ଏକାମ୍ର କାନନ *
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୮
- ସ୍ଥିତି
- ସାର୍ବଜନୀନ (Public domain)
ଦୂରେ ଖଡ଼ିଶୈଳ ସମ ଦେବାଳୟ ଶିରେଉଡ଼େ ଧ୍ୱଜା, ଶୁଭେ ବାଜା କୁଳିଶ ଗମ୍ଭୀରେନିର୍ଘୋଷି ଜଗତ ଜନେ–‘‘ମର୍ତ୍ତ୍ୟ ପରବାସୀହେ ମାନବ, ହେ ଅନନ୍ତ-ଜୀବନ-ପ୍ରୟାସି !ମାୟା ଅନ୍ଧକାର ତଳେ, ବାଧା ଋଜୁପଥେ,ତୁମରି ପଡ଼ୋଶୀ ଯେବେ ତୁମରି ଅଗ୍ରତେମାଗଇ କରୁଣା ଭିକ୍ଷା, ତୋଳି ବୁକେ ତା’ରେକର ଅଶ୍ରୁସିକ୍ତ ଧୀରେ ତା କ୍ଳାନ୍ତ କପୋଳେ !ତା’ ନୟନେ ନେତ୍ର ନିହି, ପରଶି ତା ଶିରବାରେ ଦେଖ, ଥରେ ହେଲେ ଶୁଣାଅଟି ଗିର ।ଶିଥିଳ ପଲକେ ତା’ର ଜାଳି ଜ୍ୟୋତିଶିଖାଦିଅ ତା’ରେ ଜୀବନର ଅବ୍ୟର୍ଥ ପରୀକ୍ଷା ।ଧୂଳିରୁ ଉଠାଇ ଶିରେ ତୋଳ ପୁଣି ତୋଳ,ଯିବ ତୁଟି ଧରଣୀର ଦୁଃଖ ତାପ ରୋଳ !’’ଏ ମନ୍ଦିରମୟ ମହା ଶ୍ମଶାନ-ମନ୍ଦିରେପ୍ରେତ ସମ ଯାତ୍ରୀ କିଏ ଚାଲେ ଧୀରେ ଧୀରେ–ମୁକୁଳିତ କେଶଗୁଚ୍ଛ, ନେତ୍ରୁ ବହେ ଧାର,ଅସ୍ତବ୍ୟସ୍ତ ଜୀବନର ସକଳ ସମ୍ଭାର ।ମୋହନ ସପନ ଯେତେ ଯଉବନ ସମ–ବୁଝି ନ ପାରଇ ବାଳା ରହସ୍ୟ ନିଗମ ।ହାତେ ପୋଛି ଲୁହଧାର, ଆର ହାତେ ଟାଣେଏ ମନ୍ଦିର ବଡ଼ଦାଣ୍ଡେ ପ୍ରାଣ ପ୍ରିୟତମେ !ଅପରର ତନୁ ମନ କାମନା ନିକରକରିଥିଲା ପରା ବାଳା ଦିନେ ଆପଣାର !ଆନ ବୁକୁତଳେ ସ୍ୱପ୍ନ ଦେଖି ଦେଖି କେତେ,ଦୂରେ ଚାଲିଥିଲା ପରା ପ୍ରେମ-ସିନ୍ଧୁ-ପଥେ ?ସକଳ ସୁମରି ଆଜି ଚାଲେ ବାଳା ଚାଲେ,ଯାଇଛି ତା ପ୍ରିୟତମ ଭବ ପରପାରେ !ଦୁଇପାଶେ ଏ କି ପୁଣି ବସି ଧାଡ଼ି ଧାଡ଼ିପାଷାଣ ମୂରତି ସମ ନରତନୁଧାରୀ–ଏ ଯେତେ ବଧିର ଅବା ନ ଶୁଣନ୍ତି କାନେ,ମନ୍ଦିର ବାଜଣା ନାଦେ ! ପାସୋରି ଧରମେଦେବ-ଅରଚନେ ରତ ମାନବସକଳ !ଏ ମାନବ-ସେବାପୂଜା ଦେବ ମହେଶ୍ୱରକରନ୍ତି ଗ୍ରହଣ ସତେ ?ଶିଳା ଖଣ୍ଡ ପ୍ରାୟେସ୍ନେହ-ଦୟା-ପ୍ରୀତିଶୂନ୍ୟ ନିର୍ମ୍ମମ ହୃଦୟେଦେଖନ୍ତି ଏ ଭୀମ ଦୃଶ୍ୟ ! ସାହାସାଥିହୀନତରୁଣୀ ନିଅଇ ଟାଣି ପ୍ରାଣ ପ୍ରିୟତମ–ଶବଦେହ । ତା’ ରୋଦନ, ତାର ଦୀର୍ଘଶ୍ୱାସଆଣିପାରେ ସିନା ଏହି ଶିଳାଦେହେ ପ୍ରାସ !ଏ ମାନବ-ଶିଳା ବୁକୁ ତଳେ ତଳେ ଝରେସତେ ସ୍ୱାର୍ଥ ହଳାହଳ ମାଡ଼ି ଦୁଇ କୂଳେ !ପାଷାଣ ମନ୍ଦିର ଆରେ ! ପଡ଼ ଢଳି ତଳେ,ଚୁମ୍ବୁ ଏ କପୋଳ ଧ୍ୱଜା ଭ୍ରମି ଅବହେଳେ !ଧୂଳି ସମ ଯାଉ ମିଶି ଏ ପାଷାଣ ଶିରୀ,ନ ଜାଣନ୍ତୁ କେହି ଏଥି ଥିଲା ଦେବସ୍ଥଳୀ !ଦେବତା ମନ୍ଦିର ପରା ହୃଦ ଅନ୍ତଃସ୍ଥଳ,ଆଉ କି ମନ୍ଦିର ପୁଣି ଲୋଡ଼ା ମାନବର ?ଏ ମନ୍ଦିର ନାମେ ବଳି ଦେଇ ହୃଦ ଧର୍ମେବୁଝାଇ ମାନବ ଏଥି ନିବିଡ଼ ନିର୍ମମେଆନ ପ୍ରାଣ ବ୍ୟଥା ପ୍ରୀତି । କିପାଁ ତେବେ କହ,ଏ ମନ୍ଦିର ଆଣଇ କି ମୁକ୍ତି ଦୟାମୟ !ଏ ମନ୍ଦିର ଛାଇତଳେ ଫୁଟେ କି ଜୀବନ–ଜୀବନ ଶାଶ୍ୱତ ଛନ୍ଦ, ମୁକତି ସପନ ?ନାହିଁ ଯେବେ, ତେବେ କିପାଁ ତୋଳ ଉଚ୍ଚେ ଶିର,ହେ ମନ୍ଦିର, ମୁକ୍ତିପଥ ଖୋଲ ମୋର ଖୋଲ !
ଏକାମ୍ରକାନନେ–ଭୁବନେଶ୍ୱର ଦେଉଳରେ ବାଜା ବଜାଉଥିବା ଲୋକର ମୃତ୍ୟୁ ହେଲା । ତା’ ମଡ଼ାକୁ କୌଣସି ଲୋକ କାଢ଼ିବାକୁ ରାଜି ହେଲେନାହିଁ । ଶେଷରେ ତାର ସ୍ତ୍ରୀ ଖଣ୍ଡିଏ ଛୋଟିଆ ଚକଲଗା ଶଗଡ଼ କରି, ସ୍ୱାମୀର ଶବକୁ ସେଥିରେ ଶୁଆଇ ବଡ଼ଦାଣ୍ଡରେ କାନ୍ଦି କାନ୍ଦି ନିଜେ ଭିଡ଼ି ଭିଡ଼ି ନେଇ ଦୂରରେ ଫିଙ୍ଗିଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ