ଦଶବରଷ ବୟସ
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୪
- ସ୍ଥିତି
- ସାର୍ବଜନୀନ (Public domain)
କେମନ୍ତେ କରିବ ଯୋଡ଼ା ଉପାସ ରେବିଚ୍ଛେଦ ହେଲା ବିଶେଷ ମୋ ଧନରେ
୧୨
ତଳଘରେ ଥିଲି ମୁହିଁମନ ହେଲା ଛିନ୍ନ ରହିଲା ନାହିଁରେଦାଣ୍ଡକୁ ମୁଁ ଗଲି ଚାହିଁ ମୋ ଧନରେ
୧୩
ବିଶ୍ୱନାଥ ନାମ ତୋରବିଷ ବଳିତା କେ ଦେଲା ହାତର ରେସୋଦର ହେଲେ ଅନ୍ତର ମୋ ଧନରେ
୧୪
ଦେଖିଲି ତୋରୂପ ଗୋଟିକେଶ ପଡ଼ିଅଛି ଭୁମିରେ ଲୋଟି ରେହୃଦୟ ତ ଗଲା ଫାଟି ମୋ ଧନରେ
୧୫
ଚନ୍ଦ୍ରମା ବଦନ ତୋରକୁଞ୍ଚିତକୁଟୀଳ ତୋ କେଶଭାର ରେଭ୍ରୁଲତା କେଡ଼େ ସୁନ୍ଦର ମୋ ଧନରେ
୧୬
ଶିରୀଷ କୁସୁମ ଭନୁରୂପକୁ ଚନ୍ଦ୍ରମା ନୋହିବସରି ରେପାସୋର ଯବ କି ମନୁ ମୋ ଧନ ରେ
୧୭
ପଡ଼ିଥିଲା ଛିଦ୍ରଦଶାଜାତକ ଦେଖିତ ବୁଝିଲ ନାହିଁ ରେକରିଗଲୁ ଲୋକହସା ମୋ ଧନ ରେ
୧୮
ମୂଳ ଘେନିଗଲୁ ଭାଡ଼ିପୃଥିବୀ ତ ଗଲା ଚାଞ୍ଚେଡ଼ା ପଡ଼ିରେବଜାଇଲୁ ବ୍ରହ୍ମ ବାଡ଼ି ମୋ ଧନରେ
୧୯
ପଡ଼ିଥାନ୍ତୁ ଦିନାକେତେଡ଼ାକନ୍ତେ ବଇଦ ଦେଖାନ୍ତେ ତୋତେ ରେମନ ବୁଝିଥାନ୍ତା କେତେ ମୋ ଧନରେ
୨୦
ନୟନ ପିତୁଳି ତୁହିତୋହୁପରି ଧନ ନ ଦିଶେ କେହି ରେଗଲୁ ଅନ୍ଧକରି ଦେଇ ମୋ ଧନରେ
୨୧
ଅଷ୍ଟଗର୍ଭ ଜାତକଲାଦୋଭାଗି କରି ଧାତା ବାଣ୍ଟିଥିଲା ରେପୁଣି ତୋତେ ଲାଭ ନେଲା ମୋ ଧନ ରେ