ଚିନ୍ତା ପଧାନ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୦
- ସ୍ଥିତି
- ସାର୍ବଜନୀନ (Public domain)
ତିନି ଦିନେ ଥରେ ଚୁଲି ତା ନ ଲାଗେନାମଟି ପଧାନ ଚିନ୍ତା,ବାଡ଼ି ଧରି ଚାଲେ ଠୁକୁରୁ ଠୁକୁରୁ,ଦିବସେ ନ ଦିଶେ ପନ୍ଥା ।କୁଞ୍ଚିତ ତାର ପଳିତ କପୋଳେଜୀବନର ଦୂର ଲକ୍ଷ୍ୟପଲକେ ଦିଶଇ ଗଣିହେଉଥାଇପଞ୍ଜରା, ଭେଦି ବକ୍ଷ ।କଥା କହେ ଥରେ,–ଦନ୍ତବିହୀନ,ପଡ଼େ ତିନି ଥରେ ବୁଝା ହେ,କହେ ସେ, ତା ଦିନେ ଥିଲା ଦଶ ବାଟିବିଲ ଚାଷ କରି ରଜା ହେ ।ଜୀର୍ଣ୍ଣ କୁଟୀର, ଶୀର୍ଣ୍ଣ ତା ତନୁ,ମୁଦିତ ଯୁଗଳ ଲୋଚନ,ପିଣ୍ଡାରେ ଦିନେ ବସିଚି ଚିନ୍ତା–ଆସିଲା ପତ୍ର ନାରାଣ ।ନାଲି ଟହଟହ ଲୋଚନ ଯୁଗଳଥବିର ମାଗୁରାନିଶୁଆଝାଳ ଗମ ଗମ, ଥନ୍ତଳ ପେଟ,ପ୍ରାଣଟା ଚଉଦ ବିଶୁଆ !କାନ ପାଖେ ବାଳ, ଚନ୍ଦା କପାଳକରିଦେଲା କିଏ ଅକାଳେଚିନ୍ତା ଦୁଆରେ ହାଜର ସେ ହେଲାକାହୁଁ ଆସି ବଡ଼ିସକାଳେ !ଫେଇ କାଖୁ ସିଆ, କହିଲା ପାତ୍ର–‘‘ବାକୀ କେତେ କାଳ ଗଡ଼ିବ ?ବରଷ ଦଶକୁ ବାର ଦିନ ଅଛି,ଆଜି ଯାହା ହେଲେ ଛିଡ଼ିବ ।ମନେଥିବ ବୁଢ଼ୀ ପଡ଼ିଥିଲା ଜରେଢାଳ ଦେଇ ମୋରେ ବନ୍ଧାକରିଥିଲ ଶିବ କବିରାଜ ପାଖେଓଷଦି ଅଶ୍ୱଗନ୍ଧା !’’ଚିନ୍ତା ଚାହିଁଲା ମୁହଁ ଟେକି ଥରେ,ପାତ୍ର ପାତିଛି ହସ୍ତ,କାଖେ ଖାତା ସିଆ, ନିର୍ଧୂମ ରୂପ,ଆାଲି ସେ ଅସ୍ତବ୍ୟସ୍ତ !ନିଗାଡ଼ି ଦି’ଟୋପା ଲୁହ ସେ ଲୋଚନୁଚିନ୍ତା ଏତିକି କହିଲା–‘‘ଏତେ ଦିନେ କି ହେ ବୁଢ଼ୀର ଡାକରାତୁମରି ମୁହଁରୁ ଅଇଲା ?’’ଉଠାଇ ପଳିତ ପଲକ, ପଧାନତାଟି ପେଲି ପଶି କୁଟୀରେମୁହଁ ତଳେ କରି ଅଇଲା ସେ ଫେରିଧରି କିବା ହାତ ମୁଠିରେ !କହିଲା–ଏ ମୋର, ବୁଢ଼ୀ..... ବୁଢ଼ୀ ମୋର.....ଦେଇଥିଲା ଗଲା ବେଳେ ହେ,ତା ୠଣ ଶୁଝିଲେ, କଥା ଅଛି ପରା–ପୁଣି ତା ସାଙ୍ଗ ମିଳେ ହେ ?ମନେ ମୋ ନ ଥିଲା, ବନ୍ଧକ ଥିଲାକାହା ପାଖେ ବୁଢ଼ୀ ଢାଳଟିଭଲ କଲ ବାବୁ, କହିଗଲ ସବୁ,ଚାହିଁଥାନ୍ତି କାଳ କାଳଟି !’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର