ଦୁର୍ଗ ପଥେ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୨
- ସ୍ଥିତି
- ସାର୍ବଜନୀନ (Public domain)
ଶତ ଯୁଗ ପୁଞ୍ଜିତ ଘନ ଘୋର ଅନ୍ଧାରେପଥ କାହିଁ ପଥ କାହିଁ ଯାତ୍ରୀବିକଟ ଏ ଶ୍ମଶାନେ ମଡ଼ା ବୁକେ ପାଦ ମୋରବାଜି ଥରେ ବଧିରା ଧରିତ୍ରୀ ।ବିଦ୍ୟୁତ କମ୍ପନ ସଙ୍ଗେରକ୍ତ ଚମକେ ପ୍ରତି ଅଙ୍ଗେମନ ପଟେ ଖେଳେ ମୋର ଲୁପ୍ତ ସେ ଜଗତରବ୍ୟଥା କେତେ ତଟିନୀ ତରଙ୍ଗେ ।ପଦେ ଦଳି କଣ୍ଟକ ଶିରେ ବହି ବଜ୍ରଗଲେ ସମରାଙ୍ଗନେ ସଧୀରେଲେଖି ସେ ମରଣ ନାମେ କେତେ ଅମରଣ ଗୀତିଉତ୍କଳ ସନ୍ତାନ ରୁଧିରେ,ଦୁର୍ବାର ପାରାବାର ପାରେ ସେଗିରି ଦୁର୍ଗମ ପଥେ ହରଷେଗଲେ ବୀର ଏହି ପଥେ ବିଶ୍ୱ ବିଜୟ ରଥେକେତେ ଯୁଗ କେତେ ଶତ ବରଷେ ।କେତେ ଉତ୍କଳ ବାଳା ମୁକୁଳିତ କୁନ୍ତଳବାନ୍ଧିଲେ ବୀରେ ଏହି ଦୁଆରେଅସୀ ମୁନେ ଅରି ବୁକୁ ତପ୍ତ ରୁଧିର ଧାରେରଞ୍ଜିତ କରି କର ଯୁଗଳେ ।ଦେଲେ କୁଙ୍କୁମ ଭାଲେ ମିଶାଇଉନ୍ମାଦ ଚୁମ୍ୱନ; ହସାଇଦେଲେ ଅନ୍ତରେ ଆଣି ମୁକ୍ତି ମଧୁର ବାଣୀରଣ ଝନ୍ ଝନ୍ ତାନେ ଭସାଇ ।ଏ ଯେ ମାଟି ଗଦା ତଳେ ଉତ୍କଳ ଶିରା ଥରେଏ ପଥର ତଳେ ଖେଳେ ଜୀବନଧରି ଧୂଳି ମୁଠେ ଭାଇ, ଚିପୁଡ଼ିଲେ ପଡ଼େ ବୋହିକି ଶୋଣିତ ! ଥରଇ ମୋ ମରମ !ପ୍ରେତ କହେ କଥା କାନେ କାନେ ରେନିର୍ମମ ନିଷ୍ଠୁର ଗାନେ ରେ-ମୁକ୍ତିର ତୋରଣ ଏ ଶାନ୍ତିର ମରଣ ଏଗାଏ ମହାକାଳ ତାନେ ତାନେ ରେ ।ଡାକ ଏଠି ଦୁର୍ବଳ, ଏ ମରଣ କୋଳାହଳଭେଦିଯିବ ଡାକ ନୀଳ ଗଗନେ,ଡାକ ଡାକ ନିଃସ୍ୱ ଚମକାଇ ବିଶ୍ୱଡାକ ଆଜି ଦୁର୍ଦ୍ଦିନ ଲଗନେ ।ଶ୍ମଶାନ ପୂଜାରୀ କେ ଆସରେଏ ନିବିଡ଼ ନିର୍ଜନ ବାସରେଜାତିର ଏ ଶମଶାନେ ବୀର ରଣ ପ୍ରାଙ୍ଗଣେନାଚ କାପାଳିକ କୁଳ ବେଶରେ ।ଶ୍ୟାମଳ ସୁକୋମଳ ଦୁର୍ବା ଚରଣେ ଦଳିଯାଆନାରେ ଯାତ୍ରୀ ତୁ ଗରବେ,ଏ ଜାତିର ସମ୍ୱଳ ଦୁର୍ମଦ ବୀରକୁଳଆତ୍ମା ଶୋଇଛି ଏଠି ନୀରବେ ।ଅବନତ ଜୟବାନା ଆଜି ରେସୌଧ ମିଶିଛି ତଳେ ଭାଜି ରେ,ଅଛି ରଣ ସଙ୍ଗୀତ ବିପ୍ଳବ ଇଙ୍ଗିତଚିତ୍ରୋତ୍ପଳା ବୀଚି ରାଜି ରେ ।ଯୌବନ ଭକ୍ତ ! ଲୋଡ଼ା ଏଠି ରକ୍ତଲୋଡ଼ା ଏଠି ଆଜି ମନ ବେଦନା
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର