ବିଳାପ ଚଉତିଶା — ଗୋପାଳକୃଷ୍ଣ ପଟ୍ଟନାୟକ · ସ୍ୱର୍ଣ୍ଣଲିପିକୀର୍ତ୍ତିଦା ସୁତାଙ୍କ ରୂପ ଗୁଣ । କେ ସେ ଦାସୀ ଗୁଣି ପୁନଃପୁନଃ ।କରଇ ବିଳାପ ରାସେଶ୍ୱରୀଙ୍କ ସେବାସୁଖ ନିକର କରି ସ୍ମରଣ ସେ । କିଙ୍କରୀ ।୧।ଖଦ୍ୟୋତଜା ତଟ ନିକୁଞ୍ଜରେ । ଖଗ ନିନଦରୁ ନିଶାନ୍ତରେ ।ଖଞ୍ଜନାକ୍ଷୀ ଆସୁ ଉଠି ପ୍ରିୟ ପାଶୁଜଗିଥିବି ମୁଁ ଦ୍ୱାର ପାଶରେ ହେ । ସ୍ୱାମିନୀ ।୨।ଗବାକ୍ଷ ଜାଳରେ ନେତ୍ର ଢାଳି । ଗଳି ଚାହୁଁ ଥିଲା ବେଳେ ଅଳୀ ।ଗୋଷ୍ଠେନ୍ଦୁ ସହ ଚଳିଲେ ଦେହଳୀକି ।ଯିବି ମୁଁ କେଳି ତଳପ ତୋଳି ହେ । ସ୍ୱାମିନୀ ।୩।ଘର୍ମ ମିଶା ସିନ୍ଦୂର ଶ୍ରୀକର । ଘଞ୍ଚେ ଠାଁ ଠାଁ ହୋଇ ପଡ଼ିବାର ।ଘୋଷିହେବି ଚିତ୍ତେ ଅଲକ୍ତ ଚିହ୍ନକୁଚାହିଁ ଶେଯରେ ଶ୍ରୀପଦାବ୍ଜରେ ହେ । ସ୍ୱାମିନୀ ।୪।ନିରେଖି ମୁଁ ଛିନ୍ନ ମୋତିହାର । ନେବି ଗୋଟିଆଇ ପଡ଼ିବାର ।ନୂପୁର କାଞ୍ଚୀ କଞ୍ଚୂଲୀ ଝରୀ ଧରିହେବି ପୁର ପଥେ ଆଗୁସାର ହେ । ସ୍ୱାମିନୀ ।୫।ଚାଲି ଆସୁଛି ଜଟିଳା ହେଟି । ଚଳ ସତ୍ୱର ବୋଲୁଁ କଖ୍ଖଟୀ ।ଚଞ୍ଚଳେକ୍ଷଣୀ ଚଳୁ ମୁଁ ଚାଲି ଆଗେଚାହୁଁଥିବି ପଛକୁ ପାଲଟି ହେ । ସ୍ୱାମିନୀ ।୬।ଛ ଦଶ କଳା ଚନ୍ଦ୍ର ଲପନେ । ଛପି ପ୍ରବେଶୁଁ ବାସ ସଦନେ ।ଛଦ ପ୍ରିୟଙ୍କର ଶ୍ରୀଅଙ୍ଗେ ବିଲୋକମାଗି ଲୁଚାଇ ଦେବି ଯତନେ ହେ । ସ୍ୱାମିନୀ ।୭।
ଭାବାର୍ଥ- (୧-୭) କେଉଁ ଏକ ଗୋପୀ ରାଧାଙ୍କ ରୂପ, ଗୁଣ ବାରମ୍ବାର ସ୍ମରଣ କରି ବିଳାପ କରୁଛି । ପୁଣି ରାସେଶ୍ୱରୀ ରାଧାଙ୍କ ସେବା ଜନିତ ସୁଖକୁ ମନେ ପକାଉଛି । ଖଦ୍ୟୋତଜା (ସୂର୍ଯ୍ୟଙ୍କ କନ୍ୟା) ଯମୁନା ତଟ ନିକୁଞ୍ଜରେ ରାତି ଶେଷ ବେଳକୁ ପକ୍ଷୀ ରାବ ଦେଲା । ପ୍ରିୟ ପାଖରୁ ଖଞ୍ଜନାକ୍ଷୀ ଉଠି ଆସିଲେ । ହେ ସ୍ୱାମିନୀ ସେତେବେଳେ ଦ୍ୱାର ପାଖରେ ମୁଁ ଜଗିଥିବି । ଝରକା ପାଖରେ ରହି ସଖୀ ଗଳି ଚାହୁଁଥିବା ବେଳେ ଗୋଷ୍ଠେନ୍ଦୁ ସହ ଦ୍ୱାରବନ୍ଧ ନିକଟକୁ ଚଳିଗଲେ । ହେ ସ୍ୱାମିନୀ, ମୁଁ ସେତେବେଳେ କେଳି ତଳାପ ତୋଳି ଯିବି । ଝାଳ ମିଶା ସିନ୍ଦୂର, ଶ୍ରୀକର୍ପୂର ଠାଏଁ ଠାଏଁ ପଡ଼ିବାର ଦେଖିବି । ମନ ମଧ୍ୟରେ ଅଳତା ଚିହ୍ନକୁ ଘୋଷି ହେବି । ଶେଯ ଉପରେ ଶ୍ରୀପାଦପଦ୍ମକୁ ସର୍ବଦା ନିରେଖୁଥିବି । ହେ ସ୍ୱାମିନୀ, ତୁମ କଣ୍ଠରୁ ଛିଣ୍ଡିଥିବା ମୋତିହାର ଗୋଟାଇ ନେବି । ନୂପୁର, କାଞ୍ଚିକାଞ୍ଚଲା ଝରୀ ଧରି ତୁମ ଯିବା ପଥରେ ଆଗରେ ଆଗରେ ଯିବି । ତୁମେ ଚାଲିଲା ବେଳେ ମୁଁ ଚଞ୍ଚଳ ହୋଇ ତୁମ ସହିତ ଚାଲିବି, ମୁଁ ତୁମ ଆଗେ ଆଗେ ଗଲେ ପଛକୁ ବାରମ୍ବାର ଚାହୁଁଥିବି । ହେ ସ୍ୱାମିନୀ, ତୁମ ମୁଖରେ ଚନ୍ଦ୍ରର ଷୋଳକଳା ପୂରିଛି । ଛପି ଛପି ତୁମ ବାସ ଘରେ ପ୍ରବେଶ କଲେ ମିୟଙ୍କ ଶ୍ରୀଅଙ୍ଗ ଦେଖିବି ।
ଯାଇ ଶେଯେ ପହଡ଼ୁ ଭିତ୍ତିରେ । ଜମ୍ବୁ ନଦାଙ୍ଗୀ ଚିତ୍ରପଟରେ ।ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁପୋଛିଦେବି ପଦ ପଣତରେ ହେ । ସ୍ୱାମିନୀ ।୮।ଝୀନ ଉପରାଣ ପାହୁରାଇ । ଝସ ନୟନୀ ହେ ପହୁଡ଼ାଇ ।ଝଳି ଅଳତା ରଞ୍ଜିତ ପଦ ଧରିଧୀରେ ଦେବି ଅଙ୍ଗୁଳି ଫୁଟାଇ ହେ । ସ୍ୱାମିନୀ ।୯।ନିଃଶେଷରେ ନିଶି ହେଉ ହତ । ନିତ୍ୟକୃତ୍ୟର ବସ୍ତୁ ଯାବତ ।ନିର୍ବାହ କରି ପୁଣି ଆସି ଭେଟୁ ମୁଁ
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ଅପହୁଡ଼ ହୋଇ ଥିବନି ତୁ ହେ । ସ୍ୱାମିନୀ ।୧୦।
ଟାଣେ ଜଟିଳା ଡାକନ୍ତେ ଉଠି । ଟେକି ପଲକ ଦେଖି ବିମ୍ବୋଷ୍ଠୀ ।
ଟଳ ଟଳ ହୋଇ ଚାଲି ଯାଇ ପୀଠେ
ବସୁ ଦେବି ନୀର ଦାନ୍ତକାଠି ହେ ।୧୧।
ଠାକୁରାଣୀ ଦନ୍ତ ସମାର୍ଜନ । ଠିକେ ବଢ଼ୁ ବଢ଼ାଇବ ବନ ।
ଠବର୍ଣ୍ଣ ମୁଖ ସୁବର୍ଣ୍ଣାଙ୍ଗୀ ପ୍ରକ୍ଷାଳୁ
ପଛେ ଦେବି ପୋଛିବା ବସନ ହେ । ସ୍ୱାମିନୀ ।୧୨।
ଭାବାର୍ଥ- (୮-୧୨) ହେ ସ୍ୱାମିନୀ, ଶେଯରେ ତୁମେ ଯେତେବେଳେ ପହଡ଼ କରିବ, ସେତେବେଳେ ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁ ପଣତକାନିରେ ତୁମ ପାଦକୁ ପୋଛି ଦେବି । ଝୀନ ଓଢ଼ଣି (ଉପରାଣ) ଘୋଡ଼େଇ ଦେବି । ହେ ମୀନନୟନି, ତୁମକୁ ପହୁଡ଼ାଇ ଦେବି । ତୁମ ଅଳତା ରଞ୍ଜିତ ପାଦ ଧରି ଧୀରେ ଧୀରେ ଅଙ୍ଗୁଳି ଫୁଟାଇ ଦେବି । ରାତି ଶେଷରେ ନିତ୍ୟକର୍ମ ପାଇଁ ଆବଶ୍ୟକ ବସ୍ତୁ ଯୋଗାଡ଼ କରି ମୁଁ ପୁଣି ତୁମ ପାଖକୁ ଆସିବି । ତୁମେ ଅପହୁଡ଼ ହୋଇଥିବ । ତୁମକୁ ଶେଯରୁ ଉଠାଇ ପ୍ରଥମେ ଦାନ୍ତକାଠି, ପାଣି ଦେବି । ହେ ସ୍ୱାମିନୀ, ତୁରନ୍ତ ଦନ୍ତ ମାର୍ଜନ କାର୍ଯ୍ୟ, ମୁଖ ପ୍ରକ୍ଷାଳନ ପରେ ଓ ସୁବର୍ଣ୍ଣ ଅଙ୍ଗ ଧୋଇବା ପରେ ମୁଁ ପୋଛିବା ବସନ ବଢ଼ାଇ ଦେବି-।
ଡାକି ମଧ୍ୟା ବାହ୍ୟ କୃତ ସାରି । ଡାକୁ ମୋତେ ଆହା ଧୀରକରି ।ଡାହାଣ ବାମ ପାଣି ପଦ ଧୋଇବିମୁଦ ଦେଇ ନିଉଡ଼ାଇ ବାରି ହେ । ସ୍ୱାମିନୀ ।୧୩।ଢାଳୁଥିବେ ଡୋଳା ଉନ୍ମିଦ୍ରରୁ । ଢଳେକ୍ଷଣି ତୈଳ ସେବା କରୁ ।ଢୋକିଲା ପରି ସୁଧା ଶୁଣି ମଣିବିବୋଲୁ ଆଣ ଯା ବାରି ରମ୍ଭୋରୁ ହେ । ସ୍ୱାମିନୀ ।୧୪।ଅବ୍ଜ ଯୁକ୍ତ ସୁବାସିତ ନୀର । ଅଭିଷେକ କରୁ ମୁଁ ସତ୍ୱର ।ଅତି ଯତ୍ନେ ଚୀନାଶୁଂକେ ଶ୍ରୀଲଳିତାମାଜି ପୋଛିବେ ଶ୍ରୀକଳେବର ହେ । ସ୍ୱାମିନୀ ।୧୫।ତୁଲ୍ୟ ବାଲ୍ୟାରୁଣ ଦ୍ୟୁତି ଲଙ୍ଗି । ତନୁବାରି ହୋଇ ଆଡ଼େ ଲାଗି ।ତତ୍କାଳ କଜ୍ୱଳ କାନ୍ତି ଚୀନ ଚେଳପିନ୍ଧି ଚଳିବ କଳଧୌତାଙ୍ଗୀ ହେ । ସ୍ୱାମିନୀ ୧୬।ଥିର ହୋଇ ବସୁ ଆସନରେ । ଥାଇ ଲଳିତା ପଛ କତିରେ ।ଥୋଇ ଟଙ୍କାରି କଙ୍କତିକା କୁନ୍ତଳଫେଡ଼ୁ ବେଢ଼ିବେ ଅଳି ନିକର ହେ । ସ୍ୱାମିନୀ ।୧୭।ଦେବି ଘଉଡ଼ି ଢାଳି ଚାମର । ଦିବ୍ୟମଣି ସ୍ତବକ ନିକର ।ଦେଇ ଶ୍ୟାମଳ ବେଣୀ ବ୍ୟାଳ ସାଜିବେହରିବାକୁ ଧୈର୍ଯ୍ୟ ବ୍ରଜେନ୍ଦ୍ରର ହେ । ସ୍ୱାମିନୀ ।୧୮।ଧରିଥିବି ମୁଁ ଘୃସୃଣ ପାତ୍ରେ । ଧନ୍ୟ ବିଶାଖା ଲେପି ଶ୍ରୀଗାତ୍ରେ ।ଧୀରେ ଭକ୍ତି ଛେଦ କର ମୃଗମଦଚିତ୍ର ଲିହିବେ ଉରଜ ଗାତ୍ରେ ହେ । ସ୍ୱାମିନୀ ।୧୯।ନିଟିଳରେ ସିନ୍ଦୂର ବିନ୍ଦୁକୁ । ନିଯୋଜୁ ଭାବୁଥିବ ମନକୁ ।ନିକୁଞ୍ଜବିହାରୀ ନୟନର କାମ-ତମ ନାଶିବ ବୋଲି କ୍ଷଣକୁ ହେ । ସ୍ୱାମିନୀ ।୨୦।
ଭାବାର୍ଥ- (୧୩-୨୦) ହେ ସ୍ୱାମିନୀ, ବାହ୍ୟ କୃତ ସାରି ଧୀର କରି ମୋତେ ଡାକିବ ! ତୁମ ହାତପାଦ ଧୋଇଦେବି । ଜଳରେ ମୁଦ ଦେଇ ନିଉଡ଼ାରେ ଦେବି । ରାତ୍ରିରେ ଅନିଦ୍ରା ରହିଥିବା ଯୋଗୁଁ ଢୁଳାଉଥିବ । ମୁଁ ତୁମର ତୈଳ ସେବା କରିବି । ହେ ସ୍ୱାମିନୀ, ପାଣି ଆଣବୋଲି କହିଲେ, ତାକୁ ଶୁଣି ଅମୃତ ଢୋକିଲା ପରି ମନେ କରିବି । ପଦ୍ମଯୁକ୍ତ ସୁବାସିତ ଜଳରେ ମୁଁ ତୁରନ୍ତ ଅଭିଷେକ କରିବି । ଅତି ଯତ୍ନରେ କାଇଁଚରେ ଶ୍ରୀଲଳିତା ତୁମର ଶ୍ରୀଅଙ୍ଗ ମାଜି ପୋଛିବେ । ବାଲ୍ୟରୁଣ ତୁଲ୍ୟ ଶ୍ରୀଅଙ୍ଗର ତେଜ ତୁମର । କଜ୍ଜଳ କାନ୍ତିପୂର୍ଣ୍ଣ ବସନ ପିନ୍ଧି ତୁମେ ଚଳିବ । ହେ ସ୍ୱାମିନୀ, ଆସନରେ ସ୍ଥିର ହୋଇ ବସିଲେ, ତୁମ ପଛ ପାଖରେ ଲଳିତା ରହି ତୁମର କୁଞ୍ଚୁକୁଞ୍ଚିଆ (କୁନ୍ତଳ) କେଶକୁ ପାନିଆ (କଙ୍କତିକା)ରେ କୁଣ୍ଡାଇ ଦେବ । ସେ ସୁନ୍ଦର କେଶ ଚାରିପାଖରେ ଭ୍ରମରଗଣ ବେଢ଼ିଯିବେ ।
ହେ ସ୍ୱାମିନୀ, ଚାମର ଢାଳି, ଫୁଲରେ ସଜେଇ ବ୍ରଜେନ୍ଦ୍ରର ଧୈର୍ଯ୍ୟ ହରିବାକୁ ଶ୍ୟାମଳ ବେଣୀ-ସର୍ପ (ବ୍ୟାଳ) ସାଜିବ । ହେ ସ୍ୱାମିନୀ, ମୁଁ ଉତ୍ତମ ପାତ୍ରରେ କସ୍ତୁରୀ ଧରି ତୁମ ଶରୀରରେ ଲେପି ଦେବି । ତୁମ ବକ୍ଷୋଜ ଓ ଗାତ୍ରରେ ଚିତ୍ର ଲେଖିଦେବି । କପାଳରେ ସିନ୍ଦୂର ବିନ୍ଦୁକୁ ଲଗାଇ ମନରେ ଭାବୁଥିବ, ନିକୁଞ୍ଜବିହାରୀଙ୍କ ଚକ୍ଷୁ କାମ ରୂପକ ଅନ୍ଧକାରକୁ ବିନାଶ କରିବ ।
ପଦ୍ମପତ୍ରାଗ୍ରସ୍ଥିତ ଭ୍ରମର । ପରି ଦିଶିବ କେଡ଼େ ସୁନ୍ଦର ।ପରମାନନ୍ଦ ସ୍ୱରୂପିଣୀ ଚିବୁକେ ।ବିନ୍ଦୁ ନିଯୋଜୁ ମୃଗମଦର ହେ ସ୍ୱାମିନୀ ।୨୧।ଫୁଲ ନର୍ମଦା ଆଣି ଦେବାର । ଫେଡ଼ି ପିନ୍ଧାଇ ଦେବି ସତ୍ୱର ।ଫଳିଉଠିବ ମୋ ତନୁ ସୀମାନ୍ତରେଲେଖୁ ଲଳିତା ସିନ୍ଦୂର ଗାର ହେ ସ୍ୱାମିନୀ ।୨୨।ବ୍ରଜବଧୂ ସୁଖୀ ହେବା ପାଇଁ । ବକ୍ଷୋଜକୁ ରଖିବ ଲୁଚାଇ ।ବିଚିତ୍ର କାଞ୍ଚୁଲୀ ନାନା ହାରାବଳିଦେବି ଯତନେ ଲାଗି କରାଇ ହେ । ସ୍ୱାମିନୀ ।୨୩।ଭରସାଇବ ମୋତେ ସେବାରେ । ଭୟ ତେଜି ଅଞ୍ଜନ ନେତ୍ରରେଭରମାଙ୍ଗି ଦେବି କରି ଦରଶନବ୍ରଜବଧୂ ହେବେ ମୋ ପରି ହେ । ସ୍ୱାମିନୀ ।୨୪।ମଣି ରତ୍ନାଳଙ୍କାର ଯାବତ । ମଥାଯାଏ ପଦରୁ ତ୍ୱରିତ ।ମଣି କଉସ୍ତୁଭ ମିତ୍ର ସୁମନ୍ତକମଣି କଲ୍ଲଦେବି ଅଳଂକୃତ ହେ । ସ୍ୱାମିନୀ ।୨୫।ଯେଉଁ ଚରଣକଞ୍ଜର ଧୂଳି । ଯୁବାବର ହୋଇବାର ବୋଳି ।ଯତ୍ନେ ଲେଖିଦେବି ଲାକ୍ଷା କି ସେ ପଦେଯାର ରକ୍ତାମ୍ବୁଜ ନିଉଛାଳି ହେ । ସ୍ୱାମିନୀ ।୨୬।ଋଣ ସହ ମଧୁବ୍ରତ ମେଳା । ମରଣୀୟ ବିଚକିଳମାଳା ।ରମଣୀ ମୁକୁଟମଣି କଣ୍ଠେ ଦେବିଆନେ ନ ଢଳୁ ପ୍ରାଣେଶ ଡୋଳା ହେ । ସ୍ୱାମିନୀ ।୨୭।ଲୀଳା କମଳ ଘେନି ଶ୍ରୀକରେ । ଲଳିତାଙ୍ଗୀ ଗୃହ ବାଟିକାରେ ।ଲଳିତା ସଙ୍ଗେ ଦ୍ୟୁମଣିମଣି ବେଦିମଧ୍ୟେ ବିଜେ କରିବ ସତ୍ୱରେ ହେ । ସ୍ୱାମିନୀ ।୨୮।
ଭାବାର୍ଥ- (୨୧-୨୮) ହେ ସ୍ୱାମିନୀ, ପଦ୍ମପତ୍ରର ଅଗ୍ରଭାଗରେ ବସିଥିବା ଭ୍ରମର ପରି ତୁମେ କେଡ଼େ ସୁନ୍ଦର ଦେଖାଯିବ । ତୁମ ଚିଟୁକରେ କସ୍ତୁରୀ ବିନ୍ଦୁ ଲଗାଇବି । ଫୁଲ ଆଣି ତୁମ ମସ୍ତକରେ ଶୀଘ୍ର ପିନ୍ଧାଇ ଦେବି । ତୁମ ତନୁରେ ଲଳିତା ସିଦୂରଗାର ଲେଖି ଦେଉ । ତୁମେ ବ୍ରଜବଧୂ । ନିଜକୁ ସୁଖୀ କରିବା ପାଇଁ ଅର୍ଥାତ୍ ମର୍ଯ୍ୟାଦା ରଖିବା ପାଇଁ ବକ୍ଷୋଜକୁ ଲୁଚାଇ ରଖ । ବିଚିତ୍ର କାଞ୍ଚୁଲୀ, ନାନା ପ୍ରକାର ହାର ଆଣି ସେଥିରେ ମୁଁ ତୁମକୁ ଯତ୍ନର ସହ ସଜାଇ ଦେବି ।
ହେ ସ୍ୱାମିନୀ, ଭୟ ତେଜି ଅଞ୍ଜନ ନେତ୍ରରେ ତୁମର ସେବା କରିବି । ମୋ ପରି ବ୍ରଜବଧୂ ହୋଇପାରିବେ । ମଥାରୁ ପାଦଯାଏ ମଣି, ରତ୍ନାଳଙ୍କାର ପ୍ରଭୃତିରେ ମଣ୍ଡିଦେବି । କଉସ୍ତୁଭ ମଣିରେ ତୁମକୁ ଅଳଙ୍କୃତ କରିବି । ଯେଉଁ ପାଦର ଧୂଳି ଯୁବାଶ୍ରେଷ୍ଠ ବୋଳି ହୁଅନ୍ତି, ସେଇ ପାଦରେ ଯତ୍ନରେ ଲାକ୍ଷାର ଚିତ୍ର ଆଙ୍କି ଦେବିକି ? ହେ ସ୍ୱାମିନୀ, ତୁମେ ରମଣୀ ମୁକୁଟମଣି, ତୁମର କଣ୍ଠରେ ଫୁଲମାଳା ଲମ୍ବାଇ ଦେବି । ହେ ସ୍ୱାମିନୀ, ଶ୍ରୀହସ୍ତରେ ପଦ୍ମ ଧରି ଗୃହ ବାଟିକାରେ ଲଳିତା ସଙ୍ଗେ ରହି ମଧ୍ୟରେ ଶୀଘ୍ର ବିଜେ କରିବ ।
ବିକର୍ତ୍ତନ ଆରାଧନା ସାରି । ବାସେ ବାସ୍ତୁକୃତ୍ୟ କରି କରି ।ବିଲୋକୁ କୁନ୍ଦଲତା ଆସି ଡାକିବେଜଟିଳାଙ୍କୁ ସମାଧାନ କରି ହେ । ସ୍ୱାମିନୀ ।୨୯।ସବୁ ସଖୀ ସଦନକୁ ଯାଇ । ସାଉକାର ଶାଶୂଙ୍କୁ କରାଇ ।ସତ୍ୱର ସେ କୁନ୍ଦବଲ୍ଲୀ ତୁମ୍ଭ ପାଶେଗୋଷ୍ଠୀ କରିବେ ଅଳୀଙ୍କି ନେଇ ହେ ।୩୦।ସହୀ ଆସିବାକୁ ନାହିଁ ତର । ସବୁ କୃତ୍ୟ ଅଛି ସଦନର ।ଶୁଣି ଜଟିଳା ବୋଲିବେ ଯାଅ ପୌର୍ଣ୍ଣମାସୀକହିଛନ୍ତି ବାରମ୍ବାର ହେ । ସ୍ୱାମିନୀ ।୩୧।ସର୍ବ ସଖୀସଙ୍ଗେ ବିଜେକରୁ । ସୁଦୟାରେ ମୋତେ ଶିରେ ଠାରୁଁ ।ସଂବ୍ୟାନ ପ୍ରାଣେଶ୍ୱରଙ୍କ ଧରିଯିବିରୂପମଞ୍ଜରୀଙ୍କ ଆଦେଶରୁ ହେ । ସ୍ୱାମିନୀ ।୩୨।ହର୍ଷେ ମଣ୍ଡି ଯାଉ ରାଜପଥ । ହୋଇ ଭେଟ ଗୋଷ୍ଠେ ପ୍ରାଣନାଥ ।ହସି ଚାହିଁଥିବେ ସେ ବ୍ରଜେଶ୍ୱରୀଙ୍କିପ୍ରାଣମିତ ହୋଇ ହେଟମାଥ ହେ । ସ୍ୱାମିନୀ ।୩୩।କ୍ଷମାକର ମୁଖକୁ ଅନାଇ । କ୍ଷୀରୋଦଧି ପ୍ରାଏ ରାଜ୍ଞୀ ହୋଇ ।କ୍ଷଣେ କୋଳକରି ଶିରେ ଚୁମ୍ବ ଦେଉଗୋପାଳକୃଷ୍ଣାଂଘ୍ରିଂ ଦେବ ଧୋଇ ହେ । ସ୍ୱାମିନୀ ।୩୪।
ଭାବାର୍ଥ- (୨୯-୩୪) ହେ ସ୍ୱାମିନୀ, ସୂର୍ଯ୍ୟ (ବିକର୍ତ୍ତନ)ଙ୍କ ଆରାଧନା ସାରିବା ପରେ ଘରେ କାମଦାମ କରି କରି କୁନ୍ଦଲତା ଆସି ଡାକିବେ । ଜଟିଳକୁ ସମାଧାନ କରିବେ । ସମସ୍ତ ସଖୀ ଘରକୁ ଯାଇ ତୁମ ଶାଶୂଙ୍କୁ ରାଜି କରାଇବେ । ଶୀଘ୍ର ସେ ଜାଈଫୁଲ ଲତା ତୁମ ପାଖରେ ଏକାଠି କରିବେ । ଆସିବାକୁ ତର ନାହିଁ । ସବୁ କାମ ଘରେ ପଡ଼ିରହିଛି । ଏହା ଶୁଣି କହିବେ, ପୌର୍ଣ୍ଣମାସୀ ଯାଅ, ବାରମ୍ବାର କହିଛନ୍ତି । ହେ ସ୍ୱାମିନୀ, ସବୁ ସଖୀକୁ ନେଇ ବିଜେ କରିବ । ମୋତେ ସୁଦୟା କରିବ । ରୂପମଞ୍ଜରୀଙ୍କ ଆଦେଶକୁ ପାଳନ କରି ପ୍ରାଣେଶ୍ୱରଙ୍କ ସଂବ୍ୟାନ (ବସ୍ତ୍ର) ଧରିଯିବି । ହେ ସ୍ୱାମିନୀ, ହର୍ଷ ମନରେ ପଥରେ ଗଲା ବେଳେ ଗୋଷ୍ଠରେ ପ୍ରାଣନାଥଙ୍କ ସହ ଭେଟ ହେବ । ସେ ବ୍ରଜେଶ୍ୱରୀଙ୍କୁ ହସି ଚାହିଁଥିବେ । ହେ ସ୍ୱାମିନୀ, ମୋ ମୁଖକୁ ଚାହିଁ କ୍ଷପା (ରାତ୍ରି) କର, କ୍ଷୀର ସମୁଦ୍ର ପ୍ରାୟ ରାଣୀ ହୋଇ କ୍ଷଣେ କୋଳକରି ମୁଖରେ ଚୁମ୍ବନ ଦେବ । ଗୋପାଳକୃଷ୍ଣର ସବୁ ଦୁଃଖ ଧୋଇ ହୋଇଯିବ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ