ଏ ଜୀବନ ଏ ଭବନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସଙ୍ଗୀତମାଳା
- ପଢ଼ିବା ସମୟ
- ୧୦ ମିନିଟ୍
- ଶବ୍ଦ
- ୧୬୦୭
- ସ୍ଥିତି
- ସାର୍ବଜନୀନ (Public domain)
ପାଦେ କଲି ସମର୍ପଣସୁମତି ଦିଅ ହେ ନାଥଏହି ଦୀନ ପରିବାରେ ।
(୬୦)
(ମୁଲତାନ–ଆଡ଼ାଠେକା)ଆସ ଆସ ମହାଶକ୍ତିତୁମ୍ଭେ ଦୁର୍ବଳର ବଳମାଗଇ ଶରଣ ଦୁଃଖୀଆହେ ଅନାଥବତ୍ସଳ ।ଅଧମ ଦୁର୍ବଳ ଜନେରଖ ପ୍ରଭୁ ଶ୍ରୀଚରଣେଦୀପ୍ତ କର ପ୍ରାଣେ ତାରପୂଣ୍ୟ ତେଜ ସୁବିମଳ ।ଏ ହୃଦୟ ଦିବାରାତିଗାଉ ହେ ଆନନ୍ଦେ ମାତିତୁମ୍ଭ ଜ୍ଞାନ-ପ୍ରେମାଲୋକେଅନ୍ତର ହେଉ ଉଜ୍ଜ୍ୱଳ ।
(୬୧)
(କାମୋଦୀ–ଏକତାଳୀ)ଭରସା ଏକମାତ୍ର ଶ୍ରୀପଦ ହେ,ପରମପିତା ଶୁଭବରଦ ହେ ।ଛାଡ଼ି ଚରଣାଶ୍ରୟ ଭ୍ରମି ସଂକଟମୟଭବେ ହରାଇ ସର୍ବ ସମ୍ପଦ ହେ,ଆସିଅଛି ଲେଉଟି ପାପ-ପଙ୍କରୁ ଉଠିବିନାଶ ବିଭୁ ସର୍ବ ବିପଦ ହେ ।ପାପ-କୁହୁକେ ପଡ଼ି ମୋହ-ଜାଲରେ ଜଡ଼ିଆଦରିଥିଲି ତୁମ୍ଭ ବିଚ୍ଛେଦ ହେ,ଏବେ ଯନ୍ତ୍ରଣା ଘୋର ବିନାଶି ଧୈର୍ଯ୍ୟ ମୋରଅଥୟ କରୁଅଛି ଏ ହୃଦ ହେ ।ଆସିଛି ଯେଣୁ ଧାଇଁ ରଖ ହେ ପ୍ରାଣସାଇଁଅନାଥ ଜନେ ହରି ଶୁଭଦ ହେ,ଗଲେ ଏ ପ୍ରାଣ ଯାଉ ଛାଡ଼ିବି ନାହିଁ ଆଉତୁମ୍ଭେ ମୋହର ସର୍ବ-ସମ୍ପଦ ହେ ।
(୬୨)
(ତୋଡ଼ିପରଜ–ଆଡ଼ତାଳୀ)ଶୁଭବିଧାତା ହେ, କର ହେ ଶୁଭ ବିଧାନ;ଆଜି ଶୁଭକ୍ଷଣେ ତୁମ୍ଭ ଶ୍ରୀଚରଣେଏ ଅନାଥେ ଦିଅ ସ୍ଥାନ ॥
ବର୍ଷ ଗଲା ଚାଲି ବୃଥା ଭାଳି ଭାଳିକରି ନାନା ପାପମାନ,ନବ ବର୍ଷ ଆଜି ଆସିଅଛି, ପଦେଦିଅ ମୋତେ ନବ ପ୍ରାଣ ।ପାପେ ତାପେ ପ୍ରଭୁ ଏ ହୃଦୟଦେଶବିକଟାଳ ଶମଶାନ,ନିରାଶ୍ୱାସ ହୋଇ ଡାକୁଅଛି ମୁହିଁଆସ ଆଶାର ନିଦାନ ।ଶ୍ରୀପଦ ପରଶେ କ୍ଷଣକେ ହୃଦୟେଦୁଃଖ ହେବ ଅବସାନ;ପୁଣ୍ୟ ନିର୍ଝରିଣୀ ହେବ ପ୍ରବାହିତଶୀତଳ ହୋଇବ ପ୍ରାଣ ।ତବ ଆଶୀର୍ବାଦେ ହେବ ନବୀଭୂତଏ ହୃଦୟ ମ୍ରିୟମାଣ,ପ୍ରେମାନନ୍ଦେ ମାତି ଭକ୍ତ ଦଳ ସଙ୍ଗେକରିବି ହେ ନାମଗାନ ।ଜୀବନ ସମର୍ପି ତବ ପାଦତଳେକରିବି ଅମୃତ ପାନ,ଦେଲ ଆଶା ଯଦି କୃପା କରି ତାହାପୂର୍ଣ୍ଣ କର ଭଗବାନ ।
(୬୩)
ଭିକ୍ଷା ମାଗଇ ଚରଣେ,ଦୀକ୍ଷା ଦିଅ ଜ୍ଞାନଦାତା ମହାପ୍ରଭୁ ଏ ମୂଢ଼ଜନେ ।ମୋହ ଘନ ଅନ୍ଧକାରେ ବେଷ୍ଟିତ ମୁହିଁ ସଂସାରେଭୟେ ବିକମ୍ପିତ ପ୍ରାଣ ରିପୁ ଗର୍ଜନେ;ଏକାକୀ ଯିବି ହେ କାହିଁ ଏ ଘୋର ବନେଆସ ଆସ ଆସ ଆସ ମହାପ୍ରଭୁ ରଖ ଏ ଅକିଞ୍ଚନେ ।କେତେ କେତେ ବର୍ଷ ହରି ଗମଲି ଦୁଶ୍ଚିନ୍ତା କରିନ ଚିନ୍ତିଲି କାହୁଁ ଆସିଅଛି ଭୁବନେ;କାହିଁ ସେ ସ୍ୱଦେଶ ମୋର ନ ଭାଳେ ମନେ,ଦେଖାଅ ଦେଖାଅ ପଥ ମହାପ୍ରଭୁ ଦେଇ ଜ୍ୟୋତି ଲୋଚନେ ।ଶ୍ରୀଚରଣ ଛାୟାତଳେ ବସାଇ ନିତ୍ୟ ବିରଳେତୁମ୍ଭ ପୁଣ୍ୟ ଶାନ୍ତିଜଳ ସିଞ୍ଚ ଜୀବନେ,ସତ୍ୟ ଜ୍ଞାନ ଦୀକ୍ଷା ଏବେ ଦିଅ ଏ ମନେ;ତାର ତାର ଜଗଦୀଶ ମହାପ୍ରଭୁ ମୂଢ ଅନାଥ ଜନେ ।
(୬୪)
(ଶଙ୍କରାଭରଣ ଆଠତାଳୀ)ପାପର ଜ୍ୱାଳା କେତେ ସହିବି ହେ,କା ଆଗେ ଦୁଃଖ ମୋର କହିବି ହେ ।ରିପୁର ନିର୍ଯ୍ୟାତନ ପାପ ତାପ ଦହନପ୍ରାଣେ ଅନର୍ଥ କେତେ ବହିବି ହେ ।ଯାଉଛି ଦିନ ସରି କହ କେମନ୍ତେ ହରିଏ ପାପ-ପଶୁଁ ମୁକ୍ତ ହୋଇବି ହେ ।କଳଙ୍କ ରେଖାମୟ ଦେଖ ହେ ଏ ହୃଦୟଆଜି ଶ୍ରୀପଦ ତୀର୍ଥେ ଧୋଇବି ହେ ।ଲଭିବି ଶୁଭ୍ର ପ୍ରାଣ ହେବ ଜ୍ୱାଳା ନିର୍ବାଣଶ୍ରୀପଦ ଛାୟାତଳେ ରହିବି ହେ ।
(୬୫)
(ପଞ୍ଚମବରାଡ଼ୀ–ତ୍ରିପଟା)ଧନ୍ୟ ହେ ମଙ୍ଗଳମୟ, ନିଖିଳଭୁବନାଶ୍ରୟଭକତର ବାଞ୍ଛାକଳ୍ପତରୁ,ପ୍ରେମାନନ୍ଦ ସୁଧାଝର ଝରୁଅଛି ନିରନ୍ତରତୁମ୍ଭ ଶ୍ରୀଚରଣକମଳରୁ ହେ ମହାପ୍ରଭୁ ।ଅନାଥଶରଣ ପିତା ମାତାଅଗତି ଜନର ପରିତ୍ରାତା,ସଂସାର-ଜଳଧି ସେତୁ, ପୁଣ୍ୟ ଶାନ୍ତି ଭକ୍ତି ହେତୁଏକା ତୁମ୍ଭେ ସର୍ବସୁଖଦାତା ହେ ମହାପ୍ରଭୁ ।ଜାଣିଛି ତୁମ୍ଭେ ମୋହର ଅଟ ହେ ହୃଦୟେଶ୍ୱରଆସ ଆସ ଏ ହୃଦେ ବହନ;ଚଞ୍ଚଳବାସନାଦଳ ରିପୁବର୍ଗ କୋଳାହଳଏ ହୃଦରୁ କରୁ ପଳାୟନ ହେ ମହାପ୍ରଭୁ;ସର୍ବ ପାପ ସନ୍ତାପ ହରଣଅଟେ ତବ ଅଭୟ ଚରଣଆନନ୍ଦେ ହୃଦ-କୁଟୀରେ ନୀରବେ ନୟନନୀରେଏକାନ୍ତେ ପୂଜିବି ଅନୁକ୍ଷଣ ହେ ମହାପ୍ରଭୁ ।ପଦତଳେ ବସିବାର କେଡ଼େ ବଡ଼ ଅଧିକାରଦେଇଛ ଏ ଦୀନହୀନ କୀଟେ;ନିମିଷେ ବସନ୍ତେ ତହିଁ ଭୂଷିତ ଦିଶଇ ମୁହିଁଜ୍ୟୋତିର୍ମୟ ଅମର କିରୀଟେ ହେ ମହାପ୍ରଭୁ;ଫୁଟଇ ମୋ ମନ-ଶତଦଳପୂରେ ପ୍ରାଣେ ପୁଣ୍ୟ ପରିମଳ,ଅନାଇଲେ ତୁମ୍ଭ ମୁଖେ ହୁଏ ହୃଦ ସ୍ୱର୍ଗସୁଖେବିଷ୍ପାରତ ପ୍ରସନ୍ନ ବିମଳ ହେ ମହାପ୍ରଭୁ ।
(୬୬)
(ବଙ୍ଗଳା ସଙ୍ଗୀତର ଅନୁବାଦ)(ଲଳିତ–ଯତ୍)ଦେ ମା’ ଭକ୍ତିଭାବ ଏ ଜୀବନେଅବିଶ୍ୱାସ ନାଶ ମା’ ବହନେ ।ପବିତ୍ର ଭକ୍ତି ନୟନେ ଦେଖିବି ମା’ ପ୍ରେମାନନେପ୍ରେମାନନ୍ଦ ଭୁଞ୍ଜିବି ଗୋପନେ,ଭକ୍ତଦଳେ ମିଶି ପୂଜିବି ଚରଣେ ।ଭକତ ଶ୍ରବଣେ ନାମ ଶୁଣି ହେବି ଶୁଦ୍ଧକାମତବ ବାଣୀ ଶୁଣିବି ଶ୍ରବଣେ,କରୁଣା କର ମା’ ଏ ଅଧମ ଜନେ ।ଦେ ମା’ ଭକ୍ତର ବାସନ ଦେ ମା’ ଏ ଅଧମ ଜନେ ।ଭକ୍ତ ସଙ୍ଗେ ତୋ ଗୁଣ କୀର୍ତ୍ତନେ,ଯାଉ ମୋ ଦିନ ଶ୍ରୀପଦସେବନ ।ଦେ ମା’ ଭକ୍ତର ବିଶ୍ୱାସ ଦେ ମା’ ଭକ୍ତର ପ୍ରୟାସଭକ୍ତର ଚେତନା ଦେ ମା’ ମନେ,ମୋର ସବୁ ଆଶା ଅଭୟ ଚରଣେ ।
(୬୭)
(କାମୋଦୀ–ଆଦିତାଳ)ତୋ ସନ୍ତାନ ମୁହଁ ମା’ ଗୋ କାହାକୁ ମୁଁ ଡରିବି,ଭୟ ଶଙ୍କା ଆସିଲେ ମା ତୋ ଶ୍ରୀହସ୍ତ ଧରିବି ॥
ବେଢ଼ିଲେ ମା’ ରିପୁଗଣ ତୋର ନାମ ସୁଦର୍ଶନଘେନି ସେ ଅରାରିବଳ ନିମିଷେ ସଂହାରିବି ।ମରଣର ବିଭୀଷିକା ନାଶିବୁ ତୁ ଅମ୍ବିକାପଦତରୀ ଅବଲମ୍ବି ଭବସିନ୍ଧୁ ତରିବି ।
(୬୮)
ଦିନ ମୋର ଗଲା ଚାଲିପ୍ରଭୁ ବୃଥା ଭାଳି ଭାଳି;ଏ ହୃଦ ତିମିରମୟଦିଅ ପ୍ରେମେଜ୍ୟୋତି ଜାଳି ।ଶୂନ୍ୟପ୍ରାଣ ମୁଁ ଅନାଥ,ଦେଖ ହେ ବ୍ରହ୍ମାଣ୍ଡନାଥ,ଅକୃତୀ ଅଧମ ହୃଦେଦିଅ ବ୍ରହ୍ମତେଜ ଢାଳି ।ଆସିବ ଶ୍ରୀପଦ ପାଶେବସିଥିଲି ଏହି ଆଶେକିନ୍ତୁ ଏ ବିଡ଼ମ୍ବନାଦେଇଅଛି ଯୁଗ ଟାଳି ।କଳା କେଶ ହେଲା ଧଳାମୃତ୍ୟୁ ଧରିଅଛି ଗଳାତଥାପି ମୁଁ ନ ଲୋଡ଼ିଲିତବ ଶ୍ରୀପଦ ସଙ୍ଖାଳି ।ଯା ହେବାର ତ ହେଲାଣିଶୁଣାଅ ଅଭୟବାଣୀବାଜୁ ଏ ନିରାଶ ପ୍ରାଣେତୁମ୍ଭରି ଜୟ-କାହାଳି ।
(୬୯)
ହରି ଅଧମ-ଉଦ୍ଧାରକାରୀ ହେ,ମୋତେ ରଖ ପାପରୁ ଉଦ୍ଧାରି ହେ ।ଆଉ କାହା ଆଗେ କହିବି ମୋ ଦୁଃଖକେ ଶୁଣିବ ମୋ ଗୁହାରି ହେ ।କେ ନାହିଁ ମୋର ନିଖିଳ ସଂସାରେତୁମ୍ଭ ବିନା ଦୁଃଖହାରୀ ହେ ।ଭାସୁଛି ବିକଳେ ସଂସାର-ସମୁଦ୍ରେସେ ସମୁଦ୍ର କର ପାରି ହେ ।
(୭୦)
(ବଙ୍ଗଳା ସଙ୍ଗୀତର ଅନୁବାଦ)ଦଶା କି ହେବ ମୋହରି,ଯଦି ମୁଁ ପାତକୀ ବୋଲି ତେଜିବ ହେ ପ୍ରାଣଈଶ୍ୱର ।ପାପେ ଦହୁଛି ଏ ପ୍ରାଣ କର ମୋତେ ଶାନ୍ତିଦାନକରୁଣାନିଧାନ ପ୍ରଭୁ ଶାନ୍ତିସାଗର,ସହି ନ ପାରେ ଜ୍ୱାଳା ଅତି କାତର;ଅନାଥଶରଣ ପ୍ରଭୁ ଦୀନଜନେକରୁଣା କର ।ତୁମ୍ଭ ହସ୍ତେ ଏ ଜୀବନ କରୁଅଛି ସମର୍ପଣରଖ ଅବା ମାର ପ୍ରଭୁ ହେ ପରାତ୍ପର;କାହା ପାଶେ ଜଣାଇବି ଦୁଃଖ ମୋହର;ଶୂନ୍ୟ ଦିଶେ ତ୍ରିଭୁବନ ବିକଳ ଏ ଦୁଃଖୀ-ଅନ୍ତର ।ବିଚାରକୁ ଆସେ ଯାହା ଦିଅ ଦଣ୍ଡ ପ୍ରାଣନାହାଖଣ୍ଡ ଖଣ୍ଡ କର ପ୍ରଭୃ ପାପୀ ଅନ୍ତର;ଏ ମହାପାତକୀ ମଲେ ହସ୍ତେ ତୁମ୍ଭରଲଭିବ ହେ ନବ ପ୍ରାଣ ମହାପ୍ରଭୁ କୃପାସାଗର ।
(୭୧)
(କାମୋଦୀ–ଆଠତାଳୀ)ପାର୍ଥନା ପ୍ରଭୁ ଚରଣେ ତବଲାଗିଥାଉ ପ୍ରାଣେ ତୁମ୍ଭ ଉତ୍ସବ ।ବସାଇ ଅଭୟ ଚରଣ-ପୋତେଭସାଅ ହେ ତୁମ୍ଭ ଆନନ୍ଦସ୍ରୋତେ ।ବିଶ୍ୱଜୟୀ ତୁମ୍ଭ ଜୟ-ନିଶାଣଦରଶନେ ମୁଗଧ୍ ହେଉ ମୋ ପ୍ରାଣ ।ଅନନ୍ତ ଗୌରବ ମହିମା ତବଘୋଷୁ ପ୍ରାଣ ନିତ୍ୟ ଦୀନବାନ୍ଧବ ।ଅମୃତ ଉତ୍ସବ ନିଧାନକାରୀଢାଳ ହୃଦେ ପୁଣ୍ୟ ଅମୃତ ବାରି ।
(୭୨)
ଦୁଃଖେ କାନ୍ଦଇ ଧରଣୀ,ଦୁଃଖଭାର ହର ତାର ଦୟାମୟୀ ବିଶ୍ୱଜନନୀ ।ଦେଖ କୋଟି କୋଟି ଲୋକେ ଦାରିଦ୍ର୍ୟ ସନ୍ତାପ ଶୋକେରହିଛନ୍ତି ଅବସନ୍ନ ଦିବା-ରଜନୀ,ଜୀବନ ବିଷମଭାର, ଦିବସ ଗଣି,ସେ ଦୁଃଖ ଦାରିଦ୍ର୍ୟ ଶୋକ ହର ମା’ ଗୋ ଦୁଃଖନାଶିନୀ ।ଅବିଦ୍ୟାର ଅନ୍ଧକାରେ ସଂସାର-ମୃଗତୃଷ୍ଣାରେବୁଲୁଛନ୍ତି ଶତ ଶତ ବିଷୟୀ ଧନୀଅନିତ୍ୟ କ୍ଷଣ ଭୁଙ୍ଗୁରେ ଶାଶ୍ୱତ ମଣି;ନାଶି ସର୍ବ ମୋହ ଭ୍ରାନ୍ତି ଉଦ୍ଧାର ମା’ ବିଶ୍ୱପାବନୀ ।
(୭୩)
ଘନ ଗମ୍ଭୀର ଏହିଘନୋଦୟ ମାସେ,ଗାଆରେ ସଘନେ ଆଜିସେ ମହା ମହେଶେ ।ଏହି ପଞ୍ଚବିଂଶ ଅବ୍ଦଯେଉଁ ବ୍ରହ୍ମନାମ ଶବ୍ଦଘୋଷିଅଛ କ୍ଷୀଣସ୍ୱରେଏ ଉତ୍କଳ ଦେଶେ;ସେ ନାମର ଜୟରବେମାତ ହେ ଆଜି ସରବେଅବନତି ଅପନୀତହେବ ହେ ନିମେଷେ ।ଲଭିବ ନବୀନ ପ୍ରାଣଘୋଷିଲେ ସେ ବ୍ରହ୍ମନାମବିସର୍ଜିଲେ ଏ ଜୀବନପ୍ରଭୁଙ୍କ ଉଦ୍ଦେଶେ ।
(୭୪)
(ପିଲୁ ବାରୁଆ–ଯତ୍)ପରମ ଆତ୍ମୀୟ ତୁମ୍ଭେ ପ୍ରାଣବଲ୍ଲଭ,ଅଭୟଚରଣ ତବ ଦେବଦୁର୍ଲ୍ଲଭ ।ପରମସୁନ୍ଦର ସଖା ପ୍ରାଣଉତ୍ସବକୋଟି ବିଶ୍ୱ ମାଗେ ପ୍ରଭୁ ଆଶ୍ରୟ ତବ ।ଆନନ୍ଦ ଅମୃତ ପ୍ରେମ ଶାନ୍ତି-ଅର୍ଣ୍ଣବ ।ଅନନ୍ତ ମହିମା ତବ ଜ୍ଞାନ ବିଭବ ।ପାପତାପହାରୀ ନାଥ ଦୀନବାନ୍ଧବଧନ୍ୟ ଧନ୍ୟ ପ୍ରାଣସ୍ୱାମୀ କରୁଣା ତବ ।
(୭୫)
(ଝିଁଝିଟ – ଏକତାଳ)ତୁମ୍ଭେ ହେ ଅତଳସ୍ପର୍ଶ ଅଗାଧ ଅମୃତରାଶି,ପ୍ରାଣ ସେ ଅମୃତେ ବୁଡ଼ି ରହିବାକୁ ଅଭିଳାଷୀ ।ସେ ଅମୃତ-ସରୋବରେ ବୁଡ଼ାଇ ଦିଅ ହେ ଥରେ,ସେ ମାଧୁରୀ ଭୁଞ୍ଜଇ ଯେ ସେହି ତ ସ୍ୱରଗବାସୀ ।ମଜାଇ ସେ ସୁଧାହ୍ରଦେ ଭୁଞ୍ଜାଇ ଦେବ ସମ୍ପଦେରଖିବି କି ସତେ ମୋତେ ଏ ପାପ-ସନ୍ତାପ ନାଶି
(୭୬)
ଆସ ଦରିଦ୍ର କୁଟିରେ,ଦୁଖିଃବନ୍ଧୁ ଭକ୍ତଜନେ ଦୟାବିଧିରେ ।ବ୍ରହ୍ମନାମ ମହାଧନ ମାଗୁଅଛି ଅକିଞ୍ଚନକାତରେ ମାଗୁଛି ପଡ଼ି ଭବାବ୍ଧିତୀରେ,ଆସିଅଛ ଦୟା କରି ନାମ-ଧନ ପ୍ରାଣେ ଧରିବିତର ସେ ମହାଧନ ଆଜି ଦୁଃଖୀରେ;ସେ ସମ୍ୱଳେ ତରିଯିବି ଏ ଭବ-ନୀରେ ।ଭକ୍ତମୁଖେ ବ୍ରହ୍ମନାମ ଅଭକ୍ତ ପାଷାଣ୍ଡ ପ୍ରାଣଶୁଣି ହେବ ପୂର୍ଣ୍ଣକାମ ଆଜି ମହୀରେ,ପୂର୍ଣ୍ଣ କର ଦୀନ ଆଶା ଶୁଣାଇ ସ୍ୱର୍ଗର ଭାଷାଘେନିଯାଅ ପାପୀ ଜନେ ସ୍ୱର୍ଗ ମନ୍ଦିରେ;ମାଗୁଅଛି ଏହି ଭିକ୍ଷା ପ୍ରଣତଶିରେ ।
(୭୭)
(ଝିଁଝିଟ–କୀର୍ତ୍ତନ)ବିଭୁ ପ୍ରେମସିନ୍ଧୁନୀରେ ଶୁଭବିଧାନର ତରୀ,ଭାସଇ ରେ ମହାନନ୍ଦେ ମହାପୁଣ୍ୟ ତେଜ ଧରି ।ଛଡ଼ାଇ ଏହି ଧରଣୀ ଚଢ଼ାଇଣ ସେ ତରଣୀଘେନିଯାଉଛନ୍ତି ପ୍ରଭୁ ବିଶ୍ୱକର୍ଣ୍ଣଧାର ହରିଦୁରନ୍ତ ନିଷାଦ କାଳ ବିସ୍ତରିଲା ଘୋର ଜାଲକିନ୍ତୁରେ ପରାସ୍ତ ହେଲା ଆତ୍ମା ନ ପାରିଲା ଧରି ।ଘୋର କାଳକବଳରୁ ଉଦ୍ଧାରନ୍ତି ଜଗଦ୍ଗୁରୁଦେଖ ଦେଖ କୃପାବଳେକେତେ ଆତ୍ମା ହେଲେ ପାରି ।
(୭୮)
(ଜୟଜୟନ୍ତି–ଝାମ୍ପତାଳ)ନୟନ-ଅତୀତ ସେହି ପରଲୋକ-ମହାଳୟେ,ଆସ ଯିବା ସଶରୀରେ ତେଜି ସକଳ ସଂଶୟେ ।ମହା ସେ ଅମୃତ ଲୋକ ନାହିଁ ଯହିଁ ମୃତ୍ୟୁ-ଶୋକଅନନ୍ତ ମିଳନଭୂମି ସର୍ବ ହଅଦୟେ ହୃଦୟେ ।ଶୋକେ ଜର୍ଜରିତ ପ୍ରାଣ କାହିଁକି ବ୍ରହ୍ମସନ୍ତାନଛନ୍ତି ସର୍ବେ ପ୍ରିୟଜନ ତହିଁ ଅଭୟ ଆଶ୍ରୟେ ।ଯୋଗୀ ଋଷି ମହାଜନ କଲେ ଯହିଁକି ଗମନଆମ୍ଭର ଆତ୍ମୀୟ ଜନ ଯାଉଛନ୍ତି ସେ ନିଳୟେ ।ବିଶ୍ୱାସେ ଆଶ୍ୱାସ ଲଭି ଦେଖେ ସେ ଅମୃତ ଛବିସେ ଧାମେ ଅମର ସର୍ବେ ଜିଣି ଶୋକ-ମୃତ୍ୟୁଭୟେ ।
(୭୯)
(ବେହାଗ–ଆଡ଼ାଠେକା)ଏ ଶୋକ ଅନ୍ଧାରେ;ତୁମ୍ଭରି ଅମୃତ ଜ୍ୟୋତି ଦେଖାଅ ହେ ବାରେ ।ଚୌଦିଗେ ମୃତ୍ୟୁ ଡଗର ବୁଲୁଅଛି ନିରନ୍ତରଘେନିଯାଉଅଛି କେତେ ଆତ୍ମୀୟ ସଖାରେ ।ପ୍ରତି ପ୍ରାଣେ ଶୋକଚ୍ଛାୟା ବିକଳେ କାନ୍ଦଇ ମାୟାଦିଅ ହେ ସାନ୍ତ୍ୱନା ଏହି ଘୋର ନିରାଶାରେ ।ମୃତ୍ୟୁ ମଧ୍ୟେ ପ୍ରଭୁ ତବ ଅମୃତର ମହୋତ୍ସବଦେଖାଇ ବିନାଶ ନାଥ ଭୟ-ଭାବନାରେ ।
(୮୦)
(ଠୁମୁରି)ଏ ଗୁହ-ଆକାଶେ ନବୀନ ଜ୍ୟୋତିପ୍ରକାଶିଲେ ପ୍ରଭୁ କରୁଣାଭରେଅମୃତଧାମର ନବୀନ ଯାତ୍ରୀପ୍ରେରିଅଛ ନାଥ ପ୍ରେମ-ଆଦରେ ।ସଂହାରିବା ପାଇଁ ଦୁରିତରାଶିପ୍ରେରିଲ କି ନବ ବୀର ସମରେ ।ତୁମ୍ଭରି ଦୟାର ନବ ଦର୍ଶନଦେଖାଇଲ ଏହି ଗୃହ ମଧ୍ୟରେ ।ଧନ୍ୟ ବିଶ୍ୱମାତଃ ତୁମ୍ଭ କରୁଣାଆଜି ହେ ଆନନ୍ଦବିଧାନ କରେ ।
(୮୧)
(ଲଳିତ–ଆଡ଼ାଠେକା)ଏ ସଂସାର ରଙ୍ଗଭୂମି ତୁମ୍ଭେ ତାର ସୂତ୍ରଧରନିତ୍ୟ ନବ ନବ ଆତ୍ମା ଦେଖାଉଛ ଅନିବାର ।ଅଦୃଶ୍ୟ ନେପଥ୍ୟ ଦେଶ ତେଜି କି ପୁଣ୍ୟ ସନ୍ଦେଶଆଣୁଛନ୍ତି ଭବେ ତବ ନବ ନବ ପରିକର ।ଆଜି ଏ ଗୃହେ କି ରଙ୍ଗେ ନବମାତାର ଉତ୍ସଙ୍ଗେନବାନନ୍ଦପ୍ରଦ ନବଶିଶୁ ଶୋଭେ ମନୋହର ।ଅଙ୍କ ଗର୍ଭାଙ୍କ କ୍ରମେ ତୁମ୍ଭରି ଚରଣାଶ୍ରମେତୁମ୍ଭରି ମଙ୍ଗଳଲୀଳା ଦେଖାଇ ହେ ଅନିବାର ।ତୁମ୍ଭରି ପୁଣ୍ୟ ଆନନ୍ଦେ ନୂତନ ଗାୟତ୍ରୀଛନ୍ଦେଏହାର ଜୀବନବେଦ ରଚ ବ୍ରହ୍ମ ପରାତ୍ପର ।
(୮୨)
(ଭାଟିଆରି–ଆଡ଼ତାଳୀ)ଶୁଭକ୍ଷଣେ,ଏ ଯୁଗଳହୃଦ ରଖ ଶ୍ରୀଚରଣେ ।ତୁମ୍ଭରି ନପ୍ରେମର ଜଗତରେପ୍ରେମେ ଦୋହେଁ ପରସ୍ପରେ,ଆସିଛନ୍ତି ଆଜି ଆଶୀର୍ବାଦ ଆଶେପବିତ୍ର କର ହେ ଏ ମିଳନେ ।ବେନି ହୃଦ ବେନି ହସ୍ତ ଧରିବିଶ୍ୱପୁରୋହିତ ଆହେ ହରି,ଯୁଗଳ ହୃଦୟ କରି ଦିଅ ଏକତୁମ୍ଭ ପ୍ରେମ-ମନ୍ତ୍ର ଉଚ୍ଚାରଣେ ।ବିଘ୍ନବାଧା ସବୁ କରି ଦୂରକର ଏ ମିଳନ ସୁମଧୁର,ପ୍ରେମବ୍ରତେ କରି ଦୁହିଙ୍କି ଦୀକ୍ଷିତଘେନିଯାଅ ପ୍ରେମ-ନିକେତନେ ।
(୮୩)
ଦଶ ଦିଗ ପୂର୍ଣ୍ଣ କରି ମହାଆବିର୍ଭାବେ ହରିବିରାଜିଛ ନିଜ ମହିମାରେ,ସେ ଗମ୍ଭୀର ଆବିର୍ଭାବେ ବୁଡ଼ିବି ଗମ୍ଭୀର ଭାବେଜଳେ ମୀନ ଯେମନ୍ତ ପ୍ରକାରେ ।ଜଡ଼ତା-ଅନ୍ଧାର ନାଶି ଜ୍ଞାନଜ୍ୟୋତି ପରକାଶିଶୁଦ୍ଧ ସତ୍ତ୍ୱ-ପ୍ରେମର ସଞ୍ଚାରେଏ ପାଷାଣ୍ଡ ଜନେ ହରି ପ୍ରେମିକ ଭକତ କରିମଗ୍ନ କର ପୁଣ୍ୟ-ପାରାବାରେ ।
(୮୪)
(କାମୋଦୀ–ଆଠତାଳୀ)କେମନ୍ତ ପ୍ରଭୁ ପୂଜିବି ପାଦ,ହୃଦୟରେ ମୋର ଘୋର ପ୍ରମାଦ ।ପ୍ରେମଭକ୍ତିହୀନ ପାଷାଣ୍ଡ ଅତିକଠିନ ହୃଦୟ କୁଟିଳମତିଇନ୍ଦ୍ରିୟ ବିଳାସେ ପାପବିକାରେଜଡ଼ିତ ରହିଛି ଏହି ସଂସାରେ ।କେମନ୍ତେ ଦେଖିବ ସେ ପ୍ରେମାନନେମୋହ ଅନ୍ଧୀଭୂତ ପାପ ନୟନେ ।ଦୂର କର ପ୍ରଭୁ ଏ ମୃଢ ମତି,ଶରଣ ପଶିଲି ହେ ବିଶ୍ୱପତି !
(୮୫)
(ବନ୍ଦନା ବେଲାଓଲ–ତ୍ରିତାଳୀ)ଜୟ ଜଗଦୀଶ୍ୱର ଜୟ ପରମେଶ୍ୱରଜୟ ଜୟ ମଙ୍ଗଳଦାତା;ଜୟ କରୁଣାମୟ ଜୟ ବିଶ୍ୱଆଶ୍ରୟଜୟ ଜୟ ବିଶ୍ୱବିଧାତା ।ଜଗତ-ଉଦ୍ଧାରକ କୋଟିବିଶ୍ୱ ପାଳକସର୍ବହିତକାରକ ପିତା;ସର୍ବଦୁଃଖବାରଣ ସର୍ବଶୁଭକାରଣଦୀନଜନତାରଣ ତ୍ରାତା ।ପୁଣ୍ୟଶାନ୍ତିଦାୟକ ସର୍ବସୃଷ୍ଟିନାୟକତ୍ରିଭୁବନବ୍ୟାପକ ଜ୍ଞାତା;ବିଶ୍ୱପିତା ତାରକ ପାପତାପହାରକଜୟ ଜୟ ଜଗତମାତା ।
(୮୬)
(ସ୍ତୋତ୍ର–ଅନୁଷ୍ଟୁପ୍ ଛନ୍ଦ)ନମଃ ପରାତ୍ପର ବ୍ରହ୍ମନମସ୍ତେ ପରମେଶ୍ୱର ।ନମଃ ସର୍ବଜଗତ୍ବ୍ୟାପିନ୍ନମସ୍ତେ ବିଶ୍ୱକାରଣ ।୧।ନମୋ ଗୁରୋପିତର୍ମାତଃନମଃ ପ୍ରାଣପତେ ପ୍ରଭୋ ।ନମସ୍ତେ କରୁଣାସିନ୍ଧୋସଚ୍ଚିଦାନନ୍ଦ ସୁନ୍ଦର ।୨।ଜଗନ୍ନାଥ ଜଗତ୍ତାତଃଦୀନବନ୍ଧୋ ଦୟାମୟ ।ନମସ୍ତେ ଜଗଦାଧାରନମସ୍ତେ ଜଗଦୀଶ୍ୱର ।୩।ଭବାବ୍ଧି କର୍ଣ୍ଣଧାରେଣନମୋ ନିତ୍ୟ ନିରଞ୍ଜନ ।ଅନନ୍ତ ସର୍ବଲୋକେଶପରମାତ୍ମାନ୍ ନମୋନମଃ ।୪।
(୮୭)
(ସ୍ତୋତ୍ର–ଭୁଜଙ୍ଗପ୍ରୟାତ ଛନ୍ଦ)ନମୋ ଦେବଦେବନମୋ ଦୀନବାନ୍ଧୋ,ନମୋ ନିର୍ବିକାରନମଃ ପ୍ରେମସିନ୍ଧୋ ॥
ନମସ୍ତେ ବରେଣ୍ୟନମସ୍ତେ ଶରଣ୍ୟ,ନମୋଽନନ୍ତଦେବନମୋ ଧନ୍ୟ ଧନ୍ୟ ।୧।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ