ଏକାକୀ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୦
- ସ୍ଥିତି
- ସାର୍ବଜନୀନ (Public domain)
ବଢ଼ ବେନି ତରୁ, ପରାଣ ପୁଲକେଖରା ବରଷାରେ ରହି,ଏ ମହୀମଣ୍ଡଳ ତରୁ ଲତା ମେଳେଶ୍ୟାମଳ ସମ୍ପଦ ବହି ।ମଳା ପାଣିଟିକ ପିଉଥାଅ ସୁଖେ,ଧୀରେ ସମୀରଣେ ଖେଳି,ଦିନେ ଏ ଭୁବନ ଅନନ୍ତ ବିପିନେକରିବ ସୋହାଗ କେଳି ।ଏ ସୁଖେ ଆହା ସେ ଭାଗୀ ହୋଇଥାନ୍ତା,ଭୁଞ୍ଜି ଏ ସରଗ-ନିଧି,ଶୀତଳ ମଳୟେ ଯାଉଥାନ୍ତା ଢଳିବାମ ଯାହା ହେଲା ବିଧି ।କେତେ ଯେ ଆଦରେ ଲୋଡ଼ି, ବନ୍ଧୁ, ମୋରେଦେଖାଅ ମୋହିନି ଶିରୀ,ଗୋଟି ଗୋଟି ହୋଇ ତିନି ପାଦପ ସେମେଳେ କରୁଥାନ୍ତି କେଳି ।ଗୋଟିକର ଆହା ସେ ସୁଧା ଆସନଶୁନ୍ୟ ଯେ ହୋଇଛି ଆଜି,ଜଳ ସ୍ଥଳ ନଭ ଅନନ୍ତ ଜଗତେକାହିଁ ସେ ନ ମିଳେ ଖୋଜି ।କି ମଧୁ ମେଳାପେ ରହି ଅବିରତେଏଥି ତିନି ସହଚର,ବାଳୁତ ବୟସେ, ଏକ ଆନ ସାଥେ,ଛନ୍ଦାଛନ୍ଦି ହେଲେ କର ।ସେ ସୁଧା ବୟସୁ ପଲକ ମାତରଫେରି କି ଆସିବ ଆଉ ?ଏ ସୁଖ ସଙ୍ଗ ଯେ ତେଜିଗଲା ଏକତାକୁ କେ ପାଇବ କାହୁଁ ?ତୁମେ ବେନି ଏବେ ବଢ଼ିବ ନିକରଏକ ଆନ ପାଶେ ରହି,ଜଗତ ଅକ୍ଷୟ ଶିରୀ ସଉରଭଅଙ୍ଗ ଲତିକାରେ ବହି ।ଜୀବନେ ବେନି ସେ ବିଚ୍ଛେଦ ଭାବନାନିତି କି ନହେବ ଭାଳି, -ସେ ଯାଉଁ ତରୁଟି ତେଜି ଏ ମେଳାପଗଲା କେଉଁ ଦେଶେ ଚାଲି ।ସେ ଦୂର ରାଇଜେ ଏକାକୀ ସଖା ସେଅନନ୍ତ ବିଶ୍ୱ ବିତାନେ,ଆପଣା ବିଜନ ସ୍ଥିତି ଢାଳି ଦେଇରହିଥିବ ଅନୁକ୍ଷଣେ ।ଦୂରେ ପାଶେ କିବା ଅଛଇ ଅନ୍ତରଜଗତେ ଯେ ଯାର କିଣା ?ପରାଣେ ପରାଣ ସେନେହ ପୀରତିହୁଦେ ହୃଦ ବନ୍ଧା ସିନା ।ଏଥିପାଇଁ କିପା ଭାବନା, ବନ୍ଧୁ ହେ,ଏ ବୃଥା ନୟନ-ଧାରା ?ତୁମର ସମ୍ପଦେ ପୁରି ଯେ ରହିଛିଜଳ ସ୍ଥଳ ବିଶ୍ୱସାରା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର