ଦି’ପଦ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
ଆଜି ପୁଣି ଥରେ ଶ୍ରାଦ୍ଧ ବାସରେ, କୋଟି କର ଯୋଡ଼ୁ ବନ୍ଧୁ ହେ ।ବୃନ୍ଦାବନର ହେ ମହାମାନବ, ମହାମତି ଗୋପବନ୍ଧୁ ହେ !ସତ୍ୟକାମ ତ ତୁମେ ଏ ଜାତିରଶୁଭେ ଆଜି ବାଣୀ ତୁମରି ଛାତିର,ଦୁଃଖ ତାପିତ ଲୋଚନୁ ତୁମରି ଝରିଥିଲା ଯେଉଁ ବିନ୍ଦୁଏକୋଟି ଜନ-ମନ-ଅନ୍ତର ତଳେ ପାଲୁଟୁଚି ସାତ ସିନ୍ଧୁ ହେ ।ଅମର ପଥର ଯାତ୍ରୀ ତୁମେ ତ, କହେ ବରିଚ ମରଣରେକାଳ ଯାଏ ବହି ତୁମ ଗୀତି ଗାଇ, ଏ ମନ ତୁମରି ଚରଣରେ,ମରଣ ପାରୁନି ଲୁଚାଇ ଯାହାରେମୃତ୍ୟୁବିଜୟୀ ତୁମେ କାଳେ କାଳେ,ଏ ମଡ଼ା ଜାତିର ଜୀବନ-ତନ୍ତ୍ରୀ ଚେଇଁଉଠେ ଯାର ସ୍ମରଣରେମରଣ ଏ ନୁହେ, ଧନ୍ୟ ହୋଇଛି ମରଣ ତୁମରି ଶରଣରେ ।ଜୁନ୍-୧୯୪୬
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର