପଦ୍ମତଳେ,ହେ ଭୂମା ଭୁବନେଶ୍ୱର ଉଦ୍ଧାର ଉତ୍କଳେ ।”
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ