ବିରହୀର ସଂସାର
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୭୫
- ସ୍ଥିତି
- ସାର୍ବଜନୀନ (Public domain)
ବଇଶାଖେ ଘୋର ଝାଞ୍ଜି ବହେ,ଯୁବଜାନି ମୁଁ ଯେ ଦୁଃଖେ ହାୟ !ଦର୍ପକ ଗୁରୁଦର୍ପ ସହେ ।ପ୍ରିୟତମା ମୋର କାହିଁ ରେ ଆଜି,ଅଙ୍ଗ କାହାର ଦେବି ମୁଁ ସାଜି,ଅଧରେ ଫୁଟାଇ ମଧୁର ହାସ,ଫେଇ କା ଅଙ୍ଗୁ ସୁଝୀନ ବାସ,ଚନ୍ଦନରେ,ଚର୍ଚ୍ଚିତ କରି କା’ କଳେବରେ,ଦେଖି ସେ ଶୋଭା,ଚିତ୍ତଲୋଭାପ୍ରଣୟ-ମଧୁର ବଚନ ଛଳେପ୍ରଣୟିନୀ ସାଥେ କି କୁତୂହଳେଥାନ୍ତି ମାତି,କିନ୍ତୁ ହାୟ ! ଦୂରେ ବହୁଦୂରେ ପରାଣସାଥି ।୧।ଜ୍ୟୈଷ୍ଠ ମାସରେ ପଡ଼ଇ ରଜଘଞ୍ଚ-ଉରଜା ଚଞ୍ଚଳ ମନେମୋର ଆଗନେ ହୁଅଇ ସଜ ।ଝୀନବାସ ତଳୁ ଅଙ୍ଗ ସୁଷମାପ୍ରିୟତମାର ମୋର ଉଠଇ ଫୁଟି,ଲାଜ ତେଜି ମନୁଁ ଚାନ୍ଦବଦନୁଁପିଉଥାନ୍ତି ସେ ପୀୟୁଷ ଲୁଟି,ଲଜ୍ଜାଭରେ,ଲୁଚାଏ ବଦନ ପଣତ-ତଳେ;ଆହା ସେ ଛବିବର୍ଣ୍ଣି ପାରିବ କହ କେ କବି ?ହର୍ଷ ଲଜ୍ଜା ଉଭୟ ରଖି,ମୋ ପ୍ରିୟ ସଖି,ଜ୍ୟାତ୍ସ୍ନାଧଉତ ମଧୁରରାତେ,ମୋର ତୁଲେ ଯେବେ ପ୍ରଣୟେ ମୋତେ,ଭାଳି ସେ କଥା,ଅନ୍ତରେ ଆଜି ଜାଗଇ ବ୍ୟଥା ।୨।ଆଷାଢ଼ ମାସରେ ବରଷା ଆସେ,ଏକାଳେ ହାୟ ବଞ୍ଚେ ମୁଁ ଦିନଉଷ୍ଣଲୋତକ ଦୀର୍ଘଶ୍ୱାସ !ଝିପି ଝିପି ମେଘେ ତ୍ରସ୍ତ-ଉରେ,ଟିପି ଟିପି ପାଦେ ଥରେ ମୋ ପୁରେ,ଛପି ଛପି ମୋର ଚମ୍ପା ଗୋରୀ,କରିଥିଲା ମୋର ଚିତ୍ତ ଚୋରି,ଗୁରୁଗମ୍ଭୀର ବଜ୍ରନାଦେ,କଂପିତ-ବୁକେ ତ୍ରସ୍ତପାଦେ,ଶଙ୍କାଭରେ,ଜାବୋଡ଼ିଥିଲା ମୋ ବକ୍ଷେ ଥରେ,ଭାଗ୍ୟହୀନଆସିବ କି ଫେରି ଆଉ ସେ ଦିନ !ଆଜି ପରବାସେ ଯକ୍ଷ ସମ,ଦଣ୍ଡ ଭୋଗଇ କି ନିରିମମ,ହାୟରେ ହାୟ,ବିରହ-ଦୁଃଖେ ଶୀର୍ଣ୍ଣକାୟ ।୩।ଶ୍ରାବଣେ ଝୁଲଣ ଯାତ୍ରା,ଉଲ୍ଲାସ ଆଣେ ଜଗତେ କିନ୍ତୁବଢ଼େ ମୋ ଦୁଃଖ ମାତ୍ରା ।ଝର ଝର ଝର ବରଷା ଧାରା,ବହିଯାଏ ସିନା ରଜନୀ ସାରା,କିନ୍ତୁ ଜାଣେ,ଚର ଚର କରି ବିରହୀ-ବକ୍ଷେଛୁରିକା ହାଣେ ।ଥରକୁ ଥର ମୋ ଅଙ୍ଗ ଥରେ,ନିଷ୍ଠୁର ସେହି ଅତନୁ ଶରେ,ପ୍ରିୟାର ଲାଗି ।ବକ୍ଷେ ବେଦନା ଉଠଇ ଜାଗି,କିନ୍ତୁ ହାୟ ! କରିବି କିସ,ପ୍ରଣୟର ମଧୁ-ପାତ୍ରେ ଦଇବଭରି ଦେଇଛି ରେ ବିରହ-ବିଷ ।୪।ଭାଦ୍ରବେ କେତେ ବରତ ଓଷା,ସନ୍ତତ ହିତ ଚିନ୍ତନେ ମୋରପାଳୁଥାନ୍ତା ରେ ଆହା ମୋ ଯୋଷା ।ସହି ନୋହେ ଏହି ତୀବ୍ର ଖରା,ନୀଚଜନ କଟୁ ବାକ୍ୟ ପରା,ଶୁଭ୍ରବରନ ଜଳଦ ଏକାଳେସହସା ଆକାଶେ ଢାଙ୍କେ,ଲୁଚକାତି ଖେଳେ ସୂର୍ଯ୍ୟ କି ଅବାଚଲା ବଉଦର ଫାଙ୍କେ ।ଦିଗହଜା ମନ ଗହୀରେ ମମ,ଆଜିର ଏ ଚଲା ବଉଦ ସମ,ଅତୀତ କଥାଉଙ୍କି ମାରି ମୋ ଅନ୍ତରେ ଆଜିଜଗାଏ ବ୍ୟଥା ।୫।ଆଶ୍ୱିନ ମାସ ହୋଇଲା ଆସି,ଦଶହରା ମଧୁ-ପାର୍ବଣେ ଆଜିହର୍ଷେ ସକଳେ ଗଲେରେ ଭାସି ।ପୂର୍ଣ୍ଣମୀର ଏ ଚନ୍ଦ୍ର ଗଗନେ ରାଜେ,କୁମାରୀ ଅଙ୍ଗ ନବ ବସ୍ତ୍ରରେ ସାଜେ,ରୂପ ଲାବଣ୍ୟ ତାର,ଝଳି ଉଠେ ବାରବାର,ପାର୍ବଣେ ଆସି ଜ୍ୟୋତ୍ସ୍ନା-ଧଉତ ରାତେହର୍ଷେ କୁମାରୀ ପୁଚିଖେଳେ ସିନା ମାତେ,ହୁଳହୁଳି ମଧୁସ୍ୱନ,କମ୍ପାଏ ଅପଘନ,ନୀରବେ ବସି ମୁଁ ବିଜନ ତଟନୀ କୂଳେ,ବଟବୃକ୍ଷର ମୂଳେ,ଅମଳ ଧବଳ ପୂର୍ଣ୍ଣଚନ୍ଦ୍ରେ ଚାହିଁ,ପ୍ରଶ୍ନ ପଚାରେ କହ ରେ ଦଇବ କାହିଁ,ଚନ୍ଦ୍ରବଦନା ମୋର,ଯା’ ବିହୁନେ ଭୋଗେ ବିରହ କଷଣ ଘୋର ।୬।କାର୍ତ୍ତିକ ମାସେ ପରଶେ ଶୀତ,ସଙ୍ଗତେ କା’ର ବଞ୍ଚିବି ଦିନଦୂରେ ବହୁଦୂରେ ପରାଣମିତ ।ଶୀତଳ ପବନ ବହଇ ଖରେ,ପ୍ରିୟା ବିନା ମୋର ଚିତ୍ତ ଥରେ,ଆଉ କା’ ପାଶେ,ମଧୁର ହାସେ,ଯାପିବି ଦୀର୍ଘ ରଜନୀ,ନାହିଁ ପାଶେ ମୋର ସଜନୀ,କାହା ଭୁଜେ ଭୁଜ ଛନ୍ଦି ଆଜି,ପୁରୁଷାୟିତରେ କରାଇ ରାଜି,ହର୍ଷଭରେଯାପିବି ସିନା ଏ ରଜନୀ ଖରେ,ତା ବିନା କେ ଆଉଭୀତି ମୋ ମାନସୁଁ ଛଡ଼ାଇଚୂର୍ଣ୍ଣ କରିବଦୁଷ୍ଟ-ଅତନୁ ବଡ଼ାଇ ।୭।ମାର୍ଗଶୀରର ଶୀତଳ ବାଆ,କଂପନ ଆଣେ ଅଙ୍ଗେ ମୋହରନାହିଁ ମୋର ପାଶେ ପତ୍ନୀ ଆହା ।ଶିରି ଶିରି ସୁରେ ପବନ ବହେ,ବିରହ-ବିଧୁର-ପରାଣେ ଦହେ,ଅଙ୍ଗେ କାହାର ଅଙ୍ଗକୁ ମୋର ଜଡ଼ାଇହେଳେ ଅନଙ୍ଗ ଦମ୍ଭକୁ ଦେଇ ଛଡ଼ାଇକାଟିବି ଆଜି ମୁଁ ଦିନ,ଆହା ମୁଁ ଭାଗ୍ୟହୀନ;ପ୍ରିୟା ବିନା କାମ ତୀବ୍ର ଜାଳା,ଦହନ କରେ ମୋ ଅଙ୍ଗ ସାରା,ଦିନକୁ ଦିନକଳେବର ମୋର ହେଲା ରେ କ୍ଷୀଣ ।ସରିଯାଉଛି ମୋ ଆୟୁଷ,କେବେ ମନ ଭରି ପାନ କରିବି ମୁଁପ୍ରିୟାର ପ୍ରଣୟ-ପୀୟୂଷ ।୮।ପୁଷ ମାସ ଆସି ପ୍ରବେଶ କଲା,ସଂଯୋଗୀ ସିନା ହର୍ଷେ ରହିଲେବିଯୋଗୀର ଆହା ଜୀବନ ଗଲା ।ପୁଷ୍ପଧନ୍ୱା ସାଜିଲାଣି ଏବେ ପାଜି,ଛନକା ଆଣଇ ଚିତ୍ତେ ମୋହର ଆଜି,ଶିରୀଷାଙ୍ଗୀ ମୋ କେବଳ ଏ କାଳେ ସାହାତା’ ବିନା ନ ପାଏ ଅନ୍ୟ ମୁକ୍ତି ରାହା,ଆଜି ଏ ଦୁଃଖ ନାଶେପାଇବି କି ତାକୁ ସତେ ମୋ ବକ୍ଷପାଶେ !ଦଇବ ରଚିଛି ଛନ୍ଦ,ଲିହିଛି କପାଳେ ମନ୍ଦ,ଯୁବତୀ ପ୍ରିୟାର ସଙ୍ଗ ଆଜି ମୁଁ ତେଜି,ବଞ୍ଚି ପାରିଛି କି ସୁଖ ମାନସେ ହେଜି,ଧିକ୍କାର କରେ ଶତ,ପରାଣ ମୋହର ନ ଯାଇ ରହିଛିଯାହା ସେ କଣ୍ଠଗତ ।୯।ମାଘ ମାସ ରାତି ପାହାନ୍ତି ବେଳା,ବାଘ ଛାଗ ନ୍ୟାୟେ ଜାବୋଡ଼େ ଅଙ୍ଗବିରହୀର ସିନା ବୁଡ଼ଇ ଭେଳା ।ଅଦିନ ବରଷା ଆସେ ରେ ମାଡ଼ି,ପ୍ରିୟାକୁ ମୁଁ ଦୂରେ ଆସିଛି ଛାଡ଼ି,କରିବି କିସ,ଚିନ୍ତାମଗ୍ନ ଅହର୍ନିଶ ।ଥରି ଉଠେ ଘନ ଘନ ମୋ ଛାତି,ନାହିଁ ପାଶେ ଯେଣୁ ପରାଣସାଥୀ,ସଙ୍ଗେ ତା’ର,ଯାପୁଥାନ୍ତି ମୁଁ ହର୍ଷେ କାଳ ।କିନ୍ତୁ ଆଜି ଏ ଭାବନା ଘୋର,ପ୍ରିୟତମା ନାହିଁ ପାଶରେ ମୋର,ଭଗ୍ନ-ଉରେମୁଁ ଯେ ଆଜି ଦୂରେ ବହୁତ ଦୂରେ ।୧୦।ଫାଲ୍ଗୁନ ମାସ ଆସିଲା ଏବେ,ପ୍ରଳୟ ସରଜେ ମଳୟ ସମୀରପ୍ରିୟାସଙ୍ଗ ମୁଁ ଲଭିବି କେବେ !ଫଗୁଆ ସଞ୍ଜେ ଫୁଟଇ ଫୁଲ,ସୁଷମା କାହିଁରେ ତା ସମତୁଲ,ହସି ଉଠେ ଶ୍ୟାମ-କୁଞ୍ଜଚଉଦିଗେ ଅଳି କୁଞ୍ଜ ।ପ୍ରକୃତିର ଏହି ସୁଷମାଚୟ,ବିରହୀ ପରାଣେ ଜଗାଏ ଭୟ,ପଞ୍ଚମ ସୁରେ କୋକିଳର କୁହୁ ବାଣୀ,ବିରହ-ବିଧୁର-ଚିତ୍ତେ ମୋ ଦିଏ ହାଣି,କା’ ପାଶେ ଦୁଃଖ କହିବି,ଭାଗ୍ୟ ଆଦରି ମଉନରେ ସିନା ସହିବି ! ।୧୧।ମଧୁମୟ ଏହି ଚଇତି ରାତି,ଉପଭୋଗ୍ୟ ସେ ପ୍ରଣୟି-ଯୁଗଳେବିରହୀ ପରାଣେ ଚଳାଏ କାତି ।ମନେ ପଡ଼େ ମୋର ଅତୀତ କଥା,ଅନ୍ତରେ ଆଜି ଜଗାଏ ବ୍ୟଥା,ଦୂରେ ମୋ ସଜନୀ, କାହା ଗଭା ଆଉ ଆଜିମଲ୍ଲୀ କୁସୁମେ ସରାଗେ ଦେବି ରେ ସାଜି ।ତନ୍ଦ୍ରା ବିଭୋରେ ଚନ୍ଦ୍ରବଦନେ କା’ରଉଲ୍ଲାସଭରେ ଚୁମ୍ବି ମୁଁ ବାରବାର,ମାତିବି ନବୀନ ହର୍ଷେ,କାହାର ଅଙ୍ଗ ସ୍ପର୍ଶେ ।ଭୁଜ ବନ୍ଧନେ କାହାର ତା’ ବିନା ଆଉ,ସଂଭାଳି ନେବି ଦର୍ପକର ସେ ଦାଉ,ଅଙ୍ଗେ କାହାର ଅଙ୍ଗକୁ ମୋର ଜଡ଼ାଇଚିନ୍ତା, ଦୈନ୍ୟ ମାନସୁଁ ଦେବି ମୁଁ ଏଡ଼ାଇ,ମିଳନ-ଛନ୍ଦେ ପାଶୋରେ ସକଳ ବିଶ୍ୱ,ଇନ୍ଦ୍ର ପଦବୀ ତୁଚ୍ଛ ମଣେ ମୁଁହୁଏ ପଛେ ଅତି ନିଃସ୍ୱ ।୧୨।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ