ଧର୍ମ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବିବିଧ କବିତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
ବାଲ୍ୟକାଳୁ ଧର୍ମ- ଧନ ମୁଁ ସଞ୍ଚିବିଏ ଜୀବନ ଅନିଶ୍ଚିତ,କେ ଜାଣେ କାହାର ଆଜି ମୃତ୍ୟୁକାଳହୋଇଯିବ ଉପସ୍ଥିତ ।କ୍ଷୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରିରଚଇ ବଲ୍ମୀକ-ଘର;ମୁହିଁ ସେହିପରି ସଞ୍ଚିବି ଯତନେପୁଣ୍ୟ-ଧନ ନରନ୍ତର ।ବାକ୍ୟରେ ମନରେ କିଅବା କର୍ମରେନ କରିବି ପାପାଚାର,ତେଜିବି ଅସତ୍ୟ ହିଂସା କପଟତାଲୋଭ କ୍ରୋଧ ଅହଙ୍କାର ।ସତ୍ୟେ ମନ ରଖି ସତ୍ୟକୁ ବୁଝିବି,ଗାଇବି ସତ୍ୟର ଜୟ;ମଙ୍ଗଳ କାର୍ଯ୍ୟରେ ଲାଗିଥିବି ସଦାତେଜିଣ ସକଳ ଭୟ ।ଏହି ମହାକାଶେ ଏ ମୋର ଆତ୍ମାରେବିରାଜିତ ମହେଶ୍ୱର,ସେ ମୋତେ କଦାପି ତେଜି ତ ନାହାନ୍ତିପ୍ରାଣେ ଛନ୍ତି ନିରନ୍ତର ।ଜୀବନେ ମରଣେ ସମ୍ପଦେ ବିପଦେରୋଗ ଶୋକେ କେତେବେଳେ,କେଭେଁ ନ ଛାଡ଼ିବି ସେ ପ୍ରାଣସଖାଙ୍କୁସେ ମୋତେ ତାରିବେ ହେଳେ ।ସର୍ବଅଧିପତି ସର୍ବଅନ୍ତର୍ଯ୍ୟାମୀସର୍ବଶୁଭବୁଦ୍ଧିଦାତା,ଧର୍ମର ଆକର ଅଟନ୍ତି ଈଶ୍ୱରସର୍ବଭୁବନବିଧାତା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର