ଚନ୍ଦ୍ରମଣି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୩
- ସ୍ଥିତି
- ସାର୍ବଜନୀନ (Public domain)
ସଜାଇ ବାଲି ଧରଣୀ,ବିରାଜିଛ ଚନ୍ଦ୍ରମଣି ।ଧରାକୋଟଧରାଧୀଶ,ଅଟନ୍ତି ପ୍ରଧାନ ଶିଷ୍ୟ ହେ ।୧।ପାଟଖଦି ଶିରପାଶ,ବେଢ଼ାଇଲେ କୃତ୍ତିବାସ,ସରଘର ଦେଲେ ଭରି,ଏ ଭୋଜନ କାହିଁ ସରି ହେ ।୨।ୠଷିକୁଲ୍ୟାପୂତ ଜଳ,ଶିରପରେ ଢ଼ଳ ଢ଼ଳ ।କଣ୍ଠନାଳୀ ହଳାହଳ,ଲଭେ କିଞ୍ଚିତେ ଶୀତଳ ହେ ।୩।ଶ୍ରୀ ଚନ୍ଦନ ବଟା ବଟା,କେତେ ସେ ତୁଳସୀଜଟା,ଫୁଲ ବେଲପତ୍ରୀମାଳୀ,ବୋଝ ବୋଟ ଦିଏ ଢ଼ାଳି ହେ ।୪।ବାରେଣୀରେ ତ୍ରିଲୋଚନ,ବସଇ ମେଳା ପ୍ରଧାନ ।ନାନା ଦ୍ରବ୍ୟ କାରବାର,ଦେଶେ ବହୁତ ପ୍ରଚାର ହେ ।୫।ମୋଠାରେ ରଖି ସୁମତି,ହର ହେ ଏହି ବିପତ୍ତି ।ଝୁଣା ଗୁଗ୍ଚୁଳେ ଧୂପିବି,ଆକାଶ ଦୀପ ବାନ୍ଧିବି ହେ ।୬।