ବୃକ୍ଷ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
ଓଃ ! କି ମହାପ୍ରାଣତାର ଚୁଡ଼ାନ୍ତ ଦାଇକାପ୍ରଦର୍ଶେ ପାଦପ, ଧୈର୍ଯ୍ୟ, ସହିଷ୍ଣୁତା, କ୍ଷମା,ନିଃସ୍ୱାର୍ଥପରତା, ନିଷ୍ଠା ସମଦର୍ଶିତାରେମହୀ ତୁଲ୍ୟ ମହୀରୁହ ମହିମା-ମଣ୍ଡିତ ।ଶିର ପାତି ସହି ଶୀତ-ଗ୍ରୀଷ୍ମ-ପ୍ରାଦୁର୍ଭାବ,ବୃଷ୍ଟି, ବାତ୍ୟା, ବଜ୍ରାଘାତ, ଧରେ ପର ପାଇଁପ୍ରାଣ, ପରାର୍ଥପରତା ଚିରଯଜ୍ଞ ତାର ।ନାହିଁ ଶନ୍ତ୍ରୁ ମିତ୍ର ଭେଦ, ଅର୍ପେ ସୁଦ୍ଧା ସେହୁସୁଧାଫଳ ସ୍ନିଗ୍ଧ ଛାୟା ଶ୍ରଦ୍ଧାରେ ଛେଦକେ ।ନର, ପଶୁ, ପକ୍ଷୀ, କୀଟ, ପତଙ୍ଗ ପ୍ରଭୁତିଜୀବସୃଷ୍ଟି ଯେତେ, ନୁହେଁ କିଏ ଅବା ଋଣୀତାହା ପାଶେ ? ଆଜୀବନ କୃପାକାଙକ୍ଷୀ ତାର ?ଜଡ଼ପ୍ରାଣ ତରୁ, ମାତ୍ର କେଉ ସଚେତନ,ସଚେତନ ତାହା ଭକ୍ତି ପରାର୍ଥେ ସତକ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ